Guru Granth Sahib Translation Project

guru granth sahib odia page-161

Page 161

ਇਸੁ ਕਲਿਜੁਗ ਮਹਿ ਕਰਮ ਧਰਮੁ ਨ ਕੋਈ ॥ ଏହି କଳିଯୁଗରେ କୌଣସି ବ୍ୟକ୍ତି ମଧ୍ୟ ଧର୍ମ କର୍ମ କରିବାରେ ସଫଳ ହୋଇ ନାହିଁ।
ਕਲੀ ਕਾ ਜਨਮੁ ਚੰਡਾਲ ਕੈ ਘਰਿ ਹੋਈ ॥ କଳିଯୁଗ ର ଜନ୍ମ ଚଣ୍ଡାଳର ଘରେ ହୋଇଛି ।
ਨਾਨਕ ਨਾਮ ਬਿਨਾ ਕੋ ਮੁਕਤਿ ਨ ਹੋਈ ॥੪॥੧੦॥੩੦॥ ହେ ନାନକ! ପରମାତ୍ମାଙ୍କ ନାମ ବିନା କେହି ମଧ୍ୟ ମୋକ୍ଷ ପାଇ ପାରେ ନାହିଁ
ਗਉੜੀ ਮਹਲਾ ੩ ਗੁਆਰੇਰੀ ॥ ଗଉଡି ମହଲା 3 ଗୁଆରେରୀ।।
ਸਚਾ ਅਮਰੁ ਸਚਾ ਪਾਤਿਸਾਹੁ ॥ ଭଗବାନ ବିଶ୍ୱର ଶ୍ରେଷ୍ଠ ବାଦଶାହ ଅଟନ୍ତି ଆଉ ତାଙ୍କର ହୁକୁମ ମଧ୍ୟ ସତ୍ୟ ଅର୍ଥାତ୍ ଅଟଳ ଅଟେ।
ਮਨਿ ਸਾਚੈ ਰਾਤੇ ਹਰਿ ਵੇਪਰਵਾਹੁ ॥ ଯେଉଁ ବ୍ୟକ୍ତି ମନରେ ସତ୍ୟ ସ୍ଵରୂପ ଏବଂ ନିଶ୍ଚିନ୍ତ ଭଗବାନଙ୍କ ପ୍ରେମରେ ମଗ୍ନ ରହିଥାଏ,
ਸਚੈ ਮਹਲਿ ਸਚਿ ਨਾਮਿ ਸਮਾਹੁ ॥੧॥ ସେ ତାଙ୍କର ମହଲରେ ନିବାସ ପ୍ରାପ୍ତ କରିଥାଏ ଆଉ ତାହାଙ୍କ ସତ୍ୟ ନାମରେ ହିଁ ରହିଥାଏ। ।।1।।
ਸੁਣਿ ਮਨ ਮੇਰੇ ਸਬਦੁ ਵੀਚਾਰਿ ॥ ହେ ମୋର ମନ! ଶୁଣ , ପ୍ରଭୁଙ୍କ ଚିନ୍ତନ କର।
ਰਾਮ ਜਪਹੁ ਭਵਜਲੁ ਉਤਰਹੁ ਪਾਰਿ ॥੧॥ ਰਹਾਉ ॥ ରାମଙ୍କ ଭଜନ କର ଆଉ ଭବ ସାଗରରୁ ପାର ହୋଇ ଯାଅ। ।।1।।ରୁହ।।
ਭਰਮੇ ਆਵੈ ਭਰਮੇ ਜਾਇ ॥ ଜୀବ ମୋହ ମାୟାର ଭ୍ରମରେ ଫସିବା କାରଣରୁ ଜନ୍ମ ଏବଂ ମରଣ ଚକ୍ରରେ ଥାଏ।
ਇਹੁ ਜਗੁ ਜਨਮਿਆ ਦੂਜੈ ਭਾਇ ॥ ଏହି ଜଗତର ଜୀବ ମାୟାର ପ୍ରେମ କାରଣରୁ ଜନ୍ମ ନେଇଥାଏ।
ਮਨਮੁਖਿ ਨ ਚੇਤੈ ਆਵੈ ਜਾਇ ॥੨॥ ସ୍ୱେଚ୍ଛାଚାରୀ ମନୁଷ୍ଯ ପ୍ରଭୁଙ୍କ ସ୍ମରଣ କରେ ନାହିଁ, ଏଥିପାଇଁ ସେ ଜନ୍ମ ମରଣ ଚକ୍ରରେ ରହିଥାଏ। ।।2।।
ਆਪਿ ਭੁਲਾ ਕਿ ਪ੍ਰਭਿ ਆਪਿ ਭੁਲਾਇਆ ॥ କଣ ପ୍ରାଣୀ ସ୍ଵୟଂ କୁମାର୍ଗଗାମୀ ହୋଇଥାଏ ଅଥବା ଇଶ୍ଵର ସ୍ଵୟଂ ତାହାଙ୍କୁ କୁମାର୍ଗଗାମୀ କରିଥାନ୍ତି?
ਇਹੁ ਜੀਉ ਵਿਡਾਣੀ ਚਾਕਰੀ ਲਾਇਆ ॥ ଏହି ଆତ୍ମା ମାୟାର ସେବାରେ ଲିପ୍ତ ହୋଇଛି।
ਮਹਾ ਦੁਖੁ ਖਟੇ ਬਿਰਥਾ ਜਨਮੁ ਗਵਾਇਆ ॥੩॥ ଭଗବାନ ଏହି ଜୀବଙ୍କୁ ମାୟାର ସେବାରେ ଲଗାଇ ଥାଏ, ଯାହାର ଫଳ ସ୍ୱରୂପ ସେ ଭାରି ଦୁଃଖ ପ୍ରାପ୍ତ କରିଥାଏ ଆଉ ନିଜ ଅମୂଲ୍ୟ ଜୀବନ ବ୍ୟର୍ଥ ରେ ହରାଇ ଦିଏ। ।।3।।
ਕਿਰਪਾ ਕਰਿ ਸਤਿਗੁਰੂ ਮਿਲਾਏ ॥ ପ୍ରଭୁ ନିଜେ କୃପା କରି ମନୁଷ୍ଯକୁ ସଦଗୁରୁଙ୍କ ସହିତ ମିଳନ କରାଇ ଥାଆନ୍ତି।
ਏਕੋ ਨਾਮੁ ਚੇਤੇ ਵਿਚਹੁ ਭਰਮੁ ਚੁਕਾਏ ॥ ସେ ସେତେବେଳେ ନାମର ସ୍ମରଣ କରିଥାଏ ଆଉ ନିଜ ଅନ୍ତଃ ମନରୁ ଭ୍ରମ ଦୂର କରି ଦେଇଥାଆନ୍ତି।
ਨਾਨਕ ਨਾਮੁ ਜਪੇ ਨਾਉ ਨਉ ਨਿਧਿ ਪਾਏ ॥੪॥੧੧॥੩੧॥ ହେ ନାନକ! ସେ ନାମର ଜପ କରି ଥାଆନ୍ତି ଆଉ ଇଶ୍ୱରଙ୍କ ନାମର ନବ ନିଧି ପ୍ରାପ୍ତ କରିଥାଏ। ।।4।।11।।31।।
ਗਉੜੀ ਗੁਆਰੇਰੀ ਮਹਲਾ ੩ ॥ ଗଉଡି ଗୁଆରେରୀ ମହଲା 3 ।।
ਜਿਨਾ ਗੁਰਮੁਖਿ ਧਿਆਇਆ ਤਿਨ ਪੂਛਉ ਜਾਇ ॥ ଯେଉଁ ଲୋକ ଗୁରୁଙ୍କ ପ୍ରେରଣାରୁ ଭାଗବାନଙ୍କ ନାମର ଧ୍ୟାନ କରିଛି, ମୁଁ ଯାଇ ସେମାନଙ୍କୁ ପଚାରିବି।
ਗੁਰ ਸੇਵਾ ਤੇ ਮਨੁ ਪਤੀਆਇ ॥ ଗୁରୁଙ୍କ ସେବା କରିବା ଦ୍ୱାରା ମନ ସନ୍ତୁଷ୍ଟ ହୋଇଯାଏ।
ਸੇ ਧਨਵੰਤ ਹਰਿ ਨਾਮੁ ਕਮਾਇ ॥ ସେ ଧନବାନ ଅଟେ ଯିଏ ହରିଙ୍କ ନାମ ଧନ ଅର୍ଜନ କରିଥାଏ।
ਪੂਰੇ ਗੁਰ ਤੇ ਸੋਝੀ ਪਾਇ ॥੧॥ ଏହି କଥାର ଜ୍ଞାନ ପୂର୍ଣ୍ଣ ଗୁରୁଙ୍କ ଠାରୁ ହିଁ ପ୍ରାପ୍ତ ହୋଇଥାଏ। ।।1।।
ਹਰਿ ਹਰਿ ਨਾਮੁ ਜਪਹੁ ਮੇਰੇ ਭਾਈ ॥ ହେ ମୋର ଭାଇ! ହରି- ପରମେଶ୍ବରଙ୍କ ନାମ ଜପ କରୁଥାଅ ।
ਗੁਰਮੁਖਿ ਸੇਵਾ ਹਰਿ ਘਾਲ ਥਾਇ ਪਾਈ ॥੧॥ ਰਹਾਉ ॥ ଗୁରୁଙ୍କ ପ୍ରେରଣାରୁ କରାଯାଇଥିବା ସେବା ଭକ୍ତିର ପରିଶ୍ରମକୁ ଭାଗବାନ ସ୍ୱୀକାର କରି ନିଅନ୍ତି। ।।1।।ରୁହ।।
ਆਪੁ ਪਛਾਣੈ ਮਨੁ ਨਿਰਮਲੁ ਹੋਇ ॥ ନିଜ ସ୍ୱରୂପକୁ ଜାଣି ପାରିଲେ ମନ ନିର୍ମଳ ହୋଇଥାଏ।
ਜੀਵਨ ਮੁਕਤਿ ਹਰਿ ਪਾਵੈ ਸੋਇ ॥ ସେ ନିଜ ଜୀବନରେ ମାୟାର ବନ୍ଧନରୁ ମୁକ୍ତ ହୋଇ ଭଗବାନଙ୍କୁ ପାଇଥାଏ।
ਹਰਿ ਗੁਣ ਗਾਵੈ ਮਤਿ ਊਤਮ ਹੋਇ ॥ ଯେଉଁ ବ୍ୟକ୍ତି ଭଗବାନଙ୍କ ଗୁଣ ସ୍ତୁତି କରିଥାଏ, ତାହାର ବୁଦ୍ଧି ଶ୍ରେଷ୍ଠ ହୋଇଥାଏ।
ਸਹਜੇ ਸਹਜਿ ਸਮਾਵੈ ਸੋਇ ॥੨॥ ସେ ସ୍ୱାଭାବିକ ଭାବରେ ଇଶ୍ୱରଙ୍କ ଠାରେ ଲୀନ ହୋଇଯାଏ। ।।2।।
ਦੂਜੈ ਭਾਇ ਨ ਸੇਵਿਆ ਜਾਇ ॥ ମୋହ ମାୟାରେ ଫସି ପରମାତ୍ମାଙ୍କ ସେବା ଭକ୍ତି କରାଯାଇ ପାରିବ ନାହିଁ।
ਹਉਮੈ ਮਾਇਆ ਮਹਾ ਬਿਖੁ ਖਾਇ ॥ ମନୁଷ୍ଯ ଅହଙ୍କାର ବଶତଃ ମାୟା ରୂପୀ ମହା ବିଷ ସେବନ କରିଥାଏ।
ਪੁਤਿ ਕੁਟੰਬਿ ਗ੍ਰਿਹਿ ਮੋਹਿਆ ਮਾਇ ॥ ତାହାର ପୁତ୍ର, କୁଟୁମ୍ବ ଏବଂ ଘର ଇତ୍ୟାଦି ଠାରେ ମୋହ କାରଣରୁ ମାୟା ତାହାକୁ ଠକିନେଇ ଥାଏ।
ਮਨਮੁਖਿ ਅੰਧਾ ਆਵੈ ਜਾਇ ॥੩॥ ଆଉ ସେ ଜ୍ଞାନହୀନ ସ୍ୱେଚ୍ଛାଚାରୀ ବ୍ୟକ୍ତି ଜନ୍ମ ମରଣ ଚକ୍ରରେ ରହିଥାଏ। ।।3।।
ਹਰਿ ਹਰਿ ਨਾਮੁ ਦੇਵੈ ਜਨੁ ਸੋਇ ॥ ଯେଉଁ ମନୁଷ୍ୟକୁ ହରି ପ୍ରଭୁ ନିଜ ନାମ ଦେଇଥାନ୍ତି,
ਅਨਦਿਨੁ ਭਗਤਿ ਗੁਰ ਸਬਦੀ ਹੋਇ ॥ ସେ ତାହାଙ୍କର ଭକ୍ତ ବନି ଯାଏ। ଭାଗବାନଙ୍କ ଭକ୍ତି ରାତି ଦିନ ସର୍ବଦା ହିଁ ଗୁରୁଙ୍କ ଶବ୍ଦ ଦ୍ଵାରା ହୋଇଥାଏ।
ਗੁਰਮਤਿ ਵਿਰਲਾ ਬੂਝੈ ਕੋਇ ॥ ପରନ୍ତୁ, କେହି ବିରଳ ପୁରୁଷ ହିଁ ଗୁରୁଙ୍କ ମତି ଦ୍ଵାରା ଏହି ଭେଦକୁ ବୁଝାଇଥାଏ।
ਨਾਨਕ ਨਾਮਿ ਸਮਾਵੈ ਸੋਇ ॥੪॥੧੨॥੩੨॥ ହେ ନାନକ! ଏପରି ବ୍ୟକ୍ତି ସର୍ବଦା ଇଶ୍ୱରଙ୍କ ନାମରେ ଲୀନ ରହିଥାଏ। ।।4।।12।32।।
ਗਉੜੀ ਗੁਆਰੇਰੀ ਮਹਲਾ ੩ ॥ ଗଉଡି ଗୁଆରେରୀ ମହଲା 3 ।।
ਗੁਰ ਸੇਵਾ ਜੁਗ ਚਾਰੇ ਹੋਈ ॥ ଗୁରୁଙ୍କ ସେବା ଚାରି ଯୁଗରେ ( ସତ୍ୟ, ତ୍ରେତୟା, ଦ୍ଵାପର ଏବଂ କଳି)ସଫଳହୋଇଛି।
ਪੂਰਾ ਜਨੁ ਕਾਰ ਕਮਾਵੈ ਕੋਈ ॥ କେହି ପୂର୍ଣ୍ଣ ମନୁଷ୍ଯ ହିଁ ଗୁରୁଙ୍କ ଅନୁସାରେ କାର୍ଯ୍ୟ କରିଥାଏ।
ਅਖੁਟੁ ਨਾਮ ਧਨੁ ਹਰਿ ਤੋਟਿ ਨ ਹੋਈ ॥ ସେବା କରୁଥିବା ମନୁଷ୍ଯ ଅକ୍ଷୟ ହରିନାମ ରୂପୀ ଧନ ସଞ୍ଚିତ କରିଥାଏ ଆଉ ସେହି ନାମ ଧନ କେବେ କମିଯାଏ ନାହିଁ।
ਐਥੈ ਸਦਾ ਸੁਖੁ ਦਰਿ ਸੋਭਾ ਹੋਈ ॥੧॥ ସେହି ମନୁଷ୍ୟକୁ ଇହଲୋକରେ ସର୍ବଦା ସୁଖ ମିଳିଥାଏ ଆଉ ସେ ପ୍ରଭୁଙ୍କ ଦରବାରରେ ମଧ୍ୟ ଶୋଭା ପ୍ରାପ୍ତ କରିଥାଏ। ।।1।।
ਏ ਮਨ ਮੇਰੇ ਭਰਮੁ ਨ ਕੀਜੈ ॥ ହେ ମୋର ମନ! ଏହି ବିଷୟରେ କିଛି ଶଙ୍କା କର ନାହିଁ।
ਗੁਰਮੁਖਿ ਸੇਵਾ ਅੰਮ੍ਰਿਤ ਰਸੁ ਪੀਜੈ ॥੧॥ ਰਹਾਉ ॥ ଅମୃତ ରସ ଗୁରୁଙ୍କ ସେବା କରି ହିଁ ପାନ କରାଯାଇଥାଏ। ।।1।।ରୁହ।।
ਸਤਿਗੁਰੁ ਸੇਵਹਿ ਸੇ ਮਹਾਪੁਰਖ ਸੰਸਾਰੇ ॥ ଯେଉଁ ବ୍ୟକ୍ତି ସଦଗୁରୁଙ୍କୁ ତନ ମନରେ ସେବା କରିଥାଏ, ସେ ଏହି ସଂସାରରେ ମହାପୁରୁଷ ଅଟେ।
ਆਪਿ ਉਧਰੇ ਕੁਲ ਸਗਲ ਨਿਸਤਾਰੇ ॥ ସେ ସ୍ଵୟଂ ଭବ ସାଗରରୁ ପାର ହୋଇଯାଏ ଆଉ ନିଜ ସବୁ ବଂଶଧରଙ୍କୁ ମଧ୍ୟ ପାର କରାଇଥାଏ।
ਹਰਿ ਕਾ ਨਾਮੁ ਰਖਹਿ ਉਰ ਧਾਰੇ ॥ ହରିନାମକୁ ସେ ନିଜ ହୃଦୟରେ ଧାରଣ କରି ରଖିଥାଏ।
ਨਾਮਿ ਰਤੇ ਭਉਜਲ ਉਤਰਹਿ ਪਾਰੇ ॥੨॥ ହରିନାମରେ ମଗ୍ନ ହୋଇ ଏହି ଭବ ସାଗରରୁ ପାର ହୋଇଯାଏ। ।।2।।
ਸਤਿਗੁਰੁ ਸੇਵਹਿ ਸਦਾ ਮਨਿ ਦਾਸਾ ॥ ଯେଉଁ ବ୍ୟକ୍ତି ମନରେ ବିନୀତ ଭାବନା ରଖି ନିଜର ସଦଗୁରୁଙ୍କ ଶ୍ରଦ୍ଧାପୂର୍ବକ ସେବା କରିଥାଏ,
ਹਉਮੈ ਮਾਰਿ ਕਮਲੁ ਪਰਗਾਸਾ ॥ ସେ ନିଜର ଅହଂତ୍ୱକୁ ନଷ୍ଟ କରି ଦେଇଥାଏ ଆଉ ତାହାଙ୍କ ହୃଦୟ ପଦ୍ମ ପ୍ରଫୁଲ୍ଲିତ ହୋଇଯାଏ।
ਅਨਹਦੁ ਵਾਜੈ ਨਿਜ ਘਰਿ ਵਾਸਾ ॥ ତାହାଙ୍କ ମନରେ ଅନାହତ ଶବ୍ଦ ଗୁଞ୍ଜନ କରୁଥାଏ ଆଉ ସେ ଆତ୍ମ ସ୍ଵରୂପରେ ନିବାସ କରିଥାଏ।
ਨਾਮਿ ਰਤੇ ਘਰ ਮਾਹਿ ਉਦਾਸਾ ॥੩॥ ନାମ ସାଥିରେ ଅନୁରକ୍ତ ହୋଇ ନିଜ ଘରେ ନିର୍ଲିପ୍ତ ରହିଥାଏ। ।।3।।
ਸਤਿਗੁਰੁ ਸੇਵਹਿ ਤਿਨ ਕੀ ਸਚੀ ਬਾਣੀ ॥ ତାହାର ବାଣୀ ସତ୍ୟ ଅଟେ ଯିଏ ସଦଗୁରୁଙ୍କ ସେବା କରିଥାଏ।
ਜੁਗੁ ਜੁਗੁ ਭਗਤੀ ਆਖਿ ਵਖਾਣੀ ॥ ପ୍ରତ୍ୟେକ ଯୁଗରେ ଭାଗବାନଙ୍କ ଭକ୍ତ ବାଣୀ ରଚନା କରି ତାହାର ବର୍ଣ୍ଣନା କରି ଅଛନ୍ତି।
ਅਨਦਿਨੁ ਜਪਹਿ ਹਰਿ ਸਾਰੰਗਪਾਣੀ ॥ ସେ ଦିନ ରାତି ପ୍ରଭୁଙ୍କ ସ୍ମରଣ କରିଥାଏ।


© 2017 SGGS ONLINE
Scroll to Top