Page 1414
ਹਰਿ ਪ੍ਰਭੁ ਵੇਪਰਵਾਹੁ ਹੈ ਕਿਤੁ ਖਾਧੈ ਤਿਪਤਾਇ ॥
ପ୍ରଭୁ ନିଶ୍ଚିନ୍ତ ଅଟନ୍ତି, ସେ କିପରି ତୃପ୍ତ ହୋଇଥାନ୍ତି?
ਸਤਿਗੁਰ ਕੈ ਭਾਣੈ ਜੋ ਚਲੈ ਤਿਪਤਾਸੈ ਹਰਿ ਗੁਣ ਗਾਇ ॥
ଯିଏ ସଦଗୁରୁଙ୍କ ଇଚ୍ଛା ଅନୁସାରେ ଚାଲିଥାଏ, ସେ ଗୁଣଗାନ କରିଥାଏ, ତାହାହେଲେ ହିଁ ପ୍ରଭୁ ତୃପ୍ତ ହୋଇଥାନ୍ତି।
ਧਨੁ ਧਨੁ ਕਲਜੁਗਿ ਨਾਨਕਾ ਜਿ ਚਲੇ ਸਤਿਗੁਰ ਭਾਇ ॥੧੨॥
ଗୁରୁ ନାନକ କହନ୍ତି ଯେ ବ୍କଳିଯୁଗରେ ସେହି ବ୍ୟକ୍ତି ହିଁ ପ୍ରଶଂସାର ପାତ୍ର ଅଟେ, ଯିଏ ସଦଗୁରୁଙ୍କ ଇଚ୍ଛାରେ ଚାଲିଥାଏ||12||
ਸਤਿਗੁਰੂ ਨ ਸੇਵਿਓ ਸਬਦੁ ਨ ਰਖਿਓ ਉਰ ਧਾਰਿ ॥
ଯିଏ ସଦଗୁରୁଙ୍କ ସେବା କରେନାହିଁ, ପ୍ରଭୁଙ୍କୁ ହୃଦୟରେ ସ୍ଥାପନ କରେନାହିଁ;
ਧਿਗੁ ਤਿਨਾ ਕਾ ਜੀਵਿਆ ਕਿਤੁ ਆਏ ਸੰਸਾਰਿ ॥
ଏପରି ଲୋକଙ୍କ ଜୀବନ ଧିକ୍କାର ଯୋଗ୍ୟ ଅଟେ, ସେ ସଂସାରକୁ କାହିଁକି ଆସିଛି?
ਗੁਰਮਤੀ ਭਉ ਮਨਿ ਪਵੈ ਤਾਂ ਹਰਿ ਰਸਿ ਲਗੈ ਪਿਆਰਿ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ମନରେ ଶ୍ରଦ୍ଧା ଉତ୍ପନ୍ନ ହୋଇଥାଏ ଆଉ ହରିଙ୍କ ଠାରେ ପ୍ରେମ ଲଗ୍ନ ଲାଗିଯାଏ।
ਨਾਉ ਮਿਲੈ ਧੁਰਿ ਲਿਖਿਆ ਜਨ ਨਾਨਕ ਪਾਰਿ ਉਤਾਰਿ ॥੧੩॥
ନାନକ କହନ୍ତି ଯେ ଯାହାର ଭାଗ୍ୟରେ ପ୍ରାରମ୍ଭରୁ ହିଁ ଲେଖା ହୋଇଥାଏ, ତାହାକୁ ହିଁ ହରିନାମ ପ୍ରାପ୍ତ ହୋଇଥାଏ ଆଉ ସେ ସଂସାର-ସାଗରରୁ ମୁକ୍ତ ହୋଇଯାଏ||13||
ਮਾਇਆ ਮੋਹਿ ਜਗੁ ਭਰਮਿਆ ਘਰੁ ਮੁਸੈ ਖਬਰਿ ਨ ਹੋਇ ॥
ଦୁନିଆ ମାୟା-ମୋହରେ ପଥଭ୍ରଷ୍ଟ ରହିଛି, ତାହାର ଘର ଲୁଟ ହେଉଛି କିନ୍ତୁ କିନ୍ତୁ ସେ ଖବର ପାଇ ପାରୁନାହିଁ।
ਕਾਮ ਕ੍ਰੋਧਿ ਮਨੁ ਹਿਰਿ ਲਇਆ ਮਨਮੁਖ ਅੰਧਾ ਲੋਇ ॥
କାମ-କ୍ରୋଧ ମନକୁ ଚୋରାଇ ନେଇଛି ଆଉ ସ୍ଵେଚ୍ଛାଚାରୀ ଅନ୍ଧ ବନି ଯାଇଛି।
ਗਿਆਨ ਖੜਗ ਪੰਚ ਦੂਤ ਸੰਘਾਰੇ ਗੁਰਮਤਿ ਜਾਗੈ ਸੋਇ ॥
ଯିଏ ଗୁରୁଙ୍କ ଉପଦେଶ ଦ୍ଵାରା ଜାଗ୍ରତ ହୋଇ ଯାଇଛି, ସେ ଜ୍ଞାନର ଖଣ୍ଡା ଦ୍ଵାରା ପାଞ୍ଚ ବିକାରକୁ ଅନ୍ତ କରି ଦେଇଛି।
ਨਾਮ ਰਤਨੁ ਪਰਗਾਸਿਆ ਮਨੁ ਤਨੁ ਨਿਰਮਲੁ ਹੋਇ ॥
ହରିନାମ ରତ୍ନ ଦ୍ଵାରା ଜୀବର ଅନ୍ତର୍ମନ ଉଜ୍ଜଳ ହୋଇ ଯାଇଥାଏ, ଏହାଦ୍ୱାରା ମନ ତନ ନିର୍ମଳ ହୋଇଯାଏ।
ਨਾਮਹੀਨ ਨਕਟੇ ਫਿਰਹਿ ਬਿਨੁ ਨਾਵੈ ਬਹਿ ਰੋਇ ॥
ଈଶ୍ଵରଙ୍କ ନାମ ବିହୀନ ବ୍ୟକ୍ତି ତିରସ୍କାର ହିଁ ପ୍ରାପ୍ତ କରିଥାଏ ଆଉ ନାମ ବିନା ପଶ୍ଚାତାପ କରିଥାଏ।
ਨਾਨਕ ਜੋ ਧੁਰਿ ਕਰਤੈ ਲਿਖਿਆ ਸੁ ਮੇਟਿ ਨ ਸਕੈ ਕੋਇ ॥੧੪॥
ଗୁରୁ ନାନକ କହନ୍ତି- ବିଧାତା ଭାଗ୍ୟରେ ଯାହା ଲେଖିଛନ୍ତି, ତାହାକୁ କେହି ବଦଳାଇ ପାରିବ ନାହିଁ||14||
ਗੁਰਮੁਖਾ ਹਰਿ ਧਨੁ ਖਟਿਆ ਗੁਰ ਕੈ ਸਬਦਿ ਵੀਚਾਰਿ ॥
ଗୁରୁଙ୍କ ଉପଦେଶ ମନନ କରି ଗୁରୁମୁଖୀ ହରିନାମ ଧନ ଲାଭ ପ୍ରାପ୍ତ କରିଥାଏ।
ਨਾਮੁ ਪਦਾਰਥੁ ਪਾਇਆ ਅਤੁਟ ਭਰੇ ਭੰਡਾਰ ॥
ନାମ ପଦାର୍ଥ ପ୍ରାପ୍ତ କରି ତାହାର ଭଣ୍ଡାର ଭରି ଯାଇଥାଏ।
ਹਰਿ ਗੁਣ ਬਾਣੀ ਉਚਰਹਿ ਅੰਤੁ ਨ ਪਾਰਾਵਾਰੁ ॥
ସେ ବାଣୀ ଦ୍ଵାରା ପରମାତ୍ମାଙ୍କୁ ପ୍ରଶଂସା କରିଥାଏ, ଯାହାଙ୍କ କୌଣସି ଅନ୍ତ ନଥାଏ।
ਨਾਨਕ ਸਭ ਕਾਰਣ ਕਰਤਾ ਕਰੈ ਵੇਖੈ ਸਿਰਜਨਹਾਰੁ ॥੧੫॥
ହେ ନାନକ! ସ୍ରଷ୍ଟା ପ୍ରଭୁ ସବୁ କରିବା-କରାଇବା ବାଲା ଅଟନ୍ତି, ସେ ହିଁ ସବୁ ଦେଖିଥାନ୍ତି||15||
ਗੁਰਮੁਖਿ ਅੰਤਰਿ ਸਹਜੁ ਹੈ ਮਨੁ ਚੜਿਆ ਦਸਵੈ ਆਕਾਸਿ ॥
ଗୁରୁମୁଖୀର ଅନ୍ତର୍ମନରେ ଶାନ୍ତି ବନି ରହିଥାଏ ଆଉ ତାହାର ମନ ଦଶମ ଦ୍ଵାରକୁ ଉନ୍ନତ ହୋଇଯାଏ।
ਤਿਥੈ ਊਂਘ ਨ ਭੁਖ ਹੈ ਹਰਿ ਅੰਮ੍ਰਿਤ ਨਾਮੁ ਸੁਖ ਵਾਸੁ ॥
ସେଠାରେ କୌଣସି ନିଦ୍ରା ଅଥବା କ୍ଷୁଧା ନଥାଏ ଆଉ ହରିନାମ ଅମୃତର ସୁଖ ରହିଥାଏ।
ਨਾਨਕ ਦੁਖੁ ਸੁਖੁ ਵਿਆਪਤ ਨਹੀ ਜਿਥੈ ਆਤਮ ਰਾਮ ਪ੍ਰਗਾਸੁ ॥੧੬॥
ଗୁରୁ ନାନକ କହନ୍ତି ଯେ ଯେଉଁଠି ସର୍ବାତ୍ମ ଅଛି, ସେଠାରେ ଦୁଃଖ-ସୁଖର ପ୍ରଭାବ ନଥାଏ||16||
ਕਾਮ ਕ੍ਰੋਧ ਕਾ ਚੋਲੜਾ ਸਭ ਗਲਿ ਆਏ ਪਾਇ ॥
ସମସ୍ତେ କାମ-କ୍ରୋଧର ଆବରଣ ଧରି ଆସିଥାନ୍ତି।
ਇਕਿ ਉਪਜਹਿ ਇਕਿ ਬਿਨਸਿ ਜਾਂਹਿ ਹੁਕਮੇ ਆਵੈ ਜਾਇ ॥
କେହି ଜନ୍ମ ନେଇଥାଏ, କେହି ମୃତ୍ୟୁ ପ୍ରାପ୍ତ କରିଥାଏ, ଏହି ପ୍ରକାରେ ଈଶ୍ଵରଙ୍କ ହୁକୁମରେ ଜନ୍ମ-ମରଣ ବନି ରହିଥାଏ।
ਜੰਮਣੁ ਮਰਣੁ ਨ ਚੁਕਈ ਰੰਗੁ ਲਗਾ ਦੂਜੈ ਭਾਇ ॥
ଲୋକମାନେ ଦୈତ୍ୟଭାବରେ ଲୀନ ରହିଥାନ୍ତି, ଯେଉଁ କାରଣରୁ ଜନ୍ମ-ମରଣର ଚକ୍ର ଦୂର ହୁଏନାହିଁ।
ਬੰਧਨਿ ਬੰਧਿ ਭਵਾਈਅਨੁ ਕਰਣਾ ਕਛੂ ਨ ਜਾਇ ॥੧੭॥
ଜୀବ ସଂସାରର ବନ୍ଧନରେ ପଡି ଯୋନି ଚକ୍ରରେ ପଥଭ୍ରଷ୍ଟ ରହିଥାଏ ଆଉ ସେଥିପାଇଁ ସ୍ଵୟଂ କିଛି ମଧ୍ୟ କରିପାରେ ନାହିଁ (ସବୁ ପରମାତ୍ମାଙ୍କ ଇଛାରେ ଚାଲିଥାଏ)||17||
ਜਿਨ ਕਉ ਕਿਰਪਾ ਧਾਰੀਅਨੁ ਤਿਨਾ ਸਤਿਗੁਰੁ ਮਿਲਿਆ ਆਇ ॥
ଯାହା ଉପରେ ଈଶ୍ଵର କୃପା କରିଥାନ୍ତି, ସଦଗୁରୁଙ୍କ ସହିତ ତାହାର ମିଳନ ହୋଇଯାଏ।
ਸਤਿਗੁਰਿ ਮਿਲੇ ਉਲਟੀ ਭਈ ਮਰਿ ਜੀਵਿਆ ਸਹਜਿ ਸੁਭਾਇ ॥
ସଦଗୁରୁଙ୍କ ସହିତ ମିଳନ କରି ତାହାର ଜୀବନ ବଦଳି ଯାଇଥାଏ ଆଉ ସ୍ଵାଭାବିକ ଭାବରେ ମନ ନିୟନ୍ତ୍ରିତ
ਨਾਨਕ ਭਗਤੀ ਰਤਿਆ ਹਰਿ ਹਰਿ ਨਾਮਿ ਸਮਾਇ ॥੧੮॥
ହେ ନାନକ! ସେ ଭକ୍ତିରେ ଲୀନ ରହି ପ୍ରଭୁଙ୍କ ଠାରେ ସମାହିତ ହୋଇଯାଏ||18||
ਮਨਮੁਖ ਚੰਚਲ ਮਤਿ ਹੈ ਅੰਤਰਿ ਬਹੁਤੁ ਚਤੁਰਾਈ ॥
ସ୍ଵେଚ୍ଛାଚାରୀର ବୁଦ୍ଧି ଚଞ୍ଚଳ ଅଟେ, ସେ ମନରେ ବହୁତ ଚତୁରତା କରିଥାଏ।
ਕੀਤਾ ਕਰਤਿਆ ਬਿਰਥਾ ਗਇਆ ਇਕੁ ਤਿਲੁ ਥਾਇ ਨ ਪਾਈ ॥
ତାହାର ସବୁ କାର୍ଯ୍ୟ ବ୍ୟର୍ଥ ହୋଇଯାଏ ଆଉ କିଛି ମଧ୍ୟ ସାକାର ହୁଏନାହିଁ।
ਪੁੰਨ ਦਾਨੁ ਜੋ ਬੀਜਦੇ ਸਭ ਧਰਮ ਰਾਇ ਕੈ ਜਾਈ ॥
ଯିଏ ଦାନ-ପୂଣ୍ୟ କରିଥାଏ, ଯମରାଜଙ୍କ ବିଚାରର ସମ୍ମୁଖୀନ ହୋଇଥାଏ।
ਬਿਨੁ ਸਤਿਗੁਰੂ ਜਮਕਾਲੁ ਨ ਛੋਡਈ ਦੂਜੈ ਭਾਇ ਖੁਆਈ ॥
ସଦଗୁରୁଙ୍କ ବିନା ଯମରାଜ ଛାଡନ୍ତି ନାହିଁ ଆଉ ସେ ଦୈତ୍ୟଭାବରେ ଦୁଃଖୀ ହୋଇଥାଏ।
ਜੋਬਨੁ ਜਾਂਦਾ ਨਦਰਿ ਨ ਆਵਈ ਜਰੁ ਪਹੁਚੈ ਮਰਿ ਜਾਈ ॥
ଯୌବନ ବିତିଯିବା ଜଣା ପଡେ ନାହିଁ, ବାର୍ଦ୍ଧକ୍ୟ ଆସି ଯାଏ ଆଉ ମୃତ୍ୟୁ ପ୍ରାପ୍ତ କରିଥାଏ।
ਪੁਤੁ ਕਲਤੁ ਮੋਹੁ ਹੇਤੁ ਹੈ ਅੰਤਿ ਬੇਲੀ ਕੋ ਨ ਸਖਾਈ ॥
ପୁତ୍ର-ପତ୍ନୀ ସହିତ ମୋହ ପ୍ରେମ ବନି ରହିଛି କିନ୍ତୁ ଅନ୍ତକାଳରେ କେହି ସାଥି ଦିଅନ୍ତି ନାହିଁ।
ਸਤਿਗੁਰੁ ਸੇਵੇ ਸੋ ਸੁਖੁ ਪਾਏ ਨਾਉ ਵਸੈ ਮਨਿ ਆਈ ॥
ସଦଗୁରୁଙ୍କ ସେବା ଦ୍ଵାରା ହିଁ ସୁଖ ପ୍ରାପ୍ତ ହୋଇଥାଏ ଆଉ ମନରେ ହରିନାମ ବାସ କରିଥାଏ।
ਨਾਨਕ ਸੇ ਵਡੇ ਵਡਭਾਗੀ ਜਿ ਗੁਰਮੁਖਿ ਨਾਮਿ ਸਮਾਈ ॥੧੯॥
ହେ ନାନକ! ସେହି ଲୋକ ବହୁତ ଭାଗ୍ୟଶାଳୀ ଅଟେ, ଯିଏ ଗୁରୁଙ୍କ ଦ୍ଵାରା ନାମରେ ଲୀନ ରହିଥାଏ||19||
ਮਨਮੁਖ ਨਾਮੁ ਨ ਚੇਤਨੀ ਬਿਨੁ ਨਾਵੈ ਦੁਖ ਰੋਇ ॥
ସ୍ଵେଚ୍ଛାଚାରୀ ପରମାତ୍ମାଙ୍କ ନାମକୁ ସ୍ମରଣ କରେନାହିଁ ଆଉ ନାମ ଠାରୁ ବଞ୍ଚିତ ହୋଇ ଦୁଃଖିତ ହୋଇଥାଏ।