Guru Granth Sahib Translation Project

guru granth sahib odia page-47

Page 47

ਮਾਇਆ ਮੋਹ ਪਰੀਤਿ ਧ੍ਰਿਗੁ ਸੁਖੀ ਨ ਦੀਸੈ ਕੋਇ ॥੧॥ ਰਹਾਉ ॥ ମୋହ-ମାୟାକୁ ପ୍ରୀତି ଧିକ୍କାର କରେ , ଏହା ଦ୍ଵାରା କେହି ମଧ୍ୟ ସୁଖୀ ଦେଖା ଦିଅନ୍ତି ନାହିଁ ॥1॥ରୁହ॥
ਦਾਨਾ ਦਾਤਾ ਸੀਲਵੰਤੁ ਨਿਰਮਲੁ ਰੂਪੁ ਅਪਾਰੁ ॥ ସେହି ପରମେଶ୍ଵର ସର୍ବଜ୍ଞ, ମହାନ ଦାତା, କୋମଳ-ହୃଦୟବାନ, ପବିତ୍ର, ସୁନ୍ଦର ତଥା ଅନନ୍ତ ଅଟନ୍ତି।
ਸਖਾ ਸਹਾਈ ਅਤਿ ਵਡਾ ਊਚਾ ਵਡਾ ਅਪਾਰੁ ॥ ସେହି ପ୍ରାଣୀର ସାଥୀ, ସହାୟକ, ମହାନ, ଅନନ୍ତ, ବିଶାଳ ଏବଂ ସର୍ବୋଚ୍ଚ ଅଟେ।
ਬਾਲਕੁ ਬਿਰਧਿ ਨ ਜਾਣੀਐ ਨਿਹਚਲੁ ਤਿਸੁ ਦਰਵਾਰੁ ॥ ପରମାତ୍ମାଙ୍କୁ ନାବାଳକ ଅଥବା ବୃଦ୍ଧ ଭାବିବା ଉଚିତ ନୁହେଁ, ସେହି ପରମାତ୍ମାଙ୍କ ଦରବାର ସର୍ବଦା ସ୍ଥିର ଅଟେ।
ਜੋ ਮੰਗੀਐ ਸੋਈ ਪਾਈਐ ਨਿਧਾਰਾ ਆਧਾਰੁ ॥੨॥ ଆମେ ଯାହା କିଛି ମଧ୍ୟ ପରମାତ୍ମାଙ୍କ ସମ୍ମୁଖରେ ଶ୍ରଦ୍ଧା ପୂର୍ବକ ଯାଚନା କରୁ, ତାହା ପ୍ରାପ୍ତ କରିନେଉ। ସର୍ବ ଗୁଣ ସମ୍ପର୍ଣ୍ଣ ପରମାତ୍ମା ଆଶ୍ରୟହୀନର ଆଶ୍ରୟ ଅଟେ ॥2॥
ਜਿਸੁ ਪੇਖਤ ਕਿਲਵਿਖ ਹਿਰਹਿ ਮਨਿ ਤਨਿ ਹੋਵੈ ਸਾਂਤਿ ॥ ଯେଉଁ ଦର୍ଶନ ମାତ୍ରେ ସବୁ ପାପ ଦୂର ହୋଇଯାଏ, ମନ ଏବଂ ଦେହ ଶୀତଳ ହୋଇଯାଏ
ਇਕ ਮਨਿ ਏਕੁ ਧਿਆਈਐ ਮਨ ਕੀ ਲਾਹਿ ਭਰਾਂਤਿ ॥ ତଥା ମନର ସମସ୍ତ ଭ୍ରାନ୍ତି ଦୂର ହୋଇଯାଏ, ସେହି ପ୍ରଭୁଙ୍କୁ ଏକାଗ୍ର ଚିତ୍ତ ହୋଇ ସ୍ମରଣ କରିବା ଉଚିତ।
ਗੁਣ ਨਿਧਾਨੁ ਨਵਤਨੁ ਸਦਾ ਪੂਰਨ ਜਾ ਕੀ ਦਾਤਿ ॥ ସେହି ପରମେଶ୍ଵର ଗୁଣର ଭଣ୍ଡାର, ସର୍ବଦା ନିରୋଗ ଏବଂ ଦାନଶୀଳ ଅଟନ୍ତି, ତାହାଙ୍କ ଅନୁକମ୍ପା ସଂପୂର୍ଣ୍ଣ ଅଟେ।
ਸਦਾ ਸਦਾ ਆਰਾਧੀਐ ਦਿਨੁ ਵਿਸਰਹੁ ਨਹੀ ਰਾਤਿ ॥੩॥ ଦିନ ଓ ରାତି କେବେ ମଧ୍ୟ ତାଙ୍କୁ ବିସ୍ମୃତ କର ନାହିଁ, ସର୍ବଦା ସେହି ପରଂବ୍ରହ୍ମଙ୍କ ଆରାଧନା କରି ରହିବା ଉଚିତ ॥3॥
ਜਿਨ ਕਉ ਪੂਰਬਿ ਲਿਖਿਆ ਤਿਨ ਕਾ ਸਖਾ ਗੋਵਿੰਦੁ ॥ ଯାହା କପାଳରେ ପୂର୍ବରୁ ହିଁ ଶୁଭ କର୍ମର ଭାଗ୍ୟ ଲେଖାଯାଇଛି, ଗୋବିନ୍ଦ ତାହାର ଘନିଷ୍ଠ ହୋଇଛନ୍ତି।
ਤਨੁ ਮਨੁ ਧਨੁ ਅਰਪੀ ਸਭੋ ਸਗਲ ਵਾਰੀਐ ਇਹ ਜਿੰਦੁ ॥ ତା’ ଠାରେ ମୁଁ ନିଜର ତନ, ମନ, ଧନ ସବୁ କିଛି ସମର୍ପଣ କରୁଅଛି ଆଉ ଏହି ଜୀବନ ମଧ୍ୟ ସେହି ପରମେଶ୍ଵରଙ୍କ ପାଖରେ ଉତ୍ସର୍ଗ କରୁଅଛି।
ਦੇਖੈ ਸੁਣੈ ਹਦੂਰਿ ਸਦ ਘਟਿ ਘਟਿ ਬ੍ਰਹਮੁ ਰਵਿੰਦੁ ॥ ସର୍ବବ୍ୟାପକ ପରମାତ୍ମା ନିତ୍ୟ ଜୀବଙ୍କୁ ନିଜ ସମ୍ମୁଖରେ ଦେଖନ୍ତି ଏବଂ ଶୁଣନ୍ତି। ସେ ପ୍ରତି ଶରୀରର ହୃଦୟରେ ବ୍ୟାପ୍ତ ଅଟନ୍ତି।
ਅਕਿਰਤਘਣਾ ਨੋ ਪਾਲਦਾ ਪ੍ਰਭ ਨਾਨਕ ਸਦ ਬਖਸਿੰਦੁ ॥੪॥੧੩॥੮੩॥ ପରମାତ୍ମା ଏତେ ଦୟାଳୁ-କୃପାଳୁ ଅଟନ୍ତି ଯେ ସେ କୃତଘ୍ନର ମଧ୍ୟ ପାଳନ ପୋଷଣ କରିଥାନ୍ତି। ହେ ନାନକ! ସେ ପରମାତ୍ମା ସର୍ବଦା କ୍ଷମାଶୀଳ ଅଟନ୍ତି ॥4॥13॥73॥
ਸਿਰੀਰਾਗੁ ਮਹਲਾ ੫ ॥ ସିରିରାଗ ମହଲା 5 ॥
ਮਨੁ ਤਨੁ ਧਨੁ ਜਿਨਿ ਪ੍ਰਭਿ ਦੀਆ ਰਖਿਆ ਸਹਜਿ ਸਵਾਰਿ ॥ ଯେଉଁ ପ୍ରଭୁ ଏହି ମନ, ତନ ଓ ଧନ ଇତ୍ୟାଦି ସବୁ କିଛି ଦେଇଛନ୍ତି ତଥା ତାହାକୁ ପାଳନ କରି ରଖିଛନ୍ତି।
ਸਰਬ ਕਲਾ ਕਰਿ ਥਾਪਿਆ ਅੰਤਰਿ ਜੋਤਿ ਅਪਾਰ ॥ ସେହି ପ୍ରଭୁ ସର୍ବକଳା ସମ୍ପର୍ଣ୍ଣ ଶକ୍ତି ଦ୍ଵାରା ଶରୀରର ରଚନା କରିଛନ୍ତି ଆଉ ଅନ୍ତର୍ମନରେ ନିଜ ଜ୍ୟୋତି ପ୍ରକଟ କରିଛନ୍ତି।
ਸਦਾ ਸਦਾ ਪ੍ਰਭੁ ਸਿਮਰੀਐ ਅੰਤਰਿ ਰਖੁ ਉਰ ਧਾਰਿ ॥੧॥ ସେହି ପ୍ରଭୁଙ୍କୁ ସଦା ଆରାଧନା କରିବା ଉଚିତ ତଥା ହୃଦୟରେ ବସାଇ ରଖ ॥1॥
ਮੇਰੇ ਮਨ ਹਰਿ ਬਿਨੁ ਅਵਰੁ ਨ ਕੋਇ ॥ ହେ ମୋର ମନ! ଈଶ୍ଵରଙ୍କ ବିନା ଅନ୍ୟ କେହି ସମର୍ଥ ନୁହେଁ।
ਪ੍ਰਭ ਸਰਣਾਈ ਸਦਾ ਰਹੁ ਦੂਖੁ ਨ ਵਿਆਪੈ ਕੋਇ ॥੧॥ ਰਹਾਉ ॥ ସର୍ବଦା ସେହି ପ୍ରଭୁଙ୍କ ଶରଣରେ ରହିଲେ ତୁମକୁ କୌଣସି ବିପତ୍ତି ଆସିବ ନାହିଁ ॥1॥ରୁହ॥
ਰਤਨ ਪਦਾਰਥ ਮਾਣਕਾ ਸੁਇਨਾ ਰੁਪਾ ਖਾਕੁ ॥ ସ୍ଵର୍ଣ୍ଣ, ରୌପ୍ୟ, ମାଣିକ୍ୟ, ହୀରା- ମୋତି ରତ୍ନ ପଦାର୍ଥ ସବୁ ମାଟି ସମାନ ଅଟେ।
ਮਾਤ ਪਿਤਾ ਸੁਤ ਬੰਧਪਾ ਕੂੜੇ ਸਭੇ ਸਾਕ ॥ ମାତା-ପିତା, ବନ୍ଧୁ, ସମ୍ବନ୍ଧୀୟ ସମସ୍ତେ ମିଥ୍ୟା ସମ୍ପର୍କୀୟ ଅଟନ୍ତି।
ਜਿਨਿ ਕੀਤਾ ਤਿਸਹਿ ਨ ਜਾਣਈ ਮਨਮੁਖ ਪਸੁ ਨਾਪਾਕ ॥੨॥ ଯେଉଁ ପ୍ରଭୁ ସବୁ କିଛି ଉତ୍ପର୍ଣ୍ଣ କରିଛନ୍ତି, ତାହାଙ୍କୁ ସ୍ଵେଚ୍ଛାଚାରୀ ଏବଂ ଅପବିତ୍ର ପଶୁ ସମାଜ ଜୀବ ସ୍ମରଣ କରେ ନାହିଁ ॥2॥
ਅੰਤਰਿ ਬਾਹਰਿ ਰਵਿ ਰਹਿਆ ਤਿਸ ਨੋ ਜਾਣੈ ਦੂਰਿ ॥ ପରମେଶ୍ଵର ଶରୀରର ଅନ୍ତଃ ଓ ବାହ୍ୟ ପରିପୂର୍ଣ୍ଣ ଅଟନ୍ତି, ସେ କୋଣ କୋଣରେ ବ୍ୟାପ୍ତ କିନ୍ତୁ ତାହାଙ୍କୁ ମନୁଷ୍ୟ ବୁଝିପାରେ ନାହିଁ।
ਤ੍ਰਿਸਨਾ ਲਾਗੀ ਰਚਿ ਰਹਿਆ ਅੰਤਰਿ ਹਉਮੈ ਕੂਰਿ ॥ ଜୀବର ଅନ୍ତରରେ ଭୋଗ ବିଳାସର ତୃଷ୍ଣା ଅଛି, ସେ ବିକାରରେ ଲିପ୍ତ ଅଟେ ଆଉ ତାହାର ହୃଦୟ ଅହଂକାର ଓ ମିଥ୍ୟାରେ ଭରି ରହିଅଛି।
ਭਗਤੀ ਨਾਮ ਵਿਹੂਣਿਆ ਆਵਹਿ ਵੰਞਹਿ ਪੂਰ ॥੩॥ ପ୍ରଭୁଙ୍କ ଭକ୍ତି ଏବଂ ନାମ ସ୍ମରଣରୁ ହେବା କାରଣରୁ ପ୍ରାଣୀସମୂହ ଯୋନିରେ ଫସି ଆସିବା ଯିବା କରିଥାନ୍ତି ॥3॥
ਰਾਖਿ ਲੇਹੁ ਪ੍ਰਭੁ ਕਰਣਹਾਰ ਜੀਅ ਜੰਤ ਕਰਿ ਦਇਆ ॥ ହେ କରୁଣା ନିଧାନ ପରଂବ୍ରହ୍ମ! ଏହି ଜୀବ-ଜନ୍ତୁ ପ୍ରତି କୃପା-ଦୃଷ୍ଟି କରି ତାହାର ରକ୍ଷା କର।
ਬਿਨੁ ਪ੍ਰਭ ਕੋਇ ਨ ਰਖਨਹਾਰੁ ਮਹਾ ਬਿਕਟ ਜਮ ਭਇਆ ॥ ଯମରାଜ ବଡ ବିକଟ ହୋଇଯାଇଛନ୍ତି, ପ୍ରଭୁଙ୍କ ବିନା ଆଉ କେହି ରକ୍ଷକ ନାହାନ୍ତି।
ਨਾਨਕ ਨਾਮੁ ਨ ਵੀਸਰਉ ਕਰਿ ਅਪੁਨੀ ਹਰਿ ਮਇਆ ॥੪॥੧੪॥੮੪॥ ନାନକ କହନ୍ତି ଯେ ହେ ପ୍ରଭୁ! ନିଜର କୃପା କର ଯାହା ଫଳରେ କେବେ ମଧ୍ୟ ତୁମ ନାମ ଭୁଲିବି ନାହିଁ ॥4॥14॥74॥
ਸਿਰੀਰਾਗੁ ਮਹਲਾ ੫ ॥ ସିରିରାଗ ମହଲା 5 ॥
ਮੇਰਾ ਤਨੁ ਅਰੁ ਧਨੁ ਮੇਰਾ ਰਾਜ ਰੂਪ ਮੈ ਦੇਸੁ ॥ ମନୁଷ୍ୟ ଗର୍ବରେ କହେ ଯେ ଏହି ତନ, ମନ ଓ ଧନ ମୋର ଅଟେ, ଏହି ଦେଶର ଶାସନ ମୋର ଅଟେ।
ਸੁਤ ਦਾਰਾ ਬਨਿਤਾ ਅਨੇਕ ਬਹੁਤੁ ਰੰਗ ਅਰੁ ਵੇਸ ॥ ମୁଁ ସୁନ୍ଦର ସ୍ୱରୂପ ବାଲା ଅଟେ ତଥା ମୋର ପୁତ୍ର, ସ୍ତ୍ରୀ, ପୁତ୍ରୀ ଆଉ ଅନେକ ଅନେକ ବେଶ ମୁଁ ହିଁ ଧାରଣ କରିପାରେ।
ਹਰਿ ਨਾਮੁ ਰਿਦੈ ਨ ਵਸਈ ਕਾਰਜਿ ਕਿਤੈ ਨ ਲੇਖਿ ॥੧॥ ହେ ଭାଇ! ଯେଉଁ ମାନବର ହୃଦୟରେ ପ୍ରଭୁ ନାମର ନିବାସ ନାହିଁ, ତାହାର ସମସ୍ତ କାମ ଗଣନାରେ ଆସେ ନାହିଁ ॥1॥
ਮੇਰੇ ਮਨ ਹਰਿ ਹਰਿ ਨਾਮੁ ਧਿਆਇ ॥ ହେ ମୋର ମନ! ହରି-ପରମାତ୍ମାଙ୍କ ନାମର ଆରାଧନା କର
ਕਰਿ ਸੰਗਤਿ ਨਿਤ ਸਾਧ ਕੀ ਗੁਰ ਚਰਣੀ ਚਿਤੁ ਲਾਇ ॥੧॥ ਰਹਾਉ ॥ ପ୍ରତିଦିନ ସାଧୁ-ସନ୍ଥଙ୍କ ସଙ୍ଗତିରେ ରହିବା ପ୍ରୟାସ କର ଆଉ ଗୁରୁଙ୍କ ଚରଣରେ ନିଜ ଚିତ୍ତକୁ ଲଗାଅ ॥1॥ରୁହ॥
ਨਾਮੁ ਨਿਧਾਨੁ ਧਿਆਈਐ ਮਸਤਕਿ ਹੋਵੈ ਭਾਗੁ ॥ ହରିନାମ ଯାହା ସର୍ବ ପ୍ରକାର ନିଧି ଅଟେ, ତାହାର ଚିନ୍ତନ ସେତେବେଳେ ସଫଳ ହେବ, ଯଦି ମନୁଷ୍ୟର କପାଳରେ ଶୁଭ ଭାଗ୍ୟ ଅଙ୍କିତ ହୋଇଥାଏ।
ਕਾਰਜ ਸਭਿ ਸਵਾਰੀਅਹਿ ਗੁਰ ਕੀ ਚਰਣੀ ਲਾਗੁ ॥ ଗୁରୁଙ୍କ ଚରଣରେ ଲଗ୍ନ ଦେଲେ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୁଏ।
ਹਉਮੈ ਰੋਗੁ ਭ੍ਰਮੁ ਕਟੀਐ ਨਾ ਆਵੈ ਨਾ ਜਾਗੁ ॥੨॥ ଏହି ପ୍ରକାରେ ଅହଂକାରର ରୋଗ ଏବଂ ଶଙ୍କା ନିବୃତ୍ତ ହୁଅନ୍ତି ଆଉ ପ୍ରାଣୀଙ୍କ ଜନ୍ମ ମୃତ୍ୟୁ ଦୂର ହୋଇଯାଏ ଓ ମୋକ୍ଷ ପ୍ରାପ୍ତ ହୁଏ ॥2॥
ਕਰਿ ਸੰਗਤਿ ਤੂ ਸਾਧ ਕੀ ਅਠਸਠਿ ਤੀਰਥ ਨਾਉ ॥ ଏଥିପାଇଁ ହେ ଜୀବ! ତୁ ସାଧୁଙ୍କ ସଂଗତି କର, ଯିଏ ଅଠଷଠି ତୀର୍ଥର ସ୍ନାନ ସମାନ ଅତି ପବିତ୍ର ଅଟେ।
ਜੀਉ ਪ੍ਰਾਣ ਮਨੁ ਤਨੁ ਹਰੇ ਸਾਚਾ ਏਹੁ ਸੁਆਉ ॥ ନାମ ସ୍ମରଣରେ ତୁମ ଆତ୍ମା, ପ୍ରାଣ, ମନ ଏବଂ ଶରୀର ପ୍ରଫୁଲ୍ଲିତ ହୋଇଯାଏ ଆଉ ଏହି ଜୀବନର ସତ୍ୟ ମନୋରଥ ହୁଏ।


© 2017 SGGS ONLINE
Scroll to Top