Guru Granth Sahib Translation Project

guru granth sahib odia page-16

Page 16

ਸੁਣਹਿ ਵਖਾਣਹਿ ਜੇਤੜੇ ਹਉ ਤਿਨ ਬਲਿਹਾਰੈ ਜਾਉ ॥ ଯେତେ ପୁରୁଷ ନାମର ଶ୍ରୋତା ଓ ବାଚକ ଅଛନ୍ତି, ତାଙ୍କ ପାଖରେ ମୁ ସମର୍ପିତ ଅଟେ।
ਤਾ ਮਨੁ ਖੀਵਾ ਜਾਣੀਐ ਜਾ ਮਹਲੀ ਪਾਏ ਥਾਉ ॥੨॥ ଏହି ନାମ ସ୍ମରଣ ରୂପୀ ମଦିରା ଦ୍ଵାରା ମନ ମସ୍ତ ହେଲେ ଜଣାଯିବ, ଯେବେ ଜିଜ୍ଞାସୁ ନିରଙ୍କାରଙ୍କ ସ୍ଵରୂପକୁ ପ୍ରାପ୍ତ କରେ।
ਨਾਉ ਨੀਰੁ ਚੰਗਿਆਈਆ ਸਤੁ ਪਰਮਲੁ ਤਨਿ ਵਾਸੁ ॥ ଯିଏ ନାମ-ଜପ ଓ ସଦକର୍ମ ରୂପୀ ଜଳରେ ସ୍ନାନ କରେ ଆଉ ସତ୍ୟ ବଚନ ରୂପୀ ସୁଗନ୍ଧିକୁ ଦେହରେ ଲଗାଏ,
ਤਾ ਮੁਖੁ ਹੋਵੈ ਉਜਲਾ ਲਖ ਦਾਤੀ ਇਕ ਦਾਤਿ ॥ ତାଙ୍କରି ହିଁ ମୁହଁ ଉଜ୍ଜଳ ହୋଇଥାଏ ଆଉ ଅନେକ ଲକ୍ଷ ପ୍ରାପ୍ତିରେ ଏକ ନାମର ପ୍ରାପ୍ତି ହିଁ ଶ୍ରେଷ୍ଠ ଅଟେ।
ਦੂਖ ਤਿਸੈ ਪਹਿ ਆਖੀਅਹਿ ਸੂਖ ਜਿਸੈ ਹੀ ਪਾਸਿ ॥੩॥ ଦୁଃଖ ତାଙ୍କରି ସମ୍ମୁଖରେ ହିଁ କୁହାଯାଇପାରେ ଯାହାର ପାଖରେ ଦେବା ପାଇଁ ସୁଖ ଅଛି। ॥3॥
ਸੋ ਕਿਉ ਮਨਹੁ ਵਿਸਾਰੀਐ ਜਾ ਕੇ ਜੀਅ ਪਰਾਣ ॥ ପୁଣି ସେହି ୱାହିଗୁରୁଙ୍କୁ ହୃଦୟରୁ କାହିଁକି ବିସ୍ମୃତ କରାଯିବ, ଯିଏ ସଂସାରର ସମସ୍ତ ପ୍ରାଣୀକୁ ପ୍ରାଣ ଦିଅନ୍ତି?
ਤਿਸੁ ਵਿਣੁ ਸਭੁ ਅਪਵਿਤ੍ਰੁ ਹੈ ਜੇਤਾ ਪੈਨਣੁ ਖਾਣੁ ॥ ସେହି ନିରଙ୍କାର ବିନା ଖାଇବା ପିଇବା ଓ ପିନ୍ଧିବା ସବୁ ଅପବିତ୍ର ଅଟେ।
ਹੋਰਿ ਗਲਾਂ ਸਭਿ ਕੂੜੀਆ ਤੁਧੁ ਭਾਵੈ ਪਰਵਾਣੁ ॥੪॥੫॥ ଅନ୍ୟ ସବୁ କଥା ବ୍ୟର୍ଥ ଅଥବା ମିଥ୍ୟା ଅଟେ କେବଳ ସିଏ ସତ୍ୟ ଓ ସ୍ଵୀକୃତ ଅଟେ ଯିଏ ତୁମକୁ ଭଲ ଲାଗେ॥4॥5॥
ਸਿਰੀਰਾਗੁ ਮਹਲੁ ੧ ॥ ସିରିରାଗ ମହଲା 1 ॥
ਜਾਲਿ ਮੋਹੁ ਘਸਿ ਮਸੁ ਕਰਿ ਮਤਿ ਕਾਗਦੁ ਕਰਿ ਸਾਰੁ ॥ ମୋହକୁ ଜଳାଇ, ରଗଡି ସ୍ୟାହି ତିଆରି କର ଆଉ ଶ୍ରେଷ୍ଠ ବୁଦ୍ଧିକୁ କାଗଜ ବନାଅ।
ਭਾਉ ਕਲਮ ਕਰਿ ਚਿਤੁ ਲੇਖਾਰੀ ਗੁਰ ਪੁਛਿ ਲਿਖੁ ਬੀਚਾਰੁ ॥ ପ୍ରେମରୂପୀ ଲେଖନୀରେ ଏକାଗ୍ର ମନରୁପି ଲେଖକ ଦ୍ଵାରା ଗୁରୁଙ୍କ ଠାରୁ ସତ୍ୟାସତ୍ୟର ବିଚାର ସେହି ବୁଦ୍ଧି ରୂପୀ କାଗଜ ଉପରେ ଲେଖ।
ਲਿਖੁ ਨਾਮੁ ਸਾਲਾਹ ਲਿਖੁ ਲਿਖੁ ਅੰਤੁ ਨ ਪਾਰਾਵਾਰੁ ॥੧॥ ୱାହିଗୁରୁଙ୍କ ନାମ ଲେଖ, ତାଙ୍କରି ସ୍ତୁତି ଲେଖ ଆଉ ପୁଣି ତାଙ୍କରି ଅସୀମତାକୁ ଲେଖ॥1॥
ਬਾਬਾ ਏਹੁ ਲੇਖਾ ਲਿਖਿ ਜਾਣੁ ॥ ହେ ବାବା ଜୀ! ଏପରି ଲେଖା ଲେଖିବା ଉଚିତ।
ਜਿਥੈ ਲੇਖਾ ਮੰਗੀਐ ਤਿਥੈ ਹੋਇ ਸਚਾ ਨੀਸਾਣੁ ॥੧॥ ਰਹਾਉ ॥ ଯାହା ଫଳରେ ପରଲୋକରେ ଜୀବ ଠାରୁ କର୍ମର ହିସାବ ନେଲାବେଳେ ସେଠାରେ ସତ୍ୟ ନାମର ଚିହ୍ନ ସାଥିରେ ଥିବ।.1॥ରୁହ॥
ਜਿਥੈ ਮਿਲਹਿ ਵਡਿਆਈਆ ਸਦ ਖੁਸੀਆ ਸਦ ਚਾਉ ॥ ଯେଉଁ ପରଲୋକରେ ଭକ୍ତଙ୍କୁ ସମ୍ମାନ ମିଳେ, ସର୍ବଦା ପ୍ରସନ୍ନତା ତଥା ସର୍ବଦା ଆନନ୍ଦ ପ୍ରାପ୍ତି ହୋଇଥାଏ।
ਤਿਨ ਮੁਖਿ ਟਿਕੇ ਨਿਕਲਹਿ ਜਿਨ ਮਨਿ ਸਚਾ ਨਾਉ ॥ ଯାହାର ହୃଦୟରେ ସତ୍ୟ ନାମ ବାସ କରିଛି, ତାହାଙ୍କ ଲଲାଟ ଉପରେ ତିଳକ ସୁଶୋଭିତ ହୋଇଥାଏ।
ਕਰਮਿ ਮਿਲੈ ਤਾ ਪਾਈਐ ਨਾਹੀ ਗਲੀ ਵਾਉ ਦੁਆਉ ॥੨॥ ଯେବେ ନିରଙ୍କାରଙ୍କ କୃପା ହୁଏ ଏପରି ନାମ ପ୍ରାପ୍ତ ହୁଏ, ଅନ୍ୟଥା ଯିଏ ଆହୁରି କଥା କୁହେ ତାହା ବ୍ୟର୍ଥ ଅଟେ॥2॥
ਇਕਿ ਆਵਹਿ ਇਕਿ ਜਾਹਿ ਉਠਿ ਰਖੀਅਹਿ ਨਾਵ ਸਲਾਰ ॥ ଏଠାରେ କିଏ ଜନ୍ମ ହୋଇଥାଏ ଆଉ କିଏ ମୃତ୍ୟୁ ପ୍ରାପ୍ତ ହୋଇଥାଏ, କିଏ ଏଠାରେ ମୁଖିଆ ହୋଇ ବସିଥାଏ,
ਇਕਿ ਉਪਾਏ ਮੰਗਤੇ ਇਕਨਾ ਵਡੇ ਦਰਵਾਰ ॥ କିଏ ଭିକାରି ହୋଇଥାଏ, ଆଉ କିଏ ଏଠାରେ ବଡ ଦରବାର କରି ବସି ଥାଏ,
ਅਗੈ ਗਇਆ ਜਾਣੀਐ ਵਿਣੁ ਨਾਵੈ ਵੇਕਾਰ ॥੩॥ କିନ୍ତୁ ପରଲୋକକୁ ଗଲେ ଏହା ପ୍ରତୀତ ହୋଇଥାଏ ଯେ ନିରଙ୍କାରଙ୍କ ନାମ ବିନା ଏହା ସବୁ କିଛି ବ୍ୟର୍ଥ ଅଟେ॥3॥
ਭੈ ਤੇਰੈ ਡਰੁ ਅਗਲਾ ਖਪਿ ਖਪਿ ਛਿਜੈ ਦੇਹ ॥ ହେ ପ୍ରଭୁ!ତୁମର ହୃଦୟରେ ପରଲୋକର ଭୟ ଅଛି ଅଥବା ନାହିଁ, କିନ୍ତୁ ମୋତେ ପରଲୋକର ଭୟ ବେଶି ଅଛି। ଏଥିପାଇଁ ଏହି ଶରୀର ବ୍ୟାବହାରିକ କାର୍ଯ୍ୟରେ ଭାଙ୍ଗିଯାଉଛି।
ਨਾਵ ਜਿਨਾ ਸੁਲਤਾਨ ਖਾਨ ਹੋਦੇ ਡਿਠੇ ਖੇਹ ॥ ଯାହାଙ୍କ ନାମ ବାଦଶାହ ଓ ସର୍ଦ୍ଦାର ଅଟେ, ସେ ମଧ୍ୟ ପାଉଁଶ ହେବାର ଏଠାରେ ଦେଖାଯାଇଛି।
ਨਾਨਕ ਉਠੀ ਚਲਿਆ ਸਭਿ ਕੂੜੇ ਤੁਟੇ ਨੇਹ ॥੪॥੬॥ ସଦଗୁରୁ କହିନତି ଯେ ଯେତେବେଳେ ଜୀବ ଏହି ନଶ୍ଵର ଶରୀରକୁ ତ୍ୟାଗ କରି ଚାଲିଯାଏ, ସେତେବେଳେ ଏଠାରେ ଯେତେ ମିଥ୍ୟା ପ୍ରେମ-ସମ୍ବନ୍ଧ ସ୍ଥାପିତ କରିଛି ତାହା ଭାଙ୍ଗିଯାଏ॥4॥6॥
ਸਿਰੀਰਾਗੁ ਮਹਲਾ ੧ ॥ ସିରିରାଗ ମହଲା 1 ॥
ਸਭਿ ਰਸ ਮਿਠੇ ਮੰਨਿਐ ਸੁਣਿਐ ਸਾਲੋਣੇ ॥ ହେ ପିତାଜୀ! ପରମେଶ୍ଵରଙ୍କ ନାମର ଚିନ୍ତନ ମିଠା ରସ ଓ ଶ୍ରବଣ କରିଲେ ଲବଣୀ ରସ ପ୍ରାପ୍ତ ହୁଏ।
ਖਟ ਤੁਰਸੀ ਮੁਖਿ ਬੋਲਣਾ ਮਾਰਣ ਨਾਦ ਕੀਏ ॥ ମୁଖରେ ତାଙ୍କରି ସ୍ତୁତି କରିଲେ ଖଟା ସ୍ଵାଦ ପ୍ରାପ୍ତ ହୁଏ ଆଉ ରାଗରେ କୀର୍ତ୍ତନ କରିଲେ ସବୁ ପ୍ରକାରର ମସଲାର ସ୍ଵାଦ ମିଳିଥାଏ।
ਛਤੀਹ ਅੰਮ੍ਰਿਤ ਭਾਉ ਏਕੁ ਜਾ ਕਉ ਨਦਰਿ ਕਰੇਇ ॥੧॥ ବାସ୍ତବରେ ପରମେଶ୍ଵରଙ୍କ ପ୍ରେମ ଛତିଶ ପ୍ରକାର ଅମୃତ ରୂପୀ ଭୋଜନ ଅଟେ, ପରନ୍ତୁ, ଯାହା ଉପରେ ପରମାତ୍ମାଙ୍କ କୃପା ଥାଏ ସେ ଏହାକୁ ପ୍ରାପ୍ତ କରେ॥1॥
ਬਾਬਾ ਹੋਰੁ ਖਾਣਾ ਖੁਸੀ ਖੁਆਰੁ ॥ ହେ ପିତାଜୀ! ଜିହ୍ଵାର ସଦ ପାଇଁ ଅନ୍ୟ ପଦାର୍ଥର ଭକ୍ଷଣ ସୁଖକୁ ପାଉଁଶ କରିଦିଏ।
ਜਿਤੁ ਖਾਧੈ ਤਨੁ ਪੀੜੀਐ ਮਨ ਮਹਿ ਚਲਹਿ ਵਿਕਾਰ ॥੧॥ ਰਹਾਉ ॥ ଯାହାର ଖାଦ୍ୟରେ ମନରେ କାମ ଉଦ୍ଦୀପକ ପ୍ରବୃତ୍ତି ଜାତ ହୁଏ, ତାହା ଦ୍ଵାରା ପରଲୋକରେ ଦେହକୁ ପୀଡିତ କରାଯାଏ॥1॥ରୁହ॥
ਰਤਾ ਪੈਨਣੁ ਮਨੁ ਰਤਾ ਸੁਪੇਦੀ ਸਤੁ ਦਾਨੁ ॥ ମନକୁ ବାହିଗୁରୁ-ନାମରେ ଲୀନ କରିବା ପାଇଁ ମୁଁ ଲାଲ ରଙ୍ଗର (ସୁଖର) ପୋଷାକ ବନାଇଛି, ସତ୍ୟ ବଚନ କହିବା ପାଇଁ ଶ୍ଵେତ ପୋଷାକ ବନାଇଛି।
ਨੀਲੀ ਸਿਆਹੀ ਕਦਾ ਕਰਣੀ ਪਹਿਰਣੁ ਪੈਰ ਧਿਆਨੁ ॥ ପାପ ରହିତ ହୋଇ ପ୍ରଭୁଙ୍କ ଚରଣ ଧ୍ୟାନ କରିବାକୁ ମୁଁ ନୀଳ ବସ୍ତ୍ରର ପୋଷାକ କରିଛି।
ਕਮਰਬੰਦੁ ਸੰਤੋਖ ਕਾ ਧਨੁ ਜੋਬਨੁ ਤੇਰਾ ਨਾਮੁ ॥੨॥ ସନ୍ତୋଷକୁ ଅଣ୍ଟାସୂତା ଆଉ ଇଶ୍ଵର-ନାମକୁ ଧାନ ଓ ଯୌବନ ମାନିଛି॥2॥
ਬਾਬਾ ਹੋਰੁ ਪੈਨਣੁ ਖੁਸੀ ਖੁਆਰੁ ॥ ହେ ପିତାଜୀ! ମନ-ଭାବନା ଅନୁସାରେ ଆଉ କିଛି ପିନ୍ଧିଲେ ମାନବ ଧ୍ଵଂସ ହୋଇଯାଏ।
ਜਿਤੁ ਪੈਧੈ ਤਨੁ ਪੀੜੀਐ ਮਨ ਮਹਿ ਚਲਹਿ ਵਿਕਾਰ ॥੧॥ ਰਹਾਉ ॥ ଯାହା ପିନ୍ଧିଲେ ଶରୀରକୁ ପୀଡା ହୁଏ ତଥା ମନରେ ବିକାରର ଉତ୍ପତ୍ତି ହୁଏ, ଏପରି ବସ୍ତ୍ର ପିନ୍ଧିବା ବ୍ୟର୍ଥ ଅଟେ॥1॥ରୁହ॥
ਘੋੜੇ ਪਾਖਰ ਸੁਇਨੇ ਸਾਖਤਿ ਬੂਝਣੁ ਤੇਰੀ ਵਾਟ ॥ ଧର୍ମରୂପି ଘୋଡାକୁ ସତ୍ୟ ବଚନର ଜିନ ପିନ୍ଧାଇ, ତାହାକୁ କରୁଣା ଆଦି ସ୍ଵର୍ଣ୍ଣର ଭୂଷଣରେ ସଜାଇ ନିରଙ୍କାରଙ୍କୁ ପ୍ରାପ୍ତିର ମାର୍ଗ ବୁଝିବା ପାଇଁ ମୁଁ ଚଳନ କରିଛି।
ਤਰਕਸ ਤੀਰ ਕਮਾਣ ਸਾਂਗ ਤੇਗਬੰਦ ਗੁਣ ਧਾਤੁ ॥ ଶୁଦ୍ଧଚିତ୍ତ ରୂପୀ ତୂଣୀରେ ପ୍ରେମରୂପୀ ତୀର ଅଛି, ପରମେଶ୍ଵରଙ୍କ ଆଡକୁ ଉନ୍ମୁଖ ବୁଦ୍ଧି ମୋର ଅସ୍ତ୍ର ଅଟେ, ଶାନ୍ତି ମୋ’ ପାଇଁ ବର୍ଚ୍ଛା ଅଟେ, ଜ୍ଞାନକୁ ମୁଁ ଅସ୍ତ୍ର ଖୋଳ ଭାବେ, ଏହି ଶୁଭ ଗୁଣ ଆଡକୁ ମୁଁ ଦୌଡୁ ଅଛି।
ਵਾਜਾ ਨੇਜਾ ਪਤਿ ਸਿਉ ਪਰਗਟੁ ਕਰਮੁ ਤੇਰਾ ਮੇਰੀ ਜਾਤਿ ॥੩॥ ଈଶ୍ବରଙ୍କ କୃପାରୁ ଆପଣଙ୍କ ଘରେ ପ୍ରତିଷ୍ଠା ଦ୍ଵାରା ପ୍ରକଟ ହେବା ମୋ’ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଅଟେ, ଭାବ, ଆପଣଙ୍କ ସାକ୍ଷାତ କୃପା ହିଁ ମୋ’ ପାଇଁ ଉଚ୍ଚ ଜାତି ଅଟେ॥3॥
ਬਾਬਾ ਹੋਰੁ ਚੜਣਾ ਖੁਸੀ ਖੁਆਰੁ ॥ ହେ ପିତାଜୀ! ଚିତ୍ତ ପ୍ରସନ୍ନକରିବା ପାଇଁ ଅନ୍ୟ ଉପରେ ସବାରି କଲେ ମାନବ ଧ୍ଵଂସ ହୁଏ।
ਜਿਤੁ ਚੜਿਐ ਤਨੁ ਪੀੜੀਐ ਮਨ ਮਹਿ ਚਲਹਿ ਵਿਕਾਰ ॥੧॥ ਰਹਾਉ ॥ ଯାହା ଉପରେ ଚଢିଲେ ଶରୀରକୁ ପୀଡା ହୁଏ ଆଉ ମନରେ ବିକାରର ଉତ୍ପତ୍ତି ହୁଏ, ଏପରି ସବାରି କରିବା ବ୍ୟର୍ଥ ଅଟେ॥1॥ରୁହ॥
ਘਰ ਮੰਦਰ ਖੁਸੀ ਨਾਮ ਕੀ ਨਦਰਿ ਤੇਰੀ ਪਰਵਾਰੁ ॥ ହେ ନିରଙ୍କାର! ତୋର ନାମର ପ୍ରସନ୍ନତା ହିଁ ମୋ’ ପାଇଁ ଭବନ ଆଦି ଅଟେ ଆଉ ତୁମର କୃପା ଦୃଷ୍ଟି ମୋର ପରିବାର ଅଟେ।


© 2017 SGGS ONLINE
error: Content is protected !!
Scroll to Top