Guru Granth Sahib Translation Project

guru granth sahib odia page-264

Page 264

ਅਸਟਪਦੀ ॥ ଅଷ୍ଟପଦୀ॥
ਜਹ ਮਾਤ ਪਿਤਾ ਸੁਤ ਮੀਤ ਨ ਭਾਈ ॥ ଯେଉଁଠାରେ ମାତା, ପିତା, ପୁତ୍ର, ମିତ୍ର, ଭାଇ କେହି ସାଥି ବନେ ନାହିଁ,
ਮਨ ਊਹਾ ਨਾਮੁ ਤੇਰੈ ਸੰਗਿ ਸਹਾਈ ॥ ସେଠାରେ ହେ ମନ! ପ୍ରଭୁଙ୍କ ନାମ ତୋର ସହାୟତା କରିବାବାଲା ଅଟେ।
ਜਹ ਮਹਾ ਭਇਆਨ ਦੂਤ ਜਮ ਦਲੈ ॥ ଯେଉଁଠି ବଡ ଭୟାନକ ଯମଦୂତର ଦଳ ଅଛି
ਤਹ ਕੇਵਲ ਨਾਮੁ ਸੰਗਿ ਤੇਰੈ ਚਲੈ ॥ ସେଇଠି ତୋର ସାଥିରେ କେବଳ ପ୍ରଭୁଙ୍କ ନାମ ହିଁ ଯାଇଥାଏ।
ਜਹ ਮੁਸਕਲ ਹੋਵੈ ਅਤਿ ਭਾਰੀ ॥ ଯେଉଁଠି ଅଧିକ କଷ୍ଟ ହୋଇଥାଏ
ਹਰਿ ਕੋ ਨਾਮੁ ਖਿਨ ਮਾਹਿ ਉਧਾਰੀ ॥ ସେଇଠି ପ୍ରଭୁଙ୍କ ନାମ ପଲକ ମାତ୍ରକେ ବଞ୍ଚାଇ ଦିଏ।
ਅਨਿਕ ਪੁਨਹਚਰਨ ਕਰਤ ਨਹੀ ਤਰੈ ॥ ଅନେକ ଧାର୍ମିକ କାର୍ଯ୍ୟ କରି ମଧ୍ୟ ମନୁଷ୍ୟ ପାପରୁ ବଞ୍ଚେ ନାହିଁ,
ਹਰਿ ਕੋ ਨਾਮੁ ਕੋਟਿ ਪਾਪ ਪਰਹਰੈ ॥ ପ୍ରଭୁଙ୍କ ନାମ କୋଟି କୋଟି ପାପର ନାଶ କରିଦିଏ।
ਗੁਰਮੁਖਿ ਨਾਮੁ ਜਪਹੁ ਮਨ ਮੇਰੇ ॥ ହେ ମୋର ମନ! ଗୁରୁଙ୍କ ଶରଣ ପଡି ପ୍ରଭୁଙ୍କ ନାମ ଜପ।
ਨਾਨਕ ਪਾਵਹੁ ਸੂਖ ਘਨੇਰੇ ॥੧॥ ହେ ନାନକ! (ନାମର କୃପାରୁ)ଏପରି ବଡ ସୁଖ ପାଇବ। ॥1॥
ਸਗਲ ਸ੍ਰਿਸਟਿ ਕੋ ਰਾਜਾ ਦੁਖੀਆ ॥ ସାରା ଦୁନିଆର ରାଜା ହୋଇ ମଧ୍ୟ ଦୁଃଖୀ ରହିଥାଏ।
ਹਰਿ ਕਾ ਨਾਮੁ ਜਪਤ ਹੋਇ ਸੁਖੀਆ ॥ କିନ୍ତୁ ପ୍ରଭୁଙ୍କ ନାମ ଜପିଲେ ସୁଖୀ ହୋଇଯାଏ;
ਲਾਖ ਕਰੋਰੀ ਬੰਧੁ ਨ ਪਰੈ ॥ ମନୁଷ୍ୟ କୋଟି କୋଟି ବନ୍ଧନରେ ଫସିଥାଉ, କିନ୍ତୁ
ਹਰਿ ਕਾ ਨਾਮੁ ਜਪਤ ਨਿਸਤਰੈ ॥ ପ୍ରଭୁଙ୍କ ନାମ ଜପିଲେ ସେ ମୁକ୍ତ ହୋଇଯାଏ
ਅਨਿਕ ਮਾਇਆ ਰੰਗ ਤਿਖ ਨ ਬੁਝਾਵੈ ॥ ଧନ-ଦଉଲତର ଅତ୍ୟଧିକ ଖୁସି ମନୁଷ୍ୟର ତୃଷ୍ଣା ମେଣ୍ଟାଇ ପାରେ ନାହିଁ, କିନ୍ତୁ
ਹਰਿ ਕਾ ਨਾਮੁ ਜਪਤ ਆਘਾਵੈ ॥ ଈଶ୍ବରଙ୍କ ନାମ ସ୍ମରଣ କରିଲେ ସେ ତୃପ୍ତ ହୋଇଯାଏ
ਜਿਹ ਮਾਰਗਿ ਇਹੁ ਜਾਤ ਇਕੇਲਾ ॥ ଯେଉଁ (ଯମ) ମାର୍ଗରେ ପ୍ରାଣୀ ଏକା ଯାଏ,
ਤਹ ਹਰਿ ਨਾਮੁ ਸੰਗਿ ਹੋਤ ਸੁਹੇਲਾ ॥ ସେଠାରେ ଈଶ୍ବରଙ୍କ ନାମ ସୁଖଦାୟକ ହୋଇଥାଏ
ਐਸਾ ਨਾਮੁ ਮਨ ਸਦਾ ਧਿਆਈਐ ॥ ହେ ମୋର ମନ! ଏପରି ନାମ ସଦା ସ୍ମରଣ କର,
ਨਾਨਕ ਗੁਰਮੁਖਿ ਪਰਮ ਗਤਿ ਪਾਈਐ ॥੨॥ ହେ ନାନକ! ଗୁରୁଙ୍କ ଶରଣରେ ନାମ-ସ୍ମରଣ କରିଲେ ପରମ ଗତି ପ୍ରାପ୍ତ ହୋଇଯାଏ 2
ਛੂਟਤ ਨਹੀ ਕੋਟਿ ਲਖ ਬਾਹੀ ॥ ଯେଉଁଠି କୋଟି କୋଟି ଭାଇ ଥାଇ ମଧ୍ୟ ମନୁଷ୍ୟର ମୁକ୍ତି ହୋଇପାରେ ନାହିଁ,
ਨਾਮੁ ਜਪਤ ਤਹ ਪਾਰਿ ਪਰਾਹੀ ॥ ସେଠାରେ ନାମ ସ୍ମରଣ କରିଲେ ମନୁଷ୍ୟ ଉଦ୍ଧାର ହୋଇଯାଏ
ਅਨਿਕ ਬਿਘਨ ਜਹ ਆਇ ਸੰਘਾਰੈ ॥ ଯେଉଁଠି ଅନେକ ବିଘ୍ନ ଆସି ମନୁଷ୍ୟକୁ ନଷ୍ଟ କରିଥାଏ,
ਹਰਿ ਕਾ ਨਾਮੁ ਤਤਕਾਲ ਉਧਾਰੈ ॥ ସେଇଠି ପ୍ରଭୁଙ୍କ ନାମ ତତ୍କାଳ ତାହାର ରକ୍ଷା କରିଥାଏ
ਅਨਿਕ ਜੋਨਿ ਜਨਮੈ ਮਰਿ ਜਾਮ ॥ ଯେଉଁ ବ୍ୟକ୍ତି ଅନେକ ଯୋନିରେ ଜନ୍ମ ହୋଇ ମରିଥାଏ,
ਨਾਮੁ ਜਪਤ ਪਾਵੈ ਬਿਸ੍ਰਾਮ ॥ ସେଠାରେ ପ୍ରଭୁଙ୍କ ନାମ ଜପ କରିଲେ ସୁଖ ପ୍ରାପ୍ତ କରିନିଏ
ਹਉ ਮੈਲਾ ਮਲੁ ਕਬਹੁ ਨ ਧੋਵੈ ॥ ଅହଂକାରରେ ମଇଳା ହୋଇଥିବା ପ୍ରାଣୀ କେବେ ମଧ୍ୟ ମଇଳା ଧୋଇପାରେ ନାହିଁ,
ਹਰਿ ਕਾ ਨਾਮੁ ਕੋਟਿ ਪਾਪ ਖੋਵੈ ॥ ପରନ୍ତୁ, ଈଶ୍ବରଙ୍କ ନାମ କୋଟି କୋଟି ପାପକୁ ନାଶ କରିଦିଏ
ਐਸਾ ਨਾਮੁ ਜਪਹੁ ਮਨ ਰੰਗਿ ॥ ହେ ମୋର ମନ! ଈଶ୍ଵରଙ୍କ ଏପରି ନାମକୁ ପ୍ରେମ ପୂର୍ବକ ସ୍ମରଣ କର
ਨਾਨਕ ਪਾਈਐ ਸਾਧ ਕੈ ਸੰਗਿ ॥੩॥ ହେ ନାନକ! ଈଶ୍ବରଙ୍କ ନାମ ସନ୍ଥଙ୍କ ସଙ୍ଗତିରେ ପ୍ରାପ୍ତ ହୋଇଥାଏ 3
ਜਿਹ ਮਾਰਗ ਕੇ ਗਨੇ ਜਾਹਿ ਨ ਕੋਸਾ ॥ ଯେଉଁ ଜୀବନ ରୂପୀ ମାର୍ଗର ଦୂରତା ଗଣା ଯାଇପାରିବ ନାହିଁ,
ਹਰਿ ਕਾ ਨਾਮੁ ਊਹਾ ਸੰਗਿ ਤੋਸਾ ॥ ଈଶ୍ବରଙ୍କ ନାମ ସେଇଠି ତୋର ପୁଞ୍ଜି ହେବ
ਜਿਹ ਪੈਡੈ ਮਹਾ ਅੰਧ ਗੁਬਾਰਾ ॥ ଯେଉଁ ମାର୍ଗରେ ଘୋର ଅନ୍ଧକାର ଅଛି,
ਹਰਿ ਕਾ ਨਾਮੁ ਸੰਗਿ ਉਜੀਆਰਾ ॥ ସେଇଠି ଈଶ୍ବରଙ୍କ ନାମ ତୋ’ ସାଥିରେ ପ୍ରକାଶ ହେବ
ਜਹਾ ਪੰਥਿ ਤੇਰਾ ਕੋ ਨ ਸਿਞਾਨੂ ॥ ଯେଉଁ ମାର୍ଗରେ ତୋତେ କେହି ଜାଣନ୍ତି ନାହିଁ,
ਹਰਿ ਕਾ ਨਾਮੁ ਤਹ ਨਾਲਿ ਪਛਾਨੂ ॥ ସେଇଠି ଈଶ୍ବରଙ୍କ ନାମ ତୋର ସାଥିରେ ଜାଣିବା ବାଲା ହେବ
ਜਹ ਮਹਾ ਭਇਆਨ ਤਪਤਿ ਬਹੁ ਘਾਮ ॥ ଯେଉଁଠି ଅତ୍ୟଧିକ ଭୟାନକ ଗରମ ଓ ଅତ୍ୟଧିକ ଖରା ଥାଏ,
ਤਹ ਹਰਿ ਕੇ ਨਾਮ ਕੀ ਤੁਮ ਊਪਰਿ ਛਾਮ ॥ ସେଠାରେ ଈଶ୍ବରଙ୍କ ନାମ ତୋର ଛାଇ ହେବ
ਜਹਾ ਤ੍ਰਿਖਾ ਮਨ ਤੁਝੁ ਆਕਰਖੈ ॥ ହେ ପ୍ରାଣୀ! ଯେଉଁଠି ମାୟାର ତୃଷ୍ଣା ତୋତେ ଝିକିଥାଏ,
ਤਹ ਨਾਨਕ ਹਰਿ ਹਰਿ ਅੰਮ੍ਰਿਤੁ ਬਰਖੈ ॥੪॥ ସେଠାରେ ହେ ନାନକ! ଈଶ୍ବରଙ୍କ ନାମର ଅମୃତର ବର୍ଷା ହୋଇଥାଏ 4
ਭਗਤ ਜਨਾ ਕੀ ਬਰਤਨਿ ਨਾਮੁ ॥ ଈଶ୍ବରଙ୍କ ନାମ ଭକ୍ତଜନଙ୍କ ପାଇଁ ବ୍ୟାବାହାରିକ ସାମଗ୍ରୀ ଅଟେ
ਸੰਤ ਜਨਾ ਕੈ ਮਨਿ ਬਿਸ੍ਰਾਮੁ ॥ ଈଶ୍ବରଙ୍କ ନାମ ସନ୍ଥଜନଙ୍କ ମନକୁ ସୁଖ ବିଶ୍ରାମ ଦେଇଥାଏ
ਹਰਿ ਕਾ ਨਾਮੁ ਦਾਸ ਕੀ ਓਟ ॥ ଈଶ୍ବରଙ୍କ ନାମ ତାହାଙ୍କ ସେବକର ସାହାରା ଅଟେ
ਹਰਿ ਕੈ ਨਾਮਿ ਉਧਰੇ ਜਨ ਕੋਟਿ ॥ ଈଶ୍ବରଙ୍କ ନାମ ଦ୍ଵାରା କୋଟି କୋଟି ପ୍ରାଣୀଙ୍କ କଲ୍ୟାଣ ହୋଇଛି
ਹਰਿ ਜਸੁ ਕਰਤ ਸੰਤ ਦਿਨੁ ਰਾਤਿ ॥ ସନ୍ଥଜନ ଦିନରାତି ହରିଙ୍କ ଯଶୋଗାନ କରିଥାନ୍ତି
ਹਰਿ ਹਰਿ ਅਉਖਧੁ ਸਾਧ ਕਮਾਤਿ ॥ ସନ୍ଥ ହରି-ପରମେଶ୍ଵରଙ୍କ ନାମକୁ ନିଜ ଔଷଧ ରୂପେ ଉପଯୋଗ କରିଥାଏ
ਹਰਿ ਜਨ ਕੈ ਹਰਿ ਨਾਮੁ ਨਿਧਾਨੁ ॥ ଈଶ୍ବରଙ୍କ ନାମ ଈଶ୍ଵରଙ୍କ ସେବକଙ୍କ ଖଜଣା ଅଟେ
ਪਾਰਬ੍ਰਹਮਿ ਜਨ ਕੀਨੋ ਦਾਨ ॥ ପରଂବ୍ରହ୍ମ ତାହାକୁ ଏହି ଦାନ ଦେଇଛନ୍ତି
ਮਨ ਤਨ ਰੰਗਿ ਰਤੇ ਰੰਗ ਏਕੈ ॥ ଯିଏ ମନ ଓ ତନରେ ଈଶ୍ଵରଙ୍କ ପ୍ରେମରେ ରଙ୍ଗୀନ ହୋଇଥାଏ,
ਨਾਨਕ ਜਨ ਕੈ ਬਿਰਤਿ ਬਿਬੇਕੈ ॥੫॥ ହେ ନାନକ! ସେହି ଦାସର ବୃତ୍ତି ଜ୍ଞାନ ବାଲା ହୋଇଥାଏ 5
ਹਰਿ ਕਾ ਨਾਮੁ ਜਨ ਕਉ ਮੁਕਤਿ ਜੁਗਤਿ ॥ ଭଗବାନଙ୍କ ନାମ ହିଁ ଭକ୍ତ ପାଇଁ ମୁକ୍ତିର ସାଧନ ଅଟେ
ਹਰਿ ਕੈ ਨਾਮਿ ਜਨ ਕਉ ਤ੍ਰਿਪਤਿ ਭੁਗਤਿ ॥ ଭଗବାନଙ୍କ ଭକ୍ତ ତାହାର ନାମ-ଭୋଜନରେ ତୃପ୍ତ ହୋଇଯାଏ
ਹਰਿ ਕਾ ਨਾਮੁ ਜਨ ਕਾ ਰੂਪ ਰੰਗੁ ॥ ଭଗବାନଙ୍କ ନାମ ତାହାଙ୍କ ଭକ୍ତର ସୌନ୍ଦର୍ଯ୍ୟ ଏବଂ ହର୍ଷ ଅଟେ
ਹਰਿ ਨਾਮੁ ਜਪਤ ਕਬ ਪਰੈ ਨ ਭੰਗੁ ॥ ଭଗବାନଙ୍କ ନାମ ଜପ କରିଲେ ମନୁଷ୍ୟକୁ କେବେ ବାଧା ପଡେ ନାହିଁ
ਹਰਿ ਕਾ ਨਾਮੁ ਜਨ ਕੀ ਵਡਿਆਈ ॥ ଭଗବାନଙ୍କ ନାମ ତାହାଙ୍କ ଭକ୍ତର ମାନ-ପ୍ରତିଷ୍ଠା ଅଟେ
ਹਰਿ ਕੈ ਨਾਮਿ ਜਨ ਸੋਭਾ ਪਾਈ ॥ ଭଗବାନଙ୍କ ନାମ ଦ୍ଵାରା ତାହାଙ୍କ ଭକ୍ତକୁ ଦୁନିଆରେ ଶୋଭା ପ୍ରାପ୍ତ ହୋ ଇଥାଏ


© 2025 SGGS ONLINE
error: Content is protected !!
Scroll to Top