Guru Granth Sahib Translation Project

guru granth sahib odia page-1283

Page 1283

ਗੁਰਮੁਖਿ ਆਪੁ ਵੀਚਾਰੀਐ ਲਗੈ ਸਚਿ ਪਿਆਰੁ ॥ ସେ ହି ସଚ୍ଚା ପ୍ରଭୁଙ୍କ ସହିତ ପ୍ରେମ କରିଥାଏ, ଯିଏ ଗୁରୁଙ୍କ ଦ୍ଵାରା ଆତ୍ମ-ଚିନ୍ତନ କରିଥାଏ।
ਨਾਨਕ ਕਿਸ ਨੋ ਆਖੀਐ ਆਪੇ ਦੇਵਣਹਾਰੁ ॥੧੦॥ ହେ ନାନକ! ଯେତେବେଳେ ପରମାତ୍ମା ହିଁ ସବୁ ଦେବା ବାଲା ଅଟନ୍ତି, ଆଉ କାହାକୁ ଦାତା କୁହାଯାଇ ପାରିବ||10||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਬਾਬੀਹਾ ਏਹੁ ਜਗਤੁ ਹੈ ਮਤ ਕੋ ਭਰਮਿ ਭੁਲਾਇ ॥ ହେ ଚାତକ! ଏହା ଜଗତ ଅଟେ, କୌଣସି ଭ୍ରମରେ ପଥଭ୍ରଷ୍ଟ ହୁଅନାହିଁ।
ਇਹੁ ਬਾਬੀਂਹਾ ਪਸੂ ਹੈ ਇਸ ਨੋ ਬੂਝਣੁ ਨਾਹਿ ॥ ଏହି ଜୀବ ପଶୁ ସମାନ ଅଟେ, ତାହାର କୌଣସି ଜ୍ଞାନ ନାହିଁ।
ਅੰਮ੍ਰਿਤੁ ਹਰਿ ਕਾ ਨਾਮੁ ਹੈ ਜਿਤੁ ਪੀਤੈ ਤਿਖ ਜਾਇ ॥ ପରମାତ୍ମାଙ୍କ ନାମ ଅମୃତମୟ ଅଟେ, ଯାହା ପାନ କରିବା ଦ୍ଵାରା ତୃଷ୍ଣା ମେଣ୍ଟି ଯାଇଥାଏ।
ਨਾਨਕ ਗੁਰਮੁਖਿ ਜਿਨ੍ਹ੍ਹ ਪੀਆ ਤਿਨ੍ਹ੍ਹ ਬਹੁੜਿ ਨ ਲਾਗੀ ਆਇ ॥੧॥ ନାନକ କହନ୍ତି ଯେ ଯିଏ ଗୁରୁଙ୍କ ଦ୍ଵାରା ଅମୃତ ପାନ କରିଛି, ତାହାକୁ ପୁଣି ତୃଷ୍ଣା ହୁଏନାହିଁ।||1||
ਮਃ ੩ ॥ ମହଲା 3॥
ਮਲਾਰੁ ਸੀਤਲ ਰਾ ਗੁ ਹੈ ਹਰਿ ਧਿਆਇਐ ਸਾਂਤਿ ਹੋਇ ॥ ମଲାର ଶୀତଳ ରାଗ ଅଟେ, କିନ୍ତୁ ଏହି ରାଗ ଦ୍ଵାରା ପ୍ରଭୁଙ୍କ ଭଜନ କରିଲେ ଶାନ୍ତି ପ୍ରାପ୍ତ ହୋଇଥାଏ।
ਹਰਿ ਜੀਉ ਅਪਣੀ ਕ੍ਰਿਪਾ ਕਰੇ ਤਾਂ ਵਰਤੈ ਸਭ ਲੋਇ ॥ ଈଶ୍ଵର ନିଜ କୃପା କରିଥାନ୍ତି, ସଂପୂର୍ଣ୍ଣ ସଂସାରକୁ ସୁଖ-ଶାନ୍ତି ପ୍ରାପ୍ତ ହୋଇଥାଏ।
ਵੁਠੈ ਜੀਆ ਜੁਗਤਿ ਹੋਇ ਧਰਣੀ ਨੋ ਸੀਗਾਰੁ ਹੋਇ ॥ ତାହା ବର୍ଷା ହେବା ଦ୍ଵାରା ଜୀବନ ଯୁକ୍ତି ପ୍ରାପ୍ତ ହୋଇଥାଏ ଏବଂ ସଂପୂର୍ଣ୍ଣ ଧରିତ୍ରୀର ଶୃଙ୍ଗାର ହୋଇଥାଏ।
ਨਾਨਕ ਇਹੁ ਜਗਤੁ ਸਭੁ ਜਲੁ ਹੈ ਜਲ ਹੀ ਤੇ ਸਭ ਕੋਇ ॥ ହେ ନାନକ! ଏହି ଜଗତ ସବୁ ଜଳ ହିଁ ଜଳ ଅଟେ ଏବଂ ଜଳ ଦ୍ଵାରା ହିଁ ସବୁ କିଛି ହୋଇଥାଏ।
ਗੁਰ ਪਰਸਾਦੀ ਕੋ ਵਿਰਲਾ ਬੂਝੈ ਸੋ ਜਨੁ ਮੁਕਤੁ ਸਦਾ ਹੋਇ ॥੨॥ ଗୁରୁଙ୍କ କୃପାରୁ କେହି ବିରଳ ହିଁ ଏହି ତଥ୍ୟକୁ ବୁଝିଥାଏ ଏବଂ ସେ ସବୁଦିନ ପାଇଁ ମୁକ୍ତି ପାଇଥାଏ||2||
ਪਉੜੀ ॥ ପଉଡୀ॥
ਸਚਾ ਵੇਪਰਵਾਹੁ ਇਕੋ ਤੂ ਧਣੀ ॥ ହେ ପରମେଶ୍ଵର! ଏକମାତ୍ର ତୁ ହିଁ ସବୁଙ୍କ ମାଲିକ ଅଟୁ, ସର୍ବାଧିକାର ସମ୍ପର୍ଣ୍ଣ ଅଟୁ।
ਤੂ ਸਭੁ ਕਿਛੁ ਆਪੇ ਆਪਿ ਦੂਜੇ ਕਿਸੁ ਗਣੀ ॥ ତୁ ସର୍ବଶକ୍ତିମାନ ଅଟୁ, ଆଉ କାହାକୁ ବଡ ମାନାଯାଏ ନାହିଁ।
ਮਾਣਸ ਕੂੜਾ ਗਰਬੁ ਸਚੀ ਤੁਧੁ ਮਣੀ ॥ ମନୁଷ୍ୟର ଅହଂକାର ମିଥ୍ୟା ଅଟେ, ତୋର ମହିମା ହିଁ ସଚ୍ଚା ଅଟେ।
ਆਵਾ ਗਉਣੁ ਰਚਾਇ ਉਪਾਈ ਮੇਦਨੀ ॥ ଦୁନିଆକୁ ଜାତ କରି ଜନ୍ମ-ମରଣ ବନାଇ ଦେଇଛୁ।
ਸਤਿਗੁਰੁ ਸੇਵੇ ਆਪਣਾ ਆਇਆ ਤਿਸੁ ਗਣੀ ॥ ଯିଏ ସଦଗୁରୁଙ୍କ ସେବା କରିଥାଏ, ତାହାର ଜନ୍ମ ସଫଳ ମାନାଯାଏ।
ਜੇ ਹਉਮੈ ਵਿਚਹੁ ਜਾਇ ਤ ਕੇਹੀ ਗਣਤ ਗਣੀ ॥ ଯେତେବେଳେ ମନରୁ ଅହଂ ଦୂର ହୋଇଯାଏ, ଛୋଟ-ବଡ ମାନିବା କଥା ସମାପ୍ତ ହୋଇଯାଏ।
ਮਨਮੁਖ ਮੋਹਿ ਗੁਬਾਰਿ ਜਿਉ ਭੁਲਾ ਮੰਝਿ ਵਣੀ ॥ ସ୍ଵେଚ୍ଛାଚାରୀ ମୋହ ଏବଂ ଅହଂକାରରେ ଲୀନ ରହିଥାଏ, ତାହାର ଦଶା ଏହିଭଳି, ଯେପରି ଜଙ୍ଗଲରେ ପଥଭ୍ରଷ୍ଟ ହୋଇଥାଏ।
ਕਟੇ ਪਾਪ ਅਸੰਖ ਨਾਵੈ ਇਕ ਕਣੀ ॥੧੧॥ ଯଦି ପ୍ରଭୁଙ୍କ ନାମ-ସ୍ମରଣ ସାମାନ୍ୟ କରାଯାଏ, ତାହେଲେ ଏହାଦ୍ବାରା ଅସଂଖ୍ୟ ପାପ ଦୂର ହୋଇଯାଏ||11||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਬਾਬੀਹਾ ਖਸਮੈ ਕਾ ਮਹਲੁ ਨ ਜਾਣਹੀ ਮਹਲੁ ਦੇਖਿ ਅਰਦਾਸਿ ਪਾਇ ॥ ଜୀବ ରୂପୀ ଚାତକ ନିଜ ମାଲିକଙ୍କ ଠିକଣା ଜାଣେ ନାହିଁ, ଯଦି ପ୍ରାର୍ଥନା କରିଥାଏ, ସ୍ଥାନ ଦେଖିଥାଏ।
ਆਪਣੈ ਭਾਣੈ ਬਹੁਤਾ ਬੋਲਹਿ ਬੋਲਿਆ ਥਾਇ ਨ ਪਾਇ ॥ ନିଜ ଇଚ୍ଛାରେ ସେ ବହୁତ ବୋଲିଥାଏ, ପରନ୍ତୁ ଏପରି ବୋଲିବା ସ୍ଵୀକୃତ ହୁଏନାହିଁ।
ਖਸਮੁ ਵਡਾ ਦਾਤਾਰੁ ਹੈ ਜੋ ਇਛੇ ਸੋ ਫਲ ਪਾਇ ॥ କେବଳ ମାଲିକ ହିଁ ବଡ ଦାତା ଅଟନ୍ତି, ଯାହା କାମନା ହେବ, ସେହି ଫଳ ପ୍ରାପ୍ତ ହେବ।
ਬਾਬੀਹਾ ਕਿਆ ਬਪੁੜਾ ਜਗਤੈ ਕੀ ਤਿਖ ਜਾਇ ॥੧॥ ବିଚରା ଜୀବ ରୂପୀ ଚାତକ କଣ, ସାରା ଜଗତର ତୃଷ୍ଣା ମେଣ୍ଟି ଯାଇଥାଏ||1||
ਮਃ ੩ ॥ ମହଲା 3॥
ਬਾਬੀਹਾ ਭਿੰਨੀ ਰੈਣਿ ਬੋਲਿਆ ਸਹਜੇ ਸਚਿ ਸੁਭਾਇ ॥ ଜୀବ ରୂପୀ ଚାତକ ସୁନ୍ଦର ରାତିରେ ସ୍ଵାଭାବିକ ଭାବରେ ବୋଲିଥାଏ ଯେ
ਇਹੁ ਜਲੁ ਮੇਰਾ ਜੀਉ ਹੈ ਜਲ ਬਿਨੁ ਰਹਣੁ ਨ ਜਾਇ ॥ ପରମେଶ୍ଵର ରୂପୀ ଜଳ ହିଁ ମୋର ଜୀବନ ଅଟେ, ତାହାଙ୍କ ବିନା ମୁଁ ଜୀବିତ ରହି ପାରିବି ନାହିଁ।
ਗੁਰ ਸਬਦੀ ਜਲੁ ਪਾਈਐ ਵਿਚਹੁ ਆਪੁ ਗਵਾਇ ॥ ଯଦି ମନରୁ ଅହଂ ଭାବ ଦୂର କରାଯାଏ, ଗୁରୁଙ୍କ ଉପଦେଶ ଦ୍ଵାରା ପରମେଶ୍ଵର ରୂପୀ ଜଳ ପ୍ରାପ୍ତ ହୋଇଯାଏ।
ਨਾਨਕ ਜਿਸੁ ਬਿਨੁ ਚਸਾ ਨ ਜੀਵਦੀ ਸੋ ਸਤਿਗੁਰਿ ਦੀਆ ਮਿਲਾਇ ॥੨॥ ହେ ନାନକ! ଯାହାଙ୍କ ବିନା ଏକ କ୍ଷଣ ମଧ୍ୟ ବଞ୍ଚି ରହିବା କଷ୍ଟକର ହୋଇଥାଏ, ସଚ୍ଚା ଗୁରୁ ହିଁ ତାହାଙ୍କ ସହିତ ମିଳାଇ ଥାଆନ୍ତି||2||
ਪਉੜੀ ॥ ପଉଡୀ॥
ਖੰਡ ਪਤਾਲ ਅਸੰਖ ਮੈ ਗਣਤ ਨ ਹੋਈ ॥ ସଂସାରରେ ଅସଂଖ୍ୟ ଖଣ୍ଡ ପାତାଳ ଅଛି, ମୋ' ଦ୍ଵାରା ଏହାର ଗଣନା କରାଯାଇ ପାରିବ ନାହିଁ।
ਤੂ ਕਰਤਾ ਗੋਵਿੰਦੁ ਤੁਧੁ ਸਿਰਜੀ ਤੁਧੈ ਗੋਈ ॥ ହେ ଈଶ୍ଵର! ତୁ କର୍ତ୍ତା ପୁରୁଷ ଅଟୁ, ବାସ୍ତବରେ ତୁ ହିଁ ସଂସାର ବନାଇଛୁ ଆଉ ତୁ ହିଁ ଏହାକୁ ନଷ୍ଟ କରିଛୁ।
ਲਖ ਚਉਰਾਸੀਹ ਮੇਦਨੀ ਤੁਝ ਹੀ ਤੇ ਹੋਈ ॥ ଚଉରାଅଶି ଲକ୍ଷ ଯୋନି ବାଲା ପୃଥିବୀ ତୋ' ଠାରୁ ଉତ୍ପନ୍ନ ହୋଇଛି।
ਇਕਿ ਰਾਜੇ ਖਾਨ ਮਲੂਕ ਕਹਹਿ ਕਹਾਵਹਿ ਕੋਈ ॥ କେହି ନିଜକୁ ରାଜା, ଖାନ ଏବଂ ବାଦଶାହ କହିଥାଏ।
ਇਕਿ ਸਾਹ ਸਦਾਵਹਿ ਸੰਚਿ ਧਨੁ ਦੂਜੈ ਪਤਿ ਖੋਈ ॥ କେହି ଧନ ଦୌଲତ ଜମା କରି ଶାହା ବୋଲାଇ ଥାଏ ଏବଂ ଦୈତ୍ୟଭାବରେ ନିଜ ଇଜ୍ଜତ ହରାଇ ଥାଏ।
ਇਕਿ ਦਾਤੇ ਇਕ ਮੰਗਤੇ ਸਭਨਾ ਸਿਰਿ ਸੋਈ ॥ କିଛି ଲୋକ ଦାତା ବନିଥାନ୍ତି, କିଛି ଦ୍ଵାର ଦ୍ଵାର ଭିକ୍ଷା ମାଗିଥାନ୍ତି, ପରନ୍ତୁ ସବୁଙ୍କ ମାଲିକ ଏକ ହିଁ ଅଟେ।
ਵਿਣੁ ਨਾਵੈ ਬਾਜਾਰੀਆ ਭੀਹਾਵਲਿ ਹੋਈ ॥ ପ୍ରଭୁ-ନାମ ବିନା ସମସ୍ତେ ବ୍ୟାପାର କରିବାରେ ଲୀନ ରହିଥାନ୍ତି ଏବଂ ମୃତ୍ୟୁର ଭୟ ପାଇଥାନ୍ତି।
ਕੂੜ ਨਿਖੁਟੇ ਨਾਨਕਾ ਸਚੁ ਕਰੇ ਸੁ ਹੋਈ ॥੧੨॥ ଗୁରୁ ନାନକ କହନ୍ତି ଯେ ସର୍ବଦା ମିଥ୍ୟାର ଅନ୍ତ ହୋଇଥାଏ ଏବଂ ତାହା ହୋଇଥାଏ, ଯାହା ଈଶ୍ଵର କରିଥାନ୍ତି||12||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਬਾਬੀਹਾ ਗੁਣਵੰਤੀ ਮਹਲੁ ਪਾਇਆ ਅਉਗਣਵੰਤੀ ਦੂਰਿ ॥ ହେ ଚାତକ! ଗୁଣବାନ ହିଁ ଈଶ୍ଵରଙ୍କ ଠିକଣା ପ୍ରାପ୍ତ କରିଥାଏ, କିନ୍ତୁ ଅବଗୁଣୀ ଈଶ୍ଵରଙ୍କ ଠାରୁ ଦୂରରେ ରହିଥାଏ।
ਅੰਤਰਿ ਤੇਰੈ ਹਰਿ ਵਸੈ ਗੁਰਮੁਖਿ ਸਦਾ ਹਜੂਰਿ ॥ ଈଶ୍ଵର ତୋର ମନରେ ହିଁ ଅବସ୍ଥିତ ହୋଇଥାନ୍ତି ଏବଂ ଗୁରୁଙ୍କ ଦ୍ଵାରା ସେ ସଦା ନିକଟରେ ଦେଖା ଦେଇଥାନ୍ତି।
ਕੂਕ ਪੁਕਾਰ ਨ ਹੋਵਈ ਨਦਰੀ ਨਦਰਿ ਨਿਹਾਲ ॥ ଅଧିକ ଚିତ୍କାର କରିବା ଦ୍ଵାରା କିଛି ହୁଏନାହିଁ, ଏଣୁ କୃପା-ଦୃଷ୍ଟି ଦ୍ଵାରା ହିଁ ସୁଖ ପ୍ରଦାନ କରିଥାନ୍ତି।
ਨਾਨਕ ਨਾਮਿ ਰਤੇ ਸਹਜੇ ਮਿਲੇ ਸਬਦਿ ਗੁਰੂ ਕੈ ਘਾਲ ॥੧॥ ହେ ନାନକ! ଶବ୍ଦ-ଗୁରୁଙ୍କ ସାଧନା ଦ୍ଵାରା ନାମରେ ଲୀନ ରହିବା ବାଲା ସ୍ଵାଭାବିକ ଭାବରେ ମିଳନ କରିଥାଏ||1||
error: Content is protected !!
Scroll to Top