Guru Granth Sahib Translation Project

guru granth sahib odia page-1264

Page 1264

ਹਰਿ ਬੋਲਹੁ ਗੁਰ ਕੇ ਸਿਖ ਮੇਰੇ ਭਾਈ ਹਰਿ ਭਉਜਲੁ ਜਗਤੁ ਤਰਾਵੈ ॥੧॥ ਰਹਾਉ ॥ ହେ ମୋର ଭାଇ! ଗୁରୁଙ୍କ ଶିଷ୍ୟ, ହରିଙ୍କ ନାମ ଉଚ୍ଚାରଣ କର, ସେ ହିଁ ଭୟାନକ ସଂସାର ସାଗରରୁ ପାର କରାଇ ଥାଆନ୍ତି॥1॥ରୁହ॥
ਜੋ ਗੁਰ ਕਉ ਜਨੁ ਪੂਜੇ ਸੇਵੇ ਸੋ ਜਨੁ ਮੇਰੇ ਹਰਿ ਪ੍ਰਭ ਭਾਵੈ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ପୂଜା ଓ ସେବା କରିଥାଏ, ସେ ହିଁ ମୋର ପ୍ରଭୁଙ୍କୁ ପ୍ରିୟ ଲାଗିଥାଏ।
ਹਰਿ ਕੀ ਸੇਵਾ ਸਤਿਗੁਰੁ ਪੂਜਹੁ ਕਰਿ ਕਿਰਪਾ ਆਪਿ ਤਰਾਵੈ ॥੨॥ ଈଶ୍ଵରଙ୍କ ଉପାସନା କରସର୍ବ ପ୍ରଥମେ ସଚ୍ଚା ଗୁରୁଙ୍କ ପୂଜନ କର, ସେ କୃପା କରି ସ୍ଵୟଂ ସଂସାର-ସାଗରରୁ ପାର କରାଇ ଦେଇଥାନ୍ତି||2||
ਭਰਮਿ ਭੂਲੇ ਅਗਿਆਨੀ ਅੰਧੁਲੇ ਭ੍ਰਮਿ ਭ੍ਰਮਿ ਫੂਲ ਤੋਰਾਵੈ ॥ ଭ୍ରମରେ ରହି ଅଜ୍ଞାନ ଜୀବ ମୂର୍ତ୍ତିରେ ଫୁଲ ଚଢାଇ ଥାଏ।
ਨਿਰਜੀਉ ਪੂਜਹਿ ਮੜਾ ਸਰੇਵਹਿ ਸਭ ਬਿਰਥੀ ਘਾਲ ਗਵਾਵੈ ॥੩॥ ସେ ପଥର ମୂର୍ତ୍ତିର ପୂଜା-ଅର୍ଚ୍ଚନା କରିଥାଏ, ଓଲଟି ରହି ସମାଧି ବନିଥାଏ ଏବଂ ନିଜ ପରିଶ୍ରମ ବ୍ୟର୍ଥରେ ହରାଇ ଦେଇଥାଏ||3||
ਬ੍ਰਹਮੁ ਬਿੰਦੇ ਸੋ ਸਤਿਗੁਰੁ ਕਹੀਐ ਹਰਿ ਹਰਿ ਕਥਾ ਸੁਣਾਵੈ ॥ ଯିଏ ବ୍ରହ୍ମକୁ ଜାଣିଥାଏ, ତାହାଙ୍କୁ ହିଁ ସଚ୍ଚା ଗୁରୁ କୁହାଯାଇ ଥାଏ ଏବଂ ହରିଙ୍କ କଥା ଶୁଣାଇ ଥାଆନ୍ତି।
ਤਿਸੁ ਗੁਰ ਕਉ ਛਾਦਨ ਭੋਜਨ ਪਾਟ ਪਟੰਬਰ ਬਹੁ ਬਿਧਿ ਸਤਿ ਕਰਿ ਮੁਖਿ ਸੰਚਹੁ ਤਿਸੁ ਪੁੰਨ ਕੀ ਫਿਰਿ ਤੋਟਿ ਨ ਆਵੈ ॥੪॥ ସେହି ଗୁରୁଙ୍କୁ ଅନେକ ପ୍ରକାରର ଭୋଜନ, ସୁନ୍ଦର ବସ୍ତ୍ର ଇତ୍ୟାଦି ଅର୍ପଣ କର, ତାହାଙ୍କୁ ସତ୍ୟ ମାନି ତାହାଙ୍କ ଶିକ୍ଷାକୁ ଗ୍ରହଣ କର, ସେହି ପୂଣ୍ୟ ଯୋଗୁଁ କେବେ କୌଣସି ଅଭାବ ରହିବ ନାହିଁ||4||
ਸਤਿਗੁਰੁ ਦੇਉ ਪਰਤਖਿ ਹਰਿ ਮੂਰਤਿ ਜੋ ਅੰਮ੍ਰਿਤ ਬਚਨ ਸੁਣਾਵੈ ॥ ସଚ୍ଚା ଗୁରୁ ସାକ୍ଷାତ ପରମାତ୍ମାଙ୍କ ମୂର୍ତ୍ତି ଅଟନ୍ତି, ଯିଏ ଜିଜ୍ଞାସୁକୁ ଅମୃତ ବଚନ ଶୁଣାଇ ଥାଏ।
ਨਾਨਕ ਭਾਗ ਭਲੇ ਤਿਸੁ ਜਨ ਕੇ ਜੋ ਹਰਿ ਚਰਣੀ ਚਿਤੁ ਲਾਵੈ ॥੫॥੪॥ ହେ ନାନକ! ସେହି ବ୍ୟକ୍ତିର ଅହୋଭାଗ୍ୟ ଅଟେ, ଯିଏ ପରମାତ୍ମାଙ୍କ ଚରଣରେ ମନ ଲଗାଇ ଥାଏ||5||4||
ਮਲਾਰ ਮਹਲਾ ੪ ॥ ମଲାର ମହଲା 4॥
ਜਿਨ੍ ਕੈ ਹੀਅਰੈ ਬਸਿਓ ਮੇਰਾ ਸਤਿਗੁਰੁ ਤੇ ਸੰਤ ਭਲੇ ਭਲ ਭਾਂਤਿ ॥ ଯାହାର ହୃଦୟରେ ମୋର ସଦଗୁରୁ ବାସ କରିଥାନ୍ତି, ସେହି ସନ୍ଥ ପୁରୁଷ ଉତ୍ତମ ଅଟନ୍ତି।
ਤਿਨ੍ ਦੇਖੇ ਮੇਰਾ ਮਨੁ ਬਿਗਸੈ ਹਉ ਤਿਨ ਕੈ ਸਦ ਬਲਿ ਜਾਂਤ ॥੧॥ ତାହାଙ୍କ ଦର୍ଶନ ଦ୍ଵାରା ମୋର ମନ ପ୍ରସନ୍ନ ହୋଇ ଯାଇଛି ଏବଂ ସେହି ମହାପୁରୁଷଙ୍କ ପ୍ରତି ସଦା ସମର୍ପିତ ଯାଇଥାଏ||1||
ਗਿਆਨੀ ਹਰਿ ਬੋਲਹੁ ਦਿਨੁ ਰਾਤਿ ॥ ସେହି ଜ୍ଞାନୀ ସହିତ ଦିନ-ରାତି ହରିନାମର ଉଚ୍ଚାରଣ କର।
ਤਿਨ੍ ਕੀ ਤ੍ਰਿਸਨਾ ਭੂਖ ਸਭ ਉਤਰੀ ਜੋ ਗੁਰਮਤਿ ਰਾਮ ਰਸੁ ਖਾਂਤਿ ॥੧॥ ਰਹਾਉ ॥ ଯିଏ ଗୁରୁଙ୍କ ଶିକ୍ଷା ଦ୍ଵାରା ରାମନାମ ରସର ଆସ୍ଵାଦନ ନେଇଥାଏ, ତାହାର ତୃଷ୍ଣା ଏବଂ କ୍ଷୁଧା ଦୂର ହୋଇ ଯାଇଥାଏ॥1॥ରୁହ॥
ਹਰਿ ਕੇ ਦਾਸ ਸਾਧ ਸਖਾ ਜਨ ਜਿਨ ਮਿਲਿਆ ਲਹਿ ਜਾਇ ਭਰਾਂਤਿ ॥ ଈଶ୍ବରଙ୍କ ଭକ୍ତ, ସାଧୁଜନ ହିଁ ସଚ୍ଚା ମିଟର ଅଟନ୍ତି, ଯାହାଙ୍କ ସହିତ ସାକ୍ଷାତ ହେଲେ ଭ୍ରମ ଦୂର ହୋଇଯାଏ।
ਜਿਉ ਜਲ ਦੁਧ ਭਿੰਨ ਭਿੰਨ ਕਾਢੈ ਚੁਣਿ ਹੰਸੁਲਾ ਤਿਉ ਦੇਹੀ ਤੇ ਚੁਣਿ ਕਾਢੈ ਸਾਧੂ ਹਉਮੈ ਤਾਤਿ ॥੨॥ ଯେପରି ହଂସ ଜଳରୁ ଦୁଧକୁ ଅଲଗା କରି ଦେଇଥାଏ, ସେପରି ହିଁ ସାଧୁ-ମହାତ୍ମା ଶରୀରରୁ ଅଭିମାନର ପୀଡା ବାହାର କରି ଦେଇଥାନ୍ତି||2||
ਜਿਨ ਕੈ ਪ੍ਰੀਤਿ ਨਾਹੀ ਹਰਿ ਹਿਰਦੈ ਤੇ ਕਪਟੀ ਨਰ ਨਿਤ ਕਪਟੁ ਕਮਾਂਤਿ ॥ ଯାହାର ମନରେ ପରମାତ୍ମାଙ୍କ ସହିତ ପ୍ରେମ ହୁଏନାହିଁ, ଏପରି କପଟୀ ଲୋକ ପ୍ରତିଦିନ କପଟ କରିଥାଏ।
ਤਿਨ ਕਉ ਕਿਆ ਕੋਈ ਦੇਇ ਖਵਾਲੈ ਓਇ ਆਪਿ ਬੀਜਿ ਆਪੇ ਹੀ ਖਾਂਤਿ ॥੩॥ ଏପରି ଲୋକକୁ ବୋଲାଇ କିଏ କଣ ଦେବ, କଣ ଖୁଆଇବ, ଜାହ ଭଲ ମନ୍ଦ ବୁଣିଥାଏ, ତାହା ଖାଇଥାଏ||3||
ਹਰਿ ਕਾ ਚਿਹਨੁ ਸੋਈ ਹਰਿ ਜਨ ਕਾ ਹਰਿ ਆਪੇ ਜਨ ਮਹਿ ਆਪੁ ਰਖਾਂਤਿ ॥ ଈଶ୍ଵରଙ୍କ ଯେଉଁ ଗୁଣ ଥାଏ, ସେହି ଭକ୍ତ ପାଖରେ ମଧ୍ୟ ସେହି ଗୁଣ ଥାଏ ଏବଂ ଈଶ୍ଵର ଭକ୍ତ ଠାରେ ହିଁ ସ୍ଵୟଂକୁ ସ୍ଥିର ରଖିଥାନ୍ତି।
ਧਨੁ ਧੰਨੁ ਗੁਰੂ ਨਾਨਕੁ ਸਮਦਰਸੀ ਜਿਨਿ ਨਿੰਦਾ ਉਸਤਤਿ ਤਰੀ ਤਰਾਂਤਿ ॥੪॥੫॥ ସମଦର୍ଶୀ ଗୁରୁ ନାନକ ଧନ୍ୟ ଏବଂ ପ୍ରଶଂସାର ପାତ୍ର ଅଟନ୍ତି, ଯିଏ ନିନ୍ଦା ଓ ସ୍ତୁତି ଠାରୁ ମୁକ୍ତ ହୋଇ ଅନ୍ୟ ଲୋକଙ୍କୁ ମଧ୍ୟ ଏଥିରୁ ପାର କରାଇ ଦିଅନ୍ତି||4||5||
ਮਲਾਰ ਮਹਲਾ ੪ ॥ ମଲାର ମହଲା 4॥
ਅਗਮੁ ਅਗੋਚਰੁ ਨਾਮੁ ਹਰਿ ਊਤਮੁ ਹਰਿ ਕਿਰਪਾ ਤੇ ਜਪਿ ਲਇਆ ॥ ଅପହଞ୍ଚ, ମନବାଣୀରୁ ଉର୍ଦ୍ଧ୍ଵରେ ଥିବା ପରମାତ୍ମାଙ୍କ ନାମ ସର୍ବୋତ୍ତମ ଅଟେ ଏବଂ ତାହାଙ୍କ କୃପାରୁ ହିଁ ନାମ ଜପ କରାଯାଇ ଥାଏ।
ਸਤਸੰਗਤਿ ਸਾਧ ਪਾਈ ਵਡਭਾਗੀ ਸੰਗਿ ਸਾਧੂ ਪਾਰਿ ਪਇਆ ॥੧॥ ମୁଁ ଭାଗ୍ୟଶାଳୀ ଅଟେ, ମୋତେ ସଚ୍ଚା ସାଧୁଙ୍କ ସଙ୍ଗତ ପ୍ରାପ୍ତ ହୋଇଛି, ସାଧୁଙ୍କ ସଙ୍ଗତରେ ସଂସାର ସାଗରରୁ ପାର ହୋଇ ଯାଇଛି||1||
ਮੇਰੈ ਮਨਿ ਅਨਦਿਨੁ ਅਨਦੁ ਭਇਆ ॥ ମୋର ମନରେ ଆନନ୍ଦ ହିଁ ଆନନ୍ଦ ଜାତ ହୋଇ ଯାଇଛି,
ਗੁਰ ਪਰਸਾਦਿ ਨਾਮੁ ਹਰਿ ਜਪਿਆ ਮੇਰੇ ਮਨ ਕਾ ਭ੍ਰਮੁ ਭਉ ਗਇਆ ॥੧॥ ਰਹਾਉ ॥ ଗୁରୁଙ୍କ କୃପାରୁ ହରିନାମ ଜପ କରିଛି, ଯାହାଦ୍ୱାରା ମନର ଭ୍ରମ ଓ ଭୟ ଦୂର ହୋଇ ଯାଇଛି॥1॥ରୁହ॥
ਜਿਨ ਹਰਿ ਗਾਇਆ ਜਿਨ ਹਰਿ ਜਪਿਆ ਤਿਨ ਸੰਗਤਿ ਹਰਿ ਮੇਲਹੁ ਕਰਿ ਮਇਆ ॥ ଯିଏ ପରମାତ୍ମାଙ୍କ ଗୁଣଗାନ କରିଥାଏ, ହରିନାମ ଜପିଥାଏ, ହେ ପ୍ରଭୁ! ଦୟା କରି ତହନ କ ସଙ୍ଗତରେ ମିଳନ କରାଇ ଦିଅ।
ਤਿਨ ਕਾ ਦਰਸੁ ਦੇਖਿ ਸੁਖੁ ਪਾਇਆ ਦੁਖੁ ਹਉਮੈ ਰੋਗੁ ਗਇਆ ॥੨॥ ତାହାଙ୍କ ଦର୍ଶନ ଦ୍ଵାରା ପରମ-ସୁଖ ପ୍ରାପ୍ତ ହୋଇଥାଏ ଏବଂ ଦୁଃଖର ରୋଗ ଦୂର ହୋଇଯାଏ||2||
ਜੋ ਅਨਦਿਨੁ ਹਿਰਦੈ ਨਾਮੁ ਧਿਆਵਹਿ ਸਭੁ ਜਨਮੁ ਤਿਨਾ ਕਾ ਸਫਲੁ ਭਇਆ ॥ ଯିଏ ଦିନ-ରାତି ହୃଦୟରେ ହରିନାମର ଧ୍ୟାନ କରିଥାଏ, ତାହାର ପୁରା ଜନ୍ମ ସଫଳ ହୋଇଯାଏ।
ਓਇ ਆਪਿ ਤਰੇ ਸ੍ਰਿਸਟਿ ਸਭ ਤਾਰੀ ਸਭੁ ਕੁਲੁ ਭੀ ਪਾਰਿ ਪਇਆ ॥੩॥ ସେ ସ୍ଵୟଂ ପାର ହୋଇଥାଏ, ସାରା ଦୁନିଆକୁ ମଧ୍ୟ ପାର କରାଇ ଥାଏ||3||
ਤੁਧੁ ਆਪੇ ਆਪਿ ਉਪਾਇਆ ਸਭੁ ਜਗੁ ਤੁਧੁ ਆਪੇ ਵਸਿ ਕਰਿ ਲਇਆ ॥ ହେ ସର୍ବେଶ୍ଵର! ସଂପୂର୍ଣ୍ଣ ଜଗତକୁ ତୁ ସ୍ଵୟଂ ଉତ୍ପନ୍ନ କରିଛୁ ଏବଂ ସ୍ଵୟଂ ହିଁ ନିଜ ବଶରେ ରଖିଛୁ।


© 2017 SGGS ONLINE
error: Content is protected !!
Scroll to Top