Guru Granth Sahib Translation Project

guru granth sahib odia page-284

Page 284

ਨਾਨਕ ਕੈ ਮਨਿ ਇਹੁ ਅਨਰਾਉ ॥੧॥ ନାନକଙ୍କ ମନରେ ଏହି ଅଭିଳାଷ ଅଛି ॥1॥
ਮਨਸਾ ਪੂਰਨ ਸਰਨਾ ਜੋਗ ॥ ପ୍ରଭୁ (ଜୀବଙ୍କ) ମନର ଇଚ୍ଛା ପୂରଣ କରିବା ଓ ଶରଣ ଆସିବାରେ ସହାୟତା କରିବାକୁ ସମର୍ଥ ଅଟନ୍ତି।
ਜੋ ਕਰਿ ਪਾਇਆ ਸੋਈ ਹੋਗੁ ॥ ଇଶ୍ଵର ଯାହା (ଜୀବଙ୍କ) ହାତରେ ଲେଖିଦେଇଛନ୍ତି, ତାହା ହିଁ ହୁଏ।
ਹਰਨ ਭਰਨ ਜਾ ਕਾ ਨੇਤ੍ਰ ਫੋਰੁ ॥ ଯେଉଁ ପ୍ରଭୁଙ୍କ ଆଖି ପଲକର ସମୟ (ଜଗତ) ପାଳନ କିମ୍ବା ବିନାଶ କରିବାକୁ ଯଥେଷ୍ଟ ଅଟେ,
ਤਿਸ ਕਾ ਮੰਤ੍ਰੁ ਨ ਜਾਨੈ ਹੋਰੁ ॥ ତାଙ୍କରି ଲୁଚିଥିବା ଭେଦ ବା ରହସ୍ୟ ଅନ୍ୟ କୌଣସି ଜୀବ ଜାଣେ ନାହିଁ।
ਅਨਦ ਰੂਪ ਮੰਗਲ ਸਦ ਜਾ ਕੈ ॥ ସେ ପ୍ରସନ୍ନତାର ରୂପ ଅଟନ୍ତି ଏବଂ ତାହାଙ୍କ ମନ୍ଦିରରେ ସର୍ବଦା ମଙ୍ଗଳ ଖୁସି ଥାଏ।
ਸਰਬ ਥੋਕ ਸੁਨੀਅਹਿ ਘਰਿ ਤਾ ਕੈ ॥ ସବୁ ପଦାର୍ଥ ତାଙ୍କରି ଘରେ ବିଦ୍ୟମାନ ଥିବା ଶୁଣାଯାଏ।
ਰਾਜ ਮਹਿ ਰਾਜੁ ਜੋਗ ਮਹਿ ਜੋਗੀ ॥ ରାଜାମାନଙ୍କ ମଧ୍ୟରେ ପ୍ରଭୁ ନିଜେ ହିଁ ରାଜା, ଯୋଗୀମାନଙ୍କ ମଧ୍ୟରେ ମହାଯୋଗୀ,
ਤਪ ਮਹਿ ਤਪੀਸਰੁ ਗ੍ਰਿਹਸਤ ਮਹਿ ਭੋਗੀ ॥ ତପସ୍ଵୀମାନଙ୍କ ମଧ୍ୟରେ ସ୍ଵୟଂ ହିଁ ବଡ ତପସ୍ଵୀ ଅଟନ୍ତି ଆଉ ଗୃହସ୍ଥିମାନଙ୍କ ମଧ୍ୟରେ ମଧ୍ୟ ସ୍ଵୟଂ ଗୃହସ୍ଥି ଅଟନ୍ତି।
ਧਿਆਇ ਧਿਆਇ ਭਗਤਹ ਸੁਖੁ ਪਾਇਆ ॥ ଭକ୍ତମାନେ (ସେହି ପ୍ରଭୁଙ୍କୁ) ସ୍ମରଣ କରି କରି ସୁଖ ପାଇଛନ୍ତି।
ਨਾਨਕ ਤਿਸੁ ਪੁਰਖ ਕਾ ਕਿਨੈ ਅੰਤੁ ਨ ਪਾਇਆ ॥੨॥ ହେ ନାନକ! କୌଣସି ଜୀବ ସେହି ଅକାଳ-ପୁରୁଷଙ୍କ ଅନ୍ତ ପାଏ ନାହିଁ।॥2॥
ਜਾ ਕੀ ਲੀਲਾ ਕੀ ਮਿਤਿ ਨਾਹਿ ॥ ଯେଉଁ ଭଗବାନଙ୍କ (ସୃଷ୍ଟି ରୂପୀ) ଲୀଳାର କୌଣସି ଅନ୍ତ ନାହିଁ,
ਸਗਲ ਦੇਵ ਹਾਰੇ ਅਵਗਾਹਿ ॥ ତାହାକୁ ଖୋଜି ଖୋଜି ଦେବତା ମଧ୍ୟ ଥକି ଯାଇଛନ୍ତି।
ਪਿਤਾ ਕਾ ਜਨਮੁ ਕਿ ਜਾਨੈ ਪੂਤੁ ॥ (କାରଣ) ପିତାର ଜନ୍ମ ପୁତ୍ର କଣ ଜାଣିଛି?
ਸਗਲ ਪਰੋਈ ਅਪੁਨੈ ਸੂਤਿ ॥ ଯେମିତି ମାଳରେ ମାଳି ଗୁନ୍ଥା ହୋଇଥାଏ, ସେମିତି ସବୁ ରଚନା ପ୍ରଭୁ ନିଜ ସୂତାରେ ଗୁନ୍ଥିଛନ୍ତି।
ਸੁਮਤਿ ਗਿਆਨੁ ਧਿਆਨੁ ਜਿਨ ਦੇਇ ॥ ଯେଉଁ ଲୋକଙ୍କୁ ପ୍ରଭୁ ସୁମତି, ଉଚ୍ଚ ବୁଝିବା ଶକ୍ତି ଆଉ ଧ୍ୟାନ ଯୋଡିବାର ଦାନ ଦିଅନ୍ତି,
ਜਨ ਦਾਸ ਨਾਮੁ ਧਿਆਵਹਿ ਸੇਇ ॥ ସେହି ସେବକ ଆଉ ଦାସ ତାହାର ନାମ ସ୍ମରଣ କରନ୍ତି।
ਤਿਹੁ ਗੁਣ ਮਹਿ ਜਾ ਕਉ ਭਰਮਾਏ ॥ ଯାହାକୁ (ପ୍ରଭୁ ମାୟାର) ତିନି ଗୁଣରେ ପଥଭ୍ରଷ୍ଟ ହେବାର ଅଛି
ਜਨਮਿ ਮਰੈ ਫਿਰਿ ਆਵੈ ਜਾਏ ॥ ସେ ଜନ୍ମ ହୁଏ ଓ ମରେ ଆଉ ବାରମ୍ବାର ଜଗତରେ ଆସିବା ଯିବା ଲଗାଇରହିଥାଏ।
ਊਚ ਨੀਚ ਤਿਸ ਕੇ ਅਸਥਾਨ ॥ ଉଚ୍ଚ ନୀଚ ସବୁ ତାହାଙ୍କ ହିଁ ସ୍ଥାନ ଅଟେ।
ਜੈਸਾ ਜਨਾਵੈ ਤੈਸਾ ਨਾਨਕ ਜਾਨ ॥੩॥ ହେ ନାନକ! ଯେପରି ବୁଦ୍ଧି ମତି ଦିଏ, ସେପରି ହିଁ ବୁଝିବାବାଲା ଜୀବ ବନିଯାଏ।॥3॥
ਨਾਨਾ ਰੂਪ ਨਾਨਾ ਜਾ ਕੇ ਰੰਗ ॥ ଈଶ୍ବରଙ୍କ ଅନେକ ରୂପ ଆଉ ଅନେକ ରଙ୍ଗ ଅଛି।
ਨਾਨਾ ਭੇਖ ਕਰਹਿ ਇਕ ਰੰਗ ॥ ଅନେକ ବେଶ ଧାରଣ କରୁଛନ୍ତି ( ଏବଂ ପୁଣି) ଏକ ହିଁ ରହିଥାନ୍ତି।
ਨਾਨਾ ਬਿਧਿ ਕੀਨੋ ਬਿਸਥਾਰੁ ॥ ସେ ଜଗତର ପ୍ରସାର କେତେ ପ୍ରକାରର କରିଛନ୍ତି।
ਪ੍ਰਭੁ ਅਬਿਨਾਸੀ ਏਕੰਕਾਰੁ ॥ ପ୍ରଭୁ ବିନାଶ ରହିତ ଅଟେ, ଆଉ ସବୁ ଜାଗାରେ ଏକ ନିଜେ ହିଁ ନିଜେ
ਨਾਨਾ ਚਲਿਤ ਕਰੇ ਖਿਨ ਮਾਹਿ ॥ ପ୍ରଭୁ ପଲକରେ କେତେ ତମାସା କରିଦିଅନ୍ତି
ਪੂਰਿ ਰਹਿਓ ਪੂਰਨੁ ਸਭ ਠਾਇ ॥ ସେ ପୂର୍ଣ୍ଣ ପୁରୁଷ ସବୁ ଜାଗାରେ ବ୍ୟାପକ ଅଟନ୍ତି।
ਨਾਨਾ ਬਿਧਿ ਕਰਿ ਬਨਤ ਬਨਾਈ ॥ ଜଗତର ରଚନା ପ୍ରଭୁ କେତେ ପ୍ରକାରର କରିଛନ୍ତି
ਅਪਨੀ ਕੀਮਤਿ ਆਪੇ ਪਾਈ ॥ ନିଜର(ମହିମାର) ମୂଲ୍ୟ ସେ ନିଜେ ହିଁ ଜାଣିଛନ୍ତି।
ਸਭ ਘਟ ਤਿਸ ਕੇ ਸਭ ਤਿਸ ਕੇ ਠਾਉ ॥ ସଂପୂର୍ଣ୍ଣ ଶରୀର ସେହି ପ୍ରଭୁଙ୍କ ହିଁ ଅଟେ, ସଂପୂର୍ଣ୍ଣ ଜଗତ ତାଙ୍କରି ହିଁ ଅଟେ
ਜਪਿ ਜਪਿ ਜੀਵੈ ਨਾਨਕ ਹਰਿ ਨਾਉ ॥੪॥ ହେ ନାନକ! ମୁଁ ହରିଙ୍କ ନାମ ଜପି ଜପି ବଞ୍ଚିଅଛି ॥4॥
ਨਾਮ ਕੇ ਧਾਰੇ ਸਗਲੇ ਜੰਤ ॥ ସବୁ ଜୀବ-ଜନ୍ତୁ ଈଶ୍ବରଙ୍କ ଆଶ୍ରାରେ ଅଛନ୍ତି
ਨਾਮ ਕੇ ਧਾਰੇ ਖੰਡ ਬ੍ਰਹਮੰਡ ॥ ଜାଗତର ସବୁ ଖଣ୍ଡ, ବ୍ରହ୍ମାଣ୍ଡ (ଭାଗ) ମଧ୍ୟ ପ୍ରଭୁ ଟେକି ରଖିଛନ୍ତି
ਨਾਮ ਕੇ ਧਾਰੇ ਸਿਮ੍ਰਿਤਿ ਬੇਦ ਪੁਰਾਨ ॥ ବେଦ, ପୁରାଣ, ସ୍ମୃତି ପ୍ରଭୁଙ୍କ ଆଧାରରେ ହିଁ ଅଛି
ਨਾਮ ਕੇ ਧਾਰੇ ਸੁਨਨ ਗਿਆਨ ਧਿਆਨ ॥ ନାମର ସାହାରା ଦ୍ଵାରା ପ୍ରାଣୀ ଜ୍ଞାନ ଏବଂ ମନନ ବିଷୟରେ ଶୁଣିଥାଏ।
ਨਾਮ ਕੇ ਧਾਰੇ ਆਗਾਸ ਪਾਤਾਲ ॥ ସବୁ ଆକାଶ-ପାତାଳ ପ୍ରଭୁ-ଅଶ୍ରାରେ ହିଁ ଅଛି।
ਨਾਮ ਕੇ ਧਾਰੇ ਸਗਲ ਆਕਾਰ ॥ ସାରା ଶରୀର ମଧ୍ୟ ପ୍ରଭୁଙ୍କ ଆଧାର ଉପରେ ଅଛି।
ਨਾਮ ਕੇ ਧਾਰੇ ਪੁਰੀਆ ਸਭ ਭਵਨ ॥ ତିନି ଭବନ ଓ ଚଉଦ ଲୋକ ଈଶ୍ବରଙ୍କ ଦ୍ଵାରା ଟେକି ହୋଇ ରହିଛି
ਨਾਮ ਕੈ ਸੰਗਿ ਉਧਰੇ ਸੁਨਿ ਸ੍ਰਵਨ ॥ ନାମର ସଙ୍ଗତି କରି ଏବଂ କାନରେ ଏହା ଶ୍ରବଣ କରି ମନୁଷ୍ୟ ପାର ହୋଇଯାଇଛି।
ਕਰਿ ਕਿਰਪਾ ਜਿਸੁ ਆਪਨੈ ਨਾਮਿ ਲਾਏ ॥ ଯାହାକୁ ଦୟା କରି ପ୍ରଭୁ ନିଜ ନାମରେ ଜୋଡନ୍ତି
ਨਾਨਕ ਚਉਥੇ ਪਦ ਮਹਿ ਸੋ ਜਨੁ ਗਤਿ ਪਾਏ ॥੫॥ ହେ ନାନକ! ସେହି ମନୁଷ୍ୟ (ମାୟାର ପ୍ରଭାବର ଉପରେ) ଚତୁର୍ଥ ସ୍ଥାନରେ ପହଞ୍ଚି ମୋକ୍ଷ ପ୍ରାପ୍ତ କରେ।
ਰੂਪੁ ਸਤਿ ਜਾ ਕਾ ਸਤਿ ਅਸਥਾਨੁ ॥ ଯେଉଁ ଭଗବାନଙ୍କ ରୂପ ସତ୍ୟ ଅଟେ, ତାହାଙ୍କ ନିବାସ ମଧ୍ୟ ସତ୍ୟ ଅଟେ।
ਪੁਰਖੁ ਸਤਿ ਕੇਵਲ ਪਰਧਾਨੁ ॥ କେବଳ ସେହି ସଦପୁରୁଷ ହିଁ ପ୍ରଧାନ ଅଟେ।
ਕਰਤੂਤਿ ਸਤਿ ਸਤਿ ਜਾ ਕੀ ਬਾਣੀ ॥ ତାହାଙ୍କ କର୍ତ୍ତବ୍ୟ ସତ୍ୟ ଅଟେ ଆଉ ତାହାଙ୍କ ବାଣୀ ମଧ୍ୟ ସତ୍ୟ ଅଟେ।
ਸਤਿ ਪੁਰਖ ਸਭ ਮਾਹਿ ਸਮਾਣੀ ॥ ସତ୍ୟସ୍ଵରୂପ ପ୍ରଭୁ ସବୁଙ୍କ ଠାରେ ରହିଥାନ୍ତି।
ਸਤਿ ਕਰਮੁ ਜਾ ਕੀ ਰਚਨਾ ਸਤਿ ॥ ତାହାଙ୍କ କର୍ମ ସତ୍ୟ ଅଟେ ଆଉ ତାହାଙ୍କ ସୃଷ୍ଟି ମଧ୍ୟ ସତ୍ୟ ଅଟେ।
ਮੂਲੁ ਸਤਿ ਸਤਿ ਉਤਪਤਿ ॥ ତାହାଙ୍କ ସତ୍ୟ ଅଟେ ଏବଂ ଯାହା କିଛି ତାଙ୍କ ଠାରୁ ଉତ୍ପନ୍ନ ହୋଇଥାଏ , ତାହା ମଧ୍ୟ ସତ୍ୟ ଅଟେ।
ਸਤਿ ਕਰਣੀ ਨਿਰਮਲ ਨਿਰਮਲੀ ॥ ତାହାଙ୍କ କାର୍ଯ୍ୟ ସତ୍ୟ ଅଟେ ଆଉ ପବିତ୍ର ଠାରୁ ଆହୁରି ପବିତ୍ର ଅଟେ।
ਜਿਸਹਿ ਬੁਝਾਏ ਤਿਸਹਿ ਸਭ ਭਲੀ ॥ ଭଗବାନ ଯାହାକୁ ବୁଝାଇଥାନ୍ତି, ତାହାକୁ ସବୁ ଭଲ ଲାଗିଥାଏ।
ਸਤਿ ਨਾਮੁ ਪ੍ਰਭ ਕਾ ਸੁਖਦਾਈ ॥ ପ୍ରଭୁଙ୍କ ସତ୍ୟନାମ ସୁଖ ଦିଏ।
ਬਿਸ੍ਵਾਸੁ ਸਤਿ ਨਾਨਕ ਗੁਰ ਤੇ ਪਾਈ ॥੬॥ ହେ ନାନକ! (ଜୀବକୁ) ଏହି ଅଟଳ ସତ୍ୟ ସତଗୁରୁଙ୍କ ଠାରୁ ମିଳେ।॥6॥
ਸਤਿ ਬਚਨ ਸਾਧੂ ਉਪਦੇਸ ॥ ସାଧୁଙ୍କ ଉପଦେଶ ସତ୍ୟ ବଚନ ଅଟେ।
ਸਤਿ ਤੇ ਜਨ ਜਾ ਕੈ ਰਿਦੈ ਪ੍ਰਵੇਸ ॥ ସେହି ପୁରୁଷ ସତ୍ୟ ଅଟେ, ଯାହାର ହୃଦୟରେ ସତ୍ୟ ପ୍ରବେଶ କରାଇଥାଏ
ਸਤਿ ਨਿਰਤਿ ਬੂਝੈ ਜੇ ਕੋਇ ॥ ଯଦି କୌଣସି ବ୍ୟକ୍ତି ସତ୍ୟକୁ ବୁଝି ପ୍ରେମ କରିଥାଏ,
ਨਾਮੁ ਜਪਤ ਤਾ ਕੀ ਗਤਿ ਹੋਇ ॥ ତାହାହେଲେ ନାମ ଜପିଲେ ତାହାର ଗତି ହୋଇଯାଏ।
ਆਪਿ ਸਤਿ ਕੀਆ ਸਭੁ ਸਤਿ ॥ ପଭୁ ସ୍ଵୟଂ ସତ୍ୟସ୍ଵରୂପ ଅଟନ୍ତି ଆଉ ସେ ଯାହା କରନ୍ତି ସବୁ ସତ୍ୟ ଅଟେ।
ਆਪੇ ਜਾਨੈ ਅਪਨੀ ਮਿਤਿ ਗਤਿ ॥ ସେ ସ୍ଵୟଂ ହିଁ ନିଜ ଅନୁମାନ ଏବଂ ଅବସ୍ଥାକୁ ଜାଣିଥାନ୍ତି।


© 2025 SGGS ONLINE
error: Content is protected !!
Scroll to Top