Guru Granth Sahib Translation Project

guru granth sahib odia page-515

Page 515

ਵਾਹੁ ਵਾਹੁ ਤਿਸ ਨੋ ਆਖੀਐ ਜਿ ਸਭ ਮਹਿ ਰਹਿਆ ਸਮਾਇ ॥ ଆମେ ତାହାଙ୍କ ହିଁ ଗୁଣଗାନ କରିବା ଉଚିତ ଯିଏ ସବୁ ଜୀବଙ୍କ ଠାରେ ରହିଛନ୍ତି।
ਵਾਹੁ ਵਾਹੁ ਤਿਸ ਨੋ ਆਖੀਐ ਜਿ ਦੇਦਾ ਰਿਜਕੁ ਸਬਾਹਿ ॥ ଯିଏ ଆମକୁ ଭୋଜନ ପ୍ରଦାନ କରିଥାଏ, ତାହାକୁ ହିଁ ୱାହ! ୱାହ! କରିବା ଉଚିତ।
ਨਾਨਕ ਵਾਹੁ ਵਾਹੁ ਇਕੋ ਕਰਿ ਸਾਲਾਹੀਐ ਜਿ ਸਤਿਗੁਰ ਦੀਆ ਦਿਖਾਇ ॥੧॥ ହେ ନାନକ! ୱାହ! ୱାହ! କରି ସେହି ଏକ ଈଶ୍ଵରଙ୍କ ହିଁ ପ୍ରଶଂସା କରିବା ଉଚିତ, ଯାହାଙ୍କୁ ସଦଗୁରୁ ଦର୍ଶନ କରାଇଛନ୍ତି॥1॥
ਮਃ ੩ ॥ ମହଲା 3 ॥
ਵਾਹੁ ਵਾਹੁ ਗੁਰਮੁਖ ਸਦਾ ਕਰਹਿ ਮਨਮੁਖ ਮਰਹਿ ਬਿਖੁ ਖਾਇ ॥ ଗୁରୁମୁଖୀ ସର୍ବଦା ନିଜ ପ୍ରଭୁଙ୍କ ୱାହ! ୱାହ! କରିଥାଏ ଏବଂ ମନମୁଖୀ ମୋହ-ମାୟା ରୂପୀ ବିଷ ସେବନ କରି ମରିଯାଇଥାଏ।
ਓਨਾ ਵਾਹੁ ਵਾਹੁ ਨ ਭਾਵਈ ਦੁਖੇ ਦੁਖਿ ਵਿਹਾਇ ॥ ତାହାକୁ ୱାହ! ୱାହ! କରିବା ଭଲ ଲାଗେ ନାହିଁ, ଏଥିପାଇଁ ତାହାର ସାରା ଜୀବନ ଦୁଃଖରେ ହିଁ ଅତିବାହିତ ହୋଇଥାଏ।
ਗੁਰਮੁਖਿ ਅੰਮ੍ਰਿਤੁ ਪੀਵਣਾ ਵਾਹੁ ਵਾਹੁ ਕਰਹਿ ਲਿਵ ਲਾਇ ॥ ଗୁରୁମୁଖୀ ନାମାମୃତ ପାନ କରିଥାଏ ଏବଂ ନିଜ ସୁରତି ଲଗାଇ ପରମାତ୍ମାଙ୍କ ସ୍ତୁତି କରିଥାଏ।
ਨਾਨਕ ਵਾਹੁ ਵਾਹੁ ਕਰਹਿ ਸੇ ਜਨ ਨਿਰਮਲੇ ਤ੍ਰਿਭਵਣ ਸੋਝੀ ਪਾਇ ॥੨॥ ହେ ନାନକ! ଯେଉଁ ବ୍ୟକ୍ତି ଭଗବାନଙ୍କ ସ୍ତୁତି କରିଥାଏ, ସେ ନିର୍ମଳ ହୋଇଯାଏ ଏବଂ ତାହାକୁ ତିନି ଲୋକର ଜ୍ଞାନ ହୋଇଯାଏ॥2॥
ਪਉੜੀ ॥ ପଉଡି ॥
ਹਰਿ ਕੈ ਭਾਣੈ ਗੁਰੁ ਮਿਲੈ ਸੇਵਾ ਭਗਤਿ ਬਨੀਜੈ ॥ ପରମାତ୍ମାଙ୍କ ଇଚ୍ଛାରେ ହିଁ ଗୁରୁ ମିଳିଥାନ୍ତି ଏବଂ ଗୁରୁଙ୍କ ସେବା କରିବା ଦ୍ଵାରା ପ୍ରଭୁ ଭକ୍ତି ବନିଥାଏ।
ਹਰਿ ਕੈ ਭਾਣੈ ਹਰਿ ਮਨਿ ਵਸੈ ਸਹਜੇ ਰਸੁ ਪੀਜੈ ॥ ଈଶ୍ଵରଙ୍କ ଇଚ୍ଛାରେ ହିଁ ହରି ପ୍ରାଣୀଙ୍କ ମନରେ ନିବାସ କରିଥାଏ ଆଉ ସ୍ଵାଭାବିକ ଭାବରେ ହରିରସର ପାନ କରିଥାଏ।
ਹਰਿ ਕੈ ਭਾਣੈ ਸੁਖੁ ਪਾਈਐ ਹਰਿ ਲਾਹਾ ਨਿਤ ਲੀਜੈ ॥ ପରମାତ୍ମାଙ୍କ ଇଚ୍ଛାରେ ହିଁ ମନୁଷ୍ୟକୁ ସୁଖ ପ୍ରାପ୍ତ ହୋଇଥାଏ ଆଉ ନିତ୍ୟ ନାମ ରୂପୀ ଲାଭର ଉପଲବ୍ଧି ହୋଇଥାଏ।
ਹਰਿ ਕੈ ਤਖਤਿ ਬਹਾਲੀਐ ਨਿਜ ਘਰਿ ਸਦਾ ਵਸੀਜੈ ॥ ସେହି ପବିତ୍ର ପୁରୁଷଙ୍କୁ ହରିଙ୍କ ରାଜ ସିଂହାସନରେ ବିରାଜମାନ କରାଯାଇ ଥାଏ ଏବଂ ସେ ସଦା ନିଜ ଘରେ ରହିଥାଏ।
ਹਰਿ ਕਾ ਭਾਣਾ ਤਿਨੀ ਮੰਨਿਆ ਜਿਨਾ ਗੁਰੂ ਮਿਲੀਜੈ ॥੧੬॥ ଇଶ୍ଵର ଇଚ୍ଛାକୁ ସେ ସହର୍ଷ ସ୍ଵୀକାର କରିଥାଏ, ଯାହାକୁ ଗୁରୁ ମିଳିଯାନ୍ତି॥16॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਵਾਹੁ ਵਾਹੁ ਸੇ ਜਨ ਸਦਾ ਕਰਹਿ ਜਿਨ੍ਹ੍ਹ ਕਉ ਆਪੇ ਦੇਇ ਬੁਝਾਇ ॥ ଯାହାକୁ ପରମାତ୍ମା ନିଜେ ଜ୍ଞାନ ପ୍ରଦାନ କରିଥାନ୍ତି, ସେହି ଜୀବ ସଦା ୱାହ! ୱାହ! କରିଥାଏ।
ਵਾਹੁ ਵਾਹੁ ਕਰਤਿਆ ਮਨੁ ਨਿਰਮਲੁ ਹੋਵੈ ਹਉਮੈ ਵਿਚਹੁ ਜਾਇ ॥ ଭଗବାନଙ୍କ ଗୁଣଗାନ କରିଲେ ମନ ନିର୍ମଳ ହୋଇଯାଏ ଆଉ ଅନ୍ତର୍ମନରୁ ଅହଂକାର ଦୂର ହୋଇଯାଏ।
ਵਾਹੁ ਵਾਹੁ ਗੁਰਸਿਖੁ ਜੋ ਨਿਤ ਕਰੇ ਸੋ ਮਨ ਚਿੰਦਿਆ ਫਲੁ ਪਾਇ ॥ ଗୁରୁଙ୍କ ଶିଷ୍ୟ ଯିଏ ନିତ୍ୟ ପ୍ରଭୁଙ୍କ ପୂଜା କରିଥାଏ, ସେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିଥାଏ।
ਵਾਹੁ ਵਾਹੁ ਕਰਹਿ ਸੇ ਜਨ ਸੋਹਣੇ ਹਰਿ ਤਿਨ੍ਹ੍ਹ ਕੈ ਸੰਗਿ ਮਿਲਾਇ ॥ ଯିଏ ହରିଙ୍କ ସ୍ତୁତି କରିଥାଏ, ସେହି ସେବକ ସୁନ୍ଦର ଅଟେ, ହେ ହରି! ମୋର ମିଳନ ତାହାଙ୍କ ସହିତ କରାଇ ଦିଅ,
ਵਾਹੁ ਵਾਹੁ ਹਿਰਦੈ ਉਚਰਾ ਮੁਖਹੁ ਭੀ ਵਾਹੁ ਵਾਹੁ ਕਰੇਉ ॥ ଯାହା ଫଳରେ, ମୁଁ ମୁଁ ନିଜ ହୃଦୟରେ ସ୍ତୁତି କରିବି ଆଉ ନିଜ ମୁଖରେ ତୋର ଗୁଣଗାନ ଉଚ୍ଚାରଣ କରିବି।
ਨਾਨਕ ਵਾਹੁ ਵਾਹੁ ਜੋ ਕਰਹਿ ਹਉ ਤਨੁ ਮਨੁ ਤਿਨ੍ਹ੍ਹ ਕਉ ਦੇਉ ॥੧॥ ହେ ନାନକ! ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ପ୍ରଶଂସା କରିଥାଏ, ମୁଁ ନିଜ ତନ-ମନ ତାହାଙ୍କୁ ସମର୍ପଣ କରିଥାଏ॥1॥
ਮਃ ੩ ॥ ମହଲା 3 ॥
ਵਾਹੁ ਵਾਹੁ ਸਾਹਿਬੁ ਸਚੁ ਹੈ ਅੰਮ੍ਰਿਤੁ ਜਾ ਕਾ ਨਾਉ ॥ ମୋର ସତ୍ୟସ୍ଵରୂପ ମାଲିକ ଧନ୍ୟ ଧନ୍ୟ ଅଟନ୍ତି, ଯାହାଙ୍କ ନାମ ଅମୃତ ରୂପ ଅଟେ।
ਜਿਨਿ ਸੇਵਿਆ ਤਿਨਿ ਫਲੁ ਪਾਇਆ ਹਉ ਤਿਨ ਬਲਿਹਾਰੈ ਜਾਉ ॥ ଯିଏ ମୋର ମାଲିକ ପ୍ରଭୁଙ୍କ ସେବା ଭକ୍ତି କରିଛି, ତାହାକୁ ନାମ ଫଳର ପ୍ରାପ୍ତି ହୋଇ ଯାଇଛି, ମୁଁ ସେହି ମହାପୁରୁଷଙ୍କ ନିକଟରେ ସମର୍ପିତ ଅଟେ।
ਵਾਹੁ ਵਾਹੁ ਗੁਣੀ ਨਿਧਾਨੁ ਹੈ ਜਿਸ ਨੋ ਦੇਇ ਸੁ ਖਾਇ ॥ ଇଶ୍ଵର ଗୁଣର ଭଣ୍ଡାର ଅଟନ୍ତି, ସେ ଯାହାକୁ ସେହି ଭଣ୍ଡାର ଦେଇଥାନ୍ତି, ସେ ତାହାକୁ ଚାଖିଥାଏ।
ਵਾਹੁ ਵਾਹੁ ਜਲਿ ਥਲਿ ਭਰਪੂਰੁ ਹੈ ਗੁਰਮੁਖਿ ਪਾਇਆ ਜਾਇ ॥ ପରମାତ୍ମା ଜଳ ଓ ସ୍ଥଳରେ ସର୍ବବ୍ୟାପକ ଅଟନ୍ତି ଆଉ ଗୁରୁମୁଖୀ ବନି ତାହାକୁ ପ୍ରାପ୍ତ କରାଯାଇ ପାରେ।
ਵਾਹੁ ਵਾਹੁ ਗੁਰਸਿਖ ਨਿਤ ਸਭ ਕਰਹੁ ਗੁਰ ਪੂਰੇ ਵਾਹੁ ਵਾਹੁ ਭਾਵੈ ॥ ହେ ଗୁରୁଙ୍କ ଶିଷ୍ୟ! ନିତ୍ୟ ସବୁ ପରମାତ୍ମାଙ୍କ ସ୍ତୁତି କର, ପୂର୍ଣ୍ଣ ଗୁରୁଙ୍କୁ ପ୍ରଭୁଙ୍କ ମହିମା ଭଲ ଲାଗିଥାଏ।
ਨਾਨਕ ਵਾਹੁ ਵਾਹੁ ਜੋ ਮਨਿ ਚਿਤਿ ਕਰੇ ਤਿਸੁ ਜਮਕੰਕਰੁ ਨੇੜਿ ਨ ਆਵੈ ॥੨॥ ହେ ନାନକ! ଯେଉଁ ମନୁଷ୍ୟ ନିଜ ମନ ଏବଂ ଚିତ୍ତରେ ପ୍ରଭୁଙ୍କ ଗୁଣଗାନ କରିଥାଏ, ତାହାର ନିକଟକୁ ଯମଦୂତ ଆସେ ନାହିଁ॥2॥
ਪਉੜੀ ॥ ପଉଡି ॥
ਹਰਿ ਜੀਉ ਸਚਾ ਸਚੁ ਹੈ ਸਚੀ ਗੁਰਬਾਣੀ ॥ ପୂଜ୍ୟ-ପରମେଶ୍ଵର ପରମ-ସତ୍ୟ ଅଟନ୍ତି ତଥା ଗୁରୁଙ୍କ ସଚ୍ଚା ବାଣୀ ମଧ୍ୟ ତାହାଙ୍କ ଯଶୋଗାନ କରିଥାଏ।
ਸਤਿਗੁਰ ਤੇ ਸਚੁ ਪਛਾਣੀਐ ਸਚਿ ਸਹਜਿ ਸਮਾਣੀ ॥ ସଦଗୁରୁଙ୍କ ମାଧ୍ୟମରୁ ସତ୍ୟ ଜଣା ପଡେ ଆଉ ମନୁଷ୍ୟ ସ୍ଵାଭାବିକ ଭାବରେ ସତ୍ୟରେ ରହିଥାଏ।
ਅਨਦਿਨੁ ਜਾਗਹਿ ਨਾ ਸਵਹਿ ਜਾਗਤ ਰੈਣਿ ਵਿਹਾਣੀ ॥ ଏପରି ପବିତ୍ର ପୁରୁଷ ରାତି ଦିନ ଜାଗ୍ରତ ରହିଥାଏ, ସେ ନ ଶୟନ କରିଥାଏ, ଜାଗି ରହି ତାହାର ଜୀବନ ରାତ୍ରି ଅତିବାହିତ ହୋଇଥାଏ।
ਗੁਰਮਤੀ ਹਰਿ ਰਸੁ ਚਾਖਿਆ ਸੇ ਪੁੰਨ ਪਰਾਣੀ ॥ ଯିଏ ଗୁରୁଙ୍କ ଶିକ୍ଷା ଦ୍ଵାରା ହରିରସକୁ ଚାଖିଥାଏ, ସେହି ପ୍ରାଣୀ ପୁଣ୍ୟର ପାତ୍ର ଅଟେ।
ਬਿਨੁ ਗੁਰ ਕਿਨੈ ਨ ਪਾਇਓ ਪਚਿ ਮੁਏ ਅਜਾਣੀ ॥੧੭॥ ଗୁରୁଙ୍କ ବିନା କାହାକୁ ମଧ୍ୟ ପରମାତ୍ମା ପ୍ରାପ୍ତ ହୁଅନ୍ତି ନାହିଁ ଏବଂ ମୂର୍ଖ ଲୋକ ପୀଡିତ ହୋଇ ମରିଯାଏ।
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਵਾਹੁ ਵਾਹੁ ਬਾਣੀ ਨਿਰੰਕਾਰ ਹੈ ਤਿਸੁ ਜੇਵਡੁ ਅਵਰੁ ਨ ਕੋਇ ॥ ସେହି ନିରାକାର ପରମାତ୍ମାଙ୍କ ବାଣୀ ୱାହ! ୱାହ! ପ୍ରଶଂସନୀୟ ଅଟେ ଆଉ ତାହାଙ୍କ ଭଳି ମହାନ ଅନ୍ୟ କେହି ନାହାନ୍ତି।
ਵਾਹੁ ਵਾਹੁ ਅਗਮ ਅਥਾਹੁ ਹੈ ਵਾਹੁ ਵਾਹੁ ਸਚਾ ਸੋਇ ॥ ସେ ପରମ ସତ୍ୟ ଅଗମ୍ୟ ଏବଂ ଅଥଳ ପ୍ରଭୁ ଧନ୍ୟ ଧନ୍ୟ ଅଟନ୍ତି।
ਵਾਹੁ ਵਾਹੁ ਵੇਪਰਵਾਹੁ ਹੈ ਵਾਹੁ ਵਾਹੁ ਕਰੇ ਸੁ ਹੋਇ ॥ ସେ ବେଖାତିର ଅଟନ୍ତି, ଯାହା ସେ କରିଥାନ୍ତି ତାହା ହୋଇଥାଏ।
ਵਾਹੁ ਵਾਹੁ ਅੰਮ੍ਰਿਤ ਨਾਮੁ ਹੈ ਗੁਰਮੁਖਿ ਪਾਵੈ ਕੋਇ ॥ ତାହାଙ୍କ ନାମ ଅମୃତ ରୂପ ଅଟେ, ଯାହାର ପ୍ରାପ୍ତି ଗୁରୁମୁଖୀଙ୍କୁ ହିଁ ହୋଇଥାଏ।
ਵਾਹੁ ਵਾਹੁ ਕਰਮੀ ਪਾਈਐ ਆਪਿ ਦਇਆ ਕਰਿ ਦੇਇ ॥ ପ୍ରଭୁଙ୍କ ସ୍ତୁତି ମନୁଷ୍ୟର ଆହୋଭାଗ୍ୟରୁ ହିଁ ମିଳିଥାଏ ଆଉ ସେ ସ୍ଵୟଂ ହିଁ ଦୟା କରି ତାହାକୁ ପ୍ରଦାନ କରିଥାନ୍ତି।


© 2017 SGGS ONLINE
error: Content is protected !!
Scroll to Top