Guru Granth Sahib Translation Project

guru granth sahib odia page-1398

Page 1398

ਸੇਜ ਸਧਾ ਸਹਜੁ ਛਾਵਾਣੁ ਸੰਤੋਖੁ ਸਰਾਇਚਉ ਸਦਾ ਸੀਲ ਸੰਨਾਹੁ ਸੋਹੈ ॥ ହେ ଗୁରୁ ରାମଦାସ ! ତୁମେ ଶ୍ରଦ୍ଧାର ଶେଜକୁ ବିଛାଇଛ, ସ୍ଵାଭାବିକ ଅବସ୍ଥା ଧାରଣ କରିଛ, ସନ୍ତୋଷକୁ କନ୍ନାତ ରୂପରେ ସ୍ଥାପିତ କରିଛ ଏବଂ ନମ୍ରତାକୁ କବଚ ରୂପରେ ସର୍ବଦକ ଧାରଣ କରିଛ, ଯାହା ବହୁତ ସୁନ୍ଦର ଲାଗୁଅଛି।
ਗੁਰ ਸਬਦਿ ਸਮਾਚਰਿਓ ਨਾਮੁ ਟੇਕ ਸੰਗਾਦਿ ਬੋਹੈ ॥ ତୁମେ ଗୁରୁଙ୍କ ଉପଦେଶ ଅନୁସାରେ ଜୀବନ-ଆଚରଣ ଆପଣାଇ ଅଛ (ହରିନାମରେ ରତ ରହିଛ) ଆଉ ହରିନାମର ଆଶ୍ରା ତୁମର ଶିଷ୍ୟ-ସଙ୍ଗକୁ ମହକ ପହଞ୍ଚାଉଛି, ଅର୍ଥାତ ସେମାନେ ମଧ୍ୟ ହରିଭକ୍ତରେ ଲୀନ ହେଉଛନ୍ତି।
ਅਜੋਨੀਉ ਭਲੵੁ ਅਮਲੁ ਸਤਿਗੁਰ ਸੰਗਿ ਨਿਵਾਸੁ ॥ ତୁମେ ଜନ୍ମ-ମରଣର ବନ୍ଧନରୁ ମୁକ୍ତ, ମହାନ, ପୁଣ୍ୟାତ୍ମା ଅଟ ଆଉ ସଦଗୁରୁ ଅମରଦାସଙ୍କ ସଙ୍ଗତରେ ସେବା-ସ୍ମରଣରେ ହିଁ ମଗ୍ନ ରହୁଛ।
ਗੁਰ ਰਾਮਦਾਸ ਕਲੵੁਚਰੈ ਤੁਅ ਸਹਜ ਸਰੋਵਰਿ ਬਾਸੁ ॥੧੦॥ କବି କଳସହାର କହନ୍ତି ଯେ ହେ ଗୁରୁ ରାମଦାସ! ତୁମେ ଶାନ୍ତିର ସରୋବରରେ ରହୁଅଛ||10||
ਗੁਰੁ ਜਿਨ੍ਹ੍ ਕਉ ਸੁਪ੍ਰਸੰਨੁ ਨਾਮੁ ਹਰਿ ਰਿਦੈ ਨਿਵਾਸੈ ॥ ଯାହା ଉପରେ ଗୁରୁ ରାମଦାସ ପ୍ରସନ୍ନ ହୋଇଥାନ୍ତି, ତାହାଙ୍କ ମନରେ ହରିନାମ ବାସ କରିଥାଏ।
ਜਿਨ੍ਹ੍ ਕਉ ਗੁਰੁ ਸੁਪ੍ਰਸੰਨੁ ਦੁਰਤੁ ਦੂਰੰਤਰਿ ਨਾਸੈ ॥ ଯାହା ଉପରେ ଗୁରୁ ରାମଦାସ ପ୍ରସନ୍ନ ହୋଇଥାନ୍ତି, ତାହାଙ୍କ ପାପ ଦୂର ହୋଇଯାଏ।
ਗੁਰੁ ਜਿਨ੍ਹ੍ ਕਉ ਸੁਪ੍ਰਸੰਨੁ ਮਾਨੁ ਅਭਿਮਾਨੁ ਨਿਵਾਰੈ ॥ ଯାହା ଉପରେ ଗୁରୁ ରାମଦାସ ପ୍ରସନ୍ନ ହୋଇଥାନ୍ତି, ତାହାଙ୍କ ମାନ-ଅଭିମାନ ଦୂର ହୋଇଯାଏ।
ਜਿਨ੍ਹ੍ ਕਉ ਗੁਰੁ ਸੁਪ੍ਰਸੰਨੁ ਸਬਦਿ ਲਗਿ ਭਵਜਲੁ ਤਾਰੈ ॥ ଯାହା ଉପରେ ଗୁରୁ ରାମଦାସ ପ୍ରସନ୍ନ ହୋଇଥାନ୍ତି, ସେ ପ୍ରଭୁ ଶବ୍ଦରେ ଲୀନ ହୋଇ ସଂସାର-ସାଗରରୁ ପାର ହୋଇଯାଏ।
ਪਰਚਉ ਪ੍ਰਮਾਣੁ ਗੁਰ ਪਾਇਅਉ ਤਿਨ ਸਕਯਥਉ ਜਨਮੁ ਜਗਿ ॥ ଯେଉଁ ବ୍ୟକ୍ତି ଗୁରୁ ରାମଦାସଙ୍କ ସଚ୍ଚା ଉପଦେଶ ପାଇଛନ୍ତି, ଜଗତରେ ତାହାଙ୍କ ଜଣ ସଫଳ ହୋଇଯାଏ।
ਸ੍ਰੀ ਗੁਰੂ ਸਰਣਿ ਭਜੁ ਕਲ੍ ਕਬਿ ਭੁਗਤਿ ਮੁਕਤਿ ਸਭ ਗੁਰੂ ਲਗਿ ॥੧੧॥ କବି କଳସହାର କହନ୍ତି ଯେ ମହାମହିମ ଶ୍ରୀ ଗୁରୁ ରାମଦାସଙ୍କ ଶରଣ ନିଅ, ଗୁରୁଙ୍କ ଶରଣରେ ମୁକ୍ତି ଭୁକ୍ତି ସବୁ ପ୍ରାପ୍ତ ହୋଇଯାଏ||11||
ਸਤਿਗੁਰਿ ਖੇਮਾ ਤਾਣਿਆ ਜੁਗ ਜੂਥ ਸਮਾਣੇ ॥ ସଦଗୁରୁ ରାମଦାସ ଭକ୍ତି ରୂପୀ ତମ୍ବୁ ଟାଣିଛନ୍ତି, ସଂସାରର ଜୀବ ତାହାର ତଳେ ଆଶ୍ରା ନେଇଛନ୍ତି।
ਅਨਭਉ ਨੇਜਾ ਨਾਮੁ ਟੇਕ ਜਿਤੁ ਭਗਤ ਅਘਾਣੇ ॥ ଗୁରୁଙ୍କ ହାତରେ ଜ୍ଞାନର ଅସ୍ତ୍ର ଅଛି, ହରିନାମର ଆଶ୍ରା ଅଛି, ଯାହାଦ୍ୱାରା ଭକ୍ତ ସନ୍ତୁଷ୍ଟ ହେଉଅଛି।
ਗੁਰੁ ਨਾਨਕੁ ਅੰਗਦੁ ਅਮਰੁ ਭਗਤ ਹਰਿ ਸੰਗਿ ਸਮਾਣੇ ॥ ହରିନାମ ସ୍ମରଣ କରି ଗୁରୁ ନାନକ ଦେବ, ଗୁରୁ ଅଙ୍ଗଦ ଦେବ, ଗୁରୁ ଅମରଦାସ ଏବଂ ଅନ୍ୟ ଭକ୍ତଜନ ଈଶ୍ଵରଙ୍କ ଠାରେ ସମାହିତ ହୋଇ ଯାଇଛନ୍ତି।
ਇਹੁ ਰਾਜ ਜੋਗ ਗੁਰ ਰਾਮਦਾਸ ਤੁਮ੍ਹ੍ ਹੂ ਰਸੁ ਜਾਣੇ ॥੧੨॥ ହେ ଗୁରୁ ରାମଦାସ! ଏହି ରାଜଯୋଗର ଆନନ୍ଦ ତୁମେ ହିଁ ଜାଣିଛ||12||
ਜਨਕੁ ਸੋਇ ਜਿਨਿ ਜਾਣਿਆ ਉਨਮਨਿ ਰਥੁ ਧਰਿਆ ॥ ଜନକ ସେ ହିଁ ଅଟନ୍ତି, ଯିଏ ପରମ ସତ୍ୟକୁ ଜାଣିଛନ୍ତି ଏବଂ ବୃତ୍ତିକୁ ଦିବ୍ୟାବସ୍ଥାରେ ସ୍ଥାପିତ କରିଛନ୍ତି।
ਸਤੁ ਸੰਤੋਖੁ ਸਮਾਚਰੇ ਅਭਰਾ ਸਰੁ ਭਰਿਆ ॥ ସତ୍ୟ-ସନ୍ତୋଷକୁ ଆପଣାଇଛନ୍ତି ଏବଂ ରିକ୍ତ ମନରେ ନାମ ଭରି ଦେଇଛନ୍ତି।
ਅਕਥ ਕਥਾ ਅਮਰਾ ਪੁਰੀ ਜਿਸੁ ਦੇਇ ਸੁ ਪਾਵੈ ॥ ଅକଥନୀୟ କଥା ତାହାକୁ ପ୍ରାପ୍ତ ହୋଇଥାଏ, ଯାହାକୁ ଇଶ୍ଵର ଦେଇଥାନ୍ତି, ସେ ହିଁ ପାଇଥାଏ।
ਇਹੁ ਜਨਕ ਰਾਜੁ ਗੁਰ ਰਾਮਦਾਸ ਤੁਝ ਹੀ ਬਣਿ ਆਵੈ ॥੧੩॥ ହେ ଗୁରୁ ରାମଦାସ! ତୁମକୁ ହିଁ ଶୋଭା ଦେଇଥାଏ||13||
ਸਤਿਗੁਰ ਨਾਮੁ ਏਕ ਲਿਵ ਮਨਿ ਜਪੈ ਦ੍ਰਿੜ੍ਹ੍ਹੁ ਤਿਨ੍ਹ੍ ਜਨ ਦੁਖ ਪਾਪੁ ਕਹੁ ਕਤ ਹੋਵੈ ਜੀਉ ॥ ଯିଏ ଏକାଗ୍ରଚିତ୍ତ ହୋଇ ପୂର୍ଣ୍ଣ ଲଗ୍ନରେ ମନରେ ସଦଗୁରୁଙ୍କ ନାମ ଜପ କରିଥାଏ, ଏପରି ବ୍ୟକ୍ତିକୁ ଦୁଃଖ-ପାପ କିପରି ଘେରି ପାରିବ?
ਤਾਰਣ ਤਰਣ ਖਿਨ ਮਾਤ੍ਰ ਜਾ ਕਉ ਦ੍ਰਿਸ੍ਟਿ ਧਾਰੈ ਸਬਦੁ ਰਿਦ ਬੀਚਾਰੈ ਕਾਮੁ ਕ੍ਰੋਧੁ ਖੋਵੈ ਜੀਉ ॥ ଗୁରୁ ସଂସାର-ସାଗରରୁ ପାର କରାଇବା ବାଲା ଜାହାଜ ଅଟନ୍ତି, ଯାହା ଉପରେ ଏକ କ୍ଷଣ ମାତ୍ର ନିଜ କୃପା ଦୃଷ୍ଟି ଧାରଣ କରିଥାନ୍ତି, ସେହି ଜିଜ୍ଞାସୁ ଶବ୍ଦକୁ ହୃଦୟରେ ଚିନ୍ତନ କରିଥାଏ ଏବଂ ତାହାଙ୍କ କାମ, କ୍ରୋଧ ନଷ୍ଟ ହୋଇଯାଏ
ਜੀਅਨ ਸਭਨ ਦਾਤਾ ਅਗਮ ਗੵਾਨ ਬਿਖੵਾਤਾ ਅਹਿਨਿਸਿ ਧੵਾਨ ਧਾਵੈ ਪਲਕ ਨ ਸੋਵੈ ਜੀਉ ॥ ଗୁରୁ ରାମଦାସ ସବୁ ଜୀବଙ୍କ ଦାତା ଅଟନ୍ତି, ହରିନାମ ଜ୍ଞାନର ବ୍ୟାଖ୍ୟା ସେ ହିଁ କରିଥାନ୍ତି, ସେ ଦିନରାତି ଈଶ୍ବରଙ୍କ ଧ୍ୟାନରେ ନିମଗ୍ନ ରହିଥାନ୍ତି ଆଉ ଅଳ୍ପ ସମୟ ପାଇଁ ମଧ୍ୟ ଚେତନା ଶୂନ୍ୟ ହୁଅନ୍ତି ନାହିଁ।
ਜਾ ਕਉ ਦੇਖਤ ਦਰਿਦ੍ਰੁ ਜਾਵੈ ਨਾਮੁ ਸੋ ਨਿਧਾਨੁ ਪਾਵੈ ਗੁਰਮੁਖਿ ਗੵਾਨਿ ਦੁਰਮਤਿ ਮੈਲੁ ਧੋਵੈ ਜੀਉ ॥ ତାହାଙ୍କ ଦର୍ଶନ ଦ୍ଵାରା ଦାରିଦ୍ର୍ୟ ଦୂର ହୋଇଯାଏ, ହରିନାମ ରୂପୀ ସୁଖର ଭଣ୍ଡାର ଜିଜ୍ଞାସୁକୁ ପ୍ରାପ୍ତ ହୋଇଥାଏ, ଗୁରୁ ନିଜ ମୁଖରେ ଜ୍ଞାନ ପ୍ରଦାନ କରିଥାନ୍ତି ଏବଂ ଦୁର୍ମତିର ମଇଳାକୁ ସଫା କରି ଦେଇଥାନ୍ତି।
ਸਤਿਗੁਰ ਨਾਮੁ ਏਕ ਲਿਵ ਮਨਿ ਜਪੈ ਦ੍ਰਿੜੁ ਤਿਨ ਜਨ ਦੁਖ ਪਾਪ ਕਹੁ ਕਤ ਹੋਵੈ ਜੀਉ ॥੧॥ ଯିଏ ଏକାଗ୍ରଚିତ୍ତ ହୋଇ ମନରେ ସଦଗୁରୁଙ୍କ ନାମ ଜପ କରିଥାଏ, ତାହାକୁ ଦୁଃଖ-ପାପ କିପରି ସ୍ପର୍ଶ କରି ପାରିବ||1||
ਧਰਮ ਕਰਮ ਪੂਰੈ ਸਤਿਗੁਰੁ ਪਾਈ ਹੈ ॥ ପୂର୍ଣ୍ଣ ଗୁରୁ ରାମଦାସଙ୍କ ଠାରୁ ଧର୍ମ-କର୍ମର ଫଳ ପ୍ରାପ୍ତ ହୋଇଥାଏ।
ਜਾ ਕੀ ਸੇਵਾ ਸਿਧ ਸਾਧ ਮੁਨਿ ਜਨ ਸੁਰਿ ਨਰ ਜਾਚਹਿ ਸਬਦ ਸਾਰੁ ਏਕ ਲਿਵ ਲਾਈ ਹੈ ॥ ତାହାଙ୍କ ସେବା ସିଦ୍ଧ, ସାଧକ, ମୁନିଜନ, ଦେବତା ଏବଂ ମନୁଷ୍ୟ ମଧ୍ୟ ଚାହିଁ ଥାଏ ଏବଂ ଯାହାକୁ ସଦଗୁରୁ ରାମଦାସ ଦତ୍ତାଚିତ୍ତ ହୋଇ ଏକ ବ୍ରହ୍ମ ଠାରେ ଲଗ୍ନ ଲଗାଇ ଥାଆନ୍ତି।
ਫੁਨਿ ਜਾਨੈ ਕੋ ਤੇਰਾ ਅਪਾਰੁ ਨਿਰਭਉ ਨਿਰੰਕਾਰੁ ਅਕਥ ਕਥਨਹਾਰੁ ਤੁਝਹਿ ਬੁਝਾਈ ਹੈ ॥ ହେ ଗୁରୁ ରାମଦାସ! ତୋର ଭେଦ କିଏ ଜାଣି ପାରିବ, ତୁ ଅପାର, ନିର୍ଭୟ, ନିରାକାରଙ୍କ ରୂପ ଅଟୁ ଆଉ ତୋତେ ଅକଥନୀୟ ପ୍ରଭୁଙ୍କ ବୋଧ ହୋଇ ଯାଇଛି।
ਭਰਮ ਭੂਲੇ ਸੰਸਾਰ ਛੁਟਹੁ ਜੂਨੀ ਸੰਘਾਰ ਜਮ ਕੋ ਨ ਡੰਡ ਕਾਲ ਗੁਰਮਤਿ ਧੵਾਈ ਹੈ ॥ ହେ ସଂସାରର ଭୁଲିଥିବା ଲୋକ! ଗୁରୁଙ୍କ ଉପଦେଶ ଧାରଣ କର, ଯୋନି ଚକ୍ରରୁ ମୁକ୍ତ ହୁଅ ଆଉ କାଳର ଦଣ୍ଡ ପ୍ରାପ୍ତ ହେବ ନାହିଁ।
ਮਨ ਪ੍ਰਾਣੀ ਮੁਗਧ ਬੀਚਾਰੁ ਅਹਿਨਿਸਿ ਜਪੁ ਧਰਮ ਕਰਮ ਪੂਰੈ ਸਤਿਗੁਰੁ ਪਾਈ ਹੈ ॥੨॥ ହେ ମୂର୍ଖ ପ୍ରାଣୀ! ଟିକିଏ ଚିନ୍ତା କର, ଦିନରାତି ହରିନାମର ଜପ କର, ଧର୍ମ-କର୍ମର ଫଳ ସଦଗୁରୁଙ୍କ ଠାରୁ ହିଁ ପ୍ରାପ୍ତ ହୋଇ ପାରିବ||2||
ਹਉ ਬਲਿ ਬਲਿ ਜਾਉ ਸਤਿਗੁਰ ਸਾਚੇ ਨਾਮ ਪਰ ॥ ମୁଁ ସଦଗୁରୁ ରାମଦାସଙ୍କ ସଚ୍ଚା ନାମ ପ୍ରତି ସର୍ବଦା ସମର୍ପିତ ଯାଇଥାଏ।
ਕਵਨ ਉਪਮਾ ਦੇਉ ਕਵਨ ਸੇਵਾ ਸਰੇਉ ਏਕ ਮੁਖ ਰਸਨਾ ਰਸਹੁ ਜੁਗ ਜੋਰਿ ਕਰ ॥ ମୁଁ କାହା ସହିତ ଉପମା ଦେବି, କେବଳ ହାତ ଯୋଡି ମୁଖ ଜିହ୍ଵା ଦ୍ଵାରା ସ୍ତୁତିଗାନ କରି ପାରିବି।
ਫੁਨਿ ਮਨ ਬਚ ਕ੍ਰਮ ਜਾਨੁ ਅਨਤ ਦੂਜਾ ਨ ਮਾਨੁ ਨਾਮੁ ਸੋ ਅਪਾਰੁ ਸਾਰੁ ਦੀਨੋ ਗੁਰਿ ਰਿਦ ਧਰ ॥ ମୁଁ ମନ, ବଚନ, କର୍ମରେ ଗୁରୁ ରାମଦାସଙ୍କୁ ହିଁ ମାନିଥାଏ, ଅନ୍ୟ କାହାକୁ ମାନେ ନାହିଁ, ଗୁରୁ ସେହି ଅପାର ହରିନାମ ଦେଇଛନ୍ତି, ଯାହା ମନରେ ଧାରଣ କରା ହୋଇଛି।
error: Content is protected !!
Scroll to Top