Guru Granth Sahib Translation Project

guru granth sahib odia page-509

Page 509

ਹਰਿ ਨਾਮੁ ਨ ਪਾਇਆ ਜਨਮੁ ਬਿਰਥਾ ਗਵਾਇਆ ਨਾਨਕ ਜਮੁ ਮਾਰਿ ਕਰੇ ਖੁਆਰ ॥੨॥ ହେ ନାନକ! ସେ ହରିଙ୍କ ନାମକୁ ପ୍ରାପ୍ତ କରେ ନାହିଁ ଏବଂ ନିଜ ଅମୂଲ୍ୟ ଜୀବନ ବ୍ୟର୍ଥରେ ହରାଇ ଥାଏ, ଏଥିପାଇଁ ଯମଦୂତ ତାହାକୁ ଦଣ୍ଡ ଦେଇ ଅପମାନିତ କରିଥାଏ||2||
ਪਉੜੀ ॥ ପଉଡି ॥
ਆਪਣਾ ਆਪੁ ਉਪਾਇਓਨੁ ਤਦਹੁ ਹੋਰੁ ਨ ਕੋਈ ॥ ଯେବେ ପରମାତ୍ମା ନିଜକୁ ନିଜେ ଉତ୍ପନ୍ନ କରିଲେ, ସେତେବେଳେ ଆଉ କେହି ନଥିଲେ।
ਮਤਾ ਮਸੂਰਤਿ ਆਪਿ ਕਰੇ ਜੋ ਕਰੇ ਸੁ ਹੋਈ ॥ ସେ ନିଜେ ହିଁ ସେତେବେଳେ ପରାମର୍ଶ ଦେଇଥିଲେ, ସେ ଯାହା କିଛି କରିଥିଲେ, ତାହା ହେଉଥିଲା।
ਤਦਹੁ ਆਕਾਸੁ ਨ ਪਾਤਾਲੁ ਹੈ ਨਾ ਤ੍ਰੈ ਲੋਈ ॥ ସେତେବେଳେ ନା ଆକାଶ ଥିଲା, ନା ପାତାଳ ଥିଲା ନା ତିନିଲୋକ ଥିଲା।
ਤਦਹੁ ਆਪੇ ਆਪਿ ਨਿਰੰਕਾਰੁ ਹੈ ਨਾ ਓਪਤਿ ਹੋਈ ॥ ସେତେବେଳେ କେବଳ ନିରାକାର ପ୍ରଭୁ ନିଜେ ଥିଲେ ଆଉ କୌଣସି ଉତ୍ପତ୍ତି ହୋଇନଥିଲା।
ਜਿਉ ਤਿਸੁ ਭਾਵੈ ਤਿਵੈ ਕਰੇ ਤਿਸੁ ਬਿਨੁ ਅਵਰੁ ਨ ਕੋਈ ॥੧॥ ତାହାକୁ ଯାହା ଭଲ ଲାଗୁଥିଲା, ସେପରି ହିଁ ସେ କରୁଥିଲେ ଏବଂ ତାହାଙ୍କ ବିନା ଅନ୍ୟ କେହି ନଥିଲେ||1||
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਸਾਹਿਬੁ ਮੇਰਾ ਸਦਾ ਹੈ ਦਿਸੈ ਸਬਦੁ ਕਮਾਇ ॥ ମୋର ଶାହିବ ପରମାତ୍ମା ସଦା ଆମର ଅଟନ୍ତି, କିନ୍ତୁ ତାହାଙ୍କ ଦର୍ଶନ ‘ଶବ୍ଦ’ର ସାଧନା ଦ୍ଵାରା ହୋଇଥାଏ।
ਓਹੁ ਅਉਹਾਣੀ ਕਦੇ ਨਾਹਿ ਨਾ ਆਵੈ ਨਾ ਜਾਇ ॥ ସେ ଅନଶ୍ଵର ଅଟନ୍ତି ଆଉ ଜନ୍ମ-ମରଣର ଚକ୍ରରେ ଆସନ୍ତି ନାହିଁ।
ਸਦਾ ਸਦਾ ਸੋ ਸੇਵੀਐ ਜੋ ਸਭ ਮਹਿ ਰਹੈ ਸਮਾਇ ॥ ସର୍ବଦା ସେହି ପ୍ରଭୁଙ୍କ ସ୍ମରଣ କରିବା ଉଚିତ ଯିଏ ପ୍ରତ୍ୟେକ ହୃଦୟରେ ରହିଥାନ୍ତି।
ਅਵਰੁ ਦੂਜਾ ਕਿਉ ਸੇਵੀਐ ਜੰਮੈ ਤੈ ਮਰਿ ਜਾਇ ॥ ଆଉ କାହାକୁ କାହିଁକି ସେବା-ଭକ୍ତି କରିବି ଯିଏ ଜନ୍ମ ହୋଇ ମରିଥାଏ?
ਨਿਹਫਲੁ ਤਿਨ ਕਾ ਜੀਵਿਆ ਜਿ ਖਸਮੁ ਨ ਜਾਣਹਿ ਆਪਣਾ ਅਵਰੀ ਕਉ ਚਿਤੁ ਲਾਇ ॥ ତାହାର ଜୀବନ ନିଷ୍ଫଳ ହୋଇଯାଏ ଯିଏ ନିଜ ମାଲିକ ପ୍ରଭୁଙ୍କୁ ଜାଣେ ନାହିଁ ତଥା ନିଜ ଚିତ୍ତ ଅନ୍ୟ ପାଖରେ ଲଗାଇ ଥାଏ।
ਨਾਨਕ ਏਵ ਨ ਜਾਪਈ ਕਰਤਾ ਕੇਤੀ ਦੇਇ ਸਜਾਇ ॥੧॥ ହେ ନାନକ! ଏହି କଥାର ଅନୁମାନ ମଧ୍ୟ ଲଗାଯାଇ ପାରିବ ନାହିଁ ଯେ ବିଶ୍ଵର ରଚୟିତା ତାହାକୁ କେତେ ଦଣ୍ଡ ଦେବେ ||1||
ਮਃ ੩ ॥ ମହଲା 3 ॥
ਸਚਾ ਨਾਮੁ ਧਿਆਈਐ ਸਭੋ ਵਰਤੈ ਸਚੁ ॥ ପରମେଶ୍ଵର ସର୍ବବ୍ୟାପକ ଅଟନ୍ତି, ଏଥିପାଇଁ ସେହି ପରମ ସତ୍ୟର ନାମ ସ୍ମରଣ କରିବା ଉଚିତ।
ਨਾਨਕ ਹੁਕਮੁ ਬੁਝਿ ਪਰਵਾਣੁ ਹੋਇ ਤਾ ਫਲੁ ਪਾਵੈ ਸਚੁ ॥ ହେ ନାନକ! ପ୍ରଭୁଙ୍କ ହୁକୁମ ବୁଝିବା ଦ୍ଵାରା ମନୁଷ୍ୟତାହାଙ୍କ ଦରବାରରେ ସ୍ଵୀକୃତ ହୋଇଥାଏ ଆଉ ସେତେବେଳେ ତାହାକୁ ସତ୍ୟ ରୂପୀ ଫଳ ମିଳିଥାଏ।
ਕਥਨੀ ਬਦਨੀ ਕਰਤਾ ਫਿਰੈ ਹੁਕਮੈ ਮੂਲਿ ਨ ਬੁਝਈ ਅੰਧਾ ਕਚੁ ਨਿਕਚੁ ॥੨॥ କିନ୍ତୁ ଯେଉଁ ଲୋକ ନିରର୍ଥକ କାମ ହିଁ କରିଥାଏ, ପ୍ରଭୁଙ୍କ ମୂଳ ହୁକୁମକୁ ବୁଝେ ନାହିଁ, ସେ ଜ୍ଞାନହୀନ ଅଟେ ତଥା ମିଥ୍ୟା କାମ ହିଁ କରିଥାଏ||2||
ਪਉੜੀ ॥ ପଉଡି ॥
ਸੰਜੋਗੁ ਵਿਜੋਗੁ ਉਪਾਇਓਨੁ ਸ੍ਰਿਸਟੀ ਕਾ ਮੂਲੁ ਰਚਾਇਆ ॥ ପରମାତ୍ମା ସଂଯୋଗ ଏବଂ ବିଯୋଗର ନିୟମ ବନାଇ ସୃଷ୍ଟିର ମୂଳ ସିଦ୍ଧାନ୍ତର ସୃଜନା କରିଛନ୍ତି।
ਹੁਕਮੀ ਸ੍ਰਿਸਟਿ ਸਾਜੀਅਨੁ ਜੋਤੀ ਜੋਤਿ ਮਿਲਾਇਆ ॥ ନିଜ ହୁକୁମ ଅନୁସାରେ ନିଜ ସୃଷ୍ଟିର ରଚନା କରିଛନ୍ତି ଆଉ ଜୀବଙ୍କ ଠାରେ ନିଜ ଜ୍ୟୋତି ପ୍ରଜ୍ଜ୍ଵଳିତ କରିଛନ୍ତି।
ਜੋਤੀ ਹੂੰ ਸਭੁ ਚਾਨਣਾ ਸਤਿਗੁਰਿ ਸਬਦੁ ਸੁਣਾਇਆ ॥ ସଚ୍ଚା ଗୁରୁ ଏହି ଶବ୍ଦ ଶୁଣାଇଛନ୍ତି ଯେ ଜ୍ୟୋତି ସ୍ୱରୂପ ପ୍ରଭୁଙ୍କ ଜ୍ୟୋତିରୁ ହିଁ ସାରା ପ୍ରକାଶ ଉତ୍ପନ୍ନ ହୋଇଥାଏ।
ਬ੍ਰਹਮਾ ਬਿਸਨੁ ਮਹੇਸੁ ਤ੍ਰੈ ਗੁਣ ਸਿਰਿ ਧੰਧੈ ਲਾਇਆ ॥ ପରମାତ୍ମା ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କ ଉତ୍ପତ୍ତି କରି ତାହାଙ୍କୁ ତ୍ରିଗୁଣାତ୍ମକ କାର୍ଯ୍ୟରେ ଲଗାଇଛନ୍ତି।
ਮਾਇਆ ਕਾ ਮੂਲੁ ਰਚਾਇਓਨੁ ਤੁਰੀਆ ਸੁਖੁ ਪਾਇਆ ॥੨॥ ପ୍ରଭୁ ସଂଯୋଗ-ବିଯୋଗ ରୂପୀ ମାୟାର ମୂଳ ରଚନା କରିଛନ୍ତି, ଏହି ମାୟାରେ ରହି ହିଁ ମନୁଷ୍ୟ ତୁର୍ଯ୍ୟ ଅବସ୍ଥାରେ ପହଞ୍ଚି ସୁଖ ପ୍ରାପ୍ତ କରିଛନ୍ତି||2||
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਸੋ ਜਪੁ ਸੋ ਤਪੁ ਜਿ ਸਤਿਗੁਰ ਭਾਵੈ ॥ ସଚ୍ଚା ଗିରୁଙ୍କୁ ଯାହା ଭଲ ଲାଗିଥାଏ, ତାହା ଜପ ଏବଂ ତାହା ତପ ଅଟେ।
ਸਤਿਗੁਰ ਕੈ ਭਾਣੈ ਵਡਿਆਈ ਪਾਵੈ ॥ ସଦଗୁରୁଙ୍କ ଇଚ୍ଛାକୁ ଅନୁସରଣ କରିବା ଦ୍ଵାରା ଜୀବ ମାନ-ସମ୍ମାନ ପ୍ରାପ୍ତ କରିଥାଏ।
ਨਾਨਕ ਆਪੁ ਛੋਡਿ ਗੁਰ ਮਾਹਿ ਸਮਾਵੈ ॥੧॥ ହେ ନାନକ! ସେ ଅଭିମାନକୁ ତ୍ୟାଗ କରି ଗୁରୁଙ୍କ ଠାରେ ହିଁ ସମାହିତ ହୋଇଥାଏ॥1॥
ਮਃ ੩ ॥ ମହଲା 3 ॥
ਗੁਰ ਕੀ ਸਿਖ ਕੋ ਵਿਰਲਾ ਲੇਵੈ ॥ ଗୁରୁଙ୍କ ଶିକ୍ଷା କେହି ବିରଳ ଜୀବ ହିଁ ଗ୍ରହଣ କରିଥାଏ।
ਨਾਨਕ ਜਿਸੁ ਆਪਿ ਵਡਿਆਈ ਦੇਵੈ ॥੨॥ ହେ ନାନକ! ଗୁରୁ-ଶିକ୍ଷା ତାହାକୁ ହିଁ ପ୍ରାପ୍ତ ହୋଇଥାଏ, ଯାହାକୁ ପ୍ରଭୁ ନିଜେ କୃପା କରିଥାନ୍ତି॥2॥
ਪਉੜੀ ॥ ପଉଡି॥
ਮਾਇਆ ਮੋਹੁ ਅਗਿਆਨੁ ਹੈ ਬਿਖਮੁ ਅਤਿ ਭਾਰੀ ॥ ମାୟା-ମୋହ ତଥା ଅଜ୍ଞାନତାର ସାଗର ଅତି ଭାରି ଏବଂ ବିଷମ ଅଟେ।
ਪਥਰ ਪਾਪ ਬਹੁ ਲਦਿਆ ਕਿਉ ਤਰੀਐ ਤਾਰੀ ॥ ଯଦି ଜୀବନ ପାପ ରୂପୀ ପଥର ଦ୍ଵାରା ଅତ୍ୟଧିକ ଲଦି ହୋଇଛି, ତାହାହେଲେ ଏହି ସଂସାର ସାଗରରୁ କିପରି ପାର ହେବ?
ਅਨਦਿਨੁ ਭਗਤੀ ਰਤਿਆ ਹਰਿ ਪਾਰਿ ਉਤਾਰੀ ॥ କିନ୍ତୁ ଯିଏ ଦିନ ରାତି ଭକ୍ତିରେ ମଗ୍ନ ରହିଥାଏ, ହରି ତାହାକୁ ସଂସାର ସାଗରରୁ ପାର କରାଇ ଥାଆନ୍ତି।
ਗੁਰ ਸਬਦੀ ਮਨੁ ਨਿਰਮਲਾ ਹਉਮੈ ਛਡਿ ਵਿਕਾਰੀ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ଯଦି ମନୁଷ୍ୟ ଅଭିମାନ ଏବଂ ବିକାର ତ୍ୟାଗ କରି ଦେଇଥାଏ, ତାହାହେଲେ ମନ ନିର୍ମଳ ହୋଇଯାଏ।
ਹਰਿ ਹਰਿ ਨਾਮੁ ਧਿਆਈਐ ਹਰਿ ਹਰਿ ਨਿਸਤਾਰੀ ॥੩॥ ପରମାତ୍ମାଙ୍କ ନାମ-ସ୍ମରଣ କରି ରହିବା ଉଚିତ, କାରଣ ପରମାତ୍ମାଙ୍କ ନାମ ଉଦ୍ଧାର କରିବା ବାଲା ଅଟନ୍ତି॥3॥
ਸਲੋਕੁ ॥ ଶ୍ଳୋକ ॥
ਕਬੀਰ ਮੁਕਤਿ ਦੁਆਰਾ ਸੰਕੁੜਾ ਰਾਈ ਦਸਵੈ ਭਾਇ ॥ ହେ କବୀର! ମୁକ୍ତିର ଦ୍ଵାର ସୋରିଷର ଏକ ଦଶମାଂଶ ଭାଗରୁ ଏକ ଭାଗ ସମାନ ସଙ୍କୁଚିତ ଅଟେ।
ਮਨੁ ਤਉ ਮੈਗਲੁ ਹੋਇ ਰਹਾ ਨਿਕਸਿਆ ਕਿਉ ਕਰਿ ਜਾਇ ॥ ଏହି ମନ ମସ୍ତ ହାତୀ ଭଳି ଅଟେ, ପୁଣି ତାହା କିପରି ସେଥିରୁ ବାହାରି ପାରିବ?
ਐਸਾ ਸਤਿਗੁਰੁ ਜੇ ਮਿਲੈ ਤੁਠਾ ਕਰੇ ਪਸਾਉ ॥ ଯଦି ଏପରି ସଚ୍ଚା ଗୁରୁ ମିଳନ୍ତି ଯିଏ ପରମ ପ୍ରସନ୍ନ ହୋଇ ଦୟା-ଦୃଷ୍ଟି କରି ଦିଅନ୍ତି, ତାହାହେଲେ
ਮੁਕਤਿ ਦੁਆਰਾ ਮੋਕਲਾ ਸਹਜੇ ਆਵਉ ਜਾਉ ॥੧॥ ମୁକ୍ତିର ଦ୍ଵାର ବହୁତ ଖୋଲା ହୋଇଯାଏ ଆଉ ସ୍ଵାଭାବିକ ଭାବରେ ଯିବା ଆସିବା କରି ହୁଏ॥1॥
ਮਃ ੩ ॥ ମହଲା 3 ॥
ਨਾਨਕ ਮੁਕਤਿ ਦੁਆਰਾ ਅਤਿ ਨੀਕਾ ਨਾਨ੍ਹ੍ਹਾ ਹੋਇ ਸੁ ਜਾਇ ॥ ହେ ନାନକ! ମୁକ୍ତିର ଦ୍ଵାର ବହୁତ ଛୋଟ ଅଛି, ପରନ୍ତୁ ସିଏ ବାହାରିପାରେ ଯିଏ ବହୁତ ଛୋଟ ଅର୍ଥାତ ବିନୀତ ହୋଇଥାଏ।
ਹਉਮੈ ਮਨੁ ਅਸਥੂਲੁ ਹੈ ਕਿਉ ਕਰਿ ਵਿਚੁ ਦੇ ਜਾਇ ॥ ଅହଂକାର କରିବା ଦ୍ଵାରା ମନ ଅସ୍ଥୂଳ ହୋଇଯାଇଛି, ପୁଣି ଏହା କିପରି ସେଥିରେ ଯାଇପାରିବ?
ਸਤਿਗੁਰ ਮਿਲਿਐ ਹਉਮੈ ਗਈ ਜੋਤਿ ਰਹੀ ਸਭ ਆਇ ॥ ସଦଗୁରୁଙ୍କ ସହିତ ମିଶିବା ଦ୍ଵାରା ଅହଂକାର ଦୂର ହୋଇଯାଏ ଆଉ ପ୍ରଭୁଙ୍କ ଜ୍ୟୋତି ପ୍ରାଣୀ ଅନ୍ତରକୁ ଆସିଥାଏ।


© 2017 SGGS ONLINE
Scroll to Top