Guru Granth Sahib Translation Project

guru granth sahib odia page-177

Page 177

ਉਕਤਿ ਸਿਆਣਪ ਸਗਲੀ ਤਿਆਗੁ ॥ ନିଜର ଯୁକ୍ତି ଆଉ ସମସ୍ତ ଚତୁରତା ତ୍ୟାଗ କର
ਸੰਤ ਜਨਾ ਕੀ ਚਰਣੀ ਲਾਗੁ ॥੨॥ ଆଉ ସନ୍ଥଜନଙ୍କ ଚରଣରେ ଲାଗି ଯାଅ ॥2॥
ਸਰਬ ਜੀਅ ਹਹਿ ਜਾ ਕੈ ਹਾਥਿ ॥ ଯେଉଁ ଭଗବାନଙ୍କ ବଶରେ ସମସ୍ତ ଜୀବ ଅଛନ୍ତି,
ਕਦੇ ਨ ਵਿਛੁੜੈ ਸਭ ਕੈ ਸਾਥਿ ॥ ଯିଏ ସଦା ଜୀବଙ୍କ ସାଥିରେ ରହିଥାନ୍ତି, ସେ କେବେ ତାହା ଠାରୁ ଅଲଗା ହୁଅନ୍ତି ନାହିଁ।
ਉਪਾਵ ਛੋਡਿ ਗਹੁ ਤਿਸ ਕੀ ਓਟ ॥ ହେ ପ୍ରାଣୀ! ନିଜର ଯୁକ୍ତି ତ୍ୟାଗ କର ଆଉ ତାହାଙ୍କ ଶରଣରେ ଆସ,
ਨਿਮਖ ਮਾਹਿ ਹੋਵੈ ਤੇਰੀ ਛੋਟਿ ॥੩॥ ଏକ କ୍ଷଣରେ ତୋହର ମୁକ୍ତି ହୋଇଯିବ ॥3।
ਸਦਾ ਨਿਕਟਿ ਕਰਿ ਤਿਸ ਨੋ ਜਾਣੁ ॥ ପ୍ରଭୁଙ୍କୁ ସର୍ବଦା ନିଜ ନିକଟରେ ଭାବ
ਪ੍ਰਭ ਕੀ ਆਗਿਆ ਸਤਿ ਕਰਿ ਮਾਨੁ ॥ ପ୍ରଭୁଙ୍କ ଆଜ୍ଞାରେ ସତ୍ୟ କରି ସ୍ଵୀକାର କର।
ਗੁਰ ਕੈ ਬਚਨਿ ਮਿਟਾਵਹੁ ਆਪੁ ॥ ଗୁରୁଙ୍କ ଉପଦେଶ ଦ୍ଵାରା ନିଜର ଅହଂକୁ ଦୂର କର।
ਹਰਿ ਹਰਿ ਨਾਮੁ ਨਾਨਕ ਜਪਿ ਜਾਪੁ ॥੪॥੪॥੭੩॥ ହେ ନାନକ! ହରି-ପରମେଶ୍ଵରଙ୍କ ନାମ ଜପ, ସଦା ପ୍ରଭୁଙ୍କ ଗୁଣର ଜପ କରୁଥାଅ ॥4॥4॥73॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥ ଗଉଡି ଗୁଆରେରୀ ମହଲା 5 ॥
ਗੁਰ ਕਾ ਬਚਨੁ ਸਦਾ ਅਬਿਨਾਸੀ ॥ ଗୁରୁଙ୍କ ବଚନ ସଦା ଅବିନାଶୀ ଅଟେ,
ਗੁਰ ਕੈ ਬਚਨਿ ਕਟੀ ਜਮ ਫਾਸੀ ॥ ଗୁରୁଙ୍କ ବଚନ ଦ୍ଵାରା ମୃତ୍ୟୁର ଫାଶୀ କଟିଯାଏ ।
ਗੁਰ ਕਾ ਬਚਨੁ ਜੀਅ ਕੈ ਸੰਗਿ ॥ ଗୁରୁଙ୍କ ବଚନ ସର୍ବଦା ଜୀବର ସାଥିରେ ରହିଥାଏ।
ਗੁਰ ਕੈ ਬਚਨਿ ਰਚੈ ਰਾਮ ਕੈ ਰੰਗਿ ॥੧॥ ଗୁରୁଙ୍କ ବଚନ ଦ୍ଵାରା ମନୁଷ୍ୟ ରାମଙ୍କ ପ୍ରେମରେ ଲୀନ ରହିଥାଏ ॥1॥
ਜੋ ਗੁਰਿ ਦੀਆ ਸੁ ਮਨ ਕੈ ਕਾਮਿ ॥ ଗୁରୁ ଯାହା କିଛି ଦେଇଥାନ୍ତି, ତାହା ଆତ୍ମାର ଲାଭ ପାଇଁ ଅଟେ।
ਸੰਤ ਕਾ ਕੀਆ ਸਤਿ ਕਰਿ ਮਾਨਿ ॥੧॥ ਰਹਾਉ ॥ ଯାହା କିଛି ମଧ୍ୟ ସନ୍ଥ କରିଥାନ୍ତି, ତାହାକୁ ସତ୍ୟ ଭାବି ସ୍ଵୀକାର କର ॥1ରୁହ॥
ਗੁਰ ਕਾ ਬਚਨੁ ਅਟਲ ਅਛੇਦ ॥ ଗୁରୁଙ୍କ ବଚନ ଅଟଳ ଏବଂ ଶାଶ୍ଵତ ଅଟେ।
ਗੁਰ ਕੈ ਬਚਨਿ ਕਟੇ ਭ੍ਰਮ ਭੇਦ ॥ ଗୁରୁଙ୍କ ବଚନ ଦ୍ଵାରା ସବୁ ଭ୍ରମ ଏବଂ ଭେଦଭାବ ଦୂର ହୋଇଯାଏ।
ਗੁਰ ਕਾ ਬਚਨੁ ਕਤਹੁ ਨ ਜਾਇ ॥ ଵ ମନୁଷ୍ୟକୁ ଛାଡି କେଉଁ ଆଡେ ଯାଏ ନାହିଁ।
ਗੁਰ ਕੈ ਬਚਨਿ ਹਰਿ ਕੇ ਗੁਣ ਗਾਇ ॥੨॥ ଗୁରୁଙ୍କ ବଚନରୁ ହିଁ ପ୍ରାଣୀ ହରିଙ୍କ ଯଶ ଗାନ କରିଥାଏ ॥2॥
ਗੁਰ ਕਾ ਬਚਨੁ ਜੀਅ ਕੈ ਸਾਥ ॥ ଗୁରୁଙ୍କ ବଚନ ଜୀବ ସାଥିରେ ରହିଥାଏ।
ਗੁਰ ਕਾ ਬਚਨੁ ਅਨਾਥ ਕੋ ਨਾਥ ॥ ଗୁରୁଙ୍କ ବଚନ ଅନାଥର ନାଥ ଅଟେ।
ਗੁਰ ਕੈ ਬਚਨਿ ਨਰਕਿ ਨ ਪਵੈ ॥ ଗୁରୁଙ୍କ ବଚନ ଦ୍ଵାରା ପ୍ରାଣୀନର୍କକୁ ଯାଏ ନାହିଁ।
ਗੁਰ ਕੈ ਬਚਨਿ ਰਸਨਾ ਅੰਮ੍ਰਿਤੁ ਰਵੈ ॥੩॥ ଗୁରୁଙ୍କ ବଚନ ଦ୍ଵାରା ପ୍ରାଣୀର ଇଚ୍ଛା ନାମ ରୂପୀ ଅମୃତର ଆନନ୍ଦ ପ୍ରାପ୍ତ କରିଥାଏ ॥3॥
ਗੁਰ ਕਾ ਬਚਨੁ ਪਰਗਟੁ ਸੰਸਾਰਿ ॥ ଗୁରୁଙ୍କ ବଚନ ବିଶ୍ବରେ ପ୍ରକଟ ଥାଏ।
ਗੁਰ ਕੈ ਬਚਨਿ ਨ ਆਵੈ ਹਾਰਿ ॥ ଗୁରୁଙ୍କ ବଚନରୁ ପ୍ରାଣୀ କେବେ ପରାଜିତ ହୁଏନାହିଁ।
ਜਿਸੁ ਜਨ ਹੋਏ ਆਪਿ ਕ੍ਰਿਪਾਲ ॥ ହେ ନାନକ! ଯେଉଁ ପ୍ରାଣୀ ଉପରେ ପ୍ରଭୁ ସ୍ଵୟଂ କୃପାଳୁ ହୋଇଯାନ୍ତି,
ਨਾਨਕ ਸਤਿਗੁਰ ਸਦਾ ਦਇਆਲ ॥੪॥੫॥੭੪॥ ତାହା ଉପରେ ସଦଗୁରୁ ସର୍ବଦା ହିଁ ଦୟାଳୁ ରହିଥାନ୍ତି ॥4॥5॥74॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥ ଗଉଡି ଗୁଆରେରୀ ମହଲା 5 ॥
ਜਿਨਿ ਕੀਤਾ ਮਾਟੀ ਤੇ ਰਤਨੁ ॥ ଯେଉଁ ଭଗବାନ ମାଟିରୁ ମୋର ଶରୀର ରଚନା କରି ଏହାକୁ ରତ୍ନ ଭଳି ଅମୂଲ୍ୟ ବନାଇଛନ୍ତି,
ਗਰਭ ਮਹਿ ਰਾਖਿਆ ਜਿਨਿ ਕਰਿ ਜਤਨੁ ॥ ଯିଏ ପ୍ରୟାସ କରି ମାତୃ ଗର୍ଭରେ ମୋର ରକ୍ଷା କରିଛନ୍ତି,
ਜਿਨਿ ਦੀਨੀ ਸੋਭਾ ਵਡਿਆਈ ॥ ଯିଏ ମୋତେ ଶୋଭା ଏବଂ ବଡିମା ପ୍ରଦାନ କରିଛନ୍ତି,
ਤਿਸੁ ਪ੍ਰਭ ਕਉ ਆਠ ਪਹਰ ਧਿਆਈ ॥੧॥ ମୁଁ ସେହି ଭଗବାନଙ୍କ ଆଠ ପ୍ରହର ସ୍ମରଣ କରୁଅଛି ॥1॥
ਰਮਈਆ ਰੇਨੁ ਸਾਧ ਜਨ ਪਾਵਉ ॥ ହେ ମୋର ରାମ! ମୋତେ ସନ୍ଥଜନଙ୍କ ଚରଣ ଧୁଳି ପ୍ରାପ୍ତ ହେଉ।
ਗੁਰ ਮਿਲਿ ਅਪੁਨਾ ਖਸਮੁ ਧਿਆਵਉ ॥੧॥ ਰਹਾਉ ॥ ଗୁରୁଙ୍କ ସହିତ ମିଶି ମୁଁ ନିଜ ପରମେଶ୍ଵରଙ୍କ ଧ୍ୟାନ କରୁଅଛି ॥1॥ରୁହ॥
ਜਿਨਿ ਕੀਤਾ ਮੂੜ ਤੇ ਬਕਤਾ ॥ ଯିଏ ମୋତେ ମୂର୍ଖରୁ ପ୍ରଚାରକ ବନାଇଛନ୍ତି,
ਜਿਨਿ ਕੀਤਾ ਬੇਸੁਰਤ ਤੇ ਸੁਰਤਾ ॥ ଅଚେତ ପୁରୁଷାରୁ ଯିଏ ମୋତେ ଚତୁର ବନାଇଛନ୍ତି,
ਜਿਸੁ ਪਰਸਾਦਿ ਨਵੈ ਨਿਧਿ ਪਾਈ ॥ ଯାହାଙ୍କ ଦୟାରୁ ମୋତେ ନବନିଧି ପ୍ରାପ୍ତ ହୋଇଛି,
ਸੋ ਪ੍ਰਭੁ ਮਨ ਤੇ ਬਿਸਰਤ ਨਾਹੀ ॥੨॥ ସେହି ପ୍ରଭୁଙ୍କୁ ମୋର ହୃଦୟ ବିସ୍ମୃତ କରେ ନାହିଁ ॥2॥
ਜਿਨਿ ਦੀਆ ਨਿਥਾਵੇ ਕਉ ਥਾਨੁ ॥ ଯେଉଁ ପ୍ରଭୁ ମୋତେ ନିରାଶ୍ରୟକୁ ଆଶ୍ରୟ ଦେଇଛନ୍ତି
ਜਿਨਿ ਦੀਆ ਨਿਮਾਨੇ ਕਉ ਮਾਨੁ ॥ ଆଉ ଯେଉଁ ପ୍ରଭୁ ମୁଁ , ତୁଚ୍ଛ ପ୍ରାଣିକୁ, ଆଦର ସତ୍କାର ପ୍ରଦାନ କରିଛନ୍ତି,
ਜਿਨਿ ਕੀਨੀ ਸਭ ਪੂਰਨ ਆਸਾ ॥ ଯିଏ ମୋର ସମସ୍ତ ଅଧିକାର ପୂର୍ଣ୍ଣ କରିଛନ୍ତି,
ਸਿਮਰਉ ਦਿਨੁ ਰੈਨਿ ਸਾਸ ਗਿਰਾਸਾ ॥੩॥ ହେ ପ୍ରାଣୀ! ଦିନ ରାତି, ପ୍ରତ୍ୟେକ ଶ୍ଵାସ ଏବଂ ଗ୍ରାସରେ ତାହାଙ୍କ ଧ୍ୟାନ କର ॥3॥
ਜਿਸੁ ਪ੍ਰਸਾਦਿ ਮਾਇਆ ਸਿਲਕ ਕਾਟੀ ॥ ଯାହାଙ୍କ ପ୍ରସାଦ (ଦୟା)ରୁ ମୋହ-ମାୟାର ବନ୍ଧନ କଟି ଯାଇଛି,
ਗੁਰ ਪ੍ਰਸਾਦਿ ਅੰਮ੍ਰਿਤੁ ਬਿਖੁ ਖਾਟੀ ॥ ଗୁରୁଙ୍କ କୃପାରୁ ( ମୋହ ମାୟାର) ବିଷ ଅମୃତ ବନିଯାଇଛି।
ਕਹੁ ਨਾਨਕ ਇਸ ਤੇ ਕਿਛੁ ਨਾਹੀ ॥ ହେ ନାନକ! ଏହି ଜୀବ ଦ୍ଵାରା କିଛି ମଧ୍ୟ ହୋଇପାରିବ ନାହିଁ।
ਰਾਖਨਹਾਰੇ ਕਉ ਸਾਲਾਹੀ ॥੪॥੬॥੭੫॥ ମୁଁ ରକ୍ଷକ-ପ୍ରଭୁଙ୍କ ଯଶୋଗାନ କରୁଅଛି ॥4॥6॥75॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥ ଗଉଡି ଗୁଆରେରୀ ମହଲା 5 ॥
ਤਿਸ ਕੀ ਸਰਣਿ ਨਾਹੀ ਭਉ ਸੋਗੁ ॥ ସେହି ଭଗବାନଙ୍କ ଶରଣରେ ଆସିଲେ କୌଣସି ଭୟ ଏବଂ ଚିନ୍ତା ରହେ ନାହିଁ।
ਉਸ ਤੇ ਬਾਹਰਿ ਕਛੂ ਨ ਹੋਗੁ ॥ ତାହାଙ୍କ ହୁକୁମ ବିନା କିଛି ମଧ୍ୟ କରାଯାଇ ପାରିବ ନାହିଁ।
ਤਜੀ ਸਿਆਣਪ ਬਲ ਬੁਧਿ ਬਿਕਾਰ ॥ ମୁଁ ଚତୁରତା, ବଳ ଏବଂ ମନ୍ଦବୁଦ୍ଧି ତ୍ୟାଗ କରିଦେଇଛି।
ਦਾਸ ਅਪਨੇ ਕੀ ਰਾਖਨਹਾਰ ॥੧॥ ସେ ନିଜ ଦାସର ପ୍ରତିଷ୍ଠା ରକ୍ଷା କରନ୍ତି ॥1॥
ਜਪਿ ਮਨ ਮੇਰੇ ਰਾਮ ਰਾਮ ਰੰਗਿ ॥ ହେ ମୋର ମନ! ତୁ ପ୍ରେମ ପୂର୍ବକ ରାମ ନାମର ସ୍ମରଣ କର।
ਘਰਿ ਬਾਹਰਿ ਤੇਰੈ ਸਦ ਸੰਗਿ ॥੧॥ ਰਹਾਉ ॥ ସେ ହୃଦୟ-ଘରେ ଏବଂ ବାହାରେ ସର୍ବଦା ତୋର ସାଥିରେ ରହିଥାନ୍ତି ॥1॥ରୁହ॥
ਤਿਸ ਕੀ ਟੇਕ ਮਨੈ ਮਹਿ ਰਾਖੁ ॥ ନିଜ ମନରେ ତାହାଙ୍କ ସାହାରର ଆଶା ରଖ।
Scroll to Top
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/