Guru Granth Sahib Translation Project

guru granth sahib odia page-443

Page 443

ਗੁਰਮੁਖੇ ਗੁਰਮੁਖਿ ਨਦਰੀ ਰਾਮੁ ਪਿਆਰਾ ਰਾਮ ॥ ଗୁରୁମୁଖୀର ଜିହ୍ଵାରେ ସବୁ ସମୟରେ ଅମୃତର ଧାରା ପଡି ରହିଥାଏ, ଗୁରୁଙ୍କ କୃପା ଦୃଷ୍ଟିରୁ ଗୁରୁମୁଖୀକୁ ରାମ ନାମ ବହୁତ ପ୍ରିୟ ଲାଗିଥାଏ।
ਰਾਮ ਨਾਮੁ ਪਿਆਰਾ ਜਗਤ ਨਿਸਤਾਰਾ ਰਾਮ ਨਾਮਿ ਵਡਿਆਈ ॥ ଜଗତ ଉଦ୍ଧାର କରୁଥିବା ରାମଙ୍କ ନାମ ତାହାକୁ ପ୍ରିୟ ଲାଗିଥାଏ, ସଂସାରରେ ରାମ ନାମର ହିଁ ଶୋଭା ଅଛି।
ਕਲਿਜੁਗਿ ਰਾਮ ਨਾਮੁ ਬੋਹਿਥਾ ਗੁਰਮੁਖਿ ਪਾਰਿ ਲਘਾਈ ॥ କଳିଯୁଗରେ ରାମଙ୍କ ନାମ ଜାହାଜ ଅଟେ ଆଉ ଗୁରୁଙ୍କ ସାନ୍ନିଧ୍ୟରେ ରହିଲେ ମନୁଷ୍ୟ ପାର ହୋଇଯାଏ।
ਹਲਤਿ ਪਲਤਿ ਰਾਮ ਨਾਮਿ ਸੁਹੇਲੇ ਗੁਰਮੁਖਿ ਕਰਣੀ ਸਾਰੀ ॥ ସେ ଲୋକ ଏବଂ ପରଲୋକରେ ରାମଙ୍କ ନାମ ଦ୍ଵାରା ଖୁସି ହୋଇଯାଏ ଆଉ ଗୁରୁମୁଖୀର ଜୀବନ ଆଚରଣ ଉତ୍ତମ ହୋଇଯାଏ।
ਨਾਨਕ ਦਾਤਿ ਦਇਆ ਕਰਿ ਦੇਵੈ ਰਾਮ ਨਾਮਿ ਨਿਸਤਾਰੀ ॥੧॥ ହେ ନାନକ! ଯେଉଁ ମନୁଷ୍ୟକୁ ପ୍ରଭୁ କୃପା ଧାରଣ କରି ନିଜ ନାମର ଦାନ ଦେଇଥାନ୍ତି, ତାହାକୁ ରାମ ନାମ ଦ୍ଵାରା ଭବସାଗରରୁ ପାର କରି ଦିଅନ୍ତି॥1॥
ਰਾਮੋ ਰਾਮ ਨਾਮੁ ਜਪਿਆ ਦੁਖ ਕਿਲਵਿਖ ਨਾਸ ਗਵਾਇਆ ਰਾਮ ॥ ମୁଁ ରାମ ନାମର ଜପ କରିଛି, ଯିଏ ମୋର ଦୁଃଖ ଏବଂ ପାପ ନାଶ କରିଛନ୍ତି।
ਗੁਰ ਪਰਚੈ ਗੁਰ ਪਰਚੈ ਧਿਆਇਆ ਮੈ ਹਿਰਦੈ ਰਾਮੁ ਰਵਾਇਆ ਰਾਮ ॥ ଗୁରୁଙ୍କ ସହିତ ମିଳନ ଦ୍ଵାରା ମୁଁ ପରମାତ୍ମାଙ୍କ ଧ୍ୟାନ କରିଛି ଆଉ ରାମଙ୍କୁ ନିଜ ହୃଦୟରେ ସ୍ଥାପନ କରିଛି।
ਰਵਿਆ ਰਾਮੁ ਹਿਰਦੈ ਪਰਮ ਗਤਿ ਪਾਈ ਜਾ ਗੁਰ ਸਰਣਾਈ ਆਏ ॥ ଯେବେ ମୁଁ ଗୁରୁଙ୍କ ଶରଣ ନେଇଛି, ସେତେବେଳେ ରାମଙ୍କ ନାମ ମୋର ହୃଦୟରେ ସ୍ଥାପିତ ହୋଇଛି ଆଉ ମୋତେ ପରମ ଗତି ପ୍ରାପ୍ତ ହୋଇଛି,
ਲੋਭ ਵਿਕਾਰ ਨਾਵ ਡੁਬਦੀ ਨਿਕਲੀ ਜਾ ਸਤਿਗੁਰਿ ਨਾਮੁ ਦਿੜਾਏ ॥ ଯେବେ ସଚ୍ଚା ଗୁରୁ ମୋ’ ଭିତରେ ରାମଙ୍କ ନାମ ଦୃଢ କରିଛନ୍ତି, ସେତେବେଳେ ଲୋଭ-ବିକାରରେ ଭରି ରହି ବୁଡୁଥିବା ମୋର ନୌକା ବାହାରକୁ ଆସି ଯାଇଛି। ॥
ਜੀਅ ਦਾਨੁ ਗੁਰਿ ਪੂਰੈ ਦੀਆ ਰਾਮ ਨਾਮਿ ਚਿਤੁ ਲਾਏ ॥ ପୂର୍ଣ୍ଣ ଗୁରୁଦେବ ମୋତେ ଜୀବନ ଦାନ ପ୍ରଦାନ କରିଛନ୍ତି ଆଉ ମୁଁ ନିଜ ଚିତ୍ତ ରାମ ନାମ ସାଥିରେ ଲଗାଇଛି।
ਆਪਿ ਕ੍ਰਿਪਾਲੁ ਕ੍ਰਿਪਾ ਕਰਿ ਦੇਵੈ ਨਾਨਕ ਗੁਰ ਸਰਣਾਏ ॥੨॥ ହେ ନାନକ! ଯେଉଁ ମନୁଷ୍ୟ ଗୁରୁଙ୍କ ଶରଣ ନେଇଛି, କୃପାଳୁ ପ୍ରଭୁ ନିଜେ ହିଁ ନାମ ଦାନ ଦେଇଥାନ୍ତି॥2॥
ਬਾਣੀ ਰਾਮ ਨਾਮ ਸੁਣੀ ਸਿਧਿ ਕਾਰਜ ਸਭਿ ਸੁਹਾਏ ਰਾਮ ॥ ମୁଁ ରାମ ନାମର ବାଣୀ ଶୁଣିଛି, ଯାହା ଦ୍ଵାରା ସବୁ କାର୍ଯ୍ୟ ସଫଳ ଭାବରେ ସଂପୂର୍ଣ୍ଣ ହେଉଛି ଆଉ ସିଦ୍ଧି ପ୍ରାପ୍ତ ହୋଇଯାଇଛି।
ਰੋਮੇ ਰੋਮਿ ਰੋਮਿ ਰੋਮੇ ਮੈ ਗੁਰਮੁਖਿ ਰਾਮੁ ਧਿਆਏ ਰਾਮ ॥ ଗୁରୁମୁଖୀ ବନି ମୁଁ ରାମଙ୍କ ଧ୍ୟାନ କରିଥାଏ।
ਰਾਮ ਨਾਮੁ ਧਿਆਏ ਪਵਿਤੁ ਹੋਇ ਆਏ ਤਿਸੁ ਰੂਪੁ ਨ ਰੇਖਿਆ ਕਾਈ ॥ ରାମ ନାମର ଧ୍ୟାନ କରିବା ଦ୍ଵାରା ମୁଁ ପବିତ୍ର ହୋଇଯାଇଛି, ରାମଙ୍କ କୌଣସି ରୂପ ଏବଂ ରେଖା ନାହିଁ,
ਰਾਮੋ ਰਾਮੁ ਰਵਿਆ ਘਟ ਅੰਤਰਿ ਸਭ ਤ੍ਰਿਸਨਾ ਭੂਖ ਗਵਾਈ ॥ ରାମଙ୍କ ନାମ ମୋର ଅନ୍ତର୍ମନରେ ରହିଛି ଆଉ ମୋର ତୃଷ୍ଣା ଏବଂ କ୍ଷୁଧା ସବୁ ଦୂର ହୋଇଯାଇଛି।
ਮਨੁ ਤਨੁ ਸੀਤਲੁ ਸੀਗਾਰੁ ਸਭੁ ਹੋਆ ਗੁਰਮਤਿ ਰਾਮੁ ਪ੍ਰਗਾਸਾ ॥ ଗୁରୁଙ୍କ ମତି ଦ୍ଵାରା ରାମ ମୋ’ ଭିତରେ ପ୍ରକାଶ ହୋଇଛନ୍ତି ଆଉ ମୋର ମନ-ତନ ଶୀତଳ ହୋଇଯାଇଛି।
ਨਾਨਕ ਆਪਿ ਅਨੁਗ੍ਰਹੁ ਕੀਆ ਹਮ ਦਾਸਨਿ ਦਾਸਨਿ ਦਾਸਾ ॥੩॥ ହେ ନାନକ! ଭଗବାନ ମୋ’ ଉପରେ ସ୍ଵୟଂ ଅନୁକମ୍ପା କରିଛନ୍ତି ଆଉ ସେବେ ଠାରୁ ତାହାଙ୍କ ଦାସର ଦାସ ହୋଇଯାଇଛି॥3॥
ਜਿਨੀ ਰਾਮੋ ਰਾਮ ਨਾਮੁ ਵਿਸਾਰਿਆ ਸੇ ਮਨਮੁਖ ਮੂੜ ਅਭਾਗੀ ਰਾਮ ॥ ଯିଏ ରାମ ରାମ ନାମକୁ ଭୁଲିଯାଇଛି, ସେହି ମନମୁଖୀ ମୂର୍ଖ ଏବଂ ଭାଗ୍ୟହୀନ ଅଟେ।
ਤਿਨ ਅੰਤਰੇ ਮੋਹੁ ਵਿਆਪੈ ਖਿਨੁ ਖਿਨੁ ਮਾਇਆ ਲਾਗੀ ਰਾਮ ॥ ତାହାର ଅନ୍ତର୍ମନରେ ମୋହ ବ୍ୟାପ୍ତ ହୋଇଛି ଆଉ ପ୍ରତି କ୍ଷଣରେ ତାହାକୁ ମାୟା ଲାଗି ରହିଥାଏ।
ਮਾਇਆ ਮਲੁ ਲਾਗੀ ਮੂੜ ਭਏ ਅਭਾਗੀ ਜਿਨ ਰਾਮ ਨਾਮੁ ਨਹ ਭਾਇਆ ॥ ଯାହାକୁ ରାମଙ୍କ ନାମ ଭଲ ଲାଗେ ନାହିଁ, ତାହାକୁ ମାୟାର ମଇଳା ଲାଗି ରହିଥାଏ, ଏପରି ମୂର୍ଖ ଭାଗ୍ୟହୀନ ଅଟେ।
ਅਨੇਕ ਕਰਮ ਕਰਹਿ ਅਭਿਮਾਨੀ ਹਰਿ ਰਾਮੋ ਨਾਮੁ ਚੋਰਾਇਆ ॥ ଅଭିମାନୀ ମନୁଷ୍ୟ ଅନେକ କର୍ମକାଣ୍ଡ କରିଥାଏ, ପରନ୍ତୁ ସେ ରାମ ନାମର ଜପ କରି ନିଜ ମନ ଚୋରାଇ ଥାଏ।
ਮਹਾ ਬਿਖਮੁ ਜਮ ਪੰਥੁ ਦੁਹੇਲਾ ਕਾਲੂਖਤ ਮੋਹ ਅੰਧਿਆਰਾ ॥ ମୋହର ଅନ୍ଧାରର କାଳିମା କାରଣରୁ ଯମ(ମୃତ୍ୟୁ)ର ମାର୍ଗ ମହା ବିଷମ ଏବଂ ଦୁଃଖଦାୟକ ଅଟେ।
ਨਾਨਕ ਗੁਰਮੁਖਿ ਨਾਮੁ ਧਿਆਇਆ ਤਾ ਪਾਏ ਮੋਖ ਦੁਆਰਾ ॥੪॥ ହେ ନାନକ! ଯଦି ମନୁଷ୍ୟ ଗୁରୁମୁଖୀ ବନି ପ୍ରଭୁନାମର ଆରାଧନା କରିଥାଏ, ତାହାହେଲେ ତାହାକୁ ମୋକ୍ଷର ଦ୍ଵାର ପ୍ରାପ୍ତ ହୋଇପାରେ॥4॥
ਰਾਮੋ ਰਾਮ ਨਾਮੁ ਗੁਰੂ ਰਾਮੁ ਗੁਰਮੁਖੇ ਜਾਣੈ ਰਾਮ ॥ ରାମଙ୍କ ନାମ ହିଁ ଗୁରୁ ଅଟେ ଆଉ ଗୁରୁମୁଖୀ ବନି ହିଁ ରାମଙ୍କୁ ଜାଣି ହୁଏ।
ਇਹੁ ਮਨੂਆ ਖਿਨੁ ਊਭ ਪਇਆਲੀ ਭਰਮਦਾ ਇਕਤੁ ਘਰਿ ਆਣੈ ਰਾਮ ॥ ଏହି ମନ କ୍ଷଣରେ ଆକାଶରେ ହୋଇଥାଏ ଆଉ କ୍ଷଣରେ ହିଁ ପାତାଳରେ ପଥଭ୍ରଷ୍ଟ ହୋଇଥାଏ, ଗୁରୁ ମନକୁ ଏକ ଘର(ପ୍ରଭୁଙ୍କ ପାଖ)କୁ ଆଣିଥାଏ।
ਮਨੁ ਇਕਤੁ ਘਰਿ ਆਣੈ ਸਭ ਗਤਿ ਮਿਤਿ ਜਾਣੈ ਹਰਿ ਰਾਮੋ ਨਾਮੁ ਰਸਾਏ ॥ ଯେବେ ମନ ଏକ ଘର(ପ୍ରଭୁଙ୍କ ପାଖ)କୁ ଆଣିଥାଏ, ସେତେବେଳେ ମନୁଷ୍ୟ ନିଜ ଗତି ଏବଂ ଜୀବନ ମର୍ଯ୍ୟାଦାକୁ ବୁଝିଥାଏ ଆଉ ହରି-ରାମଙ୍କ ନାମ ରସର ପାନ କରିଥାଏ।
ਜਨ ਕੀ ਪੈਜ ਰਖੈ ਰਾਮ ਨਾਮਾ ਪ੍ਰਹਿਲਾਦ ਉਧਾਰਿ ਤਰਾਏ ॥ ରାମଙ୍କ ନାମ ତାହାଙ୍କ ଭକ୍ତର ମର୍ଯ୍ୟାଦା ରଖିଥାଏ, ଯେପରି ସେ ଭକ୍ତ ପ୍ରହଲାଦର ରକ୍ଷା କରି ତାହାର ଉଦ୍ଧାର କରିଥିଲେ।
ਰਾਮੋ ਰਾਮੁ ਰਮੋ ਰਮੁ ਊਚਾ ਗੁਣ ਕਹਤਿਆ ਅੰਤੁ ਨ ਪਾਇਆ ॥ ରାମଙ୍କ ନାମ ହିଁ ଦୁନିଆରେ ଉଚ୍ଚ ଅଟେ, ଏଥିପାଇଁ ବାରମ୍ବାର ରାମଙ୍କୁ ସ୍ମରଣ କରିଥାଅ। ତାହାଙ୍କ ଗୁଣର ବର୍ଣ୍ଣନା କରିବା ଦ୍ଵାରା ତାହାର ଅନ୍ତ ପାଇ ହୁଏନାହିଁ।
ਨਾਨਕ ਰਾਮ ਨਾਮੁ ਸੁਣਿ ਭੀਨੇ ਰਾਮੈ ਨਾਮਿ ਸਮਾਇਆ ॥੫॥ ହେ ନାନକ! ରାମଙ୍କ ନାମ ଶୁଣି ଯେଉଁ ବ୍ୟକ୍ତିର ମନ ଆନନ୍ଦିତ ଭାବ-ବିଭୋର ହୋଇଯାଏ, ସେ ରାମଙ୍କ ନାମରେ ହିଁ ରହିଥାଏ॥5॥
ਜਿਨ ਅੰਤਰੇ ਰਾਮ ਨਾਮੁ ਵਸੈ ਤਿਨ ਚਿੰਤਾ ਸਭ ਗਵਾਇਆ ਰਾਮ ॥ ଯେଉଁ ମନୁଷ୍ୟର ଅନ୍ତର୍ମନରେ ରାମଙ୍କ ନାମ ନିବାସ କରିଥାଏ, ତାହାର ସବୁ ଚିନ୍ତା ଦୂର ହୋଇଯାଏ।
ਸਭਿ ਅਰਥਾ ਸਭਿ ਧਰਮ ਮਿਲੇ ਮਨਿ ਚਿੰਦਿਆ ਸੋ ਫਲੁ ਪਾਇਆ ਰਾਮ ॥ ତାହାକୁ ଧର୍ମ, ଅର୍ଥ, କାମ, ମୋକ୍ଷ ସବୁ ପଦାର୍ଥ ମିଳିଯାଏ ଆଉ ମନୋବାଞ୍ଚିତ ଫଳ ପ୍ରାପ୍ତ ହୋଇଯାଏ।
ਮਨ ਚਿੰਦਿਆ ਫਲੁ ਪਾਇਆ ਰਾਮ ਨਾਮੁ ਧਿਆਇਆ ਰਾਮ ਨਾਮ ਗੁਣ ਗਾਏ ॥ ଯେଉଁ ମନୁଷ୍ୟ ରାମ ନାମର ଧ୍ୟାନ କରିଥାଏ ଏବଂ ରାମ ନାମର ଗୁଣଗାନ କରିଥାଏ, ତାହାକୁ ମନୋବାଞ୍ଚିତ ଫଳ ମିଳିଯାଏ।
ਦੁਰਮਤਿ ਕਬੁਧਿ ਗਈ ਸੁਧਿ ਹੋਈ ਰਾਮ ਨਾਮਿ ਮਨੁ ਲਾਏ ॥ ପୁଣି ତାହାର ଦୁର୍ମତି ଏବଂ କୁବୁଦ୍ଧି ଦୂର ହୋଇଯାଏ, ଯାହାକୁ ଜ୍ଞାନ ପ୍ରାପ୍ତ ହୋଇଯାଏ ଆଉ ସେ ରାମ ନାମକୁ ନିଜ ଚିତ୍ତରେ ଲଗାଇ ଥାଏ।
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/