Guru Granth Sahib Translation Project

guru granth sahib odia page-377

Page 377

ਪੂਰਾ ਗੁਰੁ ਪੂਰੀ ਬਣਤ ਬਣਾਈ ॥ ପୂର୍ଣ୍ଣ ଗୁରୁ ପରମେଶ୍ଵର ଯାହା କିଛି ମଧ୍ୟ ରଚନା କରିଛନ୍ତି, ତାହା ପୂର୍ଣ୍ଣ ଅଟେ।
ਨਾਨਕ ਭਗਤ ਮਿਲੀ ਵਡਿਆਈ ॥੪॥੨੪॥ ହେ ନାନକ! ପ୍ରଭୁ ଭକ୍ତଙ୍କୁ ହିଁ ପ୍ରଶଂସା ମିଳିଥାଏ ॥4॥24॥
ਆਸਾ ਮਹਲਾ ੫ ॥ ଆଶା ମହଲା 5॥
ਗੁਰ ਕੈ ਸਬਦਿ ਬਨਾਵਹੁ ਇਹੁ ਮਨੁ ॥ ହେ ବନ୍ଧୁ! ଗୁରୁଙ୍କ ଶବ୍ଦରେ ନିଜ ମନକୁ ଲଗାଅ।
ਗੁਰ ਕਾ ਦਰਸਨੁ ਸੰਚਹੁ ਹਰਿ ਧਨੁ ॥੧॥ ଗୁରୁଙ୍କ ଦର୍ଶନ କର ଆଉ ହରିନାମ ରୂପୀ ଧନକୁ ସଞ୍ଚୟ କର॥1॥
ਊਤਮ ਮਤਿ ਮੇਰੈ ਰਿਦੈ ਤੂੰ ਆਉ ॥ ହେ ଉତ୍ତମ ବୁଦ୍ଧି! ତୁ ମୋର ମନରେ ପ୍ରବେଶ କର
ਧਿਆਵਉ ਗਾਵਉ ਗੁਣ ਗੋਵਿੰਦਾ ਅਤਿ ਪ੍ਰੀਤਮ ਮੋਹਿ ਲਾਗੈ ਨਾਉ ॥੧॥ ਰਹਾਉ ॥ ଯାହାଦ୍ୱାରା ମୁଁ ଗୋବିନ୍ଦଙ୍କ ଗୁଣଗାନ ଏବଂ ଧ୍ୟାନ କରିବି ଆଉ ମୋତେ ତାହାଙ୍କ ନାମ ଅତ୍ୟନ୍ତ ପ୍ରିୟ ଲାଗିଥାଏ॥1॥ରୁହ॥
ਤ੍ਰਿਪਤਿ ਅਘਾਵਨੁ ਸਾਚੈ ਨਾਇ ॥ ସତ୍ୟନାମ ଦ୍ଵାରା ମୁଁ ତୃପ୍ତ ଏବଂ ସନ୍ତୁଷ୍ଟ ହୋଇଯାଇଛି।
ਅਠਸਠਿ ਮਜਨੁ ਸੰਤ ਧੂਰਾਇ ॥੨॥ ସନ୍ଥଙ୍କ ଚରଣ-ଧୁଳି ମୋର ଅଠଷଠି ତୀର୍ଥର ସ୍ନାନ ଅଟେ॥2॥
ਸਭ ਮਹਿ ਜਾਨਉ ਕਰਤਾ ਏਕ ॥ ମୁଁ ଏକ ଈଶ୍ଵରଙ୍କୁ ସବୁଠାରେ ବ୍ୟାପକ ଥିବା ଅନୁଭବ କରିଥାଏ।
ਸਾਧਸੰਗਤਿ ਮਿਲਿ ਬੁਧਿ ਬਿਬੇਕ ॥੩॥ ସାଧୁ-ସଙ୍ଗତିରେ ମୋତେ ବିବେକ ବୁଦ୍ଧି ମିଳିଥାଏ॥3॥
ਦਾਸੁ ਸਗਲ ਕਾ ਛੋਡਿ ਅਭਿਮਾਨੁ ॥ ଅଭିମାନକୁ ଛାଡି ମୁଁ ସବୁଙ୍କ ସେବକ ହୋଇଯାଇଛି।
ਨਾਨਕ ਕਉ ਗੁਰਿ ਦੀਨੋ ਦਾਨੁ ॥੪॥੨੫॥ ନାନଙ୍କଙ୍କୁ ଗୁରୁ ସୁମତି ଦାନ ଦେଇଛନ୍ତି॥4॥25॥
ਆਸਾ ਮਹਲਾ ੫ ॥ ଆଶା ମହଲା 5॥
ਬੁਧਿ ਪ੍ਰਗਾਸ ਭਈ ਮਤਿ ਪੂਰੀ ॥ ଗୁରୁଙ୍କ ମତି ଦ୍ଵାରା ମୋର ବୁଦ୍ଧିରେ ଜ୍ଞାନର ପ୍ରକାଶ ହୋଇଯାଇଛି।
ਤਾ ਤੇ ਬਿਨਸੀ ਦੁਰਮਤਿ ਦੂਰੀ ॥੧॥ ଏଥିରେ ମୋର ଦୁର୍ମତି ନାଶ ହୋଇଯାଇଛି, ଯିଏ ମୋତେ ମାଲିକଙ୍କ ଠାରୁ ଦୂରେଇଥିଲା॥1॥
ਐਸੀ ਗੁਰਮਤਿ ਪਾਈਅਲੇ ॥ ହେ ମୋର ଭାଇ! ଗୁରୁଙ୍କ ମତି ଦ୍ଵାରା ମୋତେ ଏପରି ଜ୍ଞାନ ପ୍ରାପ୍ତ ହୋଇଛି ଯେ
ਬੂਡਤ ਘੋਰ ਅੰਧ ਕੂਪ ਮਹਿ ਨਿਕਸਿਓ ਮੇਰੇ ਭਾਈ ਰੇ ॥੧॥ ਰਹਾਉ ॥ ମୁଁ ଘୋର ଅନ୍ଧକାର ରୂପୀ ସଂସାରରେ ବୁଡିବା ଠାରୁ ବଞ୍ଚିଯାଇଛି॥1॥ରୁହ॥
ਮਹਾ ਅਗਾਹ ਅਗਨਿ ਕਾ ਸਾਗਰੁ ॥ ଏହି ଜଗତ ତୃଷ୍ଣା ରୂପୀ ଅଗ୍ନିର ବହୁତ ଗଭୀର ଅଥଳ ସାଗର ଅଟେ, କିନ୍ତୁ
ਗੁਰੁ ਬੋਹਿਥੁ ਤਾਰੇ ਰਤਨਾਗਰੁ ॥੨॥ ରତ୍ନାଗର ଗୁରୁ ରୂପୀ ଜାହାଜ ମନୁଷ୍ୟକୁ ଭବସାଗରରୁ ପାର କରିଦେଇଥାଏ॥2॥
ਦੁਤਰ ਅੰਧ ਬਿਖਮ ਇਹ ਮਾਇਆ ॥ ଏହି ମାୟାର ସାଗର ବଡ ଅନ୍ଧ ଏବଂ ବିଷମ ଅଟେ।
ਗੁਰਿ ਪੂਰੈ ਪਰਗਟੁ ਮਾਰਗੁ ਦਿਖਾਇਆ ॥੩॥ ଏହାକୁ ପାର କରିବା ପାଇଁ ପୂର୍ଣ୍ଣ ଗୁରୁ ମାର୍ଗ ପ୍ରତ୍ୟକ୍ଷ ଭାବରେ ଦେଖାଇ ଦେଇଛନ୍ତି॥3॥
ਜਾਪ ਤਾਪ ਕਛੁ ਉਕਤਿ ਨ ਮੋਰੀ ॥ ମୋ’ ପାଖରେ ନା କୌଣସି ଜପ ଅଛି, ନା କୌଣସି ତପସ୍ୟା ଆଉ ନା ହିଁ କୌଣସି ଉକ୍ତି ଅଛି।
ਗੁਰ ਨਾਨਕ ਸਰਣਾਗਤਿ ਤੋਰੀ ॥੪॥੨੬॥ ହେ ଗୁରୁ! ନାନକ ତୋର ହିଁ ଶରଣରେ ଆସିଛନ୍ତି॥4॥26॥
ਆਸਾ ਮਹਲਾ ੫ ਤਿਪਦੇ ੨ ॥ ଆଶା ମହଲା 5 ତିପାଦି 2॥
ਹਰਿ ਰਸੁ ਪੀਵਤ ਸਦ ਹੀ ਰਾਤਾ ॥ ହରିରସ ପିଇଲେ ମନୁଷ୍ୟ ସର୍ବଦା ରଙ୍ଗୀନ ରହିଥାଏ।
ਆਨ ਰਸਾ ਖਿਨ ਮਹਿ ਲਹਿ ਜਾਤਾ ॥ ଅନ୍ୟ ସବୁ ସ୍ଵାଦ ଏକ କ୍ଷଣରେ ଦୂର ହୋଇଯାଏ।
ਹਰਿ ਰਸ ਕੇ ਮਾਤੇ ਮਨਿ ਸਦਾ ਅਨੰਦ ॥ ହରିରସରେ ମତୁଆଲା ହୋଇ ସେ ଅନ୍ତର୍ମନରେ ସର୍ବଦା ପ୍ରସନ୍ନ ରହିଥାଏ,
ਆਨ ਰਸਾ ਮਹਿ ਵਿਆਪੈ ਚਿੰਦ ॥੧॥ କିନ୍ତୁ, ଲୌକିକ ପଦାର୍ଥକୁ ଆସ୍ଵାଦନରେ ପଡିଲେ ଚିନ୍ତା ବନିରହିଥାଏ॥1॥
ਹਰਿ ਰਸੁ ਪੀਵੈ ਅਲਮਸਤੁ ਮਤਵਾਰਾ ॥ ଯିଏ ହରିରସ ପିଇଥାଏ, ସେ ମସ୍ତ ଏବଂ ମତୁଆଲା ହୋଇଯାଏ।
ਆਨ ਰਸਾ ਸਭਿ ਹੋਛੇ ਰੇ ॥੧॥ ਰਹਾਉ ॥ ହେ ମନୁଷ୍ୟ! ସଂସାରର ଅନ୍ୟ ସବୁ ରସ ତୁଚ୍ଛ ଅଟେ॥1॥ରୁହ॥
ਹਰਿ ਰਸ ਕੀ ਕੀਮਤਿ ਕਹੀ ਨ ਜਾਇ ॥ ହରିରସର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।
ਹਰਿ ਰਸੁ ਸਾਧੂ ਹਾਟਿ ਸਮਾਇ ॥ ହରିରସ ସାଧୁ-ସନ୍ଥଙ୍କ ସତସଙ୍ଗରେ ଲୀନ ରହିଥାଏ।
ਲਾਖ ਕਰੋਰੀ ਮਿਲੈ ਨ ਕੇਹ ॥ କୋଟି କୋଟି ଖର୍ଚ୍ଚ କରିବା ପରେ ମଧ୍ୟ ଏହା କାହାକୁ ପ୍ରାପ୍ତ ହୋଇ ପାରେ ନାହିଁ।
ਜਿਸਹਿ ਪਰਾਪਤਿ ਤਿਸ ਹੀ ਦੇਹਿ ॥੨॥ ଯେଉଁ ମନୁଷ୍ୟର ଭାଗ୍ୟରେ ଏହାକୁ ପ୍ରାପ୍ତ କରିବା ଲେଖା ହୋଇଥାଏ, ପରମାତ୍ମା ତାହାକୁ ହିଁ ଦେଇଥାନ୍ତି॥2॥
ਨਾਨਕ ਚਾਖਿ ਭਏ ਬਿਸਮਾਦੁ ॥ ନାନକ ଏହି ହରିରସକୁ ଚାଖି ଚକିତ ହୋଇଯାଇଛି।
ਨਾਨਕ ਗੁਰ ਤੇ ਆਇਆ ਸਾਦੁ ॥ ହେ ନାନକ! ଗୁରୁଙ୍କ ମାଧ୍ୟମରୁ ତାହାର ସ୍ଵାଦ ପ୍ରାପ୍ତ ହୋଇଛି।
ਈਤ ਊਤ ਕਤ ਛੋਡਿ ਨ ਜਾਇ ॥ ଲୋକ-ପରଲୋକରେ ଏହାକୁ ତ୍ୟାଗ କରି ସେ ଅନ୍ୟ କେଉଁଠିକୁ ଯାଏ ନାହିଁ।
ਨਾਨਕ ਗੀਧਾ ਹਰਿ ਰਸ ਮਾਹਿ ॥੩॥੨੭॥ ନାନକ ହରିରସ ପିଇବାରେ ହିଁ ମସ୍ତ ରହିଥାଏ॥3॥27॥
ਆਸਾ ਮਹਲਾ ੫ ॥ ଆଶା ମହଲା 5॥
ਕਾਮੁ ਕ੍ਰੋਧੁ ਲੋਭੁ ਮੋਹੁ ਮਿਟਾਵੈ ਛੁਟਕੈ ਦੁਰਮਤਿ ਅਪੁਨੀ ਧਾਰੀ ॥ ଯଦି ଜୀବ-ସ୍ତ୍ରୀ ନିଜ କାମ, କ୍ରୋଧ, ଲୋଭ, ମୋହକୁ ଦୂର କରିଦିଏ, ତାହାହେଲେ ସେ ନିଜ ମନ୍ଦ ବୁଦ୍ଧି ଦୂର ହୋଇଯାଏ।
ਹੋਇ ਨਿਮਾਣੀ ਸੇਵ ਕਮਾਵਹਿ ਤਾ ਪ੍ਰੀਤਮ ਹੋਵਹਿ ਮਨਿ ਪਿਆਰੀ ॥੧॥ ଯଦି ସେ ବିନୀତ ହୋଇ ନିଜ ପ୍ରଭୁଙ୍କ ସେବା କରିଥାଏ, ତାହାହେଲେ ସେ ନିଜ ପ୍ରିୟତମଙ୍କ ମନର ପ୍ରିୟତମା ହୋଇଯାଏ॥1॥
ਸੁਣਿ ਸੁੰਦਰਿ ਸਾਧੂ ਬਚਨ ਉਧਾਰੀ ॥ ହେ ସୁନ୍ଦରୀ! ଶୁଣ, ସାଧୁଙ୍କ ବଚନ ଦ୍ଵାରା ତୋର ଉଦ୍ଧାର ହୋଇଯିବ।
ਦੂਖ ਭੂਖ ਮਿਟੈ ਤੇਰੋ ਸਹਸਾ ਸੁਖ ਪਾਵਹਿ ਤੂੰ ਸੁਖਮਨਿ ਨਾਰੀ ॥੧॥ ਰਹਾਉ ॥ ତୋର ଦୁଃଖ, କ୍ଷୁଧା ଏବଂ ଭୟ ସବୁ ଦୂର ହୋଇଯିବ, ହେ ନାରୀ! ତୁ ଯେଉଁ ସୁଖ ପାଇବାକୁ ଚାହୁଁଛ, ତୋତେ ସେହି ସୁଖ ପ୍ରାପ୍ତ ହୋଇଯିବ॥1॥ରୁହ॥
ਚਰਣ ਪਖਾਰਿ ਕਰਉ ਗੁਰ ਸੇਵਾ ਆਤਮ ਸੁਧੁ ਬਿਖੁ ਤਿਆਸ ਨਿਵਾਰੀ ॥ ହେ ସୁନ୍ଦରୀ! ଗୁରୁଙ୍କ ଚରଣ ଧୋଇବା ଏବଂ ତାହାଙ୍କ ସେବା କରିବା ଦ୍ଵାରା ଆତ୍ମା ଶୁଦ୍ଧ ହୋଇଯାଏ ଆଉ ବିକାରର ତୃଷ୍ଣା ମେଣ୍ଟି ଯାଉଛି।
ਦਾਸਨ ਕੀ ਹੋਇ ਦਾਸਿ ਦਾਸਰੀ ਤਾ ਪਾਵਹਿ ਸੋਭਾ ਹਰਿ ਦੁਆਰੀ ॥੨॥ ଯଦି ତୁ ପ୍ରଭୁଙ୍କ ସେବକର ଦାସୀ ବନିଯାଏ, ତାହାହେଲେ ତୋତେ ପ୍ରଭୁଙ୍କ ଦ୍ଵାରରେ ଶୋଭା ମିଳିଯାଏ॥2॥
ਇਹੀ ਅਚਾਰ ਇਹੀ ਬਿਉਹਾਰਾ ਆਗਿਆ ਮਾਨਿ ਭਗਤਿ ਹੋਇ ਤੁਮ੍ਹ੍ਹਾਰੀ ॥ ଏହା ତୋର ପୂଣ୍ୟ କର୍ମ ଅଟେ,ଏହା ତୋର ନିତ୍ୟ ଆଚରଣ-ବ୍ୟବହାର ଯେ ତୁ ପ୍ରଭୁ କ ଆଜ୍ଞାର ପାଳନ କର, ଏହା ତୋର ପୂଜା-ଭକ୍ତି ଅଟେ।
ਜੋ ਇਹੁ ਮੰਤ੍ਰੁ ਕਮਾਵੈ ਨਾਨਕ ਸੋ ਭਉਜਲੁ ਪਾਰਿ ਉਤਾਰੀ ॥੩॥੨੮॥ ଯିଏ ଏହି ମନ୍ତ୍ରର ଅର୍ଜ୍ଜନ କରିଥାଏ, ହେ ନାନକ! ସେ ଭବସାଗରରୁ ପାର ହୋଇଯାଏ॥3॥28॥


© 2017 SGGS ONLINE
error: Content is protected !!
Scroll to Top