Guru Granth Sahib Translation Project

guru granth sahib odia page-1274

Page 1274

ਕਾਗਦ ਕੋਟੁ ਇਹੁ ਜਗੁ ਹੈ ਬਪੁਰੋ ਰੰਗਨਿ ਚਿਹਨ ਚਤੁਰਾਈ ॥ ଏହି ଜଗତ କାଗଜର ଏକ ଦୁର୍ଗ ଅଟେ, ଚତୁରତା ଏହାର ରଙ୍ଗ ଓ ଚିହ୍ନ ଅଟେ।
ਨਾਨੑੀ ਸੀ ਬੂੰਦ ਪਵਨੁ ਪਤਿ ਖੋਵੈ ਜਨਮਿ ਮਰੈ ਖਿਨੁ ਤਾਈ ॥੪॥ ସାମାନ୍ୟ ବର୍ଷା ବିନ୍ଦୁ ଏବଂ ପବନରେ ଏହା ସମାପ୍ତ ହୋଇଯାଏ ଏବଂ ଏକ କ୍ଷଣରେ ଜୀବନ ମୃତ୍ୟୁ ବଦଳି ଯାଇଥାଏ||4||
ਨਦੀ ਉਪਕੰਠਿ ਜੈਸੇ ਘਰੁ ਤਰਵਰੁ ਸਰਪਨਿ ਘਰੁ ਘਰ ਮਾਹੀ ॥ ଯଦି ନଦୀ କୂଳରେ କୌଣସି ଘର ବା ବୃକ୍ଷ ଥାଏ ଏବଂ ସେଥିରେ ନାଗୁଣୀ ରହିଥାଏ,
ਉਲਟੀ ਨਦੀ ਕਹਾਂ ਘਰੁ ਤਰਵਰੁ ਸਰਪਨਿ ਡਸੈ ਦੂਜਾ ਮਨ ਮਾਂਹੀ ॥੫॥ ନଦୀର ଜଳ କୁଳ ଲଙ୍ଘିଲେ ଘର ଓ ବୃକ୍ଷ ନଷ୍ଟ ହୋଇଯାଏ ଏବଂ ନାଗୁଣୀ ଦୈତ୍ୟଭାବରେ ଲୋକଙ୍କୁ ଡଂସନ କରିଥାଏ||5||
ਗਾਰੁੜ ਗੁਰ ਗਿਆਨੁ ਧਿਆਨੁ ਗੁਰ ਬਚਨੀ ਬਿਖਿਆ ਗੁਰਮਤਿ ਜਾਰੀ ॥ ଗୁରୁଙ୍କ ଜ୍ଞାନ, ଧ୍ୟାନ, ବଚନ ଏବଂ ଶିକ୍ଷା ମନ୍ତ୍ର ରୂପରେ ଜହର ସମାପ୍ତ କରି ଦେଇଥାନ୍ତି।
ਮਨ ਤਨ ਹੇਂਵ ਭਏ ਸਚੁ ਪਾਇਆ ਹਰਿ ਕੀ ਭਗਤਿ ਨਿਰਾਰੀ ॥੬॥ ମନ ତନ ଶାନ୍ତ ହୋଇଯାଏ, ସତ୍ୟ ଏବଂ ଭଗବାନଙ୍କ ବିଲକ୍ଷଣ ଭକ୍ତି ପ୍ରାପ୍ତ ହୋଇଥାଏ||6||
ਜੇਤੀ ਹੈ ਤੇਤੀ ਤੁਧੁ ਜਾਚੈ ਤੂ ਸਰਬ ਜੀਆਂ ਦਇਆਲਾ ॥ ହେ ପରମାତ୍ମା! ଯେତେ ଦୁନିଆ ଅଛି, ତୋ' ଠାରୁ ମାଗିଥାନ୍ତି, ତୁ ସବୁ ଜୀବ ଉପରେ ଦୟା କରୁ।
ਤੁਮ੍ਹ੍ਹਰੀ ਸਰਣਿ ਪਰੇ ਪਤਿ ਰਾਖਹੁ ਸਾਚੁ ਮਿਲੈ ਗੋਪਾਲਾ ॥੭॥ ଆମେ ତୁମର ଶରଣରେ ଆସିଛୁ, ଆମର ମାନ ରକ୍ଷା କରାମେ ସତ୍ୟରେ ମିଳନ କରିବା ଚାହୁଁ||7||
ਬਾਧੀ ਧੰਧਿ ਅੰਧ ਨਹੀ ਸੂਝੈ ਬਧਿਕ ਕਰਮ ਕਮਾਵੈ ॥ ନିଜ କାମ ଧନ୍ଦାରେ ବ୍ୟସ୍ତ ଲୋକ ଅଜ୍ଞାନ ଅନ୍ଧ ଅଟେ, ତାହାକୁ କୌଣସି ଜ୍ଞାନ ହୁଏନାହିଁ, ଏହି କାରଣରୁ ହତ୍ୟା ଓ ଅତ୍ୟାଚାରର କାମ କରିଥାଏ।
ਸਤਿਗੁਰ ਮਿਲੈ ਤ ਸੂਝਸਿ ਬੂਝਸਿ ਸਚ ਮਨਿ ਗਿਆਨੁ ਸਮਾਵੈ ॥੮॥ ଯେତେବେଳେ ସଚ୍ଚା ଗୁରୁ ମିଳିଯାନ୍ତି, ଭଲ ମନ୍ଦର ଜ୍ଞାନ ଆସିଥାଏ, ମନରେ ସତ୍ୟ ଓ ଜ୍ଞାନର ଆଲୋକ ହୋଇଯାଏ||8||
ਨਿਰਗੁਣ ਦੇਹ ਸਾਚ ਬਿਨੁ ਕਾਚੀ ਮੈ ਪੂਛਉ ਗੁਰੁ ਅਪਨਾ ॥ ଯେତେବେଳେ ମୁଁ ନିଜ ଗୁରୁଙ୍କୁ ପଚାରି ଥାଏ, ସେ କହିଥାନ୍ତି ଯେ ଗୁଣବିହୀନ ଶରୀର ସତ୍ୟ ବିନା ନଶ୍ଵର ଅଟେ।
ਨਾਨਕ ਸੋ ਪ੍ਰਭੁ ਪ੍ਰਭੂ ਦਿਖਾਵੈ ਬਿਨੁ ਸਾਚੇ ਜਗੁ ਸੁਪਨਾ ॥੯॥੨॥ ହେ ନାନକ! ଗୁରୁ ହିଁ ପ୍ରଭୁଙ୍କ ଦର୍ଶନ କରାଇ ଥାଆନ୍ତି, ସତ୍ୟ ବିନା ସଂପୂର୍ଣ୍ଣ ଜଗତ ପ୍ରହେଳିକା ଅଟେ||9||2||
ਮਲਾਰ ਮਹਲਾ ੧ ॥ ମଲାର ମହଲା 5 ॥
ਚਾਤ੍ਰਿਕ ਮੀਨ ਜਲ ਹੀ ਤੇ ਸੁਖੁ ਪਾਵਹਿ ਸਾਰਿੰਗ ਸਬਦਿ ਸੁਹਾਈ ॥੧॥ ଚାତକ ଓ ମାଛ ଜଳରୁ ହିଁ ସୁଖ ପ୍ରାପ୍ତ କରିଥାନ୍ତି ଏବଂ ହରିଣକୁ ସଙ୍ଗୀତର ଧ୍ୱନି ଭଲ ଲାଗିଥାଏ||1||
ਰੈਨਿ ਬਬੀਹਾ ਬੋਲਿਓ ਮੇਰੀ ਮਾਈ ॥੧॥ ਰਹਾਉ ॥ ହେ ମୋର ଭାଇ! ସାରା ରାତି ଜିଜ୍ଞାସୁ ଚାତକ ବୋଲିଥାଏ॥1॥ରୁହ॥
ਪ੍ਰਿਅ ਸਿਉ ਪ੍ਰੀਤਿ ਨ ਉਲਟੈ ਕਬਹੂ ਜੋ ਤੈ ਭਾਵੈ ਸਾਈ ॥੨॥ ପ୍ରିୟତମ ପ୍ରଭୁଙ୍କ ସହିତ ପ୍ରେମ କେବେ ସମାପ୍ତ ହୁଏନାହିଁ, ଯାହା ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହା ହିଁ ପ୍ରେମ ଅଟେ||2||
ਨੀਦ ਗਈ ਹਉਮੈ ਤਨਿ ਥਾਕੀ ਸਚ ਮਤਿ ਰਿਦੈ ਸਮਾਈ ॥੩॥ ପ୍ରଭୁଙ୍କ ପ୍ରେମରେ ନିଦ୍ରା ଦୂର ହୋଇଯାଏ, ଶରୀରରୁ ଅଭିମାନ ଚାଲିଯାଏ ଏବଂ ହୃଦୟରେ ସଚ୍ଚା ଉପଦେଶ ଲାଖି ରହିଥାଏ||3||
ਰੂਖੀ ਬਿਰਖੀ ਊਡਉ ਭੂਖਾ ਪੀਵਾ ਨਾਮੁ ਸੁਭਾਈ ॥੪॥ ବୃକ୍ଷ ଉପରେ ଥିବା ପକ୍ଷୀ ଭଳି ଉଡିଥାଏ, କ୍ଷୁଧାର୍ତ୍ତ ରହିଥାଏ, ସ୍ଵାଭାବିକ ଭାବରେ ନାମାମୃତ ପାନ କରି ତୃପ୍ତ ରହିଥାଏ||4||
ਲੋਚਨ ਤਾਰ ਲਲਤਾ ਬਿਲਲਾਤੀ ਦਰਸਨ ਪਿਆਸ ਰਜਾਈ ॥੫॥ ଆଖି କାମନା କରୁଛି, ଦର୍ଶନର ତୃଷ୍ଣା ପାଇଁ ଜିହ୍ଵା ଶୁଖି ଆସୁଛି ||5||
ਪ੍ਰਿਅ ਬਿਨੁ ਸੀਗਾਰੁ ਕਰੀ ਤੇਤਾ ਤਨੁ ਤਾਪੈ ਕਾਪਰੁ ਅੰਗਿ ਨ ਸੁਹਾਈ ॥੬॥ ପ୍ରିୟତମ ବିନା ଯେତେ ଶୃଙ୍ଗାର କରିଥାଏ, ଶରୀର ସେତେ ଜଳିଥାଏ ଏବଂ କାପ୍ଡା ମଧ୍ୟ ସୁନ୍ଦର ଲାଗି ନଥାଏ||6||
ਅਪਨੇ ਪਿਆਰੇ ਬਿਨੁ ਇਕੁ ਖਿਨੁ ਰਹਿ ਨ ਸਕਂਉ ਬਿਨ ਮਿਲੇ ਨੀਦ ਨ ਪਾਈ ॥੭॥ ନିଜ ପ୍ରିୟତମ ବିନା ଏକ କ୍ଷଣ ମଧ୍ୟ ରହି ପାରେନାହିଁ ଏବଂ ତାହାଙ୍କ ମିଳନ ବିନା ନିଦ୍ରା ଆସେ ନାହିଁ||7||
ਪਿਰੁ ਨਜੀਕਿ ਨ ਬੂਝੈ ਬਪੁੜੀ ਸਤਿਗੁਰਿ ਦੀਆ ਦਿਖਾਈ ॥੮॥ ପ୍ରିୟତମ ପ୍ରଭୁ ନିକଟରେ ହିଁ ଅଛନ୍ତି, ମୁଁ ବିଚରା ବୁଝି ପାରିନାହିଁ, ପରନ୍ତୁ ସଚ୍ଚା ଗୁରୁ ଦର୍ଶନ କରାଇ ଦେଇଛନ୍ତି||8||
ਸਹਜਿ ਮਿਲਿਆ ਤਬ ਹੀ ਸੁਖੁ ਪਾਇਆ ਤ੍ਰਿਸਨਾ ਸਬਦਿ ਬੁਝਾਈ ॥੯॥ ଯେତେବେଳେ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ସହିତ ମିଳନ ହୋଇଛି, ପରମ ସୁଖ ପ୍ରାପ୍ତ ହୋଇଛି ଏବଂ ତାହାଙ୍କ ଶବ୍ଦ ଦ୍ଵାରା ସାରା ତୃଷ୍ଣା ମେଣ୍ଟି ଯାଇଛି||9||
ਕਹੁ ਨਾਨਕ ਤੁਝ ਤੇ ਮਨੁ ਮਾਨਿਆ ਕੀਮਤਿ ਕਹਨੁ ਨ ਜਾਈ ॥੧੦॥੩॥ ନାନକ କହନ୍ତି ଯେ ହେ ଈଶ୍ଵର! ମୋର ମନ ତୋ' ଠାରେ ସନ୍ତୁଷ୍ଟ ହୋଇ ଯାଇଛି, ତାହାର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ||10||3||
ਮਲਾਰ ਮਹਲਾ ੧ ਅਸਟਪਦੀਆ ਘਰੁ ੨ ମଲାର ମହଲା 1 ଅଷ୍ଟପଦୀ ଘର 2
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਅਖਲੀ ਊਂਡੀ ਜਲੁ ਭਰ ਨਾਲਿ ॥ ପୃଥିବୀ ଜଳର ଭାରରେ ଝୁଙ୍କି ଯାଇଛି,
ਡੂਗਰੁ ਊਚਉ ਗੜੁ ਪਾਤਾਲਿ ॥ ପର୍ବତ ଉଚ୍ଚ ଅଟେ ଆଉ ଖାଲ ପାତାଳ ପର୍ଯ୍ୟନ୍ତ ଅଟେ।
ਸਾਗਰੁ ਸੀਤਲੁ ਗੁਰ ਸਬਦ ਵੀਚਾਰਿ ॥ ଗୁରୁଙ୍କ ଶିକ୍ଷାର ମନନ କରିବା ଦ୍ଵାରା ସଂସାର ସାଗର ଶୀତଳ ହୋଇଯାଏ,
ਮਾਰਗੁ ਮੁਕਤਾ ਹਉਮੈ ਮਾਰਿ ॥੧॥ ଅହଂକୁ ମାରି ମୁକ୍ତିର ମାର୍ଗ ସରଳ ହୋଇଯାଏ||1||
ਮੈ ਅੰਧੁਲੇ ਨਾਵੈ ਕੀ ਜੋਤਿ ॥ ମୋ' ଭଳି ଅନ୍ଧ ପାଖରେ ପ୍ରଭୁ-ନାମର ଜ୍ୟୋତି ଅଛି ଏବଂ
ਨਾਮ ਅਧਾਰਿ ਚਲਾ ਗੁਰ ਕੈ ਭੈ ਭੇਤਿ ॥੧॥ ਰਹਾਉ ॥ ଗୁରୁଙ୍କ ପ୍ରେମ ଓ ଶାନ୍ତ ସ୍ଵଭାବ ଦ୍ଵାରା ନାମର ଆଶ୍ରାରେ ହିଁ ଚାଲିଥାଏ॥1॥ରୁହ॥


© 2017 SGGS ONLINE
error: Content is protected !!
Scroll to Top