Page 213
ਪਹਿਰੈ ਬਾਗਾ ਕਰਿ ਇਸਨਾਨਾ ਚੋਆ ਚੰਦਨ ਲਾਏ ॥
ହେ ମାନବ! ତୁମେ ଗାଧୋଇ ଧଳା ବସ୍ତ୍ର ପିନ୍ଧୁଛ ଆଉ ନିଜକୁ ନିଜେ ଚନ୍ଦନର ଅତରରେ ସୁଗନ୍ଧିତ କରୁଅଛ।
ਨਿਰਭਉ ਨਿਰੰਕਾਰ ਨਹੀ ਚੀਨਿਆ ਜਿਉ ਹਸਤੀ ਨਾਵਾਏ ॥੩॥
ତୁମେ ନିର୍ଭୀକ, ନିରଙ୍କାର ଈଶ୍ବରଙ୍କ ଚିନ୍ତନ କରୁ ନାହଁ, ତୋହର ସ୍ନାନ ହାତୀ ଗାଧୋଇବା ଭଳି ଅଟେ ॥3॥
ਜਉ ਹੋਇ ਕ੍ਰਿਪਾਲ ਤ ਸਤਿਗੁਰੁ ਮੇਲੈ ਸਭਿ ਸੁਖ ਹਰਿ ਕੇ ਨਾਏ ॥
ଯେବେ ଇଶ୍ଵର କୃପା କରନ୍ତି ସେ ସଦଗୁରୁଙ୍କ ସହିତ ମିଳନ କରାଇଦେଇଥାନ୍ତି, ସଂସାରର ସବୁ ସୁଖ ଈଶ୍ବରଙ୍କ ନାମରେ ବାସ କରିଥାଏ।
ਮੁਕਤੁ ਭਇਆ ਬੰਧਨ ਗੁਰਿ ਖੋਲੇ ਜਨ ਨਾਨਕ ਹਰਿ ਗੁਣ ਗਾਏ ॥੪॥੧੪॥੧੫੨॥
ହେ ନାନକ! ଗୁରୁ ତାହାର ବନ୍ଧନ ଖୋଲି ଭବସାଗରରୁ ମୁକ୍ତ କରିଦେଇଛନ୍ତି ଆଉ ସେ ଭଗବାନଙ୍କ ହିଁ ଗୁଣାନୁବାଦ କରିଥାଏ ॥4॥14॥152॥
ਗਉੜੀ ਪੂਰਬੀ ਮਹਲਾ ੫ ॥
ଗଉଡି ପୁରବୀ ମହଲା 5 ॥
ਮੇਰੇ ਮਨ ਗੁਰੁ ਗੁਰੁ ਗੁਰੁ ਸਦ ਕਰੀਐ ॥
ହେ ମୋର ମନ! ସର୍ବଦା ଗୁରୁଙ୍କ ସ୍ମରଣ କରିବା ଉଚିତ,
ਰਤਨ ਜਨਮੁ ਸਫਲੁ ਗੁਰਿ ਕੀਆ ਦਰਸਨ ਕਉ ਬਲਿਹਰੀਐ ॥੧॥ ਰਹਾਉ ॥
ଯେଉଁ ଗୁରୁ ଅମୂଲ୍ୟ ମାନବ-ଜନ୍ମକୁ ସଫଳ କରିଦେଇଛନ୍ତି, ସେହି ଗୁରୁଙ୍କ ଦର୍ଶନ ପ୍ରତି ତନ ମନରେ ସମର୍ପିତ ହେବା ଉଚିତ ॥1॥ରୁହ॥
ਜੇਤੇ ਸਾਸ ਗ੍ਰਾਸ ਮਨੁ ਲੇਤਾ ਤੇਤੇ ਹੀ ਗੁਨ ਗਾਈਐ ॥
ହେ ମୋର ମନ! ମନୁଷ୍ୟ ପ୍ରତି ଶ୍ଵାସ ଓ ଗ୍ରାସରେ ଭଗବାନଙ୍କ ମହିମା-ସ୍ତୁତି କରିବା ଉଚିତ।
ਜਉ ਹੋਇ ਦੈਆਲੁ ਸਤਿਗੁਰੁ ਅਪੁਨਾ ਤਾ ਇਹ ਮਤਿ ਬੁਧਿ ਪਾਈਐ ॥੧॥
ଯେତେବେଳେ ସଦଗୁରୁ ଦୟାଳୁ ହୋଇଯାନ୍ତି, ସେତେବେଳେ ଏହି ବୁଦ୍ଧି ଏବଂ ସୁମତି ପ୍ରାପ୍ତ ହୋଇଥାଏ। ॥1॥
ਮੇਰੇ ਮਨ ਨਾਮਿ ਲਏ ਜਮ ਬੰਧ ਤੇ ਛੂਟਹਿ ਸਰਬ ਸੁਖਾ ਸੁਖ ਪਾਈਐ ॥
ହେ ମୋର ମନ! ଯଦି ତୁ ଈଶ୍ବରଙ୍କ ନାମ ସ୍ମରଣ କରୁ, ତାହାହେଲେ ଯମର ବନ୍ଧନରୁ ମୁକ୍ତି ମିଳିଯିବ (କାରଣ) ଈଶ୍ବରଙ୍କ ନାମର ଚିନ୍ତନ କରି ସର୍ବସୁଖ ଓ ଆତ୍ମିକ ସୁଖ ଉପଲବ୍ଧ ହୋଇଯାଏ।
ਸੇਵਿ ਸੁਆਮੀ ਸਤਿਗੁਰੁ ਦਾਤਾ ਮਨ ਬੰਛਤ ਫਲ ਆਈਐ ॥੨॥
ଜଗତର ସ୍ଵାମୀ ପ୍ରଭୁଙ୍କ ନାମ ଉପହାର ଦେବା ବାଲା ସଦଗୁରୁଙ୍କ ଶ୍ରଦ୍ଧା ପୂର୍ବକ ସେବା କରିଲେ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ ॥2॥
ਨਾਮੁ ਇਸਟੁ ਮੀਤ ਸੁਤ ਕਰਤਾ ਮਨ ਸੰਗਿ ਤੁਹਾਰੈ ਚਾਲੈ ॥
ହେ ମୋର ମନ! ପରମାତ୍ମାଙ୍କ ନାମ ହିଁ ତୋର ବାସ୍ତବିକ ପ୍ରିୟ ମିତ୍ର ଏବଂ ପୁତ୍ର ଅଟେ ଆଉ ଏହା ତୋର ସାଥିରେ ପରଲୋକ ଯିବ।
ਕਰਿ ਸੇਵਾ ਸਤਿਗੁਰ ਅਪੁਨੇ ਕੀ ਗੁਰ ਤੇ ਪਾਈਐ ਪਾਲੈ ॥੩॥
ନିଜ ସଦଗୁରୁଙ୍କୁ ଶ୍ରଦ୍ଧା ପୂର୍ବକ ସେବା କର, ଗୁରୁଙ୍କ ଦ୍ଵାରା ଭଗବାନଙ୍କ ନାମ ମିଳିଯାଏ ॥3॥
ਗੁਰਿ ਕਿਰਪਾਲਿ ਕ੍ਰਿਪਾ ਪ੍ਰਭਿ ਧਾਰੀ ਬਿਨਸੇ ਸਰਬ ਅੰਦੇਸਾ ॥
ଯେତେବେଳେ କୃପାଳୁ ପ୍ରଭୁ ମୋ’ ଉପରେ କୃପା କରିଛନ୍ତି, ସେତେବେଳେ ମୋର ସବୁ ଦୁଃଖ ଦୂର ହୋଇଯାଇଛି।
ਨਾਨਕ ਸੁਖੁ ਪਾਇਆ ਹਰਿ ਕੀਰਤਨਿ ਮਿਟਿਓ ਸਗਲ ਕਲੇਸਾ ॥੪॥੧੫॥੧੫੩॥
ହେ ନାନକ! ଈଶ୍ବରଙ୍କ ମହିମା କରି ସେ ସୁଖ ପ୍ରାପ୍ତ କରିଛନ୍ତି ଆଉ ତାହାଙ୍କ ସବୁ କ୍ଲେଶ ଦୂର ହୋଇଯାଇଛି॥4॥15॥153॥
ਰਾਗੁ ਗਉੜੀ ਮਹਲਾ ੫
ରାଗ ଗଉଡି ମହଲା 5 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਤ੍ਰਿਸਨਾ ਬਿਰਲੇ ਹੀ ਕੀ ਬੁਝੀ ਹੇ ॥੧॥ ਰਹਾਉ ॥
ଦୁନିଆର କେହି ବିରଳ ପୁରୁଷ ହିଁ ତୃଷ୍ଣା ନିବୃତ୍ତ ହୋଇଛି ॥1॥ରୁହ॥
ਕੋਟਿ ਜੋਰੇ ਲਾਖ ਕ੍ਰੋਰੇ ਮਨੁ ਨ ਹੋਰੇ ॥
ଜୀବନରେ ମନୁଷ୍ୟ କୋଟି କୋଟି ଅର୍ଜନ କରିଥାଏ , କିନ୍ତୁ, ତଥାପି ମନରେ ଅଙ୍କୁଶ ଲାଗିନଥାଏ।
ਪਰੈ ਪਰੈ ਹੀ ਕਉ ਲੁਝੀ ਹੇ ॥੧॥
ସେ ଅଧିକରୁ ଅଧିକ ଧନ ଅର୍ଜନ କରି ତୃଷ୍ଣାଗ୍ନିରେ ଜଳୁଥାଏ ॥1॥
ਸੁੰਦਰ ਨਾਰੀ ਅਨਿਕ ਪਰਕਾਰੀ ਪਰ ਗ੍ਰਿਹ ਬਿਕਾਰੀ ॥
ସେ ନିଜର ସୁନ୍ଦର ନାରୀ ସହିତ ବହୁତ ପ୍ରେମ କରିଥାଏ, କିନ୍ତୁ, ପର ନାରୀ ସହିତ ବ୍ୟଭିଚାର କରିଥାଏ।
ਬੁਰਾ ਭਲਾ ਨਹੀ ਸੁਝੀ ਹੇ ॥੨॥
ସେ ଭଲ ମନ୍ଦ ଜାଣିପାରେ ନାହିଁ ॥2॥
ਅਨਿਕ ਬੰਧਨ ਮਾਇਆ ਭਰਮਤੁ ਭਰਮਾਇਆ ਗੁਣ ਨਿਧਿ ਨਹੀ ਗਾਇਆ ॥
ଏପରି ବ୍ୟକ୍ତି ମୋହ-ମାୟାର ବନ୍ଧନରେ ଫସି ପଥଭ୍ରଷ୍ଟ ହୋଇଥାଏ ଆଉ ଗୁଣର ଭଣ୍ଡାର ପରମେଶ୍ଵରଙ୍କ ମହିମା-ସ୍ତୁତି କରି ନଥାଏ, (କାରଣ)
ਮਨ ਬਿਖੈ ਹੀ ਮਹਿ ਲੁਝੀ ਹੇ ॥੩॥
ତାହାର ମନ ନୀଚ କର୍ମରେ ଲିପ୍ତ ରହିଥାଏ ॥3॥
ਜਾ ਕਉ ਰੇ ਕਿਰਪਾ ਕਰੈ ਜੀਵਤ ਸੋਈ ਮਰੈ ਸਾਧਸੰਗਿ ਮਾਇਆ ਤਰੈ ॥
ଯେଉଁ ବ୍ୟକ୍ତି ଉପରେ ପରମାତ୍ମା ଦୟା କରିଥାନ୍ତି, ସେ ସାଂସାରିକ କର୍ମ କରି ମଧ୍ୟ ମାୟା ଠାରୁ ଦୂରରେ ରହିଥାଏ , ସେ ସତସଙ୍ଗରେ ରହି ମାୟାର ସାଗରରୁ ପାର ହୋଇଯାଏ।
ਨਾਨਕ ਸੋ ਜਨੁ ਦਰਿ ਹਰਿ ਸਿਝੀ ਹੇ ॥੪॥੧॥੧੫੪॥
ହେ ନାନକ! ଏପରି ବ୍ୟକ୍ତି ପରମାତ୍ମାଙ୍କ ଦରବାରରେ ସଫଳ ହୋଇଯାନ୍ତି ॥4॥1॥154॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਸਭਹੂ ਕੋ ਰਸੁ ਹਰਿ ਹੋ ॥੧॥ ਰਹਾਉ ॥
ଈଶ୍ବରଙ୍କ ନାମ ହିଁ ସବୁ ଜୀବଙ୍କ ରସ ଅଟେ ॥1॥ରୁହ॥
ਕਾਹੂ ਜੋਗ ਕਾਹੂ ਭੋਗ ਕਾਹੂ ਗਿਆਨ ਕਾਹੂ ਧਿਆਨ ॥
ହେ ସଜ୍ଜନ! (ଈଶ୍ବରଙ୍କ ନାମ ବିହୀନ ହୋଇ) କେହି ବ୍ୟକ୍ତି ଯୋଗ ବିଦ୍ୟା, କେହି ସାଂସାରିକ ପଦାର୍ଥ ଭୋଗ କରିବା ଇଚ୍ଛା କରିଥାଏ, କାହାର ଜ୍ଞାନ ଆଉ କାହାର ଧ୍ୟାନର ଲାଳସା ଥାଏ ।
ਕਾਹੂ ਹੋ ਡੰਡ ਧਰਿ ਹੋ ॥੧॥
କିଛି ବ୍ୟକ୍ତିଙ୍କୁ ଦଣ୍ଡଧାରୀ ସାଧୁ ହେବା ପସନ୍ଦ ଅଟେ ॥1॥
ਕਾਹੂ ਜਾਪ ਕਾਹੂ ਤਾਪ ਕਾਹੂ ਪੂਜਾ ਹੋਮ ਨੇਮ ॥
କିଛିକୁ ଜପ, କିଛିକୁ ତପସ୍ୟା ଭଲ ଲାଗିଥାଏ, କାହାକୁ ପୂଜା ଉପାସନା ଏବଂ କାହାକୁ ଧର୍ମ ସଂସ୍କାର ଭଲ ଲାଗିଥାଏ।
ਕਾਹੂ ਹੋ ਗਉਨੁ ਕਰਿ ਹੋ ॥੨॥
କାହାକୁ ମହାତ୍ମା ସନ୍ଥ ବନି ଭ୍ରମଣ ଜୀବନ ଭଲ ଲାଗିଥାଏ ॥2॥
ਕਾਹੂ ਤੀਰ ਕਾਹੂ ਨੀਰ ਕਾਹੂ ਬੇਦ ਬੀਚਾਰ ॥
କାହାକୁ ନଦୀ ତଟ ପ୍ରିୟ ଅଟେ, କାହାକୁ ଜଳ ଏବଂ କାହାକୁ ଅଧ୍ୟୟନ ପ୍ରିୟ ଲାଗିଥାଏ।
ਨਾਨਕਾ ਭਗਤਿ ਪ੍ਰਿਅ ਹੋ ॥੩॥੨॥੧੫੫॥
ପରନ୍ତୁ ନାନକଙ୍କୁ ପ୍ରଭୁ-ଭକ୍ତି ପ୍ରିୟ ଲାଗିଥାଏ ॥3॥2॥155॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਗੁਨ ਕੀਰਤਿ ਨਿਧਿ ਮੋਰੀ ॥੧॥ ਰਹਾਉ ॥
ହେ ଇଶ୍ଵର! ତୋର ମହିମାର କାର୍ତ୍ତି କରିବା ହିଁ ମୋର ନିଧି ଅଟେ ॥1॥ରୁହ॥
ਤੂੰਹੀ ਰਸ ਤੂੰਹੀ ਜਸ ਤੂੰਹੀ ਰੂਪ ਤੂਹੀ ਰੰਗ ॥
ହେ ପ୍ରଭୁ! ତୁ ହିଁ ମୋର ରସ ଅଟୁ, ତୁ ହିଁ ମୋର ଯଶ ଅଟୁ, ତୁ ହିଁ ମୋର ସୌନ୍ଦର୍ଯ୍ୟ ଏବଂ ତୁ ହିଁ ମୋର ରଙ୍ଗ ଅଟୁ।
ਆਸ ਓਟ ਪ੍ਰਭ ਤੋਰੀ ॥੧॥
ହେ ଇଶ୍ଵର! ତୁ ହିଁ ମୋର ଆଶା ଏବଂ ଶରଣ ଅଟୁ ॥1॥
ਤੂਹੀ ਮਾਨ ਤੂੰਹੀ ਧਾਨ ਤੂਹੀ ਪਤਿ ਤੂਹੀ ਪ੍ਰਾਨ ॥
ହେ ପ୍ରଭୁ! ତୁ ହିଁ ମୋର ମାନ ଅଟୁ, ତୁ ହିଁ ମୋର ଧନ ଅଟୁ, ତୁ ହିଁ ମୋର ପ୍ରତିଷ୍ଠା ଆଉ ତୁ ହିଁ ମୋର ପ୍ରାଣ ଅଟୁ।
ਗੁਰਿ ਤੂਟੀ ਲੈ ਜੋਰੀ ॥੨॥
ହେ ଠାକୁର! (ମୋର ନିବୃତ୍ତ ବୃତ୍ତିକୁ) ତୋର ସାଥିରେ ଗୁରୁଜୀ ମୋତେ ମିଳାଇଦେଇଛନ୍ତି, ଯାହାଠାରୁ ମୁଁ ଅଲଗା ହୋଇଥିଲି ॥2॥
ਤੂਹੀ ਗ੍ਰਿਹਿ ਤੂਹੀ ਬਨਿ ਤੂਹੀ ਗਾਉ ਤੂਹੀ ਸੁਨਿ ॥
ହେ ଇଶ୍ଵର! ତୁ ହିଁ ମୋର ଗୃହରେ ଅଛୁ, ତୁ ହିଁ ମୋର ବନରେ ଅଛୁ, ତୁ ହିଁ ମୋର ଗାଁରେ ଏବଂ ତୁ ହିଁ ମୋର ସ୍ଥଳରେ ଅଛୁ।