Page 1401
ਗੁਰੂ ਗੁਰੁ ਗੁਰੁ ਕਰਹੁ ਗੁਰੂ ਹਰਿ ਪਾਈਐ ॥
ଗୁରୁଙ୍କ ଗୁଣ ଓ ମହିମା ଗାନ କର, କାରଣ ଗୁରୁଙ୍କ ଦ୍ଵାରା ହିଁ ଈଶ୍ଵର ପ୍ରାପ୍ତ ହୋଇଥାନ୍ତି।
ਉਦਧਿ ਗੁਰੁ ਗਹਿਰ ਗੰਭੀਰ ਬੇਅੰਤੁ ਹਰਿ ਨਾਮ ਨਗ ਹੀਰ ਮਣਿ ਮਿਲਤ ਲਿਵ ਲਾਈਐ ॥
ଗୁରୁ ଗହନ-ଗମ୍ଭୀର, ଅନନ୍ତ ଏବଂ ପ୍ରେମର ସାଗର ଅଟନ୍ତି, ତାହାଙ୍କ ଠାରେ ଧ୍ୟାନ ଲଗାଇବା ଦ୍ଵାରା ହିଁ ହରିନାମ ରୂପୀ ମୋତି, ହୀରା ଓ ମଣି ମିଳିଥାଏ।
ਫੁਨਿ ਗੁਰੂ ਪਰਮਲ ਸਰਸ ਕਰਤ ਕੰਚਨੁ ਪਰਸ ਮੈਲੁ ਦੁਰਮਤਿ ਹਿਰਤ ਸਬਦਿ ਗੁਰੁ ਧੵਾਈਐ ॥
ଅଧିକନ୍ତୁ, ଗୁରୁଙ୍କ ସାନ୍ନିଧ୍ୟ ସରସ ସୁଗନ୍ଧି ଭରି ଦେଇଥାଏ, ସେ ସ୍ଵର୍ଣ୍ଣ ଭଳି ବନାଇ ଦେଇଥାନ୍ତି, ଗୁରୁ ଉପଦେଶର ଧ୍ୟାନ ଦୁର୍ମତିର ମଇଳାକୁ ଦୂର କରି ଦେଇଥାଏ।
ਅੰਮ੍ਰਿਤ ਪਰਵਾਹ ਛੁਟਕੰਤ ਸਦ ਦ੍ਵਾਰਿ ਜਿਸੁ ਗ੍ਯ੍ਯਾਨ ਗੁਰ ਬਿਮਲ ਸਰ ਸੰਤ ਸਿਖ ਨਾਈਐ ॥
ଯାହାଙ୍କ ଦ୍ଵାରରୁ ସଦା ଅମୃତର ପ୍ରବାହ ହୋଇଥାଏ, ସନ୍ଥ ଏବଂ ଶିଷ୍ୟ ଗୁରୁଙ୍କ ଜ୍ଞାନ ରୂପୀ ନିର୍ମଳ ସରୋବରରେ ସ୍ନାନ କରିଥାନ୍ତି।
ਨਾਮੁ ਨਿਰਬਾਣੁ ਨਿਧਾਨੁ ਹਰਿ ਉਰਿ ਧਰਹੁ ਗੁਰੂ ਗੁਰੁ ਗੁਰੁ ਕਰਹੁ ਗੁਰੂ ਹਰਿ ਪਾਈਐ ॥੩॥੧੫॥
ପବିତ୍ର, ସୁଖନିଧାନ ହରିନାମ ହୃଦୟରେ ଧାରଣ କର, ଗୁରୁଙ୍କ ସ୍ତୁତିଗାନ କର, ଗୁରୁ-ଗୁରୁ ଜପ କର, ଗୁରୁଙ୍କ ଦ୍ଵାରା ହିଁ ପରମେଶ୍ଵର ପ୍ରାପ୍ତ ହୋଇଥାନ୍ତି||3||15||
ਗੁਰੂ ਗੁਰੁ ਗੁਰੂ ਗੁਰੁ ਗੁਰੂ ਜਪੁ ਮੰਨ ਰੇ ॥
ହେ ମନ! ନିରନ୍ତର ଗୁରୁ ନାମ-ମନ୍ତ୍ର ଜପ କର, ତାହାଙ୍କ ସେବାରେ ଶିବ, ସିଦ୍ଧ, ସାଧକ, ଦେବ ଏବଂ ଅସୁର ଗଣ ମଧ୍ୟ ମଗ୍ନ ରହିଥାନ୍ତି, ଗୁରୁଙ୍କ ବଚନ କାନରେ ଶୁଣି ତେତିଶି କୋଟି ଦେବତା ମଧ୍ୟ ପାର ହୋଇ ଯାଇଛନ୍ତି।
ਜਾ ਕੀ ਸੇਵ ਸਿਵ ਸਿਧ ਸਾਧਿਕ ਸੁਰ ਅਸੁਰ ਗਣ ਤਰਹਿ ਤੇਤੀਸ ਗੁਰ ਬਚਨ ਸੁਣਿ ਕੰਨ ਰੇ ॥
ଆହୁରି, ଗୁରୁ-ଗୁରୁ ଜପି ସନ୍ଥ, ଭକ୍ତ, ଜିଜ୍ଞାସୁ ମଧ୍ୟ ମୁକ୍ତି ପ୍ରାପ୍ତ କରିଛନ୍ତି।
ਫੁਨਿ ਤਰਹਿ ਤੇ ਸੰਤ ਹਿਤ ਭਗਤ ਗੁਰੁ ਗੁਰੁ ਕਰਹਿ ਤਰਿਓ ਪ੍ਰਹਲਾਦੁ ਗੁਰ ਮਿਲਤ ਮੁਨਿ ਜੰਨ ਰੇ ॥
ଗୁରୁଙ୍କ ସହିତ ମିଶି ଭକ୍ତ ପ୍ରହଲାଦ ଏବଂ ମୁନି ମଧ୍ୟ ଉଦ୍ଧାର ହୋଇ ଯାଇଛନ୍ତି।
ਤਰਹਿ ਨਾਰਦਾਦਿ ਸਨਕਾਦਿ ਹਰਿ ਗੁਰਮੁਖਹਿ ਤਰਹਿ ਇਕ ਨਾਮ ਲਗਿ ਤਜਹੁ ਰਸ ਅੰਨ ਰੇ ॥
ନାରଦ, ସନକ ସନନ୍ଦନ ଆଦି ଗୁରୁଙ୍କ ସାନ୍ନିଧ୍ୟରେ ପାର ହୋଇ ଯାଇଛନ୍ତି ଆଉ ଅନ୍ୟ ସବୁ ରସ ତ୍ୟାଗ କରି କେବଳ ନାମରେ ଲୀନ ହୋଇ ମୁକ୍ତି ପ୍ରାପ୍ତ କରିଛନ୍ତି।
ਦਾਸੁ ਬੇਨਤਿ ਕਹੈ ਨਾਮੁ ਗੁਰਮੁਖਿ ਲਹੈ ਗੁਰੂ ਗੁਰੁ ਗੁਰੂ ਗੁਰੁ ਗੁਰੂ ਜਪੁ ਮੰਨ ਰੇ ॥੪॥੧੬॥੨੯॥
ଦାସ ନଲ୍ହ ବିନୟପୂର୍ବକ କହନ୍ତି ଯେ ହରିନାମ ଗୁରୁଙ୍କ ଠାରୁ ମିଳିଥାଏ, ହେ ମନ! ସର୍ବଦା ‘ଗୁରୁ-ଗୁରୁ’ ଜପ କର||4||16||29||
ਸਿਰੀ ਗੁਰੂ ਸਾਹਿਬੁ ਸਭ ਊਪਰਿ ॥
ଗୁରୁ-ପରମେଶ୍ଵର ସବୁଙ୍କ ମାଲିକ ଅଟନ୍ତି, ସବୁଠାରୁ ବଡ ଅଟନ୍ତି,
ਕਰੀ ਕ੍ਰਿਪਾ ਸਤਜੁਗਿ ਜਿਨਿ ਧ੍ਰੂ ਪਰਿ ॥
ଯିଏ ସତ୍ୟଯୁଗରେ ଭକ୍ତ ଧ୍ରୁବ ଉପରେ କୃପା କରିଛନ୍ତି।
ਸ੍ਰੀ ਪ੍ਰਹਲਾਦ ਭਗਤ ਉਧਰੀਅੰ ॥
ସେହି ଶ୍ରୀହରି ଭକ୍ତ ପ୍ରହଲାଦାର ଉଦ୍ଧାର କରିଛନ୍ତି,
ਹਸ੍ਤ ਕਮਲ ਮਾਥੇ ਪਰ ਧਰੀਅੰ ॥
ମସ୍ତକ ଉପରେ ହସ୍ତ-କମଳ ରଖି ତାହାଙ୍କ କଲ୍ୟାଣ କରିଛନ୍ତି।
ਅਲਖ ਰੂਪ ਜੀਅ ਲਖ੍ਯ੍ਯਾ ਨ ਜਾਈ ॥
ତାହାଙ୍କ ଅଦୃଶ୍ୟ ରୂପକୁ ଜୀବ ଦେଖି ପାରେନାହିଁ।
ਸਾਧਿਕ ਸਿਧ ਸਗਲ ਸਰਣਾਈ ॥
ବଡ-ବଡ ସିଦ୍ଧ, ସାଧକ ସମସ୍ତେ ତାହାଙ୍କ ଶରଣରେ ରହିଥାନ୍ତି।
ਗੁਰ ਕੇ ਬਚਨ ਸਤਿ ਜੀਅ ਧਾਰਹੁ ॥
ଗୁରୁଙ୍କ ବଚନକୁ ସତ୍ୟ ମାନି ହୃଦୟରେ ଧାରଣ କର,
ਮਾਣਸ ਜਨਮੁ ਦੇਹ ਨਿਸ੍ਤਾਰਹੁ ॥
ଏହାଦ୍ୱାରା ମନୁଷ୍ୟ ଜନ୍ମ ଏବଂ ଶରୀର ମୁକ୍ତି ହୋଇପାରେ।
ਗੁਰੁ ਜਹਾਜੁ ਖੇਵਟੁ ਗੁਰੂ ਗੁਰ ਬਿਨੁ ਤਰਿਆ ਨ ਕੋਇ ॥
ଗୁରୁ ହିଁ ଜାହାଜ ଅଟନ୍ତି, ଗୁରୁ ହିଁ ଜାହାଜର ନାବିକ ଅଟନ୍ତି,
ਗੁਰ ਪ੍ਰਸਾਦਿ ਪ੍ਰਭੁ ਪਾਈਐ ਗੁਰ ਬਿਨੁ ਮੁਕਤਿ ਨ ਹੋਇ ॥
ଗୁରୁଙ୍କ ବିନା କେହି ମଧ୍ୟ ସଂସାର-ସାଗରରୁ ପାର ହୋଇ ପାରିନାହିଁ।
ਗੁਰੁ ਨਾਨਕੁ ਨਿਕਟਿ ਬਸੈ ਬਨਵਾਰੀ ॥
ଗୁରୁଙ୍କ କୃପାରୁ ପ୍ରଭୁ ପ୍ରାପ୍ତ ହୋଇଥାନ୍ତି ଆଉ ଗୁରୁଙ୍କ ବିନା ମୁକ୍ତି ହୁଏନାହିଁ।
ਤਿਨਿ ਲਹਣਾ ਥਾਪਿ ਜੋਤਿ ਜਗਿ ਧਾਰੀ ॥
ଗୁରୁ ନାନକ ଈଶ୍ବରଙ୍କ ନିକଟରେ ରହିଥାନ୍ତି, ସେ ଭାଇ ଲହଣାଙ୍କ ଗୁରୁ ଗାଦି ପାଇଁ ମନୋନୀତ କରି ସଂସାରରେ ଜ୍ୟୋତି ପ୍ରସାର କରିଛନ୍ତି।
ਲਹਣੈ ਪੰਥੁ ਧਰਮ ਕਾ ਕੀਆ ॥
ଗୁରୁ ନାନକଙ୍କ ପରମ ଶିଷ୍ୟ ଗୁରୁ ଅଙ୍ଗଦ ଦେବ ସତ୍ୟ-ଧର୍ମର ରାସ୍ତା (ସେବା, ସ୍ମରଣ, ହରିନାମର ପ୍ରସାର) ଆପଣାଇଛନ୍ତି।
ਅਮਰਦਾਸ ਭਲੇ ਕਉ ਦੀਆ ॥
ତାହାଙ୍କ ପରେ (ସେବାର ମୂର୍ତ୍ତି) ଅମରଦାସ ଭଲ୍ଲାଙ୍କୁ ଗୁରୁ ଗାଦି ଉପରେ ବିରାଜମାନ କରିଛନ୍ତି।
ਤਿਨਿ ਸ੍ਰੀ ਰਾਮਦਾਸੁ ਸੋਢੀ ਥਿਰੁ ਥਪ੍ਉ ॥
ସେ (ହରିନାମର ମନନ କରି ନିଜ ପରମ ଶିଷ୍ୟ, ହରିନାମର ରସିକ) ଶ୍ରୀ ରାମଦାସ ସୋଢୀଙ୍କୁ ଗୁରୁ ନାନକଙ୍କ ଗାଦି ଉପରେ ସ୍ଥାପିତ କରିଛନ୍ତି ଆଉ ହରିନାମ ରୂପୀ ସୁଖ ନିଧାନ ପ୍ରଦାନ କରିଛନ୍ତି।
ਹਰਿ ਕਾ ਨਾਮੁ ਅਖੈ ਨਿਧਿ ਅਪ੍ਉ ॥
ପୁଣି ଶ୍ରୀ ଗୁରୁ ରାମଦାସ ଚାରି ଦିଗରେ ସୁଖନିଧି ହରିନାମର ଦାନ ଅର୍ଥାତ ଶିଷ୍ୟ, ଭକ୍ତ ଏବଂ ଜିଜ୍ଞାସୁଙ୍କୁ ହରିନାମ ପ୍ରଦାନ କରିଛନ୍ତି।
ਅਪ੍ਉ ਹਰਿ ਨਾਮੁ ਅਖੈ ਨਿਧਿ ਚਹੁ ਜੁਗਿ ਗੁਰ ਸੇਵਾ ਕਰਿ ਫਲੁ ਲਹੀਅੰ ॥
ନିଜ ଗୁରୁ ଅମରଦାସଙ୍କ ନିଷ୍କାମ ସେବା ଦ୍ଵାରା ତାହାଙ୍କୁ ରାଜଯୋଗର ଫଳ ପ୍ରାପ୍ତ ହୋଇଛି।
ਬੰਦਹਿ ਜੋ ਚਰਣ ਸਰਣਿ ਸੁਖੁ ਪਾਵਹਿ ਪਰਮਾਨੰਦ ਗੁਰਮੁਖਿ ਕਹੀਅੰ ॥
ଯିଏ ତାହାଙ୍କ ଚରଣ-ବନ୍ଦନା କରିଥାନ୍ତି, ଶରଣରେ ଆସିଥାନ୍ତି, ସେ ସର୍ବସୁଖ ଓ ପରମାନନ୍ଦ ପ୍ରାପ୍ତ କରିଥାନ୍ତି ଏବଂ ଗୁରୁମୁଖୀ ପଦବାଚ୍ୟ ପାଇଁ ଯୋଗ୍ୟ ହୋଇଥାନ୍ତି।
ਪਰਤਖਿ ਦੇਹ ਪਾਰਬ੍ਰਹਮੁ ਸੁਆਮੀ ਆਦਿ ਰੂਪਿ ਪੋਖਣ ਭਰਣੰ ॥
ଗୁରୁ ରାମଦାସ ଦେହ ରୂପୀ ପ୍ରତ୍ୟକ୍ଷ ପରଂବ୍ରହ୍ମ ପରମେଶ୍ଵର ହିଁ ଅଟନ୍ତି, ସେ ଆଦି ପୁରୁଷ ଏବଂ ସଂସାରର ଭରଣ ପୋଷଣ କରିବା ବାଲା ଅଟନ୍ତି।
ਸਤਿਗੁਰੁ ਗੁਰੁ ਸੇਵਿ ਅਲਖ ਗਤਿ ਜਾ ਕੀ ਸ੍ਰੀ ਰਾਮਦਾਸੁ ਤਾਰਣ ਤਰਣੰ ॥੧॥
ଏଥିପାଇଁ ମହାମହିମ ସଦଗୁରୁ ରାମଦାସଙ୍କ ସେବା କର, ତାହାଙ୍କ ମହିମା ଅବର୍ଣ୍ଣନୀୟ ଅଟେ, ବସ୍ତୁତଃ ଶ୍ରୀ ଗୁରୁ ରାମଦାସ ଭବ-ସାଗରରୁ ପାର କରାଇବା ବାଲା ଜାହାଜ ଓ ମୁକ୍ତିଦାତା ଅଟନ୍ତି ||1||
ਜਿਹ ਅੰਮ੍ਰਿਤ ਬਚਨ ਬਾਣੀ ਸਾਧੂ ਜਨ ਜਪਹਿ ਕਰਿ ਬਿਚਿਤਿ ਚਾਓ ॥
ଯାହାଙ୍କ ଅମୃତ ବଚନ ଏବଂ ମଧୁରବାଣୀକୁ ସାଧୁଜନ କାମନା କରିଥାନ୍ତି ଏବଂ ହୃଦୟରେ ଜପିଥାନ୍ତି।
ਆਨੰਦੁ ਨਿਤ ਮੰਗਲੁ ਗੁਰ ਦਰਸਨੁ ਸਫਲੁ ਸੰਸਾਰਿ ॥
ଯାହାଙ୍କ ଦ୍ଵାରା ନିତ୍ୟ ଆନନ୍ଦ ଏବଂ ଖୁସି ପ୍ରାପ୍ତ ହୋଇଥାଏ, ସେହି ଗୁରୁ ରାମଦାସଙ୍କ ଦର୍ଶନ ଦ୍ଵାରା ସଂସାରରେ ଜନ୍ମ ସଫଳ ହୋଇଯାଏ।
ਸੰਸਾਰਿ ਸਫਲੁ ਗੰਗਾ ਗੁਰ ਦਰਸਨੁ ਪਰਸਨ ਪਰਮ ਪਵਿਤ੍ਰ ਗਤੇ ॥
ସଂସାରରେ ଗୁରୁ ରାମଦାସଙ୍କ ଦର୍ଶନ ଗଙ୍ଗା ସମାନ ଫଳଦାୟକ ଅଟେ, ତାହାଙ୍କ ଚରଣ-ସ୍ପର୍ଶ ପରମ ପବିତ୍ର କରିବା ବାଲା ଓ ମୁକ୍ତି ପ୍ରଦାୟକ ଅଟନ୍ତି।
ਜੀਤਹਿ ਜਮ ਲੋਕੁ ਪਤਿਤ ਜੇ ਪ੍ਰਾਣੀ ਹਰਿ ਜਨ ਸਿਵ ਗੁਰ ਗ੍ਯ੍ਯਾਨਿ ਰਤੇ ॥
ପତିତ ପ୍ରାଣୀ ମଧ୍ୟ ଦର୍ଶନ ମାତ୍ର ଦ୍ଵାରା ଯମଲୋକ ଉପରେ ବିଜୟ ପାଇ ନେଇଥାଏ ଆଉ ଭକ୍ତଗଣ କଲ୍ୟାଣମୟ ଗୁରୁ ଜ୍ଞାନରେ ରତ ରହିଥାନ୍ତି।
ਰਘੁਬੰਸਿ ਤਿਲਕੁ ਸੁੰਦਰੁ ਦਸਰਥ ਘਰਿ ਮੁਨਿ ਬੰਛਹਿ ਜਾ ਕੀ ਸਰਣੰ ॥
ବାସ୍ତବରେ ଗୁରୁ ରାମଦାସ ରାଜା ଦଶରଥଙ୍କ ଘର ରଘୁବଂଶ ତିଳକ ପ୍ରିୟ ରାମଙ୍କ ଅବତାରରେ ଆସିଛନ୍ତି, ତାହାଙ୍କ ଶରଣ ମୁନି ମଧ୍ୟ ଚାହିଁଛନ୍ତି।