Guru Granth Sahib Translation Project

guru granth sahib odia page-1428

Page 1428

ਹਰਿ ਜਨ ਹਰਿ ਅੰਤਰੁ ਨਹੀ ਨਾਨਕ ਸਾਚੀ ਮਾਨੁ ॥੨੯॥ ଗୁରୁ ନାନକ କହନ୍ତି ଯେ ଏହି ସଚ୍ଚା କଥା ମାନି ନିଅ ଯେ ଈଶ୍ଵର ଏବଂ ତାହାଙ୍କ ଭକ୍ତରେ କୌଣସି ଅନ୍ତର ନଥାଏ||29||
ਮਨੁ ਮਾਇਆ ਮੈ ਫਧਿ ਰਹਿਓ ਬਿਸਰਿਓ ਗੋਬਿੰਦ ਨਾਮੁ ॥ ମନ ମାୟାରେ ଫସି ରହିଥାଏ, ଯାହାଦ୍ୱାରା ଈଶ୍ଵରଙ୍କ ନାମ ଭୁଲି ହୋଇ ଯାଇଥାଏ।
ਕਹੁ ਨਾਨਕ ਬਿਨੁ ਹਰਿ ਭਜਨ ਜੀਵਨ ਕਉਨੇ ਕਾਮ ॥੩੦॥ ଗୁରୁ ନଅଙ୍କ ନିର୍ଦ୍ଦେଶ କରନ୍ତି ଯେ ଭଗବାନଙ୍କ ଭଜନ ବିନା ଜୀବନ କୌଣସି କାମରେ ଆସେ ନାହିଁ||30||
ਪ੍ਰਾਨੀ ਰਾਮੁ ਨ ਚੇਤਈ ਮਦਿ ਮਾਇਆ ਕੈ ਅੰਧੁ ॥ ମାୟାର ନିଶାରେ ଅନ୍ଧ ହୋଇ ପ୍ରାଣୀ ରାମକୁ ସ୍ମରଣ କରେନାହିଁ।
ਕਹੁ ਨਾਨਕ ਹਰਿ ਭਜਨ ਬਿਨੁ ਪਰਤ ਤਾਹਿ ਜਮ ਫੰਧ ॥੩੧॥ ନାନକ! ପ୍ରଭୁ-ଭଜନ ବିନା ତାହାଙ୍କ ଗଳାରେ ମୃତ୍ୟୁର ଫନ୍ଦା ପଡିଥାଏ||31||
ਸੁਖ ਮੈ ਬਹੁ ਸੰਗੀ ਭਏ ਦੁਖ ਮੈ ਸੰਗਿ ਨ ਕੋਇ ॥ ସୁଖରେ ବହୁତ ସାଥୀ ବନିଯାନ୍ତି, ପରନ୍ତୁ ଦୁଃଖରେ କେହି ସାଥି ଦିଅନ୍ତି ନାହିଁ।
ਕਹੁ ਨਾਨਕ ਹਰਿ ਭਜੁ ਮਨਾ ਅੰਤਿ ਸਹਾਈ ਹੋਇ ॥੩੨॥ ଗୁରୁ ନାନକ ନିର୍ଦ୍ଦେଶ କରନ୍ତି ଯେ ହେ ମନ! ଭଗବାନଙ୍କ ଭଜନ କରିନିଅ, କାରଣ ଅନ୍ତରେ ତାହା ହିଁ ସହାୟକ ହୋଇଥାଏ||32||
ਜਨਮ ਜਨਮ ਭਰਮਤ ਫਿਰਿਓ ਮਿਟਿਓ ਨ ਜਮ ਕੋ ਤ੍ਰਾਸੁ ॥ ବିଚରା ପ୍ରାଣୀ ଜନ୍ମ-ଜନ୍ମାନ୍ତରରେ ପଥଭ୍ରଷ୍ଟ ରହିଥାଏ, କିନ୍ତୁ ମୃତ୍ୟୁର ଭୟ ଦୂର ହୁଏନାହିଁ।
ਕਹੁ ਨਾਨਕ ਹਰਿ ਭਜੁ ਮਨਾ ਨਿਰਭੈ ਪਾਵਹਿ ਬਾਸੁ ॥੩੩॥ ନାନକ କହନ୍ତି ଯେ ହେ ମନ! ଈଶ୍ଵରଙ୍କ ଭଜନ କରିଲେ ନିର୍ଭୟ ହୋଇଯିବ||33||
ਜਤਨ ਬਹੁਤੁ ਮੈ ਕਰਿ ਰਹਿਓ ਮਿਟਿਓ ਨ ਮਨ ਕੋ ਮਾਨੁ ॥ ମୁଁ ବହୁତ ପ୍ରୟାସ କରି ନେଇଛି, କିନ୍ତୁ ମନର ଅହଂକାର ଦୂର ହୋଇନାହିଁ।
ਦੁਰਮਤਿ ਸਿਉ ਨਾਨਕ ਫਧਿਓ ਰਾਖਿ ਲੇਹੁ ਭਗਵਾਨ ॥੩੪॥ ନାନକ ବିନତି କରନ୍ତି- ହେ ଭଗବାନ! ଦୁର୍ମତିରେ ଫସି ରହିଛୁ, ମୋତେ ରକ୍ଷା କର||34||
ਬਾਲ ਜੁਆਨੀ ਅਰੁ ਬਿਰਧਿ ਫੁਨਿ ਤੀਨਿ ਅਵਸਥਾ ਜਾਨਿ ॥ ପିଲାଦିନ, ଯୌବନ ଆଉ ବାର୍ଦ୍ଧକ୍ୟ- ଜୀବନର ତିନି ଅବସ୍ଥା ରହିଥାଏ।
ਕਹੁ ਨਾਨਕ ਹਰਿ ਭਜਨ ਬਿਨੁ ਬਿਰਥਾ ਸਭ ਹੀ ਮਾਨੁ ॥੩੫॥ ନାନକ କହନ୍ତି ଯେ ଈଶ୍ଵରଙ୍କ ଭଜନ ବିନା ସବୁ ବ୍ୟର୍ଥ ଭାବ||35||
ਕਰਣੋ ਹੁਤੋ ਸੁ ਨਾ ਕੀਓ ਪਰਿਓ ਲੋਭ ਕੈ ਫੰਧ ॥ ଯାହା ତୁମର କରଣୀୟ ଥିଲା, ତାହା (ପ୍ରଭୁ-ଭଜନ) ତୁ ଲାଳସାରେ ଫସି ଆଦୌ କରି ନାହୁଁ।
ਨਾਨਕ ਸਮਿਓ ਰਮਿ ਗਇਓ ਅਬ ਕਿਉ ਰੋਵਤ ਅੰਧ ॥੩੬॥ ଗୁରୁ ନାନକ କହନ୍ତି ଯେ ହେ ଅନ୍ଧ! ସାମୀ ଅତିବାହିତ ହୋଇ ଯାଇଛି, ବର୍ତ୍ତମାନ କାହିଁକି ରୋଦନ କରୁଅଛୁ?||36||
ਮਨੁ ਮਾਇਆ ਮੈ ਰਮਿ ਰਹਿਓ ਨਿਕਸਤ ਨਾਹਿਨ ਮੀਤ ॥ ହେ ମିତ୍ର! ମନ ତୁମର ମାୟାରେ ଲୀନ ଅଛି, ଯାହା ଏଥିରୁ ବାହାରେ ନାହିଁ।
ਨਾਨਕ ਮੂਰਤਿ ਚਿਤ੍ਰ ਜਿਉ ਛਾਡਿਤ ਨਾਹਿਨ ਭੀਤਿ ॥੩੭॥ ଗୁରୁ ନାନକ କହନ୍ତି ଯେ ଯେପରି ପ୍ରାଚୀରରେ ନିର୍ମିତ ମୂର୍ତ୍ତି ପ୍ରାଚୀର ଛଡେ ନାହିଁ, ସେପରି ହିଁ ତୁମ ଅବସ୍ଥା ଅଟେ||37||
ਨਰ ਚਾਹਤ ਕਛੁ ਅਉਰ ਅਉਰੈ ਕੀ ਅਉਰੈ ਭਈ ॥ ମନୁଷ୍ୟ ଚାହିଁ ଥାଏ କିଛି, କିନ୍ତୁ ହୋଇଥାଏ ଆଉ କିଛି।
ਚਿਤਵਤ ਰਹਿਓ ਠਗਉਰ ਨਾਨਕ ਫਾਸੀ ਗਲਿ ਪਰੀ ॥੩੮॥ ହେ ନାନକ! ଲୋକଙ୍କୁ ଧୋକା ଦେବାର ଭାବନାରେ ସେ ନିଜେ ହିଁ ଫସି ଯାଇଛି||38||
ਜਤਨ ਬਹੁਤ ਸੁਖ ਕੇ ਕੀਏ ਦੁਖ ਕੋ ਕੀਓ ਨ ਕੋਇ ॥ ଲୋକମାନେ ସୁଖ ପାଇଁ ବହୁତ ପ୍ରୟାସ କରିଥାନ୍ତି, ପରନ୍ତୁ ଦୁଃଖ ବନ୍ଦ କରିବା ପାଇଁ କିଛି ମଧ୍ୟ କରନ୍ତି ନାହିଁ।
ਕਹੁ ਨਾਨਕ ਸੁਨਿ ਰੇ ਮਨਾ ਹਰਿ ਭਾਵੈ ਸੋ ਹੋਇ ॥੩੯॥ ଗୁରୁ ନାନକ କହନ୍ତି ଯେ ହେ ମନ! ଶୁଣ, ବାସ୍ତବରେ ଈଶ୍ଵରଙ୍କୁ ଯାହା ଉଚିତ ଲାଗିଥାଏ, ତାହା ହୋଇଥାଏ||39||
ਜਗਤੁ ਭਿਖਾਰੀ ਫਿਰਤੁ ਹੈ ਸਭ ਕੋ ਦਾਤਾ ਰਾਮੁ ॥ ଏହି ଜଗତ ଭିକାରି ଭଳି ବୁଲୁଥାଏ, କିନ୍ତୁ ସବୁଙ୍କୁ ଦେବା ବାଲା ପରମେଶ୍ଵର ହିଁ ଅଟନ୍ତି।
ਕਹੁ ਨਾਨਕ ਮਨ ਸਿਮਰੁ ਤਿਹ ਪੂਰਨ ਹੋਵਹਿ ਕਾਮ ॥੪੦॥ ଗୁରୁ ନାନକ କହନ୍ତି ଯେ ହେ ମନ! ଭଗବାନଙ୍କ ସ୍ମରଣ କରିବା ଦ୍ଵାରା ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯାଏ||40||
ਝੂਠੈ ਮਾਨੁ ਕਹਾ ਕਰੈ ਜਗੁ ਸੁਪਨੇ ਜਿਉ ਜਾਨੁ ॥ ହେ ଭାଇ! ମିଥ୍ୟା ଅଭିମାନ କାହିଁକି କରୁଅଛ, ଏହି ଦୁନିଆ ସ୍ଵପ୍ନ ଭଳି ଅଟେ।
ਇਨ ਮੈ ਕਛੁ ਤੇਰੋ ਨਹੀ ਨਾਨਕ ਕਹਿਓ ਬਖਾਨਿ ॥੪੧॥ ଗୁରୁ ନାନକ କହନ୍ତି ଯେ ଦୁନିଆରେ କିଛି ମଧ୍ୟ ତୋର ନୁହେଁ||41||
ਗਰਬੁ ਕਰਤੁ ਹੈ ਦੇਹ ਕੋ ਬਿਨਸੈ ਛਿਨ ਮੈ ਮੀਤ ॥ ହେ ମିତ୍ର! ତୁମେ ଶରୀରର ଗର୍ବ କରୁଅଛ, କିନ୍ତୁ ଏହା ଏକ କ୍ଷଣରେ ହିଁ ନଷ୍ଟ ହୋଇଯାଏ।
ਜਿਹਿ ਪ੍ਰਾਨੀ ਹਰਿ ਜਸੁ ਕਹਿਓ ਨਾਨਕ ਤਿਹਿ ਜਗੁ ਜੀਤਿ ॥੪੨॥ ଗୁରୁ ନାନକ କହନ୍ତି ଯେ ଯେଉଁ ପ୍ରାଣୀ ଈଶ୍ଵରଙ୍କ ଯଶୋଗାନ କରିଥାଏ, ସେ ହିଁ ଜଗତ ଉପରେ ବିଜୟ ଲାଭ କରିଥାଏ||42||
ਜਿਹ ਘਟਿ ਸਿਮਰਨੁ ਰਾਮ ਕੋ ਸੋ ਨਰੁ ਮੁਕਤਾ ਜਾਨੁ ॥ ଯାହାର ହୃଦୟରେ ରାମଙ୍କ ସ୍ମରଣ ଅଛି, ସେହି ବ୍ୟକ୍ତି ମୁକ୍ତ ଅଟେ।
ਤਿਹਿ ਨਰ ਹਰਿ ਅੰਤਰੁ ਨਹੀ ਨਾਨਕ ਸਾਚੀ ਮਾਨੁ ॥੪੩॥ ଗୁରୁ ନାନକ କହନ୍ତି ଯେ ସତ୍ୟ ମାନିବା, ସେହି ବ୍ୟକ୍ତି ଏବଂ ପରମାତ୍ମାଙ୍କ ଠାରେ କୌଣସି ଅନ୍ତର ନାହିଁ||43||
ਏਕ ਭਗਤਿ ਭਗਵਾਨ ਜਿਹ ਪ੍ਰਾਨੀ ਕੈ ਨਾਹਿ ਮਨਿ ॥ ଯେଉଁ ପ୍ରାଣୀର ମନରେ ଭଗବାନଙ୍କ ଭକ୍ତି ନାହିଁ,
ਜੈਸੇ ਸੂਕਰ ਸੁਆਨ ਨਾਨਕ ਮਾਨੋ ਤਾਹਿ ਤਨੁ ॥੪੪॥ ଗୁରୁ ନାନକ କହନ୍ତି ଯେ ତାହାଙ୍କ ତନ ଘୁଷୁରି ଏବଂ କୁକୁର ଭଳି ଭାବି ନିଅ||44||
ਸੁਆਮੀ ਕੋ ਗ੍ਰਿਹੁ ਜਿਉ ਸਦਾ ਸੁਆਨ ਤਜਤ ਨਹੀ ਨਿਤ ॥ ଯେପରି କୁକୁର ମାଲିକଙ୍କ ଘର କଦାପି ଛାଡେ ନାହିଁ।
ਨਾਨਕ ਇਹ ਬਿਧਿ ਹਰਿ ਭਜਉ ਇਕ ਮਨਿ ਹੁਇ ਇਕ ਚਿਤਿ ॥੪੫॥ ଗୁରୁ ନାନକ କହନ୍ତି ଯେ ଏହିଭଳି ଏକାଗ୍ରଚିତ୍ତ ହୋଇ ହୃଦୟରେ ଭଗବାନଙ୍କ ଭଜନ କର||45||
ਤੀਰਥ ਬਰਤ ਅਰੁ ਦਾਨ ਕਰਿ ਮਨ ਮੈ ਧਰੈ ਗੁਮਾਨੁ ॥ ଯେଉଁ ବ୍ୟକ୍ତି ତୀର୍ଥ, ବ୍ରତ-ଉପବାସ ଏବଂ ଦାନ-ପୂଣ୍ୟ କରି ମଧ୍ୟ ମନରେ ଅଭିମାନ କରିଥାଏ।
ਨਾਨਕ ਨਿਹਫਲ ਜਾਤ ਤਿਹ ਜਿਉ ਕੁੰਚਰ ਇਸਨਾਨੁ ॥੪੬॥ ହେ ନାନକ! ତାହାର ସବୁ କର୍ମ ନିଷ୍ଫଳ ହୋଇଯାଏ, ଯେପରି ହାତୀ ସ୍ନାନ କରିବା ପରେ ଧୂଳି ଉଡାଇ ଥାଏ||46||
ਸਿਰੁ ਕੰਪਿਓ ਪਗ ਡਗਮਗੇ ਨੈਨ ਜੋਤਿ ਤੇ ਹੀਨ ॥ ମସ୍ତକ ଥରୁଅଛି, ପାଦ ଟଳମଳ ହେଉଛି ଆଉ ଆଖିର ଶକ୍ତି ଦୁର୍ବଳ ହୋଇ ଯାଉଛି।
ਕਹੁ ਨਾਨਕ ਇਹ ਬਿਧਿ ਭਈ ਤਊ ਨ ਹਰਿ ਰਸਿ ਲੀਨ ॥੪੭॥ ଗୁରୁ ନାନକ କହନ୍ତି ଯେ ବାର୍ଦ୍ଧକ୍ୟରେ ଏହି ଦଶା ହୋଇ ଯାଇଛି, ଏହାପରେ ମଧ୍ୟ ଜୀବ ପରମାତ୍ମାଙ୍କ ଭଜନରେ ଲୀନ ହେଉନାହିଁ ||47||


© 2025 SGGS ONLINE
error: Content is protected !!
Scroll to Top