Guru Granth Sahib Translation Project

guru granth sahib odia page-249

Page 249

ਭਗਤਿ ਵਛਲ ਪੁਰਖ ਪੂਰਨ ਮਨਹਿ ਚਿੰਦਿਆ ਪਾਈਐ ॥ ହେ ମନ! ପୂର୍ଣ୍ଣ ପରମେଶ୍ଵର ଭକ୍ତବତ୍ସଳ ଅଟନ୍ତି, ତାହାଙ୍କ ଠାରୁ ମନୋବାଞ୍ଚିତ ମନୋକାମନା ପ୍ରାପ୍ତ ହୋଇଥାଏ।
ਤਮ ਅੰਧ ਕੂਪ ਤੇ ਉਧਾਰੈ ਨਾਮੁ ਮੰਨਿ ਵਸਾਈਐ ॥ ପ୍ରଭୁ ମନୁଷ୍ୟକୁ ଅନ୍ଧକୂପରୁ ବାହାର କରନ୍ତି, ତାହାଙ୍କ ନାମକୁ ନିଜ ହୃଦୟରେ ବସାଅ।
ਸੁਰ ਸਿਧ ਗਣ ਗੰਧਰਬ ਮੁਨਿ ਜਨ ਗੁਣ ਅਨਿਕ ਭਗਤੀ ਗਾਇਆ ॥ ହେ ପ୍ରଭୁ! ଦେବତା, ସିଦ୍ଧପୁରୁଷ, ଦେବଗଣ, ଗନ୍ଧର୍ବ ଏବଂ ଭକ୍ତ ତୋର ହିଁ ଯଶୋଗାନ କରିଥାନ୍ତି।
ਬਿਨਵੰਤਿ ਨਾਨਕ ਕਰਹੁ ਕਿਰਪਾ ਪਾਰਬ੍ਰਹਮ ਹਰਿ ਰਾਇਆ ॥੨॥ ନାନକ ପ୍ରାର୍ଥନା କରନ୍ତି, “ ହେ ମୋର ପରଂବ୍ରହ୍ମ! ହେ ହରି ବାଦଶାହ! ମୋତେ କୃପା କର ॥2॥
ਚੇਤਿ ਮਨਾ ਪਾਰਬ੍ਰਹਮੁ ਪਰਮੇਸਰੁ ਸਰਬ ਕਲਾ ਜਿਨਿ ਧਾਰੀ ॥ ହେ ମୋର ମନ! ସେହି ପରଂବ୍ରହ୍ମ ପରମେଶ୍ଵରଙ୍କ ଭଜନ କର, ଯିଏ ସର୍ବକଳା ସଂପୂର୍ଣ୍ଣ ଅଟନ୍ତି।
ਕਰੁਣਾ ਮੈ ਸਮਰਥੁ ਸੁਆਮੀ ਘਟ ਘਟ ਪ੍ਰਾਣ ਅਧਾਰੀ ॥ ପ୍ରଭୁ ସାମର୍ଥ୍ୟ ଏବଂ ଦୟାର ପୁଞ୍ଜି ଅଟନ୍ତି, ସେ ପ୍ରତ୍ୟେକ ହୃଦୟର ପ୍ରାଣର ଆଧାର ଅଟନ୍ତି।
ਪ੍ਰਾਣ ਮਨ ਤਨ ਜੀਅ ਦਾਤਾ ਬੇਅੰਤ ਅਗਮ ਅਪਾਰੋ ॥ ଅନନ୍ତ, ଅଗମ୍ୟ, ଅପାର ପ୍ରଭୁ ପ୍ରାଣ, ମନ ଏବଂ ତନର ଦାତା ଅଟନ୍ତି।
ਸਰਣਿ ਜੋਗੁ ਸਮਰਥੁ ਮੋਹਨੁ ਸਰਬ ਦੋਖ ਬਿਦਾਰੋ ॥ ଶରଣରେ ଆସିବା ବାଲାକୁ ରକ୍ଷା କରିବା ବାଲା, ସମର୍ଥବାନ ଏବଂ ମନ ଚୋରାଉଥିବା ମୋହନ ସବୁ ଦୁଃଖ ନିବୃତ୍ତ କରିଥାନ୍ତି।
ਰੋਗ ਸੋਗ ਸਭਿ ਦੋਖ ਬਿਨਸਹਿ ਜਪਤ ਨਾਮੁ ਮੁਰਾਰੀ ॥ ହେ ମନ! ମୁରାରୀ ପ୍ରଭୁଙ୍କ ନାମର ଭଜନ କରିଲେ ସବୁ ରୋଗ, ଶୋକ ଏବଂ ଦୋଷ ନାଶ ହୋଇଯାଏ।
ਬਿਨਵੰਤਿ ਨਾਨਕ ਕਰਹੁ ਕਿਰਪਾ ਸਮਰਥ ਸਭ ਕਲ ਧਾਰੀ ॥੩॥ ନାନକ ପ୍ରାର୍ଥନା କରନ୍ତି, “ ହେ ସମର୍ଥବନ ପ୍ରଭୁ! ତୁ ସର୍ବକଳା ସମ୍ପର୍ଣ୍ଣ ଅଟୁ, ମୋ' ଉପରେ କୃପା କର ॥3॥
ਗੁਣ ਗਾਉ ਮਨਾ ਅਚੁਤ ਅਬਿਨਾਸੀ ਸਭ ਤੇ ਊਚ ਦਇਆਲਾ ॥ ହେ ମୋର ମନ! ଯିଏ ସଦା ଅଟଳ ରହନ୍ତି, ଅନଶ୍ଵର ଅଟନ୍ତି ଏବଂ ଯିଏ ସର୍ବୋପରି ଅଟନ୍ତି, ସେ ଦୟାର ଘର ପରମାତ୍ମାଙ୍କ ସ୍ତୁତି କର।
ਬਿਸੰਭਰੁ ਦੇਵਨ ਕਉ ਏਕੈ ਸਰਬ ਕਰੈ ਪ੍ਰਤਿਪਾਲਾ ॥ କେବଳ ବିଶ୍ଵମ୍ଭର ହିଁ ଦୁନିଆଟୁ ପ୍ରଦାନ କରନ୍ତି ଆଉ ସେ ସମସ୍ତ ଜୀବ-ଜନ୍ତୁକୁ ପୋଷଣ କରିଥାନ୍ତି।
ਪ੍ਰਤਿਪਾਲ ਮਹਾ ਦਇਆਲ ਦਾਨਾ ਦਇਆ ਧਾਰੇ ਸਭ ਕਿਸੈ ॥ ପରମ ଦୟାଳୁ ଏବଂ ବୁଦ୍ଧିମାନ ସୃଷ୍ଟିର ପାଳନକର୍ତ୍ତା ସବୁଙ୍କ ଉପରେ ଦୟା କରନ୍ତି।
ਕਾਲੁ ਕੰਟਕੁ ਲੋਭੁ ਮੋਹੁ ਨਾਸੈ ਜੀਅ ਜਾ ਕੈ ਪ੍ਰਭੁ ਬਸੈ ॥ ଯେଉଁ ମନୁଷ୍ୟର ହୃଦୟରେ ପ୍ରଭୁ ନିବାସ କରିଥାନ୍ତି, ଦୁଃଖଦାୟକ କାଳ, ଲୋଭ, ମୋହ ତାହାଠାରୁ ପଳାଯନ କରନ୍ତି।
ਸੁਪ੍ਰਸੰਨ ਦੇਵਾ ਸਫਲ ਸੇਵਾ ਭਈ ਪੂਰਨ ਘਾਲਾ ॥ ହେ ମନ! ଯାହାଙ୍କ ଉପରେ ପ୍ରଭୁ ସୁପ୍ରସନ୍ନ ହୋଇଥାନ୍ତି, ତାହାର ସେବା ଫଳଦାୟକ ଏବଂ ପରିଶ୍ରମ ସଂପୂର୍ଣ୍ଣ ହୋଇଯାଏ।
ਬਿਨਵੰਤ ਨਾਨਕ ਇਛ ਪੁਨੀ ਜਪਤ ਦੀਨ ਦੈਆਲਾ ॥੪॥੩॥ ନାନକ ପ୍ରାର୍ଥନା କରନ୍ତି, “ ଦିନଦୟାଳୁ ଇଶ୍ଵରଙ୍କ ଭଜନ କରିଲେ ପ୍ରତ୍ୟେକ ଇଚ୍ଛା ପୂର୍ଣ୍ଣ ହୋଇଯାଏ ॥4॥3॥
ਗਉੜੀ ਮਹਲਾ ੫ ॥ ଗଉଡି ମହଲା 5 ॥
ਸੁਣਿ ਸਖੀਏ ਮਿਲਿ ਉਦਮੁ ਕਰੇਹਾ ਮਨਾਇ ਲੈਹਿ ਹਰਿ ਕੰਤੈ ॥ ହେ ମୋର ସତସଙ୍ଗୀ ସଖୀ ଶୁଣ, ଆମେ ମିଶି ଉପାୟ କରି ନିଜ ପତି-ପରମେଶ୍ଵରଙ୍କୁ ପ୍ରସନ୍ନ କରିବା।
ਮਾਨੁ ਤਿਆਗਿ ਕਰਿ ਭਗਤਿ ਠਗਉਰੀ ਮੋਹਹ ਸਾਧੂ ਮੰਤੈ ॥ ନିଜର ଅହଂକାର ତ୍ୟାଗ କରି ସନ୍ଥଙ୍କ ମନ୍ତ୍ର ଦ୍ଵାରା ଆମେ ତାହା(ପତି)ଙ୍କୁ ମୁଗ୍ଧ କରିବା ।
ਸਖੀ ਵਸਿ ਆਇਆ ਫਿਰਿ ਛੋਡਿ ਨ ਜਾਈ ਇਹ ਰੀਤਿ ਭਲੀ ਭਗਵੰਤੈ ॥ ହେ ମୋର ସତସଙ୍ଗୀ ସଖୀ! ଯଦି ସେ ଥରେ ଆମର ବଶରେ ଆସିଯିବେ, ତାହାହେଲେ ସେ ପୁଣି ଆମକୁ ତ୍ୟାଗ କରି ଯିବେ ନାହିଁ, ସେହି ଭଗବାନଙ୍କ ଏହି ସୁନ୍ଦର ମର୍ଯ୍ୟାଦା ଅଛି।
ਨਾਨਕ ਜਰਾ ਮਰਣ ਭੈ ਨਰਕ ਨਿਵਾਰੈ ਪੁਨੀਤ ਕਰੈ ਤਿਸੁ ਜੰਤੈ ॥੧॥ ହେ ନାନକ! (ଯିଏ ତାହାଙ୍କ ଶରଣରେ ଆସିଥାଏ) ପରମେଶ୍ଵର ସେହି ପ୍ରାଣିର ବାର୍ଦ୍ଧକ୍ୟ, ମୃତ୍ୟୁ ଏବଂ ନର୍କର ଭୟ ଦୂର କରିଦିଅନ୍ତି ଆଉ ସେ ପ୍ରସନ୍ନ ହୋଇ ତାହାକୁ ପବିତ୍ର କରିଦିଅନ୍ତି ॥1॥
ਸੁਣਿ ਸਖੀਏ ਇਹ ਭਲੀ ਬਿਨੰਤੀ ਏਹੁ ਮਤਾਂਤੁ ਪਕਾਈਐ ॥ ହେ ମୋର ସତସଙ୍ଗୀ ସଖୀ! ଏହି ଭଲ ପ୍ରାର୍ଥନା ପ୍ରତି ଧ୍ୟାନ ଦିଅ।
ਸਹਜਿ ਸੁਭਾਇ ਉਪਾਧਿ ਰਹਤ ਹੋਇ ਗੀਤ ਗੋਵਿੰਦਹਿ ਗਾਈਐ ॥ ରୋଗ ରହିତ ହୋଇ ଆମେ ସ୍ଵାଭାବିକ ଭାବରେ ହିଁ ଗୋବିନ୍ଦଙ୍କ ଯଶ ଗାନ କରିବା ।
ਕਲਿ ਕਲੇਸ ਮਿਟਹਿ ਭ੍ਰਮ ਨਾਸਹਿ ਮਨਿ ਚਿੰਦਿਆ ਫਲੁ ਪਾਈਐ ॥ ଏହା ଦ୍ଵାରା (ଆମର ବିକାରର) କ୍ଲେଶ ଏବଂ ଝଗଡା ନିବୃତ୍ତ ହୋଇଯିବ, ଦ୍ଵିଧା ଦୂର ହୋଇଯିବ ଆଉ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବ।
ਪਾਰਬ੍ਰਹਮ ਪੂਰਨ ਪਰਮੇਸਰ ਨਾਨਕ ਨਾਮੁ ਧਿਆਈਐ ॥੨॥ ହେ ନାନକ! ଆସ, ଆମେ ପରଂବ୍ରହ୍ମ ପରମେଶ୍ଵରଙ୍କ ନାମ ଧ୍ୟାନ କରିବା ॥2॥
ਸਖੀ ਇਛ ਕਰੀ ਨਿਤ ਸੁਖ ਮਨਾਈ ਪ੍ਰਭ ਮੇਰੀ ਆਸ ਪੁਜਾਏ ॥ ହେ ମୋର ସତସଙ୍ଗୀ ସଖୀ! ମୁଁ ସର୍ବଦା ତାହାଙ୍କ ଇଚ୍ଛା କରିଥାଏ ଆଉ ତାହାଙ୍କ ଠାରୁ ସୁଖ ମାଗିଥାଏ, ପ୍ରଭୁ ମୋର ଆଶା ପୂର୍ଣ୍ଣ କରିଛନ୍ତି।
ਚਰਨ ਪਿਆਸੀ ਦਰਸ ਬੈਰਾਗਨਿ ਪੇਖਉ ਥਾਨ ਸਬਾਏ ॥ ମୁଁ ପ୍ରଭୁଙ୍କ ଚରଣର ତୃଷ୍ଣାର୍ତ୍ତ ଅଟେ ଔ ତାହାଙ୍କ ଦର୍ଶନ ଇଚ୍ଛା କରିଥାଏ, ତାହାଙ୍କୁ ମୁଁ ସର୍ବବ୍ୟାପକ ଦେଖିଥାଏ।
ਖੋਜਿ ਲਹਉ ਹਰਿ ਸੰਤ ਜਨਾ ਸੰਗੁ ਸੰਮ੍ਰਿਥ ਪੁਰਖ ਮਿਲਾਏ ॥ (ହେ ସଖୀ!) ଈଶ୍ଵରଙ୍କୁ ଖୋଜି ମୁଁ ସନ୍ଥଙ୍କ ସଙ୍ଗତି ପ୍ରାପ୍ତ କରିଥାଏ , କାରଣ, ସାଧୁସନ୍ଥ ହିଁ ପ୍ରାଣୀଙ୍କୁ ପ୍ରଭୁଙ୍କ ସହିତ ମିଳାନ୍ତି।
ਨਾਨਕ ਤਿਨ ਮਿਲਿਆ ਸੁਰਿਜਨੁ ਸੁਖਦਾਤਾ ਸੇ ਵਡਭਾਗੀ ਮਾਏ ॥੩॥ ହେ ନାନକ! ହେ ମାତା! ସେହି ବ୍ୟକ୍ତି ଭାଗ୍ୟଶାଳୀ ଅଟେ, ଯାହାଙ୍କୁ ଦେବଲୋକର ସ୍ଵାମୀ ଏବଂ ସୁଖଦାତା ମିଳିଯାନ୍ତି ॥3॥
ਸਖੀ ਨਾਲਿ ਵਸਾ ਅਪੁਨੇ ਨਾਹ ਪਿਆਰੇ ਮੇਰਾ ਮਨੁ ਤਨੁ ਹਰਿ ਸੰਗਿ ਹਿਲਿਆ ॥ ହେ ମୋର ସତସଙ୍ଗୀ ସଖୀ! ଏବେ ମୁଁ ପ୍ରିୟତମ ପତିଙ୍କ ସାଥିରେ ରହୁଅଛି, ମୋର ମନ ଏବଂ ତନ ପ୍ରଭୁଙ୍କ ସାଥିରେ ଏକ ହୋଇଯାଇଛି।
ਸੁਣਿ ਸਖੀਏ ਮੇਰੀ ਨੀਦ ਭਲੀ ਮੈ ਆਪਨੜਾ ਪਿਰੁ ਮਿਲਿਆ ॥ ହେ ମୋର ସତସଙ୍ଗୀ ସଖୀ! ଶୁଣ, ମୋର ଭଲ ନିଦ ହେଉଛି, କାରଣ, ମୋତେ ନିଜର ପ୍ରିୟତମ ପତି ମିଳି ଯାଇଛନ୍ତି।
ਭ੍ਰਮੁ ਖੋਇਓ ਸਾਂਤਿ ਸਹਜਿ ਸੁਆਮੀ ਪਰਗਾਸੁ ਭਇਆ ਕਉਲੁ ਖਿਲਿਆ ॥ ମୋର ଦ୍ଵିଧା ଦୂର ହୋଇଯାଇଛି, ମୋତେ ଶାନ୍ତି ଓ ସୁଖ ପ୍ରାପ୍ତ ହୋଇଯାଇଛି, ପ୍ରଭୁ ମୋ’ ଭିତରେ ପ୍ରକାଶ ହୋଇଛନ୍ତି ଆଉ ମୋର କମଳ ରୂପୀ ହୃଦୟ ପ୍ରଫୁଲ୍ଲିତ ହୋଇଯାଇଛି।
ਵਰੁ ਪਾਇਆ ਪ੍ਰਭੁ ਅੰਤਰਜਾਮੀ ਨਾਨਕ ਸੋਹਾਗੁ ਨ ਟਲਿਆ ॥੪॥੪॥੨॥੫॥੧੧॥ ହେ ନାନକ! ଅନ୍ତର୍ଯାମୀ ପ୍ରଭୁଙ୍କୁ ମୁଁ ବର ରୂପରେ ପାଇଛି, ମୋର ସୁହାଗ କେବେ ସମାପ୍ତ ହେବ ନାହିଁ॥4॥4॥5॥11॥


© 2017 SGGS ONLINE
Scroll to Top