Page 1363
ਹੈ ਕੋਊ ਐਸਾ ਮੀਤੁ ਜਿ ਤੋਰੈ ਬਿਖਮ ਗਾਂਠਿ ॥
କଣ କେହି ଏପରି ମିତ୍ର ଅଛି ଯିଏ ସଂସାରର ବିଷମ ଗଣ୍ଠି ଖୋଲି ପାରିବ?
ਨਾਨਕ ਇਕੁ ਸ੍ਰੀਧਰ ਨਾਥੁ ਜਿ ਟੂਟੇ ਲੇਇ ਸਾਂਠਿ ॥੧੫॥
ଗୁରୁ ନାନକ କହନ୍ତି: କେବଳ ଏକ ମାଲିକ ପ୍ରଭୁ ହିଁ ଅଛନ୍ତି, ଯିଏ ନିଜ ଠାରୁ ବିଚ୍ଛେଦକୁ ମିଳନ କରି ପାରିବେ||15||
ਧਾਵਉ ਦਸਾ ਅਨੇਕ ਪ੍ਰੇਮ ਪ੍ਰਭ ਕਾਰਣੇ ॥
ପ୍ରଭୁପ୍ରେମ ପାଇଁ ଅନେକ ଦିଗରେ ଦୌଡିଛି।
ਪੰਚ ਸਤਾਵਹਿ ਦੂਤ ਕਵਨ ਬਿਧਿ ਮਾਰਣੇ ॥
କାମ-କ୍ରୋଧ ରୂପୀ ପାଞ୍ଚ ଦୁଷ୍ଟ ମୋତେ ନିର୍ଯ୍ୟାତନା ଦେଉଛନ୍ତି, ତ୍ସେମାନଙ୍କୁ କେଉଁ ଉପାୟରେ ଦୂର କରିହେବ।
ਤੀਖਣ ਬਾਣ ਚਲਾਇ ਨਾਮੁ ਪ੍ਰਭ ਧ੍ਯ੍ਯਾਈਐ ॥
(ଉତ୍ତର)- ପ୍ରଭୁନାମର ଧ୍ୟାନ କର, ଏହା ତୀକ୍ଷଣ ବାଣ ଅଟେ।
ਹਰਿਹਾਂ ਮਹਾਂ ਬਿਖਾਦੀ ਘਾਤ ਪੂਰਨ ਗੁਰੁ ਪਾਈਐ ॥੧੬॥
ପୂର୍ଣ୍ଣ ଗୁରୁଙ୍କୁ ପାଇ ମହା ଦୁଃଖଦାୟକ ବିକାରର ଅନ୍ତ ହୋଇଯାଏ||16||
ਸਤਿਗੁਰ ਕੀਨੀ ਦਾਤਿ ਮੂਲਿ ਨ ਨਿਖੁਟਈ ॥
ସଦଗୁରୁ ହରିନାମ ରୂପୀ ଏପରି ଦାନ ଦେଇଛନ୍ତି, ଯାହା କେବେ ସମାପ୍ତ ହୁଏନାହିଁ।
ਖਾਵਹੁ ਭੁੰਚਹੁ ਸਭਿ ਗੁਰਮੁਖਿ ਛੁਟਈ ॥
ସମସ୍ତେ ଏହାକୁ ଭୋଗ (ଅର୍ଥାତ ହରି-ଭଜନ) କର, ଗୁରୁଙ୍କ ସାନ୍ନିଧ୍ୟରେ ସଂସାରର ବନ୍ଧନରୁ ମୁକ୍ତି ହୋଇଯାଏ।
ਅੰਮ੍ਰਿਤੁ ਨਾਮੁ ਨਿਧਾਨੁ ਦਿਤਾ ਤੁਸਿ ਹਰਿ ॥
ପରମେଶ୍ଵର ପ୍ରସନ୍ନ ହୋଇ ଆମକୁ ସୁଖର ଘର ଅମୃତମୟ ହରିନାମ ଦେଇଛନ୍ତି।
ਨਾਨਕ ਸਦਾ ਅਰਾਧਿ ਕਦੇ ਨ ਜਾਂਹਿ ਮਰਿ ॥੧੭॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ସଜ୍ଜନ! ସର୍ବଦା ହରିଙ୍କ ଆରାଧନା କର, ଜନ୍ମ-ମରଣର ଚକ୍ର ଦୂର ହୋଇଯାଏ||17||
ਜਿਥੈ ਜਾਏ ਭਗਤੁ ਸੁ ਥਾਨੁ ਸੁਹਾਵਣਾ ॥
ଯେଉଁଠି ଭକ୍ତ ଯାଇଥାଏ, ସେହି ସ୍ଥାନ ସୁଖଦାୟକ ହୋଇଥାଏ।
ਸਗਲੇ ਹੋਏ ਸੁਖ ਹਰਿ ਨਾਮੁ ਧਿਆਵਣਾ ॥
ହରିନାମର ଧ୍ୟାନ କରିବା ଦ୍ଵାରା ସବୁ ଦିଗରୁ ସୁଖ ପ୍ରାପ୍ତ ହୋଇଥାଏ।
ਜੀਅ ਕਰਨਿ ਜੈਕਾਰੁ ਨਿੰਦਕ ਮੁਏ ਪਚਿ ॥
ସବୁ ଜୀବ ଭକ୍ତର ଜୟ-ଜୟକାର କରିଥାନ୍ତି, ପରନ୍ତୁ ନିନ୍ଦୁକ ଦୁଃଖରେ ଜଳିଥାଏ।
ਸਾਜਨ ਮਨਿ ਆਨੰਦੁ ਨਾਨਕ ਨਾਮੁ ਜਪਿ ॥੧੮॥
ଗୁରୁ ନାନକ କହନ୍ତି: ହରିନାମ ଜପ କରିବା ଦ୍ଵାରା ସଜ୍ଜନର ମନରେ ଆନନ୍ଦ ବନି ରହିଥାଏ||18
ਪਾਵਨ ਪਤਿਤ ਪੁਨੀਤ ਕਤਹ ਨਹੀ ਸੇਵੀਐ ॥
ଯିଏ ପତିତକୁ ପବିତ୍ର କରିବା ବାଲା ଅଟନ୍ତି, ସେହି ପବିତ୍ର ଈଶ୍ଵରଙ୍କୁ ଆମେ କେବେ ଉପାସନା କରି ନାହୁଁ।
ਝੂਠੈ ਰੰਗਿ ਖੁਆਰੁ ਕਹਾਂ ਲਗੁ ਖੇਵੀਐ ॥
ସଂସାରର ମିଥ୍ୟା ରଙ୍ଗରେ ବ୍ୟତିବ୍ୟସ୍ତ ହୋଇଥାଉ, ଏହିପରି କେଉଁ ପର୍ଯ୍ୟନ୍ତ ଚାଲିବ?
ਹਰਿਚੰਦਉਰੀ ਪੇਖਿ ਕਾਹੇ ਸੁਖੁ ਮਾਨਿਆ ॥
ହରିଶଚନ୍ଦ୍ରଙ୍କ ନଗରୀ ସମାନ ସଂସାରକୁ ଦେଖି ସୁଖ ମାନିଥାଏ।
ਹਰਿਹਾਂ ਹਉ ਬਲਿਹਾਰੀ ਤਿੰਨ ਜਿ ਦਰਗਹਿ ਜਾਨਿਆ ॥੧੯॥
ଆମେ ସେହି ଭକ୍ତଙ୍କ ପ୍ରତି ସମର୍ପିତ ଯାଇଥାଉ, ଯିଏ ପ୍ରଭୁଙ୍କ ଦରବାରରେ ପ୍ରତିଷ୍ଠାର ପାତ୍ର ବନିଥାଏ||19||
ਕੀਨੇ ਕਰਮ ਅਨੇਕ ਗਵਾਰ ਬਿਕਾਰ ਘਨ ॥
ମୂର୍ଖ ବ୍ୟକ୍ତି ପାପ-ବିକାରଯୁକ୍ତ ଅନେକ କର୍ମ କରିଥାଏ।
ਮਹਾ ਦ੍ਰੁਗੰਧਤ ਵਾਸੁ ਸਠ ਕਾ ਛਾਰੁ ਤਨ ॥
ସେ ମହା ପାପ ସ୍ଥାନରେ ରହିଥାଏ ଏବଂ ଏହି ପ୍ରକାରର ମୂର୍ଖକୁ ଶରୀରର ଧୂଳି ହିଁ ମିଳିଯାଏ।
ਫਿਰਤਉ ਗਰਬ ਗੁਬਾਰਿ ਮਰਣੁ ਨਹ ਜਾਨਈ ॥
ସେ ପ୍ରତି କ୍ଷଣରେ ଅହଂକାରରେ ଲୀନ ରହିଥାଏ ଏବଂ ମୃତ୍ୟୁକୁ ମଧ୍ୟ ଭୁଲି ଯାଇଥାଏ।
ਹਰਿਹਾਂ ਹਰਿਚੰਦਉਰੀ ਪੇਖਿ ਕਾਹੇ ਸਚੁ ਮਾਨਈ ॥੨੦॥
ସେ ନଶ୍ଵର ସଂସାରକୁ ଦେଖି ତାହାକୁ ହିଁ ସତ୍ୟ ମାନିଥାଏ||20||
ਜਿਸ ਕੀ ਪੂਜੈ ਅਉਧ ਤਿਸੈ ਕਉਣੁ ਰਾਖਈ ॥
ଯାହାର ଜୀବନର ଦିନ ପୁରା ହୋଇଯାଏ, ତାହାକୁ ମୃତ୍ୟୁ ମୁଖରୁ କିଏ ରକ୍ଷା କରି ପାରିବ?
ਬੈਦਕ ਅਨਿਕ ਉਪਾਵ ਕਹਾਂ ਲਉ ਭਾਖਈ ॥
ଚିକିତ୍ସକ ଅନେକ ଉପାୟ କରିଲେ ମଧ୍ୟ ସବୁ ବ୍ୟର୍ଥ ହୋଇଥାଏ।
ਏਕੋ ਚੇਤਿ ਗਵਾਰ ਕਾਜਿ ਤੇਰੈ ਆਵਈ ॥
ଆରେ ଗାଉଁଳି! କେବଳ ପରମାତ୍ମାଙ୍କ ଚିନ୍ତନ କର, ଏହା ତୋର କାମରେ ଆସିବ।
ਹਰਿਹਾਂ ਬਿਨੁ ਨਾਵੈ ਤਨੁ ਛਾਰੁ ਬ੍ਰਿਥਾ ਸਭੁ ਜਾਵਈ ॥੨੧॥
ହରିନାମ ସ୍ମରଣ ବିନା ଶରୀର ଧୂଳି ସମାନ ଅଟେ ଏବଂ ସବୁ ବୃଥା ହୋଇଯାଏ||21||
ਅਉਖਧੁ ਨਾਮੁ ਅਪਾਰੁ ਅਮੋਲਕੁ ਪੀਜਈ ॥
ହରିନାମ ଅମୂଲ୍ୟ, ଅପାର ଔଷଧ ଅଟେ, ଏହା ପାନ କରିବା ଉଚିତ।
ਮਿਲਿ ਮਿਲਿ ਖਾਵਹਿ ਸੰਤ ਸਗਲ ਕਉ ਦੀਜਈ ॥
ସନ୍ଥ ପୁରୁଷ ମିଶି ଏହାର ସେବନ କରିଥାନ୍ତି ଏବଂ ଅନ୍ୟ ଜିଜ୍ଞାସୁକୁ ମଧ୍ୟ ଦେଇଥାନ୍ତି।
ਜਿਸੈ ਪਰਾਪਤਿ ਹੋਇ ਤਿਸੈ ਹੀ ਪਾਵਣੇ ॥
ସେ ହିଁ ଏହି ଔଷଧ ପାଇଥାଏ, ଯାହାକୁ ସନ୍ଥଙ୍କ ପ୍ରାପ୍ତି ହୋଇଥାଏ।
ਹਰਿਹਾਂ ਹਉ ਬਲਿਹਾਰੀ ਤਿੰਨ੍ਹ੍ਹ ਜਿ ਹਰਿ ਰੰਗੁ ਰਾਵਣੇ ॥੨੨॥
ଆମେ ସେହି ଜିଜ୍ଞାସୁ ପ୍ରତି ସମର୍ପିତ ଯାଉ, ଯିଏ ପରମାତ୍ମାଙ୍କ ରଙ୍ଗରେ ଲୀନ ରହିଥାଏ||22||
ਵੈਦਾ ਸੰਦਾ ਸੰਗੁ ਇਕਠਾ ਹੋਇਆ ॥
ସନ୍ଥଙ୍କ ମଣ୍ଡଳୀ ବୈଦ୍ୟ ରୂପରେ ଏକାଠି ହୋଇଥାନ୍ତି।
ਅਉਖਦ ਆਏ ਰਾਸਿ ਵਿਚਿ ਆਪਿ ਖਲੋਇਆ ॥
ସେତେବେଳେ ହରିନାମ ରୂପୀ ଔଷଧ ନିଜର ସଂପୂର୍ଣ୍ଣ ପ୍ରଭାବ ପକାଇ ଥାଏ, କାରଣ ଏଥିରେ ଈଶ୍ଵର ସ୍ଵୟଂ ବିରାଜମାନ ହୋଇଥାନ୍ତି।
ਜੋ ਜੋ ਓਨਾ ਕਰਮ ਸੁਕਰਮ ਹੋਇ ਪਸਰਿਆ ॥
ସେ ଯେଉଁ ଯେଉଁ କର୍ମ କରିଥାଏ, ତାହା ସୁକର୍ମ ବନି ଲୋକଙ୍କ ମଧ୍ୟରେ ପ୍ରସାର କରିଥାଏ।
ਹਰਿਹਾਂ ਦੂਖ ਰੋਗ ਸਭਿ ਪਾਪ ਤਨ ਤੇ ਖਿਸਰਿਆ ॥੨੩॥
ଏହିପରି ଦୁଃଖ-ରୋଗ ଏବଂ ସବୁ ପାପ ଶରୀରରୁ ନିବୃତ୍ତ ହୋଇଯାଏ||23||
ਚਉਬੋਲੇ ਮਹਲਾ ੫
ଚଉବୋଲେ ମହଲା 5
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸੰਮਨ ਜਉ ਇਸ ਪ੍ਰੇਮ ਕੀ ਦਮ ਕ੍ਯ੍ਯਿਹੁ ਹੋਤੀ ਸਾਟ ॥
ହେ ସମ୍ମନ! ଯଦି ପ୍ରେମର ବ୍ୟାପାର ଧନ-ଦୌଲତ ଦ୍ଵାରା ହୋଇ ପାରିବ, ଲଙ୍କାପାତି ରାବଣ ଭଳି ବାଦଶାହ କାଙ୍ଗାଳ ନଥିଲା,
ਰਾਵਨ ਹੁਤੇ ਸੁ ਰੰਕ ਨਹਿ ਜਿਨਿ ਸਿਰ ਦੀਨੇ ਕਾਟਿ ॥੧॥
ଯିଏ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏଗାର ଥର ନିଜ ଶିର କାଟି ସମର୍ପଣ କରି ଦେଇଥିଲା||1||
ਪ੍ਰੀਤਿ ਪ੍ਰੇਮ ਤਨੁ ਖਚਿ ਰਹਿਆ ਬੀਚੁ ਨ ਰਾਈ ਹੋਤ ॥
ଯାହାର ମନ ନିଜ ପ୍ରିୟତମଙ୍କ ପ୍ରେମରେ ଲୀନ ରହିଥାଏ, ତାହା ପାଖରେ କୌଣସି ଅନ୍ତର ନଥାଏ।
ਚਰਨ ਕਮਲ ਮਨੁ ਬੇਧਿਓ ਬੂਝਨੁ ਸੁਰਤਿ ਸੰਜੋਗ ॥੨॥
ମନ ପ୍ରିୟତମଙ୍କ ଚରଣ-କମଳରେ ଲାଖି ଯାଇଥାଏ, ଅନ୍ତରାତ୍ମା ପ୍ରେମ ଲଗ୍ନରେ ଲୀନ ରହି ଜାଗ୍ରତ ହୋଇଯାଏ||2||