Guru Granth Sahib Translation Project

guru granth sahib odia page-505

Page 505

ਸਤਿਗੁਰ ਵਾਕਿ ਹਿਰਦੈ ਹਰਿ ਨਿਰਮਲੁ ਨਾ ਜਮ ਕਾਣਿ ਨ ਜਮ ਕੀ ਬਾਕੀ ॥੧॥ ਰਹਾਉ ॥II ସଦଗୁରୁଙ୍କ ବାଣୀ ଦ୍ଵାରା ମୁଁ ନିର୍ମଳ ହରିଙ୍କୁ ନିଜ ହୃଦୟରେ ସ୍ଥାପନ କରିଛି, ଏବେ ମୋତେ ନା ହିଁ ଯମର ଅଧିନରେ ରହିବାକୁ ପଡିଥାଏ ଆଉ ନା ହିଁ ଯମରାଜକୁ ହିସାବ ଦେବାକୁ ପଡିଥାଏ॥1॥ରୁହ॥
ਹਰਿ ਗੁਣ ਰਸਨ ਰਵਹਿ ਪ੍ਰਭ ਸੰਗੇ ਜੋ ਤਿਸੁ ਭਾਵੈ ਸਹਜਿ ਹਰੀ ॥ ମୁଁ ନିଜ ଜିହ୍ଵାରେ ହରିଙ୍କ ଗୁଣଗାନ କରିଥାଏ ଆଉ ପ୍ରଭୁ ମଧ୍ୟ ମୋ’ ସାଥିରେ ରହିଥାନ୍ତି, ହରି ସ୍ଵାଭାବିକ ଭାବରେ କିଛି କରିଥାନ୍ତି ଯାହା କିଛି ତାହାଙ୍କୁ ଉପଯୁକ୍ତ ଲାଗିଥାଏ।
ਬਿਨੁ ਹਰਿ ਨਾਮ ਬ੍ਰਿਥਾ ਜਗਿ ਜੀਵਨੁ ਹਰਿ ਬਿਨੁ ਨਿਹਫਲ ਮੇਕ ਘਰੀ ॥੨॥ ହରିନାମ ବିନା ଏହି ଜଗତରେ ମନୁଷ୍ୟର ଜୀବନ ବ୍ୟର୍ଥ ଅଟେ ଆଉ ହରି-ଭଜନ ବିନା ଏକ କ୍ଷଣମଧ୍ୟ ଅତିବାହିତ କରିବା ନିଷ୍ଫଳ ଅଟେ||2||
ਐ ਜੀ ਖੋਟੇ ਠਉਰ ਨਾਹੀ ਘਰਿ ਬਾਹਰਿ ਨਿੰਦਕ ਗਤਿ ਨਹੀ ਕਾਈ ॥ ହେ ମାନ୍ୟବର! ମନ୍ଦ ଲୋକଙ୍କ ପାଇଁ ଘରେ ଏବଂ ବାହାରେ କୌଣସି ସ୍ଥାନ ନାହିଁ ଆଉ ନିନ୍ଦୁକକୁ କେଉଁଠି ହେଲେ ଗତି ନଥାଏ।
ਰੋਸੁ ਕਰੈ ਪ੍ਰਭੁ ਬਖਸ ਨ ਮੇਟੈ ਨਿਤ ਨਿਤ ਚੜੈ ਸਵਾਈ ॥੩॥I ସେ ରୋଷ ପ୍ରକଟ କରୁ, ପରନ୍ତୁ ପ୍ରଭୁ ନିଜ ଅନୁକମ୍ପା ବନ୍ଦ କରନ୍ତି ନାହିଁ, ଯାହା ନିତ୍ୟ ବଢି ଚାଲିଥାଏ||3||
ਐ ਜੀ ਗੁਰ ਕੀ ਦਾਤਿ ਨ ਮੇਟੈ ਕੋਈ ਮੇਰੈ ਠਾਕੁਰਿ ਆਪਿ ਦਿਵਾਈ ॥ ହେ ମାନ୍ୟବର! ଗୁରୁଙ୍କ ଦାନକୁ କେହି ମଧ୍ୟ ବନ୍ଦ କରିପାରିବ ନାହିଁ, କାରଣ ମୋର ଠାକୁର ହିଁ ଏହି ଦାନ ସ୍ଵୟଂ ଦେଇଛନ୍ତି।
ਨਿੰਦਕ ਨਰ ਕਾਲੇ ਮੁਖ ਨਿੰਦਾ ਜਿਨ੍ਹ੍ਹ ਗੁਰ ਕੀ ਦਾਤਿ ਨ ਭਾਈ ॥੪॥ ଯାହାକୁ ଗୁରୁଙ୍କ ଦାନ ଭଲ ଲାଗେ ନାହିଁ, ସେହି ନିନ୍ଦୁକର ମୁଖ କଳଙ୍କିତ ହିଁ ରହିଥାଏ||4||
ਐ ਜੀ ਸਰਣਿ ਪਰੇ ਪ੍ਰਭੁ ਬਖਸਿ ਮਿਲਾਵੈ ਬਿਲਮ ਨ ਅਧੂਆ ਰਾਈ ॥ ହେ ଜିଜ୍ଞାସୁ! ଯିଏ ପ୍ରଭୁଙ୍କ ଶରଣକୁ ଆସିଥାଏ, ସେ ତାହାକୁ କ୍ଷମା କରି ନିଜ ସାଥିରେ ମିଳନ କରାନ୍ତି ଆଉ ଏଥିରେ ବିଳମ୍ବ କରନ୍ତି ନାହିଁ।
ਆਨਦ ਮੂਲੁ ਨਾਥੁ ਸਿਰਿ ਨਾਥਾ ਸਤਿਗੁਰੁ ਮੇਲਿ ਮਿਲਾਈ ॥੫॥I ସେହି ନାଥଙ୍କ ନାଥ ପ୍ରଭୁ ଆନନ୍ଦର ସ୍ରୋତ ଅଟନ୍ତି, ଯିଏ ସଚ୍ଚା ଗୁରୁଙ୍କ ସମ୍ପର୍କରେ ଆସିଥାଏ ||5||
ਐ ਜੀ ਸਦਾ ਦਇਆਲੁ ਦਇਆ ਕਰਿ ਰਵਿਆ ਗੁਰਮਤਿ ਭ੍ਰਮਨਿ ਚੁਕਾਈ ॥ ହେ ଜିଜ୍ଞାସୁ! ପ୍ରଭୁ ସଦା ଦୟାଳୁ ଅଟନ୍ତି ଆଉ ସର୍ବଦା ନିଜ ଭକ୍ତ ଉପରେ ଦୟା କରିଥାନ୍ତି, ଗୁରୁଙ୍କ ଉପଦେଶ ଦ୍ଵାରା ସବୁ ଭ୍ରମ ଦୂର ହୋଇଯାଏ।
ਪਾਰਸੁ ਭੇਟਿ ਕੰਚਨੁ ਧਾਤੁ ਹੋਈ ਸਤਸੰਗਤਿ ਕੀ ਵਡਿਆਈ ॥੬॥ ପାରସ ରୂପୀ ଗୁରୁଙ୍କ ସ୍ପର୍ଶ ଦ୍ଵାରା ସାଧାରଣ ଧାତୁ ସୁନାରେ ପରିଣତ ହୋଇଯାଏ, ଏପରି ସତସଙ୍ଗତିର ବଡିମା ଅଟେ||6||
ਹਰਿ ਜਲੁ ਨਿਰਮਲੁ ਮਨੁ ਇਸਨਾਨੀ ਮਜਨੁ ਸਤਿਗੁਰੁ ਭਾਈ॥ ହରିଙ୍କ ନାମ ନିର୍ମଳ ଜଳ ଅଟେ ଆଉ ସଦଗୁରୁଙ୍କ ନିର୍ମଳ ମନକୁ ଏଥିରେ ସ୍ନାନ କରାଇ ଥାଆନ୍ତି।
ਪੁਨਰਪਿ ਜਨਮੁ ਨਾਹੀ ਜਨ ਸੰਗਤਿ ਜੋਤੀ ਜੋਤਿ ਮਿਲਾਈ ॥੭॥ ହରିଙ୍କ ଦାସଙ୍କ ସଂଗତି କରିବା ଦ୍ଵାରା ମନୁଷ୍ୟ ପୁଣି ଜନ୍ମ ନିଏ ନାହିଁ ଆଉ ତାହାର ଜ୍ୟୋତି ପରମ ଜ୍ୟୋତିରେ ବିଲୀନ ହୋଇଯାଏ||7||
ਤੂੰ ਵਡ ਪੁਰਖੁ ਅਗੰਮ ਤਰੋਵਰੁ ਹਮ ਪੰਖੀ ਤੁਝ ਮਾਹੀ ॥ ହେ ସର୍ବେଶ୍ଵର! ତୁ ଅଗମ୍ୟ ବୃକ୍ଷ ଅଟୁ ଆଉ ଆମେ ପକ୍ଷୀ ତୋର ସଂରକ୍ଷଣରେ ଅଛୁ।
ਨਾਨਕ ਨਾਮੁ ਨਿਰੰਜਨ ਦੀਜੈ ਜੁਗਿ ਜੁਗਿ ਸਬਦਿ ਸਲਾਹੀ ॥੮॥੪॥ ହେ ପ୍ରଭୁ! ନାନକଙ୍କୁ ନିଜ ନିରଞ୍ଜନ ନାମ ପ୍ରଦାନ କର, କାରଣ ସେ ସବୁ ଯୁଗରେ ଶବ୍ଦ ଦ୍ଵାରା ତୋର ସ୍ତୁତି ଗାନ କରୁଅଛି ||8||4||
ਗੂਜਰੀ ਮਹਲਾ ੧ ਘਰੁ ੪॥ ଗୁଜରୀ ମହଲା 1 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਭਗਤਿ ਪ੍ਰੇਮ ਆਰਾਧਿਤੰ ਸਚੁ ਪਿਆਸ ਪਰਮ ਹਿਤੰ ॥ ଯେଉଁ ବ୍ୟକ୍ତି ପ୍ରେମ-ଭକ୍ତି ଦ୍ଵାରା ସଚ୍ଚା ପରମାତ୍ମାଙ୍କୁ ଆରାଧନା କରିଥାଏ, ତାହାକୁ ନାମ ସ୍ମରଣର ହିଁ ତୃଷ୍ଣା ଲାଗିଥାଏ ଆଉ ସେ ବଡ ପ୍ରେମ ସହିତ ନାମ ଜପିଥାଏ।
ਬਿਲਲਾਪ ਬਿਲਲ ਬਿਨੰਤੀਆ ਸੁਖ ਭਾਇ ਚਿਤ ਹਿਤੰ ॥੧॥ ସେ ପ୍ରଭୁଙ୍କ ପାଖରେ ବିନତି କରିଥାଏ ଆଉ ନିଜ ଚିତ୍ତ ପାଇଁ ସୁଖ ଏବଂ ପ୍ରେମର କାମନା କରିଥାଏ ||1||
ਜਪਿ ਮਨ ਨਾਮੁ ਹਰਿ ਸਰਣੀ ॥ ହେ ମନ! ଭଗବାନଙ୍କ ନାମ ଜପ ତଥା ତାହାଙ୍କ ଶରଣ ନିଅ।
ਸੰਸਾਰ ਸਾਗਰ ਤਾਰਿ ਤਾਰਣ ਰਮ ਨਾਮ ਕਰਿ ਕਰਣੀ ॥੧॥ ਰਹਾਉ ॥ ସଂସାର ସାଗରରୁ ପାର ହେବା ପାଇଁ ରାମଙ୍କ ନାମ ଏକ ଜାହାଜ ଅଟେ, ଏଥିପାଇଁ ଏପରି ଜୀବନ ଆଚରଣ ଧାରଣ କର॥1॥ରୁହ॥
ਏ ਮਨ ਮਿਰਤ ਸੁਭ ਚਿੰਤੰ ਗੁਰ ਸਬਦਿ ਹਰਿ ਰਮਣੰ ॥ ହେ ମନ! ଯଦି ଆମେ ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରଭୁଙ୍କ ଭଜନ କରୁ, ତାହାହେଲେ ମୃତ୍ୟୁ ମଧ୍ୟ ଶୁଭଚିନ୍ତକ ବନିଯାଏ।
ਮਤਿ ਤਤੁ ਗਿਆਨੰ ਕਲਿਆਣ ਨਿਧਾਨੰ ਹਰਿ ਨਾਮ ਮਨਿ ਰਮਣੰ ॥੨॥ ମନରେ ପ୍ରଭୁଙ୍କ ନାମ ସ୍ମରଣ କରିଲେ ମନୁଷ୍ୟର ହୃଦୟରେ ଜ୍ଞାନ ଏବଂ କଲ୍ୟାଣର ଖଜଣା ପ୍ରାପ୍ତ ହୋଇଥାଏ ||2||
ਚਲ ਚਿਤ ਵਿਤ ਭ੍ਰਮਾ ਭ੍ਰਮੰ ਜਗੁ ਮੋਹ ਮਗਨ ਹਿਤੰ ॥ ଚଞ୍ଚଳ ମନ ଧନ-ଦୌଲତ ପଛରେ ଦଉଡୁଥାଏ ଆଉ ଜଗତର ମୋହ ଏବଂ ପ୍ରେମରେ ମଗ୍ନ ରହିଥାଏ।
ਥਿਰੁ ਨਾਮੁ ਭਗਤਿ ਦਿੜੰ ਮਤੀ ਗੁਰ ਵਾਕਿ ਸਬਦ ਰਤੰ ॥੩॥ ଗୁରୁଙ୍କ ବାଣୀ ଏବଂ ଉପଦେଶରେ ଲୀନ ହୋଇ ପ୍ରଭୁଙ୍କ ନାମ ଏବଂ ତାହାଙ୍କ ଭକ୍ତି ମନୁଷ୍ୟ ମନରେ ଦୃଢ ଭାବରେ ସ୍ଥାପିତ ହୋଇଥାଏ||3||
ਭਰਮਾਤਿ ਭਰਮੁ ਨ ਚੂਕਈ ਜਗੁ ਜਨਮਿ ਬਿਆਧਿ ਖਪੰ ॥ ତୀର୍ଥରେ ମଗ୍ନ ରହିଲେ ଭ୍ରମ ଦୂର ହୁଏନାହିଁ ଆଉ ସଂସାର ଜନ୍ମ ମରଣ ରୋଗ ଦ୍ଵାରା ନଷ୍ଟ ହେଉଥାଏ।
ਅਸਥਾਨੁ ਹਰਿ ਨਿਹਕੇਵਲੰ ਸਤਿ ਮਤੀ ਨਾਮ ਤਪੰ ॥੪॥ ହରି-ସ୍ଥାନ ହିଁ ଏହି ରୋଗରୁ ମୁକ୍ତ ଅଟେ, ହରିନାମର ତପ ହିଁ ସଚ୍ଚା ମତି ଅଟେ ||4||
ਇਹੁ ਜਗੁ ਮੋਹ ਹੇਤ ਬਿਆਪਿਤੰ ਦੁਖੁ ਅਧਿਕ ਜਨਮ ਮਰਣੰ ॥ ଏହି ଜଗତ ମାୟା ମୋହର ଫାଶରେ ଫସି ଯାଇଛି ଆଉ ଜନ୍ମ ମରଣର ଅନେକ ଦୁଃଖ ସହ୍ୟ କରିଥାଏ।
ਭਜੁ ਸਰਣਿ ਸਤਿਗੁਰ ਊਬਰਹਿ ਹਰਿ ਨਾਮੁ ਰਿਦ ਰਮਣੰ ॥੫॥ ଏଥିପାଇଁ ପ୍ରଭୁ ଭଜନ କର ତଥା ସଚ୍ଚା ଗୁରୁଙ୍କ ଶରଣରେ ଆସ, ହରିଙ୍କ ନାମ ହୃଦୟରେ ସ୍ଥାପନ ଦ୍ଵାରା ମୋକ୍ଷ ପ୍ରାପ୍ତି ହୋଇଥାଏ ||5||
ਗੁਰਮਤਿ ਨਿਹਚਲ ਮਨਿ ਮਨੁ ਮਨੰ ਸਹਜ ਬੀਚਾਰੰ ॥ ଗୁରୁ ମତାନୁସାରେ ଈଶ୍ଵରଙ୍କ ଚିନ୍ତନ କରିଲେ ମନୁଷ୍ୟର ମନ ନିଶ୍ଚଳ ହୋଇଯାଏ।
ਸੋ ਮਨੁ ਨਿਰਮਲੁ ਜਿਤੁ ਸਾਚੁ ਅੰਤਰਿ ਗਿਆਨ ਰਤਨੁ ਸਾਰੰ ॥੬॥ ଯେଉଁ ଅନ୍ତର୍ମନରେ ସତ୍ୟ ଏବଂ ଜ୍ଞାନ ରତ୍ନ ବିଦ୍ୟମାନ ଥାଏ, ସେହି ମନ ନିର୍ମଳ ଅଟେ ||6||
ਭੈ ਭਾਇ ਭਗਤਿ ਤਰੁ ਭਵਜਲੁ ਮਨਾ ਚਿਤੁ ਲਾਇ ਹਰਿ ਚਰਣੀ ॥ ହେ ମନ! ପ୍ରଭୁଙ୍କ ଭୟ ତଥା ଭକ୍ତି ଭାବରେ ଏହି ଭବସାଗରରୁ ପାର କରିନିଅ ତଥା ହରିଙ୍କ ସୁନ୍ଦର ଚରଣରେ ନିଜ ଚିତ୍ତ ଲଗାଅ।


© 2017 SGGS ONLINE
Scroll to Top