Page 163
ਆਪੇ ਹੀ ਪ੍ਰਭੁ ਦੇਹਿ ਮਤਿ ਹਰਿ ਨਾਮੁ ਧਿਆਈਐ ॥
ପରମେଶ୍ଵର ସ୍ଵୟଂ ହିଁ ସୁମତି ପ୍ରଦାନ କରିଥାନ୍ତି ଆଉ ମନୁଷ୍ୟ ହରିଙ୍କ ନାମର ଧ୍ୟାନ କରିଥାଏ।
ਵਡਭਾਗੀ ਸਤਿਗੁਰੁ ਮਿਲੈ ਮੁਖਿ ਅੰਮ੍ਰਿਤੁ ਪਾਈਐ ॥
ବଡ ସୌଭାଗ୍ୟରୁ ସଦଗୁରୁ ମିଳିଥାନ୍ତି ଯିଏ ତାହାର ମୁଖରେ (ହରିନାମର) ଅମୃତ ଦେଇଥାନ୍ତି।
ਹਉਮੈ ਦੁਬਿਧਾ ਬਿਨਸਿ ਜਾਇ ਸਹਜੇ ਸੁਖਿ ਸਮਾਈਐ ॥
ଯେବେ ଅହଂକାର ଓ ଦ୍ଵିଧା ନଷ୍ଟ ହୋଇଯାଏ, ସେ ସ୍ଵାଭାବିକ ଭାବରେ ସୁଖରେ ଲୀନ ହୋଇଯାଏ।
ਸਭੁ ਆਪੇ ਆਪਿ ਵਰਤਦਾ ਆਪੇ ਨਾਇ ਲਾਈਐ ॥੨॥
ପ୍ରଭୁ ସ୍ଵୟଂ ହିଁ ସର୍ବ ବ୍ୟାପକ ହୋଇଛନ୍ତି ଆଉ ସ୍ଵୟଂ ହିଁ ମନୁଷ୍ୟକୁ ନିଜ ନାମ ସ୍ମରଣରେ ଲଗାଇଛନ୍ତି.॥2॥
ਮਨਮੁਖਿ ਗਰਬਿ ਨ ਪਾਇਓ ਅਗਿਆਨ ਇਆਣੇ ॥
ସ୍ଵେଚ୍ଛାଚାରୀ ଅହଂକାର ବଶତଃ ଈଶ୍ଵରଙ୍କୁ ପ୍ରାପ୍ତ କରିପାରେ ନାହିଁ, ସେ ମୂର୍ଖ ଏବଂ ଜ୍ଞାନହୀନ ଅଟେ।
ਸਤਿਗੁਰ ਸੇਵਾ ਨਾ ਕਰਹਿ ਫਿਰਿ ਫਿਰਿ ਪਛੁਤਾਣੇ ॥
ସେ ସଦଗୁରୁଙ୍କ ସେବା ଭକ୍ତି କରେ ନାହିଁ ଆଉ ପୁନଃ ପୁନଃ ପଶ୍ଚାତାପ କରିଥାଏ।
ਗਰਭ ਜੋਨੀ ਵਾਸੁ ਪਾਇਦੇ ਗਰਭੇ ਗਲਿ ਜਾਣੇ ॥
ଗର୍ଭଯୋନିରେ ତାହାର ନିବାସ ମିଳିଥାଏ ଆଉ ଗର୍ଭରେ ହିଁ ଗଳି ସଢି ଯାଇଥାଏ।
ਮੇਰੇ ਕਰਤੇ ਏਵੈ ਭਾਵਦਾ ਮਨਮੁਖ ਭਰਮਾਣੇ ॥੩॥
ମୋର ପ୍ରଭୁଙ୍କୁ ଏହା ଭଲ ଲାଗିଥାଏ ଯେ ସ୍ଵେଚ୍ଛାଚାରୀ ପଥଭ୍ରଷ୍ଟ ରହୁ ॥3॥
ਮੇਰੈ ਹਰਿ ਪ੍ਰਭਿ ਲੇਖੁ ਲਿਖਾਇਆ ਧੁਰਿ ਮਸਤਕਿ ਪੂਰਾ ॥
ମୋର ହରି-ପ୍ରଭୁ ଆଦିରୁ ହିଁ ପ୍ରାଣୀର ମସ୍ତକରେ ତାହାର ଭାଗ୍ୟ ଲେଖିଦେଇଛନ୍ତି।
ਹਰਿ ਹਰਿ ਨਾਮੁ ਧਿਆਇਆ ਭੇਟਿਆ ਗੁਰੁ ਸੂਰਾ ॥
ଯେବେ ମନୁଷ୍ୟକୁ ସୁରବୀର ଗୁରୁ ମିଳିଯାନ୍ତି, ସେ ହରି-ପରମେଶ୍ଵରଙ୍କ ନାମର ଆରାଧନା କରିଥାଏ।
ਮੇਰਾ ਪਿਤਾ ਮਾਤਾ ਹਰਿ ਨਾਮੁ ਹੈ ਹਰਿ ਬੰਧਪੁ ਬੀਰਾ ॥
ହରିଙ୍କ ନାମ ମୋର ପିତା ଏବଂ ମୋର ମାତା ଅଟେ।ଭଗବାନ ହିଁ ମୋର ସମ୍ବନ୍ଧୀୟ ଆଉ ଭ୍ରାତା ଅଟନ୍ତି।
ਹਰਿ ਹਰਿ ਬਖਸਿ ਮਿਲਾਇ ਪ੍ਰਭ ਜਨੁ ਨਾਨਕੁ ਕੀਰਾ ॥੪॥੩॥੧੭॥੩੭॥
ହେ ପ୍ରଭୁ! କୃମି ସେବକ ନାନକଙ୍କୁ କ୍ଷମା ଦାନ କରି ନିଜ ସାଥିରେ ମିଳନ କରାଇ ଦିଅ। ॥4॥3॥17॥37॥
ਗਉੜੀ ਬੈਰਾਗਣਿ ਮਹਲਾ ੩ ॥
ଗଉଡି ବଇରାଗଣି ମହଲା 3 ॥
ਸਤਿਗੁਰ ਤੇ ਗਿਆਨੁ ਪਾਇਆ ਹਰਿ ਤਤੁ ਬੀਚਾਰਾ ॥
ସଦଗୁରୁଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରି ମୁଁ ପରମ ତତ୍ତ୍ଵ ଈଶ୍ବରଙ୍କ ମହାନତାର ଚିନ୍ତନ କରିଛି।
ਮਤਿ ਮਲੀਣ ਪਰਗਟੁ ਭਈ ਜਪਿ ਨਾਮੁ ਮੁਰਾਰਾ ॥
ମୁରାରୀ ପ୍ରଭୁଙ୍କ ନାମର ଜପ କରିବା ଦ୍ଵାରା ମୋର ମଳିନ ବୁଦ୍ଧି ନିର୍ମଳ ହୋଇଯାଇଛି।
ਸਿਵਿ ਸਕਤਿ ਮਿਟਾਈਆ ਚੂਕਾ ਅੰਧਿਆਰਾ ॥
ଇଶ୍ଵର ମାୟାକୁ ନାଶ କରିଦେଇଛନ୍ତି ଆଉ ମୋର ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଇଛି।
ਧੁਰਿ ਮਸਤਕਿ ਜਿਨ ਕਉ ਲਿਖਿਆ ਤਿਨ ਹਰਿ ਨਾਮੁ ਪਿਆਰਾ ॥੧॥
ଯାହାର ମସ୍ତକରେ ଆଦିରୁ ହିଁ ଭାଗ୍ୟ ରେଖା ବିଦ୍ୟମାନ ହୋଇଛି, ତାହାଙ୍କୁ ହରିଙ୍କ ନାମ ପ୍ରିୟ ଲାଗିଥାଏ ॥1॥
ਹਰਿ ਕਿਤੁ ਬਿਧਿ ਪਾਈਐ ਸੰਤ ਜਨਹੁ ਜਿਸੁ ਦੇਖਿ ਹਉ ਜੀਵਾ ॥
ହେ ସଜ୍ଜନ !କେଉଁ ସାଧନ ଦ୍ଵାରା ପରମାତ୍ମାଙ୍କୁ ପାଇପାରିବା? ଯାହାର ଦର୍ଶନ କରି ମୁଁ ଜୀବିତ ରହିଥାଏ।
ਹਰਿ ਬਿਨੁ ਚਸਾ ਨ ਜੀਵਤੀ ਗੁਰ ਮੇਲਿਹੁ ਹਰਿ ਰਸੁ ਪੀਵਾ ॥੧॥ ਰਹਾਉ ॥
ପରମାତ୍ମାଙ୍କ ବିନା ମୁଁ ନିମିଷ ମାତ୍ର ମଧ୍ୟ ଜୀବିତ ରହିପାରିବି ନାହିଁ, ମୋତେ ଗୁରୁଙ୍କ ସାଥିରେ ସାକ୍ଷାତ କରାଇ ଦିଅନ୍ତୁ କାରଣ ଯେମିତି ମୁଁ ହରି-ରସର ପାନ କରିବି ॥1॥ରୁହ॥
ਹਉ ਹਰਿ ਗੁਣ ਗਾਵਾ ਨਿਤ ਹਰਿ ਸੁਣੀ ਹਰਿ ਹਰਿ ਗਤਿ ਕੀਨੀ ॥
ମୁଁ ନିତ୍ୟ ଈଶ୍ବରଙ୍କ ଗୁଣ ସ୍ତୁତି କରିଥାଏ ଆଉ ପ୍ରତିଦିନ ପରମେଶ୍ଵରଙ୍କ ମହିମା ହିଁ ଶୁଣି ଥାଏ। ମୋତେ ହରି-ପ୍ରଭୁ(ସଂସାରରୁ) ମୁକ୍ତ କରିଦେଇଛନ୍ତି।
ਹਰਿ ਰਸੁ ਗੁਰ ਤੇ ਪਾਇਆ ਮੇਰਾ ਮਨੁ ਤਨੁ ਲੀਨੀ ॥
ହରି-ରସ ମୁଁ ଗୁରୁଙ୍କ ଠାରୁ ପ୍ରାପ୍ତ କରିଛନ୍ତି, ମୋର ମନ ଏବଂ ତନ ଏଥିରେ ଲୀନ ହୋଇଯାଇଛି।
ਧਨੁ ਧਨੁ ਗੁਰੁ ਸਤ ਪੁਰਖੁ ਹੈ ਜਿਨਿ ਭਗਤਿ ਹਰਿ ਦੀਨੀ ॥
ସେହି ସତ୍ୟସ୍ଵରୂପ ଗୁରୁ ଧନ୍ୟ ଧନ୍ୟ ଅଟନ୍ତି, ଯିଏ ମୋତେ ଭଗବାନଙ୍କ ଭକ୍ତି ପ୍ରଦାନ କରିଛନ୍ତି।
ਜਿਸੁ ਗੁਰ ਤੇ ਹਰਿ ਪਾਇਆ ਸੋ ਗੁਰੁ ਹਮ ਕੀਨੀ ॥੨॥
ମୁଁ ତାହାଙ୍କୁ ହିଁ ନିଜ ଗୁରୁ ଧାରଣ କରିଛି, ଯାହାଙ୍କ ଦ୍ଵାରା ମୁଁ ପରମାତ୍ମାଙ୍କୁ ପାଇଛି।॥2॥
ਗੁਣਦਾਤਾ ਹਰਿ ਰਾਇ ਹੈ ਹਮ ਅਵਗਣਿਆਰੇ ॥
ବିଶ୍ଵର ମାଲିକ ପ୍ରଭୁ ଗୁଣର ଦାତା ଅଟନ୍ତି, ପରନ୍ତୁ ଜୀବଙ୍କ ଠାରେ ଅନେକ ଅବଗୁଣ ବିଦ୍ୟମାନ ଅଛି।
ਪਾਪੀ ਪਾਥਰ ਡੂਬਦੇ ਗੁਰਮਤਿ ਹਰਿ ਤਾਰੇ ॥
ପାଣିରେ ବୁଡିଥିବା ପଥର ଭଳି ଭବସାଗରରେ ବୁଡିଥିବା ପାପୀ ଜୀବଙ୍କୁ ଭଗବାନ ଗୁରୁଙ୍କ ମତି ଦେଇ ପାର କରାଇଛନ୍ତି।
ਤੂੰ ਗੁਣਦਾਤਾ ਨਿਰਮਲਾ ਹਮ ਅਵਗਣਿਆਰੇ ॥
ହେ ଗୁଣର ଦାତା! ତୁ ବଡ ନିର୍ମଳ ଅଟୁ, କିନ୍ତୁ, ଜୀବଙ୍କ ଠାରେ ଅନେକ ଅବଗୁଣ ବିଦ୍ୟମାନ ଅଛି।
ਹਰਿ ਸਰਣਾਗਤਿ ਰਾਖਿ ਲੇਹੁ ਮੂੜ ਮੁਗਧ ਨਿਸਤਾਰੇ ॥੩॥
ହେ ଭଗବାନ! ତୁ ମହାମୁର୍ଖ୍କୁ ମଧ୍ୟ ଭବସାଗରରୁ ପାର କରାଇଦେଉଛୁ, ଏଣୁ, ମୁଁ ତୋର ହିଁ ଶରଣକୁ ଆସିଅଛି ଆଉ ମୋତେ ମଧ୍ୟ ଭବସାଗରରୁ ପାର କରାଇ ଦିଅ ॥3॥
ਸਹਜੁ ਅਨੰਦੁ ਸਦਾ ਗੁਰਮਤੀ ਹਰਿ ਹਰਿ ਮਨਿ ਧਿਆਇਆ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ମତି ଦ୍ଵାରା ନିଜ ମନରେ ହରି-ପରମେଶ୍ଵରଙ୍କ ଧ୍ୟାନ କରିଥାଏ, ତାହାକୁ ସର୍ବଦା ସ୍ଵାଭାବିକ ସୁଖ ଏବଂ ଆନନ୍ଦ ପ୍ରାପ୍ତ ହୋଇଥାଏ।
ਸਜਣੁ ਹਰਿ ਪ੍ਰਭੁ ਪਾਇਆ ਘਰਿ ਸੋਹਿਲਾ ਗਾਇਆ ॥
ସେମାନେ ନିଜେ ସଜ୍ଜନ ପ୍ରଭୁଙ୍କୁ ପାଇ ନିଜ ହୃଦୟ ଘରେ ତାହାଙ୍କ ମହିମା-ସ୍ତୁତି ଗାନ କରିଥାନ୍ତି।
ਹਰਿ ਦਇਆ ਧਾਰਿ ਪ੍ਰਭ ਬੇਨਤੀ ਹਰਿ ਹਰਿ ਚੇਤਾਇਆ ॥
ହେ ହରି! ମୋ’ ଉପରେ ଦୟା କର, ହେ ପ୍ରଭୁ! ମୋର ଏହି ବିନତି ଯେ ମୁଁ ସର୍ବଦା ହିଁ ହରି-ପରମେଶ୍ଵଙ୍କ ନାମ ସ୍ମରଣ କରିଥାଏ।
ਜਨ ਨਾਨਕੁ ਮੰਗੈ ਧੂੜਿ ਤਿਨ ਜਿਨ ਸਤਿਗੁਰੁ ਪਾਇਆ ॥੪॥੪॥੧੮॥੩੮॥
ଜନ ନାନକ ସେହି ମହାପୁରୁଷଙ୍କ ଚରଣ ଧୁଳି ହିଁ କାମନା କରିଥାନ୍ତି, ଯିଏ ସଦଗୁରୁଙ୍କୁ ପାଇଛି ॥4॥4॥18॥38॥
ਗਉੜੀ ਗੁਆਰੇਰੀ ਮਹਲਾ ੪ ਚਉਥਾ ਚਉਪਦੇ
ଗଉଡି ଗୁଆରେରୀ ମହଲା 4 ଚତୁର୍ଥ ଚଉପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇପାରିବା।
ਪੰਡਿਤੁ ਸਾਸਤ ਸਿਮ੍ਰਿਤਿ ਪੜਿਆ ॥
ପଣ୍ଡିତ ଶାସ୍ତ୍ର ଏବଂ ସ୍ମୃତିର ଅଧ୍ୟୟନ କରିଥାଏ।
ਜੋਗੀ ਗੋਰਖੁ ਗੋਰਖੁ ਕਰਿਆ ॥
ଯୋଗୀ ନିଜ ଗୁରୁଙ୍କ ନାମ ‘ଗୋରଖ ଗୋରଖ’ କୁହନ୍ତି।
ਮੈ ਮੂਰਖ ਹਰਿ ਹਰਿ ਜਪੁ ਪੜਿਆ ॥੧॥
କିନ୍ତୁ, ମୁଁ ମୂର୍ଖ ହରି-ପରମେଶ୍ଵରଙ୍କ ନାମ ହିଁ ଜପ କରୁଅଛି ॥1॥
ਨਾ ਜਾਨਾ ਕਿਆ ਗਤਿ ਰਾਮ ਹਮਾਰੀ ॥
ହେ ମୋର ରାମ! ମୁଁ ଜାଣେ ନାହିଁ ଯେ ମୋର ପରିସ୍ଥିତି କଣ ହେବ।
ਹਰਿ ਭਜੁ ਮਨ ਮੇਰੇ ਤਰੁ ਭਉਜਲੁ ਤੂ ਤਾਰੀ ॥੧॥ ਰਹਾਉ ॥
ହେ ମୋର ମନ! ତୁ ଭଗବାନଙ୍କ ଭଜନ କରି ଭବସାଗରରୁ ପାର ହୋଇଯାଅ। ॥1॥ରୁହ॥