Guru Granth Sahib Translation Project

guru granth sahib odia page-1399

Page 1399

ਨਲ੍ ਕਵਿ ਪਾਰਸ ਪਰਸ ਕਚ ਕੰਚਨਾ ਹੁਇ ਚੰਦਨਾ ਸੁਬਾਸੁ ਜਾਸੁ ਸਿਮਰਤ ਅਨ ਤਰ ॥ କବି କଳହ କହନ୍ତି ଯେ ଗୁରୁ ରାମଦାସ ରୂପୀ ପାରସ ସ୍ପର୍ଶ ଦ୍ଵାରା କାଞ୍ଚନ ସ୍ଵର୍ଣ୍ଣ ହୋଇ ଯାଇଛି, ଯେପରି ଚନ୍ଦନ ମହକ ଦ୍ଵାରା ଅନ୍ୟ ଗଛ ମହକଦାର ହୋଇ ଯାଇଥାଏ।
ਜਾ ਕੇ ਦੇਖਤ ਦੁਆਰੇ ਕਾਮ ਕ੍ਰੋਧ ਹੀ ਨਿਵਾਰੇ ਜੀ ਹਉ ਬਲਿ ਬਲਿ ਜਾਉ ਸਤਿਗੁਰ ਸਾਚੇ ਨਾਮ ਪਰ ॥੩॥ ଯାହାଙ୍କ ଦର୍ଶନ ଦ୍ଵାରା କାମ-କ୍ରୋଧର ନିବାରଣ ହୋଇଯାଏ, ସେହି ସଦଗୁରୁ ରାମଦାସଙ୍କ ସଚ୍ଚା ନାମ ପ୍ରତି ମୁଁ ସର୍ବଦା ସମର୍ପିତ ଯାଇଥାଏ||3||
ਰਾਜੁ ਜੋਗੁ ਤਖਤੁ ਦੀਅਨੁ ਗੁਰ ਰਾਮਦਾਸ ॥ ଗୁରୁ ରାମଦାସଙ୍କୁ ତୃତୀୟ ଗୁରୁ ଅମରଦାସ ରାଜଯୋଗ ଅର୍ଥାତ ଗୁରୁ ଗାଦିର ସିଂହାସନରେ ସ୍ଥାପନ କରିଛନ୍ତି।
ਪ੍ਰਥਮੇ ਨਾਨਕ ਚੰਦੁ ਜਗਤ ਭਯੋ ਆਨੰਦੁ ਤਾਰਨਿ ਮਨੁਖ੍ ਜਨ ਕੀਅਉ ਪ੍ਰਗਾਸ ॥ ସର୍ବପ୍ରଥମେ ଚନ୍ଦ୍ରମା ରୂପରେ ଗୁରୁ ନାନକ ଦେବ ସଂସାରରେ ପ୍ରକଟ ହୋଇଛନ୍ତି, ତାହାଙ୍କ ଆଗମନ ଦ୍ଵାରା ସଂସାରକୁ ଆନନ୍ଦ ପ୍ରାପ୍ତ ହୋଇଛି, ମନୁଷ୍ୟକୁ ସଂସାରର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ହରିନାମର ପ୍ରକାଶ କରିଛନ୍ତି।
ਗੁਰ ਅੰਗਦ ਦੀਅਉ ਨਿਧਾਨੁ ਅਕਥ ਕਥਾ ਗਿਆਨੁ ਪੰਚ ਭੂਤ ਬਸਿ ਕੀਨੇ ਜਮਤ ਨ ਤ੍ਰਾਸ ॥ ତାହାପରେ ଗୁରୁ ଅଙ୍ଗଦ ଦେବଙ୍କୁ ସୁଖ ନିଦାନ ନାମ ପ୍ରଦାନ କରିଛନ୍ତି, ଯିଏ ପାଞ୍ଚ ବିକାରକୁ ବଶ କରିଛନ୍ତି ଆଉ ମୃତ୍ୟୁ ମଧ୍ୟ ତାହାଙ୍କୁ ଡରାଇ ପାରିନାହିଁ।
ਗੁਰ ਅਮਰੁ ਗੁਰੂ ਸ੍ਰੀ ਸਤਿ ਕਲਿਜੁਗਿ ਰਾਖੀ ਪਤਿ ਅਘਨ ਦੇਖਤ ਗਤੁ ਚਰਨ ਕਵਲ ਜਾਸ ॥ ପୁଣି ଶ୍ରୀ ଗୁରୁ ଅମରଦାସ ମହାମହିମ ପରମ ସତ୍ୟ ଈଶ୍ବରଙ୍କ ସତ୍ତାକୁ ସ୍ଵୀକାର କରିଛନ୍ତି, କଳିଯୁଗରେ ଜୀବର ମାନ ରକ୍ଷା କରିଛନ୍ତି, ତାହାଙ୍କ ଦର୍ଶନ ଏବଂ ଚରଣ କମଳ ସ୍ପର୍ଶ ଦ୍ଵାରା ଶିଷ୍ୟର ପାପ ଦୂର ହୋଇଯାଏ।
ਸਭ ਬਿਧਿ ਮਾਨੵਿਉ ਮਨੁ ਤਬ ਹੀ ਭਯਉ ਪ੍ਰਸੰਨੁ ਰਾਜੁ ਜੋਗੁ ਤਖਤੁ ਦੀਅਨੁ ਗੁਰ ਰਾਮਦਾਸ ॥੪॥ ତାହାପରେ ସେ ନିଜ ଶିଷ୍ୟ ଭାଇ ଜେଠାକୁ ସବୁ ପ୍ରକାରର ଜ୍ଞାନ, ଭକ୍ତି, ସେବାର ଯୋଗ୍ୟ ମାନିଛନ୍ତି ଏବଂ ତାହାଙ୍କ ମନ ବହୁତ ପ୍ରସନ୍ନ ହୋଇଛି, ଶ୍ରୀ ଗୁରୁ ଅମରଦାସ ଗୁରୁ ନାନକଙ୍କ ଗାଦି ରାଜଯୋଗର ସିଂହାସନ ଉପରେ ଗୁରୁ ରାମଦାସଙ୍କୁ ଆସୀନ କରିଛନ୍ତି||4||
ਰਡ ॥ ରଡ॥
ਜਿਸਹਿ ਧਾਰੵਿਉ ਧਰਤਿ ਅਰੁ ਵਿਉਮੁ ਅਰੁ ਪਵਣੁ ਤੇ ਨੀਰ ਸਰ ਅਵਰ ਅਨਲ ਅਨਾਦਿ ਕੀਅਉ ॥ ଯେଉଁ ପରମପିତା ପରମେଶ୍ଵର ଧରିତ୍ରୀ ଆଉ ଆକାଶକୁ ଧାରଣ କରିଛନ୍ତି, ବାୟୁ, ପାଣି, ସରୋବର, ଅଗ୍ନି ଏବଂ ଆନ୍ନ-ଭୋଜନ ଆଦି ଉତ୍ପନ୍ନ କରିଛନ୍ତି,
ਸਸਿ ਰਿਖਿ ਨਿਸਿ ਸੂਰ ਦਿਨਿ ਸੈਲ ਤਰੂਅ ਫਲ ਫੁਲ ਦੀਅਉ ॥ ରାତିରେ ଦେଖା ଯାଉଥିବା ଚନ୍ଦ୍ରମା ଏବଂ ତାରା ବନାଇଛନ୍ତି, ଦିନରେ ସୂର୍ଯ୍ୟ ଓ ପାହାଡର ରଚନା କରିଛନ୍ତି, ବୃକ୍ଷ-ଲତା, ଫଳ-ଫୁଲ ଦେଇଛନ୍ତି।
ਸੁਰਿ ਨਰ ਸਪਤ ਸਮੁਦ੍ਰ ਕਿਅ ਧਾਰਿਓ ਤ੍ਰਿਭਵਣ ਜਾਸੁ ॥ ଦେବତା, ମନୁଷ୍ୟ, ସାତ ସମୁଦ୍ରର ସୃଜନା କରି ତିନି ଲୋକକୁ ଯେଉଁ ପ୍ରଭୁ ଧାରଣ କରିଛନ୍ତି,
ਸੋਈ ਏਕੁ ਨਾਮੁ ਹਰਿ ਨਾਮੁ ਸਤਿ ਪਾਇਓ ਗੁਰ ਅਮਰ ਪ੍ਰਗਾਸੁ ॥੧॥੫॥ ସେହି ପରମ ସତ୍ୟ ଅଦ୍ଵିତୀୟ ହରିନାମ ଗୁରୁ ରାମଦାସ ନିଜର ସଚ୍ଚା ଗୁରୁ ଅମରଦାସଙ୍କ ଠାରୁ ପ୍ରାପ୍ତ କରିଛନ୍ତି||1||5||
ਕਚਹੁ ਕੰਚਨੁ ਭਇਅਉ ਸਬਦੁ ਗੁਰ ਸ੍ਰਵਣਹਿ ਸੁਣਿਓ ॥ ଯିଏ ଗୁରୁଙ୍କ ବଚନ କାନରେ ଶୁଣିଛନ୍ତି, ସେ କାଚରୁ ସ୍ଵର୍ଣ୍ଣ ହୋଇ ଯାଇଛନ୍ତି।
ਬਿਖੁ ਤੇ ਅੰਮ੍ਰਿਤੁ ਹੁਯਉ ਨਾਮੁ ਸਤਿਗੁਰ ਮੁਖਿ ਭਣਿਅਉ ॥ ଯିଏ ନିଜ ମୁଖରେ ସଦଗୁରୁଙ୍କ ନାମ ଉଚ୍ଚାରଣ କରିଛନ୍ତି, ସେ ଜହରରୁ ଅମୃତ ବନି ଯାଇଛନ୍ତି।
ਲੋਹਉ ਹੋਯਉ ਲਾਲੁ ਨਦਰਿ ਸਤਿਗੁਰੁ ਜਦਿ ਧਾਰੈ ॥ ଯେତେବେଳେ ସଦଗୁରୁଙ୍କ କୃପା-ଦୃଷ୍ଟି ହେଲେ ଲୁହା ଭଳି ବ୍ୟକ୍ତି ଗୁଣବାନ ହୋଇଯାଏ।
ਪਾਹਣ ਮਾਣਕ ਕਰੈ ਗਿਆਨੁ ਗੁਰ ਕਹਿਅਉ ਬੀਚਾਰੈ ॥ ଗୁରୁଙ୍କ ଜ୍ଞାନର ଚିନ୍ତନ କରିବା ଦ୍ଵାରା ପଥର ଭଳି ବ୍ୟକ୍ତି ଅମୂଲ୍ୟ ମୋତି ବନିଯାଏ।
ਕਾਠਹੁ ਸ੍ਰੀਖੰਡ ਸਤਿਗੁਰਿ ਕੀਅਉ ਦੁਖ ਦਰਿਦ੍ਰ ਤਿਨ ਕੇ ਗਇਅ ॥ ସଦଗୁରୁଙ୍କ ଚରଣ ସ୍ପର୍ଶ ଦ୍ଵାରା କାଠ ମଧ୍ୟ ଚନ୍ଦନ ହୋଇଯାଏ ଏବଂ ଦୁଃଖ-ଯନ୍ତ୍ରଣା ସବୁ ଦୂର ହୋଇଯାଏ।
ਸਤਿਗੁਰੂ ਚਰਨ ਜਿਨ੍ਹ੍ ਪਰਸਿਆ ਸੇ ਪਸੁ ਪਰੇਤ ਸੁਰਿ ਨਰ ਭਇਅ ॥੨॥੬॥ ଯିଏ ସଦଗୁରୁ ରାମଦାସଙ୍କ ଚରଣ-ସ୍ପର୍ଶ କରିଛନ୍ତି, ସେ ପଶୁ ପ୍ରେତ ଠାରୁ ଦେବ ତୁଲ୍ୟ ମନୁଷ୍ୟ ହୋଇଯାଏ||2||6||
ਜਾਮਿ ਗੁਰੂ ਹੋਇ ਵਲਿ ਧਨਹਿ ਕਿਆ ਗਾਰਵੁ ਦਿਜਇ ॥ ଯେତେବେଳେ ଗୁରୁମୁଖୀ ହୋଇଯାଏ, ସେତେବେଳେ ବ୍ୟକ୍ତି ଧନ ସତ୍ତ୍ୱେ ଗର୍ବ କରେ ନାହିଁ |
ਜਾਮਿ ਗੁਰੂ ਹੋਇ ਵਲਿ ਲਖ ਬਾਹੇ ਕਿਆ ਕਿਜਇ ॥ ଯେତେବେଳେ ଗୁରୁ ସହାୟକ ବନିଯାନ୍ତି, ଜୀବ ମନ୍ଦ କାର୍ଯ୍ୟ କରି ପାରେନାହିଁ।
ਜਾਮਿ ਗੁਰੂ ਹੋਇ ਵਲਿ ਗਿਆਨ ਅਰੁ ਧਿਆਨ ਅਨਨ ਪਰਿ ॥ ଯେତେବେଳେ ଗୁରୁ ସାଥୀ ହୋଇଯାନ୍ତି ଆଉ ଧ୍ୟାନ ପାଇ ଜୀବ ପ୍ରଭୁଙ୍କ ବିନା ଆଉ କାହାକୁ ମାନେ ନାହିଁ।
ਜਾਮਿ ਗੁਰੂ ਹੋਇ ਵਲਿ ਸਬਦੁ ਸਾਖੀ ਸੁ ਸਚਹ ਘਰਿ ॥ ଯେତେବେଳେ ଗୁରୁ ସାଥୀରେ ରହିଥାନ୍ତି, ଜିଜ୍ଞାସୁକୁ ଶବ୍ଦ-ଗୁରୁଙ୍କ ଦର୍ଶନ ହୋଇଥାଏ ଆଉ ସେ ସଚ୍ଚା ଘରେ ରହିଥାନ୍ତି।
ਜੋ ਗੁਰੂ ਗੁਰੂ ਅਹਿਨਿਸਿ ਜਪੈ ਦਾਸੁ ਭਟੁ ਬੇਨਤਿ ਕਹੈ ॥ ଦାସ ନଲ୍ହ ଭାଟ ବିନତି କରନ୍ତି ଯେ ଯେଉଁ ବ୍ୟକ୍ତି ଦିନରାତି ଗୁରୁଙ୍କ ନାମ ଜପିଥାଏ,
ਜੋ ਗੁਰੂ ਨਾਮੁ ਰਿਦ ਮਹਿ ਧਰੈ ਸੋ ਜਨਮ ਮਰਣ ਦੁਹ ਥੇ ਰਹੈ ॥੩॥੭॥ ଯିଏ ଗୁରୁ ରାମଦାସଙ୍କ ନାମକୁ ହୃଦୟରେ ଧାରଣ କରିଥାଏ, ସେ ଜନ୍ମ-ମରଣରୁ ମୁକ୍ତ ହୋଇଯାଏ||3||7||
ਗੁਰ ਬਿਨੁ ਘੋਰੁ ਅੰਧਾਰੁ ਗੁਰੂ ਬਿਨੁ ਸਮਝ ਨ ਆਵੈ ॥ ଗୁରୁଙ୍କ ବିନା ଦୁନିଆରେ ଅଜ୍ଞାନତାର ଅନ୍ଧକାର ହିଁ ଅନ୍ଧକାର ରହିଥାଏ, ଗୁରୁଙ୍କ ବିନା ଭେଦ ଜଣା ପଡେ ନାହିଁ।
ਗੁਰ ਬਿਨੁ ਸੁਰਤਿ ਨ ਸਿਧਿ ਗੁਰੂ ਬਿਨੁ ਮੁਕਤਿ ਨ ਪਾਵੈ ॥ ଗୁରୁ ବିନା ଜ୍ଞାନ, ସଫଳତା ଏବଂ ମୁକ୍ତି ମଧ୍ୟ ପ୍ରାପ୍ତ ହୁଏନାହିଁ।
ਗੁਰੁ ਕਰੁ ਸਚੁ ਬੀਚਾਰੁ ਗੁਰੂ ਕਰੁ ਰੇ ਮਨ ਮੇਰੇ ॥ ହେ ମୋର ମନ! ସଚ୍ଚା କଥା ଏହା ଯେ ଗୁରୁଙ୍କ ଯଶୋଗାନ କର, ତାହାଙ୍କ ନାମ ଉଚ୍ଚାରଣ କର।
ਗੁਰੁ ਕਰੁ ਸਬਦ ਸਪੁੰਨ ਅਘਨ ਕਟਹਿ ਸਭ ਤੇਰੇ ॥ ଗୁରୁଙ୍କ ଶବ୍ଦ ଜୀବନ ସମ୍ପର୍ଣ୍ଣ କରିବା ବାଲା ଅଟେ, ସେ ତୋର ସବୁ ପାପ-ଦୋଷ କାଟିବା ବାଲା ଅଟେ।
ਗੁਰੁ ਨਯਣਿ ਬਯਣਿ ਗੁਰੁ ਗੁਰੁ ਕਰਹੁ ਗੁਰੂ ਸਤਿ ਕਵਿ ਨਲ੍ ਕਹਿ ॥ ଗୁରୁଙ୍କୁ ଆଖିରେ ସ୍ଥାପନ କର, ଗୁରୁଙ୍କ ନାମ ଉଚ୍ଚାରଣ କର, ଗୁରୁଙ୍କ ସ୍ତୁତି କର, କବି ନଲ୍ହ କହନ୍ତି ଗୁରୁ ହିଁ ସତ୍ୟ ଅଟନ୍ତି।
ਜਿਨਿ ਗੁਰੂ ਨ ਦੇਖਿਅਉ ਨਹੁ ਕੀਅਉ ਤੇ ਅਕਯਥ ਸੰਸਾਰ ਮਹਿ ॥੪॥੮॥ ଯିଏ ଗୁରୁଙ୍କ ଦର୍ଶନ କରିନାହିଁ, ନା ଶରଣ ନେଇଛି, ସଂସାରରେ ସେହି ଅଭାଗାର ଜନ୍ମ ବ୍ୟର୍ଥ ଅଟେ||4||8||
ਗੁਰੂ ਗੁਰੂ ਗੁਰੁ ਕਰੁ ਮਨ ਮੇਰੇ ॥ ହେ ମୋର ମନ! ଗୁରୁ ରାମଦାସଙ୍କ ସ୍ତୁତିଗାନ କର,


© 2017 SGGS ONLINE
error: Content is protected !!
Scroll to Top