Guru Granth Sahib Translation Project

guru granth sahib odia page-1238

Page 1238

ਸਲੋਕ ਮਹਲਾ ੨ ॥ ଶ୍ଳୋକ ମହଲା 2॥
ਆਪਿ ਉਪਾਏ ਨਾਨਕਾ ਆਪੇ ਰਖੈ ਵੇਕ ॥ ହେ ନାନକ! ଈଶ୍ଵର ସବୁଙ୍କୁ ଉତ୍ପନ୍ନ କରିଥାନ୍ତି, ସ୍ଵୟଂ ହିଁ ଅଲଗା-ଅଲଗା ରଖିଥାନ୍ତି।
ਮੰਦਾ ਕਿਸ ਨੋ ਆਖੀਐ ਜਾਂ ਸਭਨਾ ਸਾਹਿਬੁ ਏਕੁ ॥ ମନ୍ଦ କାହାକୁ କୁହାଯିବ, ଯେତେବେଳେ ସବୁଙ୍କ ମାଲିକ ଏକ ହିଁ ଅଟନ୍ତି।
ਸਭਨਾ ਸਾਹਿਬੁ ਏਕੁ ਹੈ ਵੇਖੈ ਧੰਧੈ ਲਾਇ ॥ ସବୁଙ୍କ ମାଲିକ ଏକ ପ୍ରଭୁ ହିଁ ଅଟନ୍ତି, ସେ ସବୁଙ୍କୁ ଅଲଗା-ଅଲଗା କାର୍ଯ୍ୟରେ ଲଗାଇ ଥାଆନ୍ତି।
ਕਿਸੈ ਥੋੜਾ ਕਿਸੈ ਅਗਲਾ ਖਾਲੀ ਕੋਈ ਨਾਹਿ ॥ କିଛି ଜୀବକୁ ସେ କିଛି ଦେଇଛନ୍ତି, କାହାକୁ ଅଧିକ ଦେଇଛନ୍ତି, ପରନ୍ତୁ ଖାଲି କେହି ନାହାନ୍ତି।
ਆਵਹਿ ਨੰਗੇ ਜਾਹਿ ਨੰਗੇ ਵਿਚੇ ਕਰਹਿ ਵਿਥਾਰ ॥ ସବୁ ଜୀବ ନଗ୍ନ ଆସିଥାନ୍ତି, ନଗ୍ନ ହିଁ ଚାଲିଯାନ୍ତି, ଅର୍ଥାତ ଖାଲି ହିଁ ଆସିଥାନ୍ତି ଏବଂ ଖାଲି ହିଁ ଯାଇଥାନ୍ତି, ତଥାପି ସଂସାରରେ ଆଡମ୍ବର କରିଥାନ୍ତି।
ਨਾਨਕ ਹੁਕਮੁ ਨ ਜਾਣੀਐ ਅਗੈ ਕਾਈ ਕਾਰ ॥੧॥ ହେ ନାନକ! ତାହାଙ୍କ ହୁକୁମକୁ ଜଣା ଯାଇ ପାରିବ ନାହିଁ, କାରଣ ଏହି କଥାର ମଧ୍ୟ କୌଣସି ଖବର ନାହିଁ, ପରେ କୌଣସି କାର୍ଯ୍ୟରେ ଲଗାଇବା ବାଲା ଅଟନ୍ତି||1||
ਮਹਲਾ ੧ ॥ ମହଲା 1॥
ਜਿਨਸਿ ਥਾਪਿ ਜੀਆਂ ਕਉ ਭੇਜੈ ਜਿਨਸਿ ਥਾਪਿ ਲੈ ਜਾਵੈ ॥ ସେ ଅନେକ ପ୍ରକାରର ଜୀବକୁ ସଂସାରକୁ ପଠାଇଛନ୍ତି ଏବଂ ଅନେକ ଜୀବକୁ ସଂସାରରୁ ମଧ୍ୟ ନେଇଯାନ୍ତି।
ਆਪੇ ਥਾਪਿ ਉਥਾਪੈ ਆਪੇ ਏਤੇ ਵੇਸ ਕਰਾਵੈ ॥ ସେ ସ୍ଵୟଂ ଉତ୍ପନ୍ନ କରି ନଷ୍ଟ ମଧ୍ୟ କରିଥାନ୍ତି ଏବଂ ଅନେକ ପ୍ରକାର ବେଶ କରାଇଥାନ୍ତି।
ਜੇਤੇ ਜੀਅ ਫਿਰਹਿ ਅਉਧੂਤੀ ਆਪੇ ਭਿਖਿਆ ਪਾਵੈ ॥ ଯେଉଁ ଜୀବ ସାଧୁ ଫକିର ବନି ବୁଲୁଥାଏ, ତାହାକୁ ସ୍ଵୟଂ ହିଁ ଶିକ୍ଷା ଦେଇଥାନ୍ତି।
ਲੇਖੈ ਬੋਲਣੁ ਲੇਖੈ ਚਲਣੁ ਕਾਇਤੁ ਕੀਚਹਿ ਦਾਵੇ ॥ ଆମର ବୋଲିବା ଓ ଚାଲିବା ସବୁ ଭାଗ୍ୟ ଅନୁସାରେ ନିଶ୍ଚିତ ଅଟେ, ମିଥ୍ୟା ଦାବି କରିବାରେ କୌଣସି ଲାଭ ନାହିଁ।
ਮੂਲੁ ਮਤਿ ਪਰਵਾਣਾ ਏਹੋ ਨਾਨਕੁ ਆਖਿ ਸੁਣਾਏ ॥ ଏହି ସଚ୍ଚା କଥା ସ୍ଵୀକାର୍ଯ୍ୟ ଯାହା ନାନକ କହି ଶୁଣାଇଛନ୍ତି,
ਕਰਣੀ ਉਪਰਿ ਹੋਇ ਤਪਾਵਸੁ ਜੇ ਕੋ ਕਹੈ ਕਹਾਏ ॥੨॥ ଯିଏ ଯାହା କହିଲେ ମଧ୍ୟ କର୍ମ ଆଧାରରେ ନ୍ୟାୟ ହୋଇଥାଏ||2||
ਪਉੜੀ ॥ ପଉଡୀ॥
ਗੁਰਮੁਖਿ ਚਲਤੁ ਰਚਾਇਓਨੁ ਗੁਣ ਪਰਗਟੀ ਆਇਆ ॥ ଗୁରୁ ଲୀଳା ରଚିଛନ୍ତି, ଯାହାଦ୍ୱାରା ସବୁ ଗୁଣ ପ୍ରକଟ ହୋଇ ଯାଇଛି।
ਗੁਰਬਾਣੀ ਸਦ ਉਚਰੈ ਹਰਿ ਮੰਨਿ ਵਸਾਇਆ ॥ ସେ ସଦା ଗୁରୁଙ୍କ ବାଣୀର ଉଚ୍ଚାରଣ କରିଥାନ୍ତି ଏବଂ ପ୍ରଭୁଙ୍କୁ ମନରେ ସ୍ଥାପନ କରିଥାନ୍ତି।
ਸਕਤਿ ਗਈ ਭ੍ਰਮੁ ਕਟਿਆ ਸਿਵ ਜੋਤਿ ਜਗਾਇਆ ॥ ମାୟାର ପ୍ରପଞ୍ଚ ଦୂର ହୋଇ ଯାଇଛି, ଭ୍ରମ କଟି ଯାଇଛି ଏବଂ ଜ୍ଞାନ ଜ୍ୟୋତିର ଦୀପକ ପ୍ରଜ୍ଵଳିତ ହୋଇ ଯାଇଛି।
ਜਿਨ ਕੈ ਪੋਤੈ ਪੁੰਨੁ ਹੈ ਗੁਰੁ ਪੁਰਖੁ ਮਿਲਾਇਆ ॥ ଯାହା ପାଖରେ ପୂଣ୍ୟ ଅଛି, ଗୁରୁ ତାହାକୁ ପରମାତ୍ମାଙ୍କ ସହିତ ମିଳାଇ ଦେଇଛନ୍ତି।
ਨਾਨਕ ਸਹਜੇ ਮਿਲਿ ਰਹੇ ਹਰਿ ਨਾਮਿ ਸਮਾਇਆ ॥੨॥ ହେ ନାନକ! ସେ ସ୍ଵାଭାବିକ ଭାବରେ ପ୍ରଭୁ ନାମରେ ବିଲୀନ ରହିଥାଏ||2||
ਸਲੋਕ ਮਹਲਾ ੨ ॥ ଶ୍ଳୋକ ମହଲା 2॥
ਸਾਹ ਚਲੇ ਵਣਜਾਰਿਆ ਲਿਖਿਆ ਦੇਵੈ ਨਾਲਿ ॥ ପରମାତ୍ମା ରୂପୀ ଶାହ ଦ୍ଵାରା ଜୀବ ରୂପୀ ବ୍ୟାପାରୀ ଚାଲିଥାଏ ଏବଂ ସେ ତାହାର କର୍ମଲେଖା ସାଥି ଦେଇଥାନ୍ତି।
ਲਿਖੇ ਉਪਰਿ ਹੁਕਮੁ ਹੋਇ ਲਈਐ ਵਸਤੁ ਸਮ੍ਹ੍ਹਾਲਿ ॥ ସେହି ଲେଖା ଅନୁସାରେ ହୁକୁମ ହୋଇଥାଏ ଏବଂ ସେହି ଅନୁସାରେ ବସ୍ତୁ ମିଳିଥାଏ।
ਵਸਤੁ ਲਈ ਵਣਜਾਰਈ ਵਖਰੁ ਬਧਾ ਪਾਇ ॥ ଏହିପରି ଜୀବ ରୂପୀ ବ୍ୟାପାରୀ ବସ୍ତୁ କ୍ରୟ କରିଥାଏ ଏବଂ ଲଦି ଥାଏ।
ਕੇਈ ਲਾਹਾ ਲੈ ਚਲੇ ਇਕਿ ਚਲੇ ਮੂਲੁ ਗਵਾਇ ॥ କେହି ଲାଭ ଅର୍ଜନ କରିଥାଏ ଆଉ କେହି ମୂଳଧନ ହରାଇ ଥାଏ।
ਥੋੜਾ ਕਿਨੈ ਨ ਮੰਗਿਓ ਕਿਸੁ ਕਹੀਐ ਸਾਬਾਸਿ ॥ ଏମାନଙ୍କୁ କେହି କିଛି ପଚାରନ୍ତି ନାହିଁ,
ਨਦਰਿ ਤਿਨਾ ਕਉ ਨਾਨਕਾ ਜਿ ਸਾਬਤੁ ਲਾਏ ਰਾਸਿ ॥੧॥ ନାନକ କହନ୍ତି ଯେ କୃପାଦୃଷ୍ଟି ତାହା ଉପରେ ହୋଇଥାଏ, ଯିଏ ନିଜ ଜୀବନ ରାଶିକୁ ପୂର୍ଣ୍ଣ ଭାବରେ ବଞ୍ଚାଇ ରଖିଥାଏ||1||
ਮਹਲਾ ੧ ॥ ମହଲା 1॥
ਜੁੜਿ ਜੁੜਿ ਵਿਛੁੜੇ ਵਿਛੁੜਿ ਜੁੜੇ ॥ ଜୀବ କେତେ ଥର ମିଶିଥାଏ ଏବଂ ବିଚ୍ଛେଦ ହୋଇଥାଏ, ପୁଣି ପୁନର୍ବାର ମିଶିଥାଏ।
ਜੀਵਿ ਜੀਵਿ ਮੁਏ ਮੁਏ ਜੀਵੇ ॥ ଜନ୍ମ ନେଇ ମୃତ୍ୟୁ ପ୍ରାପ୍ତ ହୋଇଥାଏ ଏବଂ ମାରିବା ପରେ ପୁନଃ ଜନ୍ମ ନେଇଥାଏ। ଏହିପରି ଜନ୍ମ ମରଣର ଚକ୍ର ଚାଲିଥାଏ।
ਕੇਤਿਆ ਕੇ ਬਾਪ ਕੇਤਿਆ ਕੇ ਬੇਟੇ ਕੇਤੇ ਗੁਰ ਚੇਲੇ ਹੂਏ ॥ କେବେ କାହାର ବାପା, କାହାର ପୁତ୍ର, କାହାର ଗୁରୁ ଆଉ କାହାର ଶିଷ୍ୟ ବନିଥାଏ।
ਆਗੈ ਪਾਛੈ ਗਣਤ ਨ ਆਵੈ ਕਿਆ ਜਾਤੀ ਕਿਆ ਹੁਣਿ ਹੂਏ ॥ ଆଗପଛର ହିସାବ କରାଯାଇ ପାରିବ ନାହିଁ, ଅତୀତରେ କଣ ଥିଲା ଆଉ ବର୍ତ୍ତମାନ କଣ ହୋଇ ଯାଇଛି।
ਸਭੁ ਕਰਣਾ ਕਿਰਤੁ ਕਰਿ ਲਿਖੀਐ ਕਰਿ ਕਰਿ ਕਰਤਾ ਕਰੇ ਕਰੇ ॥ ସବୁ କର୍ମ ଅନୁସାରେ ହିଁ ହେଉଛି, ଭାଗ୍ୟ ଯେପରି, ଜୀବ ସେପରି କରୁଛି, ଏହିପରି ବିଧାତା କରାଉଛନ୍ତି।
ਮਨਮੁਖਿ ਮਰੀਐ ਗੁਰਮੁਖਿ ਤਰੀਐ ਨਾਨਕ ਨਦਰੀ ਨਦਰਿ ਕਰੇ ॥੨॥ ଗୁରୁ ନାନକ କହନ୍ତି ଯେ ସ୍ଵେଚ୍ଛାଚାରୀ ମୃତ୍ୟୁର ଚକ୍ରରେ ପଡି ରହିଥାଏ, କିନ୍ତୁ ଗୁରୁମୁଖୀ ମୁକ୍ତ ହୋଇଯାଏ ଆଉ ଈଶ୍ଵର ସମାନ କୃପାଦୃଷ୍ଟି କରିଥାଏ||2||
ਪਉੜੀ ॥ ପଉଡୀ॥
ਮਨਮੁਖਿ ਦੂਜਾ ਭਰਮੁ ਹੈ ਦੂਜੈ ਲੋਭਾਇਆ ॥ ସ୍ଵେଚ୍ଛାଚାରୀ ଦ୍ଵିଧା ଓ ଭ୍ରମରେ ଲୀନ ରହିଥାଏ ଏବଂ ଦୈତ୍ୟଭାବର ଲୋଭ-ଲାଳସାରେ ପଡି ରହିଥାଏ।
ਕੂੜੁ ਕਪਟੁ ਕਮਾਵਦੇ ਕੂੜੋ ਆਲਾਇਆ ॥ ସେ ମିଥ୍ୟା ଛଳ-କପାତର ଆଚରଣ ଆପଣାଇ ମିଥ୍ୟା ବୋଲିଥାଏ।
ਪੁਤ੍ਰ ਕਲਤ੍ਰੁ ਮੋਹੁ ਹੇਤੁ ਹੈ ਸਭੁ ਦੁਖੁ ਸਬਾਇਆ ॥ ନିଜ ପୁତ୍ର ଓ ପତ୍ନୀ ସହିତ ତାହାର ପ୍ରେମ ବନି ରହିଥାଏ, ଯାହା ସବୁ ଦୁଃଖ ଦେଇଥାଏ।
ਜਮ ਦਰਿ ਬਧੇ ਮਾਰੀਅਹਿ ਭਰਮਹਿ ਭਰਮਾਇਆ ॥ ସେ ଯମ ଦ୍ଵାରରେ ଦଣ୍ଡ ଭୋଗ କରିଥାଏ ଆଉ ଏହିପରି ଭ୍ରମରେ ପଥଭ୍ରଷ୍ଟ ରହିଥାଏ।
ਮਨਮੁਖਿ ਜਨਮੁ ਗਵਾਇਆ ਨਾਨਕ ਹਰਿ ਭਾਇਆ ॥੩॥ ହେ ନାନକ! ସ୍ଵେଚ୍ଛାଚାରୀ ନିଜ ଜନ୍ମ ହରାଇ ଥାଏ, ସମ୍ଭବତଃ ଈଶ୍ଵରଙ୍କୁ ଏହା ମଞ୍ଜୁର ହୋଇଥାଏ||3||
ਸਲੋਕ ਮਹਲਾ ੨ ॥ ଶ୍ଳୋକ ମହଲା 2॥
ਜਿਨ ਵਡਿਆਈ ਤੇਰੇ ਨਾਮ ਕੀ ਤੇ ਰਤੇ ਮਨ ਮਾਹਿ ॥ ଯାହା ପାଖରେ ହରିନାମର କୀର୍ତ୍ତି ଅଛି, ସେ ମନରେ ନାମ ଉଚ୍ଚାରଣରେ ଲୀନ ରହିଥାଏ।
ਨਾਨਕ ਅੰਮ੍ਰਿਤੁ ਏਕੁ ਹੈ ਦੂਜਾ ਅੰਮ੍ਰਿਤੁ ਨਾਹਿ ॥ ହେ ନାନକ! ଏକ ହରିନାମ ହିଁ ଅମୃତ ଅଟେ, ଅନ୍ୟ କିଛି ଅମୃତ ନାହିଁ।
ਨਾਨਕ ਅੰਮ੍ਰਿਤੁ ਮਨੈ ਮਾਹਿ ਪਾਈਐ ਗੁਰ ਪਰਸਾਦਿ ॥ ନାନକ କହନ୍ତି ଯେ ଗୁରୁଙ୍କ କୃପାରୁ ଅମୃତ ମନରେ ପ୍ରାପ୍ତ ହୋଇଯାଏ।
ਤਿਨ੍ਹ੍ਹੀ ਪੀਤਾ ਰੰਗ ਸਿਉ ਜਿਨ੍ ਕਉ ਲਿਖਿਆ ਆਦਿ ॥੧॥ ଯାହାର ଭାଗ୍ୟରେ ପୂର୍ବରୁ ଲେଖା ହୋଇଥାଏ, ସେ ପ୍ରେମପୂର୍ବକ ନାମାମୃତର ପାନ କରିଥାଏ||1||


© 2017 SGGS ONLINE
error: Content is protected !!
Scroll to Top