Guru Granth Sahib Translation Project

guru granth sahib odia page-125

Page 125

ਗੁਰਮੁਖਿ ਜੀਵੈ ਮਰੈ ਪਰਵਾਣੁ ॥ ଗୁରୁମୁଖର ବଞ୍ଚିବା ଓ ମରିବା ପ୍ରାମାଣିକ ଅଟେ।
ਆਰਜਾ ਨ ਛੀਜੈ ਸਬਦੁ ਪਛਾਣੁ ॥ ତାହାର ଜୀବନ ବ୍ୟର୍ଥ ଯାଏ ନାହିଁ, କାରଣ ସେ ପରମାତ୍ମାଙ୍କୁ ଚିହ୍ନି ପାରେ।
ਗੁਰਮੁਖਿ ਮਰੈ ਨ ਕਾਲੁ ਨ ਖਾਏ ਗੁਰਮੁਖਿ ਸਚਿ ਸਮਾਵਣਿਆ ॥੨॥ ଗୁରୁମୁଖକୁ ମୃତ୍ୟୁ ଗ୍ରାସ କରି ପାରେନାହିଁ। ଗୁରୁମୁଖ ସତ୍ୟରେ ଲୀନ ଥାଏ ॥2॥
ਗੁਰਮੁਖਿ ਹਰਿ ਦਰਿ ਸੋਭਾ ਪਾਏ ॥ ଏପରି ଗୁରୁମୁଖ ଈଶ୍ଵରଙ୍କ ଦରବାରରେ ବଡ ଶୋଭା ପାଇଥାଏ।
ਗੁਰਮੁਖਿ ਵਿਚਹੁ ਆਪੁ ਗਵਾਏ ॥ ଗୁରୁମୁଖ ନିଜ ମନରୁ ଅହଂକାର ଦୂର କରିଦିଏ ।
ਆਪਿ ਤਰੈ ਕੁਲ ਸਗਲੇ ਤਾਰੇ ਗੁਰਮੁਖਿ ਜਨਮੁ ਸਵਾਰਣਿਆ ॥੩॥ ଗୁରୁମୁଖ ସ୍ଵୟଂ ଭବସାଗରରୁ ପାର ହୋଇଯାଏ ଆଉ ନିଜ ବଂଶକୁ ମଧ୍ୟ ପାର କରାଇଥାଏ ॥3॥
ਗੁਰਮੁਖਿ ਦੁਖੁ ਕਦੇ ਨ ਲਗੈ ਸਰੀਰਿ ॥ ଗୁରୁମୁଖର ଶରୀରକୁ କେବେ କୌଣସି ଦୁଃଖ ଲାଗେ ନାହିଁ।
ਗੁਰਮੁਖਿ ਹਉਮੈ ਚੂਕੈ ਪੀਰ ॥ ଗୁରୁମୁଖଙ୍କ ଅହଙ୍କାରର ବେଦନା ପୀଡା ଦୂର ହୋଇଯାଏ।
ਗੁਰਮੁਖਿ ਮਨੁ ਨਿਰਮਲੁ ਫਿਰਿ ਮੈਲੁ ਨ ਲਾਗੈ ਗੁਰਮੁਖਿ ਸਹਜਿ ਸਮਾਵਣਿਆ ॥੪॥ ଗୁରୁମୁଖର ମନ ଅହଂତ୍ଵର ମଇଳାରୁ ନିର୍ମଳ ହୋଇଯାଏ ଆଉ ତାହାକୁ ପୁଣି ଅହଂତ୍ଵର ମଇଳା ଲାଗେ ନାହିଁ। ଗୁରୁମୁଖ ସ୍ଵାଭାବିକ ଭାବରେ ରହିଥାଏ ॥4॥
ਗੁਰਮੁਖਿ ਨਾਮੁ ਮਿਲੈ ਵਡਿਆਈ ॥ ଗୁରୁମୁଖ ଈଶ୍ଵରଙ୍କ ନାମର ମହାନତା ପ୍ରାପ୍ତ କରିଥାଏ
ਗੁਰਮੁਖਿ ਗੁਣ ਗਾਵੈ ਸੋਭਾ ਪਾਈ ॥ ଗୁରୁମୁଖ ଭଗବାନଙ୍କ ଗୁଣାନୁବାଦ କରିଥାଏ ଆଉ ଦୁନିଆରେ ବଡ ଶୋଭା ପ୍ରାପ୍ତ କରିଥାଏ।
ਸਦਾ ਅਨੰਦਿ ਰਹੈ ਦਿਨੁ ਰਾਤੀ ਗੁਰਮੁਖਿ ਸਬਦੁ ਕਰਾਵਣਿਆ ॥੫॥ ସେ ସର୍ବଦା ହିଁ ଦିନ ରାତି ଆନନ୍ଦ ପୂର୍ବକ ରହିଥାଏ। ଗୁରୁମୁଖ ଭଗବାନଙ୍କ ନାମର ସାଧନା କରିଥାଏ ॥5॥
ਗੁਰਮੁਖਿ ਅਨਦਿਨੁ ਸਬਦੇ ਰਾਤਾ ॥ ଗୁରୁମୁଖ ରାତି ଦିନ ଶବ୍ଦରେ ମଗ୍ନ ରହିଥାଏ।
ਗੁਰਮੁਖਿ ਜੁਗ ਚਾਰੇ ਹੈ ਜਾਤਾ ॥ ଗୁରୁମୁଖ ଚାରି ଯୁଗରେ ଜଣା ଯାଆନ୍ତି।
ਗੁਰਮੁਖਿ ਗੁਣ ਗਾਵੈ ਸਦਾ ਨਿਰਮਲੁ ਸਬਦੇ ਭਗਤਿ ਕਰਾਵਣਿਆ ॥੬॥ ଗୁରୁମୁଖ ସଦା ନିର୍ମଳ ପ୍ରଭୁଙ୍କ ଯଶୋଗାନ କରିଥାନ୍ତି ଆଉ ଶବ୍ଦ ଦ୍ଵାରା ଭଗବାନଙ୍କ ଭକ୍ତି କରିଥାଏ ॥6॥
ਬਾਝੁ ਗੁਰੂ ਹੈ ਅੰਧ ਅੰਧਾਰਾ ॥ ଗୁରୁଙ୍କ ବିନା ଘନଘୋଟ ଅନ୍ଧକାର ଅଟେ।
ਜਮਕਾਲਿ ਗਰਠੇ ਕਰਹਿ ਪੁਕਾਰਾ ॥ ଯମଦୂତ ଦ୍ଵାରା ଧରା ହୋଇଥିବା ମନୁଷ୍ୟ ଜୋରରେ ଚିତ୍କାର କରିଥାଏ।
ਅਨਦਿਨੁ ਰੋਗੀ ਬਿਸਟਾ ਕੇ ਕੀੜੇ ਬਿਸਟਾ ਮਹਿ ਦੁਖੁ ਪਾਵਣਿਆ ॥੭॥ ସେ ରାତି ଡି ରୋଗୀ ବନି ରହିଥାଏ, ଯେପରି ବିଷ୍ଟାର କୀଡା ବିଷ୍ଟାରେ ଦୁଃଖୀ ରହିଥାଏ ॥7॥
ਗੁਰਮੁਖਿ ਆਪੇ ਕਰੇ ਕਰਾਏ ॥ ଗୁରୁମୁଖ ସ୍ଵୟଂ ହିଁ ଭଗବାନଙ୍କ ଭକ୍ତି କରିଥାଏ ଏବଂ ଅନ୍ୟ ଦ୍ଵାରା ମଧ୍ୟ କରାଇଥାନ୍ତି।
ਗੁਰਮੁਖਿ ਹਿਰਦੈ ਵੁਠਾ ਆਪਿ ਆਏ ॥ ଗୁରୁମୁଖର ହୃଦୟରେ ପରମେଶ୍ଵର ସ୍ଵୟଂ ଆସି ନିବାସ କରିଥାନ୍ତି।
ਨਾਨਕ ਨਾਮਿ ਮਿਲੈ ਵਡਿਆਈ ਪੂਰੇ ਗੁਰ ਤੇ ਪਾਵਣਿਆ ॥੮॥੨੫॥੨੬॥ ହେ ନାନକ! ପ୍ରଭୁଙ୍କ ନାମ ଦ୍ଵାରା ମହାନତା ପ୍ରାପ୍ତ ହୋଇଥାଏ। ପୂର୍ଣ୍ଣ ଗୁରୁ ଦ୍ଵାରା ହିଁ ନାମ ହୁଏ ॥8॥25॥26॥
ਮਾਝ ਮਹਲਾ ੩ ॥ ମାଝ ମହଲା 3 ॥
ਏਕਾ ਜੋਤਿ ਜੋਤਿ ਹੈ ਸਰੀਰਾ ॥ ସମସ୍ତ ଶରୀରରେ ଯେଉଁ ଜ୍ୟୋତି ବିଦ୍ୟମାନ ଅଛି, ସେହି ଜ୍ୟୋତି ଏକ ହିଁ, ଅର୍ଥାତ, ଏକ ଈଶ୍ଵରଙ୍କ ଜ୍ୟୋତି ସବୁଠାରେ ବିଦ୍ୟମାନ।
ਸਬਦਿ ਦਿਖਾਏ ਸਤਿਗੁਰੁ ਪੂਰਾ ॥ ପୂର୍ଣ୍ଣ ସଦଗୁରୁ ଶବ୍ଦ ଦ୍ଵାରା ମନୁଷ୍ୟକୁ ଏହି ଜ୍ୟୋତିର ଦର୍ଶନ କରାଇ ଦିଅନ୍ତି।
ਆਪੇ ਫਰਕੁ ਕੀਤੋਨੁ ਘਟ ਅੰਤਰਿ ਆਪੇ ਬਣਤ ਬਣਾਵਣਿਆ ॥੧॥ ବିଭିନ୍ନ ଶରୀରରେ ଇଶ୍ଵର ସ୍ଵୟଂ ହିଁ ବିବିଧତା ଉତ୍ପର୍ଣ୍ଣ କରିଛନ୍ତି ଆଉ ସ୍ଵୟଂ ହିଁ ଜୀବର ଶରୀରର ରଚନା କରିଛନ୍ତି ॥1॥
ਹਉ ਵਾਰੀ ਜੀਉ ਵਾਰੀ ਹਰਿ ਸਚੇ ਕੇ ਗੁਣ ਗਾਵਣਿਆ ॥ ମୁଁ ତାଙ୍କ ପାଖରେ ସଂପୂର୍ଣ୍ଣ ସମର୍ପିତ ଯିଏ ସତ୍ୟସ୍ଵରୂପ ପରମେଶ୍ଵରଙ୍କ ଗୁଣ ଗାନ କରିଥାଏ।
ਬਾਝੁ ਗੁਰੂ ਕੋ ਸਹਜੁ ਨ ਪਾਏ ਗੁਰਮੁਖਿ ਸਹਜਿ ਸਮਾਵਣਿਆ ॥੧॥ ਰਹਾਉ ॥ ଗୁରୁଙ୍କ ବ୍ୟତୀତ କାହାକୁ ମଧ୍ୟ ସ୍ଵାଭାବିକ ଅବସ୍ଥା ପ୍ରାପ୍ତ ହୁଏ ନାହିଁ। ଗୁରୁମୁଖ ସ୍ଵାଭାବିକ ଅବସ୍ଥାରେ ହିଁ ରୁହନ୍ତି ॥1॥ରୁହ॥
ਤੂੰ ਆਪੇ ਸੋਹਹਿ ਆਪੇ ਜਗੁ ਮੋਹਹਿ ॥ ହେ ପ୍ରଭୁ! ତୁ ସ୍ଵୟଂ ହିଁ ସର୍ବତ୍ର ସୁନ୍ଦର ରୂପରେ ଶୋଭା ଦେଉଛୁ ଆଉ ସ୍ଵୟଂ ହିଁ ଜଗତକୁ ମୋହିତ କରୁଛୁ।
ਤੂੰ ਆਪੇ ਨਦਰੀ ਜਗਤੁ ਪਰੋਵਹਿ ॥ ତୁ ସ୍ଵୟଂ ହିଁ ନିଜ କୃପା ଦୃଷ୍ଟି ଦ୍ଵାରା ସଂପୂର୍ଣ୍ଣ ଜଗତକୁ ମୋହ ମାୟାରେ ଗୁନ୍ଥି ରଖିଛୁ।
ਤੂੰ ਆਪੇ ਦੁਖੁ ਸੁਖੁ ਦੇਵਹਿ ਕਰਤੇ ਗੁਰਮੁਖਿ ਹਰਿ ਦੇਖਾਵਣਿਆ ॥੨॥ ହେ ମୋର ହରି-ପରମେଶ୍ଵର! ତୁ ସ୍ଵୟଂ ହିଁ ଦୁଃଖ ଆଉ ସୁଖ ପ୍ରଦାନ କରୁ ଆଉ ଗୁରୁମୁଖଙ୍କୁ ହରିଙ୍କ ଦର୍ଶନ କରାଉ ॥2॥
ਆਪੇ ਕਰਤਾ ਕਰੇ ਕਰਾਏ ॥ ଜଗତର ରଚୟିତା ପ୍ରଭୁ ସ୍ଵୟଂ ହିଁ ସବୁ କିଛି କରିଥାନ୍ତି ଆଉ ଜୀବଙ୍କ ଦ୍ଵାରା କରାନ୍ତି ।
ਆਪੇ ਸਬਦੁ ਗੁਰ ਮੰਨਿ ਵਸਾਏ ॥ ସେ ସ୍ଵୟଂ ହିଁ ଗୁରୁଙ୍କ ଶବ୍ଦ ମନୁଷ୍ୟର ହୃଦୟରେ ବାସ କରିଥାଏ।
ਸਬਦੇ ਉਪਜੈ ਅੰਮ੍ਰਿਤ ਬਾਣੀ ਗੁਰਮੁਖਿ ਆਖਿ ਸੁਣਾਵਣਿਆ ॥੩॥ ଶବ୍ଦରୁ ଅମୃତ ବାଣୀ ଉତ୍ପର୍ଣ୍ଣ ହୋଇଥାଏ।ଗୁରୁମୁଖ ଏହି ଅମୃତ ବାଣୀକୁ ବୋଲି ମଧ୍ୟ ଅନ୍ୟକୁ ଶୁଣାଇ ଥାଏ ॥3॥
ਆਪੇ ਕਰਤਾ ਆਪੇ ਭੁਗਤਾ ॥ ହରି-ପ୍ରଭୁ ସ୍ଵୟଂ ହିଁ କର୍ତ୍ତା ଆଉ ସ୍ଵୟଂ ହିଁ ଜଗତର ପଦାର୍ଥକୁ ଭୋଗନ୍ତି ।
ਬੰਧਨ ਤੋੜੇ ਸਦਾ ਹੈ ਮੁਕਤਾ ॥ ଭଗବାନ ଯେଉଁ ବ୍ଯକ୍ତିର ବନ୍ଧନକୁ କାଟିଦେଇଛନ୍ତି, ସେ ସର୍ବଦା ମୁକ୍ତ ହୋଇଯାଏ।
ਸਦਾ ਮੁਕਤੁ ਆਪੇ ਹੈ ਸਚਾ ਆਪੇ ਅਲਖੁ ਲਖਾਵਣਿਆ ॥੪॥ ସତ୍ୟ ସ୍ଵରୁପ ପରମେଶ୍ଵର ସ୍ଵୟଂ ହିଁ ମାୟାର ବନ୍ଧନରୁ ସଦା ମୁକ୍ତ ଅଟନ୍ତି। ସେହି ଅଲକ୍ଷ ପରମେଶ୍ଵର ସ୍ଵୟଂ ହିଁ ନିଜ ସ୍ଵରୁପକୁ ଦର୍ଶନ କରାନ୍ତି ॥4॥
ਆਪੇ ਮਾਇਆ ਆਪੇ ਛਾਇਆ ॥ ପରମେଶ୍ଵର ସ୍ଵୟଂ ହିଁ ମାୟା ଆଉ ସ୍ଵୟଂ ହିଁ ସେହି ମାୟାରେ ପ୍ରତିବିମ୍ବିତ ଅଛନ୍ତି।ସ୍ଵୟଂ ହିଁ ସ୍ଵୟଂ ହିଁ
ਆਪੇ ਮੋਹੁ ਸਭੁ ਜਗਤੁ ਉਪਾਇਆ ॥ ସେହି ପ୍ରଭୁ ସ୍ଵୟଂ ହିଁ ମାୟାର ମୋହକୁ ଜାତ କରିଛନ୍ତି ଆଉ ସ୍ଵୟଂ ହିଁ ଜଗତକୁ ରଚନା କରିଛନ୍ତି।
ਆਪੇ ਗੁਣਦਾਤਾ ਗੁਣ ਗਾਵੈ ਆਪੇ ਆਖਿ ਸੁਣਾਵਣਿਆ ॥੫॥ ପରମେଶ୍ଵର ସ୍ଵୟଂ ହିଁ ଗୁଣ ଦାତା ଆଉ ସେ ସ୍ଵୟଂ ହିଁ ନିଜ ଗୁଣ ଗାନ କରୁଛନ୍ତି। ସେ ସ୍ଵୟଂ ହିଁ ନିଜ ଗୁଣ ବୋଲି ଶୁଣାଉଛନ୍ତି ॥5॥
ਆਪੇ ਕਰੇ ਕਰਾਏ ਆਪੇ ॥ ପ୍ରଭୁ ସ୍ଵୟଂ ହିଁ ପ୍ରାଣୀଙ୍କ କର୍ତ୍ତା ଅଟନ୍ତି ଆଉ ତାଙ୍କ ଦ୍ଵାରା କର୍ମ କରାନ୍ତି ।
ਆਪੇ ਥਾਪਿ ਉਥਾਪੇ ਆਪੇ ॥ ପରମାତ୍ମା ସ୍ଵୟଂ ହିଁ ସୃଷ୍ଟି ରଚନା କରିଛନ୍ତି ଆଉ ସ୍ଵୟଂ ହିଁ ସୃଷ୍ଟିର ବିନାଶ ମଧ୍ୟ କରିଥାନ୍ତ।
ਤੁਝ ਤੇ ਬਾਹਰਿ ਕਛੂ ਨ ਹੋਵੈ ਤੂੰ ਆਪੇ ਕਾਰੈ ਲਾਵਣਿਆ ॥੬॥ ହେ ପ୍ରଭୁ! ତୋର ହୁକୁମ ବିନା କିଛି ମଧ୍ୟ ହୋଇପାରେ ନାହିଁ। ତୁମେ ସ୍ଵୟଂ ହିଁ ପ୍ରାଣୀକୁ ବିଭିନ୍ନ କର୍ମରେ ଲଗାଉ ଅଛ। ॥6॥
ਆਪੇ ਮਾਰੇ ਆਪਿ ਜੀਵਾਏ ॥ ଭଗବାନ ସ୍ଵୟଂ ହିଁ ଜୀବଙ୍କୁ ମାରନ୍ତି ଆଉ ସ୍ଵୟଂ ହିଁ ତାହାଙ୍କୁ ଜୀବିତ ମଧ୍ୟ ରଖନ୍ତି ।
ਆਪੇ ਮੇਲੇ ਮੇਲਿ ਮਿਲਾਏ ॥ ସେ ଵ ଜୀବଙ୍କୁ ଗୁରୁ ସହିତ ମିଶାନ୍ତି ଆଉ ସେମାନଙ୍କୁ ଗୁରୁଙ୍କ ସମ୍ପର୍କରେ ରଖି ନିଜ ସାଥିରେ ମିଳାନ୍ତି।
ਸੇਵਾ ਤੇ ਸਦਾ ਸੁਖੁ ਪਾਇਆ ਗੁਰਮੁਖਿ ਸਹਜਿ ਸਮਾਵਣਿਆ ॥੭॥ ଗୁରୁଙ୍କ ସେବା କରିବା ଦ୍ଵାରା ମନୁଷ୍ୟକୁ ସର୍ବଦା ହିଁ ସୁଖ ପ୍ରାପ୍ତ ହୋଇଥାଏ ଆଉ ଗୁରୁଙ୍କ ପ୍ରେରଣାରୁ ଜୀବ ସ୍ଵାଭାବିକ ଭାବରେ ହିଁ ସତ୍ୟରେ ଲୀନ ହୁଏ ॥7॥


© 2017 SGGS ONLINE
error: Content is protected !!
Scroll to Top