Guru Granth Sahib Translation Project

guru granth sahib odia page-552

Page 552

ਮਨਮੁਖ ਮਾਇਆ ਮੋਹੁ ਹੈ ਨਾਮਿ ਨ ਲਗੋ ਪਿਆਰੁ ॥ ସ୍ଵେଚ୍ଛାଚାରୀ ମନୁଷ୍ୟ ମାୟାର ମୋହରେ ଲୀନ ଥାଏ, ଯେଉଁ କାରଣରୁ ସେ ପରମାତ୍ମାଙ୍କ ନାମରେ ପ୍ରେମ ଲଗାଏ ନାହିଁ।
ਕੂੜੁ ਕਮਾਵੈ ਕੂੜੁ ਸੰਗ੍ਰਹੈ ਕੂੜੁ ਕਰੇ ਆਹਾਰੁ ॥ ସେ ମିଥ୍ୟା ହିଁ ଅର୍ଜନ କରିଥାଏ ତଥା ମିଥ୍ୟାକୁ ହିଁ ନିଜ ଭୋଜନ ବନାଇ ଥାଏ।
ਬਿਖੁ ਮਾਇਆ ਧਨੁ ਸੰਚਿ ਮਰਹਿ ਅੰਤੇ ਹੋਇ ਸਭੁ ਛਾਰੁ ॥ ସେ ବିଷାକ୍ତ ମାୟା ଧନକୁ ସଞ୍ଚୟ କରି ପ୍ରାଣ ତ୍ୟାଗ କରିଥାଏ ଆଉ ଶେଷରେ ଭଷ୍ମ ହୋଇଯାଏ।
ਕਰਮ ਧਰਮ ਸੁਚ ਸੰਜਮ ਕਰਹਿ ਅੰਤਰਿ ਲੋਭੁ ਵਿਕਾਰੁ ॥ ସେ ଆଡମ୍ବର ସହକାରେ କର୍ମ-ଧର୍ମ, ପବିତ୍ରତା ତଥା ଆତ୍ମ-ସଂଯମ କାର୍ଯ୍ୟ କରିଥାଏ, କିନ୍ତୁ ତାହାର ମନରେ ଲୋଭ ତଥା ବିକାର ମହଜୁଦ ରହିଥାଏ।
ਨਾਨਕ ਜਿ ਮਨਮੁਖੁ ਕਮਾਵੈ ਸੁ ਥਾਇ ਨਾ ਪਵੈ ਦਰਗਹਿ ਹੋਇ ਖੁਆਰੁ ॥੨॥ ହେ ନାନକ! ଯାହାକିଛି ମଧ୍ୟ ସ୍ଵେଚ୍ଛାଚାରୀ ମନୁଷ୍ୟ କରିଥାଏ, ତାହା ସ୍ଵୀକୃତ ହୁଏନାହିଁ ଏବଂ ପରମାତ୍ମାଙ୍କ ଦରବାରରେ ନାଶ ହୋଇଯାଏ ||2||
ਪਉੜੀ ॥ ପଉଡି ॥
ਆਪੇ ਖਾਣੀ ਆਪੇ ਬਾਣੀ ਆਪੇ ਖੰਡ ਵਰਭੰਡ ਕਰੇ ॥ ହେ ଇଶ୍ଵର! ତୁ ନିଜେ ହିଁ ତୁ ନିଜେ ହିଁ ଚାରି ଉତ୍ପତ୍ତିର ସ୍ରୋତ ଅଟୁ, ନିଜେ ହିଁ ବାଣୀ ଆଉ ନିଜେ ହିଁ ଖଣ୍ଡ-ବ୍ରହ୍ମାଣ୍ଡ ରଚନା କରିଛୁ।
ਆਪਿ ਸਮੁੰਦੁ ਆਪਿ ਹੈ ਸਾਗਰੁ ਆਪੇ ਹੀ ਵਿਚਿ ਰਤਨ ਧਰੇ ॥ ତୁ ନିଜେ ହିଁ ସମୁଦ୍ର ଏବଂ ନିଜେ ହିଁ ସାଗର ତଥା ନିଜେ ହିଁ ସେଥିରେ ହୀରା-ମୋତି ରତ୍ନ ରଖିଛୁ।
ਆਪਿ ਲਹਾਏ ਕਰੇ ਜਿਸੁ ਕਿਰਪਾ ਜਿਸ ਨੋ ਗੁਰਮੁਖਿ ਕਰੇ ਹਰੇ ॥ ସେ ଯେଉଁ ବ୍ୟକ୍ତି ଉପରେ ମଧ୍ୟ କୃପା କରନ୍ତି, ତାହାକୁ ଗୁରୁମୁଖୀ ବନାଇ ଦିଅନ୍ତି, ତାହାକୁ ହରି ନିଜେ ହୀରା-ମୋତି ଇତ୍ୟାଦି ପ୍ରତ୍ନ ଦେଇଥାନ୍ତି।
ਆਪੇ ਭਉਜਲੁ ਆਪਿ ਹੈ ਬੋਹਿਥਾ ਆਪੇ ਖੇਵਟੁ ਆਪਿ ਤਰੇ ॥ ଇଶ୍ଵର ନିଜେ ହିଁ ଭୟାନକ ସାଗର ଅଟନ୍ତି, ସେ ସ୍ଵୟଂ ହିଁ ଜାହାଜ, ସେ ସ୍ଵୟଂ ହିଁ ନାବିକ ଆଉ ସେ ସ୍ଵୟଂ ହିଁ ପାର ହୁଅନ୍ତି।
ਆਪੇ ਕਰੇ ਕਰਾਏ ਕਰਤਾ ਅਵਰੁ ਨ ਦੂਜਾ ਤੁਝੈ ਸਰੇ ॥੯॥ ବିଶ୍ଵର ରଚୟିତା ସେ ସ୍ଵୟଂ ହିଁ ସବୁ କିଛି କରିଥାନ୍ତି ଏବଂ ଜୀବଙ୍କ ଦ୍ଵାରା କରାଇ ଥାଆନ୍ତି, ହେ କର୍ତ୍ତା! ତୋ’ ଭଳି ମହାନ ଆଉ କେହି ନାହାନ୍ତି ||9||
ਸਲੋਕ ਮਃ ੩॥ ଶ୍ଳୋକ ମହଲା 3 ॥
ਸਤਿਗੁਰ ਕੀ ਸੇਵਾ ਸਫਲ ਹੈ ਜੇ ਕੋ ਕਰੇ ਚਿਤੁ ਲਾਇ ॥ ସଦଗୁରଙ୍କୁ ସେବା ସେତେବେଳେ ସଫଳ ହୋଇଥାଏ, ଯଦି କେହି ଶ୍ରଦ୍ଧା ସହିତ ତାହା କରିଥାଏ।
ਨਾਮੁ ਪਦਾਰਥੁ ਪਾਈਐ ਅਚਿੰਤੁ ਵਸੈ ਮਨਿ ਆਇ ॥ ଏହି ଭାବରେ ତାହାକୁ ପରମାତ୍ମାଙ୍କ ନାମ ରୂପୀ ବହୁମୂଲ୍ୟ ଧନ ପ୍ରାପ୍ତ ହୋଇଥାଏ ଏବଂ ପରମାତ୍ମା ତାହାର ମନରେ ବାସ କରିଥାନ୍ତି।
ਜਨਮ ਮਰਨ ਦੁਖੁ ਕਟੀਐ ਹਉਮੈ ਮਮਤਾ ਜਾਇ ॥ ତାହାର ଜନ୍ମ-ମରଣର ପୀଡା ନଷ୍ଟ ହୋଇଯାଏ ଆଉ ଅହଂକାର ତଥା ମମତା ଦୂର ହୋଇଯାଏ।
ਉਤਮ ਪਦਵੀ ਪਾਈਐ ਸਚੇ ਰਹੈ ਸਮਾਇ ॥ ସେ ଉତ୍ତମ ପଦବୀ ପ୍ରାପ୍ତ କରିନିଏ ଆଉ ସତ୍ୟରେ ହିଁ ରହିଥାଏ।
ਨਾਨਕ ਪੂਰਬਿ ਜਿਨ ਕਉ ਲਿਖਿਆ ਤਿਨਾ ਸਤਿਗੁਰੁ ਮਿਲਿਆ ਆਇ ॥੧॥ ହେ ନାନକ! ଶୁଭକର୍ମ ଦ୍ଵାରା ଯାହାର ଭାଗ୍ୟରେ ଲେଖା ହୋଇଥାଏ, ତାହା ସହିତ ସଦଗୁରୁ ମିଳନ କରନ୍ତି ||1||
ਮਃ ੩ ॥ ମହଲା 3 ॥
ਨਾਮਿ ਰਤਾ ਸਤਿਗੁਰੂ ਹੈ ਕਲਿਜੁਗ ਬੋਹਿਥੁ ਹੋਇ ॥ ସଦଗୁରୁ ପରମାତ୍ମାଙ୍କ ନାମରେ ଲୀନ ଥାଆନ୍ତି, ଯିଏ ଏହି କଳିଯୁଗରେ ଜୀବଙ୍କୁ ପାର କରାଇବା ପାଇଁ ଏକ ଜାହାଜ ଅଟନ୍ତି।
ਗੁਰਮੁਖਿ ਹੋਵੈ ਸੁ ਪਾਰਿ ਪਵੈ ਜਿਨਾ ਅੰਦਰਿ ਸਚਾ ਸੋਇ ॥ ଯେଉଁ ମନୁଷ୍ୟ ଗୁରୁମୁଖୀ ବନିଯାଏ ଏବଂ ଯାହାର ହୃଦୟରେ ସଚ୍ଚା ପରମାତ୍ମା ନିବାସ କରିଥାନ୍ତି, ସେ ସଂସାର ସାଗରରୁ ପାର ହୋଇଯାଏ।
ਨਾਮੁ ਸਮ੍ਹ੍ਹਾਲੇ ਨਾਮੁ ਸੰਗ੍ਰਹੈ ਨਾਮੇ ਹੀ ਪਤਿ ਹੋਇ ॥ ସେ ତାହାଙ୍କ ନାମକୁ ହୃଦୟରେ ସମ୍ଭାଳି ରଖିଥାନ୍ତି ଏବଂ ନାମ ହିଁ ସଂଗ୍ରହ କରିଥାନ୍ତି ଆଉ ପରମାତ୍ମାଙ୍କ ନାମ ଦ୍ଵାରା ହିଁ ତାହାଙ୍କ ମାନ-ସମ୍ମାନ ହୋଇଥାଏ।
ਨਾਨਕ ਸਤਿਗੁਰੁ ਪਾਇਆ ਕਰਮਿ ਪਰਾਪਤਿ ਹੋਇ ॥੨॥ ହେ ନାନକ! ଯିଏ ସଦଗୁରୁଙ୍କୁ ପ୍ରାପ୍ତ କରିଛି, ତାହାକୁ ପ୍ରଭୁ-କୃପାରୁ ହିଁ ପ୍ରାପ୍ତ ହୋଇଛି ||2||
ਪਉੜੀ ॥ ପଉଡି ॥
ਆਪੇ ਪਾਰਸੁ ਆਪਿ ਧਾਤੁ ਹੈ ਆਪਿ ਕੀਤੋਨੁ ਕੰਚਨੁ ॥ ପରମାତ୍ମା ସ୍ଵୟଂ ହିଁ ପାରସ ଅଟନ୍ତି, ସେ ସ୍ଵୟଂ ହିଁ ଧାତୁ ଅଟନ୍ତି ଏବଂ ସେ ସ୍ଵୟଂ ହିଁ ଧାତୁକୁ ସ୍ଵର୍ଣ୍ଣ ବନାଇ ଦିଅନ୍ତି।
ਆਪੇ ਠਾਕੁਰੁ ਸੇਵਕੁ ਆਪੇ ਆਪੇ ਹੀ ਪਾਪ ਖੰਡਨੁ ॥ ସେ ସ୍ଵୟଂ ହିଁ ମାଲିକ ଆଉ ସେ ସ୍ଵୟଂ ହିଁ ସେବକ ଏବଂ ସେ ସ୍ଵୟଂ ହିଁ ପାପ ନାଶ କରିବା ବାଲା ଅଟନ୍ତି।
ਆਪੇ ਸਭਿ ਘਟ ਭੋਗਵੈ ਸੁਆਮੀ ਆਪੇ ਹੀ ਸਭੁ ਅੰਜਨੁ ॥ ସେ ସ୍ଵୟଂ ହିଁ ସବୁଙ୍କ ହୃଦୟରେ ବ୍ୟାପ୍ତ ହୋଇ ପଦାର୍ଥ ଭୋଗ କରୁଥିବା ମାଲିକ ଅଟନ୍ତି ଏବଂ ସେ ସ୍ଵୟଂ ହିଁ ମାୟାର ରୂପ ଅଟନ୍ତି।
ਆਪਿ ਬਿਬੇਕੁ ਆਪਿ ਸਭੁ ਬੇਤਾ ਆਪੇ ਗੁਰਮੁਖਿ ਭੰਜਨੁ ॥ ସେ ସ୍ଵୟଂ ହିଁ ବିବେକୀ ଅଟନ୍ତି, ସେ ସ୍ଵୟଂ ହିଁ ସର୍ବଜ୍ଞ ଆଉ ସେ ସ୍ଵୟଂ ହିଁ ଗୁରୁମୁଖୀ ହୋଇ ମୋହ-ମାୟାର ବନ୍ଧନ ନାଶ କରିଥାନ୍ତି।
ਜਨੁ ਨਾਨਕੁ ਸਾਲਾਹਿ ਨ ਰਜੈ ਤੁਧੁ ਕਰਤੇ ਤੂ ਹਰਿ ਸੁਖਦਾਤਾ ਵਡਨੁ ॥੧੦॥ ହେ ଜଗତର ରଚୟିତା ହରି! ନାନକ ତୋର ସ୍ତୁତି ଗାନ କରି କ୍ଳାନ୍ତ ହୋଇ ନାହାନ୍ତି, ତୁ ସବୁଠାରୁ ବଡ ସୁଖଦାତା ଅଟୁ ||10||
ਸਲੋਕੁ ਮਃ ੪ ॥ ଶ୍ଳୋକ ମହଲା 4 ॥
ਬਿਨੁ ਸਤਿਗੁਰ ਸੇਵੇ ਜੀਅ ਕੇ ਬੰਧਨਾ ਜੇਤੇ ਕਰਮ ਕਮਾਹਿ ॥ ସଦଗୁରୁଙ୍କ ସେବା ବ୍ୟତୀତ ମାନବ ଜୀବନରେ ଯେତେ କାର୍ଯ୍ୟ କରିଥାଏ, ତାହା ତା’ ପାଇଁ ବନ୍ଧନ ରୂପ ଅଟେ।
ਬਿਨੁ ਸਤਿਗੁਰ ਸੇਵੇ ਠਵਰ ਨ ਪਾਵਹੀ ਮਰਿ ਜੰਮਹਿ ਆਵਹਿ ਜਾਹਿ ॥ ଗୁରୁଙ୍କ ସେବା ବ୍ୟତୀତ ମାନବକୁ କେଉଁଠି ମଧ୍ୟ ସୁଖଦ ସ୍ଥାନ ପ୍ରାପ୍ତ ହୁଏ ନାହିଁ, ଯାହା କାରଣରୁ ସେ ମୃତ୍ୟୁ ପ୍ରାପ୍ତ କରି ପୁଣି ଜନ୍ମ ନେଇଥାଏ।
ਬਿਨੁ ਸਤਿਗੁਰ ਸੇਵੇ ਫਿਕਾ ਬੋਲਣਾ ਨਾਮੁ ਨ ਵਸੈ ਮਨਿ ਆਇ ॥ ସଦଗୁରୁଙ୍କ ସେବା ବ୍ୟତୀତ ମାନବ ରସହୀନ ଫିକା ହୋଇଥାଏ, ଯେଉଁ କାରଣରୁ ପରମାତ୍ମାଙ୍କ ନାମ ସେଥିରେ ନିବାସ କରେ ନାହିଁ।
ਨਾਨਕ ਬਿਨੁ ਸਤਿਗੁਰ ਸੇਵੇ ਜਮ ਪੁਰਿ ਬਧੇ ਮਾਰੀਅਹਿ ਮੁਹਿ ਕਾਲੈ ਉਠਿ ਜਾਹਿ ॥੧॥ ହେ ନାନକ! ସଦଗୁରୁଙ୍କ ସେବା ବ୍ୟତୀତ ମନୁଷ୍ୟ କଳା ମୁହଁ କରାଇ ଅର୍ଥାତ ବେଇଜ୍ଜତ ହୋଇ ଜଗତରୁ ଚାଲି ଯାଏ ଏବଂ ଯମପୁରୀରେ ବନ୍ଧା ହୋଇ ଦଣ୍ଡ ଭୋଗିଥାଏ||1||
ਮਃ ੩ ॥ ମହଲା 3 ॥
ਇਕਿ ਸਤਿਗੁਰ ਕੀ ਸੇਵਾ ਕਰਹਿ ਚਾਕਰੀ ਹਰਿ ਨਾਮੇ ਲਗੈ ਪਿਆਰੁ ॥ କିଛି ଲୋକ ସଦଗୁରୁଙ୍କ ସେବା କରିଥାନ୍ତି ଏବଂ ପରମେଶ୍ଵରଙ୍କ ନାମ ସହିତ ପ୍ରେମ ଲଗାଇ ଥାଆନ୍ତି।
ਨਾਨਕ ਜਨਮੁ ਸਵਾਰਨਿ ਆਪਣਾ ਕੁਲ ਕਾ ਕਰਨਿ ਉਧਾਰੁ ॥੨॥ ହେ ନାନକ! ସେ ତାହାର ଅମୂଲ୍ୟ ଜୀବନ ସଫଳ କରାଇ ଥାଏ ଓ ନିଜ ବଂଶଧରଙ୍କୁ ମଧ୍ୟ ଉଦ୍ଧାର କରାଇ ଥାଏ ||2||
ਪਉੜੀ ॥ ପଉଡି ॥
ਆਪੇ ਚਾਟਸਾਲ ਆਪਿ ਹੈ ਪਾਧਾ ਆਪੇ ਚਾਟੜੇ ਪੜਣ ਕਉ ਆਣੇ ॥ ପରମାତ୍ମା ସ୍ଵୟଂ ହିଁ ବିଦ୍ୟାର ମନ୍ଦିର ଅଟନ୍ତି, ସ୍ଵୟଂ ହିଁ ବିଦ୍ୟା ଦାତା ଶିକ୍ଷକ ଓ ସ୍ଵୟଂ ହିଁ ପଢିବା ପାଇଁ ବିଦ୍ୟାର୍ଥୀ ଆଣନ୍ତି।
ਆਪੇ ਪਿਤਾ ਮਾਤਾ ਹੈ ਆਪੇ ਆਪੇ ਬਾਲਕ ਕਰੇ ਸਿਆਣੇ ॥ ସେ ସ୍ଵୟଂ ହିଁ ପିତା ଓ ସ୍ଵୟଂ ହିଁ ମାତା, ସେ ସ୍ଵୟଂ ହିଁ ପୁତ୍ରକୁ ବିଦ୍ଵାନ ବନାଇ ଥାଆନ୍ତି।
ਇਕ ਥੈ ਪੜਿ ਬੁਝੈ ਸਭੁ ਆਪੇ ਇਕ ਥੈ ਆਪੇ ਕਰੇ ਇਆਣੇ ॥ ଗୋଟିଏ ପକ୍ଷରେ ସେ ସ୍ଵୟଂ ହିଁ ସବୁ କିଛି ପଢିଥାନ୍ତି ଆଉ ବୋଧ କରନ୍ତି, କିନ୍ତୁ ଅନ୍ୟ ପକ୍ଷରେ ସେ ସ୍ଵୟଂ ହିଁ ଜୀବଙ୍କୁ ଅବୁଝା ବନାଇ ଥାଆନ୍ତି।
ਇਕਨਾ ਅੰਦਰਿ ਮਹਲਿ ਬੁਲਾਏ ਜਾ ਆਪਿ ਤੇਰੈ ਮਨਿ ਸਚੇ ਭਾਣੇ ॥ ହେ ସଚ୍ଚା ପରମାତ୍ମା! କିଛି ଜୀବ, ଯେଉଁମାନେ ତୋର ମନକୁ ଭଲ ଲାଗନ୍ତି, ତାହାଙ୍କୁ ନିଜ ଦରବାରକୁ ଆମନ୍ତ୍ରିତ କରିଥାନ୍ତି।
error: Content is protected !!
Scroll to Top