Page 351
ਆਸਾ ਮਹਲਾ ੧ ॥
ଆଶା ମହଲା 1॥
ਕਰਮ ਕਰਤੂਤਿ ਬੇਲਿ ਬਿਸਥਾਰੀ ਰਾਮ ਨਾਮੁ ਫਲੁ ਹੂਆ ॥
ଶୁଭ କର୍ମ ଏବଂ ଉତମ ଆଚରଣର ଲତା ମାଳିଅଛି ଆଉ ସେହି ଲତାରେ ରାମ ନାମର ଫଳ ଲାଗିଅଛି।
ਤਿਸੁ ਰੂਪੁ ਨ ਰੇਖ ਅਨਾਹਦੁ ਵਾਜੈ ਸਬਦੁ ਨਿਰੰਜਨਿ ਕੀਆ ॥੧॥
ସେହି ରାମ ନାମର କୌଣସି ସ୍ୱରୂପ ଅଥବା ରେଖା ନଥାଏ, ଏହି ଅନାହତ ଶବ୍ଦ ସ୍ଵାଭାବିକ ଭାବରେ ଗୁଞ୍ଜନ କରୁଅଛି। ନିରଞ୍ଜନ ଏହି ଶବ୍ଦକୁ ଜାତ କରିଛନ୍ତି॥1॥
ਕਰੇ ਵਖਿਆਣੁ ਜਾਣੈ ਜੇ ਕੋਈ ॥
ଯଦି କୌଣସି ମନୁଷ୍ୟ ଏହି ଶବ୍ଦକୁ ବୁଝି ନିଏ, ତାହାହେଲେ ସେ ଏହାର ବ୍ୟାଖ୍ୟା କରିପାରିବ
ਅੰਮ੍ਰਿਤੁ ਪੀਵੈ ਸੋਈ ॥੧॥ ਰਹਾਉ ॥
ଆଉ କେବଳ ସେ ଅମୃତ ରସର ପାନ କରିଥାଏ ॥1॥ରୁହ॥
ਜਿਨ੍ਹ੍ਹ ਪੀਆ ਸੇ ਮਸਤ ਭਏ ਹੈ ਤੂਟੇ ਬੰਧਨ ਫਾਹੇ ॥
ଯେଉଁ ମନୁଷ୍ୟ ଅମୃତକୁ ଚାଖି ଥାଏ, ସେ ମସ୍ତ ହୋଇଯାଏ। ତାହାର ବନ୍ଧନ ଏବଂ ଫାଶୀ କଟି ଯାଏ
ਜੋਤੀ ਜੋਤਿ ਸਮਾਣੀ ਭੀਤਰਿ ਤਾ ਛੋਡੇ ਮਾਇਆ ਕੇ ਲਾਹੇ ॥੨॥
ଯେତେବେଳେ ସେମାନେ ଜ୍ୟୋତିରେ ସମାହିତ ହୁଅନ୍ତି, ସେତେବେଳେ ତାହାଙ୍କ ମାୟାର ତୃଷ୍ଣା ଦୂର ହୋଇଯାଏ ॥2॥
ਸਰਬ ਜੋਤਿ ਰੂਪੁ ਤੇਰਾ ਦੇਖਿਆ ਸਗਲ ਭਵਨ ਤੇਰੀ ਮਾਇਆ ॥
ହେ ପ୍ରଭୁ! ସମସ୍ତ ଜ୍ୟୋତିରେ ମୁଁ ତୁମ ରୂପ ହିଁ ଦେଖିଅଛି। ସମସ୍ତ ଲୋକରେ ତୋର ହିଁ ମାୟା ବିଦ୍ୟମାନ ଅଛି।
ਰਾਰੈ ਰੂਪਿ ਨਿਰਾਲਮੁ ਬੈਠਾ ਨਦਰਿ ਕਰੇ ਵਿਚਿ ਛਾਇਆ ॥੩॥
ଏହି ବିବାଦିତ ଜଗତ ତୁମର ହିଁ ରୂପ ଅଟ। କିନ୍ତୁ ତୁମେ ଏଥିରେ ଏହି ବିବାଦରୁ ନିର୍ଲିପ୍ତ ରହିଛ, ଏହି ମାୟା ତୁମ ଛାୟା ଅଟେ ତୁମେ ମୋହ ମାୟାରେ ଲୀନ ଜୀବ ଉପରେ କୃପା ଦୃଷ୍ଟି ଦେଉଛ ॥3॥
ਬੀਣਾ ਸਬਦੁ ਵਜਾਵੈ ਜੋਗੀ ਦਰਸਨਿ ਰੂਪਿ ਅਪਾਰਾ ॥
ଯେଉଁ ଯୋଗୀ ଶବ୍ଦର ବାଣୀ ବଜାଇ ଥାଏ, ସେ ଅନନ୍ତ ସୁନ୍ଦର ସ୍ଵାମୀର ଦର୍ଶନ କରିନିଏ।
ਸਬਦਿ ਅਨਾਹਦਿ ਸੋ ਸਹੁ ਰਾਤਾ ਨਾਨਕੁ ਕਹੈ ਵਿਚਾਰਾ ॥੪॥੮॥
ନାନକ ଏହି ବିଚାର କରନ୍ତି ଯେ ସେହି ଯୋଗୀ ଅନାହତ ଶବ୍ଦ ଦ୍ଵାରା ନିଜ ମାଲିକ ପ୍ରଭୁଙ୍କ ପ୍ରେମରେ ମଗ୍ନ ରହିଥାଏ ॥4॥8॥
ਆਸਾ ਮਹਲਾ ੧ ॥
ଆଶା ମହଲା 1 ॥
ਮੈ ਗੁਣ ਗਲਾ ਕੇ ਸਿਰਿ ਭਾਰ ॥
ମୋ’ ପାଖରେ ଏହି ଗୁଣ ଅଛି ଯେ ନିଜର ମସ୍ତକ ଉପରେ ମୁଁ ବ୍ୟର୍ଥ କଥାର ବୋଝ ଉଠାଇଛି।
ਗਲੀ ਗਲਾ ਸਿਰਜਣਹਾਰ ॥
ହେ ଜଗତର ରଚୟିତା! ସବୁ କଥାରେ ତୋର କଥା ହିଁ ଉତ୍ତମ ଅଟେ।
ਖਾਣਾ ਪੀਣਾ ਹਸਣਾ ਬਾਦਿ ॥
ସେ ପର୍ଯ୍ୟନ୍ତ ଖାଇବା, ପିଇବା ଏବଂ ହସିବା ନିରର୍ଥକ ଅଟେ
ਜਬ ਲਗੁ ਰਿਦੈ ਨ ਆਵਹਿ ਯਾਦਿ ॥੧॥
ଯେ ପର୍ଯ୍ୟନ୍ତ ହୃଦୟରେ ପ୍ରଭୁ ସ୍ମରଣ ଆସନ୍ତି ନାହିଁ ॥1॥
ਤਉ ਪਰਵਾਹ ਕੇਹੀ ਕਿਆ ਕੀਜੈ ॥
ମନୁଷ୍ୟ କାହା ପାଇଁ ଆଉ କାହିଁକି ଅନ୍ୟକୁ ଖାତିର କରିବ,”
ਜਨਮਿ ਜਨਮਿ ਕਿਛੁ ਲੀਜੀ ਲੀਜੈ ॥੧॥ ਰਹਾਉ ॥
ଯଦି ସେ ନିଜର ସଂପୂର୍ଣ୍ଣ ଜୀବନରେ ପ୍ରାପ୍ତ କରିବା ଯୋଗ୍ୟ ବସ୍ତୁ ନାମକୁ ଏକତ୍ର କରିଥାଏ ॥1॥ରୁହ॥
ਮਨ ਕੀ ਮਤਿ ਮਤਾਗਲੁ ਮਤਾ ॥
ମନର ବୁଦ୍ଧି ମଦମତ୍ତ ହାତୀ ଭଳି ଅଟେ।
ਜੋ ਕਿਛੁ ਬੋਲੀਐ ਸਭੁ ਖਤੋ ਖਤਾ ॥
ଆମେ ଯାହା କହୁଛୁ ସବୁ ଭୁଲ ଅଟେ।
ਕਿਆ ਮੁਹੁ ਲੈ ਕੀਚੈ ਅਰਦਾਸਿ ॥
କେଉଁ ମୁହଁ ନେଇ ଆମେ ପ୍ରଭୁଙ୍କ ସମ୍ମୁଖରେ ବନ୍ଦନା କରିବା,’
ਪਾਪੁ ਪੁੰਨੁ ਦੁਇ ਸਾਖੀ ਪਾਸਿ ॥੨॥
ଯଦି ପାପ ଏବଂ ପୂଣ୍ୟ ଦୁଇଟି ସାକ୍ଷୀ ଭଳି ନିକଟରେ ହିଁ ଅଛନ୍ତି ॥2॥
ਜੈਸਾ ਤੂੰ ਕਰਹਿ ਤੈਸਾ ਕੋ ਹੋਇ ॥
ହେ ପ୍ରଭୁ! ତୁମେ କାହାକୁ ଯେପରି ବନାଅ, ସେ ସେପରି ହୋଇଯାଏ।
ਤੁਝ ਬਿਨੁ ਦੂਜਾ ਨਾਹੀ ਕੋਇ ॥
ତୋ’ ବିନା ଆଉ କେହି ନାହିଁ।
ਜੇਹੀ ਤੂੰ ਮਤਿ ਦੇਹਿ ਤੇਹੀ ਕੋ ਪਾਵੈ ॥
ତୁମେ ଯାହାକୁ ଯେମିତି ବୁଦ୍ଧି ଦେଉଛ, ସେ ସେପରି ହିଁ ପ୍ରାପ୍ତ କରିଥାଏ।
ਤੁਧੁ ਆਪੇ ਭਾਵੈ ਤਿਵੈ ਚਲਾਵੈ ॥੩॥
ତୁମକୁ ଯେପରି ଭଲ ଲାଗିଥାଏ, ତୁମେ ସେପରି ହିଁ ମନୁଷ୍ୟକୁ ଚଲାଉ ଥାଅ। ॥3॥
ਰਾਗ ਰਤਨ ਪਰੀਆ ਪਰਵਾਰ ॥
ରାଗ ଏବଂ ରାଗିଣୀର ସାରା ପରିବାର ମୂଲ୍ୟବାନ ରତ୍ନ ଅଟେ,
ਤਿਸੁ ਵਿਚਿ ਉਪਜੈ ਅੰਮ੍ਰਿਤੁ ਸਾਰ ॥
ଆଉ ସେଥିରୁ ନାମ ରୂପୀ ଅମୃତ ତତ୍ତ୍ଵ ଉତ୍ପନ୍ନ ହୋଇଥାଏ।
ਨਾਨਕ ਕਰਤੇ ਕਾ ਇਹੁ ਧਨੁ ਮਾਲੁ ॥ ਜੇ ਕੋ ਬੂਝੈ ਏਹੁ ਬੀਚਾਰੁ ॥੪॥੯॥
ହେ ନାନକ! ଏହା ସୃଜନହାର ପ୍ରଭୁଙ୍କ ଧନ ଏବଂ ସମ୍ପତ୍ତି ଅଟେ, କଣ କେହି ଏପରି ମନୁଷ୍ୟ ଅଛି ଯିଏ ଏହି ବିଚାରକୁ ବୁଝିଥାଏ ॥4॥6॥
ਆਸਾ ਮਹਲਾ ੧ ॥
ଆଶା ମହଲା 1॥
ਕਰਿ ਕਿਰਪਾ ਅਪਨੈ ਘਰਿ ਆਇਆ ਤਾ ਮਿਲਿ ਸਖੀਆ ਕਾਜੁ ਰਚਾਇਆ ॥
ଯେତେବେଳେ ନିଜ କୃପା ସହିତ ପ୍ରଭୁ ମୋର ଘରକୁ ଆସିଛନ୍ତି, ସେତେବେଳେ ମୋର ସାଥି (ଇନ୍ଦ୍ରିୟ) ମିଶି ବିବାହର ପ୍ରବନ୍ଧ କରିଛନ୍ତି।
ਖੇਲੁ ਦੇਖਿ ਮਨਿ ਅਨਦੁ ਭਇਆ ਸਹੁ ਵੀਆਹਣ ਆਇਆ ॥੧॥
ଏହି ଖେଳକୁ ଦେଖି ମୋର ମନ ପ୍ରସନ୍ନ ହୋଇଯାଇଛି, ମୋର ହରି-ପ୍ରଭୁ ଦୁଲହା ମୋତେ ବିବାହ କରିବା ପାଇଁ ଆସିଛନ୍ତି ॥1॥
ਗਾਵਹੁ ਗਾਵਹੁ ਕਾਮਣੀ ਬਿਬੇਕ ਬੀਚਾਰੁ ॥
ହେ ସ୍ତ୍ରୀ! ଗାଅ, ବିବେକ ଏବଂ ବିଚାରର ଗୀତ ଗାନ କର।
ਹਮਰੈ ਘਰਿ ਆਇਆ ਜਗਜੀਵਨੁ ਭਤਾਰੁ ॥੧॥ ਰਹਾਉ ॥
ମୋର ଘରେ ମୋର ପ୍ରଭୁ ଅଛନ୍ତି ॥1॥ରୁହ॥
ਗੁਰੂ ਦੁਆਰੈ ਹਮਰਾ ਵੀਆਹੁ ਜਿ ਹੋਆ ਜਾਂ ਸਹੁ ਮਿਲਿਆ ਤਾਂ ਜਾਨਿਆ ॥
ସଦଗୁରୁଙ୍କ ଦ୍ଵାରା ମୋର ବିବାହ ହୋଇଯାଇଛି, ଯେତେବେଳେ ମୋର ପ୍ରଭୁଙ୍କ ସହିତ ମିଳନ ହୋଇଛି, ମୁଁ ତାହାଙ୍କୁ ଜାଣିଦେଇଛି।
ਤਿਹੁ ਲੋਕਾ ਮਹਿ ਸਬਦੁ ਰਵਿਆ ਹੈ ਆਪੁ ਗਇਆ ਮਨੁ ਮਾਨਿਆ ॥੨॥
ତାହାଙ୍କ ଅନାହତ ଶବ୍ଦ ରୂପୀ ନାମ ତିନି ଲୋକରେ ବିଦ୍ୟମାନ ହୋଇଛି, ଯେତେବେଳେ ମୋର ଅହଂକାର ନିବୃତ୍ତ ହୋଇଯାଇଛି, ସେତେବେଳେ ମୋର ହୃଦୟ ପ୍ରସନ୍ନ ହୋଇଯାଇଛି ॥2॥
ਆਪਣਾ ਕਾਰਜੁ ਆਪਿ ਸਵਾਰੇ ਹੋਰਨਿ ਕਾਰਜੁ ਨ ਹੋਈ ॥
ନିଜ କାର୍ଯ୍ୟ ପ୍ରଭୁ ସ୍ଵୟଂ ହିଁ ସଫଳ କରାନ୍ତି, ଏହି କାର୍ଯ୍ୟ ଅନ୍ୟ କାହା ଦ୍ଵାରା ସଫଳ ହୋଇପାରିବ ନାହିଁ।
ਜਿਤੁ ਕਾਰਜਿ ਸਤੁ ਸੰਤੋਖੁ ਦਇਆ ਧਰਮੁ ਹੈ ਗੁਰਮੁਖਿ ਬੂਝੈ ਕੋਈ ॥੩॥
କେହି ବିରଳ ଗୁରୁମୁଖୀ ହିଁ ଏହି ତଥ୍ୟକୁ ବୁଝିଥାଏ ଯେ ଏହି ବିବାହ କାର୍ଯ୍ୟର ଫଳ ସ୍ୱରୂପ ସତ୍ୟ, ସନ୍ତୋଷ, ଦୟା, ଧର୍ମ ଜାତ ହୋଇଥାଏ ॥3॥
ਭਨਤਿ ਨਾਨਕੁ ਸਭਨਾ ਕਾ ਪਿਰੁ ਏਕੋ ਸੋਇ ॥
ହେ ନାନକ! ଏକ ପ୍ରଭୁ ହିଁ ସବୁ ଜୀବ ସ୍ତ୍ରୀର ପ୍ରିୟ ଅଟନ୍ତି,”
ਜਿਸ ਨੋ ਨਦਰਿ ਕਰੇ ਸਾ ਸੋਹਾਗਣਿ ਹੋਇ ॥੪॥੧੦॥
ଯାହା ଉପରେ ସେ ନିଜ କୃପା ଦୃଷ୍ଟି ଦେଇଥାନ୍ତି, ସେ ସୌଭାଗ୍ୟବତୀ ହୋଇଯାଏ ॥4॥10॥
ਆਸਾ ਮਹਲਾ ੧ ॥
ଆଶା ମହଲା 1॥
ਗ੍ਰਿਹੁ ਬਨੁ ਸਮਸਰਿ ਸਹਜਿ ਸੁਭਾਇ ॥
ଯେଉଁ ମନୁଷ୍ୟ ସ୍ଵାଭାବିକ ଅବସ୍ଥାରେ ରହିଥାଏ, ତାହା ପାଇଁ ଘର ଏବଂ ଜଙ୍ଗଲ ସମାନ ଅଟେ।
ਦੁਰਮਤਿ ਗਤੁ ਭਈ ਕੀਰਤਿ ਠਾਇ ॥
ତାହାର ଦୁର୍ମତି ନାଶ ହୋଇଯାଏ ଆଉ ପରମାତ୍ମାଙ୍କ କୀର୍ତ୍ତି ତାହାର ସ୍ଥାନ ନେଇଯାଏ।
ਸਚ ਪਉੜੀ ਸਾਚਉ ਮੁਖਿ ਨਾਂਉ ॥
ମୁଖରେ ସତ୍ୟନାମର ଜପ କରିବା ଈଶ୍ଵରଙ୍କ ପାଖରେ ପହଞ୍ଚିବା ପାଇଁ ସଚ୍ଚା ସିଡି ଅଟେ।