Guru Granth Sahib Translation Project

guru granth sahib odia page-1279

Page 1279

ਮਨਮੁਖ ਦੂਜੀ ਤਰਫ ਹੈ ਵੇਖਹੁ ਨਦਰਿ ਨਿਹਾਲਿ ॥ ଧ୍ୟାନପୂର୍ବକ ଦେଖି ନିଅ, ସ୍ଵେଚ୍ଛାଚାରୀ ଓଲଟା ଚାଲିଥାଏ।
ਫਾਹੀ ਫਾਥੇ ਮਿਰਗ ਜਿਉ ਸਿਰਿ ਦੀਸੈ ਜਮਕਾਲੁ ॥ ଫନ୍ଦାରେ ଫସି ହରିଣ ଭଳି ମସ୍ତକ ଉପରେ ମୃତ୍ୟୁର ନଜର ଆସିଥାଏ।
ਖੁਧਿਆ ਤ੍ਰਿਸਨਾ ਨਿੰਦਾ ਬੁਰੀ ਕਾਮੁ ਕ੍ਰੋਧੁ ਵਿਕਰਾਲੁ ॥ କ୍ଷୁଧା, ତୃଷ୍ଣା ଏବଂ ନିନ୍ଦା ବହୁତ ମନ୍ଦ ଅଟେ ଏବଂ କାମ, କ୍ରୋଧ ବିକରାଳ ଚଣ୍ଡାଳ ସମାନ ଅଟେ।
ਏਨੀ ਅਖੀ ਨਦਰਿ ਨ ਆਵਈ ਜਿਚਰੁ ਸਬਦਿ ਨ ਕਰੇ ਬੀਚਾਰੁ ॥ ଯେ ପର୍ଯ୍ୟନ୍ତ ସେ ଶବ୍ଦର ଚିନ୍ତନ କରିନାହିଁ, ତାହାର ଆଖିକୁ କିଛି ନଜର ଆସେ ନାହିଁ।
ਤੁਧੁ ਭਾਵੈ ਸੰਤੋਖੀਆਂ ਚੂਕੈ ਆਲ ਜੰਜਾਲੁ ॥ ହେ ସ୍ରଷ୍ଟା! ଯେତେବେଳେ ତୋତେ ଉପଯୁକ୍ତ ଲାଗିଥାଏ, ମନକୁ ସନ୍ତୋଷ ମିଳିଥାଏ ଏବଂ ବ୍ୟର୍ଥର ଜଞ୍ଜାଳ ଦୂର ହୋଇଯାଏ।
ਮੂਲੁ ਰਹੈ ਗੁਰੁ ਸੇਵਿਐ ਗੁਰ ਪਉੜੀ ਬੋਹਿਥੁ ॥ ଗୁରୁଙ୍କ ସେବା ଦ୍ଵାରା ହିଁ ମନୁଷ୍ୟ ମଜବୁତ ହୋଇଥାଏ, ଗୁରୁ ହିଁ ଏପରି ସିଢି ଅଟନ୍ତି, ଯିଏ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇ ଥାଆନ୍ତି, ଗୁରୁ ହିଁ ଏପରି ଜାହାଜ ଅଟନ୍ତି, ଯିଏ ସଂସାର-ସାଗରରୁ ପାର କରାଇ ଥାଆନ୍ତି।
ਨਾਨਕ ਲਗੀ ਤਤੁ ਲੈ ਤੂੰ ਸਚਾ ਮਨਿ ਸਚੁ ॥੧॥ ହେ ନାନକ! ଯେତେବେଳେ ଲଗ୍ନ ଲାଗିଥାଏ, ମନ ସତ୍ୟଶୀଳ ହୋଇ ସତ୍ୟରେ ଲୀନ ରହିଥାଏ||1||
ਮਹਲਾ ੧ ॥ ମହଲା 1॥
ਹੇਕੋ ਪਾਧਰੁ ਹੇਕੁ ਦਰੁ ਗੁਰ ਪਉੜੀ ਨਿਜ ਥਾਨੁ ॥ ଲକ୍ଷ୍ୟ ଏକ ହିଁ ଅଟେ, ଦ୍ଵାର ଏକ (ପ୍ରଭୁ) ହିଁ ଅଟେ, ଗୁରୁ ହିଁ ସେହି ସ୍ଥାନକୁ ପହଞ୍ଚାଇ ଥାଆନ୍ତି।
ਰੂੜਉ ਠਾਕੁਰੁ ਨਾਨਕਾ ਸਭਿ ਸੁਖ ਸਾਚਉ ਨਾਮੁ ॥੨॥ ହେ ନାନକ! ଈଶ୍ଵର ଅତ୍ୟନ୍ତ ସୁନ୍ଦର ଅଟନ୍ତି ସମସ୍ତ ସୁଖ ସଚ୍ଚା ନାମର ସ୍ମରଣରେ ହିଁ ଥାଏ||2||
ਪਉੜੀ ॥ ପଉଡୀ॥
ਆਪੀਨ੍ਹ੍ਹੈ ਆਪੁ ਸਾਜਿ ਆਪੁ ਪਛਾਣਿਆ ॥ ପରମାତ୍ମା ସ୍ଵତଃ ପ୍ରକାଶମାନ ହୋଇଛନ୍ତି, ସଂସାର ବନାଇ ସ୍ଵୟଂ ହିଁ ପରିଚୟ ଦେଇଛନ୍ତି।
ਅੰਬਰੁ ਧਰਤਿ ਵਿਛੋੜਿ ਚੰਦੋਆ ਤਾਣਿਆ ॥ ଆକାଶକୁ ଧରିତ୍ରୀ ଠାରୁ ଅଲଗା କରି ବିଶାଳ ଚାନ୍ଦୁଆ ସ୍ଥାପନ କରିଛନ୍ତି।
ਵਿਣੁ ਥੰਮ੍ਹ੍ਹਾ ਗਗਨੁ ਰਹਾਇ ਸਬਦੁ ਨੀਸਾਣਿਆ ॥ ନିଜ ହୁକୁମ ଦ୍ଵାରା ଗଗନକୁ ବିନା ସ୍ତମ୍ଭରେ ସାହାରା ଦେଇଛନ୍ତି।
ਸੂਰਜੁ ਚੰਦੁ ਉਪਾਇ ਜੋਤਿ ਸਮਾਣਿਆ ॥ ସୂର୍ଯ୍ୟ ଓ ଚନ୍ଦ୍ରକୁ ଉତ୍ପନ୍ନ କରି ଦୁନିଆକୁ ଆଲୋକ ପ୍ରଦାନ କରିଛନ୍ତି।
ਕੀਏ ਰਾਤਿ ਦਿਨੰਤੁ ਚੋਜ ਵਿਡਾਣਿਆ ॥ ସେ ଦିନ ଓ ରାତି ବନାଇ ଅଦ୍ଭୁତ ଲୀଳା କରିଛନ୍ତି।
ਤੀਰਥ ਧਰਮ ਵੀਚਾਰ ਨਾਵਣ ਪੁਰਬਾਣਿਆ ॥ ଧର୍ମର ବିଚାର କରି ତୀର୍ଥରେ ସ୍ନାନ ପାଇଁ ପର୍ବର ରଚନା କରିଛନ୍ତି।
ਤੁਧੁ ਅਵਰੁ ਨ ਕੋਇ ਕਿ ਆਖਿ ਵਖਾਣਿਆ ॥ ହେ ସ୍ରଷ୍ଟା! କଣ କହି ବର୍ଣ୍ଣନା କରିବି, ତୋ' ସମକକ୍ଷ ଅନ୍ୟ କେହି ନାହାନ୍ତି।
ਸਚੈ ਤਖਤਿ ਨਿਵਾਸੁ ਹੋਰ ਆਵਣ ਜਾਣਿਆ ॥੧॥ ତୁ ହିଁ ସଚ୍ଚା ସିଂହାସନ ଉପରେ ଅଟଳ ରୂପରେ ବିରାଜମାନ ଅଟୁ, ଅନ୍ୟ ଦୁନିଆ ଜନ୍ମ-ମରଣରେ ପଡି ରହିଅଛି||1||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਨਾਨਕ ਸਾਵਣਿ ਜੇ ਵਸੈ ਚਹੁ ਓਮਾਹਾ ਹੋਇ ॥ ଗୁରୁ ନାନକ କହନ୍ତି ଯେ ଯେତେବେଳେ ଶ୍ରାବଣ ମୌସମରେ ବର୍ଷା ଆସିଥାଏ, ଏହି ଚାରି ପ୍ରକାର ଜୀବକୁ ବହୁତ ଖୁସି ମିଳିଥାଏ,
ਨਾਗਾਂ ਮਿਰਗਾਂ ਮਛੀਆਂ ਰਸੀਆਂ ਘਰਿ ਧਨੁ ਹੋਇ ॥੧॥ ସର୍ପକୁ ଛୋଟ ଛୋଟ ଜୀବ ଖାଇବାକୁ ମିଳିଥାଏ, ପଶୁକୁ ଗରମରୁ ମୁକ୍ତି ମିଳିଥାଏ, ମାଛକୁ ଭରପୁର ପାଣି ମିଳିଥାଏ, ଧନବାନକୁ ଧନ-ଦୌଲତ ସାଧନା ଦ୍ଵାରା ଖୁସି ପ୍ରାପ୍ତ ହୋଇଥାଏ||1||
ਮਃ ੧ ॥ ମହଲା ॥
ਨਾਨਕ ਸਾਵਣਿ ਜੇ ਵਸੈ ਚਹੁ ਵੇਛੋੜਾ ਹੋਇ ॥ ଗୁରୁ ନାନକ କହନ୍ତି ଯେ ଶ୍ରାବଣ ମାସରେ ଭରପୁର ବର୍ଷା ହେବା ଦ୍ଵାରା ଚାରି ପ୍ରକାର ଜୀବକୁ କଷ୍ଟ ଭୋଗିବାକୁ ପଡିଥାଏ।
ਗਾਈ ਪੁਤਾ ਨਿਰਧਨਾ ਪੰਥੀ ਚਾਕਰੁ ਹੋਇ ॥੨॥ ଗାଈ ବାଛୁରୀ ଠାରୁ ଅଲଗା ହୋଇ ଚରିବାକୁ ଲାଗିଥାଏ, ବଳଦ ହଳରେ ଯୋଡି ହୁଏ, ନିର୍ଦ୍ଧନକୁ କାମ ଧନ୍ଦା ମିଳେନାହିଁ, ପଥଯାତ୍ରୀକୁ ଅସୁବିଧା ହୋଇଥାଏ, ନୌକରକୁ ଅଧିକ କାମ କରିବାକୁ ପଡିଥାଏ||2||
ਪਉੜੀ ॥ ପଉଡୀ॥
ਤੂ ਸਚਾ ਸਚਿਆਰੁ ਜਿਨਿ ਸਚੁ ਵਰਤਾਇਆ ॥ ହେ ପରମେଶ୍ଵର! ତୁ ଶାଶ୍ଵତ ଅଟୁ, ସତ୍ୟଶୀଳ ଅଟୁ, ସଚ୍ଚା ନ୍ୟାୟ କରି ସତ୍ୟରେ ସକ୍ରିୟ ରହିଛୁ।
ਬੈਠਾ ਤਾੜੀ ਲਾਇ ਕਵਲੁ ਛਪਾਇਆ ॥ ହୃଦୟ କମଳରେ ଗୁପ୍ତ ରୂପରେ ସମାଧି ଲଗାଇଛୁ।
ਬ੍ਰਹਮੈ ਵਡਾ ਕਹਾਇ ਅੰਤੁ ਨ ਪਾਇਆ ॥ ବ୍ରହ୍ମା ସ୍ଵୟଂକୁ ବଡ କହିଥାନ୍ତି, କିନ୍ତୁ ସେ ମଧ୍ୟ ରହସ୍ୟ ପାଇ ପାରନ୍ତି ନାହିଁ।
ਨਾ ਤਿਸੁ ਬਾਪੁ ਨ ਮਾਇ ਕਿਨਿ ਤੂ ਜਾਇਆ ॥ ନା ତାହାଙ୍କ ପିତା ଅଛନ୍ତି, ନା କେହି ମାତା ଅଛନ୍ତି, କେମିତି ଜନ୍ମ ହୋଇଛନ୍ତି, ତାହାର ରହସ୍ୟ ମଧ୍ୟ କେହି ପାଇ ପାରି ନାହାନ୍ତି।
ਨਾ ਤਿਸੁ ਰੂਪੁ ਨ ਰੇਖ ਵਰਨ ਸਬਾਇਆ ॥ ସେ ରୂପ, ଚିହ୍ନ ଏବଂ ବର୍ଣ୍ଣ ରହିତ ଅଟନ୍ତି।
ਨਾ ਤਿਸੁ ਭੁਖ ਪਿਆਸ ਰਜਾ ਧਾਇਆ ॥ ତାହାକୁ କୌଣସି କ୍ଷୁଧା ପ୍ରଭାବିତ କରେନାହିଁ, ସେ ପୂର୍ଣ୍ଣ ରୂପରେ ତୃପ୍ତ ରହିଥାନ୍ତି।
ਗੁਰ ਮਹਿ ਆਪੁ ਸਮੋਇ ਸਬਦੁ ਵਰਤਾਇਆ ॥ ଗୁରୁଙ୍କ ଠାରେ ସ୍ଵୟଂକୁ ଲୀନ କରି ଉପଦେଶ ବାଣ୍ଟିଥାନ୍ତି।
ਸਚੇ ਹੀ ਪਤੀਆਇ ਸਚਿ ਸਮਾਇਆ ॥੨॥ ସେ ସତ୍ୟ ଦ୍ଵାରା ହିଁ ପ୍ରସନ୍ନ ହୋଇଥାନ୍ତି ଏବଂ ସତ୍ୟରେ ଲୀନ ରହିଥାନ୍ତି||2||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1 ॥
ਵੈਦੁ ਬੁਲਾਇਆ ਵੈਦਗੀ ਪਕੜਿ ਢੰਢੋਲੇ ਬਾਂਹ ॥ ରୋଗୀ ଭାବି ବୈଦ୍ୟକୁ ବୋଲା ଯାଇଛି, ବାହୁ ଧରି ନାଡି ଖୋଜା ଯାଉଛି।
ਭੋਲਾ ਵੈਦੁ ਨ ਜਾਣਈ ਕਰਕ ਕਲੇਜੇ ਮਾਹਿ ॥੧॥ କିନ୍ତୁ ଭୋଳା ବୈଦ୍ୟ ଜାଣେ ନାହିଁ ଯେ ହୃଦୟର ଯନ୍ତ୍ରଣା କଣ||1||
ਮਃ ੨ ॥ ମହଲା 2॥
ਵੈਦਾ ਵੈਦੁ ਸੁਵੈਦੁ ਤੂ ਪਹਿਲਾਂ ਰੋਗੁ ਪਛਾਣੁ ॥ ହେ ବୈଦ୍ୟ! ମାନୁଛି, ଆପଣ କୁଶଳୀ ବୈଦ୍ୟ ଅଟନ୍ତି, ପ୍ରଥମେ ରୋଗର ନିଦାନ କର।
ਐਸਾ ਦਾਰੂ ਲੋੜਿ ਲਹੁ ਜਿਤੁ ਵੰਞੈ ਰੋਗਾ ਘਾਣਿ ॥ ଏପରି ଔଷଧ ସନ୍ଧାନ କର, ଯାହାଦ୍ୱାରା ରୋଗ ସଂପୂର୍ଣ୍ଣ ନାଶ ହୋଇଯିବ।
ਜਿਤੁ ਦਾਰੂ ਰੋਗ ਉਠਿਅਹਿ ਤਨਿ ਸੁਖੁ ਵਸੈ ਆਇ ॥ ଯେଉଁ ଔଷଧ ଦ୍ଵାରା ରୋଗ ଦୂର ହୋଇଥାଏ ଏବଂ ଶରୀରରେ ସୁଖ ଉତ୍ପନ୍ନ ହୋଇଥାଏ।
ਰੋਗੁ ਗਵਾਇਹਿ ਆਪਣਾ ਤ ਨਾਨਕ ਵੈਦੁ ਸਦਾਇ ॥੨॥ ନାନକ କହନ୍ତି, ସେତେବେଳେ ବୈଦ୍ୟ ବୋଲି ମାନିବୁ, ଯେତେବେଳେ ରୋଡ ଦୂର ହୋଇଯିବ||2||
ਪਉੜੀ ॥ ପଉଡୀ॥
ਬ੍ਰਹਮਾ ਬਿਸਨੁ ਮਹੇਸੁ ਦੇਵ ਉਪਾਇਆ ॥ ସୃଷ୍ଟିକର୍ତ୍ତା ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ଆଦି ଦେବତାଙ୍କୁ ଉତ୍ପନ୍ନ କରିଛନ୍ତି।
ਬ੍ਰਹਮੇ ਦਿਤੇ ਬੇਦ ਪੂਜਾ ਲਾਇਆ ॥ ବ୍ରହ୍ମାଙ୍କୁ ବେଦ ଦେଇ ପୂଜା-ପାଠରେ ଲଗାଇଛନ୍ତି।
ਦਸ ਅਵਤਾਰੀ ਰਾਮੁ ਰਾਜਾ ਆਇਆ ॥ ବିଷ୍ଣୁଙ୍କ ଦଶ ଅବତାରରେ ଦଶରଥ-ପୁତ୍ର ରାଜା ରାମଙ୍କ ମଧ୍ୟ ଜନ୍ମ ହୋଇଛି,
ਦੈਤਾ ਮਾਰੇ ਧਾਇ ਹੁਕਮਿ ਸਬਾਇਆ ॥ ଯିଏ ପରମାତ୍ମାଙ୍କ ହୁକୁମ ଦ୍ଵାରା ରାକ୍ଷସର ସଂହାର କରିଛନ୍ତି।
ਈਸ ਮਹੇਸੁਰੁ ਸੇਵ ਤਿਨ੍ਹ੍ਹੀ ਅੰਤੁ ਨ ਪਾਇਆ ॥ ଈଶ, ମହେଶ୍ଵର ଇତ୍ୟାଦି ରୁଦ୍ର ମଧ୍ୟ ଉପାସନା କରି ପରମେଶ୍ଵରଙ୍କ ଅନ୍ତ ପାଇ ପାରି ନାହାନ୍ତି।
ਸਚੀ ਕੀਮਤਿ ਪਾਇ ਤਖਤੁ ਰਚਾਇਆ ॥ ପରମେଶ୍ଵର ସଚ୍ଚା ସିଂହାସନ ବନାଇ ନିଜ ମହତ୍ତ୍ଵ ପ୍ରଦାନ କରିଛନ୍ତି।
ਦੁਨੀਆ ਧੰਧੈ ਲਾਇ ਆਪੁ ਛਪਾਇਆ ॥ ଦୁନିଆକୁ ଭିନ୍ନ ଭିନ୍ନ କାର୍ଯ୍ୟରେ ଲଗାଇ ସ୍ଵୟଂକୁ ଗୁପ୍ତ ରଖିଛନ୍ତି।
error: Content is protected !!
Scroll to Top