Guru Granth Sahib Translation Project

guru granth sahib odia page-554

Page 554

ਮਃ ੫ ॥ ମହଲା 5 ॥
ਘਟਿ ਵਸਹਿ ਚਰਣਾਰਬਿੰਦ ਰਸਨਾ ਜਪੈ ਗੁਪਾਲ ॥ ଯେଉଁ ମନୁଷ୍ୟର ଅନ୍ତରରେ ଭଗବାନଙ୍କ ସୁନ୍ଦର ଚରଣ କମଳ ବାସ କରିଥାଏ ଏବଂ ତାହାର ଜିହ୍ଵା ଗୋପାଳକୁ ଜପ କରିଥାଏ।
ਨਾਨਕ ਸੋ ਪ੍ਰਭੁ ਸਿਮਰੀਐ ਤਿਸੁ ਦੇਹੀ ਕਉ ਪਾਲਿ ॥੨॥ ହେ ନାନକ! ସେହି ପ୍ରଭୁଙ୍କୁ ସ୍ମରଣ କରିବା ଉଚିତ, ଯିଏ ସେହି ମାନବ ଦେହର ପୋଷଣ କରିଥାଏ||2||
ਪਉੜੀ ॥ ପଉଡି ॥
ਆਪੇ ਅਠਸਠਿ ਤੀਰਥ ਕਰਤਾ ਆਪਿ ਕਰੇ ਇਸਨਾਨੁ ॥ ସୃଷ୍ଟିର ରଚୟିତା ପରମେଶ୍ଵର ସ୍ଵୟଂ ହିଁ ଅଠଷଠି ତୀର୍ଥ ଅଟନ୍ତି ତଥା ସ୍ଵୟଂ ହିଁ ସେଥିରେ ସ୍ନାନ କରିଥାନ୍ତି।
ਆਪੇ ਸੰਜਮਿ ਵਰਤੈ ਸ੍ਵਾਮੀ ਆਪਿ ਜਪਾਇਹਿ ਨਾਮੁ ॥ ଦୁନିଆର ସ୍ଵାମୀ ସ୍ଵୟଂ ହିଁ ସକ୍ରିୟ ଥାଆନ୍ତି ଏବଂ ସ୍ଵୟଂ ହିଁ ଜୀବଙ୍କ ଦ୍ଵାରା ନିଜ ନାମ ଜପ କରାଇ ଥାଆନ୍ତି।
ਆਪਿ ਦਇਆਲੁ ਹੋਇ ਭਉ ਖੰਡਨੁ ਆਪਿ ਕਰੈ ਸਭੁ ਦਾਨੁ ॥ ଭୟ ନାଶକ ପରମାତ୍ମା ସ୍ଵୟଂ ହିଁ ଦୟାଳୁ ହୋଇଥାନ୍ତି ଏବଂ ସ୍ଵୟଂ ହିଁ ସବୁ କିଛି ଦାନ କରିଥାନ୍ତି।
ਜਿਸ ਨੋ ਗੁਰਮੁਖਿ ਆਪਿ ਬੁਝਾਏ ਸੋ ਸਦ ਹੀ ਦਰਗਹਿ ਪਾਏ ਮਾਨੁ ॥ ଯେଉଁ ଗୁରୁଙ୍କ ଦ୍ଵାରା ନିଜେ ବୋଧ ପ୍ରଦାନ କରନ୍ତି, ସେ ସଦା ତାହାଙ୍କ ଦରବାରରେ ଶୋଭା ପ୍ରାପ୍ତ କରିଥାଏ।
ਜਿਸ ਦੀ ਪੈਜ ਰਖੈ ਹਰਿ ਸੁਆਮੀ ਸੋ ਸਚਾ ਹਰਿ ਜਾਨੁ ॥੧੪॥ ଯାହାର ମାନ-ପ୍ରତିଷ୍ଠା ହରି-ସ୍ଵାମୀ ରଖିଥାନ୍ତି, ସେ ସଚ୍ଚା ପରମେଶ୍ଵରଙ୍କୁ ହିଁ ଜାଣିଥାଏ||14||
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਨਾਨਕ ਬਿਨੁ ਸਤਿਗੁਰ ਭੇਟੇ ਜਗੁ ਅੰਧੁ ਹੈ ਅੰਧੇ ਕਰਮ ਕਮਾਇ ॥ ହେ ନାନକ! ସଚ୍ଚା ଗୁରୁଙ୍କ ସହିତ ଭେଟ ବିନା ଏହି ଜଗତ ଅନ୍ଧ ଅଟେ ଅର୍ଥାତ ଜ୍ଞାନହୀନ ଅଟେ ଏବଂ ଅନ୍ଧ କର୍ମ (ଦୁଷ୍କର୍ମ) କରିଥାଏ।
ਸਬਦੈ ਸਿਉ ਚਿਤੁ ਨ ਲਾਵਈ ਜਿਤੁ ਸੁਖੁ ਵਸੈ ਮਨਿ ਆਇ ॥ ଏହି ଜଗତ (ସେହି) ଶବ୍ଦରେ ଚିତ୍ତ ଲଗାଏ ନାହିଁ, ଯାହା ଦ୍ଵାରା ମନରେ ସୁଖ ନିବାସ କରିଥାଏ।
ਤਾਮਸਿ ਲਗਾ ਸਦਾ ਫਿਰੈ ਅਹਿਨਿਸਿ ਜਲਤੁ ਬਿਹਾਇ ॥ ଏହି ଜଗତ ସର୍ବଦା ହିଁ କ୍ରୋଧରେ ଲୀନ ହୋଇ ପଥଭ୍ରଷ୍ଟ ରହିଥାଏ ଏବଂ ସେ କ୍ରୋଧାଗ୍ନିରେ ଜଳି ଜୀବନ ଅତିବାହିତ ହୋଇଥାଏ।
ਜੋ ਤਿਸੁ ਭਾਵੈ ਸੋ ਥੀਐ ਕਹਣਾ ਕਿਛੂ ਨ ਜਾਇ ॥੧॥ ଯାହା କିଛି ପରମାତ୍ମାଙ୍କୁ ଭଲ ଲାଗିଥାଏ, ତାହା ହୋଇଥାଏ ଏବଂ ଏହି ବିଷୟରେ କିଛି ମଧ୍ୟ କୁହା ଯାଇପାରିବ ନାହିଁ॥1॥ ||1||
ਮਃ ੩ ॥ ମହଲା 3 ॥
ਸਤਿਗੁਰੂ ਫੁਰਮਾਇਆ ਕਾਰੀ ਏਹ ਕਰੇਹੁ ॥ ସଚ୍ଚା ଗୁରୁ ମୋତେ ଏହି କାର୍ଯ୍ୟ କରିବା ପାଇଁ ହୁକୁମ କରିଛନ୍ତି ଯେ
ਗੁਰੂ ਦੁਆਰੈ ਹੋਇ ਕੈ ਸਾਹਿਬੁ ਸੰਮਾਲੇਹੁ ॥ ଗୁରୁଙ୍କ ଦ୍ଵାରରେ ମାଲିକଙ୍କ ନାମ ସ୍ମରଣ କରିଥାଏ।
ਸਾਹਿਬੁ ਸਦਾ ਹਜੂਰਿ ਹੈ ਭਰਮੈ ਕੇ ਛਉੜ ਕਟਿ ਕੈ ਅੰਤਰਿ ਜੋਤਿ ਧਰੇਹੁ ॥ ମାଲିକ ସର୍ବଦା ନିକଟରେ ଅଛନ୍ତି, ଏଣୁ ଭ୍ରମର ପର୍ଦ୍ଦାକୁ ଚିରି ଅନ୍ତରରେ ତାର ଜ୍ୟୋତିର ଧ୍ୟାନ ଧାରଣ କର।
ਹਰਿ ਕਾ ਨਾਮੁ ਅੰਮ੍ਰਿਤੁ ਹੈ ਦਾਰੂ ਏਹੁ ਲਾਏਹੁ ॥ ହରିଙ୍କ ନାମ ଅମୃତ ଅଟେ, ଏହି ଔଷଧ ହୃଦୟରେ ଧାରଣ କର।
ਸਤਿਗੁਰ ਕਾ ਭਾਣਾ ਚਿਤਿ ਰਖਹੁ ਸੰਜਮੁ ਸਚਾ ਨੇਹੁ ॥ ସଚ୍ଚା ଗୁରୁଙ୍କ ଇଚ୍ଛା ନିଜ ଚିତ୍ତରେ ଧାରଣ କର ଏବଂ ସଚ୍ଚା ପ୍ରେମକୁ ନିଜର ସଂଯମ ବନାଅ।
ਨਾਨਕ ਐਥੈ ਸੁਖੈ ਅੰਦਰਿ ਰਖਸੀ ਅਗੈ ਹਰਿ ਸਿਉ ਕੇਲ ਕਰੇਹੁ ॥੨॥ ହେ ନାନକ! ଈହଲୋକରେ ସଦଗୁରୁ ତୋତେ ସୁଖରେ ରଖିବେ ଏବଂ ପରଲୋକରେ ପରମେଶ୍ଵରଙ୍କ ସାଥିରେ ଆନନ୍ଦ କର ||2||
ਪਉੜੀ ॥ ପଉଡି ॥
ਆਪੇ ਭਾਰ ਅਠਾਰਹ ਬਣਸਪਤਿ ਆਪੇ ਹੀ ਫਲ ਲਾਏ ॥ ପରମାତ୍ମା ସ୍ଵୟଂ ହିଁ ଅଠର ଭାର ବନସ୍ପତି ଅଟନ୍ତି ଏବଂ ସ୍ଵୟଂ ହିଁ ଏହି ଫଳ ଲଗାଇଛନ୍ତି।
ਆਪੇ ਮਾਲੀ ਆਪਿ ਸਭੁ ਸਿੰਚੈ ਆਪੇ ਹੀ ਮੁਹਿ ਪਾਏ ॥ ସେ ସ୍ଵୟଂ ହିଁ ସୃଷ୍ଟି ରୂପୀ ବଗିଚାର ମାଳୀ ଅଟନ୍ତି, ସ୍ଵୟଂ ହିଁ ସବୁ ଉଦ୍ଭିଦକୁ ସିଂଚନ କରିଥାଏ ଏବଂ ସ୍ଵୟଂ ହିଁ ତାହାଙ୍କ ଫଳକୁ ମୁଖରେ ଦିଅନ୍ତି।
ਆਪੇ ਕਰਤਾ ਆਪੇ ਭੁਗਤਾ ਆਪੇ ਦੇਇ ਦਿਵਾਏ ॥ ପରମାତ୍ମା ସ୍ଵୟଂ ହିଁ ନିର୍ମାତା ଏବଂ ସ୍ଵୟଂ ହିଁ ଭୋକ୍ତା ଅଟନ୍ତି, ସେ ସ୍ଵୟଂ ହିଁ ଦେଇଥାନ୍ତି ଓ ଅନ୍ୟ ଦ୍ଵାରା ଦିଆଇ ଥାଆନ୍ତି।
ਆਪੇ ਸਾਹਿਬੁ ਆਪੇ ਹੈ ਰਾਖਾ ਆਪੇ ਰਹਿਆ ਸਮਾਏ ॥ ସେ ସ୍ଵୟଂ ହିଁ ମାଲିକ ଅଟନ୍ତି, ସ୍ଵୟଂ ହିଁ ରକ୍ଷକ ଅଟନ୍ତି ଏବଂ ସ୍ଵୟଂ ହିଁ ନିଜ ସୃଷ୍ଟି ରଚନା କରିଛନ୍ତି।
ਜਨੁ ਨਾਨਕ ਵਡਿਆਈ ਆਖੈ ਹਰਿ ਕਰਤੇ ਕੀ ਜਿਸ ਨੋ ਤਿਲੁ ਨ ਤਮਾਏ ॥੧੫॥ ନାନକ ସେହି ଜଗତର ରଚୟିତା ପରମାତ୍ମାଙ୍କ ହିଁ ସ୍ତୁତିଗାନ କରିଥାନ୍ତି, ଯାହାଙ୍କୁ ନିଜ ସ୍ତୁତି କରାଇବାରେ ତିଳେ ମାତ୍ର ଲାଳସା ନାହିଁ ||15||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਮਾਣਸੁ ਭਰਿਆ ਆਣਿਆ ਮਾਣਸੁ ਭਰਿਆ ਆਇ ॥ ଏକ ମନୁଷ୍ୟ ମଦିରାରେ ଭରପୁର ବର୍ତନ ନେଇ ଆସିଥାଏ ଏବଂ ଅନ୍ୟ ମନୁଷ୍ୟ ଆସି ଏଥିରେ ପିଆଲା ଭରିଥାଏ।
ਜਿਤੁ ਪੀਤੈ ਮਤਿ ਦੂਰਿ ਹੋਇ ਬਰਲੁ ਪਵੈ ਵਿਚਿ ਆਇ ॥ ଯେଉଁ ପାନ କରିଲେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ ଏବଂ ମସ୍ତିକରେ ଉନ୍ମାଦନା ଆଣିଥାଏ,
ਆਪਣਾ ਪਰਾਇਆ ਨ ਪਛਾਣਈ ਖਸਮਹੁ ਧਕੇ ਖਾਇ ॥ ଯାହା ଦ୍ଵାରା ମନୁଷ୍ୟ ନିଜର ଓ ପରର ଜାଣିପାରେ ନାହିଁ ଏବଂ ନିଜ ମାଲିକ ପ୍ରଭୁଙ୍କ ଆଡୁ ଧକ୍କା ଖାଇଥାଏ।
ਜਿਤੁ ਪੀਤੈ ਖਸਮੁ ਵਿਸਰੈ ਦਰਗਹ ਮਿਲੈ ਸਜਾਇ ॥ ଯେଉଁ ମଦିରାକୁ ପାନ କରିଲେ ମାଲିକ ପ୍ରଭୁ ବିସ୍ମୃତ ହୋଇଯାନ୍ତି ଏବଂ ଜୀବଙ୍କୁ ତାହାଙ୍କ ଦରବାରରେ କଠୋର ଦଣ୍ଡ ମିଳିଥାଏ।
ਝੂਠਾ ਮਦੁ ਮੂਲਿ ਨ ਪੀਚਈ ਜੇ ਕਾ ਪਾਰਿ ਵਸਾਇ ॥ ଯେ ପର୍ଯ୍ୟନ୍ତ ତୋର ବଶ ଚାଲିଥାଏ, ତୁ ମିଥ୍ୟା ମଦିରାକୁ ଆଦୌ ପାନ କର ନାହିଁ।
ਨਾਨਕ ਨਦਰੀ ਸਚੁ ਮਦੁ ਪਾਈਐ ਸਤਿਗੁਰੁ ਮਿਲੈ ਜਿਸੁ ਆਇ ॥ ହେ ନାନକ! ଯାହାକୁ ସଦଗୁର ମିଳିଯାନ୍ତି, ସେ ପ୍ରଭୁଙ୍କ ଦୟାରୁ ସଚ୍ଚା ନାମ-ମଦିରାକୁ ପାନ କରିଥାଏ।
ਸਦਾ ਸਾਹਿਬ ਕੈ ਰੰਗਿ ਰਹੈ ਮਹਲੀ ਪਾਵੈ ਥਾਉ ॥੧॥ ସେ ସଦା ପରମେଶ୍ଵରଙ୍କ ପ୍ରେମ-ରଙ୍ଗରେ ଲୀନ ରହିଥାଏ ଏବଂ ତାହାଙ୍କ ଦରବାରରେ ସ୍ଥାନ ପ୍ରାପ୍ତ କରିନିଏ||1||
ਮਃ ੩ ॥ ମହଲା 3 ॥
ਇਹੁ ਜਗਤੁ ਜੀਵਤੁ ਮਰੈ ਜਾ ਇਸ ਨੋ ਸੋਝੀ ਹੋਇ ॥ ଯେବେ ପରମାତ୍ମା ଜ୍ଞାନ ପ୍ରଦାନ କରିଥାନ୍ତି, ସେତେବେଳେ ଏହି ଜଗତ ଜୀବିତ ହିଁ ମରି ଯାଇଥାଏ।
ਜਾ ਤਿਨ੍ਹ੍ਹਿ ਸਵਾਲਿਆ ਤਾਂ ਸਵਿ ਰਹਿਆ ਜਗਾਏ ਤਾਂ ਸੁਧਿ ਹੋਇ ॥ ଯେବେ ପରମାତ୍ମା ଏହି ମୋହ-ମାୟାର ନିଦ୍ରାରେ ଶୁଆଇ ଦିଅନ୍ତି, ସେତେବେଳେ ସେ ନିଦ୍ରାମଗ୍ନ ରହିଥାଏ, ପରନ୍ତୁ ଯେବେ ସେ ତାହାକୁ ଜ୍ଞାନରେ ଜାଗ୍ରତ କରନ୍ତି, ସେତେବେଳେ ତାହାର ନିଜ ଜୀବନ ଉଦ୍ଦେଶ୍ୟର ଖିଆଲ ଆସିଥାଏ।
ਨਾਨਕ ਨਦਰਿ ਕਰੇ ਜੇ ਆਪਣੀ ਸਤਿਗੁਰੁ ਮੇਲੈ ਸੋਇ ॥ ହେ ନାନକ ଯଦି ପରମାତ୍ମା ନିଜ କୃପା ଦ୍ରୁଷ୍ଟି ଧାରଣ କରନ୍ତି, ସେତେବେଳେ ସେହି ମନୁଷ୍ୟର ସଦଗୁରୁଙ୍କ ସହିତ ଭେଟ କରାଇ ଦିଅନ୍ତି।
ਗੁਰ ਪ੍ਰਸਾਦਿ ਜੀਵਤੁ ਮਰੈ ਤਾ ਫਿਰਿ ਮਰਣੁ ਨ ਹੋਇ ॥੨॥ ଗୁରୁଙ୍କ କୃପାରୁ ଯଦି ମନୁଷ୍ୟ ଜୀବିତ ହିଁ ମରିଯାଏ, ଅର୍ଥାତ ମୋହ-ମାୟାରୁ ନିର୍ଲିପ୍ତ ରହିଥାଏ, ସେତେବେଳେ ସେ ପୁନର୍ବାର ମରିନଥାଏ॥2॥
ਪਉੜੀ ॥ ପଉଡି ॥
ਜਿਸ ਦਾ ਕੀਤਾ ਸਭੁ ਕਿਛੁ ਹੋਵੈ ਤਿਸ ਨੋ ਪਰਵਾਹ ਨਾਹੀ ਕਿਸੈ ਕੇਰੀ ॥ ଯେଉଁ ପରମାତ୍ମା ସବୁ କିଛି କରିଥାନ୍ତି, ତାହାଙ୍କୁ କିଛି ଚିନ୍ତା ନଥାଏ।
ਹਰਿ ਜੀਉ ਤੇਰਾ ਦਿਤਾ ਸਭੁ ਕੋ ਖਾਵੈ ਸਭ ਮੁਹਤਾਜੀ ਕਢੈ ਤੇਰੀ ॥ ହେ ଶ୍ରୀହରି! ଜୀବ ତୋ’ ଦ୍ଵାରା ଦିଆ ହୋଇଥିବା ସବୁ କିଛି କ୍କାଇଥାଏ ଏବଂ ସବୁ ତୋର ହିଁ ଅନୁସେବା କରିଥାଏ।
error: Content is protected !!
Scroll to Top