Page 1379
                    ਧਿਗੁ ਤਿਨ੍ਹ੍ਹਾ ਦਾ ਜੀਵਿਆ ਜਿਨਾ ਵਿਡਾਣੀ ਆਸ ॥੨੧॥
                   
                    
                                          
                        ଏପରି ଲୋକର ବଞ୍ଚିବା ଧିକ୍କାର ଯୋଗ୍ୟ ଅଟେ, ଯିଏ ଇଶ୍ଵରଙ୍କୁ ଛାଡି ଅନ୍ୟର ଆଶ୍ରାରେ ରହିଥାଏ। ||21||                                                                                                  
                                            
                    
                    
                
                                   
                    ਫਰੀਦਾ ਜੇ ਮੈ ਹੋਦਾ ਵਾਰਿਆ ਮਿਤਾ ਆਇੜਿਆਂ ॥
                   
                    
                                          
                        ହେ ଫରିଦ!ଯଦି ଅତିତବୀ ସଜ୍ଜନଙ୍କ ଠାରୁ ମୁଁ କିଛି ଲୁଚାଇ ରଖିଥାଏ, ତାହାହେଲେ 
                                            
                    
                    
                
                                   
                    ਹੇੜਾ ਜਲੈ ਮਜੀਠ ਜਿਉ ਉਪਰਿ ਅੰਗਾਰਾ ॥੨੨॥
                   
                    
                                          
                        ମୋର ଶରୀର ଅଗ୍ନିର ଅଙ୍ଗାରରେ ଜଳିଯାଏ, ଯେପରି ମଜିଠ ଜଳି ଯାଇଥାଏ||22||                        
                                            
                    
                    
                
                                   
                    ਫਰੀਦਾ ਲੋੜੈ ਦਾਖ ਬਿਜਉਰੀਆਂ ਕਿਕਰਿ ਬੀਜੈ ਜਟੁ ॥
                   
                    
                                          
                        ହେ ଫରିଦ! କୃଷକ ବାବୁଲ ବୁଣିଥାଏ, କିନ୍ତୁ ଅଙ୍ଗୁର ଚାହିଁ ଥାଏ।    
                                            
                    
                    
                
                                   
                    ਹੰਢੈ ਉਂਨ ਕਤਾਇਦਾ ਪੈਧਾ ਲੋੜੈ ਪਟੁ ॥੨੩॥
                   
                    
                                          
                        ଯେପରି କେହି ରେଶମ କାଟିଥାଏ, ରେଶମୀ ବସ୍ତ୍ର ପିନ୍ଧିବାର ଇଚ୍ଛା କରିଥାଏ ଅର୍ଥାତ ଜୀବ କାମ ଅଳ୍ପ କରିଥାଏ ଏବଂ ଆଶା ଅଧିକ କରିଥାଏ||23||          
                                            
                    
                    
                
                                   
                    ਫਰੀਦਾ ਗਲੀਏ ਚਿਕੜੁ ਦੂਰਿ ਘਰੁ ਨਾਲਿ ਪਿਆਰੇ ਨੇਹੁ ॥
                   
                    
                                          
                        ବାବା ଫରିଦ କହନ୍ତି ଯେ ଗଳିରେ କଚଡା ଅଛି, ଯାହା ସହିତ ପ୍ରେମ ଲାଗିଛି, ତାହାର ଘର ଦୂରରେ ଅଛି।                                                              
                                            
                    
                    
                
                                   
                    ਚਲਾ ਤ ਭਿਜੈ ਕੰਬਲੀ ਰਹਾਂ ਤ ਤੁਟੈ ਨੇਹੁ ॥੨੪॥
                   
                    
                                          
                        ଯଦି ମୁଁ ତାହାଙ୍କ ସହିତ ମିଳନ କରିବାକୁ ଯାଇଥାଏ, ବର୍ଷା କାରଣରୁ ମୋର କମ୍ବଳ ଭିଜି ଯାଇଥାଏ ଏବଂ ଯଦି ଯାଏ ନାହିଁ, ମୋର ପ୍ରେମ ଭାଙ୍ଗିଯାଏ||24||                               
                                            
                    
                    
                
                                   
                    ਭਿਜਉ ਸਿਜਉ ਕੰਬਲੀ ਅਲਹ ਵਰਸਉ ਮੇਹੁ ॥
                   
                    
                                          
                        ମୋର କମ୍ବଳ ପାଣିରେ ଭିଜି ଯାଉ, ଆଲାହାଙ୍କ ଇଚ୍ଛାରେ ବର୍ଷା ହୋଇଥାଏ।                      
                                            
                    
                    
                
                                   
                    ਜਾਇ ਮਿਲਾ ਤਿਨਾ ਸਜਣਾ ਤੁਟਉ ਨਾਹੀ ਨੇਹੁ ॥੨੫॥
                   
                    
                                          
                        ମୁଁ ସେହି ସଜ୍ଜନକୁ ଯାଇ ନିଶ୍ଚିତ ମିଳନ କରିବି ଯେପରି ତାହାଙ୍କ ଠାରୁ ମୋର ପ୍ରେମ ଭାଙ୍ଗି ନଯାଉ||25||   
                                            
                    
                    
                
                                   
                    ਫਰੀਦਾ ਮੈ ਭੋਲਾਵਾ ਪਗ ਦਾ ਮਤੁ ਮੈਲੀ ਹੋਇ ਜਾਇ ॥
                   
                    
                                          
                        ହେ ଫରିଦ! ମୋତେ ନିଜ ପଗଡିର ଭୟ ଥିଲା ଯେପରି ତାହା ମଇଳା ନ ହେଉ।      
                                            
                    
                    
                
                                   
                    ਗਹਿਲਾ ਰੂਹੁ ਨ ਜਾਣਈ ਸਿਰੁ ਭੀ ਮਿਟੀ ਖਾਇ ॥੨੬॥
                   
                    
                                          
                        ପରନ୍ତୁ ଅଜ୍ଞ ଆତ୍ମା ଏହା ଜାଣେ ନାହିଁ ଯେ ମୃତ୍ୟୁ ପରେ ମସ୍ତକକୁ ମଧ୍ୟ ମାଟି ହିଁ ଖାଇବ ||26||  
                                            
                    
                    
                
                                   
                    ਫਰੀਦਾ ਸਕਰ ਖੰਡੁ ਨਿਵਾਤ ਗੁੜੁ ਮਾਖਿਓੁ ਮਾਂਝਾ ਦੁਧੁ ॥
                   
                    
                                          
                        ଫରିଦ ଜୀ କହନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଚିନି, ଗୁଡ, ମିଶିରି, ମହୁ ଇତ୍ୟାଦି ସବୁ ବସ୍ତୁ ମିଠା ଅଟେ।      
                                            
                    
                    
                
                                   
                    ਸਭੇ ਵਸਤੂ ਮਿਠੀਆਂ ਰਬ ਨ ਪੁਜਨਿ ਤੁਧੁ ॥੨੭॥
                   
                    
                                          
                        ହେ ମୋର ପ୍ରଭୁ! ଏହା ସବୁ ତୋର ସମକକ୍ଷ ହୋଇ ପାରିବ ନାହିଁ (କାରଣ ତୋର ନାମ ହିଁ ସବୁଠାରୁ ମିଠା ଅଟେ। )||27||    
                                            
                    
                    
                
                                   
                    ਫਰੀਦਾ ਰੋਟੀ ਮੇਰੀ ਕਾਠ ਕੀ ਲਾਵਣੁ ਮੇਰੀ ਭੁਖ ॥
                   
                    
                                          
                        ଫରିଦ ଜୀ କହନ୍ତି ଯେ ମୋର ରୁଟି ଶୁଖିଯାଇ କାଠ ଭଳି ହୋଇ ଯାଇଛି, ଏହାଦ୍ୱାରା ମୋର କ୍ଷୁଧା ଦୂର ହୋଇଯାଏ।                                                     
                                            
                    
                    
                
                                   
                    ਜਿਨਾ ਖਾਧੀ ਚੋਪੜੀ ਘਣੇ ਸਹਨਿਗੇ ਦੁਖ ॥੨੮॥
                   
                    
                                          
                        ଯିଏ ପାପ କର୍ମ କରି ଘିଅ ସହିତ ରୁଟି ଖାଇଥାଏ, ସେ ବହୁତ ଦୁଃଖ ପାଇଥାଏ।||28||       
                                            
                    
                    
                
                                   
                    ਰੁਖੀ ਸੁਖੀ ਖਾਇ ਕੈ ਠੰਢਾ ਪਾਣੀ ਪੀਉ ॥
                   
                    
                                          
                        ବାବା ଫରିଦ ଆନନ୍ଦ ଅର୍ଜନର ସାଦା ଭୋଜନ କରିବାର କଥା କହନ୍ତି ଯେ ଶୁଖିଲା ରୁଟି-ଡାଲି ଖାଇ ଥଣ୍ଡା ପାଣି ପିଅ।                                                                                                         
                                            
                    
                    
                
                                   
                    ਫਰੀਦਾ ਦੇਖਿ ਪਰਾਈ ਚੋਪੜੀ ਨਾ ਤਰਸਾਏ ਜੀਉ ॥੨੯॥
                   
                    
                                          
                        ହେ ଫରିଦ! ପର ରୁଟି ଦେଖି ନିଜ ହୃଦୟକୁ ଦୁଃଖ ଦିଅ ନାହିଁ। ||29||            
                                            
                    
                    
                
                                   
                    ਅਜੁ ਨ ਸੁਤੀ ਕੰਤ ਸਿਉ ਅੰਗੁ ਮੁੜੇ ਮੁੜਿ ਜਾਇ
                   
                    
                                          
                        ମୁଁ କେବଳ ଆଜି ହିଁ ନିଜ ପ୍ରଭୁଙ୍କ ଠାରୁ ଦୂରରେ ରହିଛି, ଯାହାଦ୍ୱାରା ମୋର ହାତ-ପାଦ ଓ ସଂପୂର୍ଣ୍ଣ ଶରୀର ଯନ୍ତ୍ରଣା ପାଉଛି।    
                                            
                    
                    
                
                                   
                    ਜਾਇ ਪੁਛਹੁ ਡੋਹਾਗਣੀ ਤੁਮ ਕਿਉ ਰੈਣਿ ਵਿਹਾਇ ॥੩੦॥
                   
                    
                                          
                        ସେହି ଦୁହାଗିନୀକୁ ପଚାର ଯେ ତାହାର ଜୀବନ-ରାତ୍ରି କିପରି ଅତିବାହିତ ହେଉଛି||30||        
                                            
                    
                    
                
                                   
                    ਸਾਹੁਰੈ ਢੋਈ ਨਾ ਲਹੈ ਪੇਈਐ ਨਾਹੀ ਥਾਉ ॥
                   
                    
                                          
                        ଯେଉଁ ସ୍ତ୍ରୀକୁ ନା ଶଶୁର ଘରେ (ପରଲୋକ)ରେ ଆଶ୍ରା ମିଳିଥାଏ, ନା ବାପାଘରେ (ଇହଲୋକ)ରେ ଆଶ୍ରା ମିଳିଥାଏ।                                                                                                              
                                            
                    
                    
                
                                   
                    ਪਿਰੁ ਵਾਤੜੀ ਨ ਪੁਛਈ ਧਨ ਸੋਹਾਗਣਿ ਨਾਉ ॥੩੧॥
                   
                    
                                          
                        ପତି-ପ୍ରଭୁ ତାହାଙ୍କ କଥା ପଚାରନ୍ତି ନାହିଁ, ପୁଣି ଯଦି ଏପରି ସ୍ତ୍ରୀ ନିଜକୁ ସୁହାଗିନୀ କହିଥାଏ, ଠିକ ହୁଏନାହିଁ। ||31||
                                            
                    
                    
                
                                   
                    ਸਾਹੁਰੈ ਪੇਈਐ ਕੰਤ ਕੀ ਕੰਤੁ ਅਗੰਮੁ ਅਥਾਹੁ ॥
                   
                    
                                          
                        ଶଶୁର ଘର(ପରଲୋକ) ହେଉ ବା ବାପାଘର (ଇହଲୋକ) ହେଉ ଜୀବ-ସ୍ତ୍ରୀ ପ୍ରଭୁଙ୍କର ହିଁ ଅଟେ, ସେ ଅଗମ୍ୟ ଏବଂ ଅଥଳ ଅଟନ୍ତି।    
                                            
                    
                    
                
                                   
                    ਨਾਨਕ ਸੋ ਸੋਹਾਗਣੀ ਜੁ ਭਾਵੈ ਬੇਪਰਵਾਹ ॥੩੨॥
                   
                    
                                          
                        ଗୁରୁ ନାନକ କହନ୍ତି ଯେ ବାସ୍ତବରେ ସେ ହିଁ ସୁହାଗିନୀ ଅଟେ, ଯିଏ ପ୍ରଭୁଙ୍କୁ ଭଲ ଲାଗିଥାଏ||32||      
                                            
                    
                    
                
                                   
                    ਨਾਤੀ ਧੋਤੀ ਸੰਬਹੀ ਸੁਤੀ ਆਇ ਨਚਿੰਦੁ ॥
                   
                    
                                          
                        ଗାଧୋଇ, ସଜ ହୋଇ ଜୀବ-ସ୍ତ୍ରୀ ନିଶ୍ଚିନ୍ତ ହୋଇ ମୋହର ନିଦ୍ରାରେ ଶୋଇ ରହିଛି।       
                                            
                    
                    
                
                                   
                    ਫਰੀਦਾ ਰਹੀ ਸੁ ਬੇੜੀ ਹਿੰਙੁ ਦੀ ਗਈ ਕਥੂਰੀ ਗੰਧੁ ॥੩੩॥
                   
                    
                                          
                        କିନ୍ତୁ ହେ ଫରିଦ! ସେହି ଜୀବ-ସ୍ତ୍ରୀର କସ୍ତୁରୀ ଚାଲି ଯାଇଛି, ସେ ମନ୍ଦ କାର୍ଯ୍ୟରେ ପଡି ରହିଛି||33||
                                            
                    
                    
                
                                   
                    ਜੋਬਨ ਜਾਂਦੇ ਨਾ ਡਰਾਂ ਜੇ ਸਹ ਪ੍ਰੀਤਿ ਨ ਜਾਇ ॥
                   
                    
                                          
                        ଯଦି ପତି-ପ୍ରଭୁଙ୍କ ସହିତ ମୋର ପ୍ରୀତି ବନି ରହିଥାଏ, ମୋର ନିଜ ଯୌବନ ଚାଲିଗଲେ ମଧ୍ୟ କିଛି ଭୟ ନାହିଁ, 
                                            
                    
                    
                
                                   
                    ਫਰੀਦਾ ਕਿਤੀ ਜੋਬਨ ਪ੍ਰੀਤਿ ਬਿਨੁ ਸੁਕਿ ਗਏ ਕੁਮਲਾਇ ॥੩੪॥
                   
                    
                                          
                        ହେ ଫରିଦ! ପ୍ରଭୁ ପ୍ରୀତି ବିନା ଅନେକ ଜୀବର ଯୌବନ ସୁଖ ଚାଲି ଯାଇଛି||34||          
                                            
                    
                    
                
                                   
                    ਫਰੀਦਾ ਚਿੰਤ ਖਟੋਲਾ ਵਾਣੁ ਦੁਖੁ ਬਿਰਹਿ ਵਿਛਾਵਣ ਲੇਫੁ ॥
                   
                    
                                          
                        ଫରିଦ ଜୀ କହନ୍ତି ଯେ ଚିନ୍ତା ଆମର ଶେଯ ଅଟେ, ଯାହା ଦୁଃଖ ରସିରେ ତିଆରି ହୋଇଛି ଏବଂ ବିୟୋଗର ଦୁଃଖ ଆମର ବିଚ୍ଛଣା ଓ ରେଜେଇ ଅଟେ।                                                    
                                            
                    
                    
                
                                   
                    ਏਹੁ ਹਮਾਰਾ ਜੀਵਣਾ ਤੂ ਸਾਹਿਬ ਸਚੇ ਵੇਖੁ ॥੩੫॥
                   
                    
                                          
                        ହେ ସଚ୍ଚା ମାଲିକ! ତୁ ଆମର ଅବସ୍ଥା ଦେଖ, ଏହା ଆମର ଜୀବନ ଅଟେ||35||             
                                            
                    
                    
                
                                   
                    ਬਿਰਹਾ ਬਿਰਹਾ ਆਖੀਐ ਬਿਰਹਾ ਤੂ ਸੁਲਤਾਨੁ ॥
                   
                    
                                          
                        ବିରହ-ବିୟୋଗ କହି ସମସ୍ତେ ଦୁଃଖୀ ହେଉଛନ୍ତି, ହେ ବିୟୋଗ!ତୁ ହିଁ ବାଦଶାହ ଅଟୁ,             
                                            
                    
                    
                
                                   
                    ਫਰੀਦਾ ਜਿਤੁ ਤਨਿ ਬਿਰਹੁ ਨ ਊਪਜੈ ਸੋ ਤਨੁ ਜਾਣੁ ਮਸਾਨੁ ॥੩੬॥
                   
                    
                                          
                        କାରଣ ଫରିଦ ଜୀ କହନ୍ତି, ଯେଉଁ ଶରୀରରେ ବିୟୋଗ ଜାତ ହୁଏନାହିଁ, ତାହା ଶ୍ମଶାନ ସମାନ ଭାବ, ଯେଉଁଠି ନିତ୍ୟ ଅଗ୍ନି ଜଳିଥାଏ||36||                                                 
                                            
                    
                    
                
                                   
                    ਫਰੀਦਾ ਏ ਵਿਸੁ ਗੰਦਲਾ ਧਰੀਆਂ ਖੰਡੁ ਲਿਵਾੜਿ ॥
                   
                    
                                          
                        ଫରିଦ ଜୀ କହନ୍ତି- ଏହି ଦୁନିଆର ପଦାର୍ଥ ଜହରରେ ଭରି ରହିଛି, ଯାହାକୁ ମୋହ ଧରି ରଖିଛି।       
                                            
                    
                    
                
                                   
                    ਇਕਿ ਰਾਹੇਦੇ ਰਹਿ ਗਏ ਇਕਿ ਰਾਧੀ ਗਏ ਉਜਾੜਿ ॥੩੭॥
                   
                    
                                          
                        କିଚିଲୋକ ଏହି ପଦାର୍ଥକୁ ବୁଣିବାକୁ ପ୍ରସ୍ତୁତ ହୋଇ ମରି ଯାଇଛନ୍ତି ଏବଂ କିଛି ଛାଡି ଚାଲି ଯାଇଛନ୍ତି||37||      
                                            
                    
                    
                
                                   
                    ਫਰੀਦਾ ਚਾਰਿ ਗਵਾਇਆ ਹੰਢਿ ਕੈ ਚਾਰਿ ਗਵਾਇਆ ਸੰਮਿ ॥
                   
                    
                                          
                        ଫରିଦ ଜୀ କହନ୍ତି ଯେ ହେ ଜୀବ! ଦିନର ଚାରି ପ୍ରହର ତୁ ମଉଜ-ମସ୍ତିରେ ହରାଇ ଦେଇଛୁ ଆଉ ରାତିର ଚାରି ପ୍ରହର ଶୟନ କରି ହରାଇ ଦେଇଛୁ। 
                                            
                    
                    
                
                                   
                    ਲੇਖਾ ਰਬੁ ਮੰਗੇਸੀਆ ਤੂ ਆਂਹੋ ਕੇਰ੍ਹੇ ਕੰਮਿ ॥੩੮॥
                   
                    
                                          
                        ଶେଷରେ ପ୍ରଭୁ ତୋ’ ଠାରୁ ହିସାବ ମାଗିବେ ଯେ କେବଳ ତୁ ଏହି କାମ କରିଥିଲୁ||38||     
                                            
                    
                    
                
                                   
                    ਫਰੀਦਾ ਦਰਿ ਦਰਵਾਜੈ ਜਾਇ ਕੈ ਕਿਉ ਡਿਠੋ ਘੜੀਆਲੁ ॥
                   
                    
                                          
                        ଫରିଦ ଜୀ କହନ୍ତି (ପାପ-ଦୋଷ ଠାରୁ ସାବଧାନ କରି) ହେ ଭାଇ! ତୁ କେବେ କୌଣସି ଦ୍ଵାରକୁ ଯାଇ ଦୋଷୀ ମାଡ ଖାଇବା ଦେଖିଛୁ??                                                                
                                            
                    
                    
                
                                   
                    ਏਹੁ ਨਿਦੋਸਾਂ ਮਾਰੀਐ ਹਮ ਦੋਸਾਂ ਦਾ ਕਿਆ ਹਾਲੁ ॥੩੯॥
                   
                    
                                          
                        ଯେତେବେଳେ ଏହି ବିଚରା ନିର୍ଦ୍ଦୋଷରେ ମାଡ ଖାଇଥାଏ, ପୁଣି ଆମ ଭଳି ଦୋଷୀର ଅବସ୍ଥା କଣ ହେବ?||39||                                                          
                                            
                    
                    
                
                                   
                    ਘੜੀਏ ਘੜੀਏ ਮਾਰੀਐ ਪਹਰੀ ਲਹੈ ਸਜਾਇ ॥
                   
                    
                                          
                        ବିଚରା ଦୋଷୀ ଉପରେ ପ୍ରତି କ୍ଷଣରେ ମାଡ ପଡିଥାଏ ଏବଂ ପ୍ରତି ପ୍ରହରରେ ଦଣ୍ଡ ମିଳିଥାଏ। 
                                            
                    
                    
                
                                   
                    ਸੋ ਹੇੜਾ ਘੜੀਆਲ ਜਿਉ ਡੁਖੀ ਰੈਣਿ ਵਿਹਾਇ ॥੪੦॥
                   
                    
                                          
                        ସେହି ଶରୀର ମଧ୍ୟ ଦୋଷୀ, ଯିଏ ନିଜର ଜୀବନ-ରାତ୍ରିକୁ ଏପରି ଦୁଃଖରେ ଅତିବାହିତ କରିଥାଏ||40||  
                                            
                    
                    
                
                    
             
				