Guru Granth Sahib Translation Project

guru granth sahib odia page-252

Page 252

ਪਉੜੀ ॥ ପଉଡି॥
ਰੇ ਮਨ ਬਿਨੁ ਹਰਿ ਜਹ ਰਚਹੁ ਤਹ ਤਹ ਬੰਧਨ ਪਾਹਿ ॥ ହେ ମୋର ମନ! ପରମେଶ୍ଵରଙ୍କ ବିନା ଅନ୍ୟ କିଛି ମୋହରେ ତୁ ଯଦି ପ୍ରବୃତ୍ତ ହୋଇଥାଉ, ସେହି ବନ୍ଧନ ହିଁ ତୋତେ ଜାବୁଡି ଧରିଥାଏ।
ਜਿਹ ਬਿਧਿ ਕਤਹੂ ਨ ਛੂਟੀਐ ਸਾਕਤ ਤੇਊ ਕਮਾਹਿ ॥ ଶାକ୍ତ ମନୁଷ୍ୟ ସେହି କର୍ମ କରିଥାଏ, ଯାହା ଠାରୁ ତାହାକୁ କେବେ ମୁକ୍ତି ମିଳେନାହିଁ।
ਹਉ ਹਉ ਕਰਤੇ ਕਰਮ ਰਤ ਤਾ ਕੋ ਭਾਰੁ ਅਫਾਰ ॥ କର୍ମ ପ୍ରେମୀ ନିଜ ଶୁଭ ଅଶୁଭ କର୍ମର ଅହଂକାର କରିଥାଏ, ସେହି ଅହଙ୍କାରର ଅସହ୍ୟ ବୋଝ ତାହାକୁ ହିଁ ସହିବାକୁ ପଡିଥାଏ।
ਪ੍ਰੀਤਿ ਨਹੀ ਜਉ ਨਾਮ ਸਿਉ ਤਉ ਏਊ ਕਰਮ ਬਿਕਾਰ ॥ ଯେତେବେଳେ ପ୍ରଭୁଙ୍କ ନାମ ସହିତ ପ୍ରେମ ନଥାଏ ସେତେବେଳେ ଏହି କର୍ମ ବିକାରରେ ଭରି ରହିଥାଏ।
ਬਾਧੇ ਜਮ ਕੀ ਜੇਵਰੀ ਮੀਠੀ ਮਾਇਆ ਰੰਗ ॥ ଯିଏ ମଧୁର ମାୟା ସହିତ ପ୍ରେମ କରିଥାଏ, ସେ ମୃତ୍ୟୁର ଫାଶିରେ ଫସିଥାଏ।
ਭ੍ਰਮ ਕੇ ਮੋਹੇ ਨਹ ਬੁਝਹਿ ਸੋ ਪ੍ਰਭੁ ਸਦਹੂ ਸੰਗ ॥ ଦ୍ଵିଧାରେ ଫସିଥିବା ପ୍ରାଣୀ ବୁଝେ ନାହିଁ ଯେ ଇଶ୍ଵର ସର୍ବଦା ତାହାର ସାଥିରେ ଅଛନ୍ତି।
ਲੇਖੈ ਗਣਤ ਨ ਛੂਟੀਐ ਕਾਚੀ ਭੀਤਿ ਨ ਸੁਧਿ ॥ ଯେତେବେଳେ ତାହାର କୁକର୍ମର ଲେଖାଯୋଖା କରାଯାଏ, ତାହାକୁ ମୁକ୍ତି ମିଳେନାହିଁ, କଚ୍ଚା କାନ୍ଥ କେବେ ସଫା ହୋଇପାରେ ନାହିଁ।
ਜਿਸਹਿ ਬੁਝਾਏ ਨਾਨਕਾ ਤਿਹ ਗੁਰਮੁਖਿ ਨਿਰਮਲ ਬੁਧਿ ॥੯॥ ହେ ନାନକ! ଯେଉଁ ମନୁଷ୍ୟକୁ ପ୍ରଭୁ ନିଜେ ଜ୍ଞାନ ଦେଇଛନ୍ତି, ସେହି ଗୁରୁମୁଖୀଙ୍କ ବୁଦ୍ଧି ନିର୍ମଳ ହୋଇଯାଏ ॥9॥
ਸਲੋਕੁ ॥ ଶ୍ଳୋକ ॥
ਟੂਟੇ ਬੰਧਨ ਜਾਸੁ ਕੇ ਹੋਆ ਸਾਧੂ ਸੰਗੁ ॥ ଯେଉଁ ଜୀବର (ମାୟାର) ବନ୍ଧନ କଟି ଯାଏ, ତାହାକୁ ସନ୍ଥଙ୍କ ସଙ୍ଗତି ମିଳିଯାଏ।
ਜੋ ਰਾਤੇ ਰੰਗ ਏਕ ਕੈ ਨਾਨਕ ਗੂੜਾ ਰੰਗੁ ॥੧॥ ହେ ନାନକ! ଯେଉଁ ଜୀବ ଏକ ଈଶ୍ଵରଙ୍କ ପ୍ରେମ ରଙ୍ଗରେ ମଗ୍ନ ରହିଥାଏ, ତାହାର ରଙ୍ଗ ବହୁତ ଗଭୀର ହୋଇଥାଏ, ଯାହା କେବେ ବାହାରେ ନାହିଁ॥1॥
ਪਉੜੀ ॥ ପଉଡି ॥
ਰਾਰਾ ਰੰਗਹੁ ਇਆ ਮਨੁ ਅਪਨਾ ॥ ର – ନିଜର ଏହି ମନକୁ ପ୍ରଭୁଙ୍କ ପ୍ରେମରେ ରଙ୍ଗୀନ କର।
ਹਰਿ ਹਰਿ ਨਾਮੁ ਜਪਹੁ ਜਪੁ ਰਸਨਾ ॥ ନିଜ ଇଚ୍ଛାରେ ପ୍ରଭୁ-ପରମେଶ୍ଵରଙ୍କ ନାମକୁ ବାରମ୍ବାର ଭଜନ କର।
ਰੇ ਰੇ ਦਰਗਹ ਕਹੈ ਨ ਕੋਊ ॥ ପ୍ରଭୁଙ୍କ ଦରବାରରେ ତୋତେ କେହି ଅନାଦର ଶବ୍ଦ କହିବେ ନାହିଁ।
ਆਉ ਬੈਠੁ ਆਦਰੁ ਸੁਭ ਦੇਊ ॥ ସମସ୍ତେ ଏହି ସମ୍ବୋଧନ କରି ତୋର ସ୍ଵାଗତ କରିବେ, “ ଆସନ୍ତୁ ସ୍ଵାଗତ”।
ਉਆ ਮਹਲੀ ਪਾਵਹਿ ਤੂ ਬਾਸਾ ॥ ପ୍ରଭୁଙ୍କ ସେହି ଦରବାରରେ ତୋତେ ନିବାସ ମିଳିବ।
ਜਨਮ ਮਰਨ ਨਹ ਹੋਇ ਬਿਨਾਸਾ ॥ ପ୍ରଭୁଙ୍କ ଦରବାରରେ କୌଣସି ଜନ୍ମ, ମୃତ୍ୟୁ ଏବଂ ବିନାଶ ନଥାଏ।
ਮਸਤਕਿ ਕਰਮੁ ਲਿਖਿਓ ਧੁਰਿ ਜਾ ਕੈ ॥ ହେ ନାନକ! ଯାହାର କପାଳରେ ଶୁଭ କର୍ମ ଦ୍ଵାରା କୃପା ଲେଖା ହୋଇଥାଏ,
ਹਰਿ ਸੰਪੈ ਨਾਨਕ ਘਰਿ ਤਾ ਕੈ ॥੧੦॥ ସେହି ବ୍ୟକ୍ତିର ହୃଦୟ ଘରେ ହରିନାମ ରୂପୀ ସମ୍ପତ୍ତି ଥାଏ ॥10॥
ਸਲੋਕੁ ॥ ଶ୍ଳୋକ ॥
ਲਾਲਚ ਝੂਠ ਬਿਕਾਰ ਮੋਹ ਬਿਆਪਤ ਮੂੜੇ ਅੰਧ ॥ ହେ ନାନକ! ଯେଉଁ ବ୍ୟକ୍ତି ଲୋଭ, ମିଥ୍ୟା, ପାପ, ସାଂସାରିକ ମୋହର ବନ୍ଧନରେ ଫସିଯାଏ, ସେହି ଜ୍ଞାନହୀନ ମୂର୍ଖ ଉପରେ ବିକାର ପ୍ରାଭବ ପକାଇଥାଏ।
ਲਾਗਿ ਪਰੇ ਦੁਰਗੰਧ ਸਿਉ ਨਾਨਕ ਮਾਇਆ ਬੰਧ ॥੧॥ ମାୟାରେ ଫସି କୁକର୍ମରେ ଲୋକ ରହିଥାନ୍ତି ॥1॥
ਪਉੜੀ ॥ ପଉଡି ॥
ਲਲਾ ਲਪਟਿ ਬਿਖੈ ਰਸ ਰਾਤੇ ॥ ଲ- ମନୁଷ୍ୟ ପାପ ଭରା ବିକାରରେ ଲିପ୍ତ ରହିଥାଏ।
ਅਹੰਬੁਧਿ ਮਾਇਆ ਮਦ ਮਾਤੇ ॥ ସେ ଅହଂ ବୁଦ୍ଧି ଏବଂ ମାୟାର ନିଶାରେ ମଗ୍ନ ରହିଥାଏ।
ਇਆ ਮਾਇਆ ਮਹਿ ਜਨਮਹਿ ਮਰਨਾ ॥ ଏହି ମୋହିନୀର ଜାଲରେ ଫସି ପ୍ରାଣୀ (ପ୍ରାଣୀ ଜନ୍ମ-ମରଣ ଚକ୍ରରେ ପଡି) ସଂସାରକୁ ଆସିଥାଏ
ਜਿਉ ਜਿਉ ਹੁਕਮੁ ਤਿਵੈ ਤਿਉ ਕਰਨਾ ॥ “(କିନ୍ତୁ, ପ୍ରାଣୀଙ୍କ ବଶରେ କିଛି ନାହିଁ) ଈଶ୍ବରଙ୍କ ଆଜ୍ଞା ଯେପରି ହୋଇଥାଏ, ସେପରି ହିଁ ପ୍ରାଣୀ କରିଥାଏ।
ਕੋਊ ਊਨ ਨ ਕੋਊ ਪੂਰਾ ॥ କୌଣସି ପ୍ରାଣୀ ଅସମ୍ପୂର୍ଣ୍ଣ ନାହିଁ ଆଉ କୌଣସି ପ୍ରାଣୀ ପୂର୍ଣ୍ଣ ମଧ୍ୟ ନାହିଁ।
ਕੋਊ ਸੁਘਰੁ ਨ ਕੋਊ ਮੂਰਾ ॥ ନିଜକୁ ନିଜେ କେହି ଚତୁର ଆଉ ନା ମୂର୍ଖ
ਜਿਤੁ ਜਿਤੁ ਲਾਵਹੁ ਤਿਤੁ ਤਿਤੁ ਲਗਨਾ ॥ ପ୍ରଭୁ ପ୍ରାଣୀକୁ ଯେଉଁଠି ଲଗାଇଥାନ୍ତି, ସେ ସେଇଠି ଲାଗିଥାଏ।
ਨਾਨਕ ਠਾਕੁਰ ਸਦਾ ਅਲਿਪਨਾ ॥੧੧॥ ହେ ନାନକ! ଇଶ୍ଵର ସର୍ବଦା (ମାୟାର ପ୍ରଭାବ ରୁ) ନିର୍ଲିପ୍ତ ରହିଥାନ୍ତି ॥11॥
ਸਲੋਕੁ ॥ ଶ୍ଳୋକ ॥
ਲਾਲ ਗੁਪਾਲ ਗੋਬਿੰਦ ਪ੍ਰਭ ਗਹਿਰ ਗੰਭੀਰ ਅਥਾਹ ॥ ସେହି ଗୋବିନ୍ଦ ଗୋପାଳ ଆମ ସମସ୍ତଙ୍କ ପ୍ରିୟ ଅଟନ୍ତି, ମୋର ପ୍ରିୟତମ ପ୍ରଭୁ ସର୍ବଜ୍ଞାତା, ଧୈର୍ଯ୍ୟବାନ ଏବଂ ବିଶାଳ ହୃଦୟ ବାଲା ତଥା ଅଥଳ ଅଟନ୍ତି।
ਦੂਸਰ ਨਾਹੀ ਅਵਰ ਕੋ ਨਾਨਕ ਬੇਪਰਵਾਹ ॥੧॥ ହେ ନାନକ! ତାହାଙ୍କ ପରି ଆଉ କେହି ନାହିଁ। ॥1॥
ਪਉੜੀ ॥ ପଉଡି ॥
ਲਲਾ ਤਾ ਕੈ ਲਵੈ ਨ ਕੋਊ ॥ ଲ- ତାହାଙ୍କ ସମାନ ଆଉ କେହି ନାହିଁ।
ਏਕਹਿ ਆਪਿ ਅਵਰ ਨਹ ਹੋਊ ॥ ସେହି ଇଶ୍ଵର ଏକ ଅଟନ୍ତି, ତାହାଙ୍କ ସମାନ ଆଉ କେହି ହେବେ ନାହିଁ
ਹੋਵਨਹਾਰੁ ਹੋਤ ਸਦ ਆਇਆ ॥ ସେ ଏବେ ମଧ୍ୟ ଅସ୍ତିତ୍ବରେ ଅଛନ୍ତି, ଏହା ହୋଇ ଆସିଛି ଆଉ ସର୍ବଦା ହେବ।
ਉਆ ਕਾ ਅੰਤੁ ਨ ਕਾਹੂ ਪਾਇਆ ॥ ତାହାଙ୍କ ଅନ୍ତ କାହାକୁ କେବେ ମିଳିନାହିଁ।
ਕੀਟ ਹਸਤਿ ਮਹਿ ਪੂਰ ਸਮਾਨੇ ॥ ପିମ୍ପୁଡି ଠାରୁ ହାତୀ ପର୍ଯ୍ୟନ୍ତ ସବୁଥିରେ ପ୍ରଭୁ ଅଛନ୍ତି।
ਪ੍ਰਗਟ ਪੁਰਖ ਸਭ ਠਾਊ ਜਾਨੇ ॥ ସର୍ବବ୍ୟପକ ପରମେଶ୍ଵର ସବୁଆଡେ ପ୍ରତ୍ୟକ୍ଷ ଗୋଚର ଅଟନ୍ତି।
ਜਾ ਕਉ ਦੀਨੋ ਹਰਿ ਰਸੁ ਅਪਨਾ ॥ ହେ ନାନକ! ଯାହାକୁ ମଧ୍ୟ ପ୍ରଭୁ ନିଜ ହରିରସ ପ୍ରଦାନ କରିଛନ୍ତି,
ਨਾਨਕ ਗੁਰਮੁਖਿ ਹਰਿ ਹਰਿ ਤਿਹ ਜਪਨਾ ॥੧੨॥ ସେ ଗୁରୁଙ୍କ ଆଶ୍ରୟ ଦ୍ଵାରା ହିଁ ହରି-ପରମେଶ୍ଵରଙ୍କ ଭଜନ କରିଥାଏ ॥12॥
ਸਲੋਕੁ ॥ ଶ୍ଳୋକ॥
ਆਤਮ ਰਸੁ ਜਿਹ ਜਾਨਿਆ ਹਰਿ ਰੰਗ ਸਹਜੇ ਮਾਣੁ ॥ ଯେଉଁ ପ୍ରଭୁ ପ୍ରଭୁଙ୍କ ଅମୃତର ସ୍ଵାଦ ଜାଣିଥାଏ, ସେ ସ୍ଵାଭାବିକ ଭାବରେ ହରିଙ୍କ ପ୍ରେମର ଆନନ୍ଦ ପାଇଥାଏ।
ਨਾਨਕ ਧਨਿ ਧਨਿ ਧੰਨਿ ਜਨ ਆਏ ਤੇ ਪਰਵਾਣੁ ॥੧॥ ହେ ନାନକ! ସେହି ବ୍ୟକ୍ତି ଭାଗ୍ୟଶାଳୀ ଅଟେ ଆଉ ତାହାର ଏହି ସଂସାରରେ ଜନ୍ମ ନେବା ସଫଳ ଅଟେ। ॥1॥
ਪਉੜੀ ॥ ପଉଡି॥
ਆਇਆ ਸਫਲ ਤਾਹੂ ਕੋ ਗਨੀਐ ॥ ତାହାର ଏହି ସଂସାରରେ ଜନ୍ମ ନେବା ସଫଳ ଅଟେ
ਜਾਸੁ ਰਸਨ ਹਰਿ ਹਰਿ ਜਸੁ ਭਨੀਐ ॥ ଯାହାର ଜିହ୍ଵା ହରି-ପରମେଶ୍ଵରଙ୍କ ମହିମା କରିଥାଏ।
ਆਇ ਬਸਹਿ ਸਾਧੂ ਕੈ ਸੰਗੇ ॥ ସେ (ସଂସାରରେ) ଆସି ସନ୍ଥଙ୍କ ସହିତ ସଙ୍ଗତି କରିଥାଏ
ਅਨਦਿਨੁ ਨਾਮੁ ਧਿਆਵਹਿ ਰੰਗੇ ॥ ଆଉ ରାତି-ଦିନ ପ୍ରେମାପୂର୍ବକ ନାମର ଧ୍ୟାନ କରିଥାଏ।
ਆਵਤ ਸੋ ਜਨੁ ਨਾਮਹਿ ਰਾਤਾ ॥ ସେହି ଜୀବର ଜନ୍ମ ସଫଳ ଅଟେ, ଯିଏ ପ୍ରଭୁଙ୍କ ନାମରେ ମଗ୍ନ ହୋଇଥାଏ।
ਜਾ ਕਉ ਦਇਆ ਮਇਆ ਬਿਧਾਤਾ ॥ ଆଉ ଯାହା ଉପରେ ବିଧାତାର ଦୟା ଏବଂ କୃପା ହୋଇଥାଏ।
ਏਕਹਿ ਆਵਨ ਫਿਰਿ ਜੋਨਿ ਨ ਆਇਆ ॥ ଏପରି ଜୀବ (ସଂସାରରେ) ଏକ ଥର ହିଁ ଜନ୍ମ ନିଏ ଆଉ ଯୋନିର ଚକ୍ରରେ ପଡେ ନାହିଁ।
ਨਾਨਕ ਹਰਿ ਕੈ ਦਰਸਿ ਸਮਾਇਆ ॥੧੩॥ ହେ ନାନକ! ଏପରି ବ୍ୟକ୍ତି ପ୍ରଭୁଙ୍କ ଦର୍ଶନରେ ହିଁ ରହିଥାଏ ॥13॥
ਸਲੋਕੁ ॥ ଶ୍ଳୋକ॥
ਯਾਸੁ ਜਪਤ ਮਨਿ ਹੋਇ ਅਨੰਦੁ ਬਿਨਸੈ ਦੂਜਾ ਭਾਉ ॥ ହେ ନାନକ! ଯେଉଁ ଈଶ୍ଵରଙ୍କ ଭଜନ କରିଲେ ମନ ପ୍ରସନ୍ନ ହୋଇଥାଏ, ଦୈତ୍ୟବାଦର ମୋହ ଦୂର ହୋଇଯାଏ
ਦੂਖ ਦਰਦ ਤ੍ਰਿਸਨਾ ਬੁਝੈ ਨਾਨਕ ਨਾਮਿ ਸਮਾਉ ॥੧॥ ଏବଂ ଦୁଃଖ, ଯନ୍ତ୍ରଣା ଓ ସାଂସାରିକ ତୃଷ୍ଣା ନାଶ ହୋଇଯାଏ, ତାହାଙ୍କ ନା ମରେ ଲୀନ ହୁଅ ॥1॥


© 2025 SGGS ONLINE
error: Content is protected !!
Scroll to Top