Guru Granth Sahib Translation Project

guru granth sahib odia page-423

Page 423

ਤਾ ਕੇ ਰੂਪ ਨ ਜਾਹੀ ਲਖਣੇ ਕਿਆ ਕਰਿ ਆਖਿ ਵੀਚਾਰੀ ॥੨॥ ତାହାଙ୍କ ରୂପ ଜାଣି ହୋଇପାରେ ନାହିଁ, ବର୍ଣ୍ଣନା କରିବା ଭାବିବା ଦ୍ଵାରା ମନୁଷ୍ୟ କଣ କରିପାରିବ?॥2॥
ਤੀਨਿ ਗੁਣਾ ਤੇਰੇ ਜੁਗ ਹੀ ਅੰਤਰਿ ਚਾਰੇ ਤੇਰੀਆ ਖਾਣੀ ॥ ହେ ସ୍ଵାମୀ! ଏହି ସୃଷ୍ଟିରେ ତିନି ଗୁଣ(ରଜଃ, ସତ୍ତ୍ଵ, ତମ) ତୋ’ ଦ୍ଵାରା ସୃଷ୍ଟି ହୋଇଛି, ସୃଷ୍ଟି ରଚନାର ଚାରି ସ୍ରୋତ ତୋ’ ଦ୍ଵାରା ହିଁ ନିର୍ମିତ ହୋଇଛି।
ਕਰਮੁ ਹੋਵੈ ਤਾ ਪਰਮ ਪਦੁ ਪਾਈਐ ਕਥੇ ਅਕਥ ਕਹਾਣੀ ॥੩॥ ଯଦି ତୁମେ ଦୟାଳୁ ହୁଅ, ତାହାହେଲେ ହିଁ ମନୁଷ୍ୟ ପରମ ପଦବୀ ପ୍ରାପ୍ତ କରିଥାଏ ଆଉ ତୋର ଅକଥନୀୟ କାହାଣୀକୁ କଥନ କରିଥାଏ॥3॥
ਤੂੰ ਕਰਤਾ ਕੀਆ ਸਭੁ ਤੇਰਾ ਕਿਆ ਕੋ ਕਰੇ ਪਰਾਣੀ ॥ ହେ ଭଗବାନ! ତୁ ଜଗତର ରଚୟିତା ଅଟୁ, ସବୁ କିଛି ତୋର ଦ୍ଵାରା ହିଁ ହୋଇଛି, କେହି ପ୍ରାଣୀ କଣ କରିପାରିବ?
ਜਾ ਕਉ ਨਦਰਿ ਕਰਹਿ ਤੂੰ ਅਪਣੀ ਸਾਈ ਸਚਿ ਸਮਾਣੀ ॥੪॥ ହେ ପରମେଶ୍ଵର! ଯେଉଁ ମନୁଷ୍ୟ ଉପରେ ତୁ କୃପାଦୃଷ୍ଟି କରୁ, କେବଳ ସେ ହିଁ ସତ୍ୟରେ ରହିଥାଏ॥4॥
ਨਾਮੁ ਤੇਰਾ ਸਭੁ ਕੋਈ ਲੇਤੁ ਹੈ ਜੇਤੀ ਆਵਣ ਜਾਣੀ ॥ ପ୍ରତ୍ୟେକ ଜୀବ ଯିଏ ଆସିଥାଏ ଏବଂ ଯାଇଥାଏ, ଅର୍ଥାତ ଜନ୍ମ ମରଣର ଚକ୍ରରେ ପଡିଥାଏ, ସେ ତୋର ନାମର ଜପ କରିଥାଏ।
ਜਾ ਤੁਧੁ ਭਾਵੈ ਤਾ ਗੁਰਮੁਖਿ ਬੂਝੈ ਹੋਰ ਮਨਮੁਖਿ ਫਿਰੈ ਇਆਣੀ ॥੫॥ ଯଦି ତୋତେ ଭଲ ଲାଗିଥାଏ, ତାହାହେଲେ ଗୁରୁମୁଖୀ ତୋତେ ବୁଝିଥାଏ, ଅନ୍ୟ ସ୍ଵେଚ୍ଛାଚାରୀ ମୂର୍ଖ ପ୍ରାଣୀ ପଥଭ୍ରଷ୍ଟ ରହିଥାଏ॥5॥
ਚਾਰੇ ਵੇਦ ਬ੍ਰਹਮੇ ਕਉ ਦੀਏ ਪੜਿ ਪੜਿ ਕਰੇ ਵੀਚਾਰੀ ॥ ଚାରି ବେଦ ଭଗବାନ ବ୍ରହ୍ମାଙ୍କୁ ଦେଇଛନ୍ତି, କିନ୍ତୁ ସେ ପଢି ପଢି ବିଚାର ହିଁ କରିଥାନ୍ତି।
ਤਾ ਕਾ ਹੁਕਮੁ ਨ ਬੂਝੈ ਬਪੁੜਾ ਨਰਕਿ ਸੁਰਗਿ ਅਵਤਾਰੀ ॥੬॥ ପ୍ରଭୁଙ୍କ ହୁକୁମକୁ ବିଚରା ବୁଝି ପାରେ ନାହିଁ ଆଉ ନର୍କ-ସ୍ଵର୍ଗରେ ଜନ୍ମ ନେଇଥାଏ॥6॥
ਜੁਗਹ ਜੁਗਹ ਕੇ ਰਾਜੇ ਕੀਏ ਗਾਵਹਿ ਕਰਿ ਅਵਤਾਰੀ ॥ ଯୁଗ ଯୁଗରେ ଇଶ୍ଵର ରାମ, କୃଷ୍ଣ ଇତ୍ୟାଦି ରାଜା ସୃଷ୍ଟି କରିଛନ୍ତି, ଯାହାଙ୍କୁ ଲୋକେ ଅବତାର ମାନି ଗୁଣସ୍ତୁତି କରିଥାନ୍ତି।
ਤਿਨ ਭੀ ਅੰਤੁ ਨ ਪਾਇਆ ਤਾ ਕਾ ਕਿਆ ਕਰਿ ਆਖਿ ਵੀਚਾਰੀ ॥੭॥ କିନ୍ତୁ ସେ ମଧ୍ୟ ତାହାଙ୍କ ଅନ୍ତ ପାଇ ପାରି ନାହାନ୍ତି, ପୁଣି ମୁଁ କଣ କହି ତାହାଙ୍କ ଗୁଣ ବିଚାର କରିପାରିବି॥7॥
ਤੂੰ ਸਚਾ ਤੇਰਾ ਕੀਆ ਸਭੁ ਸਾਚਾ ਦੇਹਿ ਤ ਸਾਚੁ ਵਖਾਣੀ ॥ ତୁ ସର୍ବଦା ସତ୍ୟ ଅଟୁ ଆଉ ତୋ’ ଦ୍ଵାରା ଜାତ ହୋଇଥିବା ସବୁ କିଛି ମଧ୍ୟ ସତ୍ୟ ଅଟୁ, ଯଦି ତୁ ମୋତେ ସତ୍ୟ ପ୍ରଦାନ କରୁ, ତାହାହେଲେ ମଧ୍ୟ ଏହାର ବର୍ଣ୍ଣନା କରିବି।
ਜਾ ਕਉ ਸਚੁ ਬੁਝਾਵਹਿ ਅਪਣਾ ਸਹਜੇ ਨਾਮਿ ਸਮਾਣੀ ॥੮॥੧॥੨੩॥ ହେ ଭଗବାନ! ଯେଉଁ ମନୁଷ୍ୟକୁ ତୁମେ ସତ୍ୟର ଜ୍ଞାନ ପ୍ରଦାନ କରିଛ, ସେ ସ୍ଵାଭାବିକ ଭାବରେ ହିଁ ତୋର ନାମରେ ରହିଥାଏ॥8॥1॥23॥
ਆਸਾ ਮਹਲਾ ੩ ॥ ଆଶା ମହଲା 3 ॥
ਸਤਿਗੁਰ ਹਮਰਾ ਭਰਮੁ ਗਵਾਇਆ ॥ ସଚ୍ଚା ଗୁରୁ ମୋର ଭ୍ରମ ଦୂର କରିଦେଇଛନ୍ତି,
ਹਰਿ ਨਾਮੁ ਨਿਰੰਜਨੁ ਮੰਨਿ ਵਸਾਇਆ ॥ ସେ ହରିଙ୍କ ନିରଞ୍ଜନ ନାମ ମୋର ମନରେ ସ୍ଥାପିତ କରିଛନ୍ତି।
ਸਬਦੁ ਚੀਨਿ ਸਦਾ ਸੁਖੁ ਪਾਇਆ ॥੧॥ ବାଣୀକୁ ଚିହ୍ନିବା ଦ୍ଵାରା ମୋତେ ସର୍ବଦା ସୁଖ ଉପଲବ୍ଧ ହୋଇଯାଇଛି॥1॥
ਸੁਣਿ ਮਨ ਮੇਰੇ ਤਤੁ ਗਿਆਨੁ ॥ ହେ ମୋର ମନ! ତୁ ତତ୍ତ୍ଵ ଜ୍ଞାନକୁ ଶୁଣ।
ਦੇਵਣ ਵਾਲਾ ਸਭ ਬਿਧਿ ਜਾਣੈ ਗੁਰਮੁਖਿ ਪਾਈਐ ਨਾਮੁ ਨਿਧਾਨੁ ॥੧॥ ਰਹਾਉ ॥ ପରମାତ୍ମା ସମସ୍ତ ବିଧି ଜାଣିଥାନ୍ତି, ଗୁରୁଙ୍କ ଶରଣରେ ରହିବା ଦ୍ଵାରା ହିଁ ନାମର ଭଣ୍ଡାର ପ୍ରାପ୍ତ ହୋଇଥାଏ॥1॥ରୁହ॥
ਸਤਿਗੁਰ ਭੇਟੇ ਕੀ ਵਡਿਆਈ ॥ ସଦଗୁରୁଙ୍କ ସହିତ ମିଶିବାର ଏହା ବଡିମା ଯେ
ਜਿਨਿ ਮਮਤਾ ਅਗਨਿ ਤ੍ਰਿਸਨਾ ਬੁਝਾਈ ॥ ସେ ମମତା ଏବଂ ତୃଷ୍ଣାଗ୍ନିକୁ ଲିଭାଇ ଦେଇଛନ୍ତି ଆଉ
ਸਹਜੇ ਮਾਤਾ ਹਰਿ ਗੁਣ ਗਾਈ ॥੨॥ ମୁଁ ସ୍ଵାଭାବିକ ଅବସ୍ଥାରେ ରଙ୍ଗୀନ ହୋଇ ହରିଙ୍କ ଗୁଣଗାନ କରିଥାଏ॥2॥
ਵਿਣੁ ਗੁਰ ਪੂਰੇ ਕੋਇ ਨ ਜਾਣੀ ॥ ପୂର୍ଣ୍ଣ ଗୁରୁଙ୍କ ବିନା କୌଣସି ଜୀବ ମଧ୍ୟ ପ୍ରଭୁଙ୍କୁ ଜାଣି ନଥାଏ।
ਮਾਇਆ ਮੋਹਿ ਦੂਜੈ ਲੋਭਾਣੀ ॥ କାରଣ ମନୁଷ୍ୟ ମାୟା-ମୋହ ଏବଂ ବ୍ୟର୍ଥ ଲୋଭରେ ଫସିଯାଇଛି।
ਗੁਰਮੁਖਿ ਨਾਮੁ ਮਿਲੈ ਹਰਿ ਬਾਣੀ ॥੩॥ ଗୁରୁଙ୍କ ମାଧ୍ୟମରୁ ହିଁ ମନୁଷ୍ୟ ପ୍ରଭୁଙ୍କ ନାମ ଏବଂ ହରିଙ୍କ ବାଣୀକୁ ପାଇନିଏ॥3॥
ਗੁਰ ਸੇਵਾ ਤਪਾਂ ਸਿਰਿ ਤਪੁ ਸਾਰੁ ॥ ଗୁରୁଙ୍କ ସେବା ସମସ୍ତ ତପସ୍ୟାର ମହାନ ତପସ୍ୟା ଏବଂ ସାର ଅଟେ।
ਹਰਿ ਜੀਉ ਮਨਿ ਵਸੈ ਸਭ ਦੂਖ ਵਿਸਾਰਣਹਾਰੁ ॥ ସେତେବେଳେ ପୂଜ୍ୟ ପରମେଶ୍ଵର ମନୁଷ୍ୟର ମନରେ ବାସ କରନ୍ତି, ଆଉ ସବୁ ଦୁଃଖ ଯନ୍ତ୍ରଣା ଭୁଲାଇ ଥାଆନ୍ତି।
ਦਰਿ ਸਾਚੈ ਦੀਸੈ ਸਚਿਆਰੁ ॥੪॥ ସେ ସତ୍ୟର ଦରବାରରେ ସତ୍ୟବାଦୀ ବୋଲାଇଥାଏ॥4॥
ਗੁਰ ਸੇਵਾ ਤੇ ਤ੍ਰਿਭਵਣ ਸੋਝੀ ਹੋਇ ॥ ଗୁରୁଙ୍କ ସେବା କରିବା ଦ୍ଵାରା ମନୁଷ୍ୟକୁ ତିନି ଲୋକର ଜ୍ଞାନ ପ୍ରାପ୍ତ ହୋଇଯାଏ ଆଉ
ਆਪੁ ਪਛਾਣਿ ਹਰਿ ਪਾਵੈ ਸੋਇ ॥ ନିଜ ଆତ୍ମସ୍ଵରୂପକୁ ଜାଣିପାରି ସେ ସେହି ପ୍ରଭୁଙ୍କୁ ପ୍ରାପ୍ତ କରି ନିଏ।
ਸਾਚੀ ਬਾਣੀ ਮਹਲੁ ਪਰਾਪਤਿ ਹੋਇ ॥੫॥ ସଚ୍ଚା ଗୁରୁବାଣୀ ମାଧ୍ୟମରୁ ପ୍ରାଣୀ ପ୍ରଭୁଙ୍କ ମହଲକୁ ପ୍ରାପ୍ତ କରିନିଏ॥5॥
ਗੁਰ ਸੇਵਾ ਤੇ ਸਭ ਕੁਲ ਉਧਾਰੇ ॥ ଗୁରୁଙ୍କ ସେବା କରିବା ଦ୍ଵାରା ମନୁଷ୍ୟ ନିଜ କୁଳ (ବଂଶ)ର ଉଦ୍ଧାର କରିଥାଏ ଆଉ
ਨਿਰਮਲ ਨਾਮੁ ਰਖੈ ਉਰਿ ਧਾਰੇ ॥ ନିର୍ମଳ ନାମକୁ ନିଜ ହୃଦୟରେ ସ୍ଥାପନ କରି ରଖିଥାଏ।
ਸਾਚੀ ਸੋਭਾ ਸਾਚਿ ਦੁਆਰੇ ॥੬॥ ସତ୍ୟର ଦରବାରରେ ସେ ସତ୍ୟର ଶୋଭା ଦ୍ଵାରା ଶୋଭାବାନ ହୋଇଥାଏ॥6॥
ਸੇ ਵਡਭਾਗੀ ਜਿ ਗੁਰਿ ਸੇਵਾ ਲਾਏ ॥ ସେହି ବ୍ୟକ୍ତି ବଡ ଭାଗ୍ୟଶାଳୀ ଅଟେ, ଯାହାକୁ ଗୁରୁ ନିଜ ସେବାରେ ଲଗାଇ ଥାଆନ୍ତି।
ਅਨਦਿਨੁ ਭਗਤਿ ਸਚੁ ਨਾਮੁ ਦ੍ਰਿੜਾਏ ॥ ସେ ଦିନ ରାତି ପ୍ରଭୁ ଭକ୍ତିରେ ପ୍ରବୃତ୍ତ ରହିଥାଏ ଆଉ ସତ୍ୟ ନାମକୁ ସ୍ଥାପିତ କରିଥାଏ।
ਨਾਮੇ ਉਧਰੇ ਕੁਲ ਸਬਾਏ ॥੭॥ ପ୍ରଭୁ-ନାମ ମାଧ୍ୟମରୁ ସଂପୂର୍ଣ୍ଣ କୁଳର ଉଦ୍ଧାର ହୋଇଯାଏ॥7॥
ਨਾਨਕੁ ਸਾਚੁ ਕਹੈ ਵੀਚਾਰੁ ॥ ନାନକ ସତ୍ୟର ବିଚାର କରି କହନ୍ତି ଯେ
ਹਰਿ ਕਾ ਨਾਮੁ ਰਖਹੁ ਉਰਿ ਧਾਰਿ ॥ ଭଗବାନଙ୍କ ନାମ ନିଜ ହୃଦୟରେ ସ୍ଥାପନ କରି ରଖ।
ਹਰਿ ਭਗਤੀ ਰਾਤੇ ਮੋਖ ਦੁਆਰੁ ॥੮॥੨॥੨੪॥ ହରିଙ୍କ ଭକ୍ତିରେ ମଗ୍ନ ହେଲେ ମୋକ୍ଷ ଦ୍ଵାର ପ୍ରାପ୍ତ ହୋଇଯାଏ ॥8॥2॥24॥
ਆਸਾ ਮਹਲਾ ੩ ॥ ଆଶା ମହଲା 3 ॥
ਆਸਾ ਆਸ ਕਰੇ ਸਭੁ ਕੋਈ ॥ ସମସ୍ତ ମନୁଷ୍ୟ ଆଶା ଏବଂ ଇଛା କରିଥାଏ, କିନ୍ତୁ
ਹੁਕਮੈ ਬੂਝੈ ਨਿਰਾਸਾ ਹੋਈ ॥ ଯିଏ ପ୍ରଭୁଙ୍କ ହୁକୁମକୁ ବୁଝିଥାଏ, ସେ ଇଚ୍ଛା ରହିତ ହୋଇଯାଏ।
ਆਸਾ ਵਿਚਿ ਸੁਤੇ ਕਈ ਲੋਈ ॥ ବହୁତ ସାରା ଲୋକ ଆଶାରେ ଶୋଇଛନ୍ତି।
ਸੋ ਜਾਗੈ ਜਾਗਾਵੈ ਸੋਈ ॥੧॥ ସେହି ପ୍ରାଣୀ ଜାଗିଥାଏ, ଯାହାକୁ ପ୍ରଭୁ ସ୍ଵୟଂ ଜାଗ୍ରତ କରାଇ ଥାଆନ୍ତି॥1॥
ਸਤਿਗੁਰਿ ਨਾਮੁ ਬੁਝਾਇਆ ਵਿਣੁ ਨਾਵੈ ਭੁਖ ਨ ਜਾਈ ॥ ସଦଗୁରୁ ନାମର ଭେଦ ବତାଇଛନ୍ତି। ନାମ ବିନା କ୍ଷୁଧା ଦୂର ହୁଏନାହିଁ।


© 2017 SGGS ONLINE
error: Content is protected !!
Scroll to Top