Guru Granth Sahib Translation Project

guru granth sahib odia page-287

Page 287

ਅਪਨੀ ਕ੍ਰਿਪਾ ਜਿਸੁ ਆਪਿ ਕਰੇਇ ॥ ହେ ନାନକ! ଯାହା ଉପରେ ଗୁରୁଜୀ ସ୍ଵୟଂ କୃପା କରିଥାନ୍ତି,
ਨਾਨਕ ਸੋ ਸੇਵਕੁ ਗੁਰ ਕੀ ਮਤਿ ਲੇਇ ॥੨॥ ସେହି ସେବକ ଗୁରୁଙ୍କ ଶିକ୍ଷା ପ୍ରାପ୍ତ କରିଥାଏ ॥2॥
ਬੀਸ ਬਿਸਵੇ ਗੁਰ ਕਾ ਮਨੁ ਮਾਨੈ ॥ ସେବକ ନିଜ ଗୁରୁଙ୍କ ମନ ପୂର୍ଣ୍ଣ ଭାବରେ ଜିତି ନେଇଥାଏ,
ਸੋ ਸੇਵਕੁ ਪਰਮੇਸੁਰ ਕੀ ਗਤਿ ਜਾਨੈ ॥ ସେ ପରମେଶ୍ଵରଙ୍କ ଗତିକୁ ଜାଣିଥାଏ।
ਸੋ ਸਤਿਗੁਰੁ ਜਿਸੁ ਰਿਦੈ ਹਰਿ ਨਾਉ ॥ ସଦଗୁର ସେ ଅଟନ୍ତି, ଯାହାଙ୍କ ହୃଦୟରେ ହରିଙ୍କ ନାମ ଥାଏ।
ਅਨਿਕ ਬਾਰ ਗੁਰ ਕਉ ਬਲਿ ਜਾਉ ॥ ମୁଁ ଅନେକ ଥର ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟେ।
ਸਰਬ ਨਿਧਾਨ ਜੀਅ ਕਾ ਦਾਤਾ ॥ ଗୁରଜି ପ୍ରତ୍ୟେକ ପଦାର୍ଥର ଖଜଣା ଏବଂ ଜୀବନ ପ୍ରଦାନ କରିଥାନ୍ତି।
ਆਠ ਪਹਰ ਪਾਰਬ੍ਰਹਮ ਰੰਗਿ ਰਾਤਾ ॥ ସେ ଆଠ ପହର ହିଁ ପରଂବ୍ରହ୍ମଙ୍କ ରଙ୍ଗରେ ମଗ୍ନ ରହିଥାନ୍ତି।
ਬ੍ਰਹਮ ਮਹਿ ਜਨੁ ਜਨ ਮਹਿ ਪਾਰਬ੍ਰਹਮੁ ॥ ଭକ୍ତ ବ୍ରହ୍ମ ଏବଂ ପରଂବ୍ରହ୍ମ ଭକ୍ତ ଠାରେ ବାସ କରିଥାନ୍ତି।
ਏਕਹਿ ਆਪਿ ਨਹੀ ਕਛੁ ਭਰਮੁ ॥ ପ୍ରଭୁ କେବଳ ଏକ ଅଟନ୍ତି, ଏଥିରେ କିଛି ସନ୍ଦେହ ନାହିଁ।
ਸਹਸ ਸਿਆਨਪ ਲਇਆ ਨ ਜਾਈਐ ॥ ହେ ନାନକ! ହଜାରେ ଚତୁରତା ଦ୍ଵାରା ଗୁରୁ ପ୍ରାପ୍ତ ହୁଅନ୍ତି ନାହିଁ,
ਨਾਨਕ ਐਸਾ ਗੁਰੁ ਬਡਭਾਗੀ ਪਾਈਐ ॥੩॥ ଏପରି ଗୁରୁ ବଡ ଭାଗ୍ୟରେ ହିଁ ମିଳିଥାନ୍ତି ॥3॥
ਸਫਲ ਦਰਸਨੁ ਪੇਖਤ ਪੁਨੀਤ ॥ ଗୁରୁଙ୍କ ଦର୍ଶନ (ସବୁ ) ଫଳ ଦେବାବାଲା ଅଟେ, ଦର୍ଶନ କରିଲେ ପବିତ୍ର ହୋଇଯାଏ, ଗୁରୁଙ୍କ ଚରଣ ଛୁଇଁଲେ ଉଚ୍ଚ ଅବସ୍ଥା ଆଉ ପବିତ୍ର ହୋଇଯାଏ
ਪਰਸਤ ਚਰਨ ਗਤਿ ਨਿਰਮਲ ਰੀਤਿ ॥ ତାହାଙ୍କ ଚରଣ ସ୍ପର୍ଶ କରିଲେ ମନୁଷ୍ୟର ଅବସ୍ଥା ଏବଂ ଜୀବନ ଆଚରଣ ନିର୍ମଳ ହୋଇଯାଏ।
ਭੇਟਤ ਸੰਗਿ ਰਾਮ ਗੁਨ ਰਵੇ ॥ ଗୁରୁଙ୍କ ସଙ୍ଗତିରେ ରହିଲେ ପ୍ରଭୁଙ୍କ ଗୁଣସ୍ତୁତି କରିଥାଏ
ਪਾਰਬ੍ਰਹਮ ਕੀ ਦਰਗਹ ਗਵੇ ॥ ଆଉ ପରଂବ୍ରହ୍ମଙ୍କ ଦରବାରରେ ପହଞ୍ଚିଯାଏ
ਸੁਨਿ ਕਰਿ ਬਚਨ ਕਰਨ ਆਘਾਨੇ ॥ ଗୁରୁଙ୍କ ବଚନ ଶୁଣି କାନ ତୃପ୍ତ ହୋଇଯାଏ ତଥା
ਮਨਿ ਸੰਤੋਖੁ ਆਤਮ ਪਤੀਆਨੇ ॥ ମନରେ ସନ୍ତୋଷ ଆସିଯାଏ ଆଉ ଆତ୍ମା ପରିପୂର୍ଣ୍ଣ ହୋଇଯାଏ।
ਪੂਰਾ ਗੁਰੁ ਅਖ੍ਯ੍ਯਓ ਜਾ ਕਾ ਮੰਤ੍ਰ ॥ ସଦଗୁରୁ ପୂର୍ଣ୍ଣ ପୁରୁଷ ଅଟେ, ତାହାଙ୍କ ଉପଦେଶ ମଧ୍ୟ ସବୁ ଦିନ ପାଇଁ ଅଟଳ ଅଟେ
ਅੰਮ੍ਰਿਤ ਦ੍ਰਿਸਟਿ ਪੇਖੈ ਹੋਇ ਸੰਤ ॥ ଯାହାକୁ ଅମର କରୁଥିବା ନଜରରେ ଦେଖନ୍ତି ସେ ସନ୍ଥ ହୋଇଯାଏ।
ਗੁਣ ਬਿਅੰਤ ਕੀਮਤਿ ਨਹੀ ਪਾਇ ॥ ସଦଗୁରୁଙ୍କ ଗୁଣ ଅନନ୍ତ ଅଟେ, ମୂଲ୍ୟ ଆକଳନ ହୋଇପାରେ ନାହିଁ।
ਨਾਨਕ ਜਿਸੁ ਭਾਵੈ ਤਿਸੁ ਲਏ ਮਿਲਾਇ ॥੪॥ ହେ ନାନକ! ଯେଉଁ ଜୀବ (ପ୍ରଭୁଙ୍କୁ) ଭଲ ଲାଗେ, ତାହାକୁ ଗୁରୁଙ୍କ ସହିତ ମିଳାନ୍ତି।॥4॥
ਜਿਹਬਾ ਏਕ ਉਸਤਤਿ ਅਨੇਕ ॥ ଜିହ୍ଵା ଏକ ଅଟେ, ପରନ୍ତୁ, ଈଶ୍ବରଙ୍କ ଗୁଣ ଅନନ୍ତ ଅଟେ।
ਸਤਿ ਪੁਰਖ ਪੂਰਨ ਬਿਬੇਕ ॥ ସେହି ସଦପୁରୁଷ ପୂର୍ଣ୍ଣ ବିବେକବାଲା ଅଟନ୍ତି।
ਕਾਹੂ ਬੋਲ ਨ ਪਹੁਚਤ ਪ੍ਰਾਨੀ ॥ ମନୁଷ୍ୟ କାହାର କଥା ଦ୍ଵାରା (ପ୍ରଭୁଙ୍କ ଗୁଣ ପର୍ଯ୍ୟନ୍ତ)ପହଞ୍ଚି ପାରେ ନାହିଁ,
ਅਗਮ ਅਗੋਚਰ ਪ੍ਰਭ ਨਿਰਬਾਨੀ ॥ ପ୍ରଭୁ ଅଗମ୍ୟ , ଅଗୋଚର ଏବଂ ପବିତ୍ର ଅଟନ୍ତି।
ਨਿਰਾਹਾਰ ਨਿਰਵੈਰ ਸੁਖਦਾਈ ॥ ପ୍ରଭୁଙ୍କ ଭୋଜନର ଆବଶ୍ୟକତା ନାହିଁ, ସେ ଶତ୍ରୁ ରହିତ ଏବଂ ସୁଖ ପ୍ରଦାନ କରିଥାନ୍ତି।
ਤਾ ਕੀ ਕੀਮਤਿ ਕਿਨੈ ਨ ਪਾਈ ॥ କୌଣସି ଜୀବ ଏହାର (ଗୁଣର) ମୂଲ୍ୟ ପାଇପାରେ ନାହିଁ।
ਅਨਿਕ ਭਗਤ ਬੰਦਨ ਨਿਤ ਕਰਹਿ ॥ ଅନେକ ଭକ୍ତ ସଦା (ପ୍ରଭୁଙ୍କୁ) ବନ୍ଦନା କରନ୍ତି
ਚਰਨ ਕਮਲ ਹਿਰਦੈ ਸਿਮਰਹਿ ॥ ଆଉ ତାହାଙ୍କ ପଦ୍ମ ସମାନ ଚରଣକୁ ନିଜ ହୃଦୟରେ ସ୍ମରଣ କରନ୍ତି।
ਸਦ ਬਲਿਹਾਰੀ ਸਤਿਗੁਰ ਅਪਨੇ ॥ ହେ ନାନକ! ମୁଁ ନିଜେ ସେହି ଗୁରୁଙ୍କ ନିକଟରେ ସଦା ସମର୍ପିତ ଅଟେ,
ਨਾਨਕ ਜਿਸੁ ਪ੍ਰਸਾਦਿ ਐਸਾ ਪ੍ਰਭੁ ਜਪਨੇ ॥੫॥ ଯେଉଁ ଗୁରୁଙ୍କ କୃପାରୁ ଏପରି ପ୍ରଭୁଙ୍କୁ ଜପ କରିପାରେ ॥5॥
ਇਹੁ ਹਰਿ ਰਸੁ ਪਾਵੈ ਜਨੁ ਕੋਇ ॥ ଏହି ହରି ରସ କୌଣସି ବିରଳ ପୁରୁଷ ହିଁ ପ୍ରାପ୍ତ କରିଥାଏ।
ਅੰਮ੍ਰਿਤੁ ਪੀਵੈ ਅਮਰੁ ਸੋ ਹੋਇ ॥ ଯିଏ ଏହି ଅମୃତକୁ ପାନ କରିଥାଏ, ସେ ଅମର ହୋଇଯାଏ।
ਉਸੁ ਪੁਰਖ ਕਾ ਨਾਹੀ ਕਦੇ ਬਿਨਾਸ ॥ ସେହି ପୁରୁଷର କେବେ ନାଶ ହୁଏନାହିଁ,
ਜਾ ਕੈ ਮਨਿ ਪ੍ਰਗਟੇ ਗੁਨਤਾਸ ॥ ଯାହାର ହୃଦୟରେ ଗୁଣର ଭଣ୍ଡାର ପ୍ରକଟ ହୋଇଥାଏ।
ਆਠ ਪਹਰ ਹਰਿ ਕਾ ਨਾਮੁ ਲੇਇ ॥ ଆଠ ପହର ହିଁ ସେ ହରିଙ୍କ ନାମ ନେଇଥାଏ ଆଉ
ਸਚੁ ਉਪਦੇਸੁ ਸੇਵਕ ਕਉ ਦੇਇ ॥ ନିଜ ସେବକକୁ ସଚ୍ଚା ଉପଦେଶ ପ୍ରଦାନ କରିଥାନ୍ତି।
ਮੋਹ ਮਾਇਆ ਕੈ ਸੰਗਿ ਨ ਲੇਪੁ ॥ ମାୟାର ମୋହରେ ସେ କେବେ ପଡେ ନାହିଁ
ਮਨ ਮਹਿ ਰਾਖੈ ਹਰਿ ਹਰਿ ਏਕੁ ॥ ସେ ସଦା ନିଜ ମନରେ ଏକ ପ୍ରଭୁଙ୍କୁ ସ୍ଥାପନ କରେ।
ਅੰਧਕਾਰ ਦੀਪਕ ਪਰਗਾਸੇ ॥ ନାମ-ରୂପୀ ଦୀପ ଦ୍ଵାରା ଅଜ୍ଞାନତାର ଅନ୍ଧାର ଦୂର ହୋଇ ପ୍ରକାଶ ହୋଇଯାଏ
ਨਾਨਕ ਭਰਮ ਮੋਹ ਦੁਖ ਤਹ ਤੇ ਨਾਸੇ ॥੬॥ ହେ ନାନକ! ତାହାର ଭ୍ରମ ଆଉ ମୋହର ଦୁଖ ଦୂର ହୋଇଯାଏ।॥6॥
ਤਪਤਿ ਮਾਹਿ ਠਾਢਿ ਵਰਤਾਈ ॥ ଗୁରୁଙ୍କ ପୂର୍ଣ୍ଣ ଉପଦେଶ ମୋହ ମାୟାର ଅଗ୍ନିରେ ଶୀତଳତା ପ୍ରବିଷ୍ଟ କରାଇଛି,
ਅਨਦੁ ਭਇਆ ਦੁਖ ਨਾਠੇ ਭਾਈ ॥ ସୁଖ ହିଁ ସୁଖ ହୋଇଯାଇଛି, ଦୁଃଖ ଦୂର ହୋଇଯାଇଛି।
ਜਨਮ ਮਰਨ ਕੇ ਮਿਟੇ ਅੰਦੇਸੇ ॥ ଜନ୍ମ-ମରଣ ଚକ୍ରରେ ପୁଣି ପଡିବାର ଡର ଦୂର ହୋଇଯାଇଛି
ਸਾਧੂ ਕੇ ਪੂਰਨ ਉਪਦੇਸੇ ॥ ଗୁରୁଙ୍କ ପୂର୍ଣ୍ଣ ଉପଦେଶ ଦ୍ଵାରା
ਭਉ ਚੂਕਾ ਨਿਰਭਉ ਹੋਇ ਬਸੇ ॥ ଭୟ ନାଶ ହୋଇଯାଇଛି ଆଉ ନିର୍ଭୀକ ରହିଅଛି।
ਸਗਲ ਬਿਆਧਿ ਮਨ ਤੇ ਖੈ ਨਸੇ ॥ ସବୁ ରୋଗ ନଷ୍ଟ ହୋଇ ମନରୁ ଲୁପ୍ତ ହୋଇଯାଇଛି।
ਜਿਸ ਕਾ ਸਾ ਤਿਨਿ ਕਿਰਪਾ ਧਾਰੀ ॥ ଯେଉଁ ଗୁରୁଙ୍କ ଥିଲେ, ସେ କୃପା କରିଛନ୍ତି।
ਸਾਧਸੰਗਿ ਜਪਿ ਨਾਮੁ ਮੁਰਾਰੀ ॥ ସତସଙ୍ଗତିରେ ସେ ମୁରାରୀଙ୍କ ନାମର ଜପ କରିଥାଏ।
ਥਿਤਿ ਪਾਈ ਚੂਕੇ ਭ੍ਰਮ ਗਵਨ ॥ ଭୟ ଏବଂ ଦ୍ଵିଧା ଦୂର ହୋଇଯାଇଛି।
ਸੁਨਿ ਨਾਨਕ ਹਰਿ ਹਰਿ ਜਸੁ ਸ੍ਰਵਨ ॥੭॥ ହେ ନାନକ! ହରି-ପରମେଶ୍ଵରଙ୍କ ମହିମା କାନରେ ଶୁଣି ଶାନ୍ତି ମିଳିଯାଇଛି ॥7॥
ਨਿਰਗੁਨੁ ਆਪਿ ਸਰਗੁਨੁ ਭੀ ਓਹੀ ॥ ସେ ସ୍ଵୟଂ ନିର୍ଗୁଣ ସ୍ଵାମୀ ଅଟନ୍ତି ଆଉ ସେ ହିଁ ସଗୁଣ ଅଟନ୍ତି।
ਕਲਾ ਧਾਰਿ ਜਿਨਿ ਸਗਲੀ ਮੋਹੀ ॥ ଯେଉଁ ପ୍ରଭୁ ନିଜର ସାମର୍ଥ୍ୟ ବଜାୟ ରଖି ସଂପୂର୍ଣ୍ଣ ଜଗତକୁ ମୋହି ନିଅନ୍ତି
ਅਪਨੇ ਚਰਿਤ ਪ੍ਰਭਿ ਆਪਿ ਬਨਾਏ ॥ ନିଜର କୌତୁକ ପ୍ରଭୁ ସ୍ଵୟଂ ହିଁ ରଚନା କରିଛନ୍ତି।
ਅਪੁਨੀ ਕੀਮਤਿ ਆਪੇ ਪਾਏ ॥ ନିଜର ମୂଲ୍ୟାଙ୍କନ ସେ ନିଜେ ହିଁ ଜାଣିଥାନ୍ତି।
ਹਰਿ ਬਿਨੁ ਦੂਜਾ ਨਾਹੀ ਕੋਇ ॥ ଈଶ୍ବରଙ୍କ ଅତିରିକ୍ତ ଆଉ କେହି ନାହାନ୍ତି।
ਸਰਬ ਨਿਰੰਤਰਿ ਏਕੋ ਸੋਇ ॥ ସବୁଙ୍କ ଭିତରେ ସେହି ଅକାଳ ପୁରୁଷ ସ୍ଵୟଂ ହିଁ ଅଛନ୍ତି।
ਓਤਿ ਪੋਤਿ ਰਵਿਆ ਰੂਪ ਰੰਗ ॥ ସବୁ ରଙ୍ଗ ଆଉ ରୂପରେ ଓତଃପ୍ରୋତ ଭାବେ ବ୍ୟାପକ ଅଟନ୍ତି
ਭਏ ਪ੍ਰਗਾਸ ਸਾਧ ਕੈ ਸੰਗ ॥ ସନ୍ଥଙ୍କ ସଙ୍ଗତି କରିବା ଦ୍ଵାରା ସେ ପ୍ରକଟ ହୋଇଯାନ୍ତି।
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/