Page 53
ਭਾਈ ਰੇ ਸਾਚੀ ਸਤਿਗੁਰ ਸੇਵ ॥
ହେ ଭାଇ! କେବଳ ସଦଗୁରୁଙ୍କ ଶ୍ରଦ୍ଧାପୂର୍ବକ ନିଷ୍କାମ ସେବା ହିଁ ସତ୍ୟ ଅଟେ।
ਸਤਿਗੁਰ ਤੁਠੈ ਪਾਈਐ ਪੂਰਨ ਅਲਖ ਅਭੇਵ ॥੧॥ ਰਹਾਉ ॥
ଯଦି ସଦଗୁରୁ ପରମ-ପ୍ରସନ୍ନ ହୋଇଯାନ୍ତି, ସର୍ବ ବ୍ୟାପକ ଅଗାଢ, ଅଦୃଶ୍ୟ ସ୍ଵାମୀ ପ୍ରାପ୍ତ ହୋଇଥାଏ ॥1॥ରୁହ॥
ਸਤਿਗੁਰ ਵਿਟਹੁ ਵਾਰਿਆ ਜਿਨਿ ਦਿਤਾ ਸਚੁ ਨਾਉ ॥
ମୁଁ ସଦଗୁରୁଙ୍କ ପ୍ରତି ସମର୍ପିତ, ଯିଏ ମୋତେ ସତ୍ୟ-ନାମ ପ୍ରଦାନ କରିଛନ୍ତି।
ਅਨਦਿਨੁ ਸਚੁ ਸਲਾਹਣਾ ਸਚੇ ਕੇ ਗੁਣ ਗਾਉ ॥
ବର୍ତ୍ତମାନ ରାତି ଦିନ ସେହି ସତ୍ୟପୁରୁଷଙ୍କ ଯଶୋଗାନ କରିଥାଏ ଆଉ ସତ୍ୟର ମଧ୍ୟ କୀର୍ତି କରିଥାଏ।
ਸਚੁ ਖਾਣਾ ਸਚੁ ਪੈਨਣਾ ਸਚੇ ਸਚਾ ਨਾਉ ॥੨॥
ସେହି ସତ୍ୟ ସ୍ୱରୂପ ପରମାତ୍ମାଙ୍କ ଭୋଜନ ମଧ୍ୟ ସତ୍ୟ ଆଉ ତାହାଙ୍କ ପୋଷାକ ସତ୍ୟ ଆଉ ସେହି ସଚ୍ଚା ପ୍ରଭୁଙ୍କ ସତ୍ୟ ନାମର ସ୍ମରଣ ଅକରିଥାଏ ॥2॥
ਸਾਸਿ ਗਿਰਾਸਿ ਨ ਵਿਸਰੈ ਸਫਲੁ ਮੂਰਤਿ ਗੁਰੁ ਆਪਿ ॥
ହେ ପ୍ରାଣୀ! ଶ୍ଵାସ ନେବା ତଥା ଭୋଜନ ପାନ କରିବା ସମୟରେ ମୋତେ କେବେ ଗୁରୁ ବିସ୍ମୃତ ହୁଅନ୍ତି ନାହିଁ, ଯିଏ ସ୍ଵୟଂ ହିଁ ଦାତା ଗୁରୁ-ମୂର୍ତ୍ତି ଅଟେ।
ਗੁਰ ਜੇਵਡੁ ਅਵਰੁ ਨ ਦਿਸਈ ਆਠ ਪਹਰ ਤਿਸੁ ਜਾਪਿ ॥
ଗୁରୁଙ୍କ ସମାନ ଅନ୍ୟ କେହି ମଧ୍ୟ ଦେଖାଯାନ୍ତି ନାହିଁ, ଏଥିପାଇଁ ଦିନର ଆଠ ପହର ତାଙ୍କରି ବନ୍ଦନା କରିବା ଉଚିତ।
ਨਦਰਿ ਕਰੇ ਤਾ ਪਾਈਐ ਸਚੁ ਨਾਮੁ ਗੁਣਤਾਸਿ ॥੩॥
ଯଦି ଗୁରୁଜୀ ନିଜର କୃପା ଦୃଷ୍ଟି କରନ୍ତି, ମନୁଷ୍ୟ ଗୁଣର ଭଣ୍ଡାର ସତ୍ୟ ନାମକୁ ପାଇ ନିଏ ॥3॥
ਗੁਰੁ ਪਰਮੇਸਰੁ ਏਕੁ ਹੈ ਸਭ ਮਹਿ ਰਹਿਆ ਸਮਾਇ ॥
ଗୁରୁଦେବ ଏବଂ ଇଶ୍ଵର ଏକ ହିଁ ଅଟନ୍ତି ଆଉ ଇଶ୍ଵର ରୂପ ଗୁରୁ ସମସ୍ତଙ୍କ ଭିତରେ ବ୍ୟାପକ ଅଛନ୍ତି।
ਜਿਨ ਕਉ ਪੂਰਬਿ ਲਿਖਿਆ ਸੇਈ ਨਾਮੁ ਧਿਆਇ ॥
ଯାହାର ଭାଗ୍ୟରେ ସୁକର୍ମ ଲେଖା ହୋଇଛି, ସେ ଈଶ୍ଵରଙ୍କ ନାମ ସ୍ମରଣ କରିଥାଏ।
ਨਾਨਕ ਗੁਰ ਸਰਣਾਗਤੀ ਮਰੈ ਨ ਆਵੈ ਜਾਇ ॥੪॥੩੦॥੧੦੦॥
ହେ ନାନକ! ଗୁରୁଙ୍କ ଆଶ୍ରୟରେ ଆସିଲେ ଜନ୍ମ ମରଣର ଚକ୍ର ବନ୍ଦ ହୋଇଯାଏ, ସେ ଆଉ ପୁନଃ ଏହି ଚକ୍ରରେ ଆସେ ନାହିଁ ...4॥30॥100॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାକୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਸਿਰੀਰਾਗੁ ਮਹਲਾ ੧ ਘਰੁ ੧ ਅਸਟਪਦੀਆ ॥
ସିରିରାଗ ମହଲା 1 ଘରୁ 1 ଅଷ୍ଟପଦୀ ॥
ਆਖਿ ਆਖਿ ਮਨੁ ਵਾਵਣਾ ਜਿਉ ਜਿਉ ਜਾਪੈ ਵਾਇ ॥
ଯେପରି ଆମେ ମନ ରୂପୀ ବାଦ୍ୟକୁ ବଜାନ୍ତି, ସେପରି ହିଁ ଆଲାହାଙ୍କ ମହିମାକୁ ବୁଝି ଥାଉ। ଯେତେ ଅଧିକ ବଜାଉ ଥାଉ, ସେତେ ଅଧିକ ତାହାଙ୍କୁ ବୁଝି ଥାଉ।
ਜਿਸ ਨੋ ਵਾਇ ਸੁਣਾਈਐ ਸੋ ਕੇਵਡੁ ਕਿਤੁ ਥਾਇ ॥
ଯାହାକୁ ମନ ବାଦ୍ୟ ବଜାଇ ଶୁଣାଯାଏ, ସେ କେତେ ମହାନ ଆଉ କେଉଁଠି ରହିଥାଏ।
ਆਖਣ ਵਾਲੇ ਜੇਤੜੇ ਸਭਿ ਆਖਿ ਰਹੇ ਲਿਵ ਲਾਇ ॥੧॥
ଆଲ୍ଲାହାଙ୍କ ଯଶ କରିବା ବାଲା ଯେତେ ଅଛନ୍ତି, ସେ ସବୁ ତାଙ୍କରି ଯଶ କରନ୍ତି ଏବଂ ଧ୍ୟାନ ଲଗାନ୍ତି ॥1॥
ਬਾਬਾ ਅਲਹੁ ਅਗਮ ਅਪਾਰੁ ॥
ହେ ବାବା! ଆଲ୍ଲାହା ଅଗମ୍ୟ ଏବଂ ଅପାର ଅଟେ।
ਪਾਕੀ ਨਾਈ ਪਾਕ ਥਾਇ ਸਚਾ ਪਰਵਦਿਗਾਰੁ ॥੧॥ ਰਹਾਉ ॥
ସେହି ଆଲ୍ଲାହାଙ୍କ ନାମ ବଡ ପବିତ୍ର ଅଟେ ତଥା ବଡ ପବିତ୍ର ସ୍ଥାନରେ ସ ରହନ୍ତି, ସେ ସର୍ବଦା ସତ୍ୟ ଅଟନ୍ତି ଆଉ ସାରା ସଂସାରର ପାଳନ ପୋଷଣ କରନ୍ତି ॥1॥ରୁହ॥
ਤੇਰਾ ਹੁਕਮੁ ਨ ਜਾਪੀ ਕੇਤੜਾ ਲਿਖਿ ਨ ਜਾਣੈ ਕੋਇ ॥
ହେ ପରମେଶ୍ଵର! କିଛି ଜ୍ଞାନ ନାହିଁ ଯେ ତୋର ହୁକୁମ କେତେ ମହାନ? କେହି ବି ତୋର ହୁକୁମକୁ ଜାଣେ ନାହିଁ ଆଉ ନା ହିଁ ସେ ତାହାକୁ ଲେଖିପାରିବ।
ਜੇ ਸਉ ਸਾਇਰ ਮੇਲੀਅਹਿ ਤਿਲੁ ਨ ਪੁਜਾਵਹਿ ਰੋਇ ॥
ଯଦି ଶହ ଶହ କବି ଏକାଠି ହୁଅନ୍ତି, ସେମାନେ ମଧ୍ୟ ତୋର ହୁକୁମାର ତିଳେ ମାତ୍ର ବର୍ଣ୍ଣନା କରିବା ପାଇଁ ସମର୍ଥ ହେବେ ନାହିଁ।
ਕੀਮਤਿ ਕਿਨੈ ਨ ਪਾਈਆ ਸਭਿ ਸੁਣਿ ਸੁਣਿ ਆਖਹਿ ਸੋਇ ॥੨॥
କେହି ମଧ୍ୟ ତୋର ମୂଲ୍ୟାଙ୍କନ କରିବା ପାଇଁ ସମର୍ଥ ହୋଇ ପାରି ନାହାନ୍ତି, ସମସ୍ତେ ଅନ୍ୟ ଠାରୁ ଶୁଣି ତୋର ବିଷୟରେ କହି ଯାଆନ୍ତି ॥2॥
ਪੀਰ ਪੈਕਾਮਰ ਸਾਲਕ ਸਾਦਕ ਸੁਹਦੇ ਅਉਰੁ ਸਹੀਦ ॥
କେହି ମଧ୍ୟ ତୋର ମୂଲ୍ୟାଙ୍କନ କରିବା ପାଇଁ ସମର୍ଥ ହୋଇ ପାରି ନାହାନ୍ତି, ସମସ୍ତେ ଅନ୍ୟ ଠାରୁ ଶୁଣି ତୋର ବିଷୟରେ କହି ଯାଆନ୍ତି ॥2॥
ਸੇਖ ਮਸਾਇਕ ਕਾਜੀ ਮੁਲਾ ਦਰਿ ਦਰਵੇਸ ਰਸੀਦ ॥
ଶେଖ, କାଜି, ମୁଲ୍ଲା, ଦରବେଶ, ସାହିବଙ୍କ ଦରବାରରେ ପହଞ୍ଚିଥିବା ସାଧୁ,”
ਬਰਕਤਿ ਤਿਨ ਕਉ ਅਗਲੀ ਪੜਦੇ ਰਹਨਿ ਦਰੂਦ ॥੩॥
ଯିଏ ପ୍ରଭୁଙ୍କ ଯଶୋଗାନ କରିଥାନ୍ତି ତାହାଙ୍କୁ ପ୍ରଭୁଙ୍କ କୃପାରୁ ବଡ ଯଶ ପ୍ରାପ୍ତ ହୋଇଥାଏ ॥3॥
ਪੁਛਿ ਨ ਸਾਜੇ ਪੁਛਿ ਨ ਢਾਹੇ ਪੁਛਿ ਨ ਦੇਵੈ ਲੇਇ ॥
ସୃଷ୍ଟିର ନିର୍ମାଣ କରିବା ବେଳେ ପରମାତ୍ମା କାହାର ପରାମର୍ଶ ନିଅନ୍ତି ନାହିଁ ଆଉ ବିନାଶ କରିବା ସମୟରେ ମଧ୍ୟ କାହାର ପରାମର୍ଶ ନିଅନ୍ତି ନାହିଁ। ସେ ଜୀବଙ୍କୁ ଦାନ କାହାକୁ ପଚାରି ଦିଅନ୍ତି ନାଆହିଁ କିମ୍ବା କାହାକୁ ପଚାରି ଫେରାଇ ନିଅନ୍ତି ନାହିଁ।
ਆਪਣੀ ਕੁਦਰਤਿ ਆਪੇ ਜਾਣੈ ਆਪੇ ਕਰਣੁ ਕਰੇਇ ॥
ନିଜର ପ୍ରକୃତିକୁ ସେ ନିଜେ ହିଁ ଜାଣନ୍ତି ଆଉ ସ୍ଵୟଂ ହିଁ ସବୁ କାର୍ଯ୍ୟ ସମ୍ପୁର୍ଣ୍ଣ କରନ୍ତି।
ਸਭਨਾ ਵੇਖੈ ਨਦਰਿ ਕਰਿ ਜੈ ਭਾਵੈ ਤੈ ਦੇਇ ॥੪॥
ସେ ସବୁଙ୍କୁ ସମାନ କୃପା ଦୃଷ୍ଟିରେ ଦେଖନ୍ତି, ପରନ୍ତୁ ସେ ତାହାର ଫଳ ପ୍ରଦାନ କରିଥାନ୍ତି, ଯାହା ପ୍ରତି ତାହାଙ୍କ ପ୍ରସନ୍ନତା ହୋଇଥାଏ ॥4॥
ਥਾਵਾ ਨਾਵ ਨ ਜਾਣੀਅਹਿ ਨਾਵਾ ਕੇਵਡੁ ਨਾਉ ॥
ନାମ ଏତେ ସ୍ଥାନ ରଚନା କରିଛନ୍ତି ଯେ ତାହାର ନାମ ଜାଣି ହେବ ନାହିଁ, ସେହି ପ୍ରଭୁଙ୍କ ନାମ କେତେ ମହାନ ଏହି ବିଷୟରେ ଅସମର୍ଥ ମନୁଷ୍ୟ ଅନଭିଜ୍ଞ ଅଟେ।
ਜਿਥੈ ਵਸੈ ਮੇਰਾ ਪਾਤਿਸਾਹੁ ਸੋ ਕੇਵਡੁ ਹੈ ਥਾਉ ॥
ସେହି ସ୍ଥାନ କେତେ ମହାନ ଅଟେ, ଯେଉଁଠି ମୋର ପରଂବ୍ରହ୍ମ ପରମେଶ୍ଵର ନିବାସ କରିଥାନ୍ତି?”
ਅੰਬੜਿ ਕੋਇ ਨ ਸਕਈ ਹਉ ਕਿਸ ਨੋ ਪੁਛਣਿ ਜਾਉ ॥੫॥
ସେ ପର୍ଯ୍ୟନ୍ତ କେହି ମଧ୍ୟ ପ୍ରାଣୀ ପହଞ୍ଚି ପାରିବ ନାହିଁ, ମୁଁ ସେଟାକୁ ଯିବା ରହସ୍ୟ କାହାକୁ ପଚାରିବି? ॥5॥
ਵਰਨਾ ਵਰਨ ਨ ਭਾਵਨੀ ਜੇ ਕਿਸੈ ਵਡਾ ਕਰੇਇ ॥
ଯେତେବେଳେ ପ୍ରଭୁ କାହାକୁ ବଡ କରିଥାନ୍ତି, ତାହାହେଲେ ତାହାଙ୍କୁ ତାହାର ଉଚ୍ଚ ଅଥବା ନିମ୍ନ ଜାତି ଭଲ ଲାଗେ ନାହିଁ।
ਵਡੇ ਹਥਿ ਵਡਿਆਈਆ ਜੈ ਭਾਵੈ ਤੈ ਦੇਇ ॥
ପରମାତ୍ମା ଶକ୍ତିମାନ ଅଟନ୍ତି, ସେ ଯାହାକୁ ଚାହିଁବେ ବଡିମା ଦେଇପାରିବେ, କିନ୍ତୁ ବଡିମା ତାହାକୁ ଦେବେ ଯାହାକୁ ସେ ପସନ୍ଦ କରିଥାନ୍ତି।
ਹੁਕਮਿ ਸਵਾਰੇ ਆਪਣੈ ਚਸਾ ਨ ਢਿਲ ਕਰੇਇ ॥੬॥
ସବୁ କିଛି ତାଙ୍କରି ବଶରେ ଅଛି। ସେ ନିଜ ହୁକୁମ ଦ୍ଵାରା ତାଙ୍କର ଜୀବନ ପାଳନ କରନ୍ତି। ପରମେଶ୍ଵର କ୍ଷଣ ମାତ୍ର ବିଳମ୍ବ ହେବାକୁ ଦିଅନ୍ତି ନାହିଁ ॥6॥
ਸਭੁ ਕੋ ਆਖੈ ਬਹੁਤੁ ਬਹੁਤੁ ਲੈਣੈ ਕੈ ਵੀਚਾਰਿ ॥
ତାଙ୍କ ଠାରୁ ପ୍ରାପ୍ତିର ବିଚାର କରି ସମସ୍ତେ ତାଙ୍କରି ମହାନତାର ଗୁଣଗାନ କରିଥାନ୍ତି ଯେ “ ମୋତେ ଆହୁରି ଅଧିକ ପ୍ରଦାନ କର, ଆଉ ଅଧିକ। “ କିନ୍ତୁ ସେହି ପ୍ରଭୁ ବଡ ଦାନଶୀଳ ଅଟନ୍ତି।
ਕੇਵਡੁ ਦਾਤਾ ਆਖੀਐ ਦੇ ਕੈ ਰਹਿਆ ਸੁਮਾਰਿ ॥
ସେ ଗଣନାରୁ ବାହାର ଅସୀମ ଫଳ ପ୍ରଦାନ କରନ୍ତି।
ਨਾਨਕ ਤੋਟਿ ਨ ਆਵਈ ਤੇਰੇ ਜੁਗਹ ਜੁਗਹ ਭੰਡਾਰ ॥੭॥੧॥
ହେ ନାନକ! ସେହି ପରମାତ୍ମାଙ୍କ ଭଣ୍ଡାର ଅସୀମ ଅଟେ, ପ୍ରତ୍ୟେକ ଯୁଗରେ ପରିପୂର୍ଣ୍ଣ ଅଟେ ଆଉ କେବେ ମଧ୍ୟ ଏହା କମେ ନାହିଁ ॥7॥1॥
ਮਹਲਾ ੧ ॥
ମହଲା 1 ॥
ਸਭੇ ਕੰਤ ਮਹੇਲੀਆ ਸਗਲੀਆ ਕਰਹਿ ਸੀਗਾਰੁ ॥
ସମସ୍ତ ଜୀବ ସେହି ପ୍ରଭୁଙ୍କ ସ୍ତ୍ରୀ ଅଟନ୍ତି ଏବଂ ସବୁ ଜୀବ ସ୍ତ୍ରୀ ତାହାଙ୍କୁ ପ୍ରସନ୍ନ କରିବା ପାଇଁ ଶୃଙ୍ଗାର କରନ୍ତି।