Guru Granth Sahib Translation Project

guru granth sahib odia page-547

Page 547

ਬਿਨਵੰਤ ਨਾਨਕ ਕਰ ਦੇਇ ਰਾਖਹੁ ਗੋਬਿੰਦ ਦੀਨ ਦਇਆਰਾ ॥੪॥ ନାନକ ପ୍ରାର୍ଥନା କରିଛନ୍ତି ଯେ ହେ ଦୀନଦୟାଳୁ ଗୋବିନ୍ଦ! ନିଜ କୃପାର ହାତ ରଖି ମୋର ରକ୍ଷା କର ||4||
ਸੋ ਦਿਨੁ ਸਫਲੁ ਗਣਿਆ ਹਰਿ ਪ੍ਰਭੂ ਮਿਲਾਇਆ ਰਾਮ ॥ ସେହି ଦିନ ବଡ ଶୁଭ ଅଟେ ଯେବେ ପରମାତ୍ମାଙ୍କ ସହିତ ମିଳନ ହୋଇଥାଏ।
ਸਭਿ ਸੁਖ ਪਰਗਟਿਆ ਦੁਖ ਦੂਰਿ ਪਰਾਇਆ ਰਾਮ ॥ ସବୁ ସୁଖ ଐଶ୍ଚର୍ଯ୍ୟ ପ୍ରତ୍ୟକ୍ଷ ହୋଇଯାଇଛି ତଥା ଦୁଃଖ ମୋ’ ଠାରୁ ଦୂର ହୋଇଯାଇଛି।
ਸੁਖ ਸਹਜ ਅਨਦ ਬਿਨੋਦ ਸਦ ਹੀ ਗੁਨ ਗੁਪਾਲ ਨਿਤ ਗਾਈਐ ॥ ନିତ୍ୟ ଜଗତ ପାଳକ ଗୋପାଳଙ୍କ ଗୁଣଗାନ କରିବା ଦ୍ଵାରା ସର୍ବଦା ସ୍ଵାଭାବିକ ସୁଖ ଏବଂ ଆନନ୍ଦ-ବିନୋଦ ଉପଲବ୍ଧି ହୋଇଥାଏ।
ਭਜੁ ਸਾਧਸੰਗੇ ਮਿਲੇ ਰੰਗੇ ਬਹੁੜਿ ਜੋਨਿ ਨ ਧਾਈਐ ॥ ସନ୍ଥଙ୍କ ସଭାରେ ସାମିଲ ହୋଇ ମୁଁ ପ୍ରଭୁଙ୍କ ନାମର ଭଜନ କରିଥାଏ, ଯାହା ଫଳରେ ମୋତେ ପୁଣି ଯୋନିକୁ ଆସିବାକୁ ପଡିବ ନାହିଁ।
ਗਹਿ ਕੰਠਿ ਲਾਏ ਸਹਜਿ ਸੁਭਾਏ ਆਦਿ ਅੰਕੁਰੁ ਆਇਆ ॥ ପରମାତ୍ମା ସ୍ଵାଭାବିକ ଭାବରେ ମୋତେ ଗଳାରେ ଲଗାଇଛନ୍ତି ଏବଂ ମୋର ପୂର୍ବ ଜନ୍ମର ଶୁଭ କର୍ମର ଅଙ୍କୁର ଅଙ୍କୁରିତ ହୋଇ ଯାଇଛି।
ਬਿਨਵੰਤ ਨਾਨਕ ਆਪਿ ਮਿਲਿਆ ਬਹੁੜਿ ਕਤਹੂ ਨ ਜਾਇਆ ॥੫॥੪॥੭॥ ନାନକ ପ୍ରାର୍ଥନା କରିଛନ୍ତି ଯେ ଭଗବାନ ସ୍ଵୟଂ ହି ମୋତେ ମିଳିଛନ୍ତି ଏବଂ ସେ କେବେ ମଧ୍ୟ ମୋ’ ଠାରୁ ଦୂରକୁ ଯାଆନ୍ତି ନାହିଁ॥5॥4॥7॥
ਬਿਹਾਗੜਾ ਮਹਲਾ ੫ ਛੰਤ ॥ ବିହଗଡା ମହଲା 5 ଛନ୍ତ ॥
ਸੁਨਹੁ ਬੇਨੰਤੀਆ ਸੁਆਮੀ ਮੇਰੇ ਰਾਮ ॥ ହେ ମୋର ସ୍ଵାମୀ! ମୋର ନିବେଦନ ଶୁଣ,
ਕੋਟਿ ਅਪ੍ਰਾਧ ਭਰੇ ਭੀ ਤੇਰੇ ਚੇਰੇ ਰਾਮ ॥ ଆମ ଠାରେ କୋଟି କୋଟି ଅପରାଧ ଭରି ହୋଇ ଥାଉ, କିନ୍ତୁ ଆମେ ତୋର ସେବକ ଅଟୁ।
ਦੁਖ ਹਰਨ ਕਿਰਪਾ ਕਰਨ ਮੋਹਨ ਕਲਿ ਕਲੇਸਹ ਭੰਜਨਾ ॥ ହେ ଦୁଃଖ ନାଶକ! ହେ କୃପା କରିବା ବାଲା ମୋହନ! ହେ କଳହ-କ୍ଳେଶର ନାଶକ!
ਸਰਨਿ ਤੇਰੀ ਰਖਿ ਲੇਹੁ ਮੇਰੀ ਸਰਬ ਮੈ ਨਿਰੰਜਨਾ ॥ ହେ ସର୍ବବ୍ୟାପକ ନିରଞ୍ଜନ! ମୁଁ ତୋର ଶରଣରେ ଆସିଛି, ଦୟା କରି ମୋର ମାନ-ପ୍ରତିଷ୍ଠା ରଖ।
ਸੁਨਤ ਪੇਖਤ ਸੰਗਿ ਸਭ ਕੈ ਪ੍ਰਭ ਨੇਰਹੂ ਤੇ ਨੇਰੇ ॥ ପ୍ରଭୁ ସବୁଙ୍କୁ ଶୁଣନ୍ତି ଏବଂ ଦେଖନ୍ତି, ସେ ଆମ ସବୁଙ୍କ ସାଥିରେ ଅଛନ୍ତି ଆଉ ନିକଟରୁ ଅତି ନିକଟରେ ଅଛନ୍ତି।
ਅਰਦਾਸਿ ਨਾਨਕ ਸੁਨਿ ਸੁਆਮੀ ਰਖਿ ਲੇਹੁ ਘਰ ਕੇ ਚੇਰੇ ॥੧॥ ସ୍ଵାମୀ! ନାନକଙ୍କ ପ୍ରାର୍ଥନା ଶୁଣ ଏବଂ ମୋତେ ନିଜ ଘରର ସେବକ ଭଳି ରଖ॥1॥
ਤੂ ਸਮਰਥੁ ਸਦਾ ਹਮ ਦੀਨ ਭੇਖਾਰੀ ਰਾਮ ॥ ହେ ରାମ! ତୁ ସର୍ବଦା ସର୍ବଶକ୍ତିମାନ ଅଟୁ, ପରନ୍ତୁ ଆମେ, ଜୀବ, ଦୀନ, ଭିକାରୀ ଅଟୁ।
ਮਾਇਆ ਮੋਹਿ ਮਗਨੁ ਕਢਿ ਲੇਹੁ ਮੁਰਾਰੀ ਰਾਮ ॥ ହେ ମୁରାରୀ ପ୍ରଭୁ! ମୁଁ ମାୟାର ମୋହରେ ମଗ୍ନ ଅଛି, ଦୟା କରି ମୋତେ ମାୟା ଠାରୁ ବାହାର କର।
ਲੋਭਿ ਮੋਹਿ ਬਿਕਾਰਿ ਬਾਧਿਓ ਅਨਿਕ ਦੋਖ ਕਮਾਵਨੇ ॥ ଲୋଭ, ମୋହ ଏବଂ ବିକାରରେ ଫସି ମୁଁ ଅନେକ ଦୋଷ କରିଛି।
ਅਲਿਪਤ ਬੰਧਨ ਰਹਤ ਕਰਤਾ ਕੀਆ ਅਪਨਾ ਪਾਵਨੇ ॥ ଜୀବ ନିଜେ କରିଥିବା ଶୁଭାଶୁଭ କର୍ମର ଫଳ ଭୋଗିଥାଏ।
ਕਰਿ ਅਨੁਗ੍ਰਹੁ ਪਤਿਤ ਪਾਵਨ ਬਹੁ ਜੋਨਿ ਭ੍ਰਮਤੇ ਹਾਰੀ ॥ ହେ ପତିତପାବନ! ମୋ’ ଉପରେ ଅନୁଗ୍ରହ କର, କାରଣ ମୁଁ ଅନେକ ଯୋନିରେ ପଥଭ୍ରଷ୍ଟ ହୋଇ ହାରି ଯାଇଛି।
ਬਿਨਵੰਤਿ ਨਾਨਕ ਦਾਸੁ ਹਰਿ ਕਾ ਪ੍ਰਭ ਜੀਅ ਪ੍ਰਾਨ ਅਧਾਰੀ ॥੨॥ ନାନକ ପ୍ରାର୍ଥନା କରିଛନ୍ତି ଯେ ମୁଁ ପରମାତ୍ମାଙ୍କ ସେବକ ଅଟେ ଆଉ ଏହା ମୋର ଆତ୍ମା ଓ ପ୍ରାଣର ଆଧାର ଅଟେ॥2॥
ਤੂ ਸਮਰਥੁ ਵਡਾ ਮੇਰੀ ਮਤਿ ਥੋਰੀ ਰਾਮ ॥ ହେ ରାମ! ତୁ ସର୍ବକଳା ସମର୍ଥ ଏବଂ ବହୁତ ବଡ ଅଟୁ, କିନ୍ତୁ ମୋର ବୁଦ୍ଧି ବଡ ତୁଚ୍ଛ ଅଟେ,
ਪਾਲਹਿ ਅਕਿਰਤਘਨਾ ਪੂਰਨ ਦ੍ਰਿਸਟਿ ਤੇਰੀ ਰਾਮ ॥ ତୁ କୃତଘ୍ନ ଜୀବଙ୍କ ମଧ୍ୟ ପାଳନ ପୋଷଣ କରୁ ଏବଂ ସବୁ ଜୀବଙ୍କ ଉପରେ ତୋର ପୂର୍ଣ୍ଣ କୃପା ଦୃଷ୍ଟି ଅଛି।
ਅਗਾਧਿ ਬੋਧਿ ਅਪਾਰ ਕਰਤੇ ਮੋਹਿ ਨੀਚੁ ਕਛੂ ਨ ਜਾਨਾ ॥ ହେ ଜଗତର ରଚୟିତା! ତୁ ଅପାର ଅଟୁ ଏବଂ ତୋର ଜ୍ଞାନ ଅନନ୍ତ ଅଟେ, କିନ୍ତୁ ମୁଁ, ନୀଚ ଜୀବ, କିଛି ମଧ୍ୟ ଜାଣେ ନାହିଁ।
ਰਤਨੁ ਤਿਆਗਿ ਸੰਗ੍ਰਹਨ ਕਉਡੀ ਪਸੂ ਨੀਚੁ ਇਆਨਾ ॥ ମୁଁ ପଶୁ ସମାନ ବିମୂଢ ଏବଂ ନୀଚ ଅଟେ, ଯିଏ ତୋର ଅମୂଲ୍ୟ ନାମ-ରତ୍ନକୁ ତ୍ୟାଗ କରି କଉଡି ଏକାଠି କରିଛି।
ਤਿਆਗਿ ਚਲਤੀ ਮਹਾ ਚੰਚਲਿ ਦੋਖ ਕਰਿ ਕਰਿ ਜੋਰੀ ॥ ହେ ପ୍ରଭୁ! ମୁଁ ଦୋଷ କରି ଏହି ମାୟା ଅର୍ଜନ କରିଛି, ଯାହା ମହା ଚଞ୍ଚଳ ଅଟେ ଆଉ ଜୀବଙ୍କୁ ତ୍ୟାଗ କରି ଚାଲିଯାଏ।
ਨਾਨਕ ਸਰਨਿ ਸਮਰਥ ਸੁਆਮੀ ਪੈਜ ਰਾਖਹੁ ਮੋਰੀ ॥੩॥ ନାନକ ପ୍ରାର୍ଥନା କରିଛନ୍ତି ଯେ ହେ ସର୍ବକଳା ସମର୍ଥ ପ୍ରଭୁ! ମୁଁ ତୋର ଶରଣରେ ଆସିଛି, ଦୟା କରି ମୋର ସମ୍ମାନ ରଖ॥3॥
ਜਾ ਤੇ ਵੀਛੁੜਿਆ ਤਿਨਿ ਆਪਿ ਮਿਲਾਇਆ ਰਾਮ ॥ ଯେଉଁ ପରମାତ୍ମା ବିଛେଦ ହୋଇଥିଲେ, ସେ ସ୍ଵୟଂ ନିଜ ସାଥିରେ ମିଶାଇଛନ୍ତି।
ਸਾਧੂ ਸੰਗਮੇ ਹਰਿ ਗੁਣ ਗਾਇਆ ਰਾਮ ॥ ସନ୍ଥଙ୍କ ସଭାରେ ସମ୍ମିଳିତ ହୋଇ ଶ୍ରୀହରିଙ୍କ ଗୁଣଗାନ କରିଛି।
ਗੁਣ ਗਾਇ ਗੋਵਿਦ ਸਦਾ ਨੀਕੇ ਕਲਿਆਣ ਮੈ ਪਰਗਟ ਭਏ ॥ ସେହି ଜଗତପାଳକଙ୍କ ଗୁଣସ୍ତୁତି କରିବା ଦ୍ଵାରା କଲ୍ୟାଣସ୍ଵରୂପ ଇଶ୍ଵର ପ୍ରତ୍ୟକ୍ଷ ହୋଇଛନ୍ତି।
ਸੇਜਾ ਸੁਹਾਵੀ ਸੰਗਿ ਪ੍ਰਭ ਕੈ ਆਪਣੇ ਪ੍ਰਭ ਕਰਿ ਲਏ ॥ ପ୍ରଭୁଙ୍କ ସାଥିରେ ମୋର ସେଜ ସୁନ୍ଦର ହୋଇଯାଇଛି ଏବଂ ସେ ମୋତେ ନିଜର ବନାଇଛନ୍ତି।
ਛੋਡਿ ਚਿੰਤ ਅਚਿੰਤ ਹੋਏ ਬਹੁੜਿ ਦੂਖੁ ਨ ਪਾਇਆ ॥ ମୁଁ ଚିନ୍ତା ତ୍ୟାଗ କରି ନିଶ୍ଚିନ୍ତ ହୋଇଯାଇଛି ଏବଂ ମୁଁ ପୁନଃ କୌଣସି ଦୁଃଖ ପ୍ରାପ୍ତ କରି ନାହିଁ।
ਨਾਨਕ ਦਰਸਨੁ ਪੇਖਿ ਜੀਵੇ ਗੋਵਿੰਦ ਗੁਣ ਨਿਧਿ ਗਾਇਆ ॥੪॥੫॥੮॥ ନାନକ କଥନ କରିଛନ୍ତି ଯେ ସେ ପରମାତ୍ମାଙ୍କ ଦର୍ଶନ କରି ହିଁ ଜୀବିତ ରହିଥାନ୍ତି ଏବଂ ଗୁଣର ଭଣ୍ଡାର ପ୍ରଭୁଙ୍କ ଯଶୋଗାନ କରିଥାନ୍ତି॥4॥5॥8॥
ਬਿਹਾਗੜਾ ਮਹਲਾ ੫ ਛੰਤ ॥ ବିହଗଡା ମହଲା 5 ଛନ୍ତ ॥
ਬੋਲਿ ਸੁਧਰਮੀੜਿਆ ਮੋਨਿ ਕਤ ਧਾਰੀ ਰਾਮ ॥ ହେ ସୁଧର୍ମୀ ମାନବ ଜୀବ! ବୋଲ, କାହିଁକି ମୌନ ଧାରଣ କରିଛ?
ਤੂ ਨੇਤ੍ਰੀ ਦੇਖਿ ਚਲਿਆ ਮਾਇਆ ਬਿਉਹਾਰੀ ਰਾਮ ॥ ନିଜ ନେତ୍ରରେ ତୁ ମାୟାର ବ୍ୟବହାର ଦେଖିଛୁ, ଯାହା ସବୁ ନଶ୍ଵର ଅଟେ।
ਸੰਗਿ ਤੇਰੈ ਕਛੁ ਨ ਚਾਲੈ ਬਿਨਾ ਗੋਬਿੰਦ ਨਾਮਾ ॥ ହେ ମାନବ ଜୀବ! ଗୋବିନ୍ଦଙ୍କ ନାମ ଅତିରିକ୍ତ ତୋ’ ସାଥିରେ କିଛି ମଧ୍ୟ ଯିବ ନାହିଁ।
ਦੇਸ ਵੇਸ ਸੁਵਰਨ ਰੂਪਾ ਸਗਲ ਊਣੇ ਕਾਮਾ ॥ ଦେଶ, ବସ୍ତ୍ର, ସ୍ଵର୍ଣ୍ଣ ତଥା ରୂପା ସବୁର କାର୍ଯ୍ୟ ବ୍ୟର୍ଥ ଅଟେ।
ਪੁਤ੍ਰ ਕਲਤ੍ਰ ਨ ਸੰਗਿ ਸੋਭਾ ਹਸਤ ਘੋਰਿ ਵਿਕਾਰੀ ॥ ପୁତ୍ର, ପତ୍ନୀ, ଦୁନିଆର ଶୋଭା ଜୀବଙ୍କ ସାଥି ଦିଅନ୍ତି ନାହିଁ ଏବଂ ହାତୀ-ଘୋଡା ତଥା ଅନ୍ୟ ଆକର୍ଷଣ ବିକାର ଆଡକୁ ପ୍ରେରିତ କରିଥାଏ।
ਬਿਨਵੰਤ ਨਾਨਕ ਬਿਨੁ ਸਾਧਸੰਗਮ ਸਭ ਮਿਥਿਆ ਸੰਸਾਰੀ ॥੧॥ ନାନକ ପ୍ରାର୍ଥନା କରିଛନ୍ତି ଯେ ସନ୍ଥଙ୍କ ସଂଗତି ବିନା ସାରା ଜଗତ ମିଥ୍ୟା ଅଟେ॥1॥


© 2017 SGGS ONLINE
Scroll to Top