Page 183
ਜਿਸੁ ਸਿਮਰਤ ਡੂਬਤ ਪਾਹਨ ਤਰੇ ॥੩॥
ଯାହାର ଆରାଧନା କରିଲେ ବୁଡିଥିବା ପଥର, ଅର୍ଥାତ, ପାପୀ ଜୀବ ମଧ୍ୟ ଭବସାଗରରୁ ପାର ହୋଇଯାଏ। ॥3॥
ਸੰਤ ਸਭਾ ਕਉ ਸਦਾ ਜੈਕਾਰੁ ॥
ସନ୍ଥଙ୍କ ସଭାକୁ ମୁଁ ସର୍ବଦା ମନନ କରିଥାଏ।
ਹਰਿ ਹਰਿ ਨਾਮੁ ਜਨ ਪ੍ਰਾਨ ਅਧਾਰੁ ॥
ହରି-ପରମେଶ୍ଵରଙ୍କ ନାମ ସନ୍ଥଜନଙ୍କ ପ୍ରାଣର ଆଧାର ଅଟେ।
ਕਹੁ ਨਾਨਕ ਮੇਰੀ ਸੁਣੀ ਅਰਦਾਸਿ ॥
ହେ ନାନକ! ପ୍ରଭୁ ତୋର ପ୍ରାର୍ଥନା ଶୁଣିଛନ୍ତି।
ਸੰਤ ਪ੍ਰਸਾਦਿ ਮੋ ਕਉ ਨਾਮ ਨਿਵਾਸਿ ॥੪॥੨੧॥੯੦॥
ସନ୍ଥଙ୍କ କୃପାରୁ ମୋତେ ଈଶ୍ବରଙ୍କ ନାମର ନିବାସ ମିଳିଯାଇଛି ॥4॥21॥90॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥
ਸਤਿਗੁਰ ਦਰਸਨਿ ਅਗਨਿ ਨਿਵਾਰੀ ॥
ସଦଗୁରୁଙ୍କ ଦର୍ଶନରୁ ତୃଷ୍ଣାର ଅଗ୍ନି ମେଣ୍ଟିଯାଇଛି।
ਸਤਿਗੁਰ ਭੇਟਤ ਹਉਮੈ ਮਾਰੀ ॥
ସଦଗୁରୁଙ୍କ ମିଳନରୁ ଅହଂକାର ଦୂର ହୋଇଯାଇଛି।
ਸਤਿਗੁਰ ਸੰਗਿ ਨਾਹੀ ਮਨੁ ਡੋਲੈ ॥
ସଦଗୁରୁଙ୍କ ସଙ୍ଗତିରେ ମନ ଆନ୍ଦୋଳିତ ହୁଏନାହିଁ।
ਅੰਮ੍ਰਿਤ ਬਾਣੀ ਗੁਰਮੁਖਿ ਬੋਲੈ ॥੧॥
ଗୁରୁଙ୍କ ମାଧ୍ୟମରୁ ପ୍ରାଣୀ ଅମୃତ ବାଣୀର ଉଚ୍ଚାରଣ କରିଥାଏ ॥1॥
ਸਭੁ ਜਗੁ ਸਾਚਾ ਜਾ ਸਚ ਮਹਿ ਰਾਤੇ ॥
ଯେବେ ଠାରୁ ମୋର ମନ ସତ୍ୟର ପ୍ରେମରେ ମଗ୍ନ ହୋଇଛି, ସେବେ ଠାରୁ ସତ୍ୟ-ପ୍ରଭୁ ସାରା ଦୁନିଆରେ ନିବାସ କରିଥିବା ମୋତେ ଦେଖାଯାଉଛି।
ਸੀਤਲ ਸਾਤਿ ਗੁਰ ਤੇ ਪ੍ਰਭ ਜਾਤੇ ॥੧॥ ਰਹਾਉ ॥
ଗୁରୁଙ୍କ ମାଧ୍ୟମରୁ ପ୍ରଭୁଙ୍କୁ ଜାଣି ମୋର ମନ ଶୀତଳ ଏବଂ ଶାନ୍ତ-ସ୍ଥିର ହୋଇଯାଇଛି ॥1॥ରୁହ॥
ਸੰਤ ਪ੍ਰਸਾਦਿ ਜਪੈ ਹਰਿ ਨਾਉ ॥
ସନ୍ଥଙ୍କ କୃପାରୁ ମନୁଷ୍ୟ ହରିଙ୍କ ନାମ ସ୍ମରଣ କରିଥାଏ।
ਸੰਤ ਪ੍ਰਸਾਦਿ ਹਰਿ ਕੀਰਤਨੁ ਗਾਉ ॥
ସନ୍ଥଙ୍କ କୃପାରୁ ମନୁଷ୍ୟ ହରିଙ୍କ ଯଶ କୀର୍ତ୍ତନ କରିଥାଏ।
ਸੰਤ ਪ੍ਰਸਾਦਿ ਸਗਲ ਦੁਖ ਮਿਟੇ ॥
ସନ୍ଥଙ୍କ କୃପାରୁ ମନୁଷ୍ୟର ସମସ୍ତ ପୀଡା ଦୂର ହୋଇଯାଏ।
ਸੰਤ ਪ੍ਰਸਾਦਿ ਬੰਧਨ ਤੇ ਛੁਟੇ ॥੨॥
ସନ୍ଥଙ୍କ କୃପାରୁ ମନୁଷ୍ୟ (ମୋହ-ମାୟାର )ବନ୍ଧନରୁ ମୁକ୍ତି ପ୍ରାପ୍ତ କରିନିଏ। ॥2॥
ਸੰਤ ਕ੍ਰਿਪਾ ਤੇ ਮਿਟੇ ਮੋਹ ਭਰਮ ॥
ସନ୍ଥଙ୍କ କୃପାରୁ ମନୁଷ୍ୟର ମୋହ ଏବଂ ଭ୍ରମ ଦୂର ହୋଇଯାଏ।
ਸਾਧ ਰੇਣ ਮਜਨ ਸਭਿ ਧਰਮ ॥
ସନ୍ଥଙ୍କ ଚରଣ ଧୂଳିରେ ସ୍ନାନ କରିଲେ ସବୁ ଧର୍ମ କର୍ମର ଫଳ ମିଳିଯାଏ।
ਸਾਧ ਕ੍ਰਿਪਾਲ ਦਇਆਲ ਗੋਵਿੰਦੁ ॥
ଯେବେ ସନ୍ଥ କୃପାଳୁ ହୋଇଯାନ୍ତି, ସେତେବେଳେ ଗୋବିନ୍ଦ ଦୟାଳୁ ହୋଇଯାନ୍ତି।
ਸਾਧਾ ਮਹਿ ਇਹ ਹਮਰੀ ਜਿੰਦੁ ॥੩॥
ମୋର ଏହି ପ୍ରାଣ ସନ୍ଥଙ୍କ ଠାରେ ନିବାସ କରିଥାଏ ॥3॥
ਕਿਰਪਾ ਨਿਧਿ ਕਿਰਪਾਲ ਧਿਆਵਉ ॥
ଯଦି ମୁଁ କୃପାର ଭଣ୍ଡାର ଦୟାଳୁ ପରମାତ୍ମାଙ୍କ ଚିନ୍ତନ କରୁ,
ਸਾਧਸੰਗਿ ਤਾ ਬੈਠਣੁ ਪਾਵਉ ॥
ତାହାହେଲେ ହିଁ ସନ୍ଥଙ୍କ ସଙ୍ଗତିରେ ବସିପାରିବି।
ਮੋਹਿ ਨਿਰਗੁਣ ਕਉ ਪ੍ਰਭਿ ਕੀਨੀ ਦਇਆ ॥
ହେ ନାନକ! ଯେବେ ପ୍ରଭୁ ,ମୋ’, ଗୁଣହୀନ ଉପରେ ଦୟା କରିଛନ୍ତି
ਸਾਧਸੰਗਿ ਨਾਨਕ ਨਾਮੁ ਲਇਆ ॥੪॥੨੨॥੯੧॥
ସେତେବେଳେ ମୁଁ ସନ୍ଥଙ୍କ ସଭାରେ ନାମ ସ୍ମରଣ କରିଅଛି ॥4॥22॥91॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥
ਸਾਧਸੰਗਿ ਜਪਿਓ ਭਗਵੰਤੁ ॥
ମୁଁ ସନ୍ଥଙ୍କ ସଭାରେ ମିଶି ଭଗବାନଙ୍କ ସ୍ମରଣ କରୁଅଛି।
ਕੇਵਲ ਨਾਮੁ ਦੀਓ ਗੁਰਿ ਮੰਤੁ ॥
ଗୁରୁ ମୋତେ କେବଳ ନାମର ହିଁ ମନ୍ତ୍ର ପ୍ରଦାନ କରିଛନ୍ତି।
ਤਜਿ ਅਭਿਮਾਨ ਭਏ ਨਿਰਵੈਰ ॥
ନିଜ ଅହଂକାର ତ୍ୟାଗ କରି ମୁଁ ଶତୃହୀନ ହୋଇଯାଇଛି।
ਆਠ ਪਹਰ ਪੂਜਹੁ ਗੁਰ ਪੈਰ ॥੧॥
ଦିନର ଆଠ ପହର ଗୁରୁଙ୍କ ଚରଣର ପୂଜା କର ॥1॥
ਅਬ ਮਤਿ ਬਿਨਸੀ ਦੁਸਟ ਬਿਗਾਨੀ ॥
ମୋର ଦୁଷ୍ଟ ବୁଦ୍ଧି ସେତେବେଳେ ନଷ୍ଟ ହୋଇଯାଇଛି,”
ਜਬ ਤੇ ਸੁਣਿਆ ਹਰਿ ਜਸੁ ਕਾਨੀ ॥੧॥ ਰਹਾਉ ॥
ଯେବେ ମୁଁ ହରିଙ୍କ ଯଶ ନିଜ କାନରେ ଶୁଣି ଅଛି ॥1॥ରୁହ॥
ਸਹਜ ਸੂਖ ਆਨੰਦ ਨਿਧਾਨ ॥
ରକ୍ଷକ ପ୍ରଭୁ ଯିଏ ସ୍ଵାଭାବିକ ସୁଖ ଏବଂ ଆନନ୍ଦର ଭଣ୍ଡାର ଅଟନ୍ତି,
ਰਾਖਨਹਾਰ ਰਖਿ ਲੇਇ ਨਿਦਾਨ ॥
ଅନ୍ତତଃ ମୋର ରକ୍ଷା କରିବେ
ਦੂਖ ਦਰਦ ਬਿਨਸੇ ਭੈ ਭਰਮ ॥
ମୋର ଦୁଃଖ-ଯନ୍ତ୍ରଣା ଏବଂ ଭୟ-ଭ୍ରମ ନାଶ ହୋଇଯାଇଛି।
ਆਵਣ ਜਾਣ ਰਖੇ ਕਰਿ ਕਰਮ ॥੨॥
ପ୍ରଭୁ କୃପା କରି ଜନ୍ମ-ମୃତ୍ୟୁର ଚକ୍ରରୁ ମୋର ରକ୍ଷା କରିଛନ୍ତି ॥2॥
ਪੇਖੈ ਬੋਲੈ ਸੁਣੈ ਸਭੁ ਆਪਿ ॥
ପ୍ରଭୁ ସ୍ଵୟଂ ହିଁ ସବୁ କିଛି ଦେଖନ୍ତି, ବୋଲନ୍ତି ଏବଂ ଶୁଣନ୍ତି।
ਸਦਾ ਸੰਗਿ ਤਾ ਕਉ ਮਨ ਜਾਪਿ ॥
ହେ ମୋର ମନ! ସେହି ପ୍ରଭୁଙ୍କ ସର୍ବଦା ହିଁ ସ୍ମରଣ କର, ଯିଏ ସର୍ବଦା ତୋର ସାଥିରେ ରହିଥାଏ।
ਸੰਤ ਪ੍ਰਸਾਦਿ ਭਇਓ ਪਰਗਾਸੁ ॥
ସନ୍ଥଙ୍କ କୃପାରୁ ମୋର ମନରେ ପ୍ରଭୁ-ଜ୍ୟୋତିର ପ୍ରକାଶ ହୋଇଯାଇଛି।
ਪੂਰਿ ਰਹੇ ਏਕੈ ਗੁਣਤਾਸੁ ॥੩॥
ଗୁଣର ଭଣ୍ଡାର ଏକ ଇଶ୍ଵର ସର୍ବତ୍ର ବ୍ୟାପକ ହୋଇ ରହିଛନ୍ତି ॥3॥
ਕਹਤ ਪਵਿਤ੍ਰ ਸੁਣਤ ਪੁਨੀਤ ॥
ସେ ସବୁ ପବିତ୍ର ହୋଇଯାନ୍ତି, ଯିଏ ମୁଖରେ ତାହାଙ୍କ ମହିମା କରିଥାଏ ଏବଂ ଶୁଣି ଥାଏ,
ਗੁਣ ਗੋਵਿੰਦ ਗਾਵਹਿ ਨਿਤ ਨੀਤ ॥
ଆଉ ସର୍ବଦା ହିଁ ଗୋବିନ୍ଦଙ୍କ ମହିମା-ସ୍ତୁତି କରିଥାଏ,
ਕਹੁ ਨਾਨਕ ਜਾ ਕਉ ਹੋਹੁ ਕ੍ਰਿਪਾਲ ॥
ହେ ନାନକ! ଯାହା ଉପର ଇଶ୍ଵର କୃପାଳୁ ହୋଇଯାନ୍ତି,
ਤਿਸੁ ਜਨ ਕੀ ਸਭ ਪੂਰਨ ਘਾਲ ॥੪॥੨੩॥੯੨॥
ସେହି ପ୍ରାଣୀଙ୍କ ନାମ-ସାଧନା ସଂପୂର୍ଣ୍ଣ ହୋଇଯାଏ ॥4॥23॥92॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥
ਬੰਧਨ ਤੋੜਿ ਬੋਲਾਵੈ ਰਾਮੁ ॥
ସଦଗୁରୁ ମୋହ-ମାୟାର ବନ୍ଧନ ଛାଡି ମନୁଷ୍ୟ ଦ୍ଵାରା ରାମଙ୍କ ସ୍ମରଣ କରାଇଥାନ୍ତି।
ਮਨ ਮਹਿ ਲਾਗੈ ਸਾਚੁ ਧਿਆਨੁ ॥
ସେହି ବ୍ୟକ୍ତିଙ୍କ ମନରେ ସତ୍ୟ-ପରମେଶ୍ଵରଙ୍କ ଧ୍ୟାନ ଲାଗିଯାଏ।
ਮਿਟਹਿ ਕਲੇਸ ਸੁਖੀ ਹੋਇ ਰਹੀਐ ॥
ତାହାର କ୍ଲେଶ ଦୂର ହୋଇଯାଏ ଆଉ ମନୁଷ୍ୟ ସୁଖପୂର୍ବକ ରହିଥାଏ।
ਐਸਾ ਦਾਤਾ ਸਤਿਗੁਰੁ ਕਹੀਐ ॥੧॥
ଏପରି ଦାତାଙ୍କୁ ସଦଗୁରୁ କୁହାଯାଏ॥1॥
ਸੋ ਸੁਖਦਾਤਾ ਜਿ ਨਾਮੁ ਜਪਾਵੈ ॥
କେବଳ ସେ ହିଁ ସୁଖଦାତା ଅଟନ୍ତି, ଯିଏ ପ୍ରାଣୀଙ୍କ ଦ୍ଵାରା ପ୍ରଭୁଙ୍କ ନାମର ଜପ କରାଇଥାନ୍ତି।
ਕਰਿ ਕਿਰਪਾ ਤਿਸੁ ਸੰਗਿ ਮਿਲਾਵੈ ॥੧॥ ਰਹਾਉ ॥
ଆଉ କୃପା କରି ତାହାଙ୍କ ସାଥିରେ ମିଳନ କରାଇଥାନ୍ତି॥1॥ରୁହ॥
ਜਿਸੁ ਹੋਇ ਦਇਆਲੁ ਤਿਸੁ ਆਪਿ ਮਿਲਾਵੈ ॥
ଯେଉଁ ବ୍ୟକ୍ତି ଉପରେ ପରମାତ୍ମା ଦୟାଳୁ ହୋଇଯାନ୍ତି, ତାହାଙ୍କୁ ସେ ଗୁରୁଙ୍କ ସହିତ ମିଳନ କରାନ୍ତି।
ਸਰਬ ਨਿਧਾਨ ਗੁਰੂ ਤੇ ਪਾਵੈ ॥
ସମସ୍ତ ଭଣ୍ଡାର ସର୍ବନିଧି ସେହି ଗୁରୁ ଦ୍ଵାରା ପ୍ରାପ୍ତ କରି ନିଅନ୍ତି।
ਆਪੁ ਤਿਆਗਿ ਮਿਟੈ ਆਵਣ ਜਾਣਾ ॥
ଯେଉଁ ବ୍ୟକ୍ତି ନିଜ ଅହଂକାର ତ୍ୟାଗ କରି ଦେଇଥାଏ, ତାହାର ଜନ୍ମ-ମରଣ ଚକ୍ର ଦୂର ହୋଇଯାଏ।
ਸਾਧ ਕੈ ਸੰਗਿ ਪਾਰਬ੍ਰਹਮੁ ਪਛਾਣਾ ॥੨॥
ସେ ସନଥଙ୍କ ସଙ୍ଗତି କରି ପରଂବ୍ରହ୍ମଙ୍କୁ ଅନୁଭବ କରିଥାଏ॥2॥
ਜਨ ਊਪਰਿ ਪ੍ਰਭ ਭਏ ਦਇਆਲ ॥
ନିଜ ସେବକ ଉପରେ ପ୍ରଭୁ ଦୟାଳୁ ହୋଇଛନ୍ତି।