Guru Granth Sahib Translation Project

guru granth sahib odia page-541

Page 541

ਗੁਰੁ ਪੂਰਾ ਨਾਨਕਿ ਸੇਵਿਆ ਮੇਰੀ ਜਿੰਦੁੜੀਏ ਜਿਨਿ ਪੈਰੀ ਆਣਿ ਸਭਿ ਘਤੇ ਰਾਮ ॥੩॥ ନାନକ ପୂର୍ଣ୍ଣ ଗୁରୁଙ୍କ ସେବା ଶ୍ରଦ୍ଧାର ସହିତ କରିଛନ୍ତି, ହେ ମୋର ଆତ୍ମା! ଯିଏ ସମସ୍ତଙ୍କୁ ନେଇ ତାହାଙ୍କ ଚରଣରେ ରଖିଥାନ୍ତି॥3॥
ਸੋ ਐਸਾ ਹਰਿ ਨਿਤ ਸੇਵੀਐ ਮੇਰੀ ਜਿੰਦੁੜੀਏ ਜੋ ਸਭ ਦੂ ਸਾਹਿਬੁ ਵਡਾ ਰਾਮ ॥ ହେ ମୋର ଆତ୍ମା! ସେହି ପରମେଶ୍ଵରଙ୍କ ଭକ୍ତି କରିବା ଉଚିତ, ଯିଏ ସବୁ ଜୀବଙ୍କ ମାଲିକ ଅଟନ୍ତି।
ਜਿਨ੍ਹ੍ਹੀ ਇਕ ਮਨਿ ਇਕੁ ਅਰਾਧਿਆ ਮੇਰੀ ਜਿੰਦੁੜੀਏ ਤਿਨਾ ਨਾਹੀ ਕਿਸੈ ਦੀ ਕਿਛੁ ਚਡਾ ਰਾਮ ॥ ଯେଉଁ ଲୋକ ଏକ ମନରେ ଏକ ପରମାତ୍ମାଙ୍କ ଆରାଧନା କରିଥାଏ, ସେ ଆଉ କାହା ବିଷୟରେ ଚିନ୍ତା କରିନଥାଏ।
ਗੁਰ ਸੇਵਿਐ ਹਰਿ ਮਹਲੁ ਪਾਇਆ ਮੇਰੀ ਜਿੰਦੁੜੀਏ ਝਖ ਮਾਰਨੁ ਸਭਿ ਨਿੰਦਕ ਘੰਡਾ ਰਾਮ ॥ ଗୁରୁଙ୍କ ସେବା କରିବା ଦ୍ଵାରା ହରିଙ୍କ ମନ୍ଦିର (ଆତ୍ମସ୍ଵରୂପ) ପ୍ରାପ୍ତ ହୋଇଯାଏ,
ਜਨ ਨਾਨਕ ਨਾਮੁ ਧਿਆਇਆ ਮੇਰੀ ਜਿੰਦੁੜੀਏ ਧੁਰਿ ਮਸਤਕਿ ਹਰਿ ਲਿਖਿ ਛਡਾ ਰਾਮ ॥੪॥੫॥ ହେ ମୋର ଆତ୍ମା! ସେ ହିଁ ହରିନାମର ଚିନ୍ତନ କରିଥାଏ, ଯାହାର କପାଳରେ ପ୍ରାରମ୍ଭରୁ ହିଁ ପରମେଶ୍ଵର ଲେଖିଥାନ୍ତି ||4||5||
ਬਿਹਾਗੜਾ ਮਹਲਾ ੪ ॥ ବିହଗଡା ମହଲା 4 ॥
ਸਭਿ ਜੀਅ ਤੇਰੇ ਤੂੰ ਵਰਤਦਾ ਮੇਰੇ ਹਰਿ ਪ੍ਰਭ ਤੂੰ ਜਾਣਹਿ ਜੋ ਜੀਇ ਕਮਾਈਐ ਰਾਮ ॥ ହେ ମୋର ହରି-ପ୍ରଭୁ! ସବୁ ଜୀବ ତୋ’ ଦ୍ଵାରା ଜାତ ହୋଇଛନ୍ତି, ସବୁଙ୍କ ଭିତରେ ତୁ ହିଁ ମହଜୁଦ ଅଛୁ, ଏହି ଜୀବ ଯାହା କିଛି କର୍ମ କରିଥାଏ, ସେହି ବିଷୟରେ ତୁ ଜାଣୁ।
ਹਰਿ ਅੰਤਰਿ ਬਾਹਰਿ ਨਾਲਿ ਹੈ ਮੇਰੀ ਜਿੰਦੁੜੀਏ ਸਭ ਵੇਖੈ ਮਨਿ ਮੁਕਰਾਈਐ ਰਾਮ ॥ ହେ ମୋର ଆତ୍ମା! ହରି ଭିତରେ ଏବଂ ବାହାରେ ସବୁ ଜୀବଙ୍କ ସାଥିରେ ଅଛନ୍ତି ତଥା ସବୁ କିଛି ଦେଖିଥାନ୍ତି, କିନ୍ତୁ ଅଜ୍ଞାନ ମନୁଷ୍ୟ ନିଜ ପାପକୁ ଅସ୍ଵୀକାର କରିଥାଏ।
ਮਨਮੁਖਾ ਨੋ ਹਰਿ ਦੂਰਿ ਹੈ ਮੇਰੀ ਜਿੰਦੁੜੀਏ ਸਭ ਬਿਰਥੀ ਘਾਲ ਗਵਾਈਐ ਰਾਮ ॥ ହେ ମୋର ଆତ୍ମା! ସ୍ଵେଚ୍ଛାଚାରୀ ଲୋକଙ୍କ ଠାରୁ ଭଗବାନ ଦୂରରେ ରହିଥାନ୍ତି ତଥା ତାହାର ସବୁ ପରିଶ୍ରମ ନିଷ୍ଫଳ ହୋଇଯାଏ।
ਜਨ ਨਾਨਕ ਗੁਰਮੁਖਿ ਧਿਆਇਆ ਮੇਰੀ ਜਿੰਦੁੜੀਏ ਹਰਿ ਹਾਜਰੁ ਨਦਰੀ ਆਈਐ ਰਾਮ ॥੧॥ ହେ ମୋର ଆତ୍ମା! ନାନକ ଗୁରୁମୁଖୀ ବନି ହରିଙ୍କ ଆରାଧନା କରିଛନ୍ତି ତଥା ସେ ହରିଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖିଥାନ୍ତି॥1॥
ਸੇ ਭਗਤ ਸੇ ਸੇਵਕ ਮੇਰੀ ਜਿੰਦੁੜੀਏ ਜੋ ਪ੍ਰਭ ਮੇਰੇ ਮਨਿ ਭਾਣੇ ਰਾਮ ॥ ହେ ମୋର ଆତ୍ମା!ସେହି ସଚ୍ଚା ଭକ୍ତ ତଥା ସେବକ ଅଟେ , ଯିଏ ନିଜ ଚିତ୍ତରେ ପ୍ରଭୁଙ୍କୁ ଲୋଭାୟିତ କରିଥାଏ।
ਸੇ ਹਰਿ ਦਰਗਹ ਪੈਨਾਇਆ ਮੇਰੀ ਜਿੰਦੁੜੀਏ ਅਹਿਨਿਸਿ ਸਾਚਿ ਸਮਾਣੇ ਰਾਮ ॥ ହେ ମୋର ଆତ୍ମା! ହରିଙ୍କ ଦରବାରରେ ଏପରି ସଚ୍ଚା ଭକ୍ତ ଏବଂ ସେବକକୁ ପ୍ରତିଷ୍ଠାର ବସ୍ତ୍ର ପିନ୍ଧାଯାଏ ଆଉ ସେ ରାତି ଦିନ ସତ୍ୟରେ ରହିଥାଏ।
ਤਿਨ ਕੈ ਸੰਗਿ ਮਲੁ ਉਤਰੈ ਮੇਰੀ ਜਿੰਦੁੜੀਏ ਰੰਗਿ ਰਾਤੇ ਨਦਰਿ ਨੀਸਾਣੇ ਰਾਮ ॥ ହେ ମୋର ଆତ୍ମା! ତାହାଙ୍କ ସଙ୍ଗତିରେ ରହିଲେ ବିକାରର ମଇଳା ଦୂର ହୋଇଯାଏ, ଯେଉଁ ପ୍ରାଣୀ ପରମେଶ୍ଵରଙ୍କ ପ୍ରେମ ରଙ୍ଗରେ ରଙ୍ଗୀନ ହୋଇଥାଏ, ତା’ ଉପରେ ତାହାଙ୍କ କୃପାର ଚିହ୍ନ ଅଙ୍କିତ
ਨਾਨਕ ਕੀ ਪ੍ਰਭ ਬੇਨਤੀ ਮੇਰੀ ਜਿੰਦੁੜੀਏ ਮਿਲਿ ਸਾਧੂ ਸੰਗਿ ਅਘਾਣੇ ਰਾਮ ॥੨॥ ହେ ମୋର ଆତ୍ମା! ନାନକ ପ୍ରଭୁଙ୍କ ଠାରେ ବିନତି କରନ୍ତି ଯେ ସେ ସାଧୁଙ୍କ ସଙ୍ଗତିରେ ରହି ତୃପ୍ତ ହେବେ॥2॥
ਹੇ ਰਸਨਾ ਜਪਿ ਗੋਬਿੰਦੋ ਮੇਰੀ ਜਿੰਦੁੜੀਏ ਜਪਿ ਹਰਿ ਹਰਿ ਤ੍ਰਿਸਨਾ ਜਾਏ ਰਾਮ ॥ ହେ ମୋର ଆତ୍ମା! ପରମାତ୍ମାଙ୍କ ଭଜନ କର, ଏଥିରେ ତୃଷ୍ଣା ଦୂର ହୋଇଯାଏ।
ਜਿਸੁ ਦਇਆ ਕਰੇ ਮੇਰਾ ਪਾਰਬ੍ਰਹਮੁ ਮੇਰੀ ਜਿੰਦੁੜੀਏ ਤਿਸੁ ਮਨਿ ਨਾਮੁ ਵਸਾਏ ਰਾਮ ॥ ହେ ମୋର ଆତ୍ମା! ମୋର ପରଂବ୍ରହ୍ମ ଯେଉଁ ଜୀବ ଉପରେ ଦୟା କରିଥାନ୍ତି, ସେ ତାହାଙ୍କ ମନରେ ନିଜ ନାମ ସ୍ଥାପନ କରିଥାନ୍ତି।
ਜਿਸੁ ਭੇਟੇ ਪੂਰਾ ਸਤਿਗੁਰੂ ਮੇਰੀ ਜਿੰਦੁੜੀਏ ਸੋ ਹਰਿ ਧਨੁ ਨਿਧਿ ਪਾਏ ਰਾਮ ॥ ଯେଉଁ ବ୍ୟକ୍ତି ପୂର୍ଣ୍ଣ ସଦଗୁରୁଙ୍କ ସହିତ ମିଳନ କରିଥାଏ, ତାହାକୁ ହରି ଧନ ରୂପୀ ନିଧି ପ୍ରାପ୍ତ ହୋଇଯାଏ।
ਵਡਭਾਗੀ ਸੰਗਤਿ ਮਿਲੈ ਮੇਰੀ ਜਿੰਦੁੜੀਏ ਨਾਨਕ ਹਰਿ ਗੁਣ ਗਾਏ ਰਾਮ ॥੩॥ ନାନକ କହନ୍ତି ଯେ ହେ ମୋର ଆତ୍ମା! ସୌଭାଗ୍ୟରୁ ହିଁ ସଦଗୁରୁଙ୍କ ସଂଗତି ମିଳିଥାଏ, ଯେଉଁଠି ଭଗବାନଙ୍କ ଯଶୋଗାନ ହୋଇଥାଏ॥3॥
ਥਾਨ ਥਨੰਤਰਿ ਰਵਿ ਰਹਿਆ ਮੇਰੀ ਜਿੰਦੁੜੀਏ ਪਾਰਬ੍ਰਹਮੁ ਪ੍ਰਭੁ ਦਾਤਾ ਰਾਮ ॥ ହେ ମୋର ଆତ୍ମା!ପରଂବ୍ରହ୍ମ ପ୍ରଭୁ ସବୁ ଜୀବଙ୍କ ଦାତା, ବିଶ୍ଵର ସବୁଠାରେ ବାସ କରିଥାନ୍ତି,
ਤਾ ਕਾ ਅੰਤੁ ਨ ਪਾਈਐ ਮੇਰੀ ਜਿੰਦੁੜੀਏ ਪੂਰਨ ਪੁਰਖੁ ਬਿਧਾਤਾ ਰਾਮ ॥ ତାହାଙ୍କ ଅନ୍ତ ପାଇ ହୁଏନାହିଁ, କାରଣ ସେହି ପୂର୍ଣ୍ଣ ଅକାଳପୁରୁଷ ବିଧାତା ଅଟନ୍ତି।
ਸਰਬ ਜੀਆ ਪ੍ਰਤਿਪਾਲਦਾ ਮੇਰੀ ਜਿੰਦੁੜੀਏ ਜਿਉ ਬਾਲਕ ਪਿਤ ਮਾਤਾ ਰਾਮ ॥ ହେ ମୋର ଆତ୍ମା! ସେ ସବୁ ଜୀବଙ୍କ ଏପରି ଭରଣ-ପୋଷଣ କରିଥାନ୍ତି, ଯେପରି ମାତା-ପିତା ନିଜ ସନ୍ତାନକୁ କରିଥାନ୍ତି।
ਸਹਸ ਸਿਆਣਪ ਨਹ ਮਿਲੈ ਮੇਰੀ ਜਿੰਦੁੜੀਏ ਜਨ ਨਾਨਕ ਗੁਰਮੁਖਿ ਜਾਤਾ ਰਾਮ ॥੪॥੬॥ ਛਕਾ ੧ ॥ ହେ ମୋର ଆତ୍ମା! ହଜାର ହଜାର ଚତୁରତା ପ୍ରୟୋଗ କରିବା ପରେ ମଧ୍ୟ ଭଗବାନ ମିଳନ୍ତି ନାହିଁ, କିନ୍ତୁ ନାନକ ଗୁରୁମୁଖୀ ବନି ଈଶ୍ଵରଙ୍କୁ ବୁଝିଛନ୍ତି॥4॥6॥ଛକା1॥
ਬਿਹਾਗੜਾ ਮਹਲਾ ੫ ਛੰਤ ਘਰੁ ੧॥ ବିହଗଡା ମହଲା 5 ଛନ୍ତ ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਹਰਿ ਕਾ ਏਕੁ ਅਚੰਭਉ ਦੇਖਿਆ ਮੇਰੇ ਲਾਲ ਜੀਉ ਜੋ ਕਰੇ ਸੁ ਧਰਮ ਨਿਆਏ ਰਾਮ ॥ ହେ ମୋର ପ୍ରିୟ! ମୁଁ ଈଶ୍ଵରଙ୍କ ଏକ ଅଦ୍ଭୁତ କୌତୁକ ଦେଖିଛି ଯେ ସେ ଯାହା କିଛି ମଧ୍ୟ କରିଥାନ୍ତି, ତାହା ଧର୍ମ ଅନୁସାରେ ନ୍ୟାୟ କରିଥାନ୍ତି।
ਹਰਿ ਰੰਗੁ ਅਖਾੜਾ ਪਾਇਓਨੁ ਮੇਰੇ ਲਾਲ ਜੀਉ ਆਵਣੁ ਜਾਣੁ ਸਬਾਏ ਰਾਮ ॥ ଇଶ୍ଵର ଏହି ସୃଷ୍ଟିକୁ ଏପରି ଏକ ରଙ୍ଗ ଭବନ ଅଥବା ଆଖଡା ବନାଇଛନ୍ତି, ଯେଉଁଠି ସବୁ ଜୀବଙ୍କ ଜନ୍ମ-ମରଣ ଅଟଳ ହୋଇଛି ଅର୍ଥାତ ଏହି ସୃଷ୍ଟିରେ ପ୍ରାଣୀ ଜନ୍ମ ରୂପରେ ଆସିଥାଏ ତଥା ମୃତ୍ୟୁ ରୂପରେ ଚାଲିଯାଏ।
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/