Guru Granth Sahib Translation Project

guru granth sahib odia page-499

Page 499

ਬਲਵੰਤਿ ਬਿਆਪਿ ਰਹੀ ਸਭ ਮਹੀ ॥ ଏହି ବଳବାନ ମାୟା ସବୁଙ୍କ ଭିତରେ ବାସ କରିଛି।
ਅਵਰੁ ਨ ਜਾਨਸਿ ਕੋਊ ਮਰਮਾ ਗੁਰ ਕਿਰਪਾ ਤੇ ਲਹੀ ॥੧॥ ਰਹਾਉ ॥ ତାହାର ମର୍ମ ଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ, ଆଉ କେହି ଏହାକୁ ଜାଣନ୍ତି ନାହିଁ॥1॥ରୁହ॥
ਜੀਤਿ ਜੀਤਿ ਜੀਤੇ ਸਭਿ ਥਾਨਾ ਸਗਲ ਭਵਨ ਲਪਟਹੀ ॥ ଏହି ପ୍ରବଳ ମାୟା ସବୁସ୍ଥାନରେ ବିଜୟ କରି ଆସିଛି ତଥା ସେ ସଂପୂର୍ଣ୍ଣ ଜଗତରେ ଲିପ୍ତ ରହିଛି।
ਕਹੁ ਨਾਨਕ ਸਾਧ ਤੇ ਭਾਗੀ ਹੋਇ ਚੇਰੀ ਚਰਨ ਗਹੀ ॥੨॥੫॥੧੪॥ ହେ ନାନକ! ସେହି ପ୍ରବଳ ମାୟା ସାଧୁଙ୍କ ପାଖରୁ ଦୂରକୁ ଚାଲି ଯାଇଛି ଆଉ ଦାସୀ ବନି ସେ ସାଧୁଙ୍କ ଚରଣ ଧରିଛି॥2॥5॥14॥
ਗੂਜਰੀ ਮਹਲਾ ੫ ॥ ଗୁଜରୀ ମହଲା 5 ॥
ਦੁਇ ਕਰ ਜੋੜਿ ਕਰੀ ਬੇਨੰਤੀ ਠਾਕੁਰੁ ਅਪਨਾ ਧਿਆਇਆ ॥ ମୁଁ ନିଜ ଦୁଇ ହାତ ଯୋଡି ବିନତି କରିଛି ଆଉ ନିଜ ଠାକୁରଙ୍କୁ ଧ୍ୟାନ କରିଛି।
ਹਾਥ ਦੇਇ ਰਾਖੇ ਪਰਮੇਸਰਿ ਸਗਲਾ ਦੁਰਤੁ ਮਿਟਾਇਆ ॥੧॥ ପରମେଶ୍ଵର ନିଜ ହାତ ଦେଇ ମୋର ରକ୍ଷା କରିଛନ୍ତି ତଥା ମୋର ସମସ୍ତ କଷ୍ଟ ଦୂର କରିଛନ୍ତି॥1॥
ਠਾਕੁਰ ਹੋਏ ਆਪਿ ਦਇਆਲ ॥ ଠାକୁର ଯାହା ଉପରେ ଦୟାଳୁ ହୋଇଛନ୍ତି,
ਭਈ ਕਲਿਆਣ ਆਨੰਦ ਰੂਪ ਹੁਈ ਹੈ ਉਬਰੇ ਬਾਲ ਗੁਪਾਲ ॥੧॥ ਰਹਾਉ ॥ ଚାରି ଆଡେ କଲ୍ୟାଣ ଏବଂ ହର୍ଷ ଉଲ୍ଲାସ ହୋଇ ଯାଇଛି, ସେ ନିଜ ବାଳକ(ଜୀବ)କୁ ଉଦ୍ଧାର କରିଛନ୍ତି॥1॥ରୁହ॥
ਮਿਲਿ ਵਰ ਨਾਰੀ ਮੰਗਲੁ ਗਾਇਆ ਠਾਕੁਰ ਕਾ ਜੈਕਾਰੁ ॥ ନିଜ ବର(ପ୍ରଭୁ-ପତି) ସହିତ ମିଶି ନାରୀ(ଜୀବ-ସ୍ତ୍ରୀ) ମଙ୍ଗଳ ଗୀତ ଗାନ କରୁଅଛି ଆଉ ନିଜ ଠାକୁରଙ୍କ ଜୟ ଜୟକାର କରୁଅଛି।
ਕਹੁ ਨਾਨਕ ਤਿਸੁ ਗੁਰ ਬਲਿਹਾਰੀ ਜਿਨਿ ਸਭ ਕਾ ਕੀਆ ਉਧਾਰੁ ॥੨॥੬॥੧੫॥ ହେ ନାନକ! ମୁଁ ସେହି ଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯିଏ ସବୁଙ୍କୁ ଉଦ୍ଧାର କରିଛନ୍ତି॥2॥6॥15॥
ਗੂਜਰੀ ਮਹਲਾ ੫ ॥ ଗୁଜରୀ ମହଲା 5 ॥
ਮਾਤ ਪਿਤਾ ਭਾਈ ਸੁਤ ਬੰਧਪ ਤਿਨ ਕਾ ਬਲੁ ਹੈ ਥੋਰਾ ॥ ମନୁଷ୍ୟକୁ ନିଜ ମାତା-ପିତା, ଭାଇ, ପୁତ୍ର ଏବଂ ସମ୍ବନ୍ଧୀୟଙ୍କ କିଛି ବଳ ମିଳିଥାଏ,
ਅਨਿਕ ਰੰਗ ਮਾਇਆ ਕੇ ਪੇਖੇ ਕਿਛੁ ਸਾਥਿ ਨ ਚਾਲੈ ਭੋਰਾ ॥੧॥ ମୁଁ ମାୟାର ଅନେକ ରଙ୍ଗ ଦେଖିଛି, ପରନ୍ତୁ ମନୁଷ୍ୟ ସାଥିରେ କିଛି ମଧ୍ୟ ଯାଏ ନାହିଁ॥1॥
ਠਾਕੁਰ ਤੁਝ ਬਿਨੁ ਆਹਿ ਨ ਮੋਰਾ ॥ ହେ ମୋର ଠାକୁର! ତୁମ ବିନା ମୋର କେହି ମଧ୍ୟ ନାହାନ୍ତି।
ਮੋਹਿ ਅਨਾਥ ਨਿਰਗੁਨ ਗੁਣੁ ਨਾਹੀ ਮੈ ਆਹਿਓ ਤੁਮ੍ਹ੍ਹਰਾ ਧੋਰਾ ॥੧॥ ਰਹਾਉ ॥ ମୁଁ ଗୁଣହୀନ ଅନାଥ ଅଟେ, ମୋ’ ପାଖରେ କୌଣସି ଗୁଣ ନାହିଁ, ମୋତେ ତୁମର ସାହାରା ଆବଶ୍ୟକ ଅଟେ॥1॥ରୁହ॥
ਬਲਿ ਬਲਿ ਬਲਿ ਬਲਿ ਚਰਣ ਤੁਮ੍ਹ੍ਹਾਰੇ ਈਹਾ ਊਹਾ ਤੁਮ੍ਹ੍ਹਾਰਾ ਜੋਰਾ ॥ ମୁଁ ତୋର ଚରଣରେ ବାରମ୍ବାର ସମର୍ପିତ ଅଟେ, ମୁଁ ଲୋକ-ପରଲୋକରେ ତୁମ ସାହାରାରେ ରହିଥାଏ।
ਸਾਧਸੰਗਿ ਨਾਨਕ ਦਰਸੁ ਪਾਇਓ ਬਿਨਸਿਓ ਸਗਲ ਨਿਹੋਰਾ ॥੨॥੭॥੧੬॥ ହେ ନାନକ! ସତସଙ୍ଗତିରେ ମୁଁ ପ୍ରଭୁଙ୍କ ଦର୍ଶନ କରିଛି ତଥା ଅନ୍ୟର ଅନୁଗ୍ରହ ସମାପ୍ତ ହୋଇ ଯାଇଛି॥2॥7॥16॥
ਗੂਜਰੀ ਮਹਲਾ ੫ ॥ ଗୁଜରୀ ମହଲା 5 ॥
ਆਲ ਜਾਲ ਭ੍ਰਮ ਮੋਹ ਤਜਾਵੈ ਪ੍ਰਭ ਸੇਤੀ ਰੰਗੁ ਲਾਈ ॥ ସନ୍ଥ ଘରର ଜାଲ, ଭ୍ରମ ଏବଂ ମୋହ ଠାରୁ ମୁକ୍ତ କରାଇ ଦିଅନ୍ତି ଆଉ ପ୍ରଭୁଙ୍କ ଠାରେ ଜୀବଙ୍କ ପ୍ରେମ ରଖିଥାନ୍ତି।
ਮਨ ਕਉ ਇਹ ਉਪਦੇਸੁ ਦ੍ਰਿੜਾਵੈ ਸਹਜਿ ਸਹਜਿ ਗੁਣ ਗਾਈ ॥੧॥ ସେହି ମନରେ ଏହି ଉପଦେଶ ଦୃଢ କରିଥାନ୍ତି ଯେ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ଗୁଣଗାନ କର॥1॥
ਸਾਜਨ ਐਸੋ ਸੰਤੁ ਸਹਾਈ ॥ ହେ ବନ୍ଧୁ! ସନ୍ଥ ଏପରି ସହାୟକ ଅଟନ୍ତି ଯେ
ਜਿਸੁ ਭੇਟੇ ਤੂਟਹਿ ਮਾਇਆ ਬੰਧ ਬਿਸਰਿ ਨ ਕਬਹੂੰ ਜਾਈ ॥੧॥ ਰਹਾਉ ॥ ଯାହାଙ୍କ ଦର୍ଶନ ମାତ୍ରେ ମାୟାର ବନ୍ଧନ କଟିଯାଏ ଆଉ ମନୁଷ୍ୟ କଦାପି ପ୍ରଭୁଙ୍କୁ ବିସ୍ମୃତ କରେ ନାହିଁ॥1॥ରୁହ॥
ਕਰਤ ਕਰਤ ਅਨਿਕ ਬਹੁ ਭਾਤੀ ਨੀਕੀ ਇਹ ਠਹਰਾਈ ॥ ଅନେକ ପ୍ରକାର କର୍ମ ଏବଂ ବିଧି କରି ଶେଷରେ ଏହି ନିଷ୍କର୍ଷ ଭଲ ଲାଗିଥାଏ ଯେ
ਮਿਲਿ ਸਾਧੂ ਹਰਿ ਜਸੁ ਗਾਵੈ ਨਾਨਕ ਭਵਜਲੁ ਪਾਰਿ ਪਰਾਈ ॥੨॥੮॥੧੭॥ ହେ ନାନକ! ଯେଉଁ ମନୁଷ୍ୟ ସାଧୁଙ୍କ ସହିତ ମିଶି ହରିଙ୍କ ଯଶଗାନ ଧରିଥାଏ, ସେ ଭୟ ସାଗରରୁ ପାର ହୋଇଯାଏ॥2॥8॥17॥
ਗੂਜਰੀ ਮਹਲਾ ੫ ॥ ଗୁଜରୀ ମହଲା 5 ॥
ਖਿਨ ਮਹਿ ਥਾਪਿ ਉਥਾਪਨਹਾਰਾ ਕੀਮਤਿ ਜਾਇ ਨ ਕਰੀ ॥ ଭଗବାନ ଏକ କ୍ଷଣରେ ହି ଜାତ କରିଥାନ୍ତି ତଥା ନାଶ କରିବାରେ କ୍ଷମ ହୋଇଥାନ୍ତି, ଏଥିପାଇଁ ତାହାଙ୍କ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।
ਰਾਜਾ ਰੰਕੁ ਕਰੈ ਖਿਨ ਭੀਤਰਿ ਨੀਚਹ ਜੋਤਿ ਧਰੀ ॥੧॥ ଏକ କ୍ଷଣରେ ହିଁ ସେ ରାଜାଙ୍କୁ ଭିକାରୀ ବନାଇ ଦେଇଥାନ୍ତି ଆଉ ନୀଚ କୁହାଯାଉଥିବା ଜୀବର ଅନ୍ତରରେ ନିଜ ଜ୍ୟୋତି ପ୍ରଜ୍ଜ୍ଵଳିତ କରି ଦେଇଥାନ୍ତି॥1॥
ਧਿਆਈਐ ਅਪਨੋ ਸਦਾ ਹਰੀ ॥ ସର୍ବଦା ନିଜ ହରିଙ୍କୁ ଧ୍ୟାନ କରିବା ଉଚିତ।
ਸੋਚ ਅੰਦੇਸਾ ਤਾ ਕਾ ਕਹਾ ਕਰੀਐ ਜਾ ਮਹਿ ਏਕ ਘਰੀ ॥੧॥ ਰਹਾਉ ॥ ଯେଉଁ ଜୀବନରେ ମନୁଷ୍ୟକୁ ଏକ ଘଡି ପାଇଁ ଅର୍ଥାତ ଅଳ୍ପ ସମୟ ପାଇଁ ରହିବାକୁ ପଡେ, ସେହି ବିଷୟରେ ଚିନ୍ତା କାହିଁକି କରାଯାଏ॥1॥ରୁହ॥
ਤੁਮ੍ਹ੍ਹਰੀ ਟੇਕ ਪੂਰੇ ਮੇਰੇ ਸਤਿਗੁਰ ਮਨ ਸਰਨਿ ਤੁਮ੍ਹ੍ਹਾਰੈ ਪਰੀ ॥ ହେ ମୋର ପୂର୍ଣ୍ଣ ସଦଗୁରୁ! ମୁଁ ତୁମରି ହିଁ ଗାନ କରିଥାଏ ଆଉ ମୋର ମନ ତୁମ ଶରଣ ନେଇଛି।
ਅਚੇਤ ਇਆਨੇ ਬਾਰਿਕ ਨਾਨਕ ਹਮ ਤੁਮ ਰਾਖਹੁ ਧਾਰਿ ਕਰੀ ॥੨॥੯॥੧੮॥ ହେ ନାନକ! ମୁଁ ଜ୍ଞାନହୀନ ଏବଂ ଅବୁଝା ବାଳକ ଅଟେ, ନିଜ ହାତ ଦେଇ ତୁମେ ମୋର ରକ୍ଷା କର॥2॥6॥18॥
ਗੂਜਰੀ ਮਹਲਾ ੫ ॥ ଗୁଜରୀ ମହଲା 5 ॥
ਤੂੰ ਦਾਤਾ ਜੀਆ ਸਭਨਾ ਕਾ ਬਸਹੁ ਮੇਰੇ ਮਨ ਮਾਹੀ ॥ ହେ ପରମାତ୍ମା! ତୁ ସବୁ ଜୀବଙ୍କ ଦାତା ଅଟୁ, ମୋର ମନରେ ଆସି ବାସ କର।
ਚਰਣ ਕਮਲ ਰਿਦ ਮਾਹਿ ਸਮਾਏ ਤਹ ਭਰਮੁ ਅੰਧੇਰਾ ਨਾਹੀ ॥੧॥ ଯେଉଁ ହୃଦୟରେ ତୋର ସୁନ୍ଦର କମଳ-ଚରଣ ବାସ କରେ, ସେଠାରେ କୌଣସି ଭ୍ରମ ଏବଂ ଅଜ୍ଞାନତାର ଅନ୍ଧକାର ରହେ ନାହିଁ॥1॥
ਠਾਕੁਰ ਜਾ ਸਿਮਰਾ ਤੂੰ ਤਾਹੀ ॥ ହେ ମୋର ଠାକୁର! ମୁଁ ଯେଉଁଠି ମଧ୍ୟ ତୋତେ ସ୍ମରଣ କରେ, ସେଠାରେ ହିଁ ତୋତେ ପାଇଥାଏ।
ਕਰਿ ਕਿਰਪਾ ਸਰਬ ਪ੍ਰਤਿਪਾਲਕ ਪ੍ਰਭ ਕਉ ਸਦਾ ਸਲਾਹੀ ॥੧॥ ਰਹਾਉ ॥ ତୁ ସମସ୍ତ ଜୀବଙ୍କ ପାଳନ କର୍ତ୍ତା ପ୍ରଭୁ! ମୋତେ କୃପା କର କାରଣ ମୁଁ ସର୍ବଦା ତୁମର ସ୍ତୁତିଗାନ କରିଥାଏ॥1॥ରୁହ॥
ਸਾਸਿ ਸਾਸਿ ਤੇਰਾ ਨਾਮੁ ਸਮਾਰਉ ਤੁਮ ਹੀ ਕਉ ਪ੍ਰਭ ਆਹੀ ॥ ହେ ପ୍ରଭୁ! ମୁଁ ପ୍ରତି ଶ୍ଵାସରେ ତୁମର ନାମ ସ୍ମରଣ କରିଥାଏ ତଥା ସର୍ବଦା ତୋର ମିଳନର ଅଭିଳାଷ କରିଥାଏ।
ਨਾਨਕ ਟੇਕ ਭਈ ਕਰਤੇ ਕੀ ਹੋਰ ਆਸ ਬਿਡਾਣੀ ਲਾਹੀ ॥੨॥੧੦॥੧੯॥ ହେ ନାନକ! ସୃଷ୍ଟିକର୍ତ୍ତା ପ୍ରଭୁ ହିଁ ମୋର ସାହାରା ଅଟନ୍ତି ଆଉ ମୁଁ ଅନ୍ୟ ସବୁ ପର ଆଶା ତ୍ୟାଗ କରି ଦେଇଛି॥2॥10॥16॥


© 2017 SGGS ONLINE
Scroll to Top