Page 401
                    ਗੁਰੂ ਵਿਟਹੁ ਹਉ ਵਾਰਿਆ ਜਿਸੁ ਮਿਲਿ ਸਚੁ ਸੁਆਉ ॥੧॥ ਰਹਾਉ ॥
                   
                    
                                          
                        ଯାହାଙ୍କ ସହିତ ମିଶି ମୋର ସଚ୍ଚା ପ୍ରଭୁ ମୋତେ ମିଳି ଯାଇଛନ୍ତି ॥1॥ରୁହ॥
                                            
                    
                    
                
                                   
                    ਸਗੁਨ ਅਪਸਗੁਨ ਤਿਸ ਕਉ ਲਗਹਿ ਜਿਸੁ ਚੀਤਿ ਨ ਆਵੈ ॥
                   
                    
                                          
                        ଯାହାଙ୍କୁ ପ୍ରଭୁ ସ୍ମରଣ ଆସନ୍ତି ନାହିଁ, ତାହାକୁ ହିଁ ଶୁଭ-ଅଶୁଭ ପ୍ରଭାବିତ କରିଥାଏ।
                                            
                    
                    
                
                                   
                    ਤਿਸੁ ਜਮੁ ਨੇੜਿ ਨ ਆਵਈ ਜੋ ਹਰਿ ਪ੍ਰਭਿ ਭਾਵੈ ॥੨॥
                   
                    
                                          
                        ଯେଉଁ ମନୁଷ୍ୟ ହରି-ପ୍ରଭୁଙ୍କୁ ଭଲ ଲାଗିଥାଏ, ଯମଦୂତ ତାହାଙ୍କ ନିକଟକୁ ଆସନ୍ତି ନାହିଁ ॥2॥
                                            
                    
                    
                
                                   
                    ਪੁੰਨ ਦਾਨ ਜਪ ਤਪ ਜੇਤੇ ਸਭ ਊਪਰਿ ਨਾਮੁ ॥
                   
                    
                                          
                        ଦାନ-ପୂଣ୍ୟ, ଜପ-ତପ ଇତ୍ୟାଦି ଯେତେ ଶୁଭ କର୍ମ ଅଛି, ସେଥିରେ ଈଶ୍ଵରଙ୍କ ନାମ ସର୍ବଶ୍ରେଷ୍ଠ ଅଟେ।  
                                            
                    
                    
                
                                   
                    ਹਰਿ ਹਰਿ ਰਸਨਾ ਜੋ ਜਪੈ ਤਿਸੁ ਪੂਰਨ ਕਾਮੁ ॥੩॥
                   
                    
                                          
                        ଯେଉଁ ପ୍ରାଣୀ ନିଜ ଇଚ୍ଛାରେ ପରମେଶ୍ଵରଙ୍କ ନାମ ଜପ କରିଥାଏ, ତାହାର ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯାଏ ॥3॥    
                                            
                    
                    
                
                                   
                    ਭੈ ਬਿਨਸੇ ਭ੍ਰਮ ਮੋਹ ਗਏ ਕੋ ਦਿਸੈ ਨ ਬੀਆ ॥
                   
                    
                                          
                        ତାହାର ଭୟ ନଷ୍ଟ ହୋଇଯାଇଛି, ତାହାର ଦ୍ଵିଧା ଏବଂ ମୋହ ଦୂର ହୋଇ ଯାଇଛି ଆଉ ପ୍ରଭୁଙ୍କ ବିନା ସେ ଅନ୍ୟ କାହାକୁ ଦେଖେ ନାହିଁ।  
                                            
                    
                    
                
                                   
                    ਨਾਨਕ ਰਾਖੇ ਪਾਰਬ੍ਰਹਮਿ ਫਿਰਿ ਦੂਖੁ ਨ ਥੀਆ ॥੪॥੧੮॥੧੨੦॥
                   
                    
                                          
                        ହେ ନାନକ! ଯଦି ପରଂବ୍ରହ୍ମ ସ୍ଵୟଂ ରକ୍ଷା କରିଥାନ୍ତି, ତାହାହେଲେ ମନୁଷ୍ୟକୁ କୌଣସି ଦୁଃଖ ଗ୍ରାସ କରେ ନାହିଁ ॥4॥18॥120॥   
                                            
                    
                    
                
                                   
                    ਆਸਾ ਘਰੁ ੯ ਮਹਲਾ ੫
                   
                    
                                          
                        ଆଶା ଘର 9 ମହଲା 5 ॥ 
                                            
                    
                    
                
                                   
                    ੴ ਸਤਿਗੁਰ ਪ੍ਰਸਾਦਿ ॥
                   
                    
                                          
                        ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇହୁଏ।  
                                            
                    
                    
                
                                   
                    ਚਿਤਵਉ ਚਿਤਵਿ ਸਰਬ ਸੁਖ ਪਾਵਉ ਆਗੈ ਭਾਵਉ ਕਿ ਨ ਭਾਵਉ ॥
                   
                    
                                          
                        ମୁଁ ନିଜ ଚିତ୍ତରେ ପ୍ରଭୁଙ୍କୁ ସ୍ମରଣ କରିଥାଏ ଆଉ ସର୍ବ ସୁଖ ପାଇଥାଏ, ମୁଁ ଜାଣେ ନାହି ପରେ ମୁଁ ତାହାଙ୍କୁ ଭଲ ଲାଗିବି ନା ନାହିଁ। 
                                            
                    
                    
                
                                   
                    ਏਕੁ ਦਾਤਾਰੁ ਸਗਲ ਹੈ ਜਾਚਿਕ ਦੂਸਰ ਕੈ ਪਹਿ ਜਾਵਉ ॥੧॥
                   
                    
                                          
                        ସବୁ ଜୀବଙ୍କ ଦାତା ଏକ ପ୍ରଭୁ ହିଁ ଅଟନ୍ତି ଆଉ ଅନ୍ୟ ସବୁ ତାହାଙ୍କ ଯାଚକ ଅଟନ୍ତି, ପ୍ରଭୁଙ୍କ ବ୍ୟତୀତ ମୁଁ କାହା ପାଖକୁ ମାଗିବାକୁ ଯିବି? ॥1॥                                   
                                            
                    
                    
                
                                   
                    ਹਉ ਮਾਗਉ ਆਨ ਲਜਾਵਉ ॥
                   
                    
                                          
                        ପ୍ରଭୁଙ୍କ ବ୍ୟତୀତ ଆଉ କାହାକୁ ମାଗିବାକୁ ମୋତେ ଲଜ୍ଜା ଲାଗିଥାଏ।   
                                            
                    
                    
                
                                   
                    ਸਗਲ ਛਤ੍ਰਪਤਿ ਏਕੋ ਠਾਕੁਰੁ ਕਉਨੁ ਸਮਸਰਿ ਲਾਵਉ ॥੧॥ ਰਹਾਉ ॥
                   
                    
                                          
                        ଏକ ପରମାତ୍ମା ହିଁ ସୃଷ୍ଟିର ଛତ୍ରପତି ରାଜା ଅଟନ୍ତି, ଅନ୍ୟ କାହାକୁ ତାହାଙ୍କ ସମକକ୍ଷ ଭାବି ପାରିବି ନାହିଁ ॥1॥ରୁହ॥    
                                            
                    
                    
                
                                   
                    ਊਠਉ ਬੈਸਉ ਰਹਿ ਭਿ ਨ ਸਾਕਉ ਦਰਸਨੁ ਖੋਜਿ ਖੋਜਾਵਉ ॥
                   
                    
                                          
                        ବସିବା ଉଠିବ ସମୟରେ ମୁଁ ତାହାଙ୍କ ବିନା ରହି ପାରେ ନାହିଁ, ତାହାଙ୍କ ଦର୍ଶନ ପାଇଁ ମୁଁ ବାରମ୍ବାର ସନ୍ଧାନ କରିଥାଏ।
                                            
                    
                    
                
                                   
                    ਬ੍ਰਹਮਾਦਿਕ ਸਨਕਾਦਿਕ ਸਨਕ ਸਨੰਦਨ ਸਨਾਤਨ ਸਨਤਕੁਮਾਰ ਤਿਨ੍ਹ੍ਹ ਕਉ ਮਹਲੁ ਦੁਲਭਾਵਉ ॥੨॥
                   
                    
                                          
                        ବ୍ରହ୍ମା ଭଳି ବଡ ବଡ ଦେବତା, ସନକ, ସନନ୍ଦନ, ସନାତନ ଏବଂ ସନତ କୁମାର ଭଳି ଋଷି ପାଇଁ ମଧ୍ୟ ପ୍ରଭୁଙ୍କ ମହଲ ଦୁର୍ଲଭ ଅଟେ ॥2॥    
                                            
                    
                    
                
                                   
                    ਅਗਮ ਅਗਮ ਆਗਾਧਿ ਬੋਧ ਕੀਮਤਿ ਪਰੈ ਨ ਪਾਵਉ ॥
                   
                    
                                          
                        ପ୍ରଭୁ ଅଗମ୍ଯ, ଅନନ୍ତ ଏବଂ ଅଗାଢ ବୋଧ ବାଲା ଅଟନ୍ତି, ତାହାଙ୍କ ଉପମାର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।
                                            
                    
                    
                
                                   
                    ਤਾਕੀ ਸਰਣਿ ਸਤਿ ਪੁਰਖ ਕੀ ਸਤਿਗੁਰੁ ਪੁਰਖੁ ਧਿਆਵਉ ॥੩॥
                   
                    
                                          
                        ମୁ ସେହି ସଦପୁରୁଷଙ୍କ ଶରଣ ନେଇଛି ଆଉ ସେହି ମହାପୁରୁଷ ସଦଗୁରୁଙ୍କ ହିଁ ସ୍ମରଣ କରିଥାଏ ॥3॥ 
                                            
                    
                    
                
                                   
                    ਭਇਓ ਕ੍ਰਿਪਾਲੁ ਦਇਆਲੁ ਪ੍ਰਭੁ ਠਾਕੁਰੁ ਕਾਟਿਓ ਬੰਧੁ ਗਰਾਵਉ ॥
                   
                    
                                          
                        ମୋର ଠାକୁର ପ୍ରଭୁ ମୋ’ ଉପରେ କୃପାଳୁ ଏବଂ ଦୟାଳୁ ହୋଇଛନ୍ତି, ସେ ମୋର ଗଳାରୁ ମୋହ ମାୟାର ଫାଶୀ କାଟି ଦେଇଛନ୍ତି।   
                                            
                    
                    
                
                                   
                    ਕਹੁ ਨਾਨਕ ਜਉ ਸਾਧਸੰਗੁ ਪਾਇਓ ਤਉ ਫਿਰਿ ਜਨਮਿ ਨ ਆਵਉ ॥੪॥੧॥੧੨੧॥
                   
                    
                                          
                        ହେ ନାନକ! ଏବେ ଯେବେ ମୋତେ ସାଧୁଙ୍କ ସଙ୍ଗତି ମିଳିଯାଇଛି, ସେତେବେଳେ ମୁଁ ପୁଣି ଜନ୍ମ ନେବି ନାହିଁ ॥4॥1॥121॥   
                                            
                    
                    
                
                                   
                    ਆਸਾ ਮਹਲਾ ੫ ॥
                   
                    
                                          
                        ଆଶା ମହଲା 5 ॥  
                                            
                    
                    
                
                                   
                    ਅੰਤਰਿ ਗਾਵਉ ਬਾਹਰਿ ਗਾਵਉ ਗਾਵਉ ਜਾਗਿ ਸਵਾਰੀ ॥
                   
                    
                                          
                        ମୁଁ ନିଜ ହୃଦୟ ଘରେ ପ୍ରଭୁଙ୍କ ଗୁଣାନୁବାଦ କରିଥାଏ ଆଉ ହୃଦୟ ଘରୁ ବାହାରେ ମଧ୍ୟ ତାହାଙ୍କ ହିଁ ଯଶୋଗାନ କରିଥାଏ। 
                                            
                    
                    
                
                                   
                    ਸੰਗਿ ਚਲਨ ਕਉ ਤੋਸਾ ਦੀਨ੍ਹ੍ਹਾ ਗੋਬਿੰਦ ਨਾਮ ਕੇ ਬਿਉਹਾਰੀ ॥੧॥
                   
                    
                                          
                        ମୁଁ ଗୋବିନ୍ଦ ନାମର ବ୍ୟାପାରୀ ଅଟେ, ମୋ’ ସାଥିରେ ଚାଲିବା ପାଇଁ ସେ ମୋତେ ନିଜ ନାମର ଯାତ୍ରା ଖର୍ଚ୍ଚ ଦେଇଛନ୍ତି ॥1॥  
                                            
                    
                    
                
                                   
                    ਅਵਰ ਬਿਸਾਰੀ ਬਿਸਾਰੀ ॥
                   
                    
                                          
                        ଭଗବାନଙ୍କ ବ୍ୟତୀତ ଅନ୍ୟ ସବୁ ବିଷୟ ମୁଁ ଭୁଲି ଯାଇଛି। 
                                            
                    
                    
                
                                   
                    ਨਾਮ ਦਾਨੁ ਗੁਰਿ ਪੂਰੈ ਦੀਓ ਮੈ ਏਹੋ ਆਧਾਰੀ ॥੧॥ ਰਹਾਉ ॥
                   
                    
                                          
                        ପୂର୍ଣ୍ଣ ଗୁରୁ ମୋତେ ପ୍ରଭୁ ନାମର ଦାନ ଦେଇଛନ୍ତି ଆଉ ଏହି ନାମ ହିଁ ମୋର ଜୀବନର ଆଧାର ଟାଏ ॥1॥ରୁହ॥
                                            
                    
                    
                
                                   
                    ਦੂਖਨਿ ਗਾਵਉ ਸੁਖਿ ਭੀ ਗਾਵਉ ਮਾਰਗਿ ਪੰਥਿ ਸਮ੍ਹ੍ਹਾਰੀ ॥
                   
                    
                                          
                        ମୁଁ ଦୁଃଖରେ ମଧ୍ୟ ପ୍ରଭୁଙ୍କ ଗୁଣଗାନ କରିଥାଏ, ସୁଖରେ ମଧ୍ୟ ଯଶୋଗାନ କରିଥାଏ ଆଉ ମାର୍ଗରେ ଚାଲିବା ସମୟରେ ମଧ୍ୟ ସ୍ମରଣ କରିଥାଏ।        
                                            
                    
                    
                
                                   
                    ਨਾਮ ਦ੍ਰਿੜੁ ਗੁਰਿ ਮਨ ਮਹਿ ਦੀਆ ਮੋਰੀ ਤਿਸਾ ਬੁਝਾਰੀ ॥੨॥
                   
                    
                                          
                        ଗୁରୁ ମୋର ମନରେ ନାମ ସ୍ଥାପନ କରିଛନ୍ତି ଆଉ ମୋର ତୃଷ୍ଣା ମେଣ୍ଟାଇ ଦେଇଛନ୍ତି ॥2॥
                                            
                    
                    
                
                                   
                    ਦਿਨੁ ਭੀ ਗਾਵਉ ਰੈਨੀ ਗਾਵਉ ਗਾਵਉ ਸਾਸਿ ਸਾਸਿ ਰਸਨਾਰੀ ॥
                   
                    
                                          
                        ମୁଁ ଦିନରେ ମଧ୍ୟ ପ୍ରଭୁଙ୍କ ଗୁଣସ୍ତୁତି କରିଥାଏ ଆଉ ରାତିରେ ତାହାଙ୍କ ଗୁଣାନୁବାଦ କରିଥାଏ ଆଉ ନିଜ ଇଚ୍ଛାରେ ପ୍ରତି ଶ୍ଵାସରେ ସ୍ମରଣ କରିଥାଏ।  
                                            
                    
                    
                
                                   
                    ਸਤਸੰਗਤਿ ਮਹਿ ਬਿਸਾਸੁ ਹੋਇ ਹਰਿ ਜੀਵਤ ਮਰਤ ਸੰਗਾਰੀ ॥੩॥
                   
                    
                                          
                        ସତସଙ୍ଗତିରେ ରହିବା ଦ୍ଵାରା ଏହି ବିଶ୍ଵାସ ହୋଇଯାଏ ଯେ ପ୍ରଭୁ ଜୀବନ ଏବଂ ମୃତ୍ୟୁରେ ଆମ ସାଥିରେ ରହିଥାନ୍ତି ॥3॥  
                                            
                    
                    
                
                                   
                    ਜਨ ਨਾਨਕ ਕਉ ਇਹੁ ਦਾਨੁ ਦੇਹੁ ਪ੍ਰਭ ਪਾਵਉ ਸੰਤ ਰੇਨ ਉਰਿ ਧਾਰੀ ॥
                   
                    
                                          
                        ହେ ପ୍ରଭୁ! ନିଜର  ଦାସ ନାନକଙ୍କୁ ଏହି ଦାନ ଦିଅ ଯେ ସେ ସନ୍ଥଙ୍କ ଚରଣ ଧୁଳି ପ୍ରାପ୍ତ କରି ତୋର ସ୍ମୃତିକୁ ନିଜ ମନରେ ସ୍ଥାପନ କରନ୍ତୁ।   
                                            
                    
                    
                
                                   
                    ਸ੍ਰਵਨੀ ਕਥਾ ਨੈਨ ਦਰਸੁ ਪੇਖਉ ਮਸਤਕੁ ਗੁਰ ਚਰਨਾਰੀ ॥੪॥੨॥੧੨੨॥
                   
                    
                                          
                        ମୁଁ ନିଜ କାନରେ ତୋର ହିଁ କଥା ଶୁଣୁଥାଏ, ନିଜ ନଯନରେ ତୋର ହିଁ ଦର୍ଶନ କରିଥାଏ ଆଉ ମସ୍ତକ ଗୁରୁଙ୍କ ଚରଣରେ ରଖିଥାଏ ॥4॥2॥122॥  
                                            
                    
                    
                
                                   
                    ੴ ਸਤਿਗੁਰ ਪ੍ਰਸਾਦਿ ॥
                   
                    
                                          
                        ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇହୁଏ।   
                                            
                    
                    
                
                                   
                    ਆਸਾ ਘਰੁ ੧੦ ਮਹਲਾ ੫ ॥
                   
                    
                                          
                        ଆଶା ଘର 10 ମହଲା 5 ॥ 
                                            
                    
                    
                
                                   
                    ਜਿਸ ਨੋ ਤੂੰ ਅਸਥਿਰੁ ਕਰਿ ਮਾਨਹਿ ਤੇ ਪਾਹੁਨ ਦੋ ਦਾਹਾ ॥
                   
                    
                                          
                        ହେ ମାନବ! ଏହି ଶରୀର ଯାହାକୁ ତୁ ଶାଶ୍ଵତ ମାନୁ, ତାହା କେବଳ ଦୁଇ ଦିନର ଅତିଥି ଅଟେ।  
                                            
                    
                    
                
                    
             
				