Guru Granth Sahib Translation Project

guru granth sahib odia page-511

Page 511

ਕਾਇਆ ਮਿਟੀ ਅੰਧੁ ਹੈ ਪਉਣੈ ਪੁਛਹੁ ਜਾਇ ॥ ଏହି ଶରୀର ମାଟିର, ଅନ୍ଧ ଅର୍ଥାତ ଜ୍ଞାନହୀନ ଅଟେ।
ਹਉ ਤਾ ਮਾਇਆ ਮੋਹਿਆ ਫਿਰਿ ਫਿਰਿ ਆਵਾ ਜਾਇ ॥ ଯଦି ଜୀବାତ୍ମାକୁ ପଚରା ଯାଏ, ତାହାହେଲେ ଜୀବାତ୍ମା କହିଥାଏ ଯେ ମୋତେ ମୋହ ମାୟା ଆକର୍ଷିତ କରିଛି, ଏଥିପାଇଁ ମୁଁ ବାରମ୍ବାର ସଂସାରକୁ ଆସି ଯାଇଥାଏ।
ਨਾਨਕ ਹੁਕਮੁ ਨ ਜਾਤੋ ਖਸਮ ਕਾ ਜਿ ਰਹਾ ਸਚਿ ਸਮਾਇ ॥੧॥ ହେ ନାନକ! ଜୀବାତ୍ମା ସମ୍ବୋଧନ କରିଥାଏ ଯେ ସେ ନିଜ ପତି-ପ୍ରଭୁଙ୍କ ହୁକୁମକୁ ଜାଣେ ନାହିଁ, ଯାହାଙ୍କ ଦ୍ଵାରା ସେ ସତ୍ୟରେ ରହିଥାଏ॥1॥
ਮਃ ੩ ॥ ମହଲା 3 ॥
ਏਕੋ ਨਿਹਚਲ ਨਾਮ ਧਨੁ ਹੋਰੁ ਧਨੁ ਆਵੈ ਜਾਇ ॥ ଏକ ଈଶ୍ଵରଙ୍କ ନାମ ଧନ ହିଁ ଶାଶ୍ଵତ ଅଟେ, ଅନ୍ୟ ସାଂସାରିକ ଧନ ଆସିଥାଏ, ଯାଇଥାଏ।
ਇਸੁ ਧਨ ਕਉ ਤਸਕਰੁ ਜੋਹਿ ਨ ਸਕਈ ਨਾ ਓਚਕਾ ਲੈ ਜਾਇ ॥ ଏହି ନାମ ଧନରେ ଚୋର କୁଦୃଷ୍ଟି ରଖିପାରେ ନାହିଁ, ଏବଂ ନା ତାହାକୁ କେହି ନେଇଯାଇ ପାରେ।
ਇਹੁ ਹਰਿ ਧਨੁ ਜੀਐ ਸੇਤੀ ਰਵਿ ਰਹਿਆ ਜੀਐ ਨਾਲੇ ਜਾਇ ॥ ହରିଙ୍କ ନାମ ରୂପୀ ଏହି ଧନ ଆତ୍ମା ସାଥିରେ ବାସ କରିଥାଏ ଏବଂ ଆତ୍ମା ସାଥିରେ ହିଁ ପରଲୋକ ଯାଇଥାଏ।
ਪੂਰੇ ਗੁਰ ਤੇ ਪਾਈਐ ਮਨਮੁਖਿ ਪਲੈ ਨ ਪਾਇ ॥ କିନ୍ତୁ ଏହି ଅମୂଲ୍ୟ ନାମ ଧନ ପୂର୍ଣ୍ଣ ଗୁରୁଙ୍କ ଠାରୁ ହିଁ ପ୍ରାପ୍ତ ହୋଇଥାଏ ତଥା ସ୍ଵେଚ୍ଛାଚାରୀ ଲୋକଙ୍କୁ ଏହି ଧନ ପ୍ରାପ୍ତ ହୋଇନଥାଏ।
ਧਨੁ ਵਾਪਾਰੀ ਨਾਨਕਾ ਜਿਨ੍ਹ੍ਹਾ ਨਾਮ ਧਨੁ ਖਟਿਆ ਆਇ ॥੨॥ ହେ ନାନକ! ସେହି ବ୍ୟାପାରୀ ଧନ୍ୟ ଅଟେ, ଯିଏ ସଂସାରକୁ ଆସି ହରିଙ୍କ ନାମ ଧନ ଅର୍ଜନ କରିଛି॥2॥
ਪਉੜੀ ॥ ପଉଡି॥
ਮੇਰਾ ਸਾਹਿਬੁ ਅਤਿ ਵਡਾ ਸਚੁ ਗਹਿਰ ਗੰਭੀਰਾ ॥ ମୋର ପରମେଶ୍ଵର ବଡ ମହାନ ଅଟନ୍ତି, ସେ ସର୍ବଦା ସତ୍ୟ ଏବଂ ଗୁରୁ-ଗମ୍ଭୀର ଅଟନ୍ତି।
ਸਭੁ ਜਗੁ ਤਿਸ ਕੈ ਵਸਿ ਹੈ ਸਭੁ ਤਿਸ ਕਾ ਚੀਰਾ ॥ ସଂପୂର୍ଣ୍ଣ ଜଗତ ତାହାଙ୍କ ବଶରେ ଥାଏ ଏବଂ ସାରା ଶକ୍ତି ତାହାଙ୍କ ହିଁ ଅଟେ।
ਗੁਰ ਪਰਸਾਦੀ ਪਾਈਐ ਨਿਹਚਲੁ ਧਨੁ ਧੀਰਾ ॥ ଗୁରୁଙ୍କ କୃପାରୁ ହିଁ ସଦା ଅଟଳ ଏବଂ ଧର୍ଯ୍ୟବାନ ହରିଙ୍କ ନାମ-ଧନ ପ୍ରାପ୍ତ ହୋଇଥାଏ।
ਕਿਰਪਾ ਤੇ ਹਰਿ ਮਨਿ ਵਸੈ ਭੇਟੈ ਗੁਰੁ ਸੂਰਾ ॥ ଯଦି ସୁରବୀର ଗୁରୁଙ୍କ ସହିତ ଭେଟ ହୋଇଯାଏ, ତାହାହେଲେ ତାହାଙ୍କ କୃପାରୁ ପ୍ରାଣୀଙ୍କ ମନରେ ହରି ନିବାସ କରି ନିଅନ୍ତି।
ਗੁਣਵੰਤੀ ਸਾਲਾਹਿਆ ਸਦਾ ਥਿਰੁ ਨਿਹਚਲੁ ਹਰਿ ਪੂਰਾ ॥੭॥ ଗୁଣବାନ ଲୋକ ହିଁ ସଦା ଅଟଳ ଏବଂ ପୂର୍ଣ୍ଣ ହରିଙ୍କ ଗୁଣଗାନ କରିଥାଏ॥7॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਧ੍ਰਿਗੁ ਤਿਨ੍ਹ੍ਹਾ ਦਾ ਜੀਵਿਆ ਜੋ ਹਰਿ ਸੁਖੁ ਪਰਹਰਿ ਤਿਆਗਦੇ ਦੁਖੁ ਹਉਮੈ ਪਾਪ ਕਮਾਇ ॥ ସେହି ମନୁଷ୍ୟ ଜୀବନକୁ ଧିକ୍କାର ଅଟେ, ଯିଏ ହରି-ନାମ ସ୍ମରଣ ସୁଖକୁ ତ୍ୟାଗ କରିଥାଏ ଏବଂ ଅଭିମାନରେ ପାପ କରି ଦୁଃଖ ଭୋଗ କରିଥାଏ।
ਮਨਮੁਖ ਅਗਿਆਨੀ ਮਾਇਆ ਮੋਹਿ ਵਿਆਪੇ ਤਿਨ੍ਹ੍ਹ ਬੂਝ ਨ ਕਾਈ ਪਾਇ ॥ ଅଜ୍ଞାନ-ମନମୁଖୀ ମାୟାର ମୋହରେ ଫସି ରହିଥାଏ ଆଉ ତାହାକୁ କୌଣସି ଜ୍ଞାନ ମିଳେନାହିଁ।
ਹਲਤਿ ਪਲਤਿ ਓਇ ਸੁਖੁ ਨ ਪਾਵਹਿ ਅੰਤਿ ਗਏ ਪਛੁਤਾਇ ॥ ଏହି ଲୋକ ଏବଂ ପରଲୋକରେ ତାହାକୁ ସୁଖ ଉପଲବ୍ଧ ହୁଏନାହିଁ ଏବଂ ଶେଷରେ ପଶ୍ଚାତାପ କରି ଚାଲିଯାଏ।
ਗੁਰ ਪਰਸਾਦੀ ਕੋ ਨਾਮੁ ਧਿਆਏ ਤਿਸੁ ਹਉਮੈ ਵਿਚਹੁ ਜਾਇ ॥ ଗୁରୁଙ୍କ କୃପାରୁ କେହି ବିରଳ ବ୍ୟକ୍ତି ହିଁ ନାମର ଆରାଧନା କରିଥାଏ ଓ ତାହାର ଅନ୍ତର୍ମନରୁ ଅହଂତ୍ଵ ଦୂର ହୋଇଯାଏ।
ਨਾਨਕ ਜਿਸੁ ਪੂਰਬਿ ਹੋਵੈ ਲਿਖਿਆ ਸੋ ਗੁਰ ਚਰਣੀ ਆਇ ਪਾਇ ॥੧॥ ହେ ନାନକ! ଯାହାର ଭାଗ୍ୟରେ ଆରମ୍ଭରୁ ଲେଖା ହୋଇଥାଏ, ସେ ଗୁରୁଙ୍କ ଚରଣକୁ ଆସିଥାଏ॥1॥
ਮਃ ੩ ॥ ମହଲା 3 ॥
ਮਨਮੁਖੁ ਊਧਾ ਕਉਲੁ ਹੈ ਨਾ ਤਿਸੁ ਭਗਤਿ ਨ ਨਾਉ ॥ ମନମୁଖୀ ମନୁଷ୍ୟ ଓଲଟା ପଦ୍ମ ଫୁଲ ଅଟେ, ତାହା ପାଖରୀ ନା ଭକ୍ତି ଥାଏ ଆଉ ନା ହିଁ ପ୍ରଭୁଙ୍କ ନାମ ଥାଏ।
ਸਕਤੀ ਅੰਦਰਿ ਵਰਤਦਾ ਕੂੜੁ ਤਿਸ ਕਾ ਹੈ ਉਪਾਉ ॥ ସେ ମାୟାରେ ହିଁ ସକ୍ରିୟ ରହିଥାଏ ଏବଂ ମିଥ୍ୟା ହିଁ ତାହାର ଜୀବନ ମନୋରଥ ହୋଇଥାଏ।
ਤਿਸ ਕਾ ਅੰਦਰੁ ਚਿਤੁ ਨ ਭਿਜਈ ਮੁਖਿ ਫੀਕਾ ਆਲਾਉ ॥ ସେହି ମନମୁଖୀର ଅନ୍ତର୍ମନ ମଧ୍ୟ ସ୍ନେହରେ ଭିଜି ନଥାଏ, ତାହାର ମୁଖରୁ ବାହାରୁ ଥିବା ବଚନ ମଧ୍ୟ ନିରର୍ଥକ ହିଁ ହୋଇଥାଏ।
ਓਇ ਧਰਮਿ ਰਲਾਏ ਨਾ ਰਲਨ੍ਹ੍ਹਿ ਓਨਾ ਅੰਦਰਿ ਕੂੜੁ ਸੁਆਉ ॥ ଏପରି ବ୍ୟକ୍ତି ଧର୍ମ ପାଖରେ ରହି ମଧ୍ୟ ଧର୍ମ ଠାରୁ ଦୂରେଇ ରହିଥାଏ ଏବଂ ତାହା ଭିତରେ ମିଥ୍ୟା ବିଦ୍ୟମାନ ଥାଏ।
ਨਾਨਕ ਕਰਤੈ ਬਣਤ ਬਣਾਈ ਮਨਮੁਖ ਕੂੜੁ ਬੋਲਿ ਬੋਲਿ ਡੁਬੇ ਗੁਰਮੁਖਿ ਤਰੇ ਜਪਿ ਹਰਿ ਨਾਉ ॥੨॥ ହେ ନାନକ! ବିଶ୍ଵ ରଚୟିତା ପ୍ରଭୁ ଏପରି ରଚନା କରିଛନ୍ତି ଯେ ମନମୁଖୀ ମିଥ୍ୟା ବୋଲି ବୋଲି ବୁଡି ଯାଇଛି ଏବଂ ଗୁରୁମୁଖୀ ହରିନାମର ଜପ କରି ସଂସାର ସାଗରରୁ ପାର ହୋଇ ଯାଇଛି॥2॥
ਪਉੜੀ ॥ ପଉଡି ॥
ਬਿਨੁ ਬੂਝੇ ਵਡਾ ਫੇਰੁ ਪਇਆ ਫਿਰਿ ਆਵੈ ਜਾਈ ॥ ସତ୍ୟକୁ ବୁଝିବା ବିନା ଜନ୍ମ ମରଣର ଲମ୍ବା ଚକ୍ରରେ ପଡିବାକୁ ହୋଇଥାଏ, ମନୁଷ୍ୟ ପୁନଃ ପୁନଃ ଯୋନିର ଚକ୍ରରେ ସଂସାରକୁ ଆସିଥାଏ।
ਸਤਿਗੁਰ ਕੀ ਸੇਵਾ ਨ ਕੀਤੀਆ ਅੰਤਿ ਗਇਆ ਪਛੁਤਾਈ ॥ ସେ ଗୁରୁଙ୍କ ସେବାରେ ଲିପ୍ତ ହୁଏନାହିଁ, ଯାହା ଫଳରେ ଶେଷରେ ପଶ୍ଚାତାପ କରି ଜଗତରୁ ଚାଲିଯାଏ।
ਆਪਣੀ ਕਿਰਪਾ ਕਰੇ ਗੁਰੁ ਪਾਈਐ ਵਿਚਹੁ ਆਪੁ ਗਵਾਈ ॥ ଯେବେ ପରମାତ୍ମା ନିଜ କୃପା-ଦୃଷ୍ଟି କରିଥାନ୍ତି, ସେତେବେଳେ ଗୁରୁଙ୍କ ସହିତ ମିଳନ ହୋଇଯାଏ ଏବଂ ପ୍ରାଣୀର ଅହଂତ୍ଵ ଦୂର ହୋଇଯାଏ।
ਤ੍ਰਿਸਨਾ ਭੁਖ ਵਿਚਹੁ ਉਤਰੈ ਸੁਖੁ ਵਸੈ ਮਨਿ ਆਈ ॥ ସେତେବେଳେ, ସାଂସାରିକ ମୋହର ତୃଷ୍ଣାର କ୍ଷୁଧା ଦୂର ହୋଇଯାଏ ଏବଂ ମନରେ ଆତ୍ମିକ ସୁଖର ନିବାସ ହୋଇଥାଏ।
ਸਦਾ ਸਦਾ ਸਾਲਾਹੀਐ ਹਿਰਦੈ ਲਿਵ ਲਾਈ ॥੮॥ ନିଜ ହୃଦୟରେ ପ୍ରଭୁଙ୍କ ସହିତ ଲଗ୍ନ ଲଗାଇ ସର୍ବଦା ତାହାଙ୍କ ସ୍ତୁତି କରିବା ଉଚିତ॥8॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਜਿ ਸਤਿਗੁਰੁ ਸੇਵੇ ਆਪਣਾ ਤਿਸ ਨੋ ਪੂਜੇ ਸਭੁ ਕੋਇ ॥ ଯେଉଁ ବ୍ୟକ୍ତି ନିଜେ ସଦଗୁରୁଙ୍କ ସେବା ଶ୍ରଦ୍ଧା ସହିତ କରିଥାଏ, ସମସ୍ତେ ତାହାର ପୂଜା କରନ୍ତି।
ਸਭਨਾ ਉਪਾਵਾ ਸਿਰਿ ਉਪਾਉ ਹੈ ਹਰਿ ਨਾਮੁ ਪਰਾਪਤਿ ਹੋਇ ॥ ସମସ୍ତ ଉପାୟ ଠାରୁ ଶ୍ରେଷ୍ଠ ଉପାୟ ଏହା ଯେ ହରିଙ୍କ ନାମର ପ୍ରାପ୍ତି ହୋଇଯାଏ।
ਅੰਤਰਿ ਸੀਤਲ ਸਾਤਿ ਵਸੈ ਜਪਿ ਹਿਰਦੈ ਸਦਾ ਸੁਖੁ ਹੋਇ ॥ ନାମର ଜପ କରିଲେ ଅନ୍ତର୍ମନରେ ଶୀତଳତା ଏବଂ ଶାନ୍ତି ନିବାସ କରିଥାଏ ଆଉ ହୃଦୟରେ ସଦା ସୁଖ ରହିଥାଏ।
ਅੰਮ੍ਰਿਤੁ ਖਾਣਾ ਅੰਮ੍ਰਿਤੁ ਪੈਨਣਾ ਨਾਨਕ ਨਾਮੁ ਵਡਾਈ ਹੋਇ ॥੧॥ ହେ ନାନକ! ନାମାମୃତ ହିଁ ତାହାର ଭୋଜନ ଏବଂ ତାହାର ପ୍ରହରୀ ବନିଯାଏ, ନାମ ଦ୍ଵାରା ହିଁ ତାହାକୁ ଜଗତରେ କୀର୍ତ୍ତି ପ୍ରାପ୍ତ ହୋଇଥାଏ॥1॥
ਮਃ ੩ ॥ ମହଲା 3 ॥
ਏ ਮਨ ਗੁਰ ਕੀ ਸਿਖ ਸੁਣਿ ਹਰਿ ਪਾਵਹਿ ਗੁਣੀ ਨਿਧਾਨੁ ॥ ହେ ମୋର ମନ! ସଚ୍ଚା ଗୁରୁଙ୍କ ଶିକ୍ଷା ଶୁଣ, ତୋତେ ଗୁଣର ଭଣ୍ଡାର ପ୍ରଭୁ ପ୍ରାପ୍ତ ହେବେ।


© 2017 SGGS ONLINE
Scroll to Top