Guru Granth Sahib Translation Project

guru granth sahib odia page-513

Page 513

ਨਾਨਕ ਗੁਰਮੁਖਿ ਉਬਰੇ ਜਿ ਆਪਿ ਮੇਲੇ ਕਰਤਾਰਿ ॥੨॥ ହେ ନାନକ! ଗୁରୁମୁଖୀ ସଂସାର ସାଗରରୁ ପାର ହୋଇଯାଏ, ତାହାକୁ କର୍ତ୍ତା ପ୍ରଭୁ ନିଜ ସାଥିରେ ମିଳନ କରାଇ ଥାଆନ୍ତି॥2॥
ਪਉੜੀ ॥ ପଉଡି ॥
ਭਗਤ ਸਚੈ ਦਰਿ ਸੋਹਦੇ ਸਚੈ ਸਬਦਿ ਰਹਾਏ ॥ ଭକ୍ତ ସଚ୍ଚା ପରମାତ୍ମାଙ୍କ ଦ୍ଵାରରେ ବସି ବିଡ଼ି ଶୋଭା ଦେଇଥାଏ, ସେ ସଚ୍ଚା ଶବ୍ଦ ଦ୍ଵାରା ହିଁ ସ୍ଥିର ରହିଥାଏ।
ਹਰਿ ਕੀ ਪ੍ਰੀਤਿ ਤਿਨ ਊਪਜੀ ਹਰਿ ਪ੍ਰੇਮ ਕਸਾਏ ॥ ହରିଙ୍କ ପ୍ରୀତି ତାହା ଭିତରେ ଉତ୍ପନ୍ନ ହୋଇଥାଏ ଆଉ ହରିଙ୍କ ପ୍ରେମରେ ଆକର୍ଷିତ ରହିଥାଏ।
ਹਰਿ ਰੰਗਿ ਰਹਹਿ ਸਦਾ ਰੰਗਿ ਰਾਤੇ ਰਸਨਾ ਹਰਿ ਰਸੁ ਪਿਆਏ ॥ ସେ ସର୍ବଦା ହରିଙ୍କ ରଙ୍ଗରେ ମଗ୍ନ ରହିଥାଏ ଆଉ ତାହାର ଜିହ୍ଵା ହରିରସ ପାନ କରିଥାଏ।
ਸਫਲੁ ਜਨਮੁ ਜਿਨ੍ਹ੍ਹੀ ਗੁਰਮੁਖਿ ਜਾਤਾ ਹਰਿ ਜੀਉ ਰਿਦੈ ਵਸਾਏ ॥ ଯେଉଁ ଲୋକ ଗୁରୁଙ୍କ ଶରଣାଗତ ପୂଜ୍ୟ ପରମେଶ୍ଵରଙ୍କୁ ଜାଣିଥାଏ ଏବଂ ତାହାଙ୍କୁ ନିଜ ହୃଦୟରେ ସ୍ଥାପନ କରିଥାଏ, ତାହାଙ୍କ ଜୀବନ ସଫଳ ହୋଇଥାଏ।
ਬਾਝੁ ਗੁਰੂ ਫਿਰੈ ਬਿਲਲਾਦੀ ਦੂਜੈ ਭਾਇ ਖੁਆਏ ॥੧੧॥ ଗୁରୁଙ୍କ ବିନା କ୍ରନ୍ଦନ କରିଥାଏ ଏବଂ ମୋହ ମାୟାରେ ଫସି ନଷ୍ଟ ହେଉଅଛି ॥11॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਕਲਿਜੁਗ ਮਹਿ ਨਾਮੁ ਨਿਧਾਨੁ ਭਗਤੀ ਖਟਿਆ ਹਰਿ ਉਤਮ ਪਦੁ ਪਾਇਆ ॥ ଏହି କଳିଯୁଗରେ ଭକ୍ତ ଭଗବାନଙ୍କ ଭକ୍ତି କରି ନାମ ଭଣ୍ଡାର ପ୍ରାପ୍ତ କରିଛି ଏବଂ ପ୍ରଭୁଙ୍କ ଉତ୍ତମ ପଦ ପ୍ରାପ୍ତ କରିଛି।
ਸਤਿਗੁਰ ਸੇਵਿ ਹਰਿ ਨਾਮੁ ਮਨਿ ਵਸਾਇਆ ਅਨਦਿਨੁ ਨਾਮੁ ਧਿਆਇਆ ॥ ସଦଗୁରୁଙ୍କ ସେବା କରି ସେ ହରିଙ୍କ ନାମକୁ ନିଜ ମନରେ ସ୍ଥାପନ କରିଛି ଆଉ ରାତି ଦିନ ନାମର ହିଁ ଧ୍ୟାନ କରିଥାଏ।
ਵਿਚੇ ਗ੍ਰਿਹ ਗੁਰ ਬਚਨਿ ਉਦਾਸੀ ਹਉਮੈ ਮੋਹੁ ਜਲਾਇਆ ॥ ନିଜ ଗୃହରେ ହିଁ ସେ ଗୁରୁଙ୍କ ଉପଦେଶ ଦ୍ଵାରା ନିର୍ଲିପ୍ତ ରହିଥାଏ ତଥା ନିଜ ଅହଂତ୍ଵ ଏବଂ ମୋହକୁ ଜଳାଇ ଦେଇଥାଏ।
ਆਪਿ ਤਰਿਆ ਕੁਲ ਜਗਤੁ ਤਰਾਇਆ ਧੰਨੁ ਜਣੇਦੀ ਮਾਇਆ ॥ ସଦଗୁରୁ ସ୍ଵୟଂ ସଂସାର ସାଗରରୁ ପାର ହୋଇଛନ୍ତି ଏବଂ ସେ ସଂପୂର୍ଣ୍ଣ ଜଗତକୁ ମଧ୍ୟ ଭବସାଗରରୁ ରକ୍ଷା କରିଛନ୍ତି, ସେହି ମାତା ଧନ୍ୟ ଅଟେ ଯିଏ ତାହାକୁ ଜନ୍ମ ଦେଇଛି।
ਐਸਾ ਸਤਿਗੁਰੁ ਸੋਈ ਪਾਏ ਜਿਸੁ ਧੁਰਿ ਮਸਤਕਿ ਹਰਿ ਲਿਖਿ ਪਾਇਆ ॥ ଏପରି ସଦଗୁରୁ ତାହାକୁ ହିଁ ପ୍ରାପ୍ତ ହୋଇଥାଏ, ଯାହାର କପାଳରେ ପ୍ରଭୁ ପ୍ରାରମ୍ଭରୁ ହିଁ ଏପରି ଭାଗ୍ୟ ଲେଖିଛନ୍ତି।
ਜਨ ਨਾਨਕ ਬਲਿਹਾਰੀ ਗੁਰ ਆਪਣੇ ਵਿਟਹੁ ਜਿਨਿ ਭ੍ਰਮਿ ਭੁਲਾ ਮਾਰਗਿ ਪਾਇਆ ॥੧॥ ନାନକ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟନ୍ତି, ଯିଏ ଦ୍ଵିଧାରେ ପଥଭ୍ରଷ୍ଟ ହୋଇଥିବା ଜୀବକୁ ସତମାର୍ଗରେ ଲଗାଇଛନ୍ତି॥1॥
ਮਃ ੩ ॥ ମହଲା 3 ॥
ਤ੍ਰੈ ਗੁਣ ਮਾਇਆ ਵੇਖਿ ਭੁਲੇ ਜਿਉ ਦੇਖਿ ਦੀਪਕਿ ਪਤੰਗ ਪਚਾਇਆ ॥ ତ୍ରିଗୁଣାମାତ୍ମକ ମାୟାକୁ ଦେଖି ମନୁଷ୍ୟ ଏପରି କୁମାର୍ଗଗାମୀ ହୋଇଯାଏ, ଯେପରି ଦୀପକୁ ଦେଖି ପତଙ୍ଗ ନାଶ ହୋଇଯାଏ।
ਪੰਡਿਤ ਭੁਲਿ ਭੁਲਿ ਮਾਇਆ ਵੇਖਹਿ ਦਿਖਾ ਕਿਨੈ ਕਿਹੁ ਆਣਿ ਚੜਾਇਆ ॥ ପଣ୍ଡିତ ବାରମ୍ବାର ମାୟାର ଲୋଭରେ ଆକର୍ଷିତ ହୋଇ ଦେଖିଥାଏ ଯେ କେହି ତାହା ସମ୍ମୁଖରେ କୌଣସି ଦକ୍ଷିଣା ରଖିଛନ୍ତି ନା ନାହିଁ।
ਦੂਜੈ ਭਾਇ ਪੜਹਿ ਨਿਤ ਬਿਖਿਆ ਨਾਵਹੁ ਦਯਿ ਖੁਆਇਆ ॥ ଦୈତ୍ୟଭାବର ପ୍ରୀତିରେ ପଥଭ୍ରଷ୍ଟ ହୋଇ ସେ ନିତ୍ୟ ପାପ ବିଷୟରେ ପଢିଥାଏ ଏବଂ ପ୍ରଭୁ ତାହାକୁ ନିଜ ନାମରୁ ବଞ୍ଚିତ କରିଥାନ୍ତି।
ਜੋਗੀ ਜੰਗਮ ਸੰਨਿਆਸੀ ਭੁਲੇ ਓਨ੍ਹ੍ਹਾ ਅਹੰਕਾਰੁ ਬਹੁ ਗਰਬੁ ਵਧਾਇਆ ॥ ଯୋଗୀ, ଜଙ୍ଗମ ଏବଂ ସନ୍ନ୍ୟାସୀ ମଧ୍ୟ ଭୁଲିଥାନ୍ତି, କାରଣ ସେମାନେ ନିଜ ଅହଂକାର ଏବଂ ଗର୍ବ ବହୁତ ବଢାଇ ଥାଆନ୍ତି।
ਛਾਦਨੁ ਭੋਜਨੁ ਨ ਲੈਹੀ ਸਤ ਭਿਖਿਆ ਮਨਹਠਿ ਜਨਮੁ ਗਵਾਇਆ ॥ ବସ୍ତ୍ର ଓ ଭୋଜନର ସଚ୍ଚା ଭିକ୍ଷାକୁ ସେ ସ୍ଵୀକାର କରେ ନାହିଁ ଏବଂ ନିଜ ମନର ଜିଦି କାରଣରୁ ସେ ନିଜ ଜୀବନ ବ୍ୟର୍ଥରେ ହରାଇ ଥାଏ।
ਏਤੜਿਆ ਵਿਚਹੁ ਸੋ ਜਨੁ ਸਮਧਾ ਜਿਨਿ ਗੁਰਮੁਖਿ ਨਾਮੁ ਧਿਆਇਆ ॥ ସେମାନଙ୍କ ମଧ୍ୟରୁ କେବଳ ସେହି ସେବକ ମହାନ ଅଟେ, ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ରହି ନାମର ଧ୍ୟାନ କରନ୍ତି।
ਜਨ ਨਾਨਕ ਕਿਸ ਨੋ ਆਖਿ ਸੁਣਾਈਐ ਜਾ ਕਰਦੇ ਸਭਿ ਕਰਾਇਆ ॥੨॥ ହେ ନାନକ!
ਪਉੜੀ ॥ ପଉଡି ॥
ਮਾਇਆ ਮੋਹੁ ਪਰੇਤੁ ਹੈ ਕਾਮੁ ਕ੍ਰੋਧੁ ਅਹੰਕਾਰਾ ॥ ମାୟା-ମୋହ, କାମ, କ୍ରୋଧ ଏବଂ ଅହଂକାର ଇତ୍ୟାଦି ଭୟାନକ ପ୍ରେତ ଅଟନ୍ତି।
ਏਹ ਜਮ ਕੀ ਸਿਰਕਾਰ ਹੈ ਏਨ੍ਹ੍ਹਾ ਉਪਰਿ ਜਮ ਕਾ ਡੰਡੁ ਕਰਾਰਾ ॥ ସେମାନେ ସବୁ ଯମରାଜାଙ୍କ ପ୍ରଜା ଅଟନ୍ତି ଆଉ ତାହାଙ୍କ ପ୍ରତି ଯମରାଜଙ୍କ ଦଣ୍ଡ କାୟମ ରହିଥାଏ।
ਮਨਮੁਖ ਜਮ ਮਗਿ ਪਾਈਅਨ੍ਹ੍ਹਿ ਜਿਨ੍ਹ੍ਹ ਦੂਜਾ ਭਾਉ ਪਿਆਰਾ ॥ ସ୍ଵେଚ୍ଛାଚାରୀ ମନୁଷ୍ୟ ଯିଏ ମୋହ-ମାୟା ସହିତ ପ୍ରେମ କରିଥାଏ, ସେ ଯମରାଜଙ୍କ ମାର୍ଗରେ ପଡିଥାଏ।
ਜਮ ਪੁਰਿ ਬਧੇ ਮਾਰੀਅਨਿ ਕੋ ਸੁਣੈ ਨ ਪੂਕਾਰਾ ॥ ସ୍ଵେଛାଚାରୀ ଯମପୁରୀରେ ବନ୍ଧା ହୋଇ ମାଡ ଖାଇଥାଏ ଆଉ କେହି ତାହାର ଚିତ୍କାର ଶୁଣିନଥାଏ।
ਜਿਸ ਨੋ ਕ੍ਰਿਪਾ ਕਰੇ ਤਿਸੁ ਗੁਰੁ ਮਿਲੈ ਗੁਰਮੁਖਿ ਨਿਸਤਾਰਾ ॥੧੨॥ ଯାହା ଉପରେ ପ୍ରଭୁ କୃପା କରିଥାନ୍ତି, ତାହାକୁ ଗୁରୁ ମିଳିଥାନ୍ତି ଆଉ ଗୁରୁଙ୍କ ସାନ୍ନିଧ୍ୟରେ ରହି ପ୍ରାଣୀର ମୁକ୍ତି ହୋଇଯାଏ॥12॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਹਉਮੈ ਮਮਤਾ ਮੋਹਣੀ ਮਨਮੁਖਾ ਨੋ ਗਈ ਖਾਇ ॥ ଅହଂତ୍ଵ ଏବଂ ମମତା ଜାତ କରିଥିବା ମାୟା ଏପରି ମୋହିନୀ ଅଟେ ଯିଏ ସ୍ଵେଚ୍ଛାଚାରୀକୁ ଗ୍ରାସ କରିଥାଏ।
ਜੋ ਮੋਹਿ ਦੂਜੈ ਚਿਤੁ ਲਾਇਦੇ ਤਿਨਾ ਵਿਆਪਿ ਰਹੀ ਲਪਟਾਇ ॥ ଯିଏ ନିଜ ଚିତ୍ତ ଦୈତ୍ୟଭାବର ମୋହରେ ଲଗାଇ ଥାଏ, ସେହି ମାୟା ତାହା ସହିତ ଲିପ୍ତ ରହି ତାହାକୁ ବଶରେ ରଖିଥାଏ।
ਗੁਰ ਕੈ ਸਬਦਿ ਪਰਜਾਲੀਐ ਤਾ ਏਹ ਵਿਚਹੁ ਜਾਇ ॥ ଯଦି ଗୁରୁଙ୍କ ଶବ୍ଦ ଦ୍ଵାରା ତାହାକୁ ଜଳାଇ ଦିଆଯାଏ, ତାହାହେଲେ ଏହା ତଥାପି ଅନ୍ତରରୁ ଆସିଥାଏ।
ਤਨੁ ਮਨੁ ਹੋਵੈ ਉਜਲਾ ਨਾਮੁ ਵਸੈ ਮਨਿ ਆਇ ॥ ଏହି ପ୍ରକାର ମନ, ତନ ଉଜ୍ଜ୍ଵଳ ହୋଇଯାଏ ଆଉ ନାମ ମନରେ ସ୍ଥାପିତ ହୋଇଥାଏ।
ਨਾਨਕ ਮਾਇਆ ਕਾ ਮਾਰਣੁ ਹਰਿ ਨਾਮੁ ਹੈ ਗੁਰਮੁਖਿ ਪਾਇਆ ਜਾਇ ॥੧॥ ହେ ନାନକ! ହରିଙ୍କ ନାମ ଏହି ମାୟାର ମାରଣ ଅଟେ ଯାହା ଗୁରୁଙ୍କ ମାଧ୍ୟମରୁ ପ୍ରାପ୍ତ ହୋଇପାରେ॥1॥
ਮਃ ੩ ॥ ମହଲା 3 ॥
ਇਹੁ ਮਨੁ ਕੇਤੜਿਆ ਜੁਗ ਭਰਮਿਆ ਥਿਰੁ ਰਹੈ ਨ ਆਵੈ ਜਾਇ ॥ ଏହି ମନ ଅନେକ ଯୁଗରେ ପଥଭ୍ରଷ୍ଟ ରହିଥାଏ, ଏହା ସ୍ଥିର ରହେ ନାହିଁ ଆଉ ଜନ୍ମ ହୋଇ ମରିଥାଏ।
ਹਰਿ ਭਾਣਾ ਤਾ ਭਰਮਾਇਅਨੁ ਕਰਿ ਪਰਪੰਚੁ ਖੇਲੁ ਉਪਾਇ ॥ ଯେବେ ହରିଙ୍କୁ ଭଲ ଲାଗିଥାଏ, ସେତେବେଳେ ସେ ମନକୁ ପଥଭ୍ରଷ୍ଟ କରାନ୍ତି ଓ ଖେଳ ଖେଳାନ୍ତି।
ਜਾ ਹਰਿ ਬਖਸੇ ਤਾ ਗੁਰ ਮਿਲੈ ਅਸਥਿਰੁ ਰਹੈ ਸਮਾਇ ॥ ଯେବେ ହରି ମନକୁ କ୍ଷମା କରି ଦିଅନ୍ତି, ସେତେବେଳେ ହିଁ ଗୁରୁ ମିଳନ୍ତି ଏବଂ ସ୍ଥିର ହୋଇ ମନ ସତ୍ୟରେ ବିଲୀନ ହୋଇଯାଏ।


© 2017 SGGS ONLINE
Scroll to Top