Guru Granth Sahib Translation Project

guru granth sahib odia page-516

Page 516

ਨਾਨਕ ਵਾਹੁ ਵਾਹੁ ਗੁਰਮੁਖਿ ਪਾਈਐ ਅਨਦਿਨੁ ਨਾਮੁ ਲਏਇ ॥੧॥ ହେ ନାନକ! ଗୁରୁମୁଖୀ ବନି ହିଁ ୱାହ! ୱାହ! ରୂପୀ ସ୍ତୁତିଗାନର ଦାନ ପ୍ରାପ୍ତ ହୋଇଥାଏ ଆଉ ଜୀବ ସଦା ପରମାତ୍ମାଙ୍କ ନାମ ଜପିଥାଏ॥1॥
ਮਃ ੩ ॥ ମହଲା 3 ॥
ਬਿਨੁ ਸਤਿਗੁਰ ਸੇਵੇ ਸਾਤਿ ਨ ਆਵਈ ਦੂਜੀ ਨਾਹੀ ਜਾਇ ॥ ସଦଗୁରୁଙ୍କ ସେବା ବିନା ମନକୁ ଶାନ୍ତି ମିଳେନାହିଁ ଏବଂ ଦୈତ୍ୟଭାବ ଦୂର ହୁଏନାହିଁ।
ਜੇ ਬਹੁਤੇਰਾ ਲੋਚੀਐ ਵਿਣੁ ਕਰਮੈ ਨ ਪਾਇਆ ਜਾਇ ॥ ମନୁଷ୍ୟ ଯେତେ ଅଭିଳାଷ କଲେ ମଧ୍ୟ ପ୍ରଭୁଙ୍କ କୃପା ବିନା ତାହାଙ୍କ ପ୍ରାପ୍ତି ହୁଏନାହିଁ।
ਜਿਨ੍ਹ੍ਹਾ ਅੰਤਰਿ ਲੋਭ ਵਿਕਾਰੁ ਹੈ ਦੂਜੈ ਭਾਇ ਖੁਆਇ ॥ ଯାହାର ଅନ୍ତରାତ୍ମାରେ ଲୋଭ ବିକାର ଅଛି, ତାହାକୁ ଦୈତ୍ୟଭାବ ନଷ୍ଟ କରି ଦେଇଥାଏ।
ਜੰਮਣੁ ਮਰਣੁ ਨ ਚੁਕਈ ਹਉਮੈ ਵਿਚਿ ਦੁਖੁ ਪਾਇ ॥ ଏଥିପାଇଁ, ତାହାର ଜନ୍ମ –ମରଣ ଚକ୍ର ଦୂର ହୁଏନାହିଁ ଏବଂ ଅହଂତ୍ଵ ଯୋଗୁଁ ସେ ଦୁଃଖ ଭୋଗ କରିଥାଏ।
ਜਿਨ੍ਹ੍ਹਾ ਸਤਿਗੁਰ ਸਿਉ ਚਿਤੁ ਲਾਇਆ ਸੁ ਖਾਲੀ ਕੋਈ ਨਾਹਿ ॥ ଯିଏ ସଦଗୁରୁଙ୍କ ଠାରେ ନିଜ ଚିତ୍ତ ଲଗାଇଛି, ତାହା ପାଖରେ କୌଣସି ଦାନ ନାମ ବିନା ରହେ ନାହିଁ।
ਤਿਨ ਜਮ ਕੀ ਤਲਬ ਨ ਹੋਵਈ ਨਾ ਓਇ ਦੁਖ ਸਹਾਹਿ ॥ ଯମଦୂତ ତାହାକୁ ବୋଲାଏ ନାହିଁ ଆଉ ନା ସେ ଦୁଃଖ ସହନ କରିଥାଏ।
ਨਾਨਕ ਗੁਰਮੁਖਿ ਉਬਰੇ ਸਚੈ ਸਬਦਿ ਸਮਾਹਿ ॥੨॥ ହେ ନାନକ! ଗୁରୁମୁଖୀ ପାର ହୋଇଯାଏ ଆଉ ପରମ-ସତ୍ୟ ପରମାତ୍ମାଙ୍କ ଠାରେ ବିଲୀନ ହୋଇଯାଏ॥2॥
ਪਉੜੀ ॥ ପଉଡି ॥
ਢਾਢੀ ਤਿਸ ਨੋ ਆਖੀਐ ਜਿ ਖਸਮੈ ਧਰੇ ਪਿਆਰੁ ॥ ଯିଏ ନିଜ ମାଲିକ ସହିତ ପ୍ରେମ କରିଥାଏ, ତାହାକୁ ପ୍ରଭୁଙ୍କ ଗାୟକ କୁହାଯାଏ।
ਦਰਿ ਖੜਾ ਸੇਵਾ ਕਰੇ ਗੁਰ ਸਬਦੀ ਵੀਚਾਰੁ ॥ ପ୍ରଭୁଙ୍କ ଦ୍ଵାରରେ ରହି ସେ ତାହାଙ୍କ ସେବା କରିଥାଏ ଏବଂ ଗୁରୁଙ୍କ ଶବ୍ଦ ଦ୍ଵାରା ଈଶ୍ଵରଙ୍କ ଚିନ୍ତନ କରିଥାଏ।
ਢਾਢੀ ਦਰੁ ਘਰੁ ਪਾਇਸੀ ਸਚੁ ਰਖੈ ਉਰ ਧਾਰਿ ॥ ସେ ପ୍ରଭୁଙ୍କ ଦରବାର ଏବଂ ମନ୍ଦିରକୁ ପ୍ରାପ୍ତ କରିନିଏ ଏବଂ ସତ୍ୟକୁ ନିଜ ହୃଦୟରେ ଲଗାଇ ରଖିଥାଏ।
ਢਾਢੀ ਕਾ ਮਹਲੁ ਅਗਲਾ ਹਰਿ ਕੈ ਨਾਇ ਪਿਆਰਿ ॥ ସେହି ପଦବୀ ସର୍ବୋଚ୍ଚ ହୋଇଥାଏ, କାରଣ ହରିଙ୍କ ନାମ ସହିତ ତାହାର ପ୍ରେମ ଥାଏ।
ਢਾਢੀ ਕੀ ਸੇਵਾ ਚਾਕਰੀ ਹਰਿ ਜਪਿ ਹਰਿ ਨਿਸਤਾਰਿ ॥੧੮॥ ଏପରି ସେବା ଓ ହରିଙ୍କ ନାମ ସ୍ମରଣ କରିଥାଏ ଏବଂ ପ୍ରଭୁ ତାହାକୁ ମୋକ୍ଷ ପ୍ରଦାନ କରିଥାନ୍ତି॥18॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਗੂਜਰੀ ਜਾਤਿ ਗਵਾਰਿ ਜਾ ਸਹੁ ਪਾਏ ਆਪਣਾ ॥ ଗୁଜରୀର ଜାତି ଗଉଡ ଅଟେ, ପରନ୍ତୁ ସେ ମଧ୍ୟ ନିଜ ପତି ପ୍ରାପ୍ତ କରି ନିଏ, କାରଣ
ਗੁਰ ਕੈ ਸਬਦਿ ਵੀਚਾਰਿ ਅਨਦਿਨੁ ਹਰਿ ਜਪੁ ਜਾਪਣਾ ॥ ସେ ଗୁରୁଙ୍କ ଶବ୍ଦର ଚିନ୍ତନ କରିଥାଏ ଆଉ ରାତି ଦିନ ପ୍ରଭୁଙ୍କ ନାମର ଜପ କରିଥାଏ।
ਜਿਸੁ ਸਤਿਗੁਰੁ ਮਿਲੈ ਤਿਸੁ ਭਉ ਪਵੈ ਸਾ ਕੁਲਵੰਤੀ ਨਾਰਿ ॥ ଯାହାକୁ ସଚ୍ଚା ଗୁରୁ ମିଳିଯାନ୍ତି, ସେ ପ୍ରଭୁ-ଭୟରେ ରହିଥାଏ ଆଉ ସେହି ନାରୀ କୁଳୀନ ବନିଯାଏ।
ਸਾ ਹੁਕਮੁ ਪਛਾਣੈ ਕੰਤ ਕਾ ਜਿਸ ਨੋ ਕ੍ਰਿਪਾ ਕੀਤੀ ਕਰਤਾਰਿ ॥ ଯାହା ଉପରେ କର୍ତ୍ତା କୃପା କରିଥାନ୍ତି, ସେ ନିଜ ପତି ପ୍ରଭୁଙ୍କ ହୁକୁମକୁ ଜାଣିନିଏ।
ਓਹ ਕੁਚਜੀ ਕੁਲਖਣੀ ਪਰਹਰਿ ਛੋਡੀ ਭਤਾਰਿ ॥ ଯେଉଁ ଜୀବ-ସ୍ତ୍ରୀ ମୂର୍ଖ ଏବଂ କୁଳକ୍ଷଣୀ ହୋଇଥାଏ, ତାହାକୁ ପତି –ପ୍ରଭୁ ତ୍ୟାଗ କରିଥାନ୍ତି।
ਭੈ ਪਇਐ ਮਲੁ ਕਟੀਐ ਨਿਰਮਲ ਹੋਵੈ ਸਰੀਰੁ ॥ ପ୍ରଭୁଙ୍କ ଭୟ ଧାରଣ କରିବା ଦ୍ଵାରା ମନର ମଇଳା ଶୁଦ୍ଧ ହୋଇଯାଏ ଆଉ ଶରୀର ପବିତ୍ର ହୋଇଯାଏ।
ਅੰਤਰਿ ਪਰਗਾਸੁ ਮਤਿ ਊਤਮ ਹੋਵੈ ਹਰਿ ਜਪਿ ਗੁਣੀ ਗਹੀਰੁ ॥ ଗୁଣର ସାଗର ପ୍ରଭୁଙ୍କୁ ସ୍ମରଣ କରିବା ଦ୍ଵାରା ଆତ୍ମା ଆଲୋକିତ ଏବଂ ବୁଦ୍ଧି ଶ୍ରେଷ୍ଠ ହୋଇଯାଏ।
ਭੈ ਵਿਚਿ ਬੈਸੈ ਭੈ ਰਹੈ ਭੈ ਵਿਚਿ ਕਮਾਵੈ ਕਾਰ ॥ ଯିଏ ପ୍ରଭୁ-ଭୟରେ ବସିଥାଏ, ରହିଥାଏ ନିଜର କାର୍ଯ୍ୟ କରିଥାଏ,
ਐਥੈ ਸੁਖੁ ਵਡਿਆਈਆ ਦਰਗਹ ਮੋਖ ਦੁਆਰ ॥ ସେ ଈହଲୋକରେ ସୁଖ ଏବଂ ପ୍ରଶଂସା ତଥା ପ୍ରଭୁଙ୍କ ଦରବାରରେ ମୋକ୍ଷର ଦ୍ଵାର ପ୍ରାପ୍ତ କରିନିଏ।
ਭੈ ਤੇ ਨਿਰਭਉ ਪਾਈਐ ਮਿਲਿ ਜੋਤੀ ਜੋਤਿ ਅਪਾਰ ॥ ପ୍ରଭୁ-ଭୟ ଦ୍ଵାରା ହିଁ ନିର୍ଭୟ-ପ୍ରଭୁଙ୍କୁ ପ୍ରାପ୍ତ କରିହୁଏ ଆଉ ପ୍ରାଣୀର ଜ୍ୟୋତି ଅପାର ପ୍ରଭୁଙ୍କ ଠାରେ ବିଲୀନ ହୋଇଯାଏ।
ਨਾਨਕ ਖਸਮੈ ਭਾਵੈ ਸਾ ਭਲੀ ਜਿਸ ਨੋ ਆਪੇ ਬਖਸੇ ਕਰਤਾਰੁ ॥੧॥ ହେ ନାନକ! ଯାହାକୁ କର୍ତ୍ତା ନିଜେ କ୍ଷମା କରିଥାନ୍ତି, ସେହି ଜୀବ-ସ୍ତ୍ରୀକୁ ପ୍ରଭୁ ଭଲ ଲାଗନ୍ତି ॥1॥
ਮਃ ੩ ॥ ମହଲା 3 ॥
ਸਦਾ ਸਦਾ ਸਾਲਾਹੀਐ ਸਚੇ ਕਉ ਬਲਿ ਜਾਉ ॥ ସର୍ବଦା ସତ୍ୟସ୍ଵରୂପ ପରମାତ୍ମାଙ୍କ ପ୍ରଶଂସା କରିବା ଉଚିତ, ମୁଁ ସେହି ପରମ-ସତ୍ୟଙ୍କ ନିକଟରେ ସଦା ସମର୍ପିତ ଅଟେ।
ਨਾਨਕ ਏਕੁ ਛੋਡਿ ਦੂਜੈ ਲਗੈ ਸਾ ਜਿਹਵਾ ਜਲਿ ਜਾਉ ॥੨॥ ହେ ନାନକ! ଯିଏ ଏକ ଈଶ୍ଵରଙ୍କୁ ତ୍ୟାଗ କରି ଆଉ କାହାର ଗୁଣସ୍ତୁତି କରିଥାଏ, ତାହାର ଜିହ୍ଵା ଜଳିଯିବା ଉଚିତ॥2॥
ਪਉੜੀ ॥ ପଉଡି ॥
ਅੰਸਾ ਅਉਤਾਰੁ ਉਪਾਇਓਨੁ ਭਾਉ ਦੂਜਾ ਕੀਆ ॥ ପରମାତ୍ମା ଅଂଶ ଅବତାର ଆଉ ମାୟାର ମୋହ ମଧ୍ୟ ସ୍ଵୟଂ ହିଁ ଉତ୍ପନ୍ନ କରିଛନ୍ତି।
ਜਿਉ ਰਾਜੇ ਰਾਜੁ ਕਮਾਵਦੇ ਦੁਖ ਸੁਖ ਭਿੜੀਆ ॥ ଏହି ଅଂଶାବତାର ମଧ୍ୟ ରାଜା ଭଳି ଶାସନ କରିଥାଏ ତଥା ଦୁଃଖ-ସୁଖ ପାଇଁ ସଂଗ୍ରାମ କରିଥାଏ।
ਈਸਰੁ ਬ੍ਰਹਮਾ ਸੇਵਦੇ ਅੰਤੁ ਤਿਨ੍ਹ੍ਹੀ ਨ ਲਹੀਆ ॥ ଶିବ ଏବଂ ବ୍ରହ୍ମା ମଧ୍ୟ ପରମାତ୍ମାଙ୍କ ସ୍ମରଣ କରିଥାନ୍ତି, କିନ୍ତୁ ତାହାଙ୍କୁ ମଧ୍ୟ ଭେଦ ମିଳିନାହିଁ।
ਨਿਰਭਉ ਨਿਰੰਕਾਰੁ ਅਲਖੁ ਹੈ ਗੁਰਮੁਖਿ ਪ੍ਰਗਟੀਆ ॥ ସେ ନିର୍ଭୟ, ନିରାକାର ଏବଂ ଅଲକ୍ଷ ଅଟନ୍ତି ଆଉ ଗୁରୁମୁଖୀଙ୍କ ଅନ୍ତରରେ ପ୍ରକଟ ହୋଇଥାନ୍ତି।
ਤਿਥੈ ਸੋਗੁ ਵਿਜੋਗੁ ਨ ਵਿਆਪਈ ਅਸਥਿਰੁ ਜਗਿ ਥੀਆ ॥੧੯॥ ସେହି ଅବସ୍ଥାରେ ଶୋକ ଏବଂ ବିଯୋଗର ପ୍ରଭାବ ରହେ ନାହିଁ ଏବଂ ସେ ଦୁନିଆରେ ସଦା ସ୍ଥିର ହୋଇଯାଏ॥16॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਏਹੁ ਸਭੁ ਕਿਛੁ ਆਵਣ ਜਾਣੁ ਹੈ ਜੇਤਾ ਹੈ ਆਕਾਰੁ ॥ ଏହି ସଂସାରରେ ଯାହା ଦୃଷ୍ଟିଗୋଚର ହେଉଛି, ସବୁ ନାଶଶୀଳ ଅଟେ।
ਜਿਨਿ ਏਹੁ ਲੇਖਾ ਲਿਖਿਆ ਸੋ ਹੋਆ ਪਰਵਾਣੁ ॥ ଯିଏ ଏହି ଲେଖାକୁ ବୁଝିଥାଏ, ସେ ସ୍ଵୀକୃତ ହୋଇଥାଏ।
ਨਾਨਕ ਜੇ ਕੋ ਆਪੁ ਗਣਾਇਦਾ ਸੋ ਮੂਰਖੁ ਗਾਵਾਰੁ ॥੧॥ ହେ ନାନକ! ଯଦି କେହି ନିଜକୁ ନିଜେ ମହାନ କହିଥାଏ, ସେ ମୂର୍ଖ ଏବଂ ବୋକା ଅଟେ॥1॥
ਮਃ ੩ ॥ ମହଲା 3 ॥
ਮਨੁ ਕੁੰਚਰੁ ਪੀਲਕੁ ਗੁਰੂ ਗਿਆਨੁ ਕੁੰਡਾ ਜਹ ਖਿੰਚੇ ਤਹ ਜਾਇ ॥ ଏହି ମନ ହାତୀ ଅଟେ, ଗୁରୁ ମାହୁନ୍ତ ଏବଂ ଜ୍ଞାନ ଅଙ୍କୁଶ ଅଟେ, ଗୁରୁ ଯେଉଁଠିକୁ ନେଇଯାନ୍ତି ସେଠାକୁ ମନ ଯାଇଥାଏ।
ਨਾਨਕ ਹਸਤੀ ਕੁੰਡੇ ਬਾਹਰਾ ਫਿਰਿ ਫਿਰਿ ਉਝੜਿ ਪਾਇ ॥੨॥ ହେ ନାନକ! ଜ୍ଞାନ ରୂପୀ ଅଙ୍କୁଶ ବିନା ମନ ରୂପୀ ହାତୀ ବାରମ୍ବାର ପଥଭ୍ରଷ୍ଟ ହୋଇଥାଏ॥2॥
ਪਉੜੀ ॥ ପଉଡି ॥
ਤਿਸੁ ਆਗੈ ਅਰਦਾਸਿ ਜਿਨਿ ਉਪਾਇਆ ॥ ମୋର ସେହି ପରମାତ୍ମାଙ୍କ ସମ୍ମୁଖରେ ପ୍ରାର୍ଥନା, ଯିଏ ସାରା ଜଗତକୁ ଉତ୍ପନ୍ନ କରିଛି,
error: Content is protected !!
Scroll to Top