Guru Granth Sahib Translation Project

guru granth sahib odia page-1381

Page 1381

ਸਾਈ ਜਾਇ ਸਮ੍ਹ੍ਹਾਲਿ ਜਿਥੈ ਹੀ ਤਉ ਵੰਞਣਾ ॥੫੮॥ ସେହି ପରଲୋକକୁ ମଧ୍ୟ ସ୍ମରଣ କର ଯେଉଁଠିକୁ ତୁ ଯିବାକୁ ହେବ||58||
ਫਰੀਦਾ ਜਿਨ੍ਹ੍ਹੀ ਕੰਮੀ ਨਾਹਿ ਗੁਣ ਤੇ ਕੰਮੜੇ ਵਿਸਾਰਿ ॥ ଫରିଦ ଜୀ ଶିକ୍ଷା ଦେଇ କହନ୍ତି ଯେ ଯେଉଁ କାମ ଦ୍ଵାରା କିଛି ଲାଭ ନଥାଏ, ଏପରି କାମ ତ୍ୟାଗ କର।
ਮਤੁ ਸਰਮਿੰਦਾ ਥੀਵਹੀ ਸਾਂਈ ਦੈ ਦਰਬਾਰਿ ॥੫੯॥ ଅନ୍ୟଥା ମନ୍ଦ କର୍ମ କାରଣରୁ ତୁମେ ମାଲିକଙ୍କ ଦରବାରରେ ଲଜ୍ଜିତ ହେବାକୁ ପଡିବ ||59||
ਫਰੀਦਾ ਸਾਹਿਬ ਦੀ ਕਰਿ ਚਾਕਰੀ ਦਿਲ ਦੀ ਲਾਹਿ ਭਰਾਂਦਿ ॥ ଫରିଦ ଜୀ ଉପଦେଶ ଦେଇଥାନ୍ତି ଯେ ମାଲିକଙ୍କ ସେବା କର ଆଉ ହୃଦୟରୁ ଅହଂ ବାହାର କରି ଦିଅ।
ਦਰਵੇਸਾਂ ਨੋ ਲੋੜੀਐ ਰੁਖਾਂ ਦੀ ਜੀਰਾਂਦਿ ॥੬੦॥ ଫକିରକୁ ବସ୍ତୁତଃ ବୃକ୍ଷ ଭଳି ସହନଶୀଳ ହେବାକୁ ପଡିବ||60||
ਫਰੀਦਾ ਕਾਲੇ ਮੈਡੇ ਕਪੜੇ ਕਾਲਾ ਮੈਡਾ ਵੇਸੁ ॥ ଫରିଦ ଜୀ କହନ୍ତି ଯେ ତାହାଙ୍କ କପଡା କଳା ଅଟେ, ବେଶଭୁଷା ମଧ୍ୟ କଳା ଅଟେ।
ਗੁਨਹੀ ਭਰਿਆ ਮੈ ਫਿਰਾ ਲੋਕੁ ਕਹੈ ਦਰਵੇਸੁ ॥੬੧॥ ମୁଁ ପାପରେ ଭରି ରହିଛି, ଏହା ସତ୍ତ୍ୱେ ଲୋକମାନେ ମୋତେ ବିଭିନ୍ନ କଥା କହନ୍ତି||61||
ਤਤੀ ਤੋਇ ਨ ਪਲਵੈ ਜੇ ਜਲਿ ਟੁਬੀ ਦੇਇ ॥ ଜଳି ଯାଇଥିବା ଫସଲକୁ ଥଣ୍ଡା ଜଳରେ କେତେ ବୁଡାଇଲାଏ ମଧ୍ୟ ପୁନଃ ସବୁଜ ହୁଏନାହିଁ।
ਫਰੀਦਾ ਜੋ ਡੋਹਾਗਣਿ ਰਬ ਦੀ ਝੂਰੇਦੀ ਝੂਰੇਇ ॥੬੨॥ ହେ ଫରିଦ! ସେପରି ହିଁ ଜୀବ-ସ୍ତ୍ରୀ ପରମାତ୍ମାଙ୍କ ଠାରୁ ବିଚ୍ଛେଦ ହୋଇ ସର୍ବଦା ଦୁଃଖୀ ରହିଥାଏ||62||
ਜਾਂ ਕੁਆਰੀ ਤਾ ਚਾਉ ਵੀਵਾਹੀ ਤਾਂ ਮਾਮਲੇ ॥ ଯେତେବେଳେ ଝିଅ କୁଆଁରୀ ଥିଲା, ତାହା ପାଖରେ ବିବାହ କରିବାର ଉତ୍ସାହ ଥିଲା, ବିବାହ କରିବା ପରେ ଗୃହସ୍ଥି ଜଞ୍ଜାଳରେ ଫସି ଯାଇଛି।
ਫਰੀਦਾ ਏਹੋ ਪਛੋਤਾਉ ਵਤਿ ਕੁਆਰੀ ਨ ਥੀਐ ॥੬੩॥ ହେ ଫରିଦ! ତାହାପରେ ସେ ପଶ୍ଚାତାପ କରିଥାଏ, କିନ୍ତୁ ସେ ପୁନର୍ବାର କୁଆଁରୀ ହୋଇପାରେ ନାହିଁ||63||
ਕਲਰ ਕੇਰੀ ਛਪੜੀ ਆਇ ਉਲਥੇ ਹੰਝ ॥ ଯଦି ହଂସ ଲୁଣିଆ ଜଳାଶୟରେ ବସିଥାଏ,
ਚਿੰਜੂ ਬੋੜਨ੍ਹ੍ਹਿ ਨਾ ਪੀਵਹਿ ਉਡਣ ਸੰਦੀ ਡੰਝ ॥੬੪॥ ସେ ନିଜ ଚଞ୍ଚୁକୁ ଜଳରେ ବୁଡାଇବା ପରେ ମଧ୍ୟ ପାଣି ପିଇପାରେ ନାହିଁ, ସେ ଯଥାଶୀଘ୍ର ସେଠାରୁ ଉଡିଯିବା ପାଇଁ ପ୍ରୟାସ କରିଥାଏ( ସେପରି ହିଁ ସନ୍ଥ ସଂସାରର ବାସନାକୁ ଦେଖି ପ୍ରଭୁ-ଚରଣରେ ବିରାଜମାନର କାମନା କରିଥାନ୍ତି)||64||
ਹੰਸੁ ਉਡਰਿ ਕੋਧ੍ਰੈ ਪਇਆ ਲੋਕੁ ਵਿਡਾਰਣਿ ਜਾਇ ॥ ଯଦି ହଂସ ଉଡି କ୍ଷେତରେ ଆସି ବସିଯାଏ, ଲୋକମାନେ ତାହାକୁ ଘଉଡାଇବା ଯାଇଥାନ୍ତି (ଅର୍ଥାତ ଯଦି ସନ୍ଥ ସଂସାରକୁ ଆସିଥାନ୍ତି, ଲୋକମାନେ ତାହାଙ୍କୁ ହଟାଇବା ପାଇଁ ଚେଷ୍ଟା କରିଥାନ୍ତି)
ਗਹਿਲਾ ਲੋਕੁ ਨ ਜਾਣਦਾ ਹੰਸੁ ਨ ਕੋਧ੍ਰਾ ਖਾਇ ॥੬੫॥ ପରନ୍ତୁ ଭୋଳା ଲୋକ ଏହା ଜାଣେ ନାହିଁ ଯେ ହଂସ କେବେ ଫସଲ ଖାଏ (ଅର୍ଥାତ ସନ୍ଥ ସଂସାରର ମୋହ-ମାୟା ଠାରୁ ନିର୍ଲିପ୍ତ ରହିଥାନ୍ତି) ||65||
ਚਲਿ ਚਲਿ ਗਈਆਂ ਪੰਖੀਆਂ ਜਿਨ੍ਹ੍ਹੀ ਵਸਾਏ ਤਲ ॥ ସେହି ଜୀବ ରୂପୀ ପକ୍ଷୀ ନିଜ ପାଳିରେ ଚାଲି ଯାଇଛି, ଯିଏ ଜଗତ ରୂପୀ ସରୋବରରେ ବସି ଥିଲା।
ਫਰੀਦਾ ਸਰੁ ਭਰਿਆ ਭੀ ਚਲਸੀ ਥਕੇ ਕਵਲ ਇਕਲ ॥੬੬॥ ହେ ଫରିଦ! ଏହି ଜଗତ ରୂପୀ ସରୋବର ମଧ୍ୟ ଶୁଖିଯିବ, ପରନ୍ତୁ ସନ୍ଥ ରୂପୀ ଏକ କମଳ ହିନ ରହିବ||66||
ਫਰੀਦਾ ਇਟ ਸਿਰਾਣੇ ਭੁਇ ਸਵਣੁ ਕੀੜਾ ਲੜਿਓ ਮਾਸਿ ॥ ବାବା ଫରିଦ କହନ୍ତି ଯେ ମରଣ ପରେ ମସ୍ତକ ତଳେ ଇଟା ରଖି ଧରିତ୍ରୀ ଉପରେ ଶୟନ କରିବାକୁ ପଡିବ ଆଉ ମୁଖକୁ କୀଟ ଚର୍ବଣ କରୁଥିବ।
ਕੇਤੜਿਆ ਜੁਗ ਵਾਪਰੇ ਇਕਤੁ ਪਇਆ ਪਾਸਿ ॥੬੭॥ ଏହିପରି ଏକ ଜାଗାରେ ପଡି କେତେ ଯୁଗ ବିତାଇବାକୁ ପଡିବ||67||
ਫਰੀਦਾ ਭੰਨੀ ਘੜੀ ਸਵੰਨਵੀ ਟੁਟੀ ਨਾਗਰ ਲਜੁ ॥ ହେ ଫରିଦ! ସୁନ୍ଦର ଶରୀର ରୂପୀ ପାତ୍ର ଫାଟି ଯାଇଛି, ଶ୍ଵାସ ଡୋରୀ ମଧ୍ୟ ଛିଣ୍ଡି ଯାଇଛି।
ਅਜਰਾਈਲੁ ਫਰੇਸਤਾ ਕੈ ਘਰਿ ਨਾਠੀ ਅਜੁ ॥੬੮॥ ବର୍ତ୍ତମାନ ମୃତ୍ୟୁର ଦୂତ ଇଜରାଇଲ କେଉଁ ଘରର ଅତିଥି ଅଟେ||68||
ਫਰੀਦਾ ਭੰਨੀ ਘੜੀ ਸਵੰਨਵੀ ਟੂਟੀ ਨਾਗਰ ਲਜੁ ॥ ହେ ଫରିଦ!ସୁନ୍ଦର ଦେହ ରୂପୀ ପାତ୍ର ନଷ୍ଟ ହୋଇ ଯାଇଛି, ଶ୍ଵାସର ଡୋରୀ ମଧ୍ୟ ଛିଣ୍ଡି ଯାଇଛି।
ਜੋ ਸਜਣ ਭੁਇ ਭਾਰੁ ਥੇ ਸੇ ਕਿਉ ਆਵਹਿ ਅਜੁ ॥੬੯॥ ଯେଉଁ ବ୍ୟକ୍ତି ପାପ କାରଣରୁ ବୋଝ ମାତ୍ର ଥିଲା, ବର୍ତ୍ତମାନ ତାହାକୁ କିପରି ମନୁଷ୍ୟ ଜନ୍ମ ମିଳି ପାରିବ||69||
ਫਰੀਦਾ ਬੇ ਨਿਵਾਜਾ ਕੁਤਿਆ ਏਹ ਨ ਭਲੀ ਰੀਤਿ ॥ ବାବା ଫରିଦ କହନ୍ତି ଯେ ହେ ନମାଜ ପଢିବା ବାଲା କୁକୁର! ତୋର ଏହା ଠିକ ନାହିଁ ଯେ
ਕਬਹੀ ਚਲਿ ਨ ਆਇਆ ਪੰਜੇ ਵਖਤ ਮਸੀਤਿ ॥੭੦॥ ତୁ କେବେ ମଧ୍ୟ ପାଞ୍ଚ ବେଳା ନମାଜ ପଢିବା ପାଇଁ ମସଜିଦ ଆସି ନାହୁଁ ||70||
ਉਠੁ ਫਰੀਦਾ ਉਜੂ ਸਾਜਿ ਸੁਬਹ ਨਿਵਾਜ ਗੁਜਾਰਿ ॥ (ପ୍ରଭୁଙ୍କ ବନ୍ଦନା ପାଇଁ ପ୍ରେରିତ କରି) ବାବା ଫରିଦ କହନ୍ତି ଯେ ହେ ଭାଇ! ଉଠ, ହାତ-ମୁହଁ ଧୋଇ ସକାଳେ ନମାଜ ପାଠ କର।
ਜੋ ਸਿਰੁ ਸਾਂਈ ਨਾ ਨਿਵੈ ਸੋ ਸਿਰੁ ਕਪਿ ਉਤਾਰਿ ॥੭੧॥ ଯେଉଁ ମସ୍ତକ ମାଲିକଙ୍କ ସମ୍ମୁଖରେ ନତ ହୁଏନାହିଁ, ସେହି ବେକକୁ କାଟି ଦେବା ଉଚିତ||71||
ਜੋ ਸਿਰੁ ਸਾਈ ਨਾ ਨਿਵੈ ਸੋ ਸਿਰੁ ਕੀਜੈ ਕਾਂਇ ॥ ଯେଉଁ ମସ୍ତକ ମାଲିକଙ୍କ ସମ୍ମୁଖରେ ନତ ହୁଏନାହିଁ, ତାହାକୁ କଣ କରିବା ଉଚିତ?
ਕੁੰਨੇ ਹੇਠਿ ਜਲਾਈਐ ਬਾਲਣ ਸੰਦੈ ਥਾਇ ॥੭੨॥ (ସ୍ଵୟଂ ହିଁ ଉତ୍ତର ଦେଇଥାନ୍ତି) ତାହାକୁ ଚୂଲିରେ ଇନ୍ଧନ ଭାବରେ ଜଳାଇ ଦେବା ଉଚିତ||72||
ਫਰੀਦਾ ਕਿਥੈ ਤੈਡੇ ਮਾਪਿਆ ਜਿਨ੍ਹ੍ਹੀ ਤੂ ਜਣਿਓਹਿ ॥ ବାବା ଫରିଦ ବୁଝାନ୍ତି ଯେ ତୋର ମାତା-ପିତା ବର୍ତ୍ତମାନ କାହାନ୍ତି, ଯିଏ ତୋତେ ଜନ୍ମ ଦେଇଥିଲେ?
ਤੈ ਪਾਸਹੁ ਓਇ ਲਦਿ ਗਏ ਤੂੰ ਅਜੈ ਨ ਪਤੀਣੋਹਿ ॥੭੩॥ ଦେଖୁ ଦେଖୁ ସେମାନେ ମଧ୍ୟ ତୋତେ ଛାଡି ଚାଲି ଯାଇଛନ୍ତି, ପରନ୍ତୁ ବର୍ତ୍ତମାନ ମଧ୍ୟ ତୋତେ ବିଶ୍ୱାସ ହେଉନାହିଁ (ତୁ ମୃତ୍ୟୁକୁ ଗଳାରେ ଲଗାଇବାକୁ ହେବ)||73||
ਫਰੀਦਾ ਮਨੁ ਮੈਦਾਨੁ ਕਰਿ ਟੋਏ ਟਿਬੇ ਲਾਹਿ ॥ ବାବା ଫରିଦ କହନ୍ତି ଯେ ହେ ମନୁଷ୍ୟ! ନିଜ ମନକୁ ମଇଦାନ ଭଳି ସମତୁଲ କର ଆଉ ଉଚ୍ଚ-ନୀଚ ସ୍ଥାନ (ଦୈତ୍ୟ, ଅହଂକାର) ଦୂର କର।
ਅਗੈ ਮੂਲਿ ਨ ਆਵਸੀ ਦੋਜਕ ਸੰਦੀ ਭਾਹਿ ॥੭੪॥ ପୁଣି ନର୍କର ଅଗ୍ନି ତୋତେ ଜଳାଇବାକୁ ଆସିବ ନାହିଁ||74||
ਮਹਲਾ ੫ ॥ ମହଲା 5॥
ਫਰੀਦਾ ਖਾਲਕੁ ਖਲਕ ਮਹਿ ਖਲਕ ਵਸੈ ਰਬ ਮਾਹਿ ॥ ପଞ୍ଚମ ଗୁରୁ ଉଦବୋଧନ କରନ୍ତି, ହେ ଫରିଦ! ପରମପିତା ପରମେଶ୍ଵର ନିଜ ଦୁନିଆରେ ହିଁ ଅଛନ୍ତି ଏବଂ ଦୁନିଆ ପରମେଶ୍ଵରଙ୍କ ଠାରେ ବାସ କରୁଛି।
ਮੰਦਾ ਕਿਸ ਨੋ ਆਖੀਐ ਜਾਂ ਤਿਸੁ ਬਿਨੁ ਕੋਈ ਨਾਹਿ ॥੭੫॥ ତେଣୁ କେଉଁ ବ୍ୟକ୍ତିକୁ ମନ୍ଦ କୁହାଯାଇ ପାରିବ, ଯେତେବେଳେ ତାହାଙ୍କ ବିନା କେହି ନାହାନ୍ତି||75||
ਫਰੀਦਾ ਜਿ ਦਿਹਿ ਨਾਲਾ ਕਪਿਆ ਜੇ ਗਲੁ ਕਪਹਿ ਚੁਖ ॥ ହେ ଫରିଦ! ଯେଉଁ ଦିନ ଢାଇ ନାଭି କାଟିଥିଲେ, ଯଦି ସେହି ଦିନ ଗଳା କାଟି ଦେଇଥାନ୍ତେ, ଭଲ ହୋଇଥାନ୍ତା।
ਪਵਨਿ ਨ ਇਤੀ ਮਾਮਲੇ ਸਹਾਂ ਨ ਇਤੀ ਦੁਖ ॥੭੬॥ ଅନ୍ୟଥା ଆଜି ଏତେ ଚିନ୍ତା କରିବାକୁ ପଡି ନଥାନ୍ତା, ନା ଏତେ ଦୁଃଖ ଭୋଗ କରିବାକୁ ପଡି ନଥାନ୍ତା||76||
ਚਬਣ ਚਲਣ ਰਤੰਨ ਸੇ ਸੁਣੀਅਰ ਬਹਿ ਗਏ ॥ ବାର୍ଦ୍ଧକ୍ୟ କାରଣରୁ ଶରୀରର ସବୁ ଅଙ୍ଗ ଦୁର୍ବଳ ହୋଇ ଯାଇଛି, ଯେଉଁ କାରଣରୁ ଦାନ୍ତ ଖାଇବା-ଚୋବାଇବା, ପାଦ ଚାଲିବା, ଆଖି ଦେଖିବା ଆଉ କାନ ଶୁଣିବା ବନ୍ଦ କରି ଦେଇଛି।
ਹੇੜੇ ਮੁਤੀ ਧਾਹ ਸੇ ਜਾਨੀ ਚਲਿ ਗਏ ॥੭੭॥ ଏହା ଦେଖି ଶରୀର ଅଧୈର୍ଯ୍ୟ ହୋଇ କହେ ଯେ ମୋର ସବୁ ସାଥି ମୋତେ ଛାଡି ଚାଲି ଯାଇଛନ୍ତି ||77||
ਫਰੀਦਾ ਬੁਰੇ ਦਾ ਭਲਾ ਕਰਿ ਗੁਸਾ ਮਨਿ ਨ ਹਢਾਇ ॥ ବାବା ଫରିଦ ଉପଦେଶ ଦେଇଥାନ୍ତି ଯେ ହେ ପ୍ରାଣୀ! ଯଦି କେହି ତୋ’ ସ୍ସାହିତ ମନ୍ଦ କର୍ମ କରିଥାଏ, ତୁ ତାହା ପାଇଁ ଭଲ କର୍ମ ହିଁ କର ଆଉ ମନରେ କ୍ରୋଧ ଆଣ ନାହିଁ।
error: Content is protected !!
Scroll to Top