Guru Granth Sahib Translation Project

guru granth sahib odia page-1280

Page 1280

ਧਰਮੁ ਕਰਾਏ ਕਰਮ ਧੁਰਹੁ ਫੁਰਮਾਇਆ ॥੩॥ ସେହି ବିଧାତା କର୍ମାନୁସାରେ ସଚ୍ଚା ନ୍ୟାୟ କରିଥାନ୍ତି||3||
ਸਲੋਕ ਮਃ ੨ ॥ ଶ୍ଳୋକ ମହଲା 2॥
ਸਾਵਣੁ ਆਇਆ ਹੇ ਸਖੀ ਕੰਤੈ ਚਿਤਿ ਕਰੇਹੁ ॥ ହେ ସଖୀ! ଶ୍ରାବଣର ସୁନ୍ଦର ମୌସମ ଆସି ଯାଇଛି, ପତି-ପ୍ରଭୁଙ୍କ ସ୍ମରଣ କର।
ਨਾਨਕ ਝੂਰਿ ਮਰਹਿ ਦੋਹਾਗਣੀ ਜਿਨ੍ਹ੍ਹ ਅਵਰੀ ਲਾਗਾ ਨੇਹੁ ॥੧॥ ନାନକ କହନ୍ତି ଯେ ଯିଏ ପତି-ପ୍ରଭୁଙ୍କ ବିନା ଅନ୍ୟ ସହିତ ପ୍ରେମ ଲଗାଇ ଥାଏ, ଏପରି ଭାଗ୍ୟହୀନ ସ୍ତ୍ରୀ ଦୁଃଖରେ ସଢିଥାଏ||1||
ਮਃ ੨ ॥ ମହଲା 2॥
ਸਾਵਣੁ ਆਇਆ ਹੇ ਸਖੀ ਜਲਹਰੁ ਬਰਸਨਹਾਰੁ ॥ ହେ ସଖୀ! ଶ୍ରାବଣ ମାସ ଆସି ଯାଇଛି, ବାଦଲ ବହୁତ ବର୍ଷା କରୁଅଛି।
ਨਾਨਕ ਸੁਖਿ ਸਵਨੁ ਸੋਹਾਗਣੀ ਜਿਨ੍ਹ੍ਹ ਸਹ ਨਾਲਿ ਪਿਆਰੁ ॥੨॥ ନାନକ କହନ୍ତି ଯେ ଯିଏ ପ୍ରଭୁଙ୍କ ଠାରେ ପ୍ରେମ ଲଗାଇଛି, ଏପରି ସୁହାଗିନୀ ସ୍ତ୍ରୀ ସୁଖରେ ଲୀନ ରହିଥାଏ||2||
ਪਉੜੀ ॥ ପଉଡୀ॥
ਆਪੇ ਛਿੰਝ ਪਵਾਇ ਮਲਾਖਾੜਾ ਰਚਿਆ ॥ ଈଶ୍ଵର ସ୍ଵୟଂ ଜୀବନ-ସଂଘର୍ଷ ସୃଷ୍ଟି କରି ସଂସାର ରୂପୀ ଆଖଡା ବନାଇଛନ୍ତି।
ਲਥੇ ਭੜਥੂ ਪਾਇ ਗੁਰਮੁਖਿ ਮਚਿਆ ॥ ଜୀବ ଜବରଦସ୍ତ ମୁକାବିଲା କରିଥାଏ, ଗୁରୁମୁଖୀ ସହର୍ଷ ରହିଥାଏ।
ਮਨਮੁਖ ਮਾਰੇ ਪਛਾੜਿ ਮੂਰਖ ਕਚਿਆ ॥ ମୂର୍ଖ ଏବଂ କଚ୍ଚା ସ୍ଵେଚ୍ଛାଚାରୀ ଜୀବନ ବାଜିରେ ପରାଜିତ ହୋଇଯାଏ।
ਆਪਿ ਭਿੜੈ ਮਾਰੇ ਆਪਿ ਆਪਿ ਕਾਰਜੁ ਰਚਿਆ ॥ ସବୁ ଈଶ୍ଵରଙ୍କ ହିଁ ଲୀଳା ଅଟେ, ସେ ସ୍ଵୟଂ ମୁକାବିଲା କରିଥାନ୍ତି, ମାରିବା ବାଲା ମଧ୍ୟ ସ୍ଵୟଂ ଅଟନ୍ତି ଆଉ ସ୍ଵୟଂ ହିଁ କାର୍ଯ୍ୟ ରଚିଥାନ୍ତି।
ਸਭਨਾ ਖਸਮੁ ਏਕੁ ਹੈ ਗੁਰਮੁਖਿ ਜਾਣੀਐ ॥ ଗୁରୁଙ୍କ ଠାରୁ ଏହି ସତ୍ୟ ଜାଣିଅଛି ଯେ ସବୁଙ୍କ ମାଲିକ ଏକ ଅଟନ୍ତି।
ਹੁਕਮੀ ਲਿਖੈ ਸਿਰਿ ਲੇਖੁ ਵਿਣੁ ਕਲਮ ਮਸਵਾਣੀਐ ॥ କଲମ ଓ କାଳୀ ବିନା ବିଧାତା ନିଜ ହୁକୁମ ଦ୍ଵାରା ସବୁଙ୍କ ଭାଗ୍ୟ ଲେଖିଛନ୍ତି।
ਸਤਸੰਗਤਿ ਮੇਲਾਪੁ ਜਿਥੈ ਹਰਿ ਗੁਣ ਸਦਾ ਵਖਾਣੀਐ ॥ ସତସଙ୍ଗ ତାହା ଅଟେ, ଯେଉଁଠି ସର୍ବଦା ପରମାତ୍ମାଙ୍କ ଗୁଣର ବର୍ଣ୍ଣନା ହୋଇଥାଏ।
ਨਾਨਕ ਸਚਾ ਸਬਦੁ ਸਲਾਹਿ ਸਚੁ ਪਛਾਣੀਐ ॥੪॥ ହେ ନାନକ! ସଚ୍ଚା ପରମେଶ୍ଵରଙ୍କ ସ୍ତୁତି ଦ୍ଵାରା ସତ୍ୟର ପରିଚୟ ହୋଇଥାଏ||4||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਊਂਨਵਿ ਊਂਨਵਿ ਆਇਆ ਅਵਰਿ ਕਰੇਂਦਾ ਵੰਨ ॥ ବାଦଲ ରୂପରେ ପ୍ରଭୁ ଆସିଛନ୍ତି, ସେ ଅନେକ ପ୍ରକାର ରଙ୍ଗ କରିଥାନ୍ତି।
ਕਿਆ ਜਾਣਾ ਤਿਸੁ ਸਾਹ ਸਿਉ ਕੇਵ ਰਹਸੀ ਰੰਗੁ ॥ ମୁଁ ଏହା ମଧ୍ୟ ଜାଣେ ନାହିଁ ଯେ ପ୍ରଭୁଙ୍କ ସହିତ ପ୍ରେମ କିପରି ରହିବ।
ਰੰਗੁ ਰਹਿਆ ਤਿਨ੍ਹ੍ਹ ਕਾਮਣੀ ਜਿਨ੍ਹ੍ਹ ਮਨਿ ਭਉ ਭਾਉ ਹੋਇ ॥ ଯାହାର ମନରେ ପ୍ରେମ ଓ ଶ୍ରଦ୍ଧା ଥାଏ, ସେହି ଜୀବ ରୂପୀ କାମିନୀ ସହିତ ହିଁ ପ୍ରେମ ରହିଥାଏ
ਨਾਨਕ ਭੈ ਭਾਇ ਬਾਹਰੀ ਤਿਨ ਤਨਿ ਸੁਖੁ ਨ ਹੋਇ ॥੧॥ ହେ ନାନକ! ଶ୍ରଦ୍ଧା ପ୍ରେମ ବିନା ଶରୀରକୁ କେବେ ମଧ୍ୟ ଶୁଭ ଭାଗ୍ୟ ହୋଇ ନଥାଏ||1||
ਮਃ ੩ ॥ ମହଲା 3॥
ਊਂਨਵਿ ਊਂਨਵਿ ਆਇਆ ਵਰਸੈ ਨੀਰੁ ਨਿਪੰਗੁ ॥ ବାଦଲ ରୂପରେ ପ୍ରଭୁ ଆସି ପ୍ରେମର ଜଳ ବର୍ଷା କରିଥାନ୍ତି।
ਨਾਨਕ ਦੁਖੁ ਲਾਗਾ ਤਿਨ੍ਹ੍ਹ ਕਾਮਣੀ ਜਿਨ੍ਹ੍ਹ ਕੰਤੈ ਸਿਉ ਮਨਿ ਭੰਗੁ ॥੨॥ ହେ ନାନକ! ସେହି ଜୀବ ରୂପୀ କାମିନୀ ଦୁଃଖୀ ରହିଥାଏ, ଯାହାର ମନ ପ୍ରଭୁଙ୍କ ଠାରୁ ଦୂରେଇ ଯାଇଛି||2||
ਪਉੜੀ ॥ ପଉଡୀ॥
ਦੋਵੈ ਤਰਫਾ ਉਪਾਇ ਇਕੁ ਵਰਤਿਆ ॥ ଗୃହସ୍ଥ ଏବଂ ସନ୍ନ୍ୟାସ ରୂପୀ ଦୁଇଟି ରାସ୍ତା ବନାଇ ଏକ ସେ ହିଁ ସକ୍ରିୟ ରହିଥାନ୍ତି।
ਬੇਦ ਬਾਣੀ ਵਰਤਾਇ ਅੰਦਰਿ ਵਾਦੁ ਘਤਿਆ ॥ ବେଦ ବାଣୀର ପ୍ରସାର କରି ସେଥିରେ ବିବାଦ ଉତ୍ପନ୍ନ କରିଛନ୍ତି।
ਪਰਵਿਰਤਿ ਨਿਰਵਿਰਤਿ ਹਾਠਾ ਦੋਵੈ ਵਿਚਿ ਧਰਮੁ ਫਿਰੈ ਰੈਬਾਰਿਆ ॥ ପ୍ରବୃତ୍ତି(ଗୃହସ୍ଥ ଜୀବନ) ଏବଂ ନିବୃତ୍ତି (ସଂସାର ତ୍ୟାଗୀ) ଦୁଇଟି ମଧ୍ୟରେ ଧର୍ମ ମଧ୍ୟସ୍ଥ ବନି ଯାଇ ଥାଏ।
ਮਨਮੁਖ ਕਚੇ ਕੂੜਿਆਰ ਤਿਨ੍ਹ੍ਹੀ ਨਿਹਚਉ ਦਰਗਹ ਹਾਰਿਆ ॥ ସ୍ଵେଚ୍ଛାଚାରୀ ଜୀବ ମିଥ୍ୟା ସିଦ୍ଧ ହୋଇଥାଏ ଏବଂ ସେ ନିଶ୍ଚିତ ଭାବରେ ପ୍ରଭୁଙ୍କ ଦରବାରରେ ହାରି ଯାଇଥାଏ।
ਗੁਰਮਤੀ ਸਬਦਿ ਸੂਰ ਹੈ ਕਾਮੁ ਕ੍ਰੋਧੁ ਜਿਨ੍ਹ੍ਹੀ ਮਾਰਿਆ ॥ ଗୁରୁ ମତାନୁସାରେ ଶବ୍ଦର ଅନୁରୂପ ଚାଲିବା ବାଲା ହିଁ ଯୋଦ୍ଧା ଅଟେ, ଯିଏ କାମ କ୍ରୋଧକୁ ସମାପ୍ତ କରି ଦେଇଥାଏ।
ਸਚੈ ਅੰਦਰਿ ਮਹਲਿ ਸਬਦਿ ਸਵਾਰਿਆ ॥ ସତ୍ୟରେ ଲୀନ ରହିବା ବାଲା ଶବ୍ଦ ଦ୍ଵାରା ଜୀବନ ସଫଳ କରି ନେଇଥାଏ।
ਸੇ ਭਗਤ ਤੁਧੁ ਭਾਵਦੇ ਸਚੈ ਨਾਇ ਪਿਆਰਿਆ ॥ ହେ ପ୍ରଭୁ! ସେହି ଭକ୍ତ ତୋତେ ଭଲ ଲାଗିଥାଏ, ଯିଏ ସଚ୍ଚା ନାମ ସହିତ ପ୍ରେମ କରିଥାଏ।
ਸਤਿਗੁਰੁ ਸੇਵਨਿ ਆਪਣਾ ਤਿਨ੍ਹ੍ਹਾ ਵਿਟਹੁ ਹਉ ਵਾਰਿਆ ॥੫॥ ଯିଏ ନିଜ ସଦଗୁରୁଙ୍କ ସେବା କରିଥାଏ, ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ||5||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਊਂਨਵਿ ਊਂਨਵਿ ਆਇਆ ਵਰਸੈ ਲਾਇ ਝੜੀ ॥ ଝୁଙ୍କି ଝୁଙ୍କି ବାଦଲ ଆସିଛି ଏବଂ ଖୁବ ବର୍ଷ କରୁଅଛି।
ਨਾਨਕ ਭਾਣੈ ਚਲੈ ਕੰਤ ਕੈ ਸੁ ਮਾਣੇ ਸਦਾ ਰਲੀ ॥੧॥ ହେ ନାନକ! ଯିଏ ପ୍ରଭୁଙ୍କ ଇଛାରେ ଚାଲିଥାଏ, ସେ ସଦା ଆନନ୍ଦ ପ୍ରାପ୍ତ କରିଥାଏ||1||
ਮਃ ੩ ॥ ମହଲା 3॥
ਕਿਆ ਉਠਿ ਉਠਿ ਦੇਖਹੁ ਬਪੁੜੇਂ ਇਸੁ ਮੇਘੈ ਹਥਿ ਕਿਛੁ ਨਾਹਿ ॥ ହେ ଜୀବ! ଉଠି ଉଠି କଣ ଦେଖୁଅଛୁ? ଏହି ବାଦଲ ହାତରେ କିଛି ନାହିଁ।
ਜਿਨਿ ਏਹੁ ਮੇਘੁ ਪਠਾਇਆ ਤਿਸੁ ਰਾਖਹੁ ਮਨ ਮਾਂਹਿ ॥ ଯିଏ ଏହି ବାଦଲକୁ ପଠାଇଛନ୍ତି, ସେହି ପ୍ରଭୁଙ୍କୁ ମନରେ ସ୍ଥାପନ କର।
ਤਿਸ ਨੋ ਮੰਨਿ ਵਸਾਇਸੀ ਜਾ ਕਉ ਨਦਰਿ ਕਰੇਇ ॥ ବାସ୍ତବରେ ଯାହା ଉପରେ ନିଜ କୃପା କରିଥାନ୍ତି, ସେ ହିଁ ତାହାଙ୍କୁ ମନରେ ସ୍ଥାପନ କରିଥାଏ।
ਨਾਨਕ ਨਦਰੀ ਬਾਹਰੀ ਸਭ ਕਰਣ ਪਲਾਹ ਕਰੇਇ ॥੨॥ ହେ ନାନକ! ଈଶ୍ଵରଙ୍କ କୃପା ଦୃଷ୍ଟି ବିନା ସମସ୍ତେ କରୁଣ ପ୍ରଳାପ କରିଥାନ୍ତି||2||
ਪਉੜੀ ॥ ପଉଡୀ॥
ਸੋ ਹਰਿ ਸਦਾ ਸਰੇਵੀਐ ਜਿਸੁ ਕਰਤ ਨ ਲਾਗੈ ਵਾਰ ॥ ସେହି ପରମାତ୍ମାଙ୍କ ସର୍ବଦା ବନ୍ଦନା କର, ଯାହାଙ୍କୁ ରଚନା କରିବା ପାଇଁ କୌଣସି ସମୟ ଲାଗେ ନାହିଁ।
ਆਡਾਣੇ ਆਕਾਸ ਕਰਿ ਖਿਨ ਮਹਿ ਢਾਹਿ ਉਸਾਰਣਹਾਰ ॥ ସେହି ରଚୟିତା ସର୍ବଶକ୍ତିମାନ ଅଟନ୍ତି, ଯିଏ ଏକ କ୍ଷଣରେ ଆକାଶକୁ ତମ୍ବୁ ଭଳି ସ୍ଥାପନ କରି ନାଶ କରିଥାନ୍ତି।
ਆਪੇ ਜਗਤੁ ਉਪਾਇ ਕੈ ਕੁਦਰਤਿ ਕਰੇ ਵੀਚਾਰ ॥ ସେ ଜଗତକୁ ଉତ୍ପନ୍ନ କରି ପ୍ରକୃତିର ବିଚାର କରିଥାନ୍ତି।
ਮਨਮੁਖ ਅਗੈ ਲੇਖਾ ਮੰਗੀਐ ਬਹੁਤੀ ਹੋਵੈ ਮਾਰ ॥ ଯେତେବେଳେ ସ୍ଵେଚ୍ଛାଚାରୀର କର୍ମର ହିସାବ ହୋଇଥାଏ, ସେ କଠୋର ଦଣ୍ଡ ଭୋଗ କରିଥାଏ।


© 2017 SGGS ONLINE
error: Content is protected !!
Scroll to Top