Page 1404
ਗੁਰ ਪ੍ਰਸਾਦਿ ਪਾਈਐ ਪਰਮਾਰਥੁ ਸਤਸੰਗਤਿ ਸੇਤੀ ਮਨੁ ਖਚਨਾ ॥
ଗୁରୁଙ୍କ କୃପାରୁ ହିଁ ପରମାର୍ଥ ପ୍ରାପ୍ତ ହୋଇଥାନ୍ତି ଆଉ ସତସଙ୍ଗତିରେ ମନ ହରିନାମ ସ୍ମରଣରେ ଲୀନ ରହିଥାଏ।
ਕੀਆ ਖੇਲੁ ਬਡ ਮੇਲੁ ਤਮਾਸਾ ਵਾਹਗੁਰੂ ਤੇਰੀ ਸਭ ਰਚਨਾ ॥੩॥੧੩॥੪੨॥
ହେ ଗୁରୁ-ପରମେଶ୍ଵର! ତୁ ପ୍ରଶଂସାର ଯୋଗ୍ୟ ଅଟୁ, ଏହି ସଂସାର ସବୁ ତୋର ରଚନା ଅଟେ, ପଞ୍ଚ ତତ୍ତ୍ଵକୁ ମିଳାଇ ତୁ ବଡ ଖେଳ ତମାସା ରଚନା କରିଛୁ||3||13||42||
ਅਗਮੁ ਅਨੰਤੁ ਅਨਾਦਿ ਆਦਿ ਜਿਸੁ ਕੋਇ ਨ ਜਾਣੈ ॥
ପରମେଶ୍ଵର ଅଗମ୍ୟ, ଅନନ୍ତ, ଅନାଦି ଅଟନ୍ତି, ତାହାଙ୍କ ଆରମ୍ଭ କେହି ଜାଣନ୍ତି ନାହିଁ।
ਸਿਵ ਬਿਰੰਚਿ ਧਰਿ ਧੵਾਨੁ ਨਿਤਹਿ ਜਿਸੁ ਬੇਦੁ ਬਖਾਣੈ ॥
ଶିବ, ବ୍ରହ୍ମା ମଧ୍ୟ ତାହାଙ୍କ ଧ୍ୟାନ କରିଥାନ୍ତି, ବେଦ ମଧ୍ୟ ନିତ୍ୟ ତାହାଙ୍କ ମହିମା ଗାନ କରିଥାଏ।
ਨਿਰੰਕਾਰੁ ਨਿਰਵੈਰੁ ਅਵਰੁ ਨਹੀ ਦੂਸਰ ਕੋਈ ॥
ସେ ନିରାକାର ଅଟନ୍ତି, ପ୍ରେମର ମୂର୍ତ୍ତି ଅଟନ୍ତି, ତାହାଙ୍କ ଭଳି ଆଉ କେହି ନାହାନ୍ତି।
ਭੰਜਨ ਗੜ੍ਹਣ ਸਮਥੁ ਤਰਣ ਤਾਰਣ ਪ੍ਰਭੁ ਸੋਈ ॥
ସେ ବିନାଶ କରିବା ଏବଂ ସୃଷ୍ଟି କରିବାରେ ପୂର୍ଣ୍ଣ ସମର୍ଥ ଅଟନ୍ତି, ସେ ସେହି ପ୍ରଭୁ ସଂସାର ସାଗରରୁ ପାର କରାଇବା ଜାହାଜ ଅଟନ୍ତି।
ਨਾਨਾ ਪ੍ਰਕਾਰ ਜਿਨਿ ਜਗੁ ਕੀਓ ਜਨੁ ਮਥੁਰਾ ਰਸਨਾ ਰਸੈ ॥
ଯିଏ ଅନେକ ପ୍ରକାରର ଜଗତ ବନାଇଛନ୍ତି, ମଥୁରା ଭାଟ ମଥୁରା ଭାଟ ଜିହ୍ଵାରେ ତାହାଙ୍କ ଯଶୋଗାନ କରିଥାନ୍ତି।
ਸ੍ਰੀ ਸਤਿ ਨਾਮੁ ਕਰਤਾ ਪੁਰਖੁ ਗੁਰ ਰਾਮਦਾਸ ਚਿਤਹ ਬਸੈ ॥੧॥
ଶ୍ରୀ ସତ୍ୟସ୍ଵରୂପ ସୃଷ୍ଟି ରଚୟିତା ପରମେଶ୍ଵର ଗୁରୁ ରାମଦାସଙ୍କ ହୃଦୟରେ ହିଁ ରହିଥାନ୍ତି||1||
ਗੁਰੂ ਸਮਰਥੁ ਗਹਿ ਕਰੀਆ ਧ੍ਰੁਵ ਬੁਧਿ ਸੁਮਤਿ ਸਮ੍ਹਾਰਨ ਕਉ ॥
ଗୁରୁ ରାମଦାସ ସର୍ବକଳା ସମର୍ଥ ଅଟନ୍ତି, ଏଥିପାଇଁ ଅଟଳ ବିବେକ ବୁଦ୍ଧି, ସୁମତି ପାଇବା ପାଇଁ ତାହାଙ୍କ ଆଶ୍ରା ନେଇଛି।
ਫੁਨਿ ਧ੍ਰੰਮ ਧੁਜਾ ਫਹਰੰਤਿ ਸਦਾ ਅਘ ਪੁੰਜ ਤਰੰਗ ਨਿਵਾਰਨ ਕਉ ॥
ତାହାଙ୍କ ଧର୍ମ ଧ୍ଵଜା ସଦା ଫର ଫର ଉଡିଥାଏ, ସେ ପାପ ଓ ବାସନାର ତରଙ୍ଗକୁ ନିବାରଣ କରିବା ବାଲା ଅଟନ୍ତି।
ਮਥੁਰਾ ਜਨ ਜਾਨਿ ਕਹੀ ਜੀਅ ਸਾਚੁ ਸੁ ਅਉਰ ਕਛੂ ਨ ਬਿਚਾਰਨ ਕਉ ॥
ଦାସ ମଥୁରା ହୃଦୟରେ ଭଲ ଭାବରେ ହୃଦୟଙ୍ଗମ କରି ସତ୍ୟ ହିଁ ବତାଇଛନ୍ତି, ଆଉ କିଛି ମଧ୍ୟ ବିଚାର ଯୋଗ୍ୟ ନୁହେଁ।
ਹਰਿ ਨਾਮੁ ਬੋਹਿਥੁ ਬਡੌ ਕਲਿ ਮੈ ਭਵ ਸਾਗਰ ਪਾਰਿ ਉਤਾਰਨ ਕਉ ॥੨॥
କଳିଯୁଗରେ ପରମାତ୍ମାଙ୍କ ନାମ ସବୁଠାରୁ ବଡ ଜାହାଜ ଅଟେ, କେବଳ ସେ ହିଁ ସଂସାର-ସାଗରରୁ ପାର କରାଇବା ବାଲା ଅଟନ୍ତି||2||
ਸੰਤਤ ਹੀ ਸਤਸੰਗਤਿ ਸੰਗ ਸੁਰੰਗ ਰਤੇ ਜਸੁ ਗਾਵਤ ਹੈ ॥
ଯିଏ ସନ୍ଥଙ୍କ ସଙ୍ଗତରେ ଆସିଥାଏ, ସେ ରଙ୍ଗୀନ ହୋଇ ପରମେଶ୍ଵରଙ୍କ ଯଶ ଗାନ କରିଥାଏ।
ਧ੍ਰਮ ਪੰਥੁ ਧਰਿਓ ਧਰਨੀਧਰ ਆਪਿ ਰਹੇ ਲਿਵ ਧਾਰਿ ਨ ਧਾਵਤ ਹੈ ॥
ବାସ୍ତବରେ ଏହି ଧର୍ମର ରାସ୍ତା ସ୍ଵୟଂ ଈଶ୍ଵର ଚଲାଇ ଅଛନ୍ତି, ଯିଏ ହରିନାମ ଭକ୍ତିରେ ଲଗ୍ନ ଲଗାଇଛନ୍ତି, ପୁନର୍ବାର ସେ ଏଣେତେଣେ ପଥଭ୍ରଷ୍ଟ ହୁଅନ୍ତି ନାହିଁ।
ਮਥੁਰਾ ਭਨਿ ਭਾਗ ਭਲੇ ਉਨ੍ਹ੍ ਕੇ ਮਨ ਇਛਤ ਹੀ ਫਲ ਪਾਵਤ ਹੈ ॥
ମଥୁରା ଭାଟ କହନ୍ତି ଯେ ଏପରି ଲୋକ ଭାଗ୍ୟଶାଳୀ ଅଟେ ଆଉ ମନୋବାଞ୍ଛିତ ଫଳ ପ୍ରାପ୍ତ କରିଥାଏ।
ਰਵਿ ਕੇ ਸੁਤ ਕੋ ਤਿਨ੍ਹ੍ਹ ਤ੍ਰਾਸੁ ਕਹਾ ਜੁ ਚਰੰਨ ਗੁਰੂ ਚਿਤੁ ਲਾਵਤ ਹੈ ॥੩॥
ଯିଏ ଗୁରୁ ରାମଦାସଙ୍କ ଚରଣରେ ମନ ଲଗାଇ ଥାଏ, ତାହାକୁ ସୂର୍ଯ୍ୟ ପୁତ୍ର ଯମରାଜର ଭୟ ମଧ୍ୟ ଲାଗେ ନାହିଁ॥3॥
ਨਿਰਮਲ ਨਾਮੁ ਸੁਧਾ ਪਰਪੂਰਨ ਸਬਦ ਤਰੰਗ ਪ੍ਰਗਟਿਤ ਦਿਨ ਆਗਰੁ ॥
ସଦଗୁରୁ ରାମଦାସ ନିର୍ମଳ ନାମାମୃତର ଏକ ସରୋବର ଅଟନ୍ତି, ଯିଏ ଅମୃତ ଦ୍ଵାରା ପରିପୂର୍ଣ୍ଣ ଅଟନ୍ତି, ଯେଉଁଠାରେ ପ୍ରାତଃ ଆରମ୍ଭ ହେବାମାତ୍ରେ ଶବ୍ଦ-ଗାନର ଲହଡି ଉଠିଥାଏ।
ਗਹਿਰ ਗੰਭੀਰੁ ਅਥਾਹ ਅਤਿ ਬਡ ਸੁਭਰੁ ਸਦਾ ਸਭ ਬਿਧਿ ਰਤਨਾਗਰੁ ॥
ସେ ଗଭୀର ଗମ୍ଭୀର, ଅଥଳ, ବହୁତ ବଡ ଅଟନ୍ତି ଆଉ ସବୁ ପ୍ରକାର ପରିପୂର୍ଣ୍ଣ ଏବଂ ରତନର ଭଣ୍ଡାର ଅଟନ୍ତି।
ਸੰਤ ਮਰਾਲ ਕਰਹਿ ਕੰਤੂਹਲ ਤਿਨ ਜਮ ਤ੍ਰਾਸ ਮਿਟਿਓ ਦੁਖ ਕਾਗਰੁ ॥
ସନ୍ଥ ରୂପୀ ହଂସ ସେଠାରେ କୌତୁକ କ୍ରିଡା କରିଥାଏ, ତାହାର ମୃତ୍ୟୁର ଭୟ ଏବଂ ଦୁଃଖର ହିସାବ ଦୂର ହୋଇଯାଏ।
ਕਲਜੁਗ ਦੁਰਤ ਦੂਰਿ ਕਰਬੇ ਕਉ ਦਰਸਨੁ ਗੁਰੂ ਸਗਲ ਸੁਖ ਸਾਗਰੁ ॥੪॥
କଳିଯୁଗରେ ପାପ ଦୂର କରିବା ପାଇଁ ଗୁରୁ ରାମଦାସଙ୍କ ଦର୍ଶନ ସର୍ବ ସୁଖର ସାଗର ଅଟେ||4||
ਜਾ ਕਉ ਮੁਨਿ ਧੵਾਨੁ ਧਰੈ ਫਿਰਤ ਸਗਲ ਜੁਗ ਕਬਹੁ ਕ ਕੋਊ ਪਾਵੈ ਆਤਮ ਪ੍ਰਗਾਸ ਕਉ ॥
ଯାହାଙ୍କ ଧ୍ୟାନ ମୁନି ଧାରଣ କରିଥାନ୍ତି, ସଂପୂର୍ଣ୍ଣ ଜଗତରେ ଭ୍ରମଣ କରିଥାନ୍ତି ଆଉ କ୍ଵଚିତ କେହି ଆତ୍ମ-ପ୍ରକାଶ ପାଇଥାଏ।
ਬੇਦ ਬਾਣੀ ਸਹਿਤ ਬਿਰੰਚਿ ਜਸੁ ਗਾਵੈ ਜਾ ਕੋ ਸਿਵ ਮੁਨਿ ਗਹਿ ਨ ਤਜਾਤ ਕਬਿਲਾਸ ਕੰਉ ॥
ବେଦବାଣୀ ସହିତ ବ୍ରହ୍ମା ମଧ୍ୟ ଯାହାଙ୍କ ଯଶୋଗାନ କରିଥାନ୍ତି, ଯାହାଙ୍କ ଧ୍ୟାନରେ ମହାଦେବ ଶିବଶଙ୍କର ମଧ୍ୟ କୈଳାଶ ପର୍ବତକୁ ଛାଡନ୍ତି ନାହିଁ।
ਜਾ ਕੌ ਜੋਗੀ ਜਤੀ ਸਿਧ ਸਾਧਿਕ ਅਨੇਕ ਤਪ ਜਟਾ ਜੂਟ ਭੇਖ ਕੀਏ ਫਿਰਤ ਉਦਾਸ ਕਉ ॥
ଯାହାକୁ ପାଇବା ପାଇଁ ଯୋଗୀ, ବ୍ରହ୍ମଚାରୀ, ସିଦ୍ଧ, ସାଧକ ଅନେକ ଜନ ତପସ୍ୟାରେ ଲୀନ ରହିଥାନ୍ତି, କେହି ଜଟା ଧାରଣ କରି ବେଶ ଆଡମ୍ବର ବୈରାଗୀ ହୋଇ ବୁଲୁଥାନ୍ତି।
ਸੁ ਤਿਨਿ ਸਤਿਗੁਰਿ ਸੁਖ ਭਾਇ ਕ੍ਰਿਪਾ ਧਾਰੀ ਜੀਅ ਨਾਮ ਕੀ ਬਡਾਈ ਦਈ ਗੁਰ ਰਾਮਦਾਸ ਕਉ ॥੫॥
ସେହି ନିରଙ୍କାରଙ୍କ ସ୍ୱରୂପ ସଦଗୁରୁ ଅମରଦାସ ସ୍ଵାଭାବିକ ଭାବରେ ନିଜ କୃପା ଗୁରୁ ରାମଦାସଙ୍କ ପ୍ରତି ଧାରଣ କରିଛନ୍ତି ଆଉ ଏହି ପ୍ରକାରେ ହରିନାମର କୀର୍ତ୍ତି ଗୁରୁ ରାମଦାସଙ୍କୁ ପ୍ରଦାନ କରିଛନ୍ତି||5||
ਨਾਮੁ ਨਿਧਾਨੁ ਧਿਆਨ ਅੰਤਰਗਤਿ ਤੇਜ ਪੁੰਜ ਤਿਹੁ ਲੋਗ ਪ੍ਰਗਾਸੇ ॥
ଗୁରୁ ରାମଦାସଙ୍କ ପାଖରେ ନାମ ରୂପୀ ସୁଖର ନିଧି ଅଛି, ସେ ଅନ୍ତର୍ମନରେ ଧ୍ୟାନଶୀଳ ଅଛନ୍ତି, ତାହାଙ୍କ ତେଜ ତିନି ଲୋକରେ ପ୍ରସାରିତ ହୋଇଛି।
ਦੇਖਤ ਦਰਸੁ ਭਟਕਿ ਭ੍ਰਮੁ ਭਜਤ ਦੁਖ ਪਰਹਰਿ ਸੁਖ ਸਹਜ ਬਿਗਾਸੇ ॥
ତାହାଙ୍କ ଦର୍ଶନ ଦ୍ଵାରା ସମସ୍ତ ଭ୍ରମ ନିବୃତ୍ତ ହୋଇଯାଏ ଏବଂ ଦୁଃଖ ଦୂର ହୋଇ ସୁଖ ଏବଂ ଖୁସି ପ୍ରାପ୍ତ ହୋଇଥାଏ।
ਸੇਵਕ ਸਿਖ ਸਦਾ ਅਤਿ ਲੁਭਿਤ ਅਲਿ ਸਮੂਹ ਜਿਉ ਕੁਸਮ ਸੁਬਾਸੇ ॥
ସେବକ ଆଉ ଶିଷ୍ୟ ସର୍ବଦା ତାହାଙ୍କ ପ୍ରତି ଲୁବଧ ହୋଇଥାନ୍ତି, ଯେପରି ବାସନାଯୁକ୍ତ ଫୁଲ ପ୍ରତି ଭଅଁର ଆକର୍ଷିତ ହୋଇଥାଏ।
ਬਿਦ੍ਮਾਨ ਗੁਰਿ ਆਪਿ ਥਪ੍ਉ ਥਿਰੁ ਸਾਚਉ ਤਖਤੁ ਗੁਰੂ ਰਾਮਦਾਸੈ ॥੬॥
ଗୁରୁ ଅମରଦାସ ଜୀବିତ ଅବସ୍ଥାରେ ସ୍ଵୟଂ ଗୁରୁ ରାମଦାସଙ୍କୁ ସଚ୍ଚା ସିଂହାସନ (ଗୁରୁ ନାନକଙ୍କ ଗାଦିରେ) ସ୍ଥାପିତ କରିଛନ୍ତି||6||