Guru Granth Sahib Translation Project

guru granth sahib odia page-261

Page 261

ਓਰੈ ਕਛੂ ਨ ਕਿਨਹੂ ਕੀਆ ॥ ଏଠାରେ (ଇହଲୋକରେ) କେହି ମଧ୍ୟ କିଛି ସ୍ଵୟଂ ସଂପୂର୍ଣ୍ଣ କରିନାହାନ୍ତି।
ਨਾਨਕ ਸਭੁ ਕਛੁ ਪ੍ਰਭ ਤੇ ਹੂਆ ॥੫੧॥ ହେ ନାନକ! ପ୍ରଭୁ ହିଁ ଏହି ସୃଷ୍ଟି ରଚନା କରିଛନ୍ତି ॥51॥
ਸਲੋਕੁ ॥ ଶ୍ଳୋକ॥
ਲੇਖੈ ਕਤਹਿ ਨ ਛੂਟੀਐ ਖਿਨੁ ਖਿਨੁ ਭੂਲਨਹਾਰ ॥ ହେ ନାନକ! ଯଦି ଆମେ ଜୀବଙ୍କ କର୍ମ ହିସାବ କରିବା, ତାହାହେଲେ ମୁକ୍ତି ମିଳିପାରିବ ନାହିଁ, କାରଣ, ଆମେ ପ୍ରତି ସମୟରେ ଭୁଲ ହିଁ କରୁଅଛୁ।
ਬਖਸਨਹਾਰ ਬਖਸਿ ਲੈ ਨਾਨਕ ਪਾਰਿ ਉਤਾਰ ॥੧॥ ହେ କ୍ଷମାଶୀଳ ଇଶ୍ଵର! ତୁମେ ସ୍ଵୟଂ ହିଁ ଆମର ଭୁଲ କ୍ଷମା କରି ଆମକୁ ଭବସାଗରରୁ ପାର କରାଅ। ॥1॥
ਪਉੜੀ ॥ ପଉଡି॥
ਲੂਣ ਹਰਾਮੀ ਗੁਨਹਗਾਰ ਬੇਗਾਨਾ ਅਲਪ ਮਤਿ ॥ ମୂର୍ଖ ଏବଂ ଅଳ୍ପବୁଦ୍ଧି ବାଲା ଜୀବ ନମକହାରାମ ଏବଂ ଦୋଷୀ ଅଟେ।
ਜੀਉ ਪਿੰਡੁ ਜਿਨਿ ਸੁਖ ਦੀਏ ਤਾਹਿ ਨ ਜਾਨਤ ਤਤ ॥ ଯେଉଁ ପ୍ରଭୁ ତାହାକୁ ଏହି ଆତ୍ମା, ଶରୀର ଏବଂ ସୁଖ ପ୍ରଦାନ କରିଛନ୍ତି, ତାହାଙ୍କ ପାଖରେ ସେ ଅପରିଚିତ ହୋଇ ରହିଥାନ୍ତି, ତାହାଙ୍କୁ ଚିହ୍ନି ପାରେ ନାହିଁ।
ਲਾਹਾ ਮਾਇਆ ਕਾਰਨੇ ਦਹ ਦਿਸਿ ਢੂਢਨ ਜਾਇ ॥ ମାୟା ପାଇଁ, ସେ ଦଶଦିଗକୁ ଖୋଜିବାକୁ ଯାଇଥାଏ
ਦੇਵਨਹਾਰ ਦਾਤਾਰ ਪ੍ਰਭ ਨਿਮਖ ਨ ਮਨਹਿ ਬਸਾਇ ॥ କିନ୍ତୁ, ସବୁକିଛି ଦେଇଥିବା ଡାଟା-ପ୍ରଭୁଙ୍କୁ ଏଲ କ୍ଷଣ ପାଇଁ ମଧ୍ୟ ହୃଦୟରେ ବସାଏ ନାହିଁ।
ਲਾਲਚ ਝੂਠ ਬਿਕਾਰ ਮੋਹ ਇਆ ਸੰਪੈ ਮਨ ਮਾਹਿ ॥ ଲୋଭ, ମିଥ୍ୟା, ବିକାର ଏବଂ ସାଂସାରିକ ମୋହକୁ ସେ ନିଜ ହୃଦୟରେ ଏକତ୍ର କରିଥାଏ।
ਲੰਪਟ ਚੋਰ ਨਿੰਦਕ ਮਹਾ ਤਿਨਹੂ ਸੰਗਿ ਬਿਹਾਇ ॥ ଯିଏ ତସ୍କର ଏବଂ ନିନ୍ଦୁକ ଅଟେ, ତାହା ସାଥିରେ ସେ ନିଜ ଜୀବନ ବିତାଇ ଥାଏ।
ਤੁਧੁ ਭਾਵੈ ਤਾ ਬਖਸਿ ਲੈਹਿ ਖੋਟੇ ਸੰਗਿ ਖਰੇ ॥ ହେ ପରମାତ୍ମା! ଯଦି ତୋତେ ଉପଯୁକ୍ତ ଲାଗିଥାଏ, ତାହାହେଲେ ତୁମେ ସ୍ଵୟଂ ହିଁ ଭଲଲୋକଙ୍କ ସଙ୍ଗତିରେ ରଖି ତାହାକୁ କ୍ଷମା କରିଦେଇଥାଅ।
ਨਾਨਕ ਭਾਵੈ ਪਾਰਬ੍ਰਹਮ ਪਾਹਨ ਨੀਰਿ ਤਰੇ ॥੫੨॥ ହେ ନାନକ! ଯଦି ପରଂବ୍ରହ୍ମ ପ୍ରଭୁଙ୍କୁ ଉପଯୁକ୍ତ ଲାଗିଥାଏ, ତାହାହେଲେ ପଥର ମଧ୍ୟ ଜଳରେ ପାର ହୋଇଯାଏ ॥52॥
ਸਲੋਕੁ ॥ ଶ୍ଳୋକ॥
ਖਾਤ ਪੀਤ ਖੇਲਤ ਹਸਤ ਭਰਮੇ ਜਨਮ ਅਨੇਕ ॥ ନାନକ କହନ୍ତି ଯେ ହେ ଇଶ୍ଵର! ଆମେ, ପ୍ରାଣୀ, ମାୟା ସମ୍ବନ୍ଧିତ ପଦାର୍ଥ ଖାଉଛୁ, ପିଉଛୁ ଏବଂ ମାୟାର ବିଳାସରେ ହସି-ଖେଳି କେତେ ଯୋନୋରେ ବୁଲୁଅଛୁ।
ਭਵਜਲ ਤੇ ਕਾਢਹੁ ਪ੍ਰਭੂ ਨਾਨਕ ਤੇਰੀ ਟੇਕ ॥੧॥ ହେ ପ୍ରଭୁ! ଆମକୁ ଭବସାଗରରୁ ବାହାରକୁ କାଢ, ଆମକୁ ତୋର ହିଁ ସାହାରା ଅଛି ॥1॥
ਪਉੜੀ ॥ ପଉଡି॥
ਖੇਲਤ ਖੇਲਤ ਆਇਓ ਅਨਿਕ ਜੋਨਿ ਦੁਖ ਪਾਇ ॥ ଜୀବ ମାୟାର ବିଳାସରେ ମନ ଲଗାଇଥାଏ, ଅଗଣିତ ଯୋନିରେ ବୁଲୁଥାଏ, ଦୁଃଖ ସହ୍ୟ କରିଥାଏ।
ਖੇਦ ਮਿਟੇ ਸਾਧੂ ਮਿਲਤ ਸਤਿਗੁਰ ਬਚਨ ਸਮਾਇ ॥ ସନ୍ଥଙ୍କୁ ମିଳନ ଏବଂ ସଦଗୁରୁଙ୍କ ଉପଦେଶରେ ଲୀନ ହେଲେ ଦୁଃଖ-କ୍ଲେଶ ନଷ୍ଟ ହୋଇଯାଏ।
ਖਿਮਾ ਗਹੀ ਸਚੁ ਸੰਚਿਓ ਖਾਇਓ ਅੰਮ੍ਰਿਤੁ ਨਾਮ ॥ ସହନଶୀଳତାକୁ ଧାରଣ କରି ଆଉ ସତ୍ୟକୁ ଏକତ୍ର କରିଲେ ମନୁଷ୍ୟ ନାମ ରୂପୀ ଅମୃତର ସେବନ କରିଥାଏ।
ਖਰੀ ਕ੍ਰਿਪਾ ਠਾਕੁਰ ਭਈ ਅਨਦ ਸੂਖ ਬਿਸ੍ਰਾਮ ॥ ଯେତେବେଳେ ପ୍ରଭୁ ନିଜେ କୃପା କରିଥାନ୍ତି, ସେତେବେଳେ ଆମକୁ ଆନନ୍ଦ ଏବଂ ପ୍ରସନ୍ନତାରେ ସୁଖର ନିବାସ ମିଳିଥାଏ।
ਖੇਪ ਨਿਬਾਹੀ ਬਹੁਤੁ ਲਾਭ ਘਰਿ ਆਏ ਪਤਿਵੰਤ ॥ ଯେଉଁ ପୁରୁଷ (ଗୁରୁଜୀଙ୍କ ଠାରୁ ବିଧି ଶିଖି ଗୁଣସ୍ତୁତିର) ବ୍ୟାପାରରେ ଜୀବନ ଅତିବାହିତ କରିଥାଏ, ସେ ଲାଭ ପ୍ରାପ୍ତ କରିଥାଏ, ଆଉ ସେ (ଦ୍ଵିଧାରୁ ବଞ୍ଚି) ଆଦର ସତ୍କାର ପାଇଥାଏ।
ਖਰਾ ਦਿਲਾਸਾ ਗੁਰਿ ਦੀਆ ਆਇ ਮਿਲੇ ਭਗਵੰਤ ॥ ଗୁରୁ ତାହାକୁ ଅଧିକ ଧୈର୍ଯ୍ୟ ପ୍ରଦାନ କରିଛନ୍ତି ଆଉ ସେ ଭଗବାନଙ୍କ ଚରଣରେ ମିଳିଥାଏ।
ਆਪਨ ਕੀਆ ਕਰਹਿ ਆਪਿ ਆਗੈ ਪਾਛੈ ਆਪਿ ॥ ହେ ଇଶ୍ଵର! ଏହି ସବୁ ଲୀଳା ତୁମେ ହିଁ ରଚନା କରିଅଛ, ଏବେ ମଧ୍ୟ ତୁମେ ସ୍ଵୟଂ ହିଁ ସବୁକିଛି କରୁଅଛ, ଲୋକ-ପରଲୋକରେ ପ୍ରାଣୀର ରକ୍ଷକ ତୁମେ ସ୍ଵୟଂ ହିଁ ଅଟ।
ਨਾਨਕ ਸੋਊ ਸਰਾਹੀਐ ਜਿ ਘਟਿ ਘਟਿ ਰਹਿਆ ਬਿਆਪਿ ॥੫੩॥ ହେ ନାନକ! କେବଳ ସେହି ଭଗବାନଙ୍କ ମହିମା ସ୍ତୁତି କର, ଯିଏ ପ୍ରତ୍ୟେକ ହୃଦୟରେ ରହିଥାନ୍ତି ॥53॥
ਸਲੋਕੁ ॥ ଶ୍ଳୋକ॥
ਆਏ ਪ੍ਰਭ ਸਰਨਾਗਤੀ ਕਿਰਪਾ ਨਿਧਿ ਦਇਆਲ ॥ ହେ କୃପାର ଭଣ୍ଡାର, ହେ ଦୟାର ଘର ପ୍ରଭୁ! ଆମେ, ଜୀବ, ତୁମର ହିଁ ଶରଣରେ ଆସିଛୁ।
ਏਕ ਅਖਰੁ ਹਰਿ ਮਨਿ ਬਸਤ ਨਾਨਕ ਹੋਤ ਨਿਹਾਲ ॥੧॥ ହେ ନାନକ! ଯେଉଁ ବ୍ଯକ୍ତିର ଅନ୍ତଃ ମନରେ ଏକ ଅନଶ୍ଵର ପରମାତ୍ମା ମହଜୁଦ ଅଛନ୍ତି, ସେ କୃତାର୍ଥ ହୋଇଯାଏ ॥1॥
ਪਉੜੀ ॥ ପଉଡି॥
ਅਖਰ ਮਹਿ ਤ੍ਰਿਭਵਨ ਪ੍ਰਭਿ ਧਾਰੇ ॥ ତିନି ଲୋକର ରଚନା ଇଶ୍ଵର ନିଜ ହୁକୁମରେ କରିଛନ୍ତି।
ਅਖਰ ਕਰਿ ਕਰਿ ਬੇਦ ਬੀਚਾਰੇ ॥ ଈଶ୍ବରଙ୍କ ହୁକୁମ ଅନୁସାରେ ବେଦ ରଚାଯାଇଛି ଆଉ ଅଧ୍ୟୟନ କରାଯାଇଛି।
ਅਖਰ ਸਾਸਤ੍ਰ ਸਿੰਮ੍ਰਿਤਿ ਪੁਰਾਨਾ ॥ ସମସ୍ତ ଶାସ୍ତ୍ର, ସ୍ମୃତି ଏବଂ ପୁରାଣ ଭଗବାନଙ୍କ ହୁକୁମର ପ୍ରକଟ ରୂପ ଅଟେ।
ਅਖਰ ਨਾਦ ਕਥਨ ਵਖ੍ਯ੍ਯਾਨਾ ॥ ଏହି ପୂରଣ, ଶାସ୍ତ୍ର ଏବଂ ସ୍ମୃତିର ଭଜନ, କଥନ ଏବଂ ବ୍ୟାଖ୍ୟା ମଧ୍ୟ ଭଗବାନଙ୍କ ହୁକୁମରେ ହିଁ ପ୍ରକାଶ ହୋଇଛି।
ਅਖਰ ਮੁਕਤਿ ਜੁਗਤਿ ਭੈ ਭਰਮਾ ॥ ସଂସାରର ଭୟ ଏବଂ ଦ୍ଵିଧାରୁ ମୁକ୍ତି ପାଇବା ମଧ୍ୟ ଭଗବାନଙ୍କ ହୁକୁମର ପ୍ରକାଶ ଅଟେ।
ਅਖਰ ਕਰਮ ਕਿਰਤਿ ਸੁਚ ਧਰਮਾ ॥ ଧାର୍ମିକ ସଂସ୍କାର, ସାଂସାରିକ କର୍ମ, ପବିତ୍ରତା ଏବଂ ଧର୍ମର ବର୍ଣ୍ଣନା ମଧ୍ୟ ଭଗବାନଙ୍କ ହୁକୁମ ଅଟେ।
ਦ੍ਰਿਸਟਿਮਾਨ ਅਖਰ ਹੈ ਜੇਤਾ ॥ ହେ ନାନକ! ଯେତେ ମଧ୍ୟ ଏହି ଦୃଷ୍ଟିଗୋଚର ଜଗତ ଅଛି,
ਨਾਨਕ ਪਾਰਬ੍ਰਹਮ ਨਿਰਲੇਪਾ ॥੫੪॥ ଏଥିରେ ଭଗବାନଙ୍କ ହୁକୁମ ସକ୍ରିୟ ଅଟେ, ତଥାପି, ପରଂବ୍ରହ୍ମ ପ୍ରଭୁ ନିର୍ଲିପ୍ତ ଥାଆନ୍ତି ॥54॥
ਸਲੋਕੁ ॥ ଶ୍ଳୋକ॥
ਹਥਿ ਕਲੰਮ ਅਗੰਮ ਮਸਤਕਿ ਲਿਖਾਵਤੀ ॥ ସେହି ଅଗମ୍ୟ ଈଶ୍ବରଙ୍କ ହାତରେ (ହୁକୁମ-ରୂପୀ) କଲମ ଅଛି, ସେ ସମସ୍ତଙ୍କ କପାଳରେ କର୍ମ ଅନୁସାରେ ଭାଗ୍ୟ ଲେଖିଥାନ୍ତି।
ਉਰਝਿ ਰਹਿਓ ਸਭ ਸੰਗਿ ਅਨੂਪ ਰੂਪਾਵਤੀ ॥ ଅନୂପ ସୁନ୍ଦରତା ବାଲା ପ୍ରଭୁ ସମସ୍ତ ପ୍ରାଣୀଙ୍କ ସାଥିରେ ମିଶି ରହିଛନ୍ତି।
ਉਸਤਤਿ ਕਹਨੁ ਨ ਜਾਇ ਮੁਖਹੁ ਤੁਹਾਰੀਆ ॥ ନାନକ କହନ୍ତି ଯେ ହେ ପ୍ରଭୁ! ତୋର ମହିମା ମୁଁ ବ୍ୟକ୍ତ କରିପାରୁ ନାହିଁ
ਮੋਹੀ ਦੇਖਿ ਦਰਸੁ ਨਾਨਕ ਬਲਿਹਾਰੀਆ ॥੧॥ ତୋର ଦର୍ଶନ କରି ମୁଁ ମୁଗ୍ଧ ହୋଇଯାଇଛି ଆଉ ତୋ ପାଖରେ ନିଜକୁ ଅର୍ପଣ କରିଛି ॥1॥
ਪਉੜੀ ॥ ପଉଡି॥
ਹੇ ਅਚੁਤ ਹੇ ਪਾਰਬ੍ਰਹਮ ਅਬਿਨਾਸੀ ਅਘਨਾਸ ॥ ନାନକ କହନ୍ତି ଯେ ହେ ଅଚ୍ୟୁତ! ହେ ପରଂବ୍ରହ୍ମ! ହେ ଅବିନାଶୀ! ହେ ପାପନାଶକ!
ਹੇ ਪੂਰਨ ਹੇ ਸਰਬ ਮੈ ਦੁਖ ਭੰਜਨ ਗੁਣਤਾਸ ॥ ହେ ସର୍ବବ୍ୟାପକ! ହେ ଦୁଃଖନାଶକ! ହେ ଗୁଣର ଭଣ୍ଡାର!
ਹੇ ਸੰਗੀ ਹੇ ਨਿਰੰਕਾਰ ਹੇ ਨਿਰਗੁਣ ਸਭ ਟੇਕ ॥ ହେ ନିରଙ୍କାର ପ୍ରଭୁ! ହେ ନିର୍ଗୁଣ! ହେ ସମସ୍ତ ପ୍ରାଣୀଙ୍କ ସାହାରା!
ਹੇ ਗੋਬਿਦ ਹੇ ਗੁਣ ਨਿਧਾਨ ਜਾ ਕੈ ਸਦਾ ਬਿਬੇਕ ॥ ହେ ଗୋବିନ୍ଦ! ହେ ଗୁଣର ଖଜଣା! ତୋର ପାଖରେ ସର୍ବଦା ବିବେକ ଅଛି।
ਹੇ ਅਪਰੰਪਰ ਹਰਿ ਹਰੇ ਹਹਿ ਭੀ ਹੋਵਨਹਾਰ ॥ ହେ ଅପର ପ୍ରଭୁ! ତୁମେ ଏବେ ମଧ୍ୟ ମହଜୁଦ ଅଛ, ତୁମେ ସଦା ସତ୍ୟସ୍ଵରୂପ ଅଟ।
ਹੇ ਸੰਤਹ ਕੈ ਸਦਾ ਸੰਗਿ ਨਿਧਾਰਾ ਆਧਾਰ ॥ ହେ ସନ୍ଥଙ୍କ ସଦା ସହାୟକ! ତୁ ହିଁ ନିରାଶ୍ରୟକୁ ଆଶ୍ରୟ ଦେଉଛୁ।
ਹੇ ਠਾਕੁਰ ਹਉ ਦਾਸਰੋ ਮੈ ਨਿਰਗੁਨ ਗੁਨੁ ਨਹੀ ਕੋਇ ॥ ହେ ଠାକୁର! ମୁଁ ତୋର ଛୋଟିଆ ସେବକ ଅଟେ, ମୁଁ ଗୁଣବିହୀନ ଅଟେ, ମୋ’ ପାଖରେ କୌଣସି ଗୁଣ ମହଜୁଦ ନାହିଁ।


© 2017 SGGS ONLINE
Scroll to Top