Guru Granth Sahib Translation Project

guru granth sahib odia page-42

Page 42

ਓਨੀ ਚਲਣੁ ਸਦਾ ਨਿਹਾਲਿਆ ਹਰਿ ਖਰਚੁ ਲੀਆ ਪਤਿ ਪਾਇ ॥ ସେ ସର୍ବଦା ମୃତ୍ୟୁକୁ ନିଜ ନେତ୍ର ସମ୍ମୁଖରେ ରଖିଥାଏ ଆଉ ଆଉ ପ୍ରବାସ ହେତୁ ବ୍ୟୟ ପାଇଁ ପରମେଶ୍ଵରଙ୍କ ନାମର ରାଶି ଏକତ୍ର କରିଥାଏ, ଯାହା ଦ୍ଵାରା ଲୋକରେ ସେ ମାନ-ଯଶ ପ୍ରାପ୍ତ ହୋଇଥାଏ।
ਗੁਰਮੁਖਿ ਦਰਗਹ ਮੰਨੀਅਹਿ ਹਰਿ ਆਪਿ ਲਏ ਗਲਿ ਲਾਇ ॥੨॥ ଗୁରୁମୁଖ ଜୀବଙ୍କୁ ପ୍ରଭୁଙ୍କ ଦରବାରରେ ଭରପୁର ପ୍ରଶଂସା ହୋଇଥାଏ। ଇଶ୍ଵର ଏହି ଜୀବଙ୍କୁ ଆଲିଙ୍ଗନରେ ନିଅନ୍ତି ॥2॥
ਗੁਰਮੁਖਾ ਨੋ ਪੰਥੁ ਪਰਗਟਾ ਦਰਿ ਠਾਕ ਨ ਕੋਈ ਪਾਇ ॥ ଗୁରୁମୁଖ ଜୀବ ପାଇଁ ଏହି ମାର୍ଗ ପ୍ରତ୍ୟକ୍ଷ ଅଟେ। ଈଶ୍ବରଙ୍କ ଦରବାରରେ ପ୍ରବେଶ କରିବା ପାଇଁ କୌଣସି ବାଧା ଆସେ ନାହିଁ।
ਹਰਿ ਨਾਮੁ ਸਲਾਹਨਿ ਨਾਮੁ ਮਨਿ ਨਾਮਿ ਰਹਨਿ ਲਿਵ ਲਾਇ ॥ ସେ ସର୍ବଦା ହରିନାମର ଯଶୋଗାନ କରିଥାଏ, ନାମକୁ ଚିତ୍ତରେ ରଖିଥାଏ ତଥା ନିତ୍ୟ ହରିନାମର ଯାସରେଲିନ ରହିଥାଏ।
ਅਨਹਦ ਧੁਨੀ ਦਰਿ ਵਜਦੇ ਦਰਿ ਸਚੈ ਸੋਭਾ ਪਾਇ ॥੩॥ ପ୍ରଭୁଙ୍କ ଦ୍ଵାରରେ ଅନାହତ ଧ୍ୱନି ହୋଇଥାଏ, ଯେଉଁ ଗୁରୁମୁଖ ପ୍ରାଣୀ ପ୍ରଭୁଙ୍କ ଆଶ୍ରୟରେ ପହଞ୍ଚେ ତଥା ପ୍ରଭୁଙ୍କ ସଚ୍ଚା ଦରବାରରେ ସମ୍ମାନ ପ୍ରାପ୍ତ କରିଥାଏ ॥3॥
ਜਿਨੀ ਗੁਰਮੁਖਿ ਨਾਮੁ ਸਲਾਹਿਆ ਤਿਨਾ ਸਭ ਕੋ ਕਹੈ ਸਾਬਾਸਿ ॥ ଯେଉଁ ଗୁରୁମୁଖ ପ୍ରାଣୀ ଗୁରୁ ଦ୍ଵାରା ପ୍ରଭୁଙ୍କ ଯଶୋଗାନ କରିଥାଏ, ତାହାକୁ ସମସ୍ତଙ୍କ ପ୍ରଶଂସା ପ୍ରାପ୍ତ ହୋଇଥାଏ।
ਤਿਨ ਕੀ ਸੰਗਤਿ ਦੇਹਿ ਪ੍ਰਭ ਮੈ ਜਾਚਿਕ ਕੀ ਅਰਦਾਸਿ ॥ ହେ ମୋର ପରମେଶ୍ଵର! ମୋତେ ସେହି ପବିତ୍ର ଆତ୍ମାର ସଙ୍ଗତି ପ୍ରଦାନ କର, ମୁଁ ତୁମର ଯାଚକ ଏହି ବନ୍ଦନା କରେ।
ਨਾਨਕ ਭਾਗ ਵਡੇ ਤਿਨਾ ਗੁਰਮੁਖਾ ਜਿਨ ਅੰਤਰਿ ਨਾਮੁ ਪਰਗਾਸਿ ॥੪॥੩੩॥੩੧॥੬॥੭੦॥ ହେ ନାନକ! ସେହି ଗୁରୁମୁଖ ପ୍ରାଣୀଙ୍କ ବଡ ସୌଭାଗ୍ୟ ଅଟେ, ଯାହାର ହୃଦୟରେ ଭଗବାନଙ୍କ ନାମ ପ୍ରକାଶ ଉଜ୍ଜଳ ଅଟେ ॥4॥33॥31॥6॥70॥
ਸਿਰੀਰਾਗੁ ਮਹਲਾ ੫ ਘਰੁ ੧ ॥ ସିରିରାଗ ମହଲା 4 ଘରୁ 1 ॥
ਕਿਆ ਤੂ ਰਤਾ ਦੇਖਿ ਕੈ ਪੁਤ੍ਰ ਕਲਤ੍ਰ ਸੀਗਾਰ ॥ ହେ ମୂର୍ଖ! ତୁମେ ନିଜ ପୁତ୍ର, ସ୍ତ୍ରୀ ଓ ସାଂସାରିକ ପଦାର୍ଥକୁ ଦେଖି ଏତେ ମୁଗ୍ଧ କାହିଁକି ହେଉଅଛ?
ਰਸ ਭੋਗਹਿ ਖੁਸੀਆ ਕਰਹਿ ਮਾਣਹਿ ਰੰਗ ਅਪਾਰ ॥ ତୁ ସଂସାରର ବିଭିନ୍ନ ରସ ଭୋଗ କରୁଅଛୁ, ହର୍ଷ, ଆନନ୍ଦ ତଥା ଅନନ୍ତ ସ୍ୱାଦରେ ମଗ୍ନ ରହିଛୁ।
ਬਹੁਤੁ ਕਰਹਿ ਫੁਰਮਾਇਸੀ ਵਰਤਹਿ ਹੋਇ ਅਫਾਰ ॥ ତୁମେ ବହୁତ ସାରା ଆଦେଶ ପ୍ରଦାନ କରୁଅଛ ଆଉ ଲୋକଙ୍କୁ ଅହଂ ଭାବ ସହିତ ବ୍ୟବହାର କରୁଅଛ।
ਕਰਤਾ ਚਿਤਿ ਨ ਆਵਈ ਮਨਮੁਖ ਅੰਧ ਗਵਾਰ ॥੧॥ କର୍ତ୍ତା ପୁରୁଷ ପରମାତ୍ମା ତୋର ସ୍ମରଣ ହୁଏ ନାହିଁ, ଏଥିପାଇଁ ତୁମେ ମନମୁଖ, ଅଜ୍ଞାନ ଏବଂ ମୂର୍ଖ ଅଟ ॥1॥
ਮੇਰੇ ਮਨ ਸੁਖਦਾਤਾ ਹਰਿ ਸੋਇ ॥ ହେ ମୋର ମନ! ବାସ୍ତବିକ ସୁଖ ସମୃଦ୍ଧି ପ୍ରଦାନ କରିବା ବାଲା ସେହି ଭଗବାନ ଅଟନ୍ତି।
ਗੁਰ ਪਰਸਾਦੀ ਪਾਈਐ ਕਰਮਿ ਪਰਾਪਤਿ ਹੋਇ ॥੧॥ ਰਹਾਉ ॥ ମନୁଷ୍ୟର ସୁକର୍ମ ଦ୍ଵାରା ହିଁ ତାହାକୁ ଗୁରୁ ମିଳିଥାନ୍ତି ଆଉ ଗୁରୁଙ୍କ ଅପାର କୃପାରୁ ହିଁ ପରମେଶ୍ଵର ପ୍ରାପ୍ତ ହୋଇଥାଏ ॥1॥ରୁହ॥
ਕਪੜਿ ਭੋਗਿ ਲਪਟਾਇਆ ਸੁਇਨਾ ਰੁਪਾ ਖਾਕੁ ॥ ହେ ମୂର୍ଖ! ତୁମେ ସୁନ୍ଦର ବସ୍ତ୍ର ପିନ୍ଧିବା, ନାନା ପ୍ରକାର ବ୍ୟଞ୍ଜନ ସେବନ କରିବା ତଥା ସୁନା ରୂପା ଆଭୁଷଣ ଓ ସମ୍ପତ୍ତି ଇତ୍ୟାଦି ଏକତ୍ର କରିବାରେ ଲାଗିଅଛ।
ਹੈਵਰ ਗੈਵਰ ਬਹੁ ਰੰਗੇ ਕੀਏ ਰਥ ਅਥਾਕ ॥ ଏହି ଅଶ୍ଵ, ହାତୀ ତଥା ଅନେକ ପ୍ରକାରର ରଥ ଇତ୍ୟାଦି ତୁମ ପାଖରେ ଅଛି।
ਕਿਸ ਹੀ ਚਿਤਿ ਨ ਪਾਵਹੀ ਬਿਸਰਿਆ ਸਭ ਸਾਕ ॥ ଏହି ବୈଭବରେ ସେ ଅନ୍ୟ କାହାକୁ ସ୍ମରଣ କରେ ନାହିଁ, ନିଜର ସମସ୍ତ ସମ୍ବନ୍ଧୀୟଙ୍କୁ ମଧ୍ୟ ଉପେକ୍ଷା କରିଦିଏ।
ਸਿਰਜਣਹਾਰਿ ਭੁਲਾਇਆ ਵਿਣੁ ਨਾਵੈ ਨਾਪਾਕ ॥੨॥ ସେ ଏହି ସୃଷ୍ଟି ରଚୟିତା ପ୍ରଭୁଙ୍କୁ ବିସ୍ମୃତ କରିଦେଇଅଛି ଆଉ ନାମ ବିନା ସେ ଅପବିତ୍ର ଅଟେ ॥2॥
ਲੈਦਾ ਬਦ ਦੁਆਇ ਤੂੰ ਮਾਇਆ ਕਰਹਿ ਇਕਤ ॥ ଲୋକଙ୍କ ଠାରୁ ନିନ୍ଦା ଅପଯଶ ନେଇ ନେଇ ତୁମୀ ଏତେ ଧନରାଶି ଜମା କରିଅଛ।
ਜਿਸ ਨੋ ਤੂੰ ਪਤੀਆਇਦਾ ਸੋ ਸਣੁ ਤੁਝੈ ਅਨਿਤ ॥ ଯେଉଁ ସମ୍ବନ୍ଧୀୟଙ୍କ ପ୍ରସନ୍ନତା ହେତୁ ତୁମେ ଏହା ସବୁ କରୁଅଛ, ତାହା ବି ତୁମ ସହିତ ନଶ୍ଵର ଅଟେ।
ਅਹੰਕਾਰੁ ਕਰਹਿ ਅਹੰਕਾਰੀਆ ਵਿਆਪਿਆ ਮਨ ਕੀ ਮਤਿ ॥ ହେ ଅହଙ୍କାରୀ ମନୁଷ୍ୟ!ତୁମେ ଅଭିମାନ କର ତଥା ଅହଂକାରରେ ଲିପ୍ତ ହୋଇ ମନ-ମତି ଉପରେ ଚାଲୁଅଛ।
ਤਿਨਿ ਪ੍ਰਭਿ ਆਪਿ ਭੁਲਾਇਆ ਨਾ ਤਿਸੁ ਜਾਤਿ ਨ ਪਤਿ ॥੩॥ ଯେଉଁ ପ୍ରାଣୀ କୁମାର୍ଗରେ ଚାଲି ପ୍ରଭୁଙ୍କୁ ବିସ୍ମୃତ କରିଦେଇଅଛି, ତାହାର କିଛି ଜାତି କିମ୍ବା ମାନ-ସମ୍ମାନ ନାହିଁ ॥33॥
ਸਤਿਗੁਰਿ ਪੁਰਖਿ ਮਿਲਾਇਆ ਇਕੋ ਸਜਣੁ ਸੋਇ ॥ ସଦଗୁରୁ କୃପାବଶତଃ ସେହି ପରମ ପୁରୁଷଙ୍କ ସହିତ ମୋର ମିଳନ କରିଦେଇଛନ୍ତି ଯିଏ କି ମୋର ଅଦ୍ଵିତୀୟ ମିତ୍ର ତଥା ଏକ ମାତ୍ର ସାହାରା ଅଟନ୍ତି।
ਹਰਿ ਜਨ ਕਾ ਰਾਖਾ ਏਕੁ ਹੈ ਕਿਆ ਮਾਣਸ ਹਉਮੈ ਰੋਇ ॥ ପ୍ରଭୁ-ଭକ୍ତଙ୍କ ଏକ ପରମେଶ୍ଵର ହିଁ ରକ୍ଷକ ଅଟନ୍ତି, ଅହଙ୍କାରୀ ମନୁଷ୍ୟ ଅହଂକାର ବଶତଃ ବ୍ୟର୍ଥ ବିଳାପ କରିଥାଏ।
ਜੋ ਹਰਿ ਜਨ ਭਾਵੈ ਸੋ ਕਰੇ ਦਰਿ ਫੇਰੁ ਨ ਪਾਵੈ ਕੋਇ ॥ ପରମେଶ୍ଵର ତାହା କରନ୍ତି, ଯାହା ଭକ୍ତଙ୍କୁ ଭଲ ଲାଗେ। ଈଶ୍ଵରଙ୍କ ଦରବାରରେ ଭଗବାନଙ୍କ ଭକ୍ତକୁ କେହି ଫେରାଇ ପାରିବେ ନାହିଁ।
ਨਾਨਕ ਰਤਾ ਰੰਗਿ ਹਰਿ ਸਭ ਜਗ ਮਹਿ ਚਾਨਣੁ ਹੋਇ ॥੪॥੧॥੭੧॥ ହେ ନାନକ! ଯେଉଁ ମାନବ ଜୀବ ଭଗବାନଙ୍କ ପ୍ରେମ ରଙ୍ଗରେ ରଙ୍ଗୀନ ରହିଥାଏ ସେ ସଂପୂର୍ଣ୍ଣ ସଂସାରରେ ପ୍ରକାଶର ପୁଞ୍ଜି ବନିଯାଏ ॥4॥1॥71॥
ਸਿਰੀਰਾਗੁ ਮਹਲਾ ੫ ॥ ସିରିରାଗ ମହଲା 5 ॥
ਮਨਿ ਬਿਲਾਸੁ ਬਹੁ ਰੰਗੁ ਘਣਾ ਦ੍ਰਿਸਟਿ ਭੂਲਿ ਖੁਸੀਆ ॥ ହେ ମାନବ! ତୋର ମନ ଆନନ୍ଦ, ଉଲ୍ଲାସ ତଥା ଅନେକ ବିଳାସ ଉପଭୋଗ କରିବା ତଥା ନେତ୍ରର ଦୃଶ୍ୟରେ ଡୁବି ରହିବା କାରଣରୁ ଜୀବନର ମନୋରଥ ଭୁଲିଯାଇଛୁ।
ਛਤ੍ਰਧਾਰ ਬਾਦਿਸਾਹੀਆ ਵਿਚਿ ਸਹਸੇ ਪਰੀਆ ॥੧॥ ଛତ୍ରପତି ବାଦଶାହ ଭଳି ସିଂହାସନ ଯାହାକୁ ପ୍ରାପ୍ତ ହୋଇଛି, ସେ ମଧ୍ୟ ସଂଶୟରେ ପଡିରହିଛି ॥1॥
ਭਾਈ ਰੇ ਸੁਖੁ ਸਾਧਸੰਗਿ ਪਾਇਆ ॥ ହେ ଭାଇ! ସତସଙ୍ଗରେ ବଡ ସୁଖ ପ୍ରାପ୍ତ ହୋଇଥାଏ।
ਲਿਖਿਆ ਲੇਖੁ ਤਿਨਿ ਪੁਰਖਿ ਬਿਧਾਤੈ ਦੁਖੁ ਸਹਸਾ ਮਿਟਿ ਗਇਆ ॥੧॥ ਰਹਾਉ ॥ ସେହି ବିଧାତା ଯେଉଁ ପୁରୁଷଙ୍କ ଶୁଭ ଭାଗ୍ୟ ଲେଖିଦେଛନ୍ତି ତନକରି ସମସ୍ତ ଚିନ୍ତା ଦୂର ହୋଇଯାଇଛି ॥1॥
ਜੇਤੇ ਥਾਨ ਥਨੰਤਰਾ ਤੇਤੇ ਭਵਿ ਆਇਆ ॥ ମୁଁ ଯେତେ ସବୁ ସ୍ଥାନ ବୁଲି ଆସିଅଛି।
ਧਨ ਪਾਤੀ ਵਡ ਭੂਮੀਆ ਮੇਰੀ ਮੇਰੀ ਕਰਿ ਪਰਿਆ ॥੨॥ ଧନର ସ୍ଵାମୀ ଏବଂ ବଡ ବଡ ଜମିଦାର ‘ ଏହା ମୋର, ଏହା ମୋର’ କହି କହି ନଶ୍ଵର ହୋଇଯାନ୍ତି ॥2॥
ਹੁਕਮੁ ਚਲਾਏ ਨਿਸੰਗ ਹੋਇ ਵਰਤੈ ਅਫਰਿਆ ॥ ସେ ନିର୍ଭର ହୋଇ ଆଦେଶ ଜାରି କରିଥାଏ ତଥା ଅହଂକାର ସହିତ ସମସ୍ତ କାର୍ଯ୍ୟ କରିଥାଏ।
ਸਭੁ ਕੋ ਵਸਗਤਿ ਕਰਿ ਲਇਓਨੁ ਬਿਨੁ ਨਾਵੈ ਖਾਕੁ ਰਲਿਆ ॥੩॥ ସେ ସବୁ ବଶ କରିନେଇଛି, ପରନ୍ତୁ ହଋ-ନାମ ବିନା ଏହା ସବୁ ମାଟିରେ ମିଶିଯାଏ ॥3॥
ਕੋਟਿ ਤੇਤੀਸ ਸੇਵਕਾ ਸਿਧ ਸਾਧਿਕ ਦਰਿ ਖਰਿਆ ॥ ପ୍ରଭୁଙ୍କ ଦରବାରରେ ତେତିଶ କୋଟି ଦେବୀ ଦେବତା, ସିଦ୍ଧ ଇତ୍ୟାଦି କର୍ମଚାରୀ ଅନୁଚର ଭଳି ଦଣ୍ଡାୟମାନ ହୋଇଥାନ୍ତି।
ਗਿਰੰਬਾਰੀ ਵਡ ਸਾਹਬੀ ਸਭੁ ਨਾਨਕ ਸੁਪਨੁ ਥੀਆ ॥੪॥੨॥੭੨॥ ଆଉ ଯେଉଁ ପାହାଡ, ସମୁଦ୍ର ଉପରେ ସାମ୍ରାଜ୍ୟ ସ୍ଥାପନ କରି ଶାସନ କରୁଥିଲେ, ହେ ନାନକ! ତାହା ସବୁ ସ୍ଵପ୍ନ ହୋଇଯାଇଛି ॥4॥2॥72॥


© 2025 SGGS ONLINE
error: Content is protected !!
Scroll to Top