Guru Granth Sahib Translation Project

guru granth sahib odia page-289

Page 289

ਜਨਮ ਜਨਮ ਕੇ ਕਿਲਬਿਖ ਜਾਹਿ ॥ ତୋର ଜନ୍ମ-ଜନ୍ମାନ୍ତରର ପାପ ଦୂର ହୋଇଯିବ।
ਆਪਿ ਜਪਹੁ ਅਵਰਾ ਨਾਮੁ ਜਪਾਵਹੁ ॥ ସ୍ଵୟଂ ପ୍ରଭୁଙ୍କ ନାମ ତୁ ନିଜେ ଜପ, ଆଉ, ଅନ୍ୟ ଲୋକଙ୍କୁ ଜପିବା ପାଇଁ ପ୍ରେରିତ କର,
ਸੁਨਤ ਕਹਤ ਰਹਤ ਗਤਿ ਪਾਵਹੁ ॥ ଶୁଣିବା, କହିବା ଏବଂ ଏହି ଆଚରଣରେ ରହିଲେ ମୁକ୍ତି ମିଳିଯିବ।
ਸਾਰ ਭੂਤ ਸਤਿ ਹਰਿ ਕੋ ਨਾਉ ॥ ପ୍ରଭୁଙ୍କ ନାମ ହିଁ ସବୁ ପଦାର୍ଥ ଠାରୁ ଉତ୍ତମ ପଦାର୍ଥ ଅଟେ;
ਸਹਜਿ ਸੁਭਾਇ ਨਾਨਕ ਗੁਨ ਗਾਉ ॥੬॥ ହେ ନାନକ! ଆତ୍ମିକ ଧ୍ୟାନରେ ମଗ୍ନ ରହି ପ୍ରେମରେ ପ୍ରଭୁଙ୍କ ଗୁଣ ଗାନ କର।॥6॥
ਗੁਨ ਗਾਵਤ ਤੇਰੀ ਉਤਰਸਿ ਮੈਲੁ ॥ (ହେ ଜୀବ!) ପ୍ରଭୁଙ୍କ ଗୁଣ ଗାଇ ଗାଇ ତୋର (ବିକାରର) ମଇଳା ଚାଲିଯିବ
ਬਿਨਸਿ ਜਾਇ ਹਉਮੈ ਬਿਖੁ ਫੈਲੁ ॥ ଆଉ ଅହଂ ରୂପୀ ବିଷର ପ୍ରସାର ମଧ୍ୟ ଦୂର ହୋଇଯିବ।
ਹੋਹਿ ਅਚਿੰਤੁ ਬਸੈ ਸੁਖ ਨਾਲਿ ॥ ବିବ୍ରତହୀନ ହୋଇଯିବ ଆଉ ସୁଖୀ ଜୀବନ ପାଇବ।
ਸਾਸਿ ਗ੍ਰਾਸਿ ਹਰਿ ਨਾਮੁ ਸਮਾਲਿ ॥ ସବୁ ସମୟରେ ପ୍ରଭୁଙ୍କ ନାମକୁ ସ୍ମରଣ କରିବ।
ਛਾਡਿ ਸਿਆਨਪ ਸਗਲੀ ਮਨਾ ॥ ହେ ମନ! ସବୁ ଚତୁରତା ଛାଡିଦିଅ,
ਸਾਧਸੰਗਿ ਪਾਵਹਿ ਸਚੁ ਧਨਾ ॥ ସାଧୁ ସଙ୍ଗତ କରିବା ଦ୍ଵାରା ସଚ୍ଚା ଧନ ମିଳିଯିବ।
ਹਰਿ ਪੂੰਜੀ ਸੰਚਿ ਕਰਹੁ ਬਿਉਹਾਰੁ ॥ ପ୍ରଭୁଙ୍କ ନାମର ଧନ ସଞ୍ଚୟ କର, ତାହାର ବ୍ୟାପାର କର।
ਈਹਾ ਸੁਖੁ ਦਰਗਹ ਜੈਕਾਰੁ ॥ ଏହି ଜୀବନରେ ସୁଖ ମିଳିବ, ଆଉ ପ୍ରଭୁଙ୍କ ଦରବାରରେ ଆଦର ହେବ।
ਸਰਬ ਨਿਰੰਤਰਿ ਏਕੋ ਦੇਖੁ ॥ ସେ ଏକ ଈଶ୍ଵରଙ୍କୁ ସର୍ବତ୍ର ଦେଖିଥାନ୍ତି,”
ਕਹੁ ਨਾਨਕ ਜਾ ਕੈ ਮਸਤਕਿ ਲੇਖੁ ॥੭॥ ହେ ନାନକ! ଯାହାର କପାଳରେ ଭାଗ୍ୟ ଥାଏ। ॥7॥
ਏਕੋ ਜਪਿ ਏਕੋ ਸਾਲਾਹਿ ॥ ଏକ ପ୍ରଭୂଙ୍କୁ ହିଁ ଜପ, ଆଉ ଏକ ପ୍ରଭୁଙ୍କୁ ହିଁ କୀର୍ତ୍ତନ କର
ਏਕੁ ਸਿਮਰਿ ਏਕੋ ਮਨ ਆਹਿ ॥ ଏକ ଈଶ୍ଵରଙ୍କ ସ୍ମରଣ କର, ଆଉ, ହେ ମନ! ଏକ ତାହାଙ୍କୁ ହିଁ ନିଜ ହୃଦୟରେ ରଖ।
ਏਕਸ ਕੇ ਗੁਨ ਗਾਉ ਅਨੰਤ ॥ ସେହି ଅନନ୍ତ ଏକ ପ୍ରଭୁଙ୍କ ହିଁ ଗୁଣ ଗାନ କର।
ਮਨਿ ਤਨਿ ਜਾਪਿ ਏਕ ਭਗਵੰਤ ॥ ମନ ଏବଂ ତନରେ ଏକ ଭଗବାନଙ୍କ ଜପ କର।
ਏਕੋ ਏਕੁ ਏਕੁ ਹਰਿ ਆਪਿ ॥ ପ୍ରଭୁ ନିଜେ ହିଁ ନିଜେ ଅଟନ୍ତି।
ਪੂਰਨ ਪੂਰਿ ਰਹਿਓ ਪ੍ਰਭੁ ਬਿਆਪਿ ॥ ଜୀବଙ୍କ ଠାରେ ବ୍ୟାପକ ହୋଇ ପ୍ରଭୁ ସବୁ ଜାଗାରେ ବାସ କରନ୍ତି।
ਅਨਿਕ ਬਿਸਥਾਰ ਏਕ ਤੇ ਭਏ ॥ ଏକ ଈଶ୍ଵରଙ୍କ ଅନେକ ପ୍ରସାର ହୋଇଛି।
ਏਕੁ ਅਰਾਧਿ ਪਰਾਛਤ ਗਏ ॥ ଏକ ପ୍ରଭୁଙ୍କୁ ସ୍ମରଣ କରିଲେ ପାପ ନାଶ ହୋଇଯାଏ।
ਮਨ ਤਨ ਅੰਤਰਿ ਏਕੁ ਪ੍ਰਭੁ ਰਾਤਾ ॥ ଯେଉଁ ମନୁଷ୍ୟର ମନ ଆଉ ଶରୀରରେ ଏକ ପ୍ରଭୁ ହିଁ ବାସ କରନ୍ତି
ਗੁਰ ਪ੍ਰਸਾਦਿ ਨਾਨਕ ਇਕੁ ਜਾਤਾ ॥੮॥੧੯॥ ହେ ନାନକ! ସେ ଗୁରୁଙ୍କ କୃପାରୁ ସେହି ଏକ ପ୍ରଭୁଙ୍କୁ ଚିହ୍ନି ପାରିଛନ୍ତି।॥8॥9॥
ਸਲੋਕੁ ॥ ଶ୍ଳୋକ॥
ਫਿਰਤ ਫਿਰਤ ਪ੍ਰਭ ਆਇਆ ਪਰਿਆ ਤਉ ਸਰਨਾਇ ॥ ହେ ପ୍ରଭୁ! ପଥଭ୍ରଷ୍ଟ ହୋଇ ହୋଇ ମୁଁ ତୁମର ଶରଣକୁ ଆସିଅଛି।
ਨਾਨਕ ਕੀ ਪ੍ਰਭ ਬੇਨਤੀ ਅਪਨੀ ਭਗਤੀ ਲਾਇ ॥੧॥ ହେ ପ୍ରଭୁ! ନାନକଙ୍କ ଏହି ବିନତି ଅଟେ ଯେ ମୋତେ ନିଜର ଭକ୍ତିରେ ଯୋଡ॥1॥
ਅਸਟਪਦੀ ॥ ଅଷ୍ଟପଦୀ॥
ਜਾਚਕ ਜਨੁ ਜਾਚੈ ਪ੍ਰਭ ਦਾਨੁ ॥ ହେ ପ୍ରଭୁ! (ଏହି) ଭିକାରୀ (ଯାଚକ) ଦାସ (ତୁମ ନାମର) ଦାନ ମାଗେ
ਕਰਿ ਕਿਰਪਾ ਦੇਵਹੁ ਹਰਿ ਨਾਮੁ ॥ ହେ ହରି! କୃପା କରି (ନିଜର) ନାମ ଦିଅ।
ਸਾਧ ਜਨਾ ਕੀ ਮਾਗਉ ਧੂਰਿ ॥ ମୁଁ ସାଧୁଙ୍କ ପାଦ ଧୁଳି ମାଗୁଛି।
ਪਾਰਬ੍ਰਹਮ ਮੇਰੀ ਸਰਧਾ ਪੂਰਿ ॥ ହେ ପରଂବ୍ରହ୍ମ! ମୋର ଇଚ୍ଛା ପୂରଣ କର,
ਸਦਾ ਸਦਾ ਪ੍ਰਭ ਕੇ ਗੁਨ ਗਾਵਉ ॥ ମୁଁ ସର୍ବଦା ପ୍ରଭୁଙ୍କ ଗୁଣ ଗାଇଥାଏ।
ਸਾਸਿ ਸਾਸਿ ਪ੍ਰਭ ਤੁਮਹਿ ਧਿਆਵਉ ॥ ମୁଁ ପ୍ରତି ଶ୍ଵାସରେ ତୁମକୁ ହିଁ ସ୍ମରଣ କରିଥାଏ।
ਚਰਨ ਕਮਲ ਸਿਉ ਲਾਗੈ ਪ੍ਰੀਤਿ ॥ ପ୍ରଭୁଙ୍କ କମଳ (ଭଳି ସୁନ୍ଦର) ଚରଣରେ ମୋ’ ପ୍ରୀତି ଲାଗିଛି,
ਭਗਤਿ ਕਰਉ ਪ੍ਰਭ ਕੀ ਨਿਤ ਨੀਤਿ ॥ ସର୍ବଦା ପ୍ରଭୁଙ୍କ ଭକ୍ତି କରୁଅଛି।
ਏਕ ਓਟ ਏਕੋ ਆਧਾਰੁ ॥ ହେ ଭଗବାନ! ତୁମେ ହିଁ ମୋର ଏକ ଆଶ୍ରା ତଥା ସାହାରା ଅଟ।
ਨਾਨਕੁ ਮਾਗੈ ਨਾਮੁ ਪ੍ਰਭ ਸਾਰੁ ॥੧॥ ହେ ମୋର ପ୍ରଭୁ! ନାନକ ତୋର ସର୍ବୋତ୍ତମ ନାମର ଯାଚନା କରିଥାଏ। ॥1॥
ਪ੍ਰਭ ਕੀ ਦ੍ਰਿਸਟਿ ਮਹਾ ਸੁਖੁ ਹੋਇ ॥ ପ୍ରଭୁଙ୍କ (କୃପାର) ନଜର ଦ୍ଵାରା ମହା ସୁଖ ମିଳେ
ਹਰਿ ਰਸੁ ਪਾਵੈ ਬਿਰਲਾ ਕੋਇ ॥ କୌଣସି ବିରଳ ମନୁଷ୍ୟ ହିଁ ପ୍ରଭୁଙ୍କ ନାମର ସ୍ଵାଦ ଚାଖିଥାଏ।
ਜਿਨ ਚਾਖਿਆ ਸੇ ਜਨ ਤ੍ਰਿਪਤਾਨੇ ॥ ଯିଏ (ନାମରସ) ଚାଖିଛି, ସେହି ମନୁଷ୍ୟ (ମାୟା ଠାରୁ) ସନ୍ତୁଷ୍ଟ ହୋଇଯାଇଛି
ਪੂਰਨ ਪੁਰਖ ਨਹੀ ਡੋਲਾਨੇ ॥ ସେ ପୂର୍ଣ୍ଣ ମନୁଷ୍ୟ ବନିଯାଇଛି, କେବେ (ମାୟାର ଲାଭ କ୍ଷତିରେ) ବିଚଳିତ ହୁଏ ନାହିଁ।
ਸੁਭਰ ਭਰੇ ਪ੍ਰੇਮ ਰਸ ਰੰਗਿ ॥ ପ୍ରଭୁଙ୍କ ପ୍ରେମର ସ୍ଵାଦର ମଉଜରେ ସେ ସଂପୂର୍ଣ୍ଣ ଭାବେ ମଜ୍ଜି ରହିଥାଏ
ਉਪਜੈ ਚਾਉ ਸਾਧ ਕੈ ਸੰਗਿ ॥ ସାଧୁଙ୍କ ସଙ୍ଗତିରେ ରହି (ତାଙ୍କରି ଭିତରେ) (ପ୍ରଭୁଙ୍କ ମିଳନର) ଇଚ୍ଛା ଜାତ ହୁଏ।
ਪਰੇ ਸਰਨਿ ਆਨ ਸਭ ਤਿਆਗਿ ॥ ଆଉ ସବୁ (ଆଶ୍ରା) ଛାଡି ସେ ପ୍ରଭୁଙ୍କ ଶରଣ ପଡେ
ਅੰਤਰਿ ਪ੍ਰਗਾਸ ਅਨਦਿਨੁ ਲਿਵ ਲਾਗਿ ॥ ତାହାରି ଅନ୍ତର ଆଲୋକିତ ହୁଏ, ଆଉ ସବୁ ସମୟରେ ତାହାର ଧ୍ୟାନ (ପ୍ରଭୁଙ୍କ ଚରଣରେ) ଲାଗି ରହେ।
ਬਡਭਾਗੀ ਜਪਿਆ ਪ੍ਰਭੁ ਸੋਇ ॥ ଭାଗ୍ୟଶାଳୀ ପୁରୁଷ ହିଁ ପ୍ରଭୁଙ୍କୁ ଜପ କରିଛନ୍ତି।
ਨਾਨਕ ਨਾਮਿ ਰਤੇ ਸੁਖੁ ਹੋਇ ॥੨॥ ହେ ନାନକ! ଯେଉଁ ପୁରୁଷ ପ୍ରଭୁଙ୍କ ନାମରେ ମଗ୍ନ ରହିଥାଏ, ସେ ସୁଖ ପାଇଥାଏ ॥2॥
ਸੇਵਕ ਕੀ ਮਨਸਾ ਪੂਰੀ ਭਈ ॥ ସେବକର ମନୋକାମନା ପୂର୍ଣ୍ଣ ହୋଇଯାଇଛି,
ਸਤਿਗੁਰ ਤੇ ਨਿਰਮਲ ਮਤਿ ਲਈ ॥ ଯେବେଠାରୁ ସଦଗୁରୁଙ୍କ ଠାରୁ ନିର୍ମଳ ଉପଦେଶ ନେଇଛି।
ਜਨ ਕਉ ਪ੍ਰਭੁ ਹੋਇਓ ਦਇਆਲੁ ॥ ନିଜ ସେବକ ପ୍ରତି ପ୍ରଭୁ କୃପାଳୁ ହୋଇଛନ୍ତି।
ਸੇਵਕੁ ਕੀਨੋ ਸਦਾ ਨਿਹਾਲੁ ॥ ନିଜ ସେବକକୁ ସର୍ବଦା ସେ କୃତାର୍ଥ କରିଥାନ୍ତି।
ਬੰਧਨ ਕਾਟਿ ਮੁਕਤਿ ਜਨੁ ਭਇਆ ॥ ସେବକର ମାୟାର ବନ୍ଧନ କଟି ଯାଇଛି ଆଉ ସେ ମୋକ୍ଷ ପ୍ରାପ୍ତ କରିଛି।
ਜਨਮ ਮਰਨ ਦੂਖੁ ਭ੍ਰਮੁ ਗਇਆ ॥ ତାହାର ଜନ୍ମ ମରଣ ଦୁଃଖ ଏବଂ ଦ୍ଵିଧା ଦୂର ହୋଇଯାଇଛି।
ਇਛ ਪੁਨੀ ਸਰਧਾ ਸਭ ਪੂਰੀ ॥ ତାହାର ଇଚ୍ଛା ପୂର୍ଣ୍ଣ ହୋଇଯାଇଛି ଆଉ ଶ୍ରଦ୍ଧା ମଧ୍ୟ ପୁରା ହୋଇଯାଇଛି।
ਰਵਿ ਰਹਿਆ ਸਦ ਸੰਗਿ ਹਜੂਰੀ ॥ ଭଗବାନ ସର୍ବଦା ସାଥିରେ ରହିଛନ୍ତି।
ਜਿਸ ਕਾ ਸਾ ਤਿਨਿ ਲੀਆ ਮਿਲਾਇ ॥ ଯାହାର ଥିଲେ, ତାହାକୁ ନିଜ ସାଥିରେ ମିଳାଇଛନ୍ତି।
ਨਾਨਕ ਭਗਤੀ ਨਾਮਿ ਸਮਾਇ ॥੩॥ ହେ ନାନକ! ପ୍ରଭୁଙ୍କ ଭକ୍ତି ଦ୍ଵାରା ସେବକ ନାମରେ ଲୀନ ହୋଇଯାଇଛି ॥3॥
ਸੋ ਕਿਉ ਬਿਸਰੈ ਜਿ ਘਾਲ ਨ ਭਾਨੈ ॥ ସେହି ଭଗବାନଙ୍କୁ କାହିଁକି ଭୁଲିଯାଇଛୁ, ଯିଏ ମନୁଷ୍ୟର ସେବା ଭକ୍ତିକୁ ଉପେକ୍ଷା କରେ ନାହିଁ।
ਸੋ ਕਿਉ ਬਿਸਰੈ ਜਿ ਕੀਆ ਜਾਨੈ ॥ ସେହି ଭଗବାନଙ୍କୁ କାହିଁକି ଭୁଲିଯାଇଛୁ, ଯିଏ ଆମ କାର୍ଯ୍ୟକୁ ଜାଣିଥାନ୍ତି।
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/