Page 455
ਜੈਸੀ ਚਾਤ੍ਰਿਕ ਪਿਆਸ ਖਿਨੁ ਖਿਨੁ ਬੂੰਦ ਚਵੈ ਬਰਸੁ ਸੁਹਾਵੇ ਮੇਹੁ ॥
ଯେପରି ଚାତକକୁ ଜଳ ବିନ୍ଦୁର ତୃଷ୍ଣା ରହିଥାଏ ଆଉ ପ୍ରତି କ୍ଷଣରେ କହିଠେ, ହେ ସୁନ୍ଦର ମେଘ! ବର୍ଷା କର।
ਹਰਿ ਪ੍ਰੀਤਿ ਕਰੀਜੈ ਇਹੁ ਮਨੁ ਦੀਜੈ ਅਤਿ ਲਾਈਐ ਚਿਤੁ ਮੁਰਾਰੀ ॥
ସେପରି ହିଁ ତୁ ନିଜ ହରିଙ୍କ ସହିତ ପ୍ରୀତି କର, ନିଜର ଏହି ମନ ତାହାଙ୍କୁ ଅର୍ପଣ କରିବା ଉଚିତ ଆଉ ନିଜ ଚିତ୍ତ ମୁରାରୀଙ୍କ ଠାରେ ଲଗାଇବା ଉଚିତ।
ਮਾਨੁ ਨ ਕੀਜੈ ਸਰਣਿ ਪਰੀਜੈ ਦਰਸਨ ਕਉ ਬਲਿਹਾਰੀ ॥
ହେ ମନ ଅହଂକାର କରିବା ଉଚିତ ନୁହେଁ, ପ୍ରଭୁଙ୍କ ଶରଣରେ ଆସି ତାହାଙ୍କ ପ୍ରତି ସମର୍ପିତ ହେବା ଉଚିତ।
ਗੁਰ ਸੁਪ੍ਰਸੰਨੇ ਮਿਲੁ ਨਾਹ ਵਿਛੁੰਨੇ ਧਨ ਦੇਦੀ ਸਾਚੁ ਸਨੇਹਾ ॥
ଯେବେ ଗୁରୁ ସୁପ୍ରସନ୍ନ ହୋଇଥାନ୍ତି, ଜୀବ-ସ୍ତ୍ରୀ ନିଜ ସଚ୍ଚା ପ୍ରେମର ସନ୍ଦେଶ ପଠାଇ ଥାଏ ଆଉ ତାହାର ବିଛେଦ ହୋଇଥିବା ପ୍ରଭୁ ପତି ଆସି ତାହାକୁ ମିଶିଥାନ୍ତି।
ਕਹੁ ਨਾਨਕ ਛੰਤ ਅਨੰਤ ਠਾਕੁਰ ਕੇ ਹਰਿ ਸਿਉ ਕੀਜੈ ਨੇਹਾ ਮਨ ਐਸਾ ਨੇਹੁ ਕਰੇਹੁ ॥੨॥
ନାନକ କହନ୍ତି ଯେ ହେ ମୋର ମନ! ତୁ ଅନନ୍ତ ଠାକୁରଙ୍କ ମହିମାର ଗୀତ ଗାନ କର, ତୁ ହରିଙ୍କ ସହିତ ପ୍ରେମ କର ତଥା ତାହାଙ୍କୁ ଏପରି ସ୍ନେହ କର॥2॥
ਚਕਵੀ ਸੂਰ ਸਨੇਹੁ ਚਿਤਵੈ ਆਸ ਘਣੀ ਕਦਿ ਦਿਨੀਅਰੁ ਦੇਖੀਐ ॥
ଚକ୍ଵୀର ସୂର୍ଯ୍ୟ ସହିତ ଏତେ ସ୍ନେହ ଥାଏ ଯେ ସେ ରାତିରେ ତାହାଙ୍କୁ ସ୍ମରଣ କରିଥାଏ ଆଉ ତାହାର ଅତ୍ୟନ୍ତ ଆଶା ବନି ରହିଥାଏ ଯେ କେବେ ସୂର୍ଯ୍ୟଙ୍କ ଦର୍ଶନ କରିବ।
ਕੋਕਿਲ ਅੰਬ ਪਰੀਤਿ ਚਵੈ ਸੁਹਾਵੀਆ ਮਨ ਹਰਿ ਰੰਗੁ ਕੀਜੀਐ ॥
କୋଇଲିର ପ୍ରେମ ଆମ୍ବ ସହିତ ଥାଏ ଆଉ ସେ ମିଠା ଗୀତ ଗାନ କରିଥାଏ।
ਹਰਿ ਪ੍ਰੀਤਿ ਕਰੀਜੈ ਮਾਨੁ ਨ ਕੀਜੈ ਇਕ ਰਾਤੀ ਕੇ ਹਭਿ ਪਾਹੁਣਿਆ ॥
ହେ ମୋର ମନ! ଏହିପରି ତୁ ମଧ୍ୟ ହରିଙ୍କ ସହିତ ପ୍ରେମ କର ଆଉ ପ୍ରେମର ଅହଂକାର କର ନାହିଁ, କାରଣ ଆମେ ସବୁ ଏକ ରାତ୍ରିର ଅତିଥି ଅଟୁ।
ਅਬ ਕਿਆ ਰੰਗੁ ਲਾਇਓ ਮੋਹੁ ਰਚਾਇਓ ਨਾਗੇ ਆਵਣ ਜਾਵਣਿਆ ॥
ଏବେ ତୁମେ କେଉଁ ରଙ୍ଗରେ ଫସି ମୋହରେ ଲୀନ ହୋଇ ଯାଇଛ? କାରଣ ଜୀବ ଦୁନିଆକୁ ନଗ୍ନ ହୋଇ ଆସିଥାଏ ଆଉ ଦୁନିଆରୁ ନଗ୍ନ ହୋଇ ଚାଲି ଯାଏ।
ਥਿਰੁ ਸਾਧੂ ਸਰਣੀ ਪੜੀਐ ਚਰਣੀ ਅਬ ਟੂਟਸਿ ਮੋਹੁ ਜੁ ਕਿਤੀਐ ॥
ତୁମେ ଯେଉଁ ସାଂସାରିକ ମୋହ ଅନୁଭବ କରୁଛ, ସାଧୁଙ୍କ ଶରଣ ନେବା ଏବଂ ତାହାଙ୍କ ଚରଣରେ ନତମସ୍ତକ ହେବା ଦ୍ଵାରା ତାହା ଦୂର ହୋଇଯିବ ଆଉ ତୁମେ ସ୍ଥିର ଅନୁଭବ କରିବ।
ਕਹੁ ਨਾਨਕ ਛੰਤ ਦਇਆਲ ਪੁਰਖ ਕੇ ਮਨ ਹਰਿ ਲਾਇ ਪਰੀਤਿ ਕਬ ਦਿਨੀਅਰੁ ਦੇਖੀਐ ॥੩॥
ନାନକ କହନ୍ତି ଯେ ହେ ମନ! ଦୟାଳୁ ପରମାତ୍ମାଙ୍କ ମହିମାର ଗୀତ ଗାନ କର ଆଉ ହରିଙ୍କ ସହିତ ପ୍ରୀତି ଲଗାଅ, ଅନ୍ୟଥା ତୁମେ ହରି ରୂପୀ ସୂର୍ଯ୍ୟକୁ କିପରି ଦେଖିବ?
ਨਿਸਿ ਕੁਰੰਕ ਜੈਸੇ ਨਾਦ ਸੁਣਿ ਸ੍ਰਵਣੀ ਹੀਉ ਡਿਵੈ ਮਨ ਐਸੀ ਪ੍ਰੀਤਿ ਕੀਜੈ ॥
ହେ ମନ! ତୁ ପ୍ରଭୁଙ୍କ ସହିତ ଏପରି ପ୍ରୀତି କର ଯେପରି ରାତିରେ ହରିଣ ନାଦ ଶୁଣି ନିଜର ହୃଦୟ ନାଦକୁ ଅର୍ପିତ କରିଦିଏ।
ਜੈਸੀ ਤਰੁਣਿ ਭਤਾਰ ਉਰਝੀ ਪਿਰਹਿ ਸਿਵੈ ਇਹੁ ਮਨੁ ਲਾਲ ਦੀਜੈ ॥
ଯେପରି ନିଜ ପତିଙ୍କ ପ୍ରେମରେ ଲୀନ ଥିବା ପତ୍ନୀ ନିଜ ପ୍ରିୟତମଙ୍କ ସେବା କରିଥାଏ, ସେପରି ହିଁ ତୁ ଏହି ମନ ନିଜ ପ୍ରିୟ-ପ୍ରଭୁଙ୍କୁ ଅର୍ପଣ କର।
ਮਨੁ ਲਾਲਹਿ ਦੀਜੈ ਭੋਗ ਕਰੀਜੈ ਹਭਿ ਖੁਸੀਆ ਰੰਗ ਮਾਣੇ ॥
ନିଜ ମନ ନିଜ ପ୍ରିୟତମଙ୍କୁ ଦିଅ ଆଉ ତାହାର ସାଥିରେ ରମଣ କର, ଏହିପରି ତୋତେ ସବୁ ଖୁସି ଏବଂ ଆନନ୍ଦ ପ୍ରାପ୍ତ ହେବ।
ਪਿਰੁ ਅਪਨਾ ਪਾਇਆ ਰੰਗੁ ਲਾਲੁ ਬਣਾਇਆ ਅਤਿ ਮਿਲਿਓ ਮਿਤ੍ਰ ਚਿਰਾਣੇ ॥
ମୁଁ ନିଜ ପ୍ରିୟତମ ପ୍ରଭୁଙ୍କୁ ପାଇଛି ଆଉ ପ୍ରେମର ଲାଲ ରଙ୍ଗ ବନାଇଛି ତଥା ଚିରକାଳରୁ ନିଜ ମିତ୍ର ହରିଙ୍କୁ ମିଳନ କରିଛି।
ਗੁਰੁ ਥੀਆ ਸਾਖੀ ਤਾ ਡਿਠਮੁ ਆਖੀ ਪਿਰ ਜੇਹਾ ਅਵਰੁ ਨ ਦੀਸੈ ॥
ଯେବେ ଗୁରୁଦେବ ମଧ୍ୟସ୍ଥ ବନିଛନ୍ତି, ସେତେବେଳେ ମୁଁ ନିଜ ନେତ୍ରରେ ପ୍ରିୟତମ ପ୍ରଭୁଙ୍କ ଦର୍ଶନ କରିଛି ତଥା ଅନ୍ୟ କେହି ମଧ୍ୟ ମୋତେ ମୋର ପ୍ରିୟତମ ଭଳି ଦେଖା ଯାଉ ନାହାନ୍ତି।
ਕਹੁ ਨਾਨਕ ਛੰਤ ਦਇਆਲ ਮੋਹਨ ਕੇ ਮਨ ਹਰਿ ਚਰਣ ਗਹੀਜੈ ਐਸੀ ਮਨ ਪ੍ਰੀਤਿ ਕੀਜੈ ॥੪॥੧॥੪॥
ନାନକ କହନ୍ତି ଯେ ହେ ମନ! ତୁ ଦୟାଳୁ ଏବଂ ମୋହନ ପ୍ରଭୁଙ୍କ ମହିମାର ଗୀତ ଗାନ କର, ହରିଙ୍କ ଚରଣ ଧରି ତଥା ନିଜ ହୃଦୟରେ ଏପରି ପ୍ରେମ ରଖ॥4॥1॥4॥
ਆਸਾ ਮਹਲਾ ੫ ॥
ଆଶା ମହଲା 5 ॥
ਸਲੋਕੁ ॥
ଶ୍ଳୋକ॥
ਬਨੁ ਬਨੁ ਫਿਰਤੀ ਖੋਜਤੀ ਹਾਰੀ ਬਹੁ ਅਵਗਾਹਿ ॥
ମୁଁ ଈଶ୍ଵରଙ୍କୁ ପାଇବା ପାଇଁ ଜଙ୍ଗଲରେ ବୁଲୁଅଛି ଆଉ ଖୋଜି ଖୋଜି ବହୁତ ଥକି ଯାଇଛି।
ਨਾਨਕ ਭੇਟੇ ਸਾਧ ਜਬ ਹਰਿ ਪਾਇਆ ਮਨ ਮਾਹਿ ॥੧॥
ହେ ନାନକ! ଯେତେବେଳେ ସାଧୁଙ୍କ ସହିତ ସାକ୍ଷାତ ହୋଇଛି, ସେତେବେଳେ ମୁଁ ନିଜ ମନରେ ହିଁ ଭଗବାନଙ୍କୁ ପାଇଛି॥1॥
ਛੰਤ ॥
ଛନ୍ଦ ॥
ਜਾ ਕਉ ਖੋਜਹਿ ਅਸੰਖ ਮੁਨੀ ਅਨੇਕ ਤਪੇ ॥
ଯେଉଁ ପ୍ରଭୁଙ୍କୁ ଅସଂଖ୍ୟ ମୁନି ଏବଂ ଅନେକ ତପସ୍ଵୀ ଖୋଜିଥାନ୍ତି,
ਬ੍ਰਹਮੇ ਕੋਟਿ ਅਰਾਧਹਿ ਗਿਆਨੀ ਜਾਪ ਜਪੇ ॥
ବ୍ରହ୍ମା ଯାହାଙ୍କ କୋଟି କୋଟି ଆରାଧନା କରିଥାନ୍ତି ଆଉ ଜ୍ଞାନୀ ଯାହାଙ୍କ ନାମକୁ ଜପ କରିଥାନ୍ତି,
ਜਪ ਤਾਪ ਸੰਜਮ ਕਿਰਿਆ ਪੂਜਾ ਅਨਿਕ ਸੋਧਨ ਬੰਦਨਾ ॥
ଯାହାଙ୍କ ପ୍ରାପ୍ତି ପାଇଁ ଅନେକ ଜପ, ତପସ୍ୟା, ସଂଯମ, କ୍ରିୟା, ପୂଜା-ଅର୍ଚ୍ଚନା, ଶୁଦ୍ଧି କରଣ ଏବଂ ବନ୍ଦନା ହୋଇଥାଏ,
ਕਰਿ ਗਵਨੁ ਬਸੁਧਾ ਤੀਰਥਹ ਮਜਨੁ ਮਿਲਨ ਕਉ ਨਿਰੰਜਨਾ ॥
ଯେଉଁ ନିରଞ୍ଜନ ପ୍ରଭୁଙ୍କ ମିଳନ ପାଇଁ ଲୋକମାନେ ତୀର୍ଥରେ ସ୍ନାନ କରିଥାନ୍ତି,
ਮਾਨੁਖ ਬਨੁ ਤਿਨੁ ਪਸੂ ਪੰਖੀ ਸਗਲ ਤੁਝਹਿ ਅਰਾਧਤੇ ॥
ହେ ଭଗବାନ! ମନୁଷ୍ୟ, ବନ, ତୃଣ, ପଶୁ-ପକ୍ଷୀ ସବୁ ତୋର ହିଁ ଆରାଧନା କରିଥାନ୍ତି।
ਦਇਆਲ ਲਾਲ ਗੋਬਿੰਦ ਨਾਨਕ ਮਿਲੁ ਸਾਧਸੰਗਤਿ ਹੋਇ ਗਤੇ ॥੧॥
ହେ ନାନକ! ସାଧୁ ସଙ୍ଗତିରେ ସମ୍ମିଳିତ ହେବା ଦ୍ଵାରା ସେ ଦୟାଳୁ, ପ୍ରିୟ ଗୋବିନ୍ଦ ମିଳିଯାନ୍ତି ଆଉ ମୋକ୍ଷ ପ୍ରାପ୍ତି ହୋଇଯାଏ॥1॥
ਕੋਟਿ ਬਿਸਨ ਅਵਤਾਰ ਸੰਕਰ ਜਟਾਧਾਰ ॥
ହେ ଦୟାଳୁ ପ୍ରଭୁ! କୋଟି କୋଟି ବିଷ୍ଣୁ ଅବତାର ଏବଂ ଜଟ୍ଟାଧାରୀ ଶଙ୍କର
ਚਾਹਹਿ ਤੁਝਹਿ ਦਇਆਰ ਮਨਿ ਤਨਿ ਰੁਚ ਅਪਾਰ ॥
ନିଜ ମନ ଏବଂ ତନର ଅପାର ରୁଚି ଦ୍ଵାରା ତୋ’ ସହିତ ମିଳନର ତୀବ୍ର ଅଭିଳାଷ କରିଥାନ୍ତି।
ਅਪਾਰ ਅਗਮ ਗੋਬਿੰਦ ਠਾਕੁਰ ਸਗਲ ਪੂਰਕ ਪ੍ਰਭ ਧਨੀ ॥
ହେ ଗୋବିନ୍ଦ! ତୁ ଅପାରମ୍ପାର, ଅଗମ୍ୟ ଏବଂ ସବୁଙ୍କ ଠାକୁର ଅଟୁ, ତୁ ସବୁଙ୍କ ଠାରେ ରହିଛୁ ଆଉ ସବୁଙ୍କ ମାଲିକ ଅଟୁ।
ਸੁਰ ਸਿਧ ਗਣ ਗੰਧਰਬ ਧਿਆਵਹਿ ਜਖ ਕਿੰਨਰ ਗੁਣ ਭਨੀ ॥
ଦେବତା, ସିଦ୍ଧ ଏବଂ ଗନ୍ଧର୍ବ ସବୁ ତୋର ହିଁ ଆରାଧନା କରିଥାନ୍ତି ଆଉ ଯକ୍ଷ ଏବଂ କିନ୍ନର ତୋର ହିଁ ଗୁଣଗାନ କରିଥାନ୍ତି।
ਕੋਟਿ ਇੰਦ੍ਰ ਅਨੇਕ ਦੇਵਾ ਜਪਤ ਸੁਆਮੀ ਜੈ ਜੈ ਕਾਰ ॥
କୋଟି କୋଟି ଇନ୍ଦ୍ର ଏବଂ ଅନେକ ଦେବଗଣ ସ୍ବାମୀଙ୍କ ଜପ ଏବଂ ଜୟ-ଜୟକାର କରିଥାନ୍ତି।
ਅਨਾਥ ਨਾਥ ਦਇਆਲ ਨਾਨਕ ਸਾਧਸੰਗਤਿ ਮਿਲਿ ਉਧਾਰ ॥੨॥
ହେ ନାନକ! ଦୟାଳୁ ପ୍ରଭୁ ଅନାଥର ନାଥ ଅଟନ୍ତି ଆଉ ସାଧୁ ସଙ୍ଗତିରେ ସମ୍ମିଳିତ ହୋଇ ମନୁଷ୍ୟ ଉଦ୍ଧାର ହୋଇପାରେ॥2॥
ਕੋਟਿ ਦੇਵੀ ਜਾ ਕਉ ਸੇਵਹਿ ਲਖਿਮੀ ਅਨਿਕ ਭਾਤਿ ॥
କୋଟି କୋଟି ଦେବୀ ଏବଂ ଧନର ଦେବୀ ଲକ୍ଷ୍ମୀ ତାହାଙ୍କ ବିଭିନ୍ନ ପ୍ରକାର ସେବା କରିଥାନ୍ତି।