Guru Granth Sahib Translation Project

guru granth sahib odia page-1397

Page 1397

ਸਤਗੁਰਿ ਦਯਾਲਿ ਹਰਿ ਨਾਮੁ ਦ੍ਰਿੜੑਾਯਾ ਤਿਸੁ ਪ੍ਰਸਾਦਿ ਵਸਿ ਪੰਚ ਕਰੇ ॥ ତାହାଙ୍କ ସଚ୍ଚା ଗୁରୁ ଅମରଦାସ ଦୟାଳୁ ହୋଇ ମନରେ ହରିନାମ ଦୃଢ କରାଇଛନ୍ତି, ଯାହାଙ୍କ କୃପାରୁ ସେ ପାଞ୍ଚ ଦୁଷ୍ଟ ବିକାରକୁ ବଶ କରିଛନ୍ତି।
ਕਵਿ ਕਲ੍ ਠਕੁਰ ਹਰਦਾਸ ਤਨੇ ਗੁਰ ਰਾਮਦਾਸ ਸਰ ਅਭਰ ਭਰੇ ॥੩॥ କବି କଳସହାର କହନ୍ତି ଯେ ଠାକୁର ହରିଦାସଙ୍କ ସୁପୁତ୍ର ରାମଦାସ ଶୂନ୍ୟ ହୃଦୟ ରୂପୀ ସରୋବରରେ ନାମ ଜଳ ଭରି ଦେଇଛନ୍ତି||3||
ਅਨਭਉ ਉਨਮਾਨਿ ਅਕਲ ਲਿਵ ਲਾਗੀ ਪਾਰਸੁ ਭੇਟਿਆ ਸਹਜ ਘਰੇ ॥ ଗୁରୁ ରାମଦାସ ପୂର୍ଣ୍ଣ ଜ୍ଞାନ ଏବଂ ଅନୁଭବ ପ୍ରାପ୍ତ କରିଛନ୍ତି, ତାହାଙ୍କ ଲଗ୍ନ ଈଶ୍ଵରଙ୍କ ଠାରେ ଲାଗି ରହିଛି, କାରଣ ପାରସ ରୂପୀ ଗୁରୁ ଅମରଦାସଙ୍କ ସହିତ ସାକ୍ଷାତ ହୋଇଛି ଏବଂ ସ୍ଵାଭାବିକ ଶାନ୍ତି ପ୍ରାପ୍ତ କରିଛନ୍ତି।
ਸਤਗੁਰ ਪਰਸਾਦਿ ਪਰਮ ਪਦੁ ਪਾਯਾ ਭਗਤਿ ਭਾਇ ਭੰਡਾਰ ਭਰੇ ॥ ସଦଗୁରୁ ଅମରଦାସଙ୍କ କୃପାରୁ ତାହାଙ୍କୁ ପରମ ପଦ ପ୍ରାପ୍ତ ହୋଇଛି ଏବଂ ଭାବ-ଭକ୍ତି ପ୍ରେମର ଭଣ୍ଡାର ତାହାଙ୍କ ଠାରେ ଭରି ରହିଛି।
ਮੇਟਿਆ ਜਨਮਾਂਤੁ ਮਰਣ ਭਉ ਭਾਗਾ ਚਿਤੁ ਲਾਗਾ ਸੰਤੋਖ ਸਰੇ ॥ ତାହାଙ୍କ ମନ ସନ୍ତୋଷର ସରୋବର ପ୍ରଭୁଙ୍କ ଠାରେ ଲୀନ ଅଛି, ଏଣୁ ତାହାଙ୍କ ଜନ୍ମ-ମରଣ ଦୂର ହୋଇ ଯାଇଛି ଆଉ ମୃତ୍ୟୁର ଭୟ ନିବୃତ୍ତ ହୋଇ ଯାଇଛି।
ਕਵਿ ਕਲ੍ ਠਕੁਰ ਹਰਦਾਸ ਤਨੇ ਗੁਰ ਰਾਮਦਾਸ ਸਰ ਅਭਰ ਭਰੇ ॥੪॥ କବି କଳସହାର କହନ୍ତି ଯେ ଠାକୁର ହରଦାସଙ୍କ ସୁପୁତ୍ର ଗୁରୁ ରାମଦାସ ଶୂନ୍ୟ ସରୋବର ଭରି ଦେଇଛନ୍ତି||4||
ਅਭਰ ਭਰੇ ਪਾਯਉ ਅਪਾਰੁ ਰਿਦ ਅੰਤਰਿ ਧਾਰਿਓ ॥ ଶୂନ୍ୟ ହୃଦୟ ରୂପୀ ସରୋବର ଭରିବା ବାଲା ଗୁରୁ ରାମଦାସ ଈଶ୍ଵରଙ୍କୁ ପ୍ରାପ୍ତ କରିଛନ୍ତି, ମନରେ ତାହାଙ୍କୁ ହିଁ ସ୍ଥାପନ କରିଛନ୍ତି।
ਦੁਖ ਭੰਜਨੁ ਆਤਮ ਪ੍ਰਬੋਧੁ ਮਨਿ ਤਤੁ ਬੀਚਾਰਿਓ ॥ ଦୁଃଖ ବିନାଶକ, ଆତ୍ମାକୁ ଜ୍ଞାନ ଦେବା ବାଲା ମନରେ ପରମ ତତ୍ତ୍ଵ ପରମେଶ୍ଵରଙ୍କ ଚିନ୍ତନ ହିଁ କରିଛନ୍ତି
ਸਦਾ ਚਾਇ ਹਰਿ ਭਾਇ ਪ੍ਰੇਮ ਰਸੁ ਆਪੇ ਜਾਣਇ ॥ ଗୁରୁ ରାମଦାସଙ୍କ ସର୍ବଦା ହରି-ଭକ୍ତିର କାମନା ରହିଥାଏ ଏବଂ ଏହି ପ୍ରେମ ରସକୁ ସେ ସ୍ଵୟଂ ଜାଣିଥାନ୍ତି।
ਸਤਗੁਰ ਕੈ ਪਰਸਾਦਿ ਸਹਜ ਸੇਤੀ ਰੰਗੁ ਮਾਣਇ ॥ ସଦଗୁରୁଙ୍କ କୃପାରୁ ସେ ପ୍ରଭୁ ପ୍ରେମର ସ୍ଵାଭାବିକ ଆନନ୍ଦ ପ୍ରାପ୍ତ କରିଛନ୍ତି।
ਨਾਨਕ ਪ੍ਰਸਾਦਿ ਅੰਗਦ ਸੁਮਤਿ ਗੁਰਿ ਅਮਰਿ ਅਮਰੁ ਵਰਤਾਇਓ ॥ ଗୁରୁ ନାନକଙ୍କ କୃପା, ଗୁରୁ ଅଙ୍ଗଦ ଦେବଙ୍କ ସୁମତି ଦ୍ଵାରା ଗୁରୁ ଅମରଦାସ ବିଧାତାଙ୍କ ବିଧାନ ସେବା-ସ୍ମରଣ ପାଳନ କରିଛନ୍ତି।
ਗੁਰ ਰਾਮਦਾਸ ਕਲੵੁਚਰੈ ਤੈਂ ਅਟਲ ਅਮਰ ਪਦੁ ਪਾਇਓ ॥੫॥ କବି କଳସହାର କହନ୍ତି ଯେ ହେ ଗୁରୁ ରାମଦାସ! ତୁମେ ମଧ୍ୟ ଅଟଳ ଅମର ପଦ ପ୍ରାପ୍ତ କରିଛ||5||
ਸੰਤੋਖ ਸਰੋਵਰਿ ਬਸੈ ਅਮਿਅ ਰਸੁ ਰਸਨ ਪ੍ਰਕਾਸੈ ॥ ଗୁରୁ ରାମଦାସ ସନ୍ତୋଷ ସରୋବରରେ ରହିଥାନ୍ତି ଆଉ ନିଜ ଜିହ୍ଵା ଦ୍ଵାରା ନାମାମୃତର ରସ ବ୍ୟକ୍ତ କରିଥାନ୍ତି।
ਮਿਲਤ ਸਾਂਤਿ ਉਪਜੈ ਦੁਰਤੁ ਦੂਰੰਤਰਿ ਨਾਸੈ ॥ ତାହାଙ୍କ ଦର୍ଶନ ଏବଂ ମିଳନ ଦ୍ଵାରା ମନକୁ ଶାନ୍ତି ପ୍ରାପ୍ତ ହୋଇଥାଏ ଆଉ ପାପ ଆଦି ଦୂର ହୋଇ ନାଶ ହୋଇଯାଏ।
ਸੁਖ ਸਾਗਰੁ ਪਾਇਅਉ ਦਿੰਤੁ ਹਰਿ ਮਗਿ ਨ ਹੁਟੈ ॥ ସେ ସୁଖର ସାଗର ହରିଙ୍କୁ ପ୍ରାପ୍ତ କରିଛନ୍ତି, ଏଣୁ ହରିଭକ୍ତି ମାର୍ଗରୁ ପଛକୁ ହଟନ୍ତି ନାହିଁ।
ਸੰਜਮੁ ਸਤੁ ਸੰਤੋਖੁ ਸੀਲ ਸੰਨਾਹੁ ਮਫੁਟੈ ॥ ଗୁରୁ ରାମଦାସ ସଂଯମ, ସତ୍ୟ, ସନ୍ତୋଷ ଏବଂ ଶୀଳ ସ୍ଵଭାବର ଅତୁଟ କବଚ ଧାରଣ କରିଛନ୍ତି।
ਸਤਿਗੁਰੁ ਪ੍ਰਮਾਣੁ ਬਿਧ ਨੈ ਸਿਰਿਉ ਜਗਿ ਜਸ ਤੂਰੁ ਬਜਾਇਅਉ ॥ ସଦଗୁରୁ ଅମରଦାସଙ୍କ ଭଳି ଗୁରୁ ରାମଦାସଙ୍କ ମଧ୍ୟ ବିଧାତା ସେପରି ହିଁ କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିଛନ୍ତି, ସଂପୂର୍ଣ୍ଣ ଜଗତ ତାହାଙ୍କ ଯଶୋଗାନ କରୁଛନ୍ତି।
ਗੁਰ ਰਾਮਦਾਸ ਕਲੵੁਚਰੈ ਤੈ ਅਭੈ ਅਮਰ ਪਦੁ ਪਾਇਅਉ ॥੬॥ ଫଳସହାର କହନ୍ତି ଯେ ହେ ଗୁରୁ ରାମଦାସ! ତୁ ଅଭୟ ଈଶ୍ଵର ସମାନ ଅମର ପଦ ପ୍ରାପ୍ତ କରିଛୁ||6||
ਜਗੁ ਜਿਤਉ ਸਤਿਗੁਰ ਪ੍ਰਮਾਣਿ ਮਨਿ ਏਕੁ ਧਿਆਯਉ ॥ (ଗୁରୁ ଅମରଦାସଙ୍କ ଭଳି) ଗୁରୁ ରାମଦାସ ସଂପୂର୍ଣ୍ଣ ଦୁନିଆକୁ ଜିତି ନେଇଛନ୍ତି ଆଉ ମନରେ ଈଶ୍ଵରଙ୍କ ଧ୍ୟାନ ହିଁ କରିଛନ୍ତି।
ਧਨਿ ਧਨਿ ਸਤਿਗੁਰ ਅਮਰਦਾਸੁ ਜਿਨਿ ਨਾਮੁ ਦ੍ਰਿੜਾਯਉ ॥ ସଦଗୁରୁ ଅମରଦାସ ଧନ୍ୟ ଧନ୍ୟ ଅଟନ୍ତି, ଯିଏ ତାହାଙ୍କ ମନରେ ହରିନାମ ସ୍ଥାପନ କରିଛନ୍ତି।
ਨਵ ਨਿਧਿ ਨਾਮੁ ਨਿਧਾਨੁ ਰਿਧਿ ਸਿਧਿ ਤਾ ਕੀ ਦਾਸੀ ॥ ସେ ନବନିଧି ବାଲା ସୁଖର ଭଣ୍ଡାର ହରିନାମ ପ୍ରାପ୍ତ କରିଛନ୍ତି, ରିଦ୍ଧି-ସିଦ୍ଧି ତାହାଙ୍କ ଦାସୀ ଅଟନ୍ତି।
ਸਹਜ ਸਰੋਵਰੁ ਮਿਲਿਓ ਪੁਰਖੁ ਭੇਟਿਓ ਅਬਿਨਾਸੀ ॥ ତାହାଙ୍କୁ ଶାନ୍ତିର ସରୋବର ମିଳି ଯାଇଛି, ଅବିନାଶୀ କର୍ତ୍ତା ପୁରୁଷ ସହିତ ତାହାଙ୍କ ସାକ୍ଷାତ ହୋଇ ଯାଇଛି।
ਆਦਿ ਲੇ ਭਗਤ ਜਿਤੁ ਲਗਿ ਤਰੇ ਸੋ ਗੁਰਿ ਨਾਮੁ ਦ੍ਰਿੜਾਇਅਉ ॥ ସୃଷ୍ଟି ରଚନା ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ହରିନାମରେ ଲୀନ ହୋଇ ଭକ୍ତ ସଂସାର-ସାଗରରୁ ପାର ହୋଇଛନ୍ତି, ଗୁରୁ ଅମରଦାସ ସେହି ହରିନାମକୁ ଗୁରୁ ରାମଦାସଙ୍କ ଠାରେ ଦୃଢ କରାଇଛନ୍ତି।
ਗੁਰ ਰਾਮਦਾਸ ਕਲੵੁਚਰੈ ਤੈ ਹਰਿ ਪ੍ਰੇਮ ਪਦਾਰਥੁ ਪਾਇਅਉ ॥੭॥ କଳସହାର ଭାଟ କହନ୍ତି ଯେ ହେ ଗୁରୁ ରାମଦାସ! ତୁମେ ମଧ୍ୟ ହରି ପ୍ରେମ ଭକ୍ତି ରୂପୀ ପଦାର୍ଥ ପ୍ରାପ୍ତ କରିଛ||7||
ਪ੍ਰੇਮ ਭਗਤਿ ਪਰਵਾਹ ਪ੍ਰੀਤਿ ਪੁਬਲੀ ਨ ਹੁਟਇ ॥ ଗୁରୁ ରାମଦାସଙ୍କ ମନରେ ପ୍ରେମ ଭକ୍ତିର ପ୍ରବାହ ଚାଲିଥାଏ, ପୂର୍ବ ଜନ୍ମର ପ୍ରେମ ଆଦୌ ତୁଟେ ନାହିଁ।
ਸਤਿਗੁਰ ਸਬਦੁ ਅਥਾਹੁ ਅਮਿਅ ਧਾਰਾ ਰਸੁ ਗੁਟਇ ॥ ସଦଗୁରୁ ଅମରଦାସଙ୍କ ଅଥଳ ଶବ୍ଦର ଅମୃତ ଧାରାର ରସ ସେ ଆନନ୍ଦପୂର୍ବକ ନେଇଥାନ୍ତି।
ਮਤਿ ਮਾਤਾ ਸੰਤੋਖੁ ਪਿਤਾ ਸਰਿ ਸਹਜ ਸਮਾਯਉ ॥ ବିବେକ ବୁଦ୍ଧି ତାହାଙ୍କ ମାତା ଅଟେ, ସନ୍ତୋଷ ଗୁରୁ ରାମଦାସଙ୍କ ପିତା ଅଟେ, ସେ ଶାନ୍ତିର ସରୋବରରେ ଲୀନ ରହିଥାନ୍ତି।
ਆਜੋਨੀ ਸੰਭਵਿਅਉ ਜਗਤੁ ਗੁਰ ਬਚਨਿ ਤਰਾਯਉ ॥ ଜନ୍ମ-ମରଣରୁ ମୁକ୍ତ, ସ୍ଵତଃ ପ୍ରକାଶମାନ ରୂପ ଗୁରୁ ରାମଦାସ ବଚନ ଦ୍ଵାରା ସଂପୂର୍ଣ୍ଣ ଜଗତକୁ ସଂସାର-ସାଗରରୁ ପାର କରି ଦେଇଛନ୍ତି ।
ਅਬਿਗਤ ਅਗੋਚਰੁ ਅਪਰਪਰੁ ਮਨਿ ਗੁਰ ਸਬਦੁ ਵਸਾਇਅਉ ॥ ସେ ଅବ୍ୟକ୍ତ, ଜ୍ଞାନେନ୍ଦ୍ରିୟରୁ ଉର୍ଦ୍ଧ୍ଵରେ, ଅପରାମ୍ପର ରୂପ ଅଟନ୍ତି ଶବ୍ଦ ଗୁରୁଙ୍କୁ ମନରେ ସ୍ଥାପନ କରିଛନ୍ତି।
ਗੁਰ ਰਾਮਦਾਸ ਕਲੵੁਚਰੈ ਤੈ ਜਗਤ ਉਧਾਰਣੁ ਪਾਇਅਉ ॥੮॥ ଭାଟ କଳସହାର ସ୍ତୁତି କରି କହନ୍ତି ଯେ ହେ ଗୁରୁ ରାମଦାସ !ତୁମେ ଜଗତ ଉଦ୍ଧାର କାରକ ପରମେଶ୍ଵରଙ୍କୁ ପ୍ରାପ୍ତ କରିଛ ||8||
ਜਗਤ ਉਧਾਰਣੁ ਨਵ ਨਿਧਾਨੁ ਭਗਤਹ ਭਵ ਤਾਰਣੁ ॥ ହରିନାମ ସଂସାରର ଉଦ୍ଧାର କରିବା ବାଲା ଅଟେ, ନବନିଧାନ ସୁଖର ଘର ଅଟେ, ଭକ୍ତକୁ ସଂସାର-ସାଗରରୁ ପାର କରାଇବା ବାଲା ଅଟେ,
ਅੰਮ੍ਰਿਤ ਬੂੰਦ ਹਰਿ ਨਾਮੁ ਬਿਸੁ ਕੀ ਬਿਖੈ ਨਿਵਾਰਣੁ ॥ ସେହି ହରିନାମ ରୂପୀ ଅମୃତର ବୁନ୍ଦା ଗୁରୁ ରାମଦାସଙ୍କ ପାଖରେ ଅଛି, ଯାହା ବିଶ୍ଵର ବିକାର ରୂପୀ ଜହରର ନିବାରଣ କରିଦେଇଥାଏ।
ਸਹਜ ਤਰੋਵਰ ਫਲਿਓ ਗਿਆਨ ਅੰਮ੍ਰਿਤ ਫਲ ਲਾਗੇ ॥ ସ୍ଵାଭାବିକ ଶାନ୍ତିର ବୃକ୍ଷ ଅଛି, ଯେଉଁଥିରେ ଜ୍ଞାନ ଅମୃତର ଫଳ ଆସିଛି,
ਗੁਰ ਪ੍ਰਸਾਦਿ ਪਾਈਅਹਿ ਧੰਨਿ ਤੇ ਜਨ ਬਡਭਾਗੇ ॥ ସେମାନେ ଧନ୍ୟ ବେବ୍ମ ଭାଗ୍ୟଶାଳୀ ଅଟନ୍ତି, ଯିଏ ଗୁରୁଙ୍କ କୃପାରୁ ତାହାଙ୍କୁ ପ୍ରାପ୍ତ କରିଥାନ୍ତି।
ਤੇ ਮੁਕਤੇ ਭਏ ਸਤਿਗੁਰ ਸਬਦਿ ਮਨਿ ਗੁਰ ਪਰਚਾ ਪਾਇਅਉ ॥ ଯିଏ ମନରେ ଗୁରୁ ରାମଦାସଙ୍କ ପ୍ରତି ଶ୍ରଦ୍ଧା ଧାରଣ କରିଛି, ପ୍ରେମ କରିଛି ସେ ସଦଗୁରୁଙ୍କ ଉପଦେଶ ଦ୍ଵାରା ସଂସାରର ବନ୍ଧନରୁ ମୁକ୍ତ ହୋଇ ଯାଇଛି।
ਗੁਰ ਰਾਮਦਾਸ ਕਲੵੁਚਰੈ ਤੈ ਸਬਦ ਨੀਸਾਨੁ ਬਜਾਇਅਉ ॥੯॥ ଭାଟ କଳସହାର କହନ୍ତି ଯେ ହେ ଗୁରୁ ରାମଦାସ! ତୁମେ ପ୍ରଭୁ ଶବ୍ଦର ବିଗୁଲୁ ବଜାଇଛ ଅର୍ଥାତ ସବୁ ଦିଗରେ ପ୍ରସାର କରିଅଛ||9||
error: Content is protected !!
Scroll to Top